Cyclone Midhili - The Sakala
ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଆଜି ବାତ୍ୟାର ରୂପ ନେଇଛି।  ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ବାତ୍ୟା ‘ମିଧିଲି’।  ଉତ୍ତରପୂର୍ବ ଦିଗକୁ ଘଣ୍ଟାକୁ ୨୦ କିମି ବେଗରେ ଗତି କରୁଛି । ପାରାଦୀପ ଠାରୁ ୧୯୦, ଦୀଘା ଠାରୁ ୨୦୦ କିମି ଦୂରରେ ବାତ୍ୟା ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରି ବାଂଲାଦେଶ ଉପକୂଳ ଛୁଇଁବ। ବିଳମ୍ବିତ ରାତି କିମ୍ବା ଭୋର୍ ସୁଦ୍ଧା ଖେପୁପରା ଉପକୂଳ ଛୁଇଁବ ବୋଳି ପାଣିପାଗ ବିଭାଗ ଆକଳନ କରିଛି।
ତେବ ବାତ୍ୟା ହେଲେ ମଧ୍ୟ ଓଡ଼ିଶା ଉପରେ ଏହାର କୌଣସି ପ୍ରଭାବ ରହିବ ନାହିଁ। ବାତ୍ୟାଟି ଓଡ଼ିଶା ଉପକୂଳରୁ ବହୁ ଦୂରରେ ବାଂଲାଦେଶ ଆଡ଼କୁ ମୁହାଁଇବ। ଏଥିପାଇଁ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ କାଁ ଭାଁ ବର୍ଷାକୁ ଛାଡ଼ି ଦେଲେ ଏହା ନିଷ୍ପ୍ରଭ ରହିବ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସଙ୍କ ସୂଚନା ଅନୁଯାୟୀ, ଏହି ଗଭୀର ଅବପାତଟି ଉତ୍ତର-ଉତ୍ତରପୂର୍ବ ଦିଗ ମୁହାଁଇଥିବାରୁ ଓଡ଼ିଶାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି। ବାତ୍ୟା ଯୋଗୁଁ ସମୁଦ୍ର ଆଶାନ୍ତ ରହିବ। ଏଥିପାଇଁ ଆସନ୍ତା ୧୮ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ରହୁ ନଥିବାରୁ ପୂର୍ବରୁ ବିଭନ୍ନ ଜିଲ୍ଲା ପାଇଁ ଦିଆଯାଇଥିବା ଚେତାବନୀକୁ ହଟାଇ ଦିଆଯାଇଛି।
ଶୁକ୍ରବାର କେବଳ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଥିବା ବେଳେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଜିଲ୍ଲାରେ ସ୍ୱଳ୍ପ ବର୍ଷା ଆଶଙ୍କା ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନ୍‌‌ରେ ଦର୍ଶାଯାଇଛି।
ଅନ୍ୟପଟେ ଚଳିତ ମାସ ଶେଷକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସହିତ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା ରହିଛି। ଆସନ୍ତା ୨୦ରୁ ୨୩ ତାରିଖ ମଧ୍ୟରେ ଏହି ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୨୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହେବାର ଆଶଙ୍କା କରାଯାଉଛି। ଗୁରୁବାର ଆଇଏମ୍‌‌ଡି ପକ୍ଷରୁ ପ୍ରକାଶ ପାଇଥିବା ବିସ୍ତାରିତ ପରିସର ଆକଳନରେ ଏନେଇ ସୂଚନା ଦିଆଯାଇଥିବା ବେଳେ ଆସନ୍ତା ୨-୪ ଦିନ ପରେ ଏହାର ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି କୁହାଯାଇଛି।