ODISHA BUDGET - The Sakala
ରାଜ୍ୟ ବଜେଟ୍ ୨୦୨୬-୨୭ରେ ୪୭,୮୦୦ କୋଟି ଟଙ୍କା ଋଣ କରିବେ ସରକାର
ଭୁବନେଶ୍ୱର: ବିଧାନସଭାରେ ମୁଖ୍ୟମନ୍ତ୍ରୀ ଗତକାଲି ଉପସ୍ଥାପନ କରିଛନ୍ତି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ । ଏଥିରେ ଅନେକ ନୂଆ ଯୋଜନା ପ୍ରଣୟନ କରିଛନ୍ତି, ବିଭିନ୍ନ କାର୍ଯ୍ୟକ୍ରମ ପ୍ରଚଳନ ପାଇଁ ପ୍ରସ୍ତାବ ରଖିଛନ୍ତି । ମାତ୍ର ଏହି ଯୋଜନା ଓ କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ପାଖରେ ଧନ ନାହିଁ । ରାଜ୍ୟ ସରକାରଙ୍କ ପ୍ରଶାସନିକ ଖର୍ଚ୍ଚ ଅର୍ଥାତ୍‌ ସରକାରୀ କର୍ମଚାରୀଙ୍କ ଦରମା, ପେନସନ ଓ ଅନ୍ୟାନ୍ୟ ବ୍ୟୟ ପାଇଁ ସରକାର ୧.୯୧ ଲକ୍ଷ କୋଟି ଟଙ୍କା ବରାଦ କରିଛନ୍ତି । ବିଡ଼ମ୍ବନା ହେଉଛି ଏତିକି ବ୍ୟୟ ପାଇଁ ସରକାରଙ୍କ ପାଖରେ ବି ଧନ ନାହିଁ । ନିଜସ୍ୱ ରାଜସ୍ୱ ଓ ଅଣରାଜସ୍ୱ ଆୟରୁ ମାତ୍ର ୧.୪୧ ଲକ୍ଷ କୋଟି ଆୟ ହୋଇପାରିବ ବୋଲି ସରକାର ଆକଳନ କରିଛନ୍ତି । ଅନୁରୂପ ଭାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଅନୁଦାନ ବାବଦରେ ସରକାର ୪୦୦୩୯ କୋଟି ଟଙ୍କା ଓ ଟିକସ ଅଂଶ ଭାବରେ ୬୭୪୬୦ କୋଟି ଟଙ୍କା ମିଳିିବ । ତେଣୁ ସବୁ ମିଶାଣ ଫେଡ଼ାଣ ପରେ ବଜେଟ ନିଅଣ୍ଟ ପ୍ରାୟ ୬୦ ହଜାର କୋଟି ଟଙ୍କା ହେବ ଏବଂ ଏହି ଅର୍ଥକୁ ଋଣ ଓ ଅନ୍ୟାନ୍ୟ ସୂତ୍ରରୁ ଭରଣା କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଆସନ୍ତା ଆର୍ଥିକ ବର୍ଷରେ ସରକାର ଖୋଲାବଜାର ଓ ଅନ୍ୟାନ୍ୟ ସୂତ୍ରରୁ ୪୭୮୦୦ କୋଟି ଟଙ୍କା ଋଣ କରିବେ ବୋଲି ବଜେଟ୍‌ ପୁସ୍ତିକାରେ ସୂଚନା ଦିଆଯାଇଛି । ସେହିପରି ପ୍ରୋଭିଡେ଼ଣ୍ଟ ଫଣ୍ଡ ଓ ଅନ୍ୟାନ୍ୟ ସୂତ୍ରରୁ ୧୩୦୦୦ କୋଟି ଟଙ୍କା ସରକାର ଆହରଣ କରିବେ । ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଆଗାମୀ ବର୍ଷ ନିଜସ୍ୱ ସୂତ୍ରରୁ ୭୦ ହଜାର କୋଟି ଟଙ୍କା ରାଜସ୍ୱ ପାଇବେ । ସେହିପରି ଅଣରାଜସ୍ୱ ସୂତ୍ରରୁ ୭୧ ହଜାର କୋଟି ଟଙ୍କା, କେନ୍ଦ୍ରୀୟ ଟିକସ ଅଂଶ ଓ କେନ୍ଦ୍ରୀୟଅନୁଦାନ ବାବଦରେ୧ଲକ୍ଷ ୭ ହଜାର କୋଟି ଟଙ୍କା ପାଇବେ ବୋଲି ଆକଳନ କରିଛନ୍ତି । ଏହାବ୍ୟତୀତ ଅଗ୍ରୀମ ସୂତ୍ରରୁ ୭୦୦ କୋଟି ଟଙ୍କା ପାଇବେ ବୋଲି ହିସାବ ରଖିଛନ୍ତି ।
୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା । ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ଭାର ଥିଲା ୯୪ ହଜାର କୋଟି।  ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ୨୦୨୪-୨୫ ଆର୍ଥିକ ବର୍ଷରେ ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ବ୍ୟବସ୍ଥା କରିଥିଲେ। ଆଗାମୀ ଆର୍ଥିକ ବର୍ଷ ପାଇଁ ୪୮୭୦୦ କୋଟି ଟଙ୍କା ଋଣ କରିବାକୁ ବଜେଟରେ ସରକାର ଯୋଜନା କରିଛନ୍ତି ।  ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି।
ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ  ପ୍ରକାଶ କରିଛନ୍ତି  । ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ପୁଣି ୨୦୦୦ ମସିହା ପୂର୍ବକୁ ଫେରିଯିବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରୁଛନ୍ତି । ହାତରେ ଧନ ନ ଥାଇ ପୁଅ ବାହାଘରକୁ ମନ କରିବା ପରି ଆବଶ୍ୟକ ଆୟ ସାଧନ ନ ଥିବା ସତ୍ତେ୍ୱ ସରକାର ମାଳମାଳ ଯୋଜନା କରି ଚାଲିଛନ୍ତି ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି ।
ରାଜ୍ୟ ବଜେଟ୍‌ ୨୦୨୬-୨୭: କେଉଁ ବିଭାଗ ପାଇଁ କେତେ ଟଙ୍କାର ବ୍ୟୟବରାଦ ହେଲା, ଜାଣନ୍ତୁ…
ଭୁବନେଶ୍ୱର: ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୨୦୨୬-୨୭ ବର୍ଷ ପାଇଁ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ବଜେଟ ଆକାରରେ ୬.୯ ପ୍ରତିଶତ ବୃଦ୍ଧି କରାଯାଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।
ଚଳିତ ବଜେଟ୍‌ରେ କେଉଁ ବିଭାଗକୁ ମିଳିଲା କେତେ କୋଟି ଟଙ୍କା:
ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ବ୍ୟୟବରାଦ
ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନାର ଶୁଭାରମ୍ଭ
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନକୁ ୫ ହଜାର ୮ କୋଟି
ରାଜ୍ୟରେ ସମୃଦ୍ଧ ଅଙ୍ଗନବାଡ଼ି ଯୋଜନାକୁ ୬୩୫ କୋଟି
ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୮୮ କୋଟି
ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାକୁ ୬୩୦୯ କୋଟି
ଶ୍ରୀଅନ୍ନ ଯୋଜନା ପାଇଁ ୪୦୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ସ୍ମାର୍ଟ ଯୋଜନାକୁ ୧୦୦ କୋଟି
ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ପାଇଁ ୫୦୦ କୋଟି
ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୧୦୧୦ କୋଟି
ଅମୃତ ପ୍ରକଳ୍ପ ଯୋଜନାକୁ ୯୧୬ କୋଟି
ଫିଟ୍ ଓଡ଼ିଶା ମିଶନକୁ ୧୦ କୋଟି ଟଙ୍କା
ପଶ୍ଚିମ ଓଡ଼ିଶା ଡାଲଖାଇ ଯୋଜନା ପାଇଁ ୨୨୦ କୋଟି ଟଙ୍କା
ବାରିପଦାରେ ଛଉ ଏକାଡେମୀ ପ୍ରତିଷ୍ଠାକୁ ଗୁରୁତ୍ବ
ସୁଜଳା ଯୋଜନାକୁ ୮୨୦ କୋଟି ଟଙ୍କା
ମୁଖ୍ୟମନ୍ତ୍ରୀ ପୋଷଣ ଶକ୍ତି ଯୋଜନାକୁ ୭୩୨ କୋଟି
ବଜେଟରେ ସରକାରଙ୍କ ୧୬ଟି ନୂଆ ଯୋଜନା
1. ଭିବି ଜି ରାମ ଜି – ୫୫୭୫ କୋଟି
2. ସମୃଦ୍ଧ ଅଙ୍ଗନବାଡି ଯୋଜନା - ୬୩୫ କୋଟି
3. ମଡେଲ ମଣ୍ଡି – ୧୦୦ କୋଟି
4. ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
5. ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ – ୧୦୦ କୋଟି
6. ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ – ୨୪୦ କୋଟି
7. ରେଆର ଆର୍ଥ କରିଡ଼ର - ୧୦ କୋଟି
8. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
9. ବିଛିନ୍ନ ଅଂଚଳକୁ ଯୋଗାଯୋଗ – ୧୦୦୦ କୋଟି
10. ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
11. ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ)
12. ଷ୍ଟେଟ ଏଆଇ ମିଶନ - ୨୩ କୋଟି
13. ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ - ୧୫୦ କୋଟି
14. ଡାଲଖାଇ – ୨୨୦ କୋଟି
15. ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
16. ଫିଟ୍ ଓଡ଼ିଶା ମିଶନ - ୧୦ କୋଟି
ବିଧାନସଭାରେ ରାଜ୍ୟ ବଜେଟ ୨୦୨୬-୨୭ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ, ବଜେଟ୍ ଆକାର ୩ଲକ୍ଷ ୧୦ହଜାର କୋଟି
ଭୁବନେଶ୍ୱର: ଏଥର ୩ ଲକ୍ଷ ୧୦ ହଜାର କୋଟିର ଓଡ଼ିଶା ବଜେଟ୍ । ବିଧାନସଭାରେ ରାଜ୍ୟ ବଜେଟ ୨୦୨୬-୨୭ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟ ସରକାର ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଗତବର୍ଷ ତୁଳନାରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି । ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା ହୋଇଛି। ପଞ୍ଚାୟତିରାଜ ବିଭାଗ ପାଇଁ ୩୪ ହଜାର ୧୧୪.୧୪ କୋଟି ଏବଂ ୧୦୦ଟି ମଡେଲ ମଣ୍ଡି ପାଇଁ ବ୍ୟବସ୍ଥା ହୋଇଛି।
ବଜେଟରେ VB-G RAM G ପାଇଁ ୫୫୭୫ କୋଟି ଟଙ୍କା , ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି -୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି ,ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି , ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା ,ରାଜ୍ୟ AI ମିଶନ ପାଇଁ ୨୩ କୋଟି  ଓ ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି , ଶ୍ରୀଜଗନ୍ନାଥ ମନ୍ଦିର ପାଇଁ 'ସମର୍ପଣ' ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି , ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ ହୋଇଛି ।
ବଢ଼ିଲା କରଜ: ୨୪ ବର୍ଷରେ ଯେତିକି, ମାତ୍ର ୯ ମାସରେ ସେତିକିି ଋଣ
ଭୁବନେଶ୍ୱର: ୨୪ ବର୍ଷରେ ବିଜେଡି ସରକାର ଯାହା କରି ପାରି ନ ଥିଲା, ତାହା ୯ ମାସରେ ହୋଇ ପାରିଛି ବୋଲି ବିଜେପି ନେତା, ସରକାରଙ୍କ ମନ୍ତ୍ରୀମାନେ କହୁଥିବା କଥା ବାସ୍ତବତଃ ସତ୍ୟରେ ପରିଣତ ହୋଇଛି। ୨୦୨୪ରେ ବିଜେଡି ସରକାର ଛାଡ଼ିବା ବେଳେ ରାଜ୍ୟର ଋଣ ୯୪ ହଜାର କୋଟିରେ ପହଞ୍ଚିଥିଲା। ମାତ୍ର ବିଜେପି ସରକାର ୯ ମାସରେ ୯୦ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୪-୨୫ ଆର୍ଥିକ ବର୍ଷରେ ସରକାର ୪୩ ହଜାର କୋଟି ଟଙ୍କା ଋଣ କରିବାକୁ ନିଷ୍ପତ୍ତି ନେଇଥିଲେ ଓ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭ ହଜାର କୋଟି ଋଣ କରିବାକୁ ବଜେଟରେ ଲକ୍ଷ୍ୟ ରଖିଛନ୍ତି। ଏକପକ୍ଷରେ ରାଜସ୍ୱ ଆୟ ବୃଦ୍ଧି ପାଉ ନ ଥିବା ସମୟରେ ଋଣଭାର ବୃଦ୍ଧି ରାଜ୍ୟ ଉପରେ ବୋଝ ହେବାକୁ ଯାଉଛି। ଗତ ଆର୍ଥିକ ବର୍ଷ ଶେଷ ବେଳକୁ ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ୨୦ ହଜାର ଥିବାବେଳେ ୯ ମାସରେ ଏହା ବୃଦ୍ଧି ପାଇ ୨୮ ହଜାରରେ ପହଞ୍ଚିଛି ଓ ଆଗାମୀ ଆର୍ଥିକ ବର୍ଷ ଶେଷ ବେଳକୁ ଏହା ୩୫ ହଜାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି।
୨୦୦୦ ମସିହାରେ ବିଜେଡି ସରକାର କ୍ଷମତାକୁ ଆସିବା ସମୟରେ ଓଡିଶାର ଋଣ ଭାର ୧୮ ହଜାର କୋଟି ଟଙ୍କା ଥିଲା। ୨୪ ବର୍ଷ ଭିତରେ ସରକାର ୭୮ ହଜାର କୋଟି ଟଙ୍କା ଋଣ କରିଥିଲେ। ମାତ୍ର ରାଜ୍ୟରେ ଡବଲ ଇଞ୍ଜିନ୍‌ ସରକାର କ୍ଷମତାକୁ ଆସିବାର ୯ ମାସ ଭିତରେ ଆଉ ୯୦ ହଜାର କୋଟି ଟଙ୍କା ଋଣ କରିବାକୁ ଯୋଜନା କରି ସାରିଲେଣି। ଦେଶରେ ଅଧିକାଂଶ ବିଜେପି ଶାସିତ ରାଜ୍ୟରେ ଋଣ ଭାର ଓ ମୁଣ୍ଡ ପିଛା ଋଣ ଯଥେଷ୍ଟ ଅଧିକ ରହିଥିବା ବେଳେ ଓଡିଶା ଏବେ ସେହି ଦିଗରେ ଅଗ୍ରସର ହେଉଛି। ୨୦୦୦ ମସିହାରେ ସରକାରୀ ଟ୍ରେଜେରୀ ଖାଲି ଥିବାରୁ ସରକାର ଋଣ ଉପରେ ଭରସା କରିଥିଲେ; କିନ୍ତୁ ପ୍ରତି ବର୍ଷ ବଜେଟରେ ଋଣ ପରିଶୋଧ ଉପରେ ଗୁରୁତ୍ୱ ଦିଆଯାଇ ଥିଲା। ଏଥିସହ ବିତ୍ତୀୟ ପରିଚାଳନା ମଧ୍ୟ ସମାନ ଆଭିମୁଖ୍ୟ ନେଇ ଚାଲିଥିଲା। ପରିଣାମସ୍ୱରୂପ ରାଜ୍ୟର ଋଣ ଭାର ୧୨୯୩୫୬ କୋଟି ଟଙ୍କାରୁ ହ୍ରାସ ପାଇ ୯୬୩୧୦ କୋଟି ଟଙ୍କାରେ ପହଞ୍ଚିଥିଲା। ବିଜେପି ସରକାରଙ୍କ ଆଗାମୀ ଆର୍ଥିକ ବର୍ଷରେ ବି ପୁଣି ଋଣ କରିବାକୁ ଯୋଜନା କରିଛନ୍ତି। ୨୦୨୪-୨୫ରେ ସରକାରୀ ଋଣ ପରିମାଣ ୪୩୪୯୫ କୋଟି ଟଙ୍କା ଥିବା ବେଳେ ୨୦୨୫-୨୬ ଆର୍ଥିକ ବର୍ଷରେ ୪୭୪୦୦ କୋଟି ଟଙ୍କା ଋଣ ଲକ୍ଷ୍ୟ ରହିଛି।
ଅର୍ଥନୀତି ବିଶାରଦମାନେ ରାଜ୍ୟ ସରକାରଙ୍କ ଏପରି କାର୍ଯ୍ୟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଯଦି ସରକାର ବଜେଟ ପାଣ୍ଠି ଭଲ ଭାବେ ବ୍ୟୟ କରୁଛନ୍ତି ଏବଂ ତା ସହିତ ଋଣ କରୁଛନ୍ତି ତା ହେଲେ ବିକାଶ ତ୍ୱରାନ୍ୱିତ ହେବ। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ବଜେଟ ବ୍ୟୟ ନୈରାଶ୍ୟଜନକ ରହିଥିବା ବେଳେ ପୂର୍ବାପେକ୍ଷା ଅଧିକ ଋଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବିତ୍ତୀୟ ପରିଚାଳନାରେ ସମଗ୍ର ଦେଶରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ଆସୁଥିବା ଓଡିଶା ଏବେ ପଛକୁ ହଟିବା ଆରମ୍ଭ କରିବ। ସୁଭଦ୍ରା ଯୋଜନାରେ ବର୍ଷିକୁ ୧୦ ହଜାର କୋଟି ଟଙ୍କା ବଣ୍ଟା ଯାଉଥିବା ବେଳେ ଦୁଇ ବର୍ଗର ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଲେଖାଏଁ ଭତ୍ତା ଏବଂ ଚାଷୀଙ୍କୁ ଇନ୍‌ପୁଟ୍‌ ସବ୍‌ସିଡି ବାବଦରେ ବିପୁଳ ଅର୍ଥ ଖର୍ଚ୍ଚ ହେଉଛି। ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ମଧ୍ୟ ବହୁ ନକାରାତ୍ମକ ଦିଗକୁ ଇଙ୍ଗିତ କରାଯାଇଛି। ଶିଳ୍ପ, କୃଷି, ସେବା କ୍ଷେତ୍ର, ନିଯୁକ୍ତିରେ ଅଗ୍ରଗତି ନଥିବା ବେଳେ ବିତ୍ତୀୟ ନିଅଣ୍ଟ ଆହ୍ୱାନ ସୃଷ୍ଟି କରିଛି।
ଆଜି ବିଧାନସଭାରେ ଉପସ୍ଥାପିତ ହେବ ବ୍ୟୟମଞ୍ଜୁରୀ ବିଧେୟକ
ଭୁବନେଶ୍ୱର: ଚଳିତ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆଗତ ବଜେଟ ଉପରେ ଆଜି ଗୃହରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହେବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଧେୟକ ଆଗତ କରିବେ। ଏଥିସହିତ ଆଜି ମୁଖ୍ୟମନ୍ତ୍ରୀ ଗୃହରେ କେତେକ ଦସ୍ତାବିଜ୍‌ ଏବଂ ରିପୋର୍ଟ ମଧ୍ୟ ଉପସ୍ଥାପନ କରିବେ। ସୂଚନାଯୋଗ୍ୟ ଯେ ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ବ୍ୟୟମଞ୍ଜୁରୀ ବିଧେୟକ ଗୃହରେ ସମ୍ମତି ଲାଭ କରିବା ପରେ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟକୁ ଅନୁମୋଦନ ମିଳିବ। ଆଜିକୁ ମିଶାଇ ବଜେଟ ଅଧିବେଶନ ସରିବାକୁ ଆଉ ୪ଟି କାର୍ଯ୍ୟଦିବସ ରହିଛି। ଅପରପକ୍ଷେ ୩ ଦିନର ଛୁଟି ପରେ ଆଜି ଆରମ୍ଭ ହେଉଥିବା ଅଧିବେଶନ ବିଭିନ୍ନ ପ୍ରସଙ୍ଗକୁ ନେଇ ବେଶ୍‌ ସରଗରମ୍‌ ରହିବ ବୋଲି ଅନୁମାନ କରାଯାଉଛି।
୨୨ରୁ ନୂଆ ସରକାରର ପ୍ରଥମ ବିଧାନସଭା ଅଧିବେଶନ, ୨୫ରେ ବଜେଟ୍
ଭୁବନେଶ୍ୱର: ନୂଆ ସରକାରର ପ୍ରଥମ ବିଧନାସଭା ଅଧିବେଶନ ଚଳିତ ମାସ ୨୨ ତାରିଖରୁ ଆରମ୍ଭ ହେବ। ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା ହେବ ଏବଂ ଏହା ପରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ୨୪ ତାରିଖରେ ଉପ-ବାଚସ୍ପତି ପଦ ପାଇଁ ନିର୍ବାଚନ ହେବ। ୨୫ ତାରିଖ ଦିନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସରକାର ବଜେଟ ଉପସ୍ଥାପନ କରିବେ। ୨୯ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା ଏବଂ ୩୦ ତାରିଖରେ ବଜେଟ ଉପରେ ସାଧାରଣ ଆଲୋଚନା, ଲେଖାନୁଦାନ ପ୍ରସ୍ତାବ ଉପରେ ଆଲୋଚନା ଓ ବିନିଯୋଗ ବିଲ୍‌ ଆଗତ ହେବ। ଅଗଷ୍ଟ ୨୦ ତାରିଖରୁ ବିଭାଗୀୟ ସ୍ଥାୟୀ କମିଟି ମାନଙ୍କର ରିପୋର୍ଟ ଉପସ୍ଥାପନ, ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ହେବ। ସେପ୍ଟେମ୍ବର ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଦାନ ନିମନ୍ତେ ଖର୍ଚ୍ଚ ଦାବି ଉପସ୍ଥାନ ହେବ। ୧୦ ତାରିଖରେ ବଜେଟ ଉପରେ ବିନିଯୋଗ ବିଲ୍‌ ଆଗତ ହେବା ନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଛି।
୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅନ୍ତରୀଣ ବଜେଟ୍ ଉପସ୍ଥାପିତ; ଜାଣନ୍ତୁ କେଉଁ କ୍ଷେତ୍ରକୁ କେତେ ହେଲା ବ୍ୟୟବରାଦ…
ଭୁବନେଶ୍ବର: ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ମୋଟ ୨ଲକ୍ଷ ୫୫ ହଜାର କୋଟିର ବଜେଟ ଆଣିଛନ୍ତି ରାଜ୍ୟ ସରକାର। ସେଥିରୁ ୧ ଲକ୍ଷ ୧୮ ହଜାର କୋଟି ଟଙ୍କାର କାମଚଳା ବଜେଟ ରହିଛି। ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?
– ବିଦ୍ୟାଳୟ ଓ ଗାନଶିକ୍ଷା ବିଭାଗକୁ ମିଳିଛି ସବୁଠୁ ଅଧିକ ଅର୍ଥ – ୨୪ ହଜାର ୭ ଶହ ୬୪ କୋଟି ଟଙ୍କା
– ପଂଚାୟତରାଜ – ୨୨୫୪୩ କୋଟି
– ସ୍ୱାସ୍ଥ୍ୟ ବିଭାଗ – ୧୯୭୨୯ କୋଟି
– ଜଳସମ୍ପଦ – ୧୩୨୬୭ କୋଟି
– ଯୋଜନା ଓ ସଂଯୋଜନା – ୧୨୦୪୩ କୋଟି
– ନିର୍ମାଣ ବିଭାଗ – ୧୦୯୫୦ କୋଟି
– ଗ୍ରାମ୍ୟ ଉନ୍ନୟନ – ୯୩୩୦ କୋଟି
– ଗୃହ ବିଭାଗ – ୮୬୪୧ କୋଟି
ପ୍ରଧାନମନ୍ତ୍ରୀ ଆବାସ – ୪୦୦୦ କୋଟି
ବିଜୁ ପକ୍କାଘର – ୧୦୦ କୋଟି
ପ୍ରଧାନମନ୍ତ୍ରୀ ଆବାସ ସହର – ୬୯୨ କୋଟି
ବସୁଧା ଯୋଜନା – ୨୦୦୦ କୋଟି
ଜଳ ଜୀବନ ମିଶନ – ୬୦୦୦ କୋଟି
ମେଟ୍ରୋ – ୧୦୦୦ କୋଟି
ରେଳ ପ୍ରକଳ୍ପ – ୭୦୦ କୋଟି
ରାସ୍ତା ଉନ୍ନତି – ୬୧୯୪ କୋଟି
ନୂଆ ଓ – ୨୦୦ କୋଟି
ବିଜୁ ସେତୁ – ୨୦୦ କୋଟି
ଏସଟିଆରଏମଏଫ (ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପାଣ୍ଠି ) – ୧୪୨୪ କୋଟି
କ୍ରୀଡା ଭିତିଭୂମି – ୮୫୨ କୋଟି
ମୁଖ୍ୟମନ୍ତ୍ରୀ କଳାକାର ସହାୟତା – ୭୨ କୋଟି
ପ୍ରାଚୀନ କୀର୍ତିରାଜି ରକ୍ଷଣାବେକ୍ଷଣ – ୧୫ କୋଟି
ଏନଆରଏଲଏମ – ୧୧୬୨ କୋଟି
ମିଶନ ଶକ୍ତି – ୨୭୬୧ କୋଟି
ମମତା – ୫୨୧ କୋଟି
ଫେବୃଆରୀ ୨୧ରୁ ବିଧାନସଭାର ବଜେଟ ଅଧିବେଶନ, ୨୪ରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍
ଭୁବନେଶ୍ବର: ଫେବୃଆରୀ ୨୧ ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ।  ବିଧାନସଭାର ସୁପରିଚାଳନା ନେଇ ଆସନ୍ତା ୨୦ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଧାନସଭା କିପରି ଚାଲିବ ସେ ନେଇ ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କଠୁ  ମତାମତ ନିଆଯିବ। ଏ ନେଇ ବାଚସ୍ପତି ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି।  ଏହି ବଜେଟ ଅଧିବେଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥିରେ ପୂର୍ଣ୍ଣାଙ୍ଗ ବଜେଟ ଆସିବା ସହ ଲମ୍ବା ସମୟ ଧରି ଚାଲିବ ଗୃହ ।
ସୂଚନା ଅନୁଯାୟୀ, ଏହା ଦୁଇଟି ପର୍ଯ୍ଯାୟରେ ଚାଲିବ ବଜେଟ ଅଧିବେଶନ। ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ଯାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଲ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ଯାୟ ଚାଲିବ। ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।
ଫେବୃଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ
ଭୁବନେଶ୍ୱର : ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ ବିଧାନସଭାରେ ବଜେଟ ଅଧିବେଶନ। ଏହି  ଅଧିବେଶନ ଏପ୍ରିଲ ୬ ପର୍ଯ୍ଯନ୍ତ ଚାଲିବ । ଏହାରି ମଧ୍ୟରେ ଫେବ୍ରୁଆରୀ ୨୪ରେ ଆଗତ ହେବ ରାଜ୍ୟ ବଜେଟ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଉପସ୍ଥାପନ କରିବେ ।
ସୂଚନା ଅନୁଯାୟୀ, ଏହା ଦୁଇଟି ପର୍ଯ୍ଯାୟରେ ଚାଲିବ ବଜେଟ ଅଧିବେଶନ। ଫେବୃଆରୀ ୨୧ରୁ ମାର୍ଚ୍ଚ ୨ ତାରିଖ ଯାଏ ପ୍ରଥମ ପର୍ଯ୍ଯାୟ ଚାଲିବ। ପୁଣି ମାର୍ଚ୍ଚ ୧୦ ତାରିଖରୁ ଏପ୍ରିଏ ୬ ତାରିଖ ଯାଏ ଦ୍ବିତୀୟ ପର୍ଯ୍ଯାୟ ଚାଲିବ। ଏହାରି ମଧ୍ୟରେ ଫେବୃଆରୀ ୨୪ରେ ବିଧାନସଭାରେ ଆଗତ ହେବ ରାଜ୍ୟ ବଜେଟ୍‌ ।
ଭୁବନେଶ୍ୱର: ବିଧାନସଭାରେ ଆଗତ ହେଲା ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ୨ ଲକ୍ଷ କୋଟି ଟଙ୍କା ଆକଳନ କରାଯାଇଥିବା ବେଳେ ମୋଟ କାର୍ଯ୍ୟକ୍ରମ ବ୍ୟୟ ବରାଦ ୧ ଲକ୍ଷ କୋଟି ଟଙ୍କା ହେବ । ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। ଏଥିରେ କୃଷି ପାଇଁ ମୋଟ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ବରାଦ ପ୍ରସ୍ତାବ ଆଗତ ହୋଇଛି । ତେବେ ଆସନ୍ତୁ ନଜର ପକାଇବା ରାଜ୍ୟ ବଜେଟରେ କେଉଁ ବିଭାଗ ଓ କ୍ଷେତ୍ରକୁ ମିଳିଛି କେତେ କେତେ ଟଙ୍କା ?
-ମୋଟ୍ ବଜେଟର ପରିମାଣ- ୨ ଲକ୍ଷ କୋଟି
-କୃଷିକ୍ଷେତ୍ର ପାଇଁ- ୨୧, ୧୬୬ କୋଟି
-ସ୍ୱାସ୍ଥ୍ୟକ୍ଷେତ୍ର ପାଇଁ- ୧୨, ୬୨୪ କୋଟି
-ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ- ୨୭, ୩୨୪ କୋଟି
-ମିଶନ ଶକ୍ତି ପାଇଁ- ୨୦୦୦ କୋଟି
-ବିପର୍ଯ୍ୟୟ ପରିଚାଳନା ପାଇଁ- ୩୨୬୨ କୋଟି
-ଧାର୍ମିକ ଓ ସାଂସ୍କୃତିକ ସ୍ଥଳ ପାଇଁ -୧,୯୫୦ କୋଟି ଟଙ୍କା
-ସଡକ ଓ ଭିତ୍ତିଭୂମି ପାଇଁ- ୧୪, ୪୫୪ କୋଟି
-ପର୍ଯ୍ୟଟନ କ୍ଷେତ୍ର ପାଇଁ- ୫୯୦ କୋଟି
-କ୍ରୀଡା ଓ ଯୁବସେବା ବିଭାଗ ପାଇଁ- ୯୧୧ କୋଟି
-ଶକ୍ତି କ୍ଷେତ୍ର ପାଇଁ- ୩୪୮୨ କୋଟି
-ଶିଳ୍ପ, ଏମଏସଏମଇ, ଉଦ୍ୟୋଗ ପାଇଁ- ୧୨୬୯ କୋଟି
-ଜଙ୍ଗଲ ଓ ପରିବେଶ ପାଇଁ- ୨୨୧୭ କୋଟି
-ଇସ୍ପାତ ଓ ଖଣି ପାଇଁ- ୧୮୩ କୋଟି
-ଆଇଟି ଓ ଇଲେକ୍ଟ୍ରୋନିକ୍ ପାଇଁ- ୩୦୨ କୋଟି
୨୦୨୨-୨୩ ବଜେଟ୍‌ରେ କୃଷକଙ୍କ ବିକାଶକୁ ଫୋକସ, ଜାଣନ୍ତୁ କେଉଁ ଯୋଜନା ପାଇଁ କେତେ ହୋଇଛି ବ୍ୟୟବରାଦ?
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ଲକ୍ଷ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପିତ ହୋଇଛି। ଚଳିତ ବଜେଟ୍‌ରେ କୃଷି ଉପରେ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର। କୃଷି କ୍ଷେତ୍ର ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ । ଏଯାବତ ସର୍ବାଧିକ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ କେବଳ କୃଷି ପାଇଁ ରଖାଯାଇଛି । ଓଡିଶା କୃଷି ବହୁଳ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ଫୋକସ୍ କରିଛନ୍ତି କୃଷି ଉପରେ । କୃଷିର ବିକାଶ ପାଇଁ ବୈଶୟିକ ପଦ୍ଧତିକୁ ଗୁରୁତ୍ୱ ଦିଆଯାଇଛି । ବଡ଼ ଜଳ ସେଚନ ପ୍ରକଳ୍ପ ପୁରା କରିବାକୁ ଲକ୍ଷ୍ୟ ରଖାଯାଇଛି । ଉଦ୍ୟାନ କୃଷିକୁ ୩୧୨ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି । ଜଳ ସେଚନ ପ୍ରକଳ୍ପକୁ ୨୪୯୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
୨ ଲକ୍ଷ ୮୦ ହଜାର ଜମି ଜଳସେଚନ ଲକ୍ଷ୍ଯ ରଖାଯାଇଛି । କାଳିଆ ଯୋଜନା ପାଇଁ ୧୮୭୪ କୋଟି ବ୍ୟୟବରାଦ ରଖାଯାଇଛି । କାଳିଆ ଯୋଜନାରେ ଚାଷୀକୁ ୫୦ ହଜାର ଯାଏଁ ବିନା ସୁଧରେ ଋଣ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି । ଚାଷୀଙ୍କ ଋଣ ପାଇଁ ୮୯ କୋଟି ବ୍ୟବସ୍ଥା କରାଯାଇଛି । ଅଣଧାନ ଶସ୍ୟକ୍ରୟ ପାଇଁ ୧୦୦ କୋଟିର କର୍ପସ ପାଣ୍ଠି ରହିଛି ।ଭୂମିହୀନଙ୍କ ପାଇଁ ବଳିଆ ଯୋଜନାରେ ସହାୟତା ଦିଆଯାଉଛି । ରାଜ୍ୟରେ ୧୨ ହଜାର ୫୦୦ ଗଭୀର ନଳକୂପ ଖନନ ହେବ । ୨ ପ୍ରତିଶତ ସୁଧରେ ୫୦ ହଜାରରୁ ୩ଲକ୍ଷ ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବାକୁ ଯୋଜନା ରଖାଯାଇଛି । ପିଏମ କୃଷି ସିଞ୍ଚାଇ ଯୋଜନା ଅଧୀନ ପ୍ରକଳ୍ପ ପାଇଁ ୨୪୯୩ କୋଟି । ଅତିରିକ୍ତ ୨ ଲକ୍ଷ ୮୦ ହଜାର ହେକ୍ଟର ଜମିକୁ ଜଳ ସେଚନ ଲକ୍ଷ୍ୟ ରଖାଯାଇଛି ।
କୃଷିକ୍ଷେତ୍ରକୁ ୨୧,୧୬୬ କୋଟି ଟଙ୍କା ବ୍ୟୟବରାଦ
-ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ ପାଇଁ ୩୦୧୨ କୋଟି
-ଜାତୀୟ ଉଦ୍ୟାନ କୃଷି ମିଶନ ପାଇଁ ୧୨୨ କୋଟି
-ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପାଇଁ ୩ ଶହ କୋଟି
-ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ପାଇଁ ୨୪୯୩ କୋଟି
-ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୧୦,୭୫୯ କୋଟି
-ଜଳନିଧି ଯୋଜନା ପାଇଁ ୨୩୪ କୋଟି ଟଙ୍କା
-ବିଜୁ କୃଷକ ବିକାଶ ଯୋଜନା ପାଇଁ ୪ ଶହ କୋଟି ବରାଦ
-ଚାଷୀଙ୍କ ସୁଧ ରିହାତି ଯୋଜନା ୮୯୩ କୋଟି ବରାଦ
-ସମବାୟ ସଂସ୍ଥାଗୁଡିକୁ ଆର୍ଥିକ ସହାୟତା ପାଇଁ ୩୭ କୋଟି
-ସଘନ ଓ ଆଭ୍ୟନ୍ତରୀଣ ମାଛ ଚାଷ ପାଇଁ ୧୮୨ କୋଟି
ପ୍ରଗତିଶୀଳ, ଗରିବ ସ୍ୱାର୍ଥ ଏବଂ ବିକାଶଶୀଳ ଅଭିମୁଖୀ ବଜେଟ: ନବୀନ
୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରାଜ୍ୟ ସରକାର ସବୁ ଦିଗକୁ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ବିକାଶ ରଥକୁ ଏ ବଜେଟ୍ ଆହୁରି ଆଗକୁ ନେବ । ଗରିବ ପରିବାର ଗୁଡିକର ଆୟ ବୃଦ୍ଧି ସହ କୃଷକ ପରିବାରର ଆର୍ଥିକ ସ୍ଥିତିକୁ ଆହୁରି ମଜବୁତ କରିବ । ସବୁ ଦିଗକୁ ଫୋକସ୍ କରି ଏକ ସମତୁଲ ବଜେଟ୍ ଆଣିଛନ୍ତି ସରକାର । ରାଜ୍ୟ ବଜେଟକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନବୀନ ଦର୍ଶାଇଛନ୍ତି ଚଳିତ ବଜେଟରେ ପାଣ୍ଠି ବରାଦର ପରିମାଣ ୨ ଲକ୍ଷ କୋଟିକୁ ବଢିଛି । କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ଖର୍ଚ୍ଚ ହେବ ୧ ଲକ୍ଷ କୋଟି । ଏହା ସବୁ ଦୃଷ୍ଟିରୁ ଏକ ଐତିହାସିକ ବଜେଟ୍ । ବଜେଟରେ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା, ଉନ୍ନତମାନର ଶିକ୍ଷା, ସ୍କୁଲ ରୂପାନ୍ତରଣ, ମହିଳା ଶସକ୍ତିକରଣ, ଭିତ୍ତିଭୂମି ବିକାଶକୁ ଅଗ୍ରାଧିକାର ମିଳିଛି । ଉନ୍ନତ ଜୀବନ ସହ ଜୀବିକା ଯୋଗାଣକୁ ମଧ୍ୟ ସରକାର ବଜେଟରେ ଫୋକସ୍ କରିଛନ୍ତି । ରାଜ୍ୟର ଅଭିବୃଦ୍ଧି ହାରକୁ ଦୃତ ଗତିରେ ଆଗକୁ ନେବାକୁ ପୁଞ୍ଜି ବ୍ୟୟକୁ ସରକାର ୫୬ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିଭଳି ମିଶନ ଶକ୍ତି ପାଇଁ ୨ହଜାର କୋଟିର ସ୍ୱତନ୍ତ୍ର ବଜେଟ୍ ବରାଦ କରିଛନ୍ତି । ଏହା ରାଜ୍ୟର ୭୦ଲକ୍ଷ୍ୟ ମହିଳାଙ୍କ ଆର୍ଥିକ ସ୍ୱାଧିନତାକୁ ଅଧିକ ସୁଦୃଢ କରିବ । ଭବିଷ୍ୟତରେ କୌଣସି ଦୁର୍ବିପାକ ବେଳେ ଆର୍ଥିକ ମୁକାବିଲା ପାଇଁ ସରକାର ‘ବଜେଟ୍ ଷ୍ଟାବିଲାଇଜେସନ ଫଣ୍ଡ’ ଗଠନ କରିଛନ୍ତି । ଯାହା ସଙ୍କଟ ସମୟରେ ରାଜ୍ୟର ଆର୍ଥିକ ପରିଚାଳନାକୁ ଆହୁରି ସୁଦୃଢ କରିବ । ୫ ଟି ଓ ମୋ ସରକାର ଆଧାରରେ ବଜେଟ ପ୍ରସ୍ତୁତ ହୋଇଛି । ଏ ବଜେଟ୍ ରାଜ୍ୟବାସୀଙ୍କ ଆଶା ଆକାଂଖ୍ୟାକୁ ନିଶ୍ଚୟ ପୂରଣ କରିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟା ରଖିଛନ୍ତି ।