Bihar Assembly - The Sakala

ବିହାର ବିଧାନସଭା ନିର୍ବାଚନ; ଶେଷ ପର୍ଯ୍ୟାୟ ପାଇଁ ଚାଲିଛି ଭୋଟିଂ...
ପାଟନା: ବିହାର ନିର୍ବାଚନ ପାଇଁ ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ହେଉଛି। ସକାଳ ୭ଟାରୁ ଏହି ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ସନ୍ଧ୍ୟା ୫ଟାରେ ଶେଷ ହେବ।

ଏହି ପର୍ଯ୍ୟାୟରେ ୨୦ ଜିଲ୍ଲାର ୩.୭ କୋଟି ଭୋଟର ୧୨୨ ଆସନର ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ।  ୨୪୩ ଆସନ ବିଶିଷ୍ଟ ବିହାରରେ କିଏ ପରବର୍ତ୍ତୀ ସରକାର ଗଠନ କରୁଛି ତାହା ଏହି ପର୍ଯ୍ୟାୟ ନିର୍ବାଚନରୁ ସ୍ଥିର ହେବ ବୋଲି କୁହାଯାଉଛି। ଏହି ପର୍ଯ୍ୟାୟରେ ମୋଟ ୧୩୦୨ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ଏମାନଙ୍କ ମଧ୍ୟରେ ୧୩୬ ମହିଳା ସାମିଲ ଅଛନ୍ତି। ଶାନ୍ତିପୂର୍ଣ୍ଣ ନିର୍ବାଚନ ସମାପ୍ତ କରିବା ପାଇଁ ୪ ଲକ୍ଷରୁ ଊର୍ଦ୍ଧ୍ବ ସୁରକ୍ଷାବାହିନୀ ନିୟୋଜିତ କରାଯାଇଛି। ୪୫, ୩୯୯ ବୁଥ୍‌ ପ୍ରତିଷ୍ଠା ହୋଇଛି। ଏହି ପର୍ଯ୍ୟାୟରେ ମୁସଲିମ ବହୁଳ ସୀମାଞ୍ଚଳ ସବୁଠୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନୀ କ୍ଷେତ୍ର ପାଲଟି ଯାଇଛି।

ପୂର୍ଣ୍ଣିଆ, ଅରରିଆ, କଟିହାର ଏବଂ କିଶନଗଞ୍ଜର ୨୪ ବିଧାନସଭା କ୍ଷେତ୍ରକୁ ବ୍ୟାପିଥିବା ଏହି ଅଞ୍ଚଳ ସରକାର ଗଠନ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରେ। ଆରଜେଡି ନେତୃତ୍ବାଧୀନ କଂଗ୍ରେସ ଏଠାରେ ମଜବୁତ ସ୍ଥିତିରେ ଥିବାବେଳେ ଚଳିତ ଥର ଏଆଇଏମଆଇଏମ ଏବଂ ଜନସୁରାଜ ଏହି ମହାମେଣ୍ଟ ପାଇଁ ସମସ୍ୟା ସୃଷ୍ଟି କରିଛି। ମୁସଲମାନ ଏବଂ ଯାଦବଙ୍କ ବହୁଳ ଏହି କ୍ଷେତ୍ରରେ ଏନ୍‌ଡିଏ ବ୍ୟାକ୍‌ଫୁଟରେ ଅଛି। ଗତ ନିର୍ବାଚନରେ ସୀମାଞ୍ଚଳର ୫ ଆସନରେ ଏଆଇଏମଆଇଏମ ବିଜୟୀ ହୋଇ ସମସ୍ତଙ୍କୁ ଚକିତ କରିଦେଇଥିଲା। ଚଳିତ ଥର ଅଧିକ ଆସନରେ ଜିତିବାକୁ ଏହି ଦଳ ଆଶାବାଦୀ ରହିଛି। କିନ୍ତୁ ଜନସୁରାଜ ଏଥିରେ କିଛି ସମସ୍ୟା ସୃଷ୍ଟି କରିପାରେ ବୋଲି କୁହାଯାଉଛି।

ସୂଚନାେଯାଗ୍ୟ ଯେ, ଗତ ୬ ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ  ମତଦାନରେ ୬୫ ପ୍ରତିଶତ ଭୋଟ୍ ରେକର୍ଡ କରାଯାଇଥିଲା। ଏଥିରେ ମହିଳାମାନେ  ଅଧିକ ସଂଖ୍ୟାରେ ଭୋଟ୍ ଦେଇଥିଲେ।  ଏମାନଙ୍କ ଭୋଟ୍ ନୂଆ ସରକାର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି।

ବିହାର ବିଧାନସଭାରେ ସର୍ବସମ୍ମତି କ୍ରମେ ପାରିତ ହେଲା ସଂରକ୍ଷଣ ସଂଶୋଧନ ବିଲ୍
ବିହାର: ବିହାର ରାଜନୀତିରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ । ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ୍ ସମସ୍ତ ପକ୍ଷ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ, ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ । ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ । ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଯୁଜ୍ୟ ରହିଛି । ଏହି ଧାରାରେ ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନ ଗୁଡିକରେ ସଂରକ୍ଷଣ ପରିସର ବର୍ତମାନ ୭୫ ପ୍ରତିଶତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସଦସ୍ୟମାନଙ୍କୁ ସମ୍ବୋଧିତ କରି କହିଥିଲେ ଯେ ସମସ୍ତ ସଦସ୍ୟଙ୍କ ସହ କଥାବାର୍ତ୍ତା ପରେ ସଂରକ୍ଷଣ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବର୍ତ୍ତମାନ ବିଲ୍‌ ଗୃହରେ ଉପସ୍ଥାପିତ ହୋଇଛି। ତେଣୁ ସମସ୍ତ ସଦସ୍ୟ କୌଣସି ଆପତ୍ତି ନ ଉଠାଇ ସର୍ବସମ୍ମତି କ୍ରମେ ବିଲ୍ ପାସ୍ କରାନ୍ତୁ।

ସୂଚନାଯୋଗ୍ୟ, ବିହାର ହେଉଛି ଦେଶର ପ୍ରଥମ ରାଜ୍ୟ, ଯେଉଁଠି ସଂରକ୍ଷଣ ସୀମା ୭୫%କୁ ବୃଦ୍ଧି କରିବାକୁ ସରକାର ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ବିହାର କ୍ୟାବିନେଟ ମଙ୍ଗଳବାର ରାଜ୍ୟରେ ଅନ୍ୟ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ କୋଟା ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ୫୦% ସୀମାରୁ ବଢ଼ାଇ ୬୫% କରିବାର ପ୍ରସ୍ତାବ ଦେଇଥିଲେ।