Air Pollution - The Sakala

ଦିଲ୍ଲୀର ବାୟୁ ଗୁଣବତ୍ତା ଚିନ୍ତାଜନକ: ମଧ୍ୟମ ଶ୍ରେଣୀରେ ଏକ୍ୟୁଆଇ, ଆନନ୍ଦ ବିହାର ଓ ଆର.କେ ପୁରମରେ ସ୍ଥିତି 'ଖରାପ'
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତାରେ ପୁଣି ଥରେ ଅବନତି ଘଟିଛି। ଶନିବାର ସକାଳ ୮.୩୦ ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୯୭ ରେକର୍ଡ କରାଯାଇଛି, ଯାହାକି 'ମଧ୍ୟମ' ଶ୍ରେଣୀରେ ରହିଛି। ତେବେ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ଦେଖିବାକୁ ମିଳିଛି।

ଆନନ୍ଦ ବିହାର ଓ ଆର.କେ ପୁରମରେ ସ୍ଥିତି 'ଖରାପ'

ସିପିସିବି ତଥ୍ୟ ମୁତାବକ, ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଆନନ୍ଦ ବିହାର ଏବଂ ଆର.କେ ପୁରମରେ ବାୟୁର ମାନ ଚିନ୍ତାଜନକ ରହିଛି। ଆନନ୍ଦ ବିହାରରେ AQI ୨୬୫ ଏବଂ ଆର.କେ ପୁରମରେ ୨୪୭ ରେକର୍ଡ କରାଯାଇଛି, ଯାହାକି 'ଖରାପ' (Poor) ଶ୍ରେଣୀଭୁକ୍ତ। ଅନ୍ୟପକ୍ଷରେ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI Airport T3) ଅଞ୍ଚଳରେ AQI ୧୭୬ ରହିଥିବାରୁ ଏହା 'ମଧ୍ୟମ' ଶ୍ରେଣୀରେ ରହିଛି।

ଅନ୍ୟାନ୍ୟ ଅଞ୍ଚଳର ସ୍ଥିତି

ଶୁକ୍ରବାର ଦିନ ମୁଣ୍ଡକା (୨୩୦), ଶାଦିପୁର (୨୪୮), ନେହେରୁ ନଗର (୨୦୭), ରୋହିଣୀ (୨୨୧), ବାୱାନା (୨୨୦) ଏବଂ ଜାହାଙ୍ଗୀରପୁରୀ (୨୪୫) ଭଳି ଅଞ୍ଚଳରେ ମଧ୍ୟ ବାୟୁର ଗୁଣବତ୍ତା 'ଖରାପ' ସ୍ତରରେ ରହିଥିଲା। ତେବେ ଶ୍ରୀ ଅରବିନ୍ଦ ମାର୍ଗ (୧୨୩), ଲୋଧି ରୋଡ (୧୩୫) ଏବଂ ଆଇଆଇଟି ଦିଲ୍ଲୀ (୧୪୪) ଭଳି କିଛି ସ୍ଥାନରେ ବାୟୁର ମାନ ଅପେକ୍ଷାକୃତ ଭଲ ରହିଥିବା ଦେଖାଯାଇଛି।

ବାୟୁ ଗୁଣବତ୍ତାର ମାନକ

ସୂଚନାଯୋଗ୍ୟ ଯେ, AQI ୦ ରୁ ୫୦ ମଧ୍ୟରେ ରହିଲେ 'ଭଲ', ୫୧ ରୁ ୧୦୦ 'ସନ୍ତୋଷଜନକ', ୧୦୧ ରୁ ୨୦୦ 'ମଧ୍ୟମ', ୨୦୧ ରୁ ୩୦୦ 'ଖରାପ', ୩୦୧ ରୁ ୪୦୦ 'ଅତି ଖରାପ' ଏବଂ ୪୦୧ ରୁ ୫୦୦ ମଧ୍ୟରେ ରହିଲେ 'ଗୁରୁତର' ବୋଲି ବିବେଚନା କରାଯାଏ। ବର୍ଦ୍ଧିତ ପ୍ରଦୂଷଣକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବିବାଦ ଦେଖାଦେଇଛି। ବିଜେପି ସରକାର ସହରର ସବୁଜ ବଳୟରେ ନୂତନ ମନିଟରିଂ ଷ୍ଟେସନ୍ ସ୍ଥାପନ କରିବା ନିଷ୍ପତ୍ତିକୁ ନେଇ ଆମ୍ ଆଦମୀ ପାର୍ଟି (AAP) ପ୍ରଶ୍ନ ଉଠାଇଛି।

ବାୟୁ ପ୍ରଦୂଷଣ ପାଇଁ ଟ୍ୱିନ୍ ସିଟିରେ ଜାରି ହେଲା କଟକଣା, ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ
ଭୁବନେଶ୍ୱର: ଟ୍ୱିନ୍ ସିଟିରେ ଲାଗିଲା ପ୍ରଦୂଷଣ କଟକଣା । ବାୟୁ ପ୍ରଦୂଷଣ ପାଇଁ ଭୁବନେଶ୍ବର-କଟକ ପାଇଁ ଜାରି ହେଲା କଟକଣା । ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ଏହି କଟକଣା ଜାରି । ସନ୍ଧ୍ୟା ୬ରୁ ସକାଳ ୧୦ଟା ଯାଏ ସହରରେ ସମସ୍ତ ନିର୍ମାଣଧୀନ କାର୍ଯ୍ୟ ବନ୍ଦ । ବାହାରେ ଅଳିଆ ଓ କୋଇଲା ଜାଳିବା ମନା । ରାତିରେ ଭାରି ଯାନ ଚଳାଚଳ ଉପରେ ବି ଲାଗିଲା କଟକଣା ଲାଗିଛି  । NH ଉପରେ ଦିନକୁ ୩ଥର ପାଣି ସିଞ୍ଚନ କରାଯିବ । ମ୍ୟୁନିସିପାଲଟି ଅଞ୍ଚଳରେ କୌଣସି ଭଙ୍ଗାରୁଜା କାର୍ଯ୍ୟ ହୋଇପାରିବ ନାହିଁ । ସହର ମଧ୍ୟରେ ଟ୍ରକ ଚଳାଚଳ ବନ୍ଦ । କଟକଣାକୁ ବଳବତ୍ତର ରଖିବାକୁ ପୋଲିସ, RTOକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ।

ଦେଶର ୯ ଅତିପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୬; ତାଳଚେର ସ୍ଥିତି ସାଙ୍ଘାତିକ
ଭୁବନେଶ୍ୱର: ଜୀବନ ଜିଇଁବାର ପ୍ରମୁଖ ମାଧ୍ୟମ ବାୟୁ ବା ପବନ ଏବେ ମଣିଷର ବିଶ୍ୱାସ ହରାଇ ବସିଛି। ଅତି ସମ୍ବେଦନଶୀଳ ଆଡ଼କୁ ଗତି କରୁଛି ରାଜ୍ୟରେ ବାୟୁ ପ୍ରଦୂଷଣ ସ୍ଥିତି। ସଂପ୍ରତି ବାୟୁ ଏତେମାତ୍ରାରେ ବିଷାକ୍ତ ବା ପ୍ରଦୂଷିତ ହୋଇଯାଇଛି ଯେ ନିଃଶ୍ୱାସ-ପ୍ରଶ୍ୱାସ ବେଳେ ନାକ ରୁନ୍ଧି ହୋଇ ଯାଉଛି। ସ୍ୱଚ୍ଛ ବାୟୁ ଟିକିଏ ବିନା ଜୀବନ ଯେମିତି ଦୁର୍ବିସହ ହୋଇଯାଇଛି। ଦେଶ-ବିଦେଶ ସବୁଠି ଏବେ ଏହି ସମସ୍ୟାର ସମାଧାନ ମୁଖ୍ୟ ଆହ୍ୱାନ ହୋଇଛି। ଡାକ୍ତରଙ୍କ ମତରେ ସକାଳ ବୁଲା (ମର୍ଣ୍ଣିଂ ୱାକ୍‌) ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ସାମ୍ପ୍ରତିକ ସ୍ଥିତିରେ ଏହି ‘ସକାଳ ବୁଲା’ ଅହିତକର ସାବ୍ୟସ୍ତ ହେଲାଣି।

ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସମସ୍ୟା ଉତ୍କଟ ରୂପ ନେଇଥିବା ବେଳେ ଓଡ଼ିଶା ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ରାଜ୍ୟରେ କ୍ରମାଗତ ଭାବେ ଗଲା ୨-୩ ଦିନ ହେବ ଘନ କୁୁହୁଡ଼ି ଲୋକଙ୍କୁ କଲବଲ କରୁଥିବାବେଳେ ପ୍ରଦୂଷଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ବାୟୁମଣ୍ଡଳରେ ଛୋଟ ଛୋଟ ପାର୍ଟିକିଲ୍‌ (କଣିକା)ମାନ ଭାସମାନ ଅବସ୍ଥାରେ ରହୁଛନ୍ତି। ଏହା ଦିନ ତମାମ୍‌ ରହୁଥିଲେ ମଧ୍ୟ ସକାଳ ଓ ସନ୍ଧ୍ୟା ସମୟରେ ଅଧିକ ପ୍ରଭାବ ପକାଉଛନ୍ତି। ଫଳସ୍ୱରୂପ ଏବେ ବିନା ମାସ୍କରେ ବୁଲାବୁଲି ସ୍ୱାସ୍ଥ୍ୟ ପାଇଁ ଘାତକ ହୋଇଛି। ଏହି ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଜାରି କରିଥିବା ତଥ୍ୟ ଆହୁରି ଚିନ୍ତା ବଢ଼ାଇଛି। ଶୁକ୍ରବାର ଦେଶର ଅତି ଖରାପ ବାୟୁ ମାନ ଥିବା ୯ ସହର ମଧ୍ୟରେ ରହିଛି ଓଡ଼ିଶାର ୬। ଏହା ମଧ୍ୟରୁ ଦେଶର ସବୁଠୁ ଖରାପ ବାୟୁ ସୂଚୀରେ ଶୀର୍ଷରେ ରହିଛି ତାଳଚେର। ତାଳଚେରରେ ବାୟୁର ଗୁଣବତ୍ତା ମାନ (ଏକ୍ୟୁଆଇ) ୩୮୦ ରହିଛି ଓ ଏହି ବାୟୁ ସଂସ୍ପର୍ଶରେ ଅଧିକ ସମୟ ଆସିଲେ ବା ବୁଲାବୁଲି କଲେ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା ରହିଛ।

କେବଳ ତାଳଚେର ନୁହେଁ; ତାଲିକାରେ ରାଜ୍ୟର ଅନ୍ୟ ୫ଟି ସହରର ଏକ୍ୟୁଆଇ ମଧ୍ୟ ୩୦୦ ଉପରେ ରହିଛି। କଟକରେ ଏକ୍ୟୁଆଇ ୩୨୪ ରହିଥିବା ବେଳେ, ବାଲେଶ୍ୱରରେ ୩୧୮, ଭୁବନେଶ୍ୱର ୩୧୭, ବାରିପଦା ୩୧୨ ଓ କେନ୍ଦୁଝର ଏକ୍ୟୁଆଇ ୩୧୧ ରହିଛି।  ଓଡ଼ିଶାର ୬ ଟି ସହର ସମେତ ଦେଶର ବିକାନେର୍‌, ସିଙ୍ଗରାଲୁ ଓ ତିରୁପତିରେ ମଧ୍ୟ ଏକ୍ୟୁଆଇ ଯଥାକ୍ରମେ ୩୨୯, ୩୨୦ ଓ ୩୪୧ ରହିଛି। ପୂର୍ବରୁ ରାଜ୍ୟର ପ୍ରଦୂଷିତ ସହର କଥା କହିଲେ କେବଳ ଅନୁଗୁଳ ଓ ତାଳଚେର ଭଳି ସହର କଥା ମନକୁ ଆସୁଥିଲା। ମାତ୍ର ଏବେ ରାଜ୍ୟର ଏକାଧିକ ସହରରେ ବାୟୁ ପ୍ରଦୂଷଣ ଚିନ୍ତାଜନକ ରହୁଛି। ବାୟୁର ମାନ ଦିନକୁ ଦିନ ଖରାପ ହେଉଥିବା ହେତୁ ସକାଳେ ଓ ସନ୍ଧ୍ୟାରେ ବାହାରକୁ ଯିବା କମାଇ ଦେବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଏମିତି କି ମର୍ଣ୍ଣିୱାକ୍‌ ନ କରିବାକୁ ମଧ୍ୟ କୁହାଯାଉଛିି। ସକାଳେ ଓ ରାତିରେ ବାୟୁମଣ୍ଡଳରେ ତାପମାତ୍ରା କମ୍‌ ରହୁଥିବା ହେତୁ ଏହି ସମୟରେ କ୍ଷତିକାରକ୍‌ ପିଏମ୍‌ ୨.୫ ପାର୍ଟିକଲ ବାୟୁମଣ୍ଡଳରେ ରହିଥାଏ। ଖରାପଡ଼ିବା ପରେ ଏହା ଧୀରେ ଧୀରେ ଉପରକୁ ଉଠେ ଓ ସନ୍ଧ୍ୟାରେ ପୁଣି ତଳକୁ ଖସିଆସେ। ତେଣୁ ଏହି ସମୟରେ ପ୍ରାତଃ ଭ୍ରମଣ ଓ ସନ୍ଧ୍ୟା ଭ୍ରମଣ କରୁଥିବା ଲୋକମାନଙ୍କ ସ୍ୱାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପଡ଼ିଥାଏ। ଏହାସହିତ ନିର୍ମାଣ ଶ୍ରମିକ, ବୃଦ୍ଧ, ଶିଶୁ, ହୃଦରୋଗୀ ଓ ଶ୍ୱାସ ରୋଗୀମାନଙ୍କ ପାଇଁ ଏହା ଆହୁରି କ୍ଷତିକାରକ ହୋଇଥିବାରୁ ସେମାନଙ୍କ ପାଇଁ ଏନ୍‌-୯୫ ମାସ୍କ ବ୍ୟବହାର ଏକ ପ୍ରକାର ଅପରିହାର୍ଯ୍ୟ ହୋଇପଡ଼ିଛି। ପିଏମ୍‌ ୨.୫ ଶ୍ୱାସନଳୀ ଦେଇ ରକ୍ତରେ ସିଧା ମିଶୁଥିବା କାରଣରୁ ଦୀର୍ଘକାଳୀନ ଭାବେ ଏହା ଶ୍ୱାସଜନିତ ରୋଗର ବଡ଼ କାରଣ ସାଜିଥାଏ।

ଅନ୍ୟପଟେ ପ୍ରଦୂଷଣ ହ୍ରାସ ଦିଗରେ ବାୟୁ ଚଳାଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ହେଲେ ରାଜ୍ୟରେ ବର୍ତ୍ତମାନ ବିଶେଷ ବାୟୁ ଚଳାଚଳ ହୋଇପାରୁ ନାହିଁ। ଓଡ଼ିଶା ଉପରେ ଗୋଟିଏ ଗୁରୁଚାପ ବଳୟର ପ୍ରଭାବ ହେତୁ ରାଜ୍ୟକୁ ସମୁଦ୍ର ଆଡ଼କୁ ବାୟୁ ପ୍ରବାହ ବଢ଼ୁନାହିଁ। ଏହାର ପରିଣାମ ସ୍ୱରୂପ ପ୍ରଦୂଷଣର ମାତ୍ର ହ୍ରାସ ହୋଇପାରୁ ନାହିଁ। ବାୟୁ ଚଳାଚଳ ସ୍ୱାଭାବିକ ହେଲେ ପ୍ରଦୂଷଣ କମିବାର ସମ୍ଭାବନା ରହିଛି। ଅନ୍ୟପଟେ ରାଜ୍ୟରେ ପ୍ରଦୂଷଣ ବଢ଼ିବା ପରେ ନିକଟରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଖଣି ପ୍ରବଣ ଓ ପ୍ରଦୂଷଣ ଦୃଷ୍ଟିରୁ ସମ୍ବେଦନଶୀଳ ୧୨ ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ପତ୍ର ଲେଖି ବ୍ୟାପକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥରେ ମୁଖ୍ୟତଃ ଗୋଟିଏ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରି ପ୍ରତିଦିନ ଜିଲା ତଥା ସହରର ବିଭିନ୍ନ ସ୍ଥାନରୁ ବାହାରୁଥିବା ଧୂଳିକଣା ଉପରେ ନଜର ରଖିବାକୁ ପରାମର୍ଶ ଦେଇଥିଲେ। ଏହାର କାରଣ ଓ ନିରାକରଣ ପାଇଁ ପଦକ୍ଷେପ ନେବାକୁ କହିଥିଲେ। ଏହାସହିତ ପ୍ରତିଦିନ ରାସ୍ତାଘାଟ ରୋଡ୍‌କ୍ଲିନର୍‌ ମାଧ୍ୟମରେ ସଫା ରଖିବା, ରାସ୍ତାରେ ପାଣି ସିଞ୍ଚନ କରିବା, ରାସ୍ତାପାଖ ଢାବାରେ ଯେପରି କୋଇଲା ପ୍ରଭୃତି ବ୍ୟବହାର ନ ହୁଏ ସେଥିପ୍ରତି ଗୁରୁତ୍ୱ ଦେବାକୁ  କହିଥିଲେ।

ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ; ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ
ନୂଆଦିଲ୍ଲୀ: ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାରଙ୍କ ଯାନବାହାନ ନିୟମାବଳୀ ଏବେ ସାରା ସହରରେ କଡ଼ାକଡ଼ି ଲାଗୁ କରାଯାଇଛି । BS6 ଇଞ୍ଜିନ ଥିବା ଯାନ ବ୍ୟତୀତ ଅନ୍ୟ ସମସ୍ତ ଯାନବାହନକୁ ଦିଲ୍ଲୀ ସୀମାରେ ଅଟକାଯାଉଛି । ଦିଲ୍ଲୀ ପୁଲିସ ଲୋକଙ୍କୁ BS5, BS4 ଏବଂ BS3 ଇଞ୍ଜିନ ଥିବା ଯାନଗୁଡ଼ିକୁ ଫେରାଇବାକୁ ଅନୁରୋଧ କରୁଛି, କାରଣ ଏଗୁଡ଼ିକୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

ଆଜିଠାରୁ, BS6 ଅନୁପାଳନ ନଥିବା ବାହାର ରାଜ୍ୟରୁ ଦିଲ୍ଲୀରେ ପଞ୍ଜିକୃତ ହୋଇଥିବା କୌଣସି ଯାନକୁ ରାଜଧାନୀରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । ଏହି ନିୟମ କାର୍ଯ୍ୟକାରୀ ହେବା ପରଠାରୁ, ଦିଲ୍ଲୀରେ ପ୍ରବେଶ କରୁଥିବା ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାସହିତ ଦିଲ୍ଲୀରେ ଆଜିଠୁ ନୋ ପିୟୁସି ନୋ ଫୁଏଲ୍ ନିୟମ ଲାଗୁ ହୋଇଛି । କାର କିମ୍ବା ବାଇକରେ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ପେଟ୍ରୋଲ ପମ୍ପରେ ମିଳିବ ନାହିଁ ଇନ୍ଧନ । ସମସ୍ତେ ନିଜ ବାଇକ ଓ କାର ପାଇଁ ପଲ୍ୟୁସନ୍ ସାର୍ଟିଫିକେଟ୍ ବନାଉଥିବା ଦେଖିବାକୁ ମିଳିଛି । ପୂର୍ବରୁ ସବୁ ସଂସ୍ଥାର ୫୦ ପ୍ରତିଶତ କର୍ମଚାରୀ ୱାର୍କ ଫ୍ରମ୍ ହୋମ୍ ମୋଡରେ କାମ କରିବେ। ବାକି ୫୦ ପ୍ରତିଶତ ଅଫିସ ଆସିବେ ବୋଲି ନିର୍ଦ୍ଦେଶନାମା ସମସ୍ତ ସରକାରୀ ସଂସ୍ଥା ଓ ପ୍ରାଇଭେଟ କମ୍ପାନୀ ପାଇଁ ଲାଗୁ ହୋଇଛି । ଭୟଙ୍କର ପ୍ରଦୂଷଣକୁ ଦେଖି ଏହି ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ସରକାର । ଯିଏ ନ ମାନିବ, ତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ।

ପ୍ରଦୂଷଣ ସ୍ଥିତିରେ କୌଣସି ସୁଧାର ଆସୁ ନ ଥିବାବେଳେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଏହି ମାମଲା ଉପରେ ଶୁଣାଣି କରି ରାଜଧାନୀ ପ୍ରବେଶ ପଥରେ ଟୋଲ୍‌ ପ୍ଲାଜାକୁ ନେଇ ସୁପ୍ରିମକୋର୍ଟ ଏନ୍‌ଏଚ୍‌ଏଆଇ ଏବଂ ଦିଲ୍ଲୀ ପୌର ନିଗମ (ଏମସିଡି)କୁ ଭର୍ତ୍ସନା କରିଛନ୍ତି। ଏନ୍‌ଏଚଆଇକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ବିଶେଷ କରି ଦିଲ୍ଲୀ-ଗୁରୁଗାଁଓ ସୀମାରେ ଥିବା ଟୋଲ୍‌ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏଥିଯୋଗୁଁ ଘଣ୍ଟା ଘଣ୍ଟା ପର୍ଯ୍ୟନ୍ତ ଟ୍ରାଫିକ ଜାମ୍‌ ରହୁଥିବାବେଳେ ବାୟୁ ପ୍ରଦୂଷଣ ବଢୁଛି। ଏହା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିଦେଉଛି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ପ୍ରଦୂଷଣସ୍ତର ସବୁଠାରୁ ସାଂଘାତିକ ଥିବାବେଳେ ଜାନୁଆରୀ ୩୧ ପର୍ଯ୍ୟନ୍ତ ୯ଟି ଟୋଲ୍‌ରୁ ଆଦାୟ କାହିଁକି ବନ୍ଦ କରିପାରିବେନି ବୋଲି ପଚାରିଛନ୍ତି। ଟ୍ରାଫିକ ଜାମରୁ ମୁକ୍ତି ଲାଗି ଟୋଲ୍‌ ପ୍ଲାଜାକୁ କିଛି ସମୟ ପାଇଁ ବନ୍ଦ କରିବାକୁ କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏମସିଡିକୁ ୭ ଦିନ ସମୟ ଦେଇଛନ୍ତି।

ପ୍ରଦୂଷଣ ଏବଂ ଘନ କୁହୁଡ଼ିର ଆସ୍ତରଣ ତଳେ ରାଜଧାନୀ ଦିଲ୍ଲୀ; ଦିଶିଲାନି ରାସ୍ତାଘାଟ, ଅସ୍ତବ୍ୟସ୍ତ ଜନଜୀବନ
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତ ଏବଂ ଘନ କୁହୁଡ଼ିର ଚାଦର ତଳେ ରାଜଧାନୀ ଦିଲ୍ଲୀ। ସୋମବାର ସକାଳେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେବା ସହ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଦିନର ବାକି ସମୟରେ ଆକାଶ ମୁଖ୍ୟତଃ ପରିଷ୍କାର ରହିବ କିନ୍ତୁ ସକାଳ ସମୟରେ ଅଧିକାଂଶ ସ୍ଥାନରେ ମଧ୍ୟମ ଧରଣରୁ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ସୋମବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୭ ରୁ ୯ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାକୁ ଥିବାବେଳେ ସର୍ବାଧିକ ତାପମାତ୍ରା ୨୨ ରୁ ୨୪ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିପାରେ।

କେବଳ ଶୀତ ନୁହେଁ, ପ୍ରଦୂଷଣ ମଧ୍ୟ ଦିଲ୍ଲୀବାସୀଙ୍କ ପାଇଁ ଗୁରୁତର ସମସ୍ୟା ପାଲଟିଛି। ସୋମବାର ସକାଳେ ସହର ପୁଣିଥରେ ଧୂଆଁଳିଆ ବା ସ୍ମୋଗ୍ (Smog) ଚାଦରରେ ଢାଙ୍କି ହୋଇଯାଇଥିଲା। ସକାଳ ୬ଟା ସୁଦ୍ଧା ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୫୭ ରେ ପହଞ୍ଚିଥିଲା, ଯାହା 'ଗମ୍ଭୀର' ଶ୍ରେଣୀ ଅନ୍ତର୍ଭୁକ୍ତ। ଏହା ଫଳରେ ସ୍ଥାନୀୟ ବାସିନ୍ଦାଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିବାର ଆଶଙ୍କା ସୃଷ୍ଟି ହୋଇଛି ଏବଂ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ କ୍ଷମତା (Visibility) ହ୍ରାସ ପାଇଛି। ଏହାର ପ୍ରଭାବରେ ଦୃଶ୍ୟମାନ କ୍ଷମତା ବା ଭିଜିବିଲିଟି ଏତେ କମିଯାଇଛି ଯେ କିଛି ମିଟର ଦୂରରେ ଥିବା ଜିନିଷ ମଧ୍ୟ ଦେଖାଯାଉ ନାହିଁ। ଦିଲ୍ଲୀର ସଫଦରଜଙ୍ଗ ଏବଂ ପାଲମ ଅଞ୍ଚଳରେ ଭିଜିବିଲିଟି ଶୂନ (୦) ମିଟରକୁ ଖସି ଆସିଥିଲା । ରାସ୍ତାରେ ଯାଉଥିବା ଗାଡ଼ିଚାଳକମାନେ ବାଧ୍ୟ ହୋଇ ହେଡ୍ ଲାଇଟ୍ ଏବଂ ଇଣ୍ଡିକେଟର ଜଳାଇ ଅତି ଧୀର ଗତିରେ ଗାଡ଼ି ଚଳାଉଛନ୍ତି । ଭିଜିବିଲିଟି କମିବା କାରଣରୁ ବିମାନ ଏବଂ ରେଳ ସେବା ଉପରେ ଗୁରୁତର ପ୍ରଭାବ ପଡ଼ିଛି ।

ରାଜ୍ୟଗୁଡ଼ିକ ପାଇଁ ୱାର୍ଣ୍ଣିଂ ଜାରି

ଆଇଏମଡି ପକ୍ଷରୁ ସୋମବାର ଘନ କୁହୁଡ଼ି ପାଇଁ 'ୟେଲୋ ଆଲର୍ଟ' ଜାରି କରାଯାଇଛି। ଅରୁଣାଚଳ ପ୍ରଦେଶ, ଆସାମ, ମେଘାଳୟ, ପୂର୍ବ ମଧ୍ୟପ୍ରଦେଶ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ହିମାଚଳ ପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ପଞ୍ଜାବ ଏବଂ ଉତ୍ତରପ୍ରଦେଶର କିଛି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଅନ୍ୟପକ୍ଷରେ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଏବଂ ପବନ ବହିବାର ସମ୍ଭାବନା ରହିଛି। ସେହିପରି କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତ ଲହରୀ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି।

ବାୟୁ ପ୍ରଦୂଷଣକୁ ନେଇ ଗୃହରେ ଉଦବେଗ ପ୍ରକାଶ କଲେ ବିଜେଡ଼ି ସାଂସଦ ମାନସ ମଙ୍ଗରାଜ
ଭୁବନେଶ୍ବର: ରାଜ୍ୟସଭାରେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସାଂସଦ ମାନସ ମଙ୍ଗରାଜ। ଶୀତ ଋତୁରେ ଦିଲ୍ଲୀ କେବଳ ପ୍ରଦୂଷଣର ସମ୍ମୁଖୀନ ହୁଏ ନାହିଁ, ଏହା ଏକ ଜନସ୍ୱାସ୍ଥ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୁଏ ବୋଲି ସେ କହିଛନ୍ତି। ସପ୍ତାହ ସପ୍ତାହ ଧରି, ଏକ୍ୟୁଆଇ (AQI) ୪୦୦ ଏବଂ ୫୦୦ ଉପରେ ରହେ।  ଏହା କେବଳ ଖରାପ ବାୟୁ ନୁହେଁ। ଏହା ହେଉଛି ବିଷାକ୍ତ ବାୟୁ। ଏହା ଆମର ପିଲାମାନଙ୍କୁ, ଆମର ବୟସ୍କ ନାଗରିକମାନଙ୍କୁ, ଏବଂ ଏହି ରାସ୍ତାରେ ଚାଲୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଉଛି ବୋଲି ଗୃହରେ କହିଛନ୍ତି ସାଂସଦ ମାନସ ମଙ୍ଗରାଜ।

ଓଡ଼ିଶାରୁ ଆସିଥିବା ଜଣେ ବ୍ୟକ୍ତି ଭାବରେ, ଯେଉଁ ରାଜ୍ୟ ଅଦ୍ୱିତୀୟ ଶୃଙ୍ଖଳା ସହିତ ବାତ୍ୟା, ବନ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟ ସହ ଲଢ଼େ, ମୁଁ ଜାଣେ ସଙ୍କଟ କିପରି ଦେଖାଯାଏ। କିନ୍ତୁ ଯାହା ମୋତେ ବ୍ୟଥିତ କରୁଛି ତାହା ହେଉଛି, ଦିଲ୍ଲୀରେ ଏକ ମାନବ-କୃତ ବିପର୍ଯ୍ୟୟ। ପ୍ରତିବର୍ଷ ଫେରିଆସେ, ଏବଂ ଆମେ ତାହା ମଝିରେ ହିଁ ଆମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସଂସଦ ଅଧିବେଶନ କରି ଚାଲିଛୁ। ଆମର ସଦସ୍ୟମାନେ, ଆମର ଅଧିକାରୀମାନେ, ଡ୍ରାଇଭରମାନେ, ସ୍ୱଚ୍ଛତା କର୍ମଚାରୀମାନେ ଏବଂ ସୁରକ୍ଷା କର୍ମୀମାନେ ଏହି ଗୃହକୁ କାର୍ଯ୍ୟକ୍ଷମ ରଖିବା ପାଇଁ ପ୍ରତିଦିନ ଏହି ବିଷାକ୍ତ ବାୟୁରେ ନିଶ୍ୱାସ ନିଅନ୍ତି। ଆମେ ସେମାନଙ୍କ ଦୁଃଖକୁ ଅଣଦେଖା କରିପାରିବା ନାହିଁ। ଆମେ ଏହା ସ୍ୱାଭାବିକ ବୋଲି ଅଭିନୟ କରିପାରିବା ନାହିଁ ବୋଲି ସେ କହିଥିଲେ।

ସରକାରଙ୍କ ନିକଟରେ ଅନୁରୋଧ ରଖି କହିଥିଲେ ଯେ, ବାୟୁ ସୁରକ୍ଷିତ ନ ହେବା ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଏବଂ ବଜେଟ୍ ଅଧିବେଶନକୁ ଦିଲ୍ଲୀରୁ ସ୍ଥାନାନ୍ତର କରନ୍ତୁ। ଭାରତରେ ଅନେକ ସକ୍ଷମ ସହର ଅଛି ଯେଉଁଠାରେ ପରିଷ୍କାର ବାୟୁ ଏବଂ ଦୃଢ଼ ଭିତ୍ତିଭୂମି ରହିଛି । ଭୁବନେଶ୍ୱରରୁ ହାଇଦ୍ରାବାଦ, ଗାନ୍ଧୀନଗରରୁ ବେଙ୍ଗାଲୁରୁ ଏବଂ ଗୋଆରୁ ଡେରାଡୁନ୍ ପର୍ଯ୍ୟନ୍ତ। ଯଦି ଓଡ଼ିଶା ଏକ ବାତ୍ୟା ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ କିଛି ଘଣ୍ଟା ମଧ୍ୟରେ ସ୍ଥାନାନ୍ତର କରିପାରେ ଏବଂ ସଠିକତା ସହିତ ଜୀବନ ରକ୍ଷା କରିପାରେ, ତେବେ ନିଶ୍ଚିତ ଭାବରେ ଭାରତ ସରକାର ନିଜ ସଦସ୍ୟ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ରକ୍ଷା ପାଇଁ ସଂସଦର ଦୁଇଟି ଅଧିବେଶନକୁ ସ୍ଥାନାନ୍ତର କରିପାରିବେ ବୋଲି ସେ ଗୃହରେ କହିଥିଲେ। ଏହା ରାଜନୀତି ବିଷୟରେ ନୁହେଁ। ଏହା ଜୀବନ ଏବଂ ସମ୍ମାନ ବିଷୟରେ। ସଂସଦକୁ ନେତୃତ୍ୱ ଦେଖାଇବାକୁ ପଡିବ।  ସରକାରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ବିଳମ୍ବ ନ କରି ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକାରୀ କରିବାକୁ ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ।

କଟକ ପାଇଁ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି: ଖର୍ଚ୍ଚ ହେଲାଣି ୨୪ କୋଟି, ସୁଧୁରୁନି ସହରର ସ୍ଥିତି
କଟକ: ଏବେ ଦିଲ୍ଲୀ ପ୍ରଦୂଷଣ ଦେଶରେ ଚିନ୍ତାଜନକ ହୋଇଥିବା ବେଳେ କଟକ ପାଇଁ ମଧ୍ୟ ବାୟୁ ପ୍ରଦୂଷଣର ସତର୍କ ଘଣ୍ଟି ବାଜିଲାଣି। ଶୀତ ଋତୁରେ ପ୍ରଦୂଷଣ ସ୍ତର ସୀମା ଅତିକ୍ରମ କରିଥିବା ବେଳେ ଧୂଳି ଓ ଯାନବାହନ ଧୂଆଁ ପାଇଁ ସହରର ବାୟୁ ପ୍ରଦୂଷଣ ବେଶୀ ହେଉଥିବା କୁହାଯାଉଛି। ଅନ୍ୟପଟରେ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମରେ କଟକ ସହରରେ ବିଗତ ୬ବର୍ଷ ମଧ୍ୟରେ ୨୪କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲେ ବି ଏହାର ସୁଫଳ ମିଳିପାରିନି। ଆସନ୍ତା ୨୦୨୬ରେ କଟକ ସହରକୁ ବାୟୁ ପ୍ରଦୂଷଣମୁକ୍ତ କରିବା ପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ପୂରଣ ନେଇ ଅନିଶ୍ଚିତତା ଦେଖାଦେଇଛି। ଏପରିକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ମଧ୍ୟ ଦେଶର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ନେଇ ସତର୍କ କରି ଆସିଥିବାର ନଜିର ରହିଛି।

ରାଜ୍ୟର ଯେଉଁ କେତେଗୋଟି ସହରରେ ବାୟୁ ପ୍ରଦୂଷଣ ସ୍ଥିତି ସଂଗୀନ ରହିଛି ସେଥିମଧ୍ୟରେ କଟକ ସହର ସ୍ଥାନିତ ହୋଇଛି। ନୂତନ ମାନଦଣ୍ଡ ଅନୁସାରେ ପିଏମ ୨.୫ ଓ ପିଏମ ୧୦ର ସ୍ତର କମାଇ ଦିଆଯାଇଛି। ଏହି ସ୍ଥିତିରୁ ସୁଧାରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଥିଲା। ଇତିମଧ୍ୟରେ ବର୍ଷାଧିକ ସମୟ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ସହରରେ ବାୟୁ ପ୍ରଦୂଷଣ ବଢିଚାଲିଛି। ସହରର ବାଦାମବାଡ଼ିରେ ବାୟୁ ପ୍ରଦୂଷଣ ସର୍ବାଧିକ ସ୍ତରରେ ରହିଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ମିଳିଥିବା ତଥ୍ୟ ଅନୁସାରେ କଟକ ସହରରେ ନାଇଟ୍ରୋଜେନ ଡାଇଆକ୍‌ସାଇଡକୁ ନେଇ ଚିନ୍ତାଜନକ ସ୍ଥିତି ରହିଛି କାରଣ ସର୍ବାଧିକ ପ୍ରଦୂଷଣ ଯାନବାହନ ଜନିତ ବୋଲି କୁହାଯାଉଛି। ବିଭାଗୀୟ ଅଧିକାରୀଙ୍କ କହିବାନୁସାରେ, ଯାନବାହନ ଓ ନିର୍ମାଣ କାର୍ଯ୍ୟ ଦ୍ୱାରା ସହରର ବାୟୁ ପ୍ରଦୂଷଣ ଅଧିକ ହେବାରେ ଲାଗିଛି। କଟକ ସହରରେ ପିଏମ ୧୦ ଆଧାରରେ ୬୦ ଓ ପିଏମ୨.୫ଆଧାରରେ ୪୦ ରହିବା କଥା; ହେଲେ ଏହା ଅଧିକ ରହିଆସୁଛି। ସହରର ୪ଟି ସ୍ଥାନରେ ବାୟୁ ପ୍ରଦୂଷଣ ଯାଞ୍ଚ କରାଯାଉଛି। ବ୍ୟସ୍ତବହୁଳ ବାଦାମବାଡି, ଲିଙ୍କରୋଡ ଓ ବାରବାଟୀ ଷ୍ଟାଡିୟମ, ସିଡିଏ ନିକଟରେ ଏହି ବ୍ୟବସ୍ଥା ଉପଲବ୍ଧ ରହିଛି।

ବେଧଡକ ବାଲି ପରିବହନ ପାଇଁ ସହରର ଅଧିକାଂଶ ରାସ୍ତାଘାଟରେ ଏବେ ବାଲିର ଏକ ମୋଟା ଆସ୍ତରଣ ଦେଖିବାକୁ ମିଳୁଛି। ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ଯୋଗୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସିଏମସିକୁ ଗତ ୬ବର୍ଷରେ ୨୪କୋଟି  ଟଙ୍କା ଦିଆଯାଇଥିବା ଜଣାପଡିଛି। ଯାନ୍ତ୍ରିକ ସଫେଇ ଦ୍ୱାରା ସହରର ରାସ୍ତାଘାଟକୁ ଧୂଳିବାଲିରୁ ମୁକ୍ତ ରଖିବା ଯୋଜନା ଫଳପ୍ରଦ ହୋଇନାହିଁ। ଏପରିକି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଜ ଆଡୁ ମାମଲା କରି ନିୟମ ଉଲ୍ଲଘଂନ କ୍ଷେତ୍ରରେ ନୋଟିସ ଜାରି କରିବା ଉପରେ ନିକଟରେ ଓଡିଶା ହାଇକୋର୍ଟ ଗୁରୁତ୍ୱାରୋପ କରିଥିଲେ। ହେଲେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାଁଭାଁ ନୋଟିସ କରିଥିବା ଜଣାପଡିଛି। ୨୦୧୯ ମସିହା ଅଗଷ୍ଟ ମାସ ପରେ ରାଜ୍ୟରେ ପରିବହନ ବିଭାଗ ପକ୍ଷରୁ ପ୍ରଦୂଷଣ ପ୍ରମାଣ ପତ୍ରକୁ କଡାକଡି କରିବା ପାଇଁ ସବୁ ଆରଟିଓଙ୍କୁ ଚିଠି ହୋଇଥିଲା। ୨୦୨୦ ଜାନୁଆରୀ ମାସରୁ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣ ପତ୍ରକୁ ବାଧ୍ୟତାମୂଳକ କରାଯାଇଛି। ବହୁ ଗାଡି ରାସ୍ତାରେ ଚଳାଚଳ କରିବା ପାଇଁ ପ୍ରଦୂଷଣ ଦୃଷ୍ଟିକୋଣରୁ ଅଯୋଗ୍ୟ ଥିଲେ ମଧ୍ୟ ଏଗୁଡିକ ବେଧଡକ ଗଡୁଛି।

କିଏ ଶୁଣିବ ମା’ର ଦୁଃଖ? ଦିଲ୍ଲୀରେ ବାୟୁ ପ୍ରଦୂଷଣ ପାଇଁ ଜୀବନମରଣ ସହ ସଂଘର୍ଷ କରୁଛି ଦୁଇ ବର୍ଷର ଶିଶୁ !
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ବାୟୁ ପ୍ରଦୂଷଣ ନାକେଦମ କଲାଣି। ପ୍ରଦୂଷଣ ସ୍ତର ହ୍ରାସ ପାଇବା ବଦଳରେ ଦୀର୍ଘ ଦିନ ହେଲା ବୃଦ୍ଧି ପାଇ ଚାଲିଛି। ଏହା ଗୁରୁତର ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ସରକାର ସ୍ଥିତିକୁ ଦେଖି ହାତ ଟେକି ଦେଇଛନ୍ତି। ଖାଲି ପ୍ରଦୂଷଣ କେନ୍ଦ୍ର ଆଖପାଖରେ ପାଣି ଟାଙ୍କି ବୁଲାଇ ଦିଲ୍ଲୀକୁ ଥଣ୍ଡା ରଖିବାକୁ ଦିଲ୍ଲୀ ସରକାର ପ୍ରୟାସ କରୁଥିବା ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ପ୍ରଦୂଷଣରେ ଲୋକେ ତ୍ରାହି ତ୍ରାହି ଡାକୁ ଥିବାବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ପ୍ରଦୂଷଣକୁ ନେଇ ଦିଲ୍ଲୀରେ ରହୁଥିବା ଜଣେ ମହିଳା ଏକ ହୃଦୟ ବିଦାରକ ଭିଡିଓ ସେୟାର କରିଛନ୍ତି। ଏହା ଦିଲ୍ଲୀରେ ବାୟୁ ପ୍ରଦୂଷଣର ଭୟାବହତାକୁ ଦେଖାଉଛି। ପ୍ରଦୂଷଣ ପାଇଁ ତାଙ୍କ ଦୁଇ ବର୍ଷର ପୁଅ ଜୀବନମରଣ ସହ ସଂଘର୍ଷ କରୁଛି। ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ଯୋଗୁଁ ବାଧ୍ୟ ହୋଇ ଶିଶୁର ନାକ ଏବଂ ଗଳା ଅସ୍ତ୍ରୋପଚାର କରିବାକୁ ପଡୁଛି। ଦିଲ୍ଲୀକୁ ଆସିବାର ଫଳ ଏବେ ତାଙ୍କ ଶିଶୁ ଭୋଗ କରୁଛି ବୋଲି ମାଆ କୋହଭରା କଣ୍ଠରେ କହିଛନ୍ତି। ଏହି ମହିଳାଙ୍କ ନାମ ସାକ୍ଷୀ ପାହ୍ବା। ତାଙ୍କ ପରିବାର ୨ ବର୍ଷ ତଳେ ଦିଲ୍ଲୀକୁ ଆସିଥିଲେ। ଏଠାକୁ ଆସିବାର କିଛି ମାସ ପରେ ପୁଅର ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରେ ଲାଗିଥିଲା। କାଶ, କଫ ସହିତ ଆଲର୍ଜି ହେବାରୁ ଶ୍ବାସକ୍ରିୟା ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହୋଇଥିଲା। କୌଣସି ଔଷଧ କାମ ଦେଇ ନ ଥିଲା। ପ୍ରଦୂଷଣ ପାଇଁ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରେ ଲାଗିଥିଲା।

ଡାକ୍ତରଙ୍କୁ ଦେଖାଇବାରୁ ଆଡେନୋଇଡ୍‌ସ ଏବଂ ଚତୁର୍ଥ ପର୍ଯ୍ୟାୟ ଟନ୍‌ସିଲରେ ପୀଡ଼ିତ ଥିବା କହିଥିଲେ। ଅସ୍ତ୍ରୋପଚାର ଏହାର ଉତ୍ତମ ଚିକିତ୍ସା ବୋଲି ବର୍ଣ୍ଣନା କରିଥିଲେ। ପୁଅର ଏହି ସ୍ଥିତି ପାଇଁ ଦିଲ୍ଲୀ ପ୍ରଦୂଷଣ ଏବଂ ସରକାରଙ୍କ କାର୍ଯ୍ୟହୀନତାକୁ ଦୋଷ ଦେଇଛନ୍ତି। ତାଙ୍କ ପୁଅ ହସ୍ପିଟାଲ ବେଡ୍‌ରେ ପଡ଼ିଥିବା ଦେଖିବାକୁ ମିଳୁଛି। ମହିଳା କହୁଛନ୍ତି ଯେ ଦିଲ୍ଲୀ ପ୍ରଦୂଷଣ ପାଇଁ ନିଷ୍ପାପ ଶିଶୁର ଅସ୍ତ୍ରୋପଚାର ହୋଇଛି। ଆମେ ଟିକସ ଦେଉଛୁ ଏବଂ ଏହାର ପ୍ରତିବଦଳରେ ଶିଶୁକୁ ମେଡିକାଲରେ ଭର୍ତ୍ତି ହେବାକୁ ପଡୁଛି। ଏହି ଭିଡିଓକୁ ନେଇ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ବଡ଼ ବିକ୍ଷୋଭ ପ୍ରଦର୍ଶନ ହେଲେ ଦେଶର ସ୍ଥିତି ବଦଳିବ ବୋଲି ଲୋକେ କହୁଛନ୍ତି।

ଦୀପାବଳି ପରେ ଚରମ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ: ଗତକାଲି ଦିପାବଳୀ ପରେ ପରେ ପୂରା ଧୂଆଁମୟ ହୋଇଯାଇଛି ରାଜଧାନୀ ଦିଲ୍ଲୀର ଆକାଶ। ଦୀପାବଳିର ଗୋଟିଏ ଦିନ ପରେ ମଙ୍ଗଳବାର ଦିଲ୍ଲୀକୁ ବିଷାକ୍ତ କୁହୁଡ଼ି ଘୋଡ଼ାଇ ରଖିଥିବାର ଦେଖିବାକୁ ମିଳିଛି।   ନିର୍ଦ୍ଧାରିତ ସମୟ ସୀମାକୁ ଉଲ୍ଲଂଘନ କରି ଲଗାତର ଭାବେ ବାଣ ମାରି ଚାଲିଥିଲେ ଦିଲ୍ଲୀ ବାସିନ୍ଦା। ଯାହାଫଳରେ ରାତି ଅଧରେ ଆକାଶ ଦିଶୁଥିଲା ବେଶ୍‌ ଧୂଆଁଳିଆ। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) 'ଗମ୍ଭୀର' ବର୍ଗକୁ ଖସିଯାଇଛି।

ଖବର ଅନୁଯାୟୀ, ଉତ୍ସବ ପାଳନ ମଧ୍ୟରେ ପ୍ରଦୂଷଣ ସ୍ତର ଖରାପ ହେବା ସହିତ ସକାଳ ୭ଟାରେ ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୫୧ ରହିଥିଲା। ଯାହାକି ଜାତୀୟ ହାରାହାରିଠାରୁ ୧.୮ ଗୁଣ ଅଧିକ।

ଦୀପାବଳି ରାତିରେ ଏକ୍ୟୁଆଇ "ଅତ୍ୟନ୍ତ ଖରାପ" ବର୍ଗକୁ ଖସିଗଲା। ନୋଇଡା ଏବଂ ଗୁରୁଗ୍ରାମ ଭଳି ସାଟେଲାଇଟ୍ ସହରଗୁଡ଼ିକର ସ୍ଥିତି ମଧ୍ୟ ଭଲ ନଥିଲା, ମଙ୍ଗଳବାର ସକାଳେ ଏକ୍ୟୁଆଇ ଯଥାକ୍ରମେ ୪୦୭ ଏବଂ ୪୦୨ ଥିଲା। ଗତବର୍ଷ ଦୀପାବଳି ପରେ ଦିଲ୍ଲୀର ସାମଗ୍ରିକ ବାୟୁ ଗୁଣବତ୍ତା 'ଅତ୍ୟନ୍ତ ଖରାପ' ବର୍ଗରେ ରେକର୍ଡ କରାଯାଇଥିଲା। ଏକ୍ୟୁଆଇ ଥିଲା ୩୫୯।

ଉଳ୍ଲେଖଯୋଗ୍ୟ, ଚଳିତବର୍ଷ ସୁପ୍ରିମକୋର୍ଟ ୧୮ ରୁ ୨୦ ଅକ୍ଟୋବର ପର୍ୟ୍ୟନ୍ତ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସବୁଜ ବାଣକୁ ଅନୁମତି ଦେଇଥିଲେ, କେବଳ ଦୁଇଟି ସମୟ ସ୍ଲଟ୍ ମଧ୍ୟରେ, ସକାଳ ୬ ରୁ ୭ ଏବଂ ସନ୍ଧ୍ୟା ୮ ରୁ ରାତି ୧୦ ପର୍ଯ୍ୟନ୍ତ। ତଥାପି, କେହି ନିୟମ ପାଳନ କରି ନ ଥିଲେ।

ହାଲୁକା ବର୍ଷା ପରେ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ସାମାନ୍ୟ ଆଶ୍ୱସ୍ତି
ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ପ୍ରଦୂଷଣ କାରଣରୁ ଯନଜୀବନ ଅସ୍ତବ୍ୟସ୍ତ ହୋଇଯାଇଥିବା ବେଳେ ବର୍ଷା ସାମାନ୍ୟ ଆଶ୍ବସ୍ତି ଆଣିଛି।  ଦିଲ୍ଲୀ ଓ ନୋଏଡ଼ାର କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି। ବର୍ଷା ପରେ AQI ୪ ଶହରୁ ହ୍ରାସ ହୋଇ ଶହେରେ ପହଞ୍ଚିଛି। ପ୍ରଦୂଷଣକୁ ଦେଖି ସରକାର କୃତ୍ରିମ ବର୍ଷା ଯୋଜନା କରୁଥିଲେ । କୃତ୍ରିମ ବର୍ଷା ଯୋଜନା ବେଳେ ରାତିର ବର୍ଷା ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ଦେଇଛି ।

ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସିଭିୟର କାଟାଗୋରୀରେ ରହିଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହି ସୂଚନା ଦେଇଛି । ଅଶୋକ ବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୨, ଆରକେ ପୁରମରେ ୪୬୧ ଓ ପଞ୍ଜାବୀ ବାଗରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୪୬୦ ରହିଛି ।

ଦିଲ୍ଲୀରେ ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ୟ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଆଗୁଆ ଶୀତ ଛୁଟି କରାଯାଇଛି। ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

ଗମ୍ଭୀର ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ୧୮ ତାରିଖ ଯାଏଁ ଆଗୁଆ ଶୀତ ଛୁଟି
ନୂଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ସ୍ଥିତିରେ ବାୟୁ ପ୍ରଦୂଷଣ। ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ଘରୁ ବାହାରିଲେ ଆଖିରେ ଜ୍ବାଳା ଅନୁଭୂତ ହେଉଛି ଲୋକେ କହିଛନ୍ତି । ଦିଲ୍ଲୀର ବାୟୁ ଏତେ ମାତ୍ରାରେ ପ୍ରଦୂଷଣ ହୋଇଗଲାଣି କି ସେଠାରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେଉଛି । ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ସେଠାରେ ଅଡ଼-ଇଭେନ ନିୟମ ଲାଗୁ କରିଛନ୍ତି । ତଥାପି କୌଣସି ପ୍ରକାର ଉପକାର ମିଳୁନି । ସାତ ଦିନ ହେଲାଣି ବାୟୁର ଗୁଣବତ୍ତା ମାନ ୪ଶହ ଉପରେ ରହୁଛି। ଏହାକୁ ଦୃଷ୍ଟରେ ରଖି ଆଗୁଆ ଶୀତ ଛୁଟି ଘୋଷଣା ହୋଇଛି । ୯ ତାରିଖରେ ୧୮ ତାରଖ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ବନ୍ଦ ରହିବ । ଏନେଇ ବୁଧବାର ଏହି ନିର୍ଦ୍ଦେଶ ଜାରି କରିଛି ଦିଲ୍ଲୀ ଶିକ୍ଷା ବିଭାଗ ।

ଦିଲ୍ଲୀ ଏନସିଆରରେ ସମସ୍ତ ସରକାରୀ ଓ ଘରୋଇ ପ୍ରାଥମିକ ସ୍କୁଲକୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ବାୟୁ ଏତେମାତ୍ରାରେ ପ୍ରଦୂଷିତ ହୋଇଛି ଯେ ରାସ୍ତାରେ କୁହୁଡ଼ିର ଭ୍ରମ ସୃଷ୍ଟି ହେଉଛି । ଅନେକ ସ୍ଥାନରେ ଆକାଶ ଦେଖାଯାଉ ନାହିଁ କି ଠିକରେ ସୂର୍ଯ୍ୟକିରଣ ବି ଦେଖାଉ ନଥିବା ଭଳି ସ୍ଥିତି । ଆଗକୁ ଆହୁରି ସାଂଘାତିକ ସ୍ଥିତି ଆଶଙ୍କା କରାଯାଉଛି । ଦିଲ୍ଲୀ ଆଖପାଖ ରାଜ୍ୟରେ ପ୍ରଦୂଷଣ ବଢ଼ିବା ଯୋଗୁ ଏହା ପ୍ରଦୂଷିତ ହେଉଥିବା କୁହାଯାଉଛି ।

ପ୍ରଦୂଷଣର ମୁକାବିଲା କରିବାକୁ କୃତ୍ରିମ ବର୍ଷା କରିବାକୁ ଯୋଜନା କରୁଛନ୍ତି ଦିଲ୍ଲୀ ସରକାର ।ଆସନ୍ତା ୨୦ ଏବଂ ୨୧ ତାରିଖରେ କୃତ୍ରିମ ବର୍ଷା କରିବାକୁ ଯୋଜନା ରହିଛି। ଏଥିଲାଗି କାନପୁର ଆଇଆଇଟି ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏବଂ ଅର୍ଥମନ୍ତ୍ରୀ ଅତିଶୀ ।

କୃତ୍ରିମ ବର୍ଷା ନେଇ ଆଇଆଇଟି ସଦସ୍ୟଙ୍କୁ ସବିଶେଷ ବିବରଣୀ ମାଗିଛନ୍ତି ଗୋପାଳ ରାୟ । ଆସନ୍ତାକାଲି ଏହି ରିପୋର୍ଟକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ। ତେବେ କୃତ୍ରିମ ବର୍ଷା ହେବା ଲାଗି ଆକାଶରେ କମରେ ୪୦ ପ୍ରତିଶତ ମେଘର ଆବଶ୍ୟକ ରହିଛି। ଆସନ୍ତା ୨୦ ଏବଂ ୨୧ ତାରିଖରେ ଦିଲ୍ଲୀରେ ମେଘୁଆ ପାଗ ରହିବା ସମ୍ଭାବନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଲେ କୃତ୍ରିମ ବର୍ଷା ନେଇ କେନ୍ଦ୍ର ସହ ଆବଶ୍ୟକ ଅନୁମତି ନେଇ ଆଲୋଚନା କରାଯିବ।କୃତ୍ରିମ ବର୍ଷା ହେଲେ ରାଜଧାନୀବାସୀଙ୍କୁ ପ୍ରଦୂଷଣର ସାମାନ୍ୟ ଆଶ୍ବସ୍ତି ମିଳିପାରେ । ଦିଲ୍ଲୀ ଆଖପାଖ ରାଜ୍ୟ ଗୁଡିକରେ ଜମିରେ ପାଳ ପୋଡ଼ାଯିବା ଘଟଣା ବଢୁଥିବାରୁ ପ୍ରଦୂଷଣ ମଧ୍ୟ ସେହି ହିସାବରେ ବଢି ଚାଲିଛି। ଦିଲ୍ଲୀରେ ଯେକୌଣସି ମତେ ପ୍ରଦୂଷଣ ନିୟନ୍ତ୍ରଣ ନେଇ ପଦକ୍ଷେପ ଗ୍ରହଣ କରିବାକୁ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

ସାଙ୍ଘାତିକ ସ୍ଥିତିରେ ଦିଲ୍ଲୀର ବାୟୁ ପ୍ରଦୂଷଣ, ଲାଗୁ ହେଲା ଅଡ୍‌-ଇଭେନ୍‌ ଫର୍ମୂଲା
ନୂଆଦିଲ୍ଲୀ: ଦିନକୁ ଦିନ ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀର ବାୟୁ । ଭୟଙ୍କର ବାୟୁ ପ୍ରଦୂଷଣ ଯୋଗୁଁ ଅସ୍ତବ୍ୟସ୍ତ ଜନଜୀବନ । ଦିଲ୍ଲୀକୁ ଢ଼ାଙ୍କି ହୋଇ ରହିଛି ମୋଟା ଧୂଳି ଓ ଧୂଆଁର ଚାଦର। ଫଳରେ ଭଲଭାବେ ଦୃଶ୍ୟମାନ ହେଉନାହିଁ। ପ୍ରଦୂଷଣ ଏତେ ମାତ୍ରାରେ ବଢିଯାଇଛି ଯେ ରାସ୍ତାରେ ଗାଡିମଟର ଚଳାଚଳ କରିବା ମୁସକିଲ ହୋଇପଡିଛି। କବେଳ ସେତିକି ନୁହେଁ ନିଶ୍ୱାସ ନେବା ବି କଷ୍ଟକର ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଏବେ ପୁଣିଥରେ ଅଡ୍-ଇଭେନ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ପ୍ରଦୂଷଣ ସ୍ତରକୁ କମାଇବା ପାଇଁ ଦିଲ୍ଲୀ ସରକାର ଏପରି ନିୟମ ଲାଗୁ କରିଛନ୍ତି ।

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ଅଡ୍‌-ଇଭେନ୍‌ ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ। ଏହି ନିୟମ ନଭେମ୍ବର ୧୩ରୁ ୨୦ ପର୍ଯ୍ୟନ୍ତ ଲାଗୁ ହେବ। ତେବେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ପ୍ରଦୂଷଣ ସ୍ଥିତିର ସମୀକ୍ଷା କରିବା ପରେ ଆଗାମୀ ନିଷ୍ପତ୍ତି ନିଆଯିବ।

ଅନ୍ୟପଟେ ଦିଲ୍ଲୀରେ ଏବେ କୌଣସି ବି ପ୍ରକାରର ନିର୍ମାଣ କାର୍ଯ୍ୟ ହେବ ନାହିଁ। ପୂର୍ବରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ କରିବକୁ ଘୋଷଣା ହୋଇସାରିଥିବା ବେଳେ ଆଜି ଷଷ୍ଠ ଠାରୁ ଏକଦାଶ ଯାଏଁ ଶ୍ରେଣୀ ଆସନ୍ତା ନଭେମ୍ବର ୧୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଛାଡ଼ି ଆଉ ସମସ୍ତ ସ୍କୁଲ ବନ୍ଦ କରାଯାଇଛି। ସମସ୍ତ ପିଲାଙ୍କ ପାଇଁ ଅନ୍‌ଲାଇନ୍‌ କ୍ଲାସ କରିବାକୁ ବିକଳ୍ପ ଦିଆଯାଇଛି।