Deepfake - The Sakala
ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: ନାଗା ଚୈତନ୍ୟଙ୍କୁ ନେଇ ଥିବା ଡିପଫେକ୍ ଏବଂ ଅଶ୍ଳୀଳ ଏଆଇ କଣ୍ଟେଣ୍ଟ ହଟାଇବାକୁ ୨୪ ଘଣ୍ଟାର ମୋହଲତ
ଲୋକପ୍ରିୟ ତେଲୁଗୁ ଅଭିନେତା ନାଗା ଚୈତନ୍ୟଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ନାମ, ଛବି ଏବଂ ସ୍ୱରକୁ ବ୍ୟବହାର କରି ତିଆରି କରାଯାଇଥିବା ଅଶ୍ଳୀଳ, ଡିପଫେକ୍ ଏବଂ ଏଆଇ (AI) କଣ୍ଟେଣ୍ଟକୁ ଇଣ୍ଟରନେଟରୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ବିଭିନ୍ନ ୱେବସାଇଟ୍ ଏବଂ ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଏହି ଆଦେଶ ପାଳନ କରିବା ପାଇଁ ମାତ୍ର ୨୪ ଘଣ୍ଟାର ସମୟସୀମା ଦେଇଛନ୍ତି।
ବ୍ୟକ୍ତିଗତ ଅଧିକାରର ସୁରକ୍ଷା
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଜ୍ୟୋତି ସିଂହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଅଭିନେତାଙ୍କ ସପକ୍ଷରେ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ନାଗା ଚୈତନ୍ୟଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ପରିଚୟ, ଛବି, ସ୍ୱର ଏବଂ ଷ୍ଟାଇଲକୁ ପର୍ଣ୍ଣୋଗ୍ରାଫିକ୍ ୱେବସାଇଟ୍, ୟୁଟ୍ୟୁବ୍ ଚ୍ୟାନେଲ୍ ଏବଂ ଅନ୍ୟାନ୍ୟ ଅନଲାଇନ୍ ସପିଂ ପ୍ଲାଟଫର୍ମରେ ବ୍ୟବହାର କରାଯାଉଥିଲା। କୋର୍ଟ ଏହାକୁ ଦୃଷ୍ଟିରେ ରଖି କହିଛନ୍ତି ଯେ, ଅଭିନେତାଙ୍କର ଏକ ସୁଦୀର୍ଘ ୧୫ ବର୍ଷରୁ ଅଧିକ ସମୟର କ୍ୟାରିୟର ରହିଛି। ଯଦି ଏହିପରି ନକଲି ଏବଂ ମାନହାନିକାରକ କଣ୍ଟେଣ୍ଟକୁ ନରୋକାଯାଏ, ତେବେ ତାଙ୍କ ସମ୍ମାନ ଏବଂ ବୃତ୍ତିଗତ ଭାବମୂର୍ତ୍ତି ଉପରେ ଗଭୀର ପ୍ରଭାବ ପଡ଼ିବ।
କ'ଣ ଥିଲା ମାମଲା?
ନାଗା ଚୈତନ୍ୟ ନିଜର "ପର୍ସନାଲିଟି ରାଇଟ୍ସ" ବା ବ୍ୟକ୍ତିଗତ ଅଧିକାରର ସୁରକ୍ଷା ଦାବି କରି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବୈଭବ ଗଗ୍ଗର କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଏଆଇ ଟେକ୍ନୋଲୋଜି ମାଧ୍ୟମରେ ଅଭିନେତାଙ୍କୁ ଆପତ୍ତିଜନକ ସ୍ଥିତିରେ ଦର୍ଶାଉଥିବା ଡିପଫେକ୍ ଭିଡିଓ ଭାଇରାଲ୍ କରାଯାଉଛି। କେବଳ ସେତିକି ନୁହେଁ, ତାଙ୍କର ପୂର୍ବତନ ପତ୍ନୀଙ୍କ ସହିତ ଯୋଡ଼ି ଅନେକ ମିଥ୍ୟା ଏବଂ ମାନହାନିକାରକ ତଥ୍ୟ ମଧ୍ୟ ପ୍ରଚାର କରାଯାଉଛି, ଯାହା ତାଙ୍କ ବ୍ୟକ୍ତିଗତ ଜୀବନକୁ କ୍ଷତି ପହଞ୍ଚାଉଛି।
କୋର୍ଟଙ୍କ କଡ଼ା ନିର୍ଦ୍ଦେଶ
ଏହି ସମସ୍ତ ତଥ୍ୟକୁ ଭିତ୍ତି କରି କୋର୍ଟ ସମ୍ପୃକ୍ତ ୱେବସାଇଟ୍, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ଲାଟଫର୍ମକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ନାଗା ଚୈତନ୍ୟଙ୍କ ନାମ ଓ ଛବି ବ୍ୟବହାର କରି ବିକ୍ରି ହେଉଥିବା ଅନଧିକୃତ ସାମଗ୍ରୀ ତଥା ଅଶ୍ଳୀଳ ଏଆଇ ଭିଡିଓଗୁଡ଼ିକୁ କୋର୍ଟର ଆଦେଶ ମିଳିବାର ୨୪ ଘଣ୍ଟା ମଧ୍ୟରେ ବ୍ଲକ୍ କିମ୍ବା ଡିଲିଟ୍ କରିବାକୁ ବାଧ୍ୟତାମୂଳକ କରାଯାଇଛି। ସାଇବର ଅପରାଧ ଏବଂ ଡିପଫେକ୍ ଭଳି ଆଧୁନିକ ସମସ୍ୟା ବିରୋଧରେ କୋର୍ଟଙ୍କ ଏହି ପଦକ୍ଷେପକୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଭାବେ ଗ୍ରହଣ କରାଯାଉଛି।
ଏଆଇ (AI) ଦ୍ୱାରା ନିର୍ମିତ ନକଲି ଫଟୋ ଭାଇରାଲ୍ ହେବା ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ 'କାନ୍ତାରା' ଅଭିନେତ୍ରୀ ରୁକ୍ମିଣୀ ବସନ୍ତ
ଦକ୍ଷିଣ ଭାରତୀୟ ସିନେମାର ଜଣାଶୁଣା ଅଭିନେତ୍ରୀ ରୁକ୍ମିଣୀ ବସନ୍ତ ତାଙ୍କର ଏକ ନକଲି ଏଆଇ (AI) ନିର୍ମିତ ବିକିନି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କିଛି ଦୁର୍ବୃତ୍ତ ତାଙ୍କର ମୁହଁକୁ ଏକ ଭିନ୍ନ ଫଟୋ ସହ ଯୋଡ଼ି ଇଣ୍ଟରନେଟରେ ଛାଡ଼ିଛନ୍ତି। ଏହି ଘଟଣାକୁ ଏକ ଗମ୍ଭୀର ବ୍ୟକ୍ତିଗତ ଅଧିକାରର ଉଲ୍ଲଂଘନ ଦର୍ଶାଇ ଅଭିନେତ୍ରୀ ଦୋଷୀମାନଙ୍କ ବିରୋଧରେ ଆଇନଗତ ଏବଂ ସାଇବର୍ କ୍ରାଇମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୋସିଆଲ୍ ମିଡିଆରେ ରୁକ୍ମିଣୀଙ୍କ ବୟାନ
ନିଜର ଇନଷ୍ଟାଗ୍ରାମ୍ ଏବଂ ଏକ୍ସ (X) ଆକାଉଣ୍ଟରେ ଏକ ସ୍ପଷ୍ଟୀକରଣ ଜାରି କରି ରୁକ୍ମିଣୀ ଲେଖିଛନ୍ତି ଯେ, "ମୁଁ ଏବଂ ମୋ ଟିମ୍‌ର ନଜରକୁ ଆସିଛି ଯେ, ମୋ ନାମରେ କିଛି ନକଲି ଏଆଇ (AI) ଫଟୋଗୁଡ଼ିକ ଇଣ୍ଟରନେଟରେ ଘୁରି ବୁଲୁଛି। ମୁଁ ସ୍ପଷ୍ଟ ଭାବରେ ଜଣାଇବାକୁ ଚାହେଁ ଯେ, ଏହି ଫଟୋଗୁଡ଼ିକ ସମ୍ପୂର୍ଣ୍ଣ ରୂପେ ନକଲି ଏବଂ ମିଥ୍ୟା"। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ପରିବର୍ତ୍ତିତ କଣ୍ଟେଣ୍ଟ୍‌ ପ୍ରସ୍ତୁତ କରିବା ଏବଂ ସେୟାର କରିବା ଅତ୍ୟନ୍ତ ଦାୟିତ୍ୱହୀନତା ଏବଂ ଗୋପନୀୟତାର ଉଲ୍ଲଂଘନ। ତେଣୁ ଏହି ମାମଲାକୁ ଗୁରୁତର ସହ ନେଇ ସେ ସାଇବର୍ କ୍ରାଇମ୍ ପୋଲିସ୍ ନିକଟରେ ଅଭିଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି।
ଫ୍ୟାନ୍‌ମାନଙ୍କୁ କଲେ ନିବେଦନ
ନିଜ ବିବୃତ୍ତିରେ ଅଭିନେତ୍ରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ଯେ ସେମାନେ ଏଭଳି ନକଲି ଫଟୋ କିମ୍ବା ଭିଡିଓଗୁଡ଼ିକୁ ସେୟାର୍ କରିବା କିମ୍ବା ସେଥିରେ ଏନ୍‌ଗେଜ୍ ହେବାରୁ ଦୂରେଇ ରୁହନ୍ତୁ। ଗତ କିଛି ଦିନ ହେବ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତ୍ରୀ ଏଭଳି ଡିପ୍‌ଫେକ୍ (Deepfake) ଟେକ୍ନୋଲୋଜିର ଶିକାର ହେଉଛନ୍ତି, ଯାହା ମଧ୍ୟରେ ରଶ୍ମିକା ମନ୍ଦାନା ଏବଂ ଆଲିଆ ଭଟ୍ଟ ମଧ୍ୟ ସାମିଲ୍ ଅଛନ୍ତି।
ରୁକ୍ମିଣୀ ବସନ୍ତଙ୍କ ଆଗାମୀ ପ୍ରୋଜେକ୍ଟ
କର୍ମକ୍ଷେତ୍ରରେ ଦେଖିବାକୁ ଗଲେ, ରୁକ୍ମିଣୀ ଗତ ବର୍ଷ ବ୍ଲକ୍‌ବଷ୍ଟର ଫିଲ୍ମ 'କାନ୍ତାରା: ଚାପ୍ଟର ୧' ରେ ନଜର ଆସିଥିଲେ ଯାହା ତାଙ୍କୁ ଲୋକପ୍ରିୟତା ଦେଇଥିଲା। ସେ ବର୍ତ୍ତମାନ ପାନ୍-ଇଣ୍ଡିଆ ଷ୍ଟାର୍ ଯଶ୍ଙ୍କ ସହ ଆଗାମୀ ଫିଲ୍ମ 'ଟକ୍ସିକ୍' (Toxic) ରେ ନଜର ଆସିବେ। ଏହା ବ୍ୟତୀତ ସେ ଜୁନିୟର୍ ଏନ୍‌ଟିଆର୍ଙ୍କ (Jr NTR) ଆଗାମୀ ଫିଲ୍ମ 'ଡ୍ରାଗନ୍' (Dragon) ରେ ମଧ୍ୟ ଏକ ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।
ସୋସିଆଲ ମିଡିଆରେ ଭାଇରାଲ ‘ମ୍ୟାନଗ୍ରୋଭ ମନଷ୍ଟର’ ଭିଡିଓର ସତ୍ୟତା; ଜାଣନ୍ତୁ କ’ଣ ଏହି ବିଚିତ୍ର ଜୀବ?
ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ (ପୂର୍ବରୁ ଟୁଇଟର) ଆଜି ସକାଳୁ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ୨୪ ସେକେଣ୍ଡର ଭିଡିଓରେ ଏକ ଅଦ୍ଭୁତ ଏବଂ ଭୟଙ୍କର ଜୀବକୁ ପାଣି ଭିତରୁ ବାହାରୁଥିବା ଦେଖିବାକୁ ମିଳୁଛି। ମାତ୍ର ୧୨ ଘଣ୍ଟା ମଧ୍ୟରେ ଏହି ଭିଡିଓକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଭିଡିଓରେ ଦେଖାଯାଉଥିବା ଜୀବଟିର ଶରୀର ସାପ ଭଳି ଲମ୍ବା ଏବଂ ଏଥିରେ କଣ୍ଟା ଭଳି ଅନେକ ଅଂଶ ରହିଛି। ତେବେ ଏହି ଭିଡିଓର ସତ୍ୟତା କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ।
Omg... what is that? 😳 pic.twitter.com/V6VnezsiaX
— Crazy Moments (@Crazymoments01) March 7, 2026
ଏହି ଭିଡିଓ ଭାଇରାଲ ହେବା ମାତ୍ରେ ଅନେକ ସଚେତନ ୟୁଜର୍ ଏହାର ସତ୍ୟତା ପଦାକୁ ଆଣିଥିଲେ। ଭିଡିଓଟି ବାସ୍ତବ ନୁହେଁ ବରଂ ଏହା ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ବା ଏଆଇ (AI) ଦ୍ୱାରା ପ୍ରସ୍ତୁତ କରାଯାଇଛି। ଅନେକ ଲୋକ ଏହାକୁ ‘AI Slop’ ବୋଲି କହିଥିବାବେଳେ କିଛି ଲୋକ ଏହାକୁ ଭିଡିଓ ଗେମ୍‌ର କାଳ୍ପନିକ ଜୀବ ସହ ତୁଳନା କରିଛନ୍ତି। ଏପରିକି ‘ଏକ୍ସ’ର ନିଜସ୍ୱ ଏଆଇ ‘ଗ୍ରୋକ୍’ ମଧ୍ୟ ଏହାକୁ ଏକ କାଳ୍ପନିକ ଡିଜିଟାଲ୍ ସୃଷ୍ଟି ବୋଲି ଚିହ୍ନଟ କରିଛି।
ଏଆଇ ଡିପଫେକ୍‌ର ବଢୁଥିବା ବିପଦ
ବିଶେଷଜ୍ଞମାନଙ୍କ ମତରେ, ୨୦୨୫ ଶେଷ ଭାଗରୁ ଏଭଳି ନକଲି ବନ୍ୟଜନ୍ତୁ ଭିଡିଓର ପ୍ରଚାର ବୃଦ୍ଧି ପାଇଛି। ଏହା କେବଳ ମନୋରଞ୍ଜନ ପାଇଁ ନୁହେଁ, ବରଂ ଲୋକଙ୍କ ମନରେ ଭୟ ସୃଷ୍ଟି କରିବା ଏବଂ ଭୁଲ୍ ସୂଚନା ପ୍ରସାର କରିବା ପାଇଁ ବ୍ୟବହାର କରାଯାଉଛି। ଏହି ଭିଡିଓରେ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ତାରିଖର ଉଲ୍ଲେଖ ନାହିଁ ଏବଂ ଜୀବଟିର ଚଳପ୍ରଚଳ ସ୍ୱାଭାବିକ ନୁହେଁ, ଯାହା ଏହା ଏକ ଏଆଇ ଜେନେରେଟେଡ୍ ଭିଡିଓ ବୋଲି ପ୍ରମାଣିତ କରୁଛି।
ବୈଜ୍ଞାନିକମାନେ କ’ଣ କହୁଛନ୍ତି?
ସାମୁଦ୍ରିକ ଜୀବ ବିଜ୍ଞାନୀଙ୍କ ଅନୁଯାୟୀ, ମ୍ୟାନଗ୍ରୋଭ କିମ୍ବା ହେନ୍ତାଳ ବଣ ପରିବେଶରେ ଏଭଳି କୌଣସି ଜୀବର ଅସ୍ତିତ୍ୱ ନାହିଁ। ବାସ୍ତବରେ ମ୍ୟାନଗ୍ରୋଭରେ ମଡସ୍କିପର୍ କିମ୍ବା ଷ୍ଟୋନ୍‌ଫିସ୍ ଭଳି ଜୀବ ରହିଥାନ୍ତି, କିନ୍ତୁ ଭିଡିଓରେ ଦେଖାଯାଉଥିବା ଜୀବ ସମ୍ପୂର୍ଣ୍ଣ କାଳ୍ପନିକ। ତେଣୁ ଏଭଳି ଭିଡିଓ ଦେଖି ଭୟଭୀତ ନହୋଇ ଏହାର ସତ୍ୟତା ଯାଞ୍ଚ କରିବା ଜରୁରୀ।
ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର
ନୂଆଦିଲ୍ଲୀ: ଡିପ ଫେକ୍‌ ଭିଡିଓର ଶିକାର ହେଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବା ଫେକ୍‌ ଭିଡିଓକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସଚିନ ତେନ୍ଦୁଲକର।ସେଲିବ୍ରିଟିଙ୍କ ପିଛା ଛାଡ଼ୁନି ଡିପ ଫେକ୍‌ ସମସ୍ୟା। ଏଆଇ ସାହାଯ୍ୟରେ ଗତ କିଛି ମାସ ହେବ ବହୁ ସେଲିବ୍ରିଟି ଏହି ନକଲି ଭିଡିଓର ସାମ୍ନା କରିଥିବାବେଳେ ଏହି କ୍ରମରେ ଏବେ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।
ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ସଚିନ୍‌ ଏକ ଗେମିଂ ଆପ୍‌ ସ୍କାଏୱାର୍ଡ ଆଭିଏଟର କ୍ୱେଷ୍ଟର ପ୍ରମୋସନ କରୁଛନ୍ତି। ଆଉ ତାଙ୍କ ଝିଅ ସାରା ତେନ୍ଦୁଲକର ପ୍ରତିଦିନ କିଭଳି ଏହି ଗେମିଂ ଆପ୍‌ ଜରିଆରେ ଆର୍ଥିକ ଲାଭ ଉଠାଉଛନ୍ତି ସେନେଇ ମଧ୍ୟ କହୁଥିବା ଦେଖିବାକୁ ମିଳିଛି। ଏଆଇ ଜରିଆରେ ସଚିନଙ୍କ ଭିଡିଓକୁ ବ୍ୟବହାର କରାଯାଇ ଭିଡିଓ ଡବିଂ କରି ଏଡିଟ୍‌ କରାଯାଇଥିବା ଜଣାପଡ଼ିଛି। ଏହି ଭିଡିଓରେ ଲୋକେ ବିଭିନ୍ନ କମେଣ୍ଟ ମାନ ଦେଇଥିବା ଦେଖିବାକୁ ମିଳିଛି।
ଏହି ଡିପ ଫେକ୍‌ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ସଚିନ ତେନ୍ଦୁଲକର। ସଚିନ ନିଜର ସୋସିଆଲ ମିଡିଆ ସାଇଟ୍‌ ଏକ୍ସରେ ଲେଖିଛନ୍ତି- ଭାଇରାଲ ହେଉଥିବା ଏହି ଭିଡିଓ ଫେକ୍‌ ଅଟେ। ଟେକ୍ନୋଲୋଜିର ଅପବ୍ୟବହାର କରାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓ ସମ୍ପୂର୍ଣ୍ଣ ଭାବେ ଭୁଲ ଅଟେ। ତେଣୁ ସମସ୍ତଙ୍କୁ ଅନୁରୋଧ ଏହି ଆପ ଏବଂ ଏହି ଭିଡିଓର ପ୍ରଚାରକୁ ରିପୋର୍ଟ କରନ୍ତୁ। ଏବଂ ଯିଏ ଏଭଳି ଭିଡିଓ କରିଛନ୍ତି ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍‌।
ତେବେ ଏହା ପୂର୍ବରୁ ବଡ଼ ବଡ଼ ସେଲିବ୍ରିଟି ମାନେ ମଧ୍ୟ ଏହି ଡିପ ଫେକ୍‌ ର ଶିକାର ହୋଇଥିବା ଦେଖିବାକୁ ମିଳିଥିଲା। ନିକଟରେ ଅଭିନେତ୍ରୀ ରଶ୍ମିକା ମାନ୍ଦନାଙ୍କ ଭିଡିଓ ଭାଇରାଲ ହୋଇଥିବାବେଳେ ଏହାକୁ ନେଇ ଖୁବ୍‌ ଚର୍ଚ୍ଚା ମଧ୍ୟ ହୋଇଥିଲା। ଟିମ୍‌ ଇଣ୍ଡିଆର କ୍ରିକେଟର ଶୁଭମନ ଗିଲ୍‌, ଅଭିନେତ୍ରୀ କାଜଲ,ଆଲିଆ ଭଟ୍ଟ, କ୍ୟାଟ୍ରିନା କ୍ୟାଫ୍‌, ସାରା ତେନ୍ଦୁଲକର ଙ୍କର ମଧ୍ୟ ଡିପ ଫେକ୍‌ ଭିଡିଓ ସାମ୍ନାକୁ ଆସିଥିଲା।
ଭୁବନେଶ୍ବର: ସୁନ୍ଦରୀ ରଶ୍ମିକା ଆଉ ସାରାଙ୍କ ପରେ ‘ଡ଼ିପ୍ ଫେକ’ର ଶିକାର ହେଲେ ଦୌଡ଼ରାଣୀ ଦୂତି ଚାନ୍ଦ । ନିକଟରେ ଦୂତି ଏକ ଫଟୋ ସୋସିଆଲ ମିଡିଆ ‘ଏକ୍ସ’ରେ  ପୋଷ୍ଟ କରିଥିଲେ। ଯାହାର ସମାନ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୂତି ଚାନ୍ଦଙ୍କ ସ୍ଥାନରେ ତାମିଲର ଜଣେ ହିରୋଇନ କାଶ୍ମିରା ପରେଦେଶୀଙ୍କ ଫଟୋ ଭାଇରାଲ ହେଉଛି। ତେବେ ଡିପ ଫେକକୁ ନେଇ ଦୌଡ଼ରାଣୀ ଦୂତି ଚାନ୍ଦ କିିଛି ସୂଚନା ଦେଇ ନ ଥିବା ବେଳେ ଏହି ଫୋଟଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।
ଡିପ ଫେକକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିପ ଫେକଏପରି ଏକ ଟେକନୋଲୋଜି, ଯେଉଁଥିରେ ଭିଡ଼ିଓ କିମ୍ବା ଫଟୋ ଏକଦମ ଅସଲି ଲାଗିଥାଏ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା  ଏଆଇ ଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଏଭଳି ଭିଡ଼ିଓରେ ଅସଲି ଓ ନକଲି ମଧ୍ୟରେ ତଫାତ ଜାଣିବା ନିହାତି କଷ୍ଟକର ବ୍ୟାପାର । ତେବେ ଏହା ଅସମ୍ଭବ ନୁହେଁ । ଏହି ଟେକ୍ନୋଲୋଜି ଦ୍ୱାରା ସ୍ୱର ମିଶା ଯାଇ ପାରୁଛି । ଦୁଇଟି ଶରୀର ମଧ୍ୟରେ ତାରତମ୍ୟ ଜାଣି ହେଉନାହିଁ । ଏନକୋଡର ଓ ଡିକୋଡରର ମିଶ୍ରଣରେ ତିଆରି ହୁଏ ଡିପ ଫେକ ଭିଡ଼ିଓ । ଜେନେରେଟିଭ ଆଡଭର୍ସିଆଲ ନେଟୱର୍କ ଦ୍ୱାରା ଉଭୟକୁ ମିଶ୍ରଣ କରାଯାଏ । ଏନକୋଡର ନେଟୱର୍କରେ ଅସଲି ଭିଡ଼ିଓର ଚେହେରାକୁ ଅନୁଶୀଳନ କରାଯାଇ, ଡିକୋଡରକୁ ତଥ୍ୟ ପ୍ରଦାନ କରେ । ସେହି ତଥ୍ୟ ଆଧାରରେ ଭିଡ଼ିଓ ପ୍ରସ୍ତୁତ କରାଯାଏ ।
ନିକଟରେ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତିନିଧି ମାନଙ୍କ ସହ ଏକ ବୈଠକ କରିଥିଲେ। କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ସୂଚନା ଦେଇ କହିଥିଲେ ଯେ, ଡିପ୍‌ଫେକ୍‌ କଣ୍ଟେଣ୍ଟ୍‌’ ଉପରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଲାଗି ଏହି ଅଫିସର୍‌ ନିଯୁକ୍ତ ହେବେ।  ‘ଏମ୍‌ଇଆଇଟିୱାଇ’ ଓ ଭାରତ ସରକାର ଜଣେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ମନୋନୀତ କରି ନିଯୁକ୍ତି ଦେବେ। ସେ ଅଫିସର୍‌ ଏକ ପ୍ଲାଟ୍‌ଫର୍ମ ପ୍ରସ୍ତୁତି କରିବେ, ଯେଉଁଥିରେ ସାମାଜିକ ଗଣମାଧ୍ୟମ ସବୁ ଉଲ୍ଲଂଘନ କରୁଥିବା ଆଇନ ବିଷୟରେ ନାଗରିକମାନେ ସହଜରେ ଅଭିଯୋଗ କରି ଭାରତ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିପାରିବେ। ସେହି ସୂଚନା ଆଧାରରେ ‘ରୁଲ୍‌ ସେଭେନ୍‌ ଅଫିସର୍‌’ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।
‘ଡିପଫେକ୍’ ଭିଡ଼ିଓ ନେଇ ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ, କହିଲେ- ଭାରତ ପାଇଁ ସବୁଠାରୁ ବଡ ବିପଦ
ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। କୃତ୍ରିମ ବୁଦ୍ଧିମତା ବା ଏଆଇ ଜରିଆରେ ଏବେ ବିଭିନ୍ନ ସେଲିବ୍ରେଟିଙ୍କ ଡିପଫେକ ଫଟୋ ଏବଂ ଭିଡିଓ ପ୍ରସ୍ତୁତ କରାଯାଉଛି। ପ୍ରତିଷ୍ଠ ଲୋକଙ୍କ ଫଟୋ ଏବଂ ଭିଡିଓକୁ ବିକୃତ ଭାବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିନ୍ତା ପ୍ରକଟ କରିଛନ୍ତି। କାରଣ ମୋଦୀ ମଧ୍ୟ ଏହି ଡିପଫେକ୍‌ରୁ ବର୍ତ୍ତି ନାହାନ୍ତି।
ବିଜେପିର ଦୀପାବଳି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଗୀତ ଗାଉଥିବା ବେଳର ଦୃଶ୍ୟକୁ ଭାଇରାଲ କରାଯାଇଥିଲା। ଏଆଇ ଦ୍ୱାରା ଏପରି ଡିପଫେକ୍‌ ବିଷୟବସ୍ତୁ ସବୁ ପ୍ରସ୍ତୁତ କରାଯାଉଛି। ଡିପଫେକ୍‌ ଏବେ ନୂଆ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ଏହାକୁ ନେଇ ଗଭୀର ଚିନ୍ତାପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏଭଳି ଟେକ୍ନୋଲୋଜି ସମାଜରେ ଅରାଜକତା ସୃଷ୍ଟି କରିପାରେ।
ମୋଦୀ କହିଛନ୍ତି, “ନିକଟରେ ମୁଁ ଏମିତି ଗୋଟିଏ ଭିଡିଓକୁ ଦେଖିଛି ଯେଉଁଥିରେ ମୁଁ ଗରବା ଗୀତ ଗାଉଛି। ଏପରି ଅନେକ ଭିଡିଓ ସୋଶାଲ ମିଡିଆରେ ରହିଛି। ମୋତେ ଭଲ ପାଉଥିବା ଲୋକମାନେ ଏହାକୁ ଶେୟାର ମଧ୍ୟ କରିଥିଲେ। ସମସ୍ତେ ଭାବୁଥିଲେ ଯେ ମୁଁ ଗୀତ ଗାଇଛି। କିନ୍ତୁ ବାସ୍ତବରେ ଏହା ଡିପଫେକ ବିଷୟବସ୍ତୁ। ଡିପଫେକର ବିପଦ ଦିନକୁ ଦିନ ଘନେଇବାରେ ଲାଗିଛି। ଏହା ଆମ ସମସ୍ତଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିବ। ଡିପଫେକ ବିଷୟବସ୍ତୁ ତିଆରି କରିବା ପାଇଁ ଏଆଇର ବ୍ୟବହାର କରିବା ଅତ୍ୟନ୍ତ ସମସ୍ୟାଜନକ।”ମିଥ୍ୟା ତଥ୍ୟର ପ୍ରଚାର କିମ୍ବା ମନ୍ଦ ଉଦ୍ଦେଶ୍ୟ ରଖି ଡିପଫେକ ବିଷୟବସ୍ତୁ ପ୍ରସ୍ତୁତ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରୀ ମଧ୍ୟ  କହିଛନ୍ତି, ଇଣ୍ଟରନେଟରେ ଏହିପରି ଭିଡିଓ ପ୍ରସାରିତ ହେଲେ ଚାଟ୍‌ଜିପିଟି ଟିମକୁ ଲୋକଙ୍କୁ ଅବଗତ କରିବା ସହ ଚେତାବନୀ ଜାରି କରିବା ଦରକାର । ଗଣମାଧ୍ୟମ ଲୋକଙ୍କୁ ଏହି ପ୍ରସଙ୍ଗରେ ସଚେତନ କରିବା ଉଚିତ। ଏଭଳି ମାମଲାରେ ପୀଡିତମାନଙ୍କୁ ପୁଲିସ ନିକଟରେ ଅଭିଯୋଗ କରିବା ଏବଂ ‘ଆଇଟି ନିୟମ ଅନୁଯାୟୀ ଉପଲବ୍ଧ ଉପାୟର ଉପଯୋଗ କରିବାକୁ’ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ସପ୍ତାହରେ କହିଥିଲେ ଯେ ଭୁଲ ତଥ୍ୟ ପ୍ରସାରକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମର ‘ଆଇନଗତ ଦାୟିତ୍ୱ’।
ଡିପ୍ ଫେକ୍ ଭିଡ଼ିଓ ସେୟାର କରିବା ନେଇ ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି । ଏଭଳି ଭିଡ଼ିଓ ପ୍ରସ୍ତୁତ ଏବଂ ପ୍ରସାର କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାଛଡ଼ା ଏହି ଅପରାଧ ପାଇଁ ଏକ ଲକ୍ଷ ଟଙ୍କା ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ।
ନିକଟରେ ବଲିଉଡ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କ୍ୟାଟ୍ରିନା କୈଫ୍ ଓ କାଜୋଲଙ୍କ ଡିପ୍ ଫେକ୍ ଭିଡ଼ିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ଭିଡ଼ିଓ ବନାଉଥିବା ଲୋକଙ୍କୁ କଠୋର ଦଣ୍ତ ଦେବାକୁ ବିଗ୍ ବି ଅମିତାଭ ବଚ୍ଚନ ମଧ୍ୟ ଦାବି କରିଥିଲେ ।
‘ଡିପ୍‌ଫେକ୍’ ଆତଙ୍କ : AI ଦ୍ବାରା ପ୍ରସ୍ତୁତ ହେଉଛି ନକଲି ଭିଡିଓ, ଜାଣନ୍ତୁ କଣ ଏହି ଡିପ୍‌ଫେକ୍ ଟେକ୍ନୋଲୋଜି?
ନୂଆଦିଲ୍ଲୀ : ସମ୍ପ୍ରତି ଦେଶରେ ‘ଡିପ୍‌ଫେକ୍’ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଛି। ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ‘ଡିପ୍‌ଫେକ୍’ ଭିଡିଓ ଅନ୍‌ଲାଇନରେ ଭାଇରାଲ ହୋଇଥିଲା। ମନ୍ଧାନାଙ୍କ ବ୍ୟତୀତ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍, ସମେତ ଅନେକ ବଡ ବ୍ୟକ୍ତିତ୍ୱ ‘ଡିପ୍‌ଫେକ୍’ ଭିଡିଓର ଶିକାର ହୋଇଛନ୍ତି। ନିକଟରେ ରାଜନେତାମାନଙ୍କର ‘ଡିପ୍ଫେକ୍’ ଫଟୋ-ଭିଡିଓ ଭଳି ସମସ୍ୟାର ମୁକାବିଲା କରିବା ପାଇଁ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟେକ୍ନୋଲୋଜିକୁ ଉପଯୋଗ କରି ଏସବୁ ନକଲି ଭିଡିଓ ସବୁ ପ୍ରସ୍ତୁତ କରାଯାଉଛି। ତେବେ କିପରି ଆମେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟେକ୍ନୋଲୋଜି ମାଧ୍ୟମରେ ସୃଷ୍ଟି କରାଯାଇଥିବା ନକଲି ବିଷୟବସ୍ତୁଠାରୁ ନିଜକୁ ରକ୍ଷା କରିପାରିବା। ପ୍ରତିଦିନ ଆମେ କିଛି ନା କିଛି ‘ଡିପ୍‌ଫେକ୍’ କଣ୍ଟେଣ୍ଟ ଦେଖିବାକୁ ପାଇଥାଉ। ରଶ୍ମିକାଙ୍କ ବ୍ୟତୀତ ନିର୍ବାଚନ ସମୟରେ ତେଲେଙ୍ଗାନାରେ ମଧ୍ୟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଜରିଆରେ ‘ଡିପ୍‌ଫେକ୍’ ଭିଡିଓ ପ୍ରସ୍ତୁତ କରାଯାଇ ଭାଇରାଲ କରାଯାଇଛି।
‘ଡିପ୍‌ଫେକ୍’ ଟେକ୍ନୋଲୋଜି କ’ଣ ଏବଂ ଏହା ବିପଜ୍ଜନକ କାହିଁକି ?
ବାସ୍ତବରେ, ଡିପ୍‌ଫେକ୍’ ଟେକ୍ନୋଲୋଜି ମାଧ୍ୟମରେ ନକଲି ଫଟୋ, ଭିଡିଓ କିମ୍ବା ଅଡିଓ ଜଣେ ବ୍ୟକ୍ତିର ଚେହେରା, ସ୍ୱର ଇତ୍ୟାଦି ବ୍ୟବହାର କରି ସୃଷ୍ଟି କରାଯାଇଥାଏ। ଏହି ଟେକ୍ନୋଲୋଜି ପ୍ରାୟତଃ ନକଲି ଭିଡିଓ ପାଇଁ ବ୍ୟବହୃତ ହୁଏ। ଏକ ଭିଡିଓରେ ରଶ୍ମିକା ମନ୍ଦନାଙ୍କ ଚେହେରା ଦେଖାଯାଇଛି ଯେଉଁଥିରେ ତାହାକୁ ଟ୍ୟାମ୍ପରିଂ କରାଯାଇଛି। ଏହି କାରଣରୁ, ‘ଡିପ୍‌ଫେକ୍’ ବିଷୟରେ ବିତର୍କ ପୁଣି ଜୋରଧରିଛି।
‘ଡିପ୍‌ଫେକ୍’ରେ ଫଟୋ-ଭିଡିଓର ମୂଳ ବ୍ୟକ୍ତିଙ୍କ ସ୍ଥାନରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଫିଟ୍ କରି ରଖିଦିଆଯାଉଛି। ଡିପ୍‌ଫେକ୍ ଭିଡିଓଗୁଡିକ ସମ୍ପୂର୍ଣ୍ଣ ବାସ୍ତବ ଦେଖାଯାଇଥାଏ। ଯେଉଁମାନେ ‘ଡିପ୍‌ଫେକ୍’ ଭିଡିଓ ତିଆରି କରିଥାନ୍ତି ସେମାନେ ମଧ୍ୟ ଅଡିଓରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି। ଏହାକୁ ନେଇ ଅନେକ ଲୋକ ଭ୍ରମରେ ପଡିଥାନ୍ତି। ‘ଡିପ୍‌ଫେକ୍’ ଭିଡିଓ ଘଟଣା ବଢ଼ିବାରେ ଲାଗିଥିବା ଯୋଗୁ ସରକାର ମଧ୍ୟ ଏହାକୁ ନେଇ ବେଶ ଚିନ୍ତିତ। ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମ, ୨୦୦୦ ଅନୁଯାୟୀ ଏଭଳି ମାମଲାକୁ ରୋକିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହାବାଦ୍ ‘ଡିପ୍‌ଫେକ୍’ ଭିଡିଓ ଚିହ୍ନଟ କରିବା ଏକ କଷ୍ଟକର କାର୍ଯ୍ୟ । ଏହାର ଶିକାର ହେବାକୁ ଏଡ଼ାଇବା ପାଇଁ, ସୋସିଆଲ ମିଡିଆରେ ଆପଣଙ୍କର ଫଟୋ କିମ୍ବା ଭିଡିଓ ସେୟାର କରିବାବେଳେ ଟିକିଏ ସାବଧାନ ରୁହନ୍ତୁ। ଯଦି ଆପଣଙ୍କ ସହ ‘ଡିପ୍‌ଫେକ୍’ ଭଳି କିଛି ଘଟଣା ଘଟେ, ତେବେଜଣେ ତୁରନ୍ତ ପୁଲିସ କିମ୍ବା ସାଇବର ସେଲରେ ଅଭିଯୋଗ କରିପାରିବେ।
ଭୁଲ ସୂଚନା ପ୍ରସାରଣ ରୋକିବା ଅନ୍ଲାଇନ୍ ପ୍ଲାଟଫର୍ମ ପାଇଁ ଏକ ଆଇନଗତ ବାଧ୍ୟତା
ଭୁଲ ସୂଚନା ଏବଂ ଡିପ୍ ଫେକ୍ ଦ୍ୱାରା ସୃଷ୍ଟି ହେଉଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ (ଏମଇଆଇଟିଆଇ) ଗତ ଛଅ ମାସ ମଧ୍ୟରେ ଦ୍ୱିତୀୟ ମାର୍ଗଦର୍ଶିକା ଜାରି କରି ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଡିପ୍‌ଫେକ୍ ପ୍ରସାରଣ ଗ୍ରହଣ କରିବାକୁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ କହିଛି। ଡିପଫେକ୍ ଏକ ବଡ଼ ଉଲ୍ଲଂଘନ ଏବଂ ବିଶେଷ କରି ମହିଳାମାନଙ୍କୁ କ୍ଷତି ପହଞ୍ଚାଇଥାଏ। ସରକାର ସମସ୍ତ ନାଗରିକ, ବିଶେଷକରି ଏଭଳି ବିଷୟବସ୍ତୁ ଦ୍ୱାରା ଟାର୍ଗେଟ୍ ହେଉଥିବା ଆମର ଶିଶୁ ଓ ମହିଳାମାନଙ୍କ ସୁରକ୍ଷା ଓ ବିଶ୍ୱାସର ଦାୟିତ୍ୱକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଉଛନ୍ତି।
ସୂଚନା ପ୍ରଯୁକ୍ତି ବିଦ୍ୟା (ଆଇଟି) ନିୟମ, ୨୦୨୧ ଅନୁଯାୟୀ କୌଣସି ଉପଭୋକ୍ତାଙ୍କ ଦ୍ୱାରା ଭୁଲ ସୂଚନା ପ୍ରସାରଣକୁ ରୋକିବା ଅନଲାଇନ୍ ପ୍ଲାଟଫର୍ମ ପାଇଁ ଏକ ଆଇନଗତ ବାଧ୍ୟତା। ଉପଭୋକ୍ତା କିମ୍ବା ସରକାରୀ କର୍ତ୍ତୃପକ୍ଷଙ୍କଠାରୁ ରିପୋର୍ଟ ପାଇବା ପରେ ୩୬ ଘଣ୍ଟା ମଧ୍ୟରେ ଏଭଳି ବିଷୟବସ୍ତୁ ହଟାଇବାକୁ ବାଧ୍ୟତାମୂଳକ କରାଯାଇଛି। ଏହି ଆବଶ୍ୟକତାକୁ ପାଳନ କରିବାରେ ବିଫଳତା ନିୟମ ୭ ଲାଗୁ କରେ, ଯାହା ପୀଡ଼ିତ ବ୍ୟକ୍ତିମାନଙ୍କୁ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ବ୍ୟବସ୍ଥା ଅନୁଯାୟୀ ଅଦାଲତକୁ ନେବା ପାଇଁ କ୍ଷମତା ପ୍ରଦାନ କରେ। ଯେଉଁମାନେ ଡିପ୍‌ଫେକ୍ ଦ୍ୱାରା ପ୍ରଭାବିତ ହେଉଛନ୍ତି, ସେମାନେ ନିକଟସ୍ଥ ପୋଲିସ୍ ଷ୍ଟେସନରେ ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଦାଖଲ କରିବାକୁ କୁହାଯାଇଛି।