amit saha - The Sakala
ଛତିଶଗଡ଼ରେ ଆତ୍ମସମର୍ପଣ କଲେ ୧୭୦ ନକ୍ସଲ, ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ
ନୂଆଦିଲ୍ଲୀ: ଛତିଶଗଡ଼ରେ ୧୭୦ ନକ୍ସଲଙ୍କ ଆତ୍ମସମର୍ପଣ । ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ। ନକ୍ସଲବାଦ ବିରୋଧରେ ବଡ଼ ସଫଳତା ବୋଲି ଶାହ କହିଛନ୍ତି। ଏହାକୁ ମିଶାଇ ୨ ଦିନରେ ୨୫୮ ନକ୍ସଲଙ୍କ ଆତ୍ମସମର୍ପଣ କରିଛନ୍ତି। କାଲି ମହାରାଷ୍ଟ୍ରରେ ୬୧ ନକ୍ସଲ ଅସ୍ତ୍ର ତ୍ୟାଗ କରି ମୁଖ୍ୟସ୍ରୋତକୁ ଆସିଥିବା ବେଳେ ଛତିଶଗଡ଼ରେ ମଧ୍ୟ ୨୭ ନକ୍ସଲ ଅସ୍ତ୍ର ତ୍ୟାଗ କରିଥିଲେ। ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ନକ୍ସଲ ମୁକ୍ତ ଦେଶ ପାଇଁ ପ୍ରତିଶ୍ରୁତିବଦ୍ଧ ଶାହ କହିଛନ୍ତି।
https://twitter.com/AmitShah/status/1978780692009140365
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ୨ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଏହି ସରକାରୀ ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ ସହ ୨୫ଟି ରାପିଡ୍‌ ରେସ୍ପନ୍ସ ଭେଇକିଲକୁ ପତାକା ଦେଖାଇ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ଶାହାଙ୍କ ଗସ୍ତକୁ ରାଜନୈତିକ ବିଶେଷଜ୍ଞ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ବାରମ୍ବାର ପ୍ରୟାସ ସତ୍ତ୍ବେ ବିଜେପିର ରାଜ୍ୟ ସଭାପତି ମନୋନୟନ ହୋଇ ପାରୁନାହିଁ। ସେହିପରି ସରକାରରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ନିଗମ, ବୋର୍ଡ ନିଯୁକ୍ତି ଏବେ ନେତୃତ୍ୱଙ୍କ ପାଇଁ ସମସ୍ୟା ସୃଷ୍ଟି କଲାଣି। ଏପରିସ୍ଥଳେ ସହମତି ଭିତ୍ତିରେ ନୂଆ ସଭାପତି ମନୋନୟନ ଏବଂ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନିମନ୍ତେ ଶ୍ରୀ ଶାହା ସମାଧାନର ସୂତ୍ର ବାହାର କରିପାରନ୍ତି ବୋଲି କୁହାଯାଉଛି। ଓଡ଼ିଶାରେ ଦୀର୍ଘଦିନ ହେଲା ରାଜ୍ୟ ସଭାପତି ନିର୍ବାଚନ କସରତ ଚାଲିଛି। ମାତ୍ର ଏହାର ନିଷ୍କର୍ଷ ବାହାରି ପାରୁନାହିଁ। ମଣ୍ଡଳ ଏବଂ ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ସରିଥିଲେ ମଧ୍ୟ ରାଜ୍ୟ ମଙ୍ଗୁଆଳ ନିମନ୍ତେ ସହମତି ହୋଇ ପାରୁନାହିଁ। ଇତିମଧ୍ୟରେ ଦଳର ରାଷ୍ଟ୍ରୀୟ ସମ୍ପାଦକ ତରୁଣ ଚୁଗ୍‌ ୩ ଥର ଓଡ଼ିଶା ଆସି ସାଂଗଠନିକ ନିର୍ବାଚନ ସମ୍ପର୍କରେ ଆଲୋଚନା କରିଛନ୍ତି। ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଏକାଧିକ ଥର ଡକରା ପାଇ ଦିଲ୍ଲୀ ଯାଇ ଏନେଇ ବୈଠକ କରିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରି ନାହିଁ। ସଭାପତି ପଦକୁ ନେଇ ଭିନ୍ନଭିନ୍ନ ଗୋଷ୍ଠୀ ଭିନ୍ନଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମର୍ଥନ ରୁଛନ୍ତି। ତେଣୁ ଏ କ୍ଷେତ୍ରରେ ଶାହାଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି ଦଳର ସବୁଗୋଷ୍ଠୀ ସହମତ ହୋଇଛନ୍ତି । ସେହିପରି ଚଳିତ ବିଧାନସଭା ବଜେଟ ଅଧିବେଶନ ସମାପ୍ତ ପରେ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ଏବଂ ନିଗମ, ବୋର୍ଡ ନିଯୁକ୍ତି ପ୍ରକ୍ରିୟା ସମ୍ପାଦିତ ହେବ। ମାତ୍ର କାହାକୁ କେଉଁ ପଦରେ ଥଇଥାନ କରାଯିବ, ବଳକା ୬ ମନ୍ତ୍ରୀ ପଦରେ କିଏ ଆସୀନ ହେବେ ସେନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ବାକି ରହିଛି। ଗୃହମନ୍ତ୍ରୀ ଏନେଇ ଚୂଡ଼ାନ୍ତ ସ୍ପର୍ଶ ଦେଇପାରନ୍ତି ବୋଲି ଆଲୋଚନା ଜୋର୍‌ ଧରିଛି।
ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କ ପାଇଁ ରହିବ ସଂରକ୍ଷଣ ଆସନ : କେନ୍ଦ୍ର ଗୃହମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆଜି ଲୋକସଭାରେ ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଧେୟକ ଓ ସଂରକ୍ଷଣ ସଂଶୋଧନ ବିଧେୟକ ଉପସ୍ଥାପନ କରିଛନ୍ତି ।  ଗୃହମନ୍ତ୍ରୀ କହିଛନ୍ତି ଯେ ଏହି ବିଧେୟକକୁ ମଞ୍ଜୁରୀ ମିଳିବା ପରେ ଜାମ୍ମୁ କାଶ୍ମୀର ବିଧାନସଭାରେ ବିସ୍ଥାପିତ କାଶ୍ମୀର ପଣ୍ଡିତଙ୍କୁ ସଂରକ୍ଷଣ ମିଳିବ । ତିନି ଆସନରେ ବିଧାୟକ ମନୋନୀତ ହେବ । ଦୁଇଟି ଆସନ ବିସ୍ଥାପିତ ପଣ୍ଡିତଙ୍କ ପାଇଁ ସଂରକ୍ଷିତ ରହିବ ଓ ଗୋଟିଏ ଆସନ ପିଓକେରୁ ଆସିଥିବା ବିସ୍ଥାପିତଙ୍କ ପାଇଁ ରହିବ । କାଶ୍ମୀର ପଣ୍ଡିତଙ୍କ ପାଇଁ ଥିବା ଦୁଇ ଆସନରୁ ଗୋଟିଏ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ।
ବିଧାନସଭାରେ ସଂରକ୍ଷଣ ସୂଚନା ଦେଇ ଅମିତ୍ ଶାହ କହିଛନ୍ତି ଯେ, ଜାମ୍ମୁରେ ପୂର୍ବେ ୩୭ ଆସନ ଥିଲା ଓ ଏବେ ଏହାକୁ ବଢାଇ ୪୩ କରାଯାଉଛି । ସେହିପରି କାଶ୍ମୀରରେ ପୂର୍ବରୁ ଥିବା ୪୬ ଆସନକୁ ବଢାଇ ୪୭ କରାଯାଇଛି । ଏହା ବ୍ୟତୀତ ପିଓକେର ୨୪ ଆସନକୁ ବି ସଂରକ୍ଷଣ ରଖାଯାଇଛି । ୩୭୦ ଉଚ୍ଛେଦ ପରେ ଏହା ସମ୍ଭବ ହୋଇପାରିଛି ବୋଲି ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି । ଏବେ ଜାମ୍ମୁ କାଶ୍ମୀରରେ ମୋଟ ୧୧୪ ଆସନ ରହିବ, ଏଥିରୁ ୯୦ରେ ନିର୍ବାଚନ ହେବ ଓ ଅନ୍ୟ ୨୪ ଆସନ ପିଓକେ ପାଇଁ ରହିବ ।୨୦୧୯ରେ ଧାରା ୩୭୦ ଉଚ୍ଛେଦ ପରେ ଆସିଥିବା ପରିବର୍ତ୍ତନ ଉପରେ ବି ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ୧.୬ ଲକ୍ଷ ଲୋକଙ୍କୁ କାଶ୍ମୀରରେ ସ୍ଥାୟୀ ବାସିନ୍ଦାର ପ୍ରମାଣ ପତ୍ର ଦିଆଯାଇଛି ।
କେରଳ ବିସ୍ଫୋରଣ: ଆକ୍ସନ ମୋଡରେ ଅମିତ ଶାହା, ଏନଆଇଏ ଓ ଏନଏସଜିକୁ ତଦନ୍ତ ନିର୍ଦ୍ଦେଶ
ନୂଆଦିଲ୍ଲୀ: କୋଚିର କନଭେନସନ୍ ସେଣ୍ଟରରେ ଚାଲିଥିବା ଏକ ଖ୍ରୀଷ୍ଟିଆନ ସମାବେଶରେ ବିସ୍ଫୋରଣ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ ସହ କଥା ହୋଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଆକ୍ସନ ମୋଡକୁ ଆସିଛନ୍ତି । ଏହି ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ୩୬ ଜଣ ଆହତ ହୋଇଛନ୍ତି । ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) ଓ ରାଷ୍ଟ୍ରୀୟ ସୁରାକ୍ଷା ଗାର୍ଡ (ଏନଏସଜି) ଟିମକୁ କେରଳ ଯାଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୁଲିସ କହିବା ଅନୁଯାୟୀ, ରବିବାର ସକାଳେ କେରଳର କୋଚି ଜିଲ୍ଲାର କଲାମାସେରୀ ଅଞ୍ଚଳରେ ଯେହୋଭାସ୍ ସାକ୍ଷୀଙ୍କ ପ୍ରାର୍ଥନା ସଭା ଚାଲିଥିଲା। ଏହି ସମୟରେ ଲଗାତାର ଅନେକ ବିସ୍ଫୋରଣ ହୋଇଥିଲା। କଲାମାସେରୀ ସିଆଇ ବିବିନ ଦାସ କହିଛନ୍ତି, ପ୍ରଥମ ବିସ୍ଫୋରଣ ୯ଟା ବେଳେ ହୋଇଥିଲା । ଆଗାମୀ ଏକ ଘଣ୍ଟା ଭିତରେ ଅନେକ ବିସ୍ଫୋରଣ ହୋଇଥିଲା । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ଏହାସହ ମୃତ ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।
କୋଚି ପରେ ମୁମ୍ବାଇକୁ ହାଇ ଆଲର୍ଟରେ ରଖାଯାଇଛି । ସେଠାରେ ଥିବା ଇହୁଦୀ ଧର୍ମସ୍ଥଳୀଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ପୁଲିସ ଓ ଗୁଇନ୍ଦା ଟିମ୍ ଏସବୁ ସ୍ଥାନ ଉପରେ ନିରନ୍ତର ନଜର ରଖିଛନ୍ତି। ଅନ୍ୟପକ୍ଷରେ ଦିଲ୍ଲୀ, ଉତ୍ତରପ୍ରଦେଶର ବାରାଣାସୀ, ପ୍ରୟାଗରାଜ ଆଦି ସ୍ଥାନରେ ମଧ୍ୟ ସୁରକ୍ଷା ବଢାଇଦିଆଯାଇଛି । ଏବେ ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଥିବାବେଳେ ଭାରତରେ ଥିବା ଇହୁଦୀ ଓ ଖ୍ରୀଷ୍ଟିଆନ ଧର୍ମସ୍ଥଳୀଗୁଡ଼ିକ ପ୍ରତି ବିପଦ ଆଶଙ୍କା ବଢିଯାଇଛି ।
ଅମିତ ଶାହଙ୍କ ଦୃଢୋକ୍ତି : ଆସନ୍ତା ୩୦-୪୦ ବର୍ଷ ସରକାରରେ ରହିବ ବିଜେପି, ବିଶ୍ୱଗୁରୁ ହେବ ଭାରତ
ହାଇଦ୍ରାବାଦ : ହାଇଦ୍ରାବାଦରେ ଚାଲିଥିବା ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ ଶାହ ବଡ ବୟାନ ଦେଇଛନ୍ତି।ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଦେଶରେ ବିଜେପିର ରାଜ ଚାଲିବ । ଏହି ସମୟ ମଧ୍ୟରେ ଭାରତ ବିଶ୍ୱଗୁରୁ ହୋଇଯିବ ବୋଲି ମତ ରଖିଛନ୍ତି ଅମିତ୍ ଶାହ । ସେ ଆହୁରି କହିଛନ୍ତି କି ବଂଶବାଦ, ଜାତିବାଦ ଓ ତୃଷ୍ଟିକରଣ ଦେଶର ରାଜନୀତି ପାଇଁ ଏକ ବଡ ଅଭିଶାପ ଥିଲା । ଯାହା ଦେଶ ଲାଗି ଯନ୍ତ୍ରଣାର କାରଣ ମଧ୍ୟ ଥିଲା ବୋଲି କହିଛନ୍ତି। ବିଜେପି ତେଲେଙ୍ଗାନା ଓ ପଶ୍ଚିମବଙ୍ଗରେ ପାରିବାରିକ ଶାସନକୁ ସମାପ୍ତ କରିଦିଆଯିବ ବୋଲି ମଧ୍ୟ କହିଛନ୍ତି।
ଗୃହମନ୍ତ୍ରୀ ଶ୍ରୀ ଶାହ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ଦଳରେ କିଛି କର୍ମୀ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସଂଗ୍ରାମ କରୁଛନ୍ତି, କିନ୍ତୁ ଭୟଭୀତ ହୋଇ ଦଳର ଅଧ୍ୟକ୍ଷ ଚୟନ କରୁନାହାଁନ୍ତି। ପରିବାରବାଦ ଯୋଗୁ କଂଗ୍ରେସ ଅନ୍ତରୀଣ ନିର୍ବାଚନ ମଧ୍ୟ ହୋଇ ପାରୁନଥିବାର କହିଛନ୍ତି। କାରଣ ନିର୍ବାଚନ ହେଲେ ପାର୍ଟିର ନିୟନ୍ତ୍ରଣ ହାତରୁ ଚାଲିଯାଇପାରେ ବୋଲି ଗାନ୍ଧି ପାରିବାର ଭାବୁଥିବା ଅମିତ ଶାହ କହିଛନ୍ତି। କଂଗ୍ରେସରେ ‘ମୋଦୀ ଫୋବିଆ’ ରହିଛି।।ଏଣୁ ସରକାର ଭଲ କାମ କରୁଥିଲେ ମଧ୍ୟ ସେଥିରୁ ମନ୍ଦ ଦିଗଟି ସେମାନଙ୍କ ନଜରକୁ ଆସୁଥିବା କହିଛନ୍ତି। ସେମାନେ ଜାତୀୟ ସ୍ୱାର୍ଥରେ ନିଆଯାଇଥିବା ପ୍ରତ୍ୟେକ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।ର୍ଜିକାଲ ଷ୍ଟ୍ରାଇକ୍ ହେଉ କିମ୍ବା ଏୟାର ଷ୍ଟ୍ରାଇକ୍ ହେଉ, କାଶ୍ମୀରରୁ ଧାରା ୩୭୦ ରଦ୍ଦ ହେଉ କିମ୍ବା କରୋନାଭାଇରସ୍ ଟିକାକରଣ ପ୍ରସଙ୍ଗକୁ କଂଗ୍ରେସ ବିରୋଧ କରୁଛି।
କେବଳ ସେତିକି ନୁହେଁ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ଗୋଧ୍ରା ହତ୍ୟାକାଣ୍ଡ ନେଇ ସୁପ୍ରମି କୋର୍ଟ ଦେଇଥିବା ରାୟକୁ ଶାହ ଐତିହାସିକ ବୋଲି କହିଛନ୍ତି । ଶାହା କହିଛନ୍ତି କି ମୋଦୀ ହେଉଛନ୍ତି ଶିବଙ୍କର ଦ୍ୱିତୀୟ ରୂପ । ତାଙ୍କ ଉପରକୁ ବିରୋଧୀମାନେ ଯେତେ ବିଷ ଫୋପାଡିଛନ୍ତି ସେ ତାକୁ ପାନ କରିଛନ୍ତି ବୋଲି ଶାହା କହିଛନ୍ତି ।
ସୂଚନାଯୋଗ୍ୟ ଗୁଜୁରାଟ ଦଙ୍ଗାକୁ ନେଇ ନିକଟରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶିତ ହୋଇଥିଲା। ଗୁଜୁରାଟ ଦଙ୍ଗାରେ ମୃତ୍ୟୁବରଣ କରିଥିବା ଦିବଙ୍ଗତ ସାଂସଦ ଏହସାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀ ସୁପ୍ରିମକୋର୍ଟରେ ଗୁଜୁରାଟ ଏସଆଇଟିର କ୍ଲିନଚିଟ ନୋଟିସକୁ ଚ୍ୟାଲେଞ୍ଜ କରି ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରିବା ସହ ଏସଆଇଟିର ମୋଦୀଙ୍କ ସମେତ ୬୪ ଜଣଙ୍କୁ କ୍ଲିନ ଚିଟ ଦେବାକୁ ସଠିକ ବୋଲି କହିଥିଲେ । ତେବେ ଶାହା କହିଛନ୍ତି ମୋଦୀ ଦଙ୍ଗାରେ ତାଙ୍କର କଥିତ ଭୂମିକାକୁ ନେଇ ଏସଆଇଟି ଯାଞ୍ଚର ସମ୍ମୁଖୀନ ହୋଇଥିଲେ ଓ ସମ୍ବିଧାନ ଉପରେ ନିଜର ଆସ୍ଥା ରଖିଥିଲେ। ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ମାମଲା ବିରୋଧରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ବର୍ଷ ଧରି ଲଢିଲେ, କିନ୍ତୁ ଗୋଟିଏ ଶବ୍ଦ ମଧ୍ୟ କହିଲେନି। ପ୍ରଭୁ ଶଙ୍କରଙ୍କ ପରି ସେ (ମୋଦୀ) ତାଙ୍କ ଗଳାରେ ବିଷ ନେଇଥିଲେ। SIT ର ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ । ଅପମାନର ଶିକାର ହୋଇଥିଲେ ମଧ୍ୟ ସମ୍ବିଧାନ ପ୍ରତି ବିଶ୍ୱସ୍ତତା ବଜାୟ ରଖିଥିଲେ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।
ଯୋଗୀଙ୍କ ଉପରେ ମୋଦୀ-ଶାହା ଖପ୍ପା : ଜନ୍ମଦିନରେ ଜଣାଇଲେନି ଅଭିନନ୍ଦନ
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ (ୟୁପି) ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ୟୁପି ବିଜେପିରେ ସବୁ କିଛି ଠିକ ନଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ କିଛି ନେତାଙ୍କ ଭଲ ପଡୁନଥିବା କୁହାଯାଉଛି। ଏହାକୁ ନେଇ ଯୋଗୀଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖପ୍ପା ଥିବା ଆଶଙ୍କା କରାଯାଉଛି। ସାଧାରଣତଃ ପ୍ରଧାନମନ୍ତ୍ରୀ ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି। ଏହା ମଧ୍ୟରେ ଶନିବାର ଯୋଗୀ ୪୯ ତମ ଜନ୍ମ ଦିବସ ମଧ୍ୟ ପାଳନ କରିଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଯୋଗୀଙ୍କୁ ଅଭିନନ୍ଦନ ଜଣାଇ ନାହାନ୍ତି। ଏହାକୁ ନେଇ ଯୋଗୀଙ୍କ ଉପରେ ମୋଦୀ, ଶାହା ଅସନ୍ତୁଷ୍ଟ ଥିବା କୁହାଯାଉଛି। ଏହା ପୂର୍ବରୁ କରୋନା ସଙ୍କଟ ମଧ୍ୟରେ ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତଙ୍କୁ ଟ୍ଵିଟ କରି ଅଭିବାଦନ ଜଣାଇଥିଲେ | ତେବେ ମୋଦୀ-ଶାହାଙ୍କୁ ଛାଡି ଅନେକ ମନ୍ତ୍ରୀ ଏବଂ ବିଜେପି ନେତା ଯୋଗୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସେମାନଙ୍କ ମଧ୍ୟରେ ଦେବେନ୍ଦ୍ର ଫଡନାଭିସ, ଡ. ରମଣ ସିଂହ ପ୍ରମୁଖ ସାମିଲ ଥିଲେ । ବିଜେପି ସୂତ୍ର ଅନୁଯାୟୀ ପ୍ରଧାନମନ୍ତ୍ରୀ କରୋନାର ଦ୍ବିତୀୟ ଲହର ସମୟରେ ଶୁଭେଚ୍ଛା ଭଳି କୌଣସି ପୋଷ୍ଟ କରିନାହାନ୍ତି।
ଏଥିରେ ଦଳର ବରିଷ୍ଠ ନେତା ସମେତ ବିରୋଧୀ ଦଳ ନେତା ମଧ୍ୟ ସାମିଲ ଅଛନ୍ତି। ତେବେ ସମାଜବାଦୀ ପାର୍ଟି (ଏସପି) ର ମୁଖପାତ୍ର ଆଇପି ସିଂହ ଏହି ଦାବିକୁ ମିଛ ବୋଲି କହିଛନ୍ତି । ସେ ମୋଦୀଙ୍କ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିବା ଦେଖିବାକୁ ମିଳିଛି । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦେଖ୍ ଉତ୍ତରପ୍ରଦେଶ ସରକାରରେ ବଡ ଧରଣର ପରିବର୍ତ୍ତନ ହେବ ବୋଲି କୁହାଯାଉଛି । କିନ୍ତୁ ବିଜେପି ଯୋଗୀଙ୍କୁ ମୁଖ୍ୟ ଚେହେରା କରିବନି ବୋଲି ଆକଳନ କରାଯାଉଥିଲା। ଏହା ସହିତ ଯୋଗୀ ମଧ୍ୟ ମୁଖ୍ୟମନ୍ତ୍ରୀ ପଦରୁ ହଟିପାରନ୍ତି। କିନ୍ତୁ ବିଜେପିର ରାଷ୍ଟ୍ରୀୟ ମହାମନ୍ତ୍ରୀ (ସଂଗଠନ) ବିଏଲ ସନ୍ତୋଷ ଏହାକୁ ଗୁଜବ ବୋଲି କହିଛନ୍ତି ।
ପଶ୍ଚିମବଙ୍ଗ ଗୁଳିକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ନିଜେ ଗୃହମନ୍ତ୍ରୀ ଅମିତ ଶାହ: ମମତା ବାନାର୍ଜୀ
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ଆଜି କୁଚବିହାରର ସିତାଲକୁଚୀରେ ବିଜେପି ଓ ଟିଏମସି କାର୍ଯ୍ଯକର୍ତ୍ତା ମୁହାଁମୁହିଁ ହୋଇଥିଲେ। ବୁଥ୍ ନମ୍ବର ୨୮୫ରେ ଥିବା ମତଦାନ କେନ୍ଦ୍ର ବାହାରେ ବ୍ୟାପକ ହିଂସା ସମେତ ବୋମାମାଡ ଓ ଗୁଳିକାଣ୍ଡ ଘଟିଥିଲା। ଯାହାକୁ ଅଟକାଇବା ପାଇଁ  ସିଆଇଏସଫ ଯବାନଙ୍କ ଗୁଳିରେ ୪ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଛି।  ଘଟଣାରେ ସ୍ଥାନୀୟ ପୁଲିସ ଓ ନିର୍ବାଚନ ଅଧିକାରୀଙ୍କୁ ରିପୋର୍ଟ ତଲବ କରିଛନ୍ତି ପଶ୍ଚିମବଙ୍ଗ ନିର୍ବାଚନ ଅଧିକାରୀ। ତେବେ ଏ ନେଇ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଦେଇଛନ୍ତି ବିସ୍ଫୋରକ ବୟାନ ।
ଏହି ଘଟଣାରେ ସିଧାସଳଖ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦାୟୀ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ମମତା କହିଛନ୍ତି ଆଜିର ଏପରି ଅଭାବନୀୟ କାଣ୍ଡ ପାଇଁ ଗୃହମନ୍ତ୍ରୀ ନିଜେ ସମ୍ପୂର୍ଣ୍ଣ ଭାବେ ଦାୟୀ ଓ ସେ ନିଜେ ଏହି କାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ।
ମମତା ବାନାର୍ଜୀ ଆହୁରି ମଧ୍ୟ କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ କେନ୍ଦ୍ରୀୟ ସୁରକ୍ଷାବଳ ରାଜ୍ୟରେ ହିଂସା ସୃଷ୍ଟି କରୁଛନ୍ତି  । ଯେଉଁ ଭୟ ଥିଲା ତାହା ଏବେ ସତ ହେଉଛି । ବିଜେପି ପଶ୍ଚିମବଙ୍ଗରେ ହିଂସା ସୃଷ୍ଟି କରୁଛି। ଏଣୁ ଭୋଟ୍ ମାଧ୍ୟମରେ ବିଜେପିକୁ ହଟାଇବାକୁ ପଶ୍ଚିମବଙ୍ଗବାସୀଙ୍କୁ ଅପିଲ କରିଛନ୍ତି ମମତା ବାନାର୍ଜୀ । ଏଥିସହିତ ରାଜ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଅପିଲ କରିଛନ୍ତି ଦିଦି।