Organic Mango Farming - The Sakala

ଜୈବିକ ପଦ୍ଧତିରେ ଆମ୍ୱ ଚାଷ
ଅନୁଗୁଳ (ଶୁଭ୍ର ରଞ୍ଜନ ଦାସ): ଚାକିରି ଛାଡ଼ି ଏବେ ସେ ଜଣେ ସଫଳ ଆମ୍ୱ ଚାଷୀ। ନିଜସ୍ୱ ଜ୍ଞାନ କୌଶଳ ଏବଂ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ ବିଭିନ୍ନ ପ୍ରଜାତିର ଆମ୍ୱ ଚାଷ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ବର୍ଷକୁ ପ୍ରାୟ ୪/୫ଲକ୍ଷ ଟଙ୍କା ଆୟ କରୁଛନ୍ତି। ଖାଲି ସେତିକି ନୁହେଁ ଅନ୍ୟ ଆମ୍ୱ ଚାଷୀମାନଙ୍କୁ ମଧ୍ୟ କିଭଳି ଭଲ ଓ ଉନ୍ନତମାନର ଆମ୍ୱ ଉତ୍ପାଦନ ହୋଇ ପାରିବ ସେନେଇ ପ୍ରଶିକ୍ଷଣ ଦେଉଛନ୍ତି। ଏଭଳି ଜଣେ ଆମ୍ୱ ଚାଷୀ ହେଉଛନ୍ତି ଅନୁଗୁଳ ବ୍ଲକ ପୋକତୁଙ୍ଗା ଗାଁର ପ୍ରଶାନ୍ତ ପ୍ରଧାନ।

ପ୍ରାୟ ୪ଏକର ଜାଗାରେ ଲାଗିଛି ବିଭିନ୍ନ କିସମର ୩ଶହରୁ ଅଧିକ ଆମ୍ୱ ଗଛ। ଯେଉଁ ଗଛକୁ ଦେଖିଲେ ଫଳରେ ଭରପୁର। ପ୍ରଶାନ୍ତଙ୍କ ଦୃଢ଼ ଇଚ୍ଛାଶକ୍ତି, ଅକ୍ଲାନ୍ତ ପରିଶ୍ରମ ଏବଂ ମନରେ ଥିବା ପ୍ରବଳ ଆଗ୍ରହ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ପ୍ରଶାନ୍ତ ସିଲକ ଓ ଟସର ଫେଡରେସନରେ ଚାକିରି କରୁଥିଲେ। କିନ୍ତୁ ସେଥିରେ ତାଙ୍କର ମନ ଲାଗି ନ ଥିଲା। ତେଣୁ ସେ ଗତ ୨୦୦୪ରେ ଚାକିରି ଛାଡ଼ି ଗାଁ ଠାରୁ କିଛି ଦୂର ହମାମିରା ଗାଁ ନିକଟରେ ୪ଏକର ଜାଗା କିଣି ଆମ୍ୱ ଗଛ ଲଗାଇଲେ। ଏଥିପାଇଁ ସେ କାହାର ଆର୍ଥିକ ସହାୟତା ନେଇନାହାନ୍ତି। ଆଜି ତାଙ୍କ ଆମ୍ୱ ବଗିଚା ହସୁଛି। ବଗିଚାରେ ବମ୍ୱେ ଗ୍ରୀନ, ଲେଙ୍ଗଡା, ଆଖୁରସ, ଦଶରୀ, ଅମ୍ରପଲ୍ଲୀ, ତୋଟା ପଲ୍ଲୀ, ହେମସାଗର, ମଲ୍ଲିକା ଭଳି ବିଭିନ୍ନ କିସମର ଆମ୍ୱ ଫଳୁଛି। ବର୍ଷକୁ ୨୦୦କୁଇଣ୍ଟାଲ ଆମ୍ୱ ଉତ୍ପାଦନ କରୁଛନ୍ତି।

ତାଙ୍କ ଆମ୍ୱ ବଗିଚା ଦେଖିବାକୁ ଅନେକ ଆମ୍ୱ ଚାଷୀ ଆସୁଛନ୍ତି। ପ୍ରଶାନ୍ତ ଆମ୍ୱ ଚାଷ କେବଳ ଜୈବିକ ପଦ୍ଧତିରେ କରୁଛନ୍ତି। ସେ ଆବଶ୍ୟକ ବେଳେ କେବଳ ପାଣି ସିଞ୍ଚନ କରିବା ଛଡ଼ା କୌଣସି ରାସାୟନିକ ସାର ଓ ଔଷଧ ଆଦୌ ବ୍ୟବହାର କରୁନାହାନ୍ତି। ତେଣୁ ଗଛରେ ଗୋଟିଏ ହେଲେ ଆମ୍ୱ ଖରାପ ହେଉ ନାହିଁ। ଅଧିକାଂଶ ଫଳ ରସାଳ ଓ ସୁଆଦିଆ ହୋଇପାରୁଛି। ତେଣୁ ଆଖପାଖ ଗାଁର ଲୋକେ ଆମ୍ୱ କିଣିବାକୁ ଏଠାକୁ ଆସୁଛନ୍ତି। ଏହାଛଡ଼ା କେତେକ ପ୍ରଜାତିର ଆମ୍ୱ ବିହାର, ଉତ୍ତରପ୍ରଦେଶ, ଛତିଶଗଡ଼ ପରି ପଡ଼ୋଶୀ ରାଜ୍ୟର ବେପାରୀମାନେ ଆସି କିଣି ନେଉଛନ୍ତି। ଏଭଳି ସଫଳତା ପାଇଛନ୍ତି ସତ କିନ୍ତୁ ହାତୀ ବ୍ୟାପକ ନଷ୍ଟ କରୁଥିବା ବେଳେ ବିକ୍ରି ପାଇଁ ପର୍ଯ୍ୟାପ୍ତ ବଜାର ସୁବିଧା ନ ଥିବା କହିଛନ୍ତି ପ୍ରଶାନ୍ତ।