Debi Prasad Mishra - The Sakala
ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି
ଭୁବନେଶ୍ୱର: ବିଜେପି ସରକାରଙ୍କ ଜନବିରୋଧୀ ନୀତି ଯୋଗୁଁ ଓଡ଼ିଶା ଉପେକ୍ଷିତ ହେବାରେ ଲାଗିଛି। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ହେଉନଥିବା ବେଳେ ଋଣ ଭାର ବୃଦ୍ଧି ପାଉଛି। ଏମଏମଡିଆର ଆଇନ ବଳରେ ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡ଼ାଇ ନେଉଥିବାରୁ କଡ଼ା ନିନ୍ଦା କରିଛି ବିଜେଡି। ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟସଭା ସାଂସଦ ସୁଲତା ଦେଓ ଡବଲ ଇଞ୍ଜିନ ସରକାର ଉପରେ ବର୍ଷିଛନ୍ତି। ଡବଲ ଇଞ୍ଜିନ ସରକାର ପାଇଁ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ନଷ୍ଟ ହେଉଛି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି।
ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ବିଜେଡି ଦେଶର ବୃହତ୍ତମ ଆଞ୍ଚଳିକ ଦଳ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସଦାସର୍ବଦା ଓଡ଼ିଶାର ସ୍ୱାର୍ଥ ପାଇଁ ଲଢେଇ କରିଆସିଛି। ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ଓଡ଼ିଶାରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ହୋଇଥିଲା ଓ ପୂର୍ବର ଦାରିଦ୍ର୍ୟତା ରାଜ୍ୟ ଓଡ଼ିଶାର ରୂପରେଖକୁ ପରିବର୍ତ୍ତନ କରିଥିଲେ। ତାଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଜରିଆରେ ଚାଷୀ କୂଳ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଜନସାଧାରଣ ମାନଙ୍କ ଉପାର୍ଜନକୁ ଦୁଇ ଗୁଣ କରିଥିଲା। ଅର୍ଥନୈତିକ ବିନିଯୋଗରେ ଓଡ଼ିଶା ଏକ ନମ୍ୱର ରାଜ୍ୟ ହୋଇ ନୀତି ଆୟୋଗ ଦ୍ୱାରା ପ୍ରଶଂସିତ ହୋଇଥିଲା। ପୂର୍ବରୁ ରାଜ୍ୟର ବଜେଟ୍‌ ପରିମାଣ ୧୧,୦୦୦ ହଜାର କୋଟି ଟଙ୍କା ଥିବାବେଳେ ବିଜେଡି ଶାସନ ସମୟରେ ତାହା ବୃଦ୍ଧି ପାଇ ୩ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ନବନୀଙ୍କ ଦୂରଦର୍ଶୀ ନୀତି ପାଇଁ ରାଜ୍ୟର ଋଣ ଭାର କମିବା ସହ ମୁଣ୍ଡ ପିଛା ଆୟ ବୃଦ୍ଧି ପାଇଥିଲା। ମାତ୍ର ଓଡ଼ିଶାରେ ବିଜେପି କ୍ଷମତାକୁ ଆସିବା ପରେ କେନ୍ଦ୍ରୀୟ ଅନୁଦାନ କମିବାରେ ଲାଗିଛି । ଓଡିଶାର ସ୍ୱାର୍ଥ କେନ୍ଦ୍ରିକ ବିଭିନ୍ନ ଯୋଜନା ଅଟକି ରହିଛି। ଯାହା ଦ୍ୱାରା ଓଡ଼ିଶାର ବିଭିନ୍ନ ବର୍ଗର ଲୋକେ ବାରମ୍ୱାର ଉପେକ୍ଷିତ ହେଉଛନ୍ତି । ଡବଲ ଇଞ୍ଜିନ ସରକାର ପାଇଁ ଓଡ଼ିଶାର ବର୍ତ୍ତମାନ ଓ ଭବିଷ୍ୟତ ନଷ୍ଟ ହେଉଛି। ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳଗତ ସ୍ୱାର୍ଥରୁ ଊର୍ଦ୍ଧ୍ୱରେ ରହି କାର୍ଯ୍ୟ କରୁ। ବିଜେପି ଦଳୀୟ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟର ଅର୍ଥନୀତିକୁ ନଷ୍ଟ କରୁଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ସୁଲତା ଦେଓ କହିଥିଲେ ଯେ ଡବଲ ଇଞ୍ଜିନ ସରକାରରେ ରାଜ୍ୟର ସ୍ୱାର୍ଥ ପୂରଣ ହେଉନାହିଁ। କିଛି ଦିନ ପୂର୍ବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ କେନ୍ଦ୍ର ସରକାର ଓଡ଼ିଶାକୁ ଅଣଦେଖା କରୁଥିବା କହିଥିଲେ। ଉକ୍ତ ବକ୍ତବ୍ୟ ହିଁ ବିଜେପି ସରକାରରେ ରାଜ୍ୟର ସ୍ୱାର୍ଥ କିପରି ପୂରଣ ହେଉଛି ବୋଲି ସ୍ପଷ୍ଟ ହୋଇଛି। ରାଜ୍ୟ ଖଣିଜ ସମ୍ପଦର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରାଜସ୍ୱ ଆଦାୟ କରିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏମଏମଡିଆର ଆଇନ ଜରିଆରେ ଉକ୍ତ ଅଧିକାରକୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ଡବଲ ଇଞ୍ଜିନ ସରକାର ଓଡ଼ିଶାର ହକକୁ ଛଡ଼ାଇ ନେଇ ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗିବାକୁ ବସିଛନ୍ତି। ଓଡ଼ିଶାର ଖଣିଜ ସମ୍ପଦର ରାଜସ୍ୱ ରାଜ୍ୟ ପାଇଁ ଅନେକ ଗୁରୁତ୍ୱ ବହନ କରିଥାଏ। କେନ୍ଦ୍ର ସରକାରଙ୍କ ଅଧିନକୁ ଖଣିଜ ସମ୍ପଦ ଯିବା ପରେ ଆମକୁ ବଜେଟ ଆଗତ କରିବା ପାଇଁ ଅଧିକ ଋଣ ଆବଶ୍ୟକ ହେବ, ଯାହାଫଳରେ ରାଜ୍ୟର ଋଣ ଭାର ବୃଦ୍ଧି ପାଇବ। ଚକ୍ରାନ୍ତ କରି ରାଜ୍ୟର ହକକୁ କେନ୍ଦ୍ର ସରକାର ଛଡାଇ ନେଉଥିବା ବେଳେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେପିର ୨୦ ଲୋକସଭା ଓ ୫ ରାଜ୍ୟସଭା ସାଂସଦ ଚୁପ୍‌ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ ମତବ୍ୟକ୍ତ କରିଥିଲେ।
ଭୁବନେଶ୍ବର: ଶେଷ ହୋଇଛି ନବୀନ ନିବାସରେ ବସିଥିବା ଦୀର୍ଘ ସାଢେ ୩ ଘଣ୍ଟାକ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ଏକାଧିକ ବିଷୟ ଉପରେ ଆଲୋଚନା କରାଯାଇଛି। ବୈଠକ ସମାପ୍ତ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର। ବୈଠକରେ ନିର୍ବାଚନର ସବୁ ଦିଗ ଉପରେ ଆଲୋଚନା ହୋଇଥିବା କହିଛନ୍ତି ଦେବୀ ମିଶ୍ର। ଓଡିଶା ଆଜି ସବୁ କ୍ଷେତ୍ରରେ ସଫଳତା ପାଇ ଚାଲିଛି। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା ବିକାଶର ଶୀର୍ଷ ଛୁଇଁଛି। ରାଜ୍ୟର ଲୋକଙ୍କ ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି ଏବଂ ଆଗକୁ ମଧ୍ୟ ଲୋକଙ୍କ ସ୍ୱାର୍ଥ ପାଇଁ ଦଳ କାମ କରିବ। ଆସନ୍ତା ୧୨ ବର୍ଷ ପରେ ଓଡିଶା ଗଠନକୁ ଶହେ ବର୍ଷ ପୂରଣ ହେବ। ମାଇଲଷ୍ଟୋନ ପୂରଣ ପାଇଁ ଯାହା ଆବଶ୍ୟକ ପଡିବ ନିଷ୍ପତି ନିଆଯିବ। ରାଜ୍ୟର ସ୍ୱାର୍ଥ ପାଇଁ ଦଳର ସଭାପତି ଯାହା ନିଷ୍ପତି ନେବ ତାହା ଆମେ ମାନିବୁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।