Tourism Season - The Sakala

କନ୍ଧମାଳରେ ପର୍ଯ୍ୟଟନ ଋତୁ, ‘ଶୀତ’ ଦେଉଛି ରୋଜଗାର
କନ୍ଧମାଳ (ସଞ୍ଜୟ ପାତ୍ର): କନ୍ଧମାଳର ପ୍ରକୃତି ବେଶ ମନୋରମ। ଜିଲ୍ଲାର ପରିବେଶ ଓ ପ୍ରକୃତି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବାରୁ ଦେଶ ବିଦେଶର ପର୍ଯ୍ୟଟକ କନ୍ଧମାଳକୁ ଆସିଥାଆନ୍ତି। ଶୀତ ଦିନ ଆସିଲେ ଜିଲ୍ଲାରେ ପର୍ଯ୍ୟଟକଙ୍କ ସଂଖ୍ୟ ବଢ଼଼ିବାରେ ଲାଗେ। ଏକ ପ୍ରକାର କହିଲେ କନ୍ଧମାଳ ଶୀତ ଲୋକଙ୍କୁ ଦେଉଛି ରୋଜଗାର।

ବର୍ଷର ତିନି ମାସ ନଭେମ୍ୱର, ଡିସେମ୍ୱର ଓ ଜାନୁୟାରୀ ମାସ ପର୍ଯ୍ୟନ୍ତ କନ୍ଧମାଳକୁ ଦେଶ ଏବଂ ବି ଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଅଧିକ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ଜିଲ୍ଲାର ଆର୍ଥିକ ସ୍ଥି୍‌‌ତି ସ୍ୱଚ୍ଛଳ ହୋଇପାରୁଛି। ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡି ଜିଲ୍ଲାର ପରିଚୟ ରାଜ୍ୟ ଏବଂ ରାଜ୍ୟ ବାହାରେ ବେଶ ଜଣାଶୁଣା। ଦାରିଙ୍ଗବାଡିକୁ ବର୍ଷ ତମାମ ଦେଶ ଓ ବିଦେଶରୁ ବହୁ ପର୍ଯ୍ୟଟକ ଆସିଥାନ୍ତି। ଦାରିଙ୍ଗବାଡିର କଫି ଗାର୍ଡେନ, ହିଲ ପଏଣ୍ଟ, ପାଇନ ଫରେଷ୍ଟ, ଓ ଗ୍ରୀନ୍ୱାଡି ସନସେଟ ପଏଣ୍ଟ, ଦାସିଙ୍ଗବାଡି ଜଳପ୍ରପାତ ଭଳି ରହିଛି ବହୁ ପର୍ଯ୍ୟଟନ ସ୍ଥଳୀ। ହିଲ ପଏଣ୍ଟରୁ ତୁଷାରପାତ ଅନୁଭବ କରିବା ଓ ପାଇନ ଜଙ୍ଗଲରେ ଶୀତୁଆ ସକାଳରେ ଟିକେ ବୁଲି ଆସିବା ବେଶ ରୋମାଞ୍ଚକ। ଜିଲ୍ଲାକୁ ଶୀତ ପ୍ରବେଶ କରିବା କ୍ଷଣୀ ଆଗମନ ହୁଏ ଦେଶ ବିଦେଶର ପର୍ଯ୍ୟଟକ।

କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ରେ ରହିଛି ନାମିଦାମୀ ହଟେଲ ସହ ବହୁ ପର୍ଯ୍ୟଟନ ସ୍ଥଳୀ। ଉକ୍ତ ଅଞ୍ଚଳ ଆଦିବାସୀଙ୍କ ଜଙ୍ଗଲଯାତ ଦ୍ରବ୍ୟ ସହ ବହୁ ଆଦିବାସୀ ଘରୋଇ ଉପକରଣ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଥିବା ଦେଖିବାକୁ ମିଳେ। ଜିଲ୍ଲାର ଅନ୍ୟାନ୍ୟ ସ୍ଥଳୀ ଗୁଡିକକୁ ମଧ୍ୟ ପର୍ଯ୍ୟଟକ ସୁଅ ଛୁଟୁଥିବାରୁ ଲୋକଙ୍କୁ ମିଳିପାରିଛି ରୋଜଗାର ଓ ସେମାନେ ହୋଇ ପାରିଛନ୍ତି ଆର୍ଥିକ ସ୍ୱଚ୍ଛଳ। ରାଜ୍ୟ ସରକାର ଚଳିତ ବର୍ଷ କନ୍ଧମାଳ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ସ୍ଥାନର ଗନ୍ତବ୍ୟସ୍ଥଳର ଭିତ୍ତିଭୂମି ବିକାଶ ପାଇଁ ସମୁଦାୟ ୬ କୋଟି ୪୮ ଲକ୍ଷ ୨ହଜାର ଟଙ୍କା ମଞ୍ଜୁର କରିଛନ୍ତି।