Badrinath Temple - The Sakala
ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା: ବୈଦିକ ମନ୍ତ୍ରୋଚ୍ଚାରଣ ସହ ଖୋଲିଲା ବଦ୍ରୀନାଥ ଧାମର କପାଟ
ହିନ୍ଦୁ ଧର୍ମର ଅନ୍ୟତମ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ଚାରିଧାମ ଯାତ୍ରାର ମୁଖ୍ୟ ଆକର୍ଷଣ ବଦ୍ରୀନାଥ ଧାମର କପାଟ ଆଜି (ଏପ୍ରିଲ୍ ୨୩, ୨୦୨୬) ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଯାଇଛି। ସକାଳ ୬ଟା ୧୫ ମିନିଟରେ ବୈଦିକ ମନ୍ତ୍ରୋଚ୍ଚାରଣ ଏବଂ ପାରମ୍ପରିକ ରୀତିନୀତି ଅନୁଯାୟୀ ଏହି ପବିତ୍ର ମନ୍ଦିରର ଦ୍ୱାର ଉନ୍ମୁକ୍ତ କରାଯାଇଛି। ଏହା ସହିତ ଚଳିତ ବର୍ଷ ପାଇଁ ଉତ୍ତରାଖଣ୍ଡର ପ୍ରସିଦ୍ଧ ଚାରିଧାମ ଯାତ୍ରା ସମ୍ପୂର୍ଣ୍ଣ ରୂପେ ଆରମ୍ଭ ହୋଇଛି।
ପ୍ରଥମ ମହାଭିଷେକ ଓ ଭବ୍ୟ ସାଜସଜ୍ଜା
କପାଟ ଖୋଲିବା ଅବସରରେ ମନ୍ଦିର ପରିସରକୁ ପ୍ରାୟ ୧୫ ରୁ ୨୦ କ୍ୱିଣ୍ଟାଲ ଫୁଲରେ ସୁସଜ୍ଜିତ କରାଯାଇଥିଲା। ଏହି ପବିତ୍ର ଉତ୍ସବରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ରହି ଦର୍ଶନ କରିବା ସହ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମରେ ପ୍ରଥମ ମହାଭିଷେକ ପୂଜା କରିଥିଲେ। ଦେଶର ବିଭିନ୍ନ ପ୍ରାନ୍ତରୁ ଏବଂ ବିଦେଶରୁ ଆସିଥିବା ପ୍ରାୟ ୧୫,୦୦୦ ରୁ ଊର୍ଦ୍ଧ୍ୱ ଭକ୍ତ ଏହି ଉଦ୍‌ଘାଟନୀ ସମାରୋହରେ ଅଂଶଗ୍ରହଣ କରି ପ୍ରଭୁ ବଦ୍ରୀବିଶାଳଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
ଚାରିଧାମ ଯାତ୍ରା ଓ ପଞ୍ଜୀକରଣ
ଚଳିତ ବର୍ଷ ଚାରିଧାମ ଯାତ୍ରାକୁ ଅଧିକ ଶୃଙ୍ଖଳିତ ଏବଂ ସୁରକ୍ଷିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ଯାତ୍ରା ପୂର୍ବରୁ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଛି। ଭକ୍ତମାନେ ଅଫିସିଆଲ୍ ୱେବସାଇଟ୍, ହ୍ୱାଟ୍ସଆପ୍ କିମ୍ବା ଟୁରିଷ୍ଟ କେୟାର ଆପ୍ ମାଧ୍ୟମରେ ନିଜର ନାମ ପଞ୍ଜୀକରଣ କରିପାରିବେ। ଏହା ବ୍ୟତୀତ ମନ୍ଦିର ପରିସରରେ ମୋବାଇଲ୍ ଫୋନ୍ ଏବଂ କ୍ୟାମେରା ବ୍ୟବହାର ଉପରେ କଟକଣା ଲଗାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ବସନ୍ତ ପଞ୍ଚମୀ ତିଥିରେ ଟେହେରି ରାଜ ଦରବାରରେ ବଦ୍ରୀନାଥ ଧାମର କପାଟ ଖୋଲିବାର ତାରିଖ ନିର୍ଦ୍ଧାରଣ କରାଯାଇଥିଲା। ଯମୁନୋତ୍ରୀ, ଗଙ୍ଗୋତ୍ରୀ ଏବଂ କେଦାରନାଥ ଧାମର କପାଟ ପୂର୍ବରୁ ଖୋଲିସାରିଥିବା ବେଳେ ବଦ୍ରୀନାଥଙ୍କ ଦର୍ଶନ ସହିତ ହିନ୍ଦୁମାନଙ୍କର ଏହି ମହାପବିତ୍ର ଆଧ୍ୟାତ୍ମିକ ଯାତ୍ରା ଏବେ ସମ୍ପୂର୍ଣ୍ଣତା ଲାଭ କରିଛି।
ହିନ୍ଦୁ ମାନ୍ୟତା ଅନୁସାରେ, ଚାରି ଧାମ ମଧ୍ୟରୁ ଅନ୍ୟତମ ବଦ୍ରିନାଥ ମନ୍ଦିରର ବିଶେଷ ମହତ୍ତ୍ୱ ରହିଛି। ମନ୍ଦିର ଏପରି ଏକ ସ୍ଥାନ ଯେଉଁଠି ଘଣ୍ଟି ଘଣ୍ଟାର ଧ୍ବନି ଗୁଞ୍ଜରିତ ହୋଇଥାଏ। ବଦ୍ରିନାଥ ମନ୍ଦିରରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳେ। ଏଠାରେ ଶଙ୍ଖ ଫୁଙ୍କାଯାଏ ନାହିଁ। ଏଠାରେ ଆଳତି ହୁଏ ସତ, କିନ୍ତୁ ଶଙ୍ଖ ବାଜେ ନାହିଁ। ତେବେ ଏହା ପଛରେ ବୈଜ୍ଞାନିକ କାରଣ ଓ ପୌରାଣିକ କାହାଣୀ ରହିଛି। ବୈଜ୍ଞାନିକ ମାନ୍ୟତା ଅନୁସାରେ, ଶୀତଦିନେ ଏଠାରେ ଚାରିଆଡ଼େ ତୁଷାରପାତ ହୋଇଥାଏ। ଏହି ସମୟରେ ଯଦି ଶଙ୍ଖନାଦ ହୁଏ, ଏହାର ଧ୍ବନି ପାହାଡ଼ ସହିତ ମାଡ଼ ହୋଇ ଏହା ପ୍ରତିଧ୍ବନି ସୃଷ୍ଟି କରିଥାଏ। ଏହାଦ୍ବାରା ବରଫରେ ଫାଟ ସୃଷ୍ଟି ହୋଇ ହିମଝଡ଼ ହେବାର ଆଶଙ୍କା ଥାଏ। ଏଥିସହିତ ଏକ ନିର୍ଦ୍ଦିଷ୍ଟ ଫ୍ରିକ୍ୱେନ୍ସିର ଶବ୍ଦ ପରିବେଶକୁ କ୍ଷତି ପହଞ୍ଚାଏ। ଯେତେବେଳେ ଏହା ଘଟେ, ପର୍ବତରେ ଭୂସ୍ଖଳନ ହେବାର ଆଶଙ୍କା ବଢ଼ିଯାଏ । ଏପରି ପରିସ୍ଥିତିରେ ବୋଧହୁଏ ବଦ୍ରିନାଥ ଧାମରେ ଶଙ୍ଖ ଧ୍ବନି କରାଯାଏ ନାହିଁ ।
ଅନ୍ୟପକ୍ଷରେ ପୌରାଣିକ କଥା ଅନୁସାରେ, ହିମାଳୟ କ୍ଷେତ୍ରରେ ଅସୁରଙ୍କ ଆତଙ୍କ ଥିଲା। ଅସୁରମାନଙ୍କ ଦ୍ବାରା ଭୟଭୀତ ହୋଇ ଋଷି ମୁନି ନିଜ ଆଶ୍ରମରେ ପୂଜାର୍ଚ୍ଚନା କରିପାରୁ ନ ଥିଲେ। ଥରେ ମା’ ଲକ୍ଷ୍ମୀ ସେଠାରେ ଥିବା ‘ତୁଳସୀ ଭବନ’ରେ ଧ୍ୟାନ କରୁଥିଲେ। ଏହି ସମୟରେ ଶଙ୍ଖଚୂର୍ଣ୍ଣ ନାମକ ରାକ୍ଷସର ଭଗବାନ ବିଷ୍ଣୁ ବଧ କରିଥିଲେ। ସାଧାରଣତଃ ଯୁଦ୍ଧ ଶେଷ ହେବା ପରେ ଶଙ୍ଖନାଦ କରାଯାଏ। କିନ୍ତୁ ମାତା ଲକ୍ଷ୍ମୀଙ୍କ ଧ୍ୟାନ ଭଗ୍ନ ହୋଇଯିବ ଜାଣି, ଭଗବାନ ବିଷ୍ଣୁ ଶଙ୍ଖନାଦ କରି ନଥିଲେ। ସେବେଠାରୁ ବଦ୍ରିନାଥ ଧାମରେ ଶଙ୍ଖନାଦ କରାଯାଏ ନାହିଁ।
ସେହିଭଳି ଆଉ ଏକ ପୌରାଣିକ କାହାଣୀ ଅନୁସାରେ, ଅଗସ୍ତ୍ୟ ଋଷି କେଦାରନାଥରେ ରାକ୍ଷସମାନଙ୍କର ବଧ କରୁଥିଲେ। ସେଠାରୁ ଅତାପି ଓ ବତାପି ନାମକ ଦୁଇ ଜଣ ରାକ୍ଷସ ଦୌଡ଼ି ପଳାଇଲେ। ଅତାପି ନିଜ ଜୀବନ ରକ୍ଷା ପାଇଁ ମନ୍ଦାକିନୀ ନଦୀର ସାହାଯ୍ୟ ନେଇଥିଲା। ଅନ୍ୟପକ୍ଷରେ ବତାପି ଶଙ୍ଖର ସାହାଯ୍ୟ ନେଇଥିଲେ। ସେ ଶଙ୍ଖ ମଧ୍ୟରେ ଲୁଚି ଯାଇଥିଲା। ଯଦି କେହି ଶଙ୍ଖ ବଜାଇ ଥାନ୍ତେ ରାକ୍ଷସ ସେଠାରୁ ଖସି ପଳାଇଥାନ୍ତା। ଖାସ୍‌ ସେଥିପାଇଁ ବଦ୍ରିନାଥରେ କେହି ଶଙ୍ଖ ବଜାନ୍ତି ନାହିଁ ବୋଲି କୁହାଯାଏ।