50th ODI ton - The Sakala

ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି : ଦିନିକିଆ କ୍ରିକେଟରେ ମାରିଲେ ୫୦ ତମ ଶତକ
ମୁମ୍ବାଇ : ୱାଙ୍ଖେଡେ ଷ୍ଟାଡିୟମରେ ଖେଳଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ସେମି ଫାଇନାଲରେ ଶତକ ହାସଲ କରି ବିରାଟ କୋହଲି ବିଶ୍ବରେକର୍ଡ କରିଛନ୍ତି। ବିଶ୍ବର ପ୍ରଥମ ଖେଳାଳି ଭାବେ ଦିନିକିଆ କ୍ରିକେଟରେ ୫୦ ତମ ଶତକ ହାସଲ କରିଛନ୍ତି। ଏଥି ସହିତ ମହାନ ବ୍ୟାଟ୍ସମ୍ୟାନ୍ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି ବିରାଟ କୋହଲି। ସଚିନ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ମୋଟ ୪୯ଟି ଶତକ ମାରିଥିବାବେଳେ, କୋହଲି ଆଜିର ଶତକକୁ ମିଶାଇ ମୋଟ ୫୦ଟି ଶତକ ମାରିସାରିଲେଣି ।

ଏଥି ସହିତ ବିରାଟ ଦିନିକିଆ କ୍ରିକେଟରେ ବିଶ୍ବର ସବୁଠାରୁ ଅଧିକ ଶତକ ହାସଲକାରୀ ବ୍ୟାଟର ହୋଇଛନ୍ତି। ସଚିନ ତେନ୍ଦୁଲକର ଦିନିକିଆ କ୍ରିକେଟରେ ୪୫୨ ଇନିଂସରେ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ମାତ୍ର ୨୭୭ ଇନିଂସରେ ଏହି ରେକର୍ଡର ସମକକ୍ଷ ହୋଇଥିଲେ। ଆଜି ୨୭୯ତମ ଇନିଂସରେ ସେ ସଚିନଙ୍କୁ ପଛରେ ପକାଇ ଦେଇଛନ୍ତି।

୨୦୦୯ରେ ଶ୍ରୀଲଙ୍କା ବିରୁଦ୍ଧରେ ବିରାଟ କରିଥିଲେ ପ୍ରଥମ ଶତକ। ଏଥି ସହିତ ଅନ୍ତର୍ଜାତୀୟ କ୍ରିକେଟରେ ବିରାଟଙ୍କ ମୋଟ ଶତକ ସଂଖ୍ୟା ୮୦ ଛୁଇଁଛି। ବିରାଟଙ୍କ ନାମରେ ଟେଷ୍ଟରେ ୨୯ ଓ ଟି – ୨୦ରେ ଗୋଟିଏ ଶତକ ରହିଛି। ଦିନିକିଆରେ ପାକିସ୍ତାନ ବିରୁଦ୍ଧରେ ୨୦୧୨ରେ କରିଥିବା ୧୮୩ ତାଙ୍କର ସର୍ବାଧିକ ଦିନିକିଆ ସ୍କୋର। ଚଳିତ ବିଶ୍ଵକପରେ ଏହା ବିରାଟଙ୍କ ତୃତୀୟ ଶତକ। ଏହି ବିଶ୍ଵକପରେ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବାଧିକ ରନ ସଂଗ୍ରହକାରୀ ଅଛନ୍ତି ବିରାଟ କୋହଲି ।

ଉଲ୍ଲେଖଯୋଗ୍ୟ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ବିଶ୍ବକପ୍‌ର ଲିଗ୍‌ ପର୍ଯ୍ୟାୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶତକ ହାସଲ କରି ସଚିନଙ୍କ ରେକର୍ଡର ସମକକ୍ଷ ହୋଇଥିଲେ ବିରାଟ। ନିଜର ଜନ୍ମଦିନରେ ନଭେମ୍ବର ୫ରେ କୋଟି କୋଟି କ୍ରିକେଟପ୍ରେମୀଙ୍କୁ ଏକ ସ୍ମରଣୀୟ ଶତକ ଉପହାର ଦେଇଥିଲେ ବିରାଟ କୋହଲି। ବିରାଟଙ୍କ ୪୯ ତମ ଶତକ ପାଇଁ ଶୁଭେଚ୍ଛା ଜଣାଇ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଯେଉଁ କଥା କହିଥିଲେ ଆଜି ତାହାକୁ ଶତ ପ୍ରମାଣିତ କରିଛନ୍ତି ବିରାଟ।

ଗତ ନଭେମ୍ବର ୫ରେ ବିରାଟ ୪୯ ତନ ଶତକ କରି ସଚିନଙ୍କ ରେକର୍ଡ ସମକକ୍ଷହ୍ବୋ ପରେ ସଚିନ ତେନ୍ଦୁଲକର ବିରାଟଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ‘ମତେ ୪୯ ଶତକ ପରେ ୫୦ ଶତକ ହାସଲ କରିବା ପାଇଁ ୩୬୫ ଦିନ ଲାଗିଥିଲା। କିନ୍ତୁ ବିରାଟ ଏତେ ସମୟ ନେବେ ନାହିଁ। ଶୀଘ୍ର ସେ ୫୦ ତମ ଶତକ ହାସଲ କରିବେ। ଆଉ ଆଜି ତାହା ସତ ପ୍ରମାଣିତ ହୋଇଛି।