Delhi Air Quality - The Sakala
ଦିଲ୍ଲୀର ବାୟୁ ଗୁଣବତ୍ତା ଚିନ୍ତାଜନକ: ମଧ୍ୟମ ଶ୍ରେଣୀରେ ଏକ୍ୟୁଆଇ, ଆନନ୍ଦ ବିହାର ଓ ଆର.କେ ପୁରମରେ ସ୍ଥିତି 'ଖରାପ'
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ଗୁଣବତ୍ତାରେ ପୁଣି ଥରେ ଅବନତି ଘଟିଛି। ଶନିବାର ସକାଳ ୮.୩୦ ସମୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)ର ତଥ୍ୟ ଅନୁଯାୟୀ, ଦିଲ୍ଲୀର ସାମଗ୍ରିକ ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ୧୯୭ ରେକର୍ଡ କରାଯାଇଛି, ଯାହାକି 'ମଧ୍ୟମ' ଶ୍ରେଣୀରେ ରହିଛି। ତେବେ ସହରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ପ୍ରଦୂଷଣ ମାତ୍ରା ଅଧିକ ଥିବା ଦେଖିବାକୁ ମିଳିଛି।
ଆନନ୍ଦ ବିହାର ଓ ଆର.କେ ପୁରମରେ ସ୍ଥିତି 'ଖରାପ'
ସିପିସିବି ତଥ୍ୟ ମୁତାବକ, ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଆନନ୍ଦ ବିହାର ଏବଂ ଆର.କେ ପୁରମରେ ବାୟୁର ମାନ ଚିନ୍ତାଜନକ ରହିଛି। ଆନନ୍ଦ ବିହାରରେ AQI ୨୬୫ ଏବଂ ଆର.କେ ପୁରମରେ ୨୪୭ ରେକର୍ଡ କରାଯାଇଛି, ଯାହାକି 'ଖରାପ' (Poor) ଶ୍ରେଣୀଭୁକ୍ତ। ଅନ୍ୟପକ୍ଷରେ, ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦର (IGI Airport T3) ଅଞ୍ଚଳରେ AQI ୧୭୬ ରହିଥିବାରୁ ଏହା 'ମଧ୍ୟମ' ଶ୍ରେଣୀରେ ରହିଛି।
ଅନ୍ୟାନ୍ୟ ଅଞ୍ଚଳର ସ୍ଥିତି
ଶୁକ୍ରବାର ଦିନ ମୁଣ୍ଡକା (୨୩୦), ଶାଦିପୁର (୨୪୮), ନେହେରୁ ନଗର (୨୦୭), ରୋହିଣୀ (୨୨୧), ବାୱାନା (୨୨୦) ଏବଂ ଜାହାଙ୍ଗୀରପୁରୀ (୨୪୫) ଭଳି ଅଞ୍ଚଳରେ ମଧ୍ୟ ବାୟୁର ଗୁଣବତ୍ତା 'ଖରାପ' ସ୍ତରରେ ରହିଥିଲା। ତେବେ ଶ୍ରୀ ଅରବିନ୍ଦ ମାର୍ଗ (୧୨୩), ଲୋଧି ରୋଡ (୧୩୫) ଏବଂ ଆଇଆଇଟି ଦିଲ୍ଲୀ (୧୪୪) ଭଳି କିଛି ସ୍ଥାନରେ ବାୟୁର ମାନ ଅପେକ୍ଷାକୃତ ଭଲ ରହିଥିବା ଦେଖାଯାଇଛି।
ବାୟୁ ଗୁଣବତ୍ତାର ମାନକ
ସୂଚନାଯୋଗ୍ୟ ଯେ, AQI ୦ ରୁ ୫୦ ମଧ୍ୟରେ ରହିଲେ 'ଭଲ', ୫୧ ରୁ ୧୦୦ 'ସନ୍ତୋଷଜନକ', ୧୦୧ ରୁ ୨୦୦ 'ମଧ୍ୟମ', ୨୦୧ ରୁ ୩୦୦ 'ଖରାପ', ୩୦୧ ରୁ ୪୦୦ 'ଅତି ଖରାପ' ଏବଂ ୪୦୧ ରୁ ୫୦୦ ମଧ୍ୟରେ ରହିଲେ 'ଗୁରୁତର' ବୋଲି ବିବେଚନା କରାଯାଏ। ବର୍ଦ୍ଧିତ ପ୍ରଦୂଷଣକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବିବାଦ ଦେଖାଦେଇଛି। ବିଜେପି ସରକାର ସହରର ସବୁଜ ବଳୟରେ ନୂତନ ମନିଟରିଂ ଷ୍ଟେସନ୍ ସ୍ଥାପନ କରିବା ନିଷ୍ପତ୍ତିକୁ ନେଇ ଆମ୍ ଆଦମୀ ପାର୍ଟି (AAP) ପ୍ରଶ୍ନ ଉଠାଇଛି।
ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର, ସ୍କୁଲ୍‌ରେ କ୍ରୀଡ଼ା ଇଭେଣ୍ଟ ଉପରେ ରୋକ
ନୂଆଦିଲ୍ଲୀ: ଦିଲ୍ଳୀ-ଏନ୍‌ସିଆରରେ ଲଗାତର ଭାବେ ପ୍ରଦୂଷଣ ବଢ଼ିବାରେ ଲାଗିଛି। ଗୁରୁବାର ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୫୦୬ ଥିଲା ଓ ଏହା ନିହାତି ବିପଜ୍ଜନକ ବିବେଚିତ ହୋଇଛି। ଦିଲ୍ଲୀ ଏବେ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହରର ଭାବେ ଅଲୋଡା ନାମ ହାସଲ କରିଛି। ବିଶ୍ୱବ୍ୟାପୀ ବାୟୁ ପ୍ରଦୂଷଣ ମାପୁଥିବା ଅନ୍ତର୍ଜାତୀୟ ସଂସ୍ଥା ‘ଆଇକ୍ୟୁଏୟାର’ର ଲାଇଭ ମାନ୍ୟତାରେ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ଭାବେ ପରିଗଣିତ ହେଉଛି। ବାୟୁରେ ବର୍ଦ୍ଧିତ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବରରେ ଓ ଡିସେମ୍ବରରେ ସବୁ ସ୍କୁଲ୍‌ରେ ସ୍ପୋର୍ଟ୍ସ ଇଭେଣ୍ଟକୁ ବନ୍ଦ କରିଦିଆଯାଇଛି। ପ୍ରଦୂଷଣ କାରଣରୁ ଦିଲ୍ଳୀରେ ସବୁ ପ୍ରକାର କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖବାକୁ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ୍‌) ନିର୍ଦ୍ଦେଶ ଦେଇଛି। ଦିଲ୍ଳୀର ପ୍ରଦୂଷିତ ବାୟୁ ଏବେ ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି ବୋଲି କମିଶନ କହିଛି। ପୂର୍ବରୁ ଅକ୍ଟୋବର ୧୮ରେ ଦିଲ୍ଲୀ- ଏନ୍‌ସିଆରରେ ପ୍ରଦୂଷଣ ପାଇଁ ଦିଲ୍ଲୀରେ କ୍ରୀଡ଼ା ସମ୍ପର୍କିତ ସବୁ ପ୍ରକାର ପ୍ରତିଯୋଗିତାକୁ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।
ସେପଟେ ସାରା ଦେଶରେ ପ୍ରବଳ ଥଣ୍ଡା ଜାରି ରହିଛି। ଶୀତର ପ୍ରକୋପ ବୃଦ୍ଧି ପାଇଥିବାରୁ ଦିଲ୍ଳର ପ୍ରଦୂଷଣ ଆହୁରି ଖରାପ ହୋଇଛି।  ଗତ ୨୪ ଘଣ୍ଟା ମଧ୍ୟରେ ଭୋପାଳ, ଇନ୍ଦୋର ସମେତ ମଧ୍ୟପ୍ରଦେଶର ୧୨ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିବାର ରେକର୍ଡ କରାଯାଇଛି। ରାଜଗଡ଼ରେ ତାପମାତ୍ରା ୭.୫ ଡିଗ୍ରୀ ଥିଲା। ଜବଲପୁରରେ ଘନ କୁହୁଡି ଛାଇ ରହିଥିଲା। ଉତ୍ତରାଖଣ୍ଡର ବଦ୍ରିନାଥରେ ତାପମାତ୍ର ମାଇନସ ୬ ଡିଗ୍ରୀ ତଳକୁ ଖସିଛି। ଅଗାମୀ କିଛି ଦିନ ପାଗ ଏହି ଭଳି ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।
ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ବାୟୁ ପ୍ରଦୂଷଣ: ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ; ଲାଗୁ ହେବ ଗ୍ରାପ୍‌-୪, ଜାରି ରହିବ କଟକଣା
ନୂଆଦିଲ୍ଲୀ: ପ୍ରାଣଘାତୀ ଦିଲ୍ଲୀ ବାୟୁ । ଅତ୍ୟନ୍ତ ଖରାପ ସ୍ଥିତିରେ ପହଁଚିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜିଠୁ ଦିଲ୍ଲୀରେ ସବୁ ସ୍କୁଲ ବନ୍ଦ ରହିବ । ଅନଲାଇନ୍‌ରେ ପାଠପଢ଼ିବେ ଛାତ୍ରଛାତ୍ରୀ । ପ୍ରବଳ ପ୍ରଦୂଷଣ ହେବାରୁ ସ୍କୁଲ ବନ୍ଦ ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀ ପ୍ରଦୂଷଣକୁ ନେଇ ସ୍ଥିତି ଜଟିଳ ରହିଥିବା ବେଳେ ସରକାର ଏବଂ ବାୟୁ ମାନ ପରିଚାଳନା ଆୟୋଗ(ସିଏକ୍ୟୁଏମ୍‌)ର ଭୂମିକାକୁ ନେଇ ସୁପ୍ରିମକୋର୍ଟ ବର୍ଷିଛନ୍ତି। ପ୍ରଦୂଷଣ ବଢିବା ସହିତ ଦିଲ୍ଲୀ ବାୟୁସ୍ତର ବେଳକୁ ବେଳ ଖରାପ ହେବାରେ ଲାଗିଥିଲା। ଏହାଦ୍ବାରା ସାଧାରଣ ଜନଜୀବନ ପ୍ରତି ବିପଦ ବଢିଥିଲା। ଏହାସତ୍ତ୍ବେ ଦିଲ୍ଲୀରେ ଗ୍ରାପ୍‌( ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ)-୩ ଲାଗୁ କରିବାକୁ କାହିଁକି ବିଳମ୍ବ ହେଲା ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଆଗକୁ ବାୟୁ ମାନରେ ଉନ୍ନତି ଆସିଲେ ବି ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ଗ୍ରାପ୍‌ ନିୟମ ପ୍ରତ୍ୟାହାର କରାଯାଇପାରିବ ନାହିଁ ବୋଲି ଜଷ୍ଟିସ୍‌ ଏ ଏସ୍‌ ଓକା ଏବଂ ଜଷ୍ଟିସ୍‌ ଏ ଜି ମାସିଙ୍କ ଖଣ୍ଡପୀଠ ଦିଲ୍ଲୀ ସରକାରଙ୍କୁ ତାଗିଦ୍‌ କରି କହିଛନ୍ତି।
ଏହାବ୍ୟତୀତ କେବଳ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ କାହିଁକି, ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନ ବାୟୁର ମାନ ଯାହା ରହିଛି ତାହା ଅତ୍ୟନ୍ତ ବିପଜ୍ଜନକ। ୨୪ଟି ସିଗାରେଟ୍‌ ଟାଣିବା ଦ୍ବାରା ଶରୀର ଉପରେ ଯେଭଳି ପ୍ରତିକୂଳ ପ୍ରଭାବ ପଡ଼ିବ ବର୍ତ୍ତମାନର ବାୟୁସ୍ତର ମଣିଷ ଶରୀରରେ ସେଭଳି ପ୍ରଭାବ ପକାଉଛି। ତେଣୁ କେବଳ ନବମ କିମ୍ବା ଦଶମ ଶ୍ରେଣୀ କାହିଁକି ଦ୍ବାଦଶ ଶ୍ରେଣୀର ପିଲା ମଧ୍ୟ ସ୍କୁଲ ନ ଯିବା ଉଚିତ ବୋଲି ଖଶ୍ଡପୀଠ କହିଛନ୍ତି। ଦ୍ବାଦଶ ଶ୍ରେଣୀ ପିଲାଙ୍କ ଫୁସ୍‌ଫୁସ୍‌ ଦଶମ ଶ୍ରେଣୀରେ ପଢୁଥିବା ପିଲାଙ୍କ ଫୁସ୍‌ଫୁସ୍‌ ଠାରୁ କ’ଣ ଅଲଗା କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସେହିପରି ସିଏକ୍ୟୁଏମ୍‌ର ଉପ କମିଟି ଗ୍ରାପ୍‌-୩ ଏବଂ ଗ୍ରାପ୍‌-୪ ନିୟମ ଜାରି କରିବାରେ ଭୁଲ ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ କହିବା ସହିତ ବାୟୁ ମାନରେ ଉନ୍ନତି ଆସିବା ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାରେ କାହିଁକି ଅପେକ୍ଷା କରାଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି।
ସାଂପ୍ରତିକ ସ୍ଥିତିରେ ଦିଲ୍ଲୀ ବ୍ୟତୀତ ଏନସିଆର ଅଞ୍ଚଳକୁ ଲାଗି ରହିଥିବା ରାଜ୍ୟଗୁଡିକରେ ମଧ୍ୟ ଗ୍ରାପ୍‌-୪ ଲାଗୁ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ୍ୟୁଆଇ ସ୍ତର ୪୫୦ରୁ କମ୍‌ ରହିଲେ ମଧ୍ୟ ଗ୍ରାପ୍‌-୪ ନିୟମ ବଳବତ୍ତର ରଖିବା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ସରକାର ଏବଂ ସିଏକ୍ୟୁଏମକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦିଲ୍ଲୀ ବାୟୁସ୍ତର ମାନକୁ ନେଇ ପରୀକ୍ଷଣ କରାଯାଇଥିଲା ବେଳେ ଅନେକ ସ୍ଥାନରେ ଏକ୍ୟୁଆଇ ୪୮୦ରୁ ଅଧିକ ରହିଥିବା ଜଣାପଡ଼ିଥିଲା। ଏପରିକି କେତେକ ସ୍ଥାନରେ ଏହା ୯୦୦ ଟପିଥିବା ମଧ୍ୟ ରେକର୍ଡ କରାଯାଇଥିଲା। ଯାହାକି ଅତ୍ୟନ୍ତ ବିପଦ ଶ୍ରେଣୀ (ସିଭିୟର ପ୍ଲସ୍‌)ର ବୋଲି ଜଣାପଡ଼ିଥିଲା। ଏହାକୁ ନେଇ ସୁପ୍ରିମକୋର୍ଟ କ୍ଷୋଭ ପ୍ରକାଶ କରିବା ସହିତ କୋର୍ଟ ରୁମ୍‌ରେ ମଧ୍ୟ ଏକ୍ୟୁଆଇ ସ୍ତର ୯୦୦ ରହିଛି ବୋଲି କହିଥିଲେ।
ଦିନକୁ ଦିନ ଜଟିଳ ହେବାରେ ଲାଗିଛି ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ଥିତି, ଲୋକଙ୍କୁ ଘରେ ରହିବାକୁ ଡାକ୍ତରଙ୍କ ପରାମର୍ଶ
ନୂଆଦିଲ୍ଲୀ: ବିଶ୍ବର ସବୁଠୁ ପ୍ରଦୂଷିତ ରାଜଧାନୀ ଦିଲ୍ଲୀର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ନିଃଶ୍ବାସ ନେବା ବିପଜ୍ଜନକ ହୋଇଯାଇଛି। କ୍ରମାଗତ ଦ୍ବିତୀୟ ଦିନରେ ଶୁକ୍ରବାର ଦିଲ୍ଲୀ ବାୟୁ ସବୁଠୁ ବିଷାକ୍ତ ପାଲଟି ଯାଇଛି। ଏହା ଶ୍ବାସକ୍ରିୟା ପାଇଁ ଅନୁପଯୋଗୀ ପାଲଟି ଯାଇଛି। ଘରେ ରହିବାକୁ ଡାକ୍ତର ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ବାହାରକୁ ବାହାରିଲେ ଶ୍ବାସକ୍ରିୟା ସମ୍ବନ୍ଧିତ ରୋଗରେ ହେବାର ସମ୍ଭାବନା ରହିଛି। ପ୍ରଦୂଷଣ ଉପରେ ନଜର ରଖୁଥିବା ୩୯ଟି ଷ୍ଟେସନ ମଧ୍ୟରୁ ୩୨ଟିର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଅତ୍ୟନ୍ତ ଗମ୍ଭୀର ରହିଛି। ସ୍ଥିତିକୁ ଦେଖି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି କରିଦିଆଯାଇଛି। ଅନ୍‌ଲାଇନରେ ପାଠ ପଢ଼ାଇବା ପାଇଁ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ଏୟାର କମିଶନ ଫର୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ (ସିଏକ୍ୟୁଏମ) ଏନ୍‌ସିଆର ଅର୍ଥାତ୍‌ ହରିୟାଣା, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରୁ ଦିଲ୍ଲୀ ଆସୁଥିବା ବସ୍‌ ଉପରେ କଟକଣା ଲଗାଇ ଦେଇଛନ୍ତି। ତେବେ ସିଏନ୍‌ଜି ଏବଂ ଇଲେକ୍‌ଟ୍ରିକ୍‌ ଗାଡ଼ି ସହିତ ବିଏସ୍‌-୬ ଡିଜେଲ ବସ୍‌କୁ କଟକଣା ମୁକ୍ତ ରଖାଯାଇଛି।
ଏପରି ସମୟରେ ଆମେରିକା ବୈଜ୍ଞାନିକ ହିରେନ ଜେଠୱା ଦିଲ୍ଲୀର ଉପଗ୍ରହ ଚିତ୍ର ସେୟାର କରିଛନ୍ତି। ଗୁରୁବାରର ଏହି ଚିତ୍ରରେ ଦିଲ୍ଲୀ ପ୍ରଦୂଷଣ ବଳୟରେ ଥିବା ଦେଖାଯାଉଛି। ହିରେନଙ୍କ ଫଟୋକୁ ନାସା ପକ୍ଷରୁ ମଧ୍ୟ ସେୟାର କରାଯାଇଛି। ଅନ୍ୟପକ୍ଷରେ ଦିଲ୍ଲୀରେ ଆଜିଠାରୁ ଗ୍ରେଡେଡ ରେସ୍‌ପନ୍ସ ଆକ୍ସନ ପ୍ଲାନ (ଗ୍ରାପ୍‌-୩) କାର୍ଯ୍ୟକାରୀ ହୋଇଛି। ଏହା ଅଧିନରେ ଦିଲ୍ଲୀ-ଏନ୍‌ସିଆରରେ ନିର୍ମାଣ, ଖନନ ଏବଂ ଭଙ୍ଗାରୁଜା ହୋଇପାରିବ ନାହିଁ। ଦିଲ୍ଲୀ, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦ ଏବଂ ଗୌତମବୁଦ୍ଧନଗରରେ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ ନାହିଁ। ଏହା ମଧ୍ୟରେ ଭିଡ଼ରୁ ବର୍ତ୍ତିବା ଲାଗି କେନ୍ଦ୍ର, ଏମ୍‌ସିଡି ଏବଂ ଦିଲ୍ଲୀ ସରକାରୀ କର୍ମଚାରୀଙ୍କ ପାଇଁ ଅଲଗା ଅଲଗା ସମୟ ଧାର୍ଯ୍ୟ କରାଯାଇଛି।
ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ; ୭୦% ପରିବାରକୁ ଗଳା ଯନ୍ତ୍ରଣା ଏବଂ କାଶ ଭଳି ରୋଗ
ନୂଆଦିଲ୍ଲୀ: ଯାନବାହନରୁ ନିର୍ଗତ ଧୂଆଁ ଏବଂ ନଡ଼ା ଜଳା ଯୋଗୁ ଦିଲ୍ଲୀ ସମେତ ଏନସିଆର ଅଞ୍ଚଳର ପ୍ରଦୂଷଣ ସ୍ଥିତି ଚିନ୍ତାଜନକ ରହିଥିଲା ବେଳେ ଦୀପାବଳି ପରେ ଏହି ସ୍ଥିତି ଆହୁରି ଉଦବେଗଜନକ ହୋଇପଡ଼ିଛି। ପ୍ରଦୂଷଣର ମାତ୍ରା ଏତେ ବୃଦ୍ଧି ପାଇଛି ଯେ, ବର୍ତ୍ତମାନ ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ପାଲଟିଛି । ଏହାକୁ ନେଇ ଦିଲ୍ଲୀବାସୀଙ୍କ ସ୍ଥିତି ମଧ୍ୟ ଦିନକୁ ଦିନ ଚିନ୍ତାଜନକ ହୋଇପଡ଼ୁଛି।
ଏ ସମ୍ପର୍କରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବର୍ତ୍ତମାନ ୭୦ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣଜନିତ ରୋଗରେ ପୀଡିତ ରହିଥିବା ଜଣାପଡ଼ିଛି। ବିଶେଷକରି ଦିଲ୍ଲୀବାସିନ୍ଦା ପ୍ରଦୂଷଣ ଯୋଗୁଁ ଶ୍ବାସ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଭୋଗୁଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଅଧିକ ଖରାପ ହେଉଥିବାରୁ ପ୍ରତି ୧୦ଟି ପରିବାରରୁ ପ୍ରାୟ ୭ ପରିବାର ପ୍ରଭାବିତ ହୋଇଥିବା କୁହାଯାଇଛି। ଯାହାକୁ ନେଇ ଦିଲ୍ଲୀ-ଏନସିଆର ଅଞ୍ଚଳରେ ୬୯ ପ୍ରତିଶତ ପରିବାର ଗଳା ଯନ୍ତ୍ରଣା ଏବଂ କାଶ ଭଳି ପ୍ରଦୂଷଣ ଜନିତ ରୋଗରେ ପୀଡିତ ହୋଇଛନ୍ତି।
ଦୀପାବଳି ରାତିରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ସର୍ବାଧିକ ୯୯୯ରେ ପହଞ୍ଚିଛି। ଯାହା ଚଳିତ ବର୍ଷର ସର୍ବାଧିକ ସ୍ଥିତି ବୋଲି କୁହାଯାଉଛି। ଡିଜିଟାଲ୍ ପ୍ଲାଟଫର୍ମ ‘ଲୋକାଲ୍ ସର୍କଲ୍’ ଦ୍ୱାରା ଏହି ସର୍ବେକ୍ଷଣ କରାଯାଇଥିଲା ବେଳେ ଏଥିରେ ଦିଲ୍ଲୀ-ଏନସିଆରର ପ୍ରାୟ ୨୧ ହଜାରରୁ ଅଧିକ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା। ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ୬୨ ପ୍ରତିଶତ ପରିବାରର ଏକାଧିକ ସଦସ୍ୟଙ୍କ ଆଖିରେ ଜଳାପୋଡ଼ା ହେବା ସହିତ ୪୬ ପ୍ରତିଶତ ପରିବାର ସଦସ୍ୟଙ୍କ ନାକ ବନ୍ଦ ହୋଇ ଶ୍ୱାସକ୍ରିୟାରେ ସମସ୍ୟା ହେଉଥିବା ଜଣାପଡ଼ିଛି।ସର୍ବେକ୍ଷଣରେ ସାମିଲ ଥିବା ୩୧ ପ୍ରତିଶତ ଲୋକ ଶ୍ୱାସକ୍ରିୟା ନେବାରେ ଅସୁବିଧା କିମ୍ବା ଶ୍ୱାସରୋଗରେ ପୀଡ଼ିତ ଥିବା କହିଥିବାବେଳେ ଅନ୍ୟ ୩୧ ପ୍ରତିଶତ ଲୋକ ସବୁବେଳେ ମୁଣ୍ଡବିନ୍ଧା ହେଉଥିବା କହିଛନ୍ତି। ସେହିପରି ୨୩ ପ୍ରତିଶତ ଲୋକ ଏଭଳି ସମସ୍ୟାକୁ ନେଇ କୌଣସି କାର୍ଯ୍ୟ ନିଷ୍ଠା ସହ କରିପାରୁନଥିବା କହିଛନ୍ତି। ୧୫ ପ୍ରତିଶତ ଲୋକ ନିଦ୍ରାଜନିତ ସମସ୍ୟା ଭୋଗୁଥିବା ଦର୍ଶାଇଛନ୍ତି। ଅନେକ ଲୋକ କାଶ, ଥଣ୍ଡା ଏବଂ କ୍ରମାଗତ ଭାବେ ଫୁସଫୁସ ରୋଗ (ସିଓପିଡ଼ି) ଭଳି ରୋଗରେ ପୀଡିତ ରହିଥିବା ବେଳେ ଦୀପାବଳି ପରେ ବିପଜ୍ଜନକ ଏକ୍ୟୁଆଇ ସ୍ତରକୁ ନେଇ ସେମାନଙ୍କ ଅବସ୍ଥା ଆହୁରି ଖରାପ କରାଇବାର ଆଶଙ୍କା ବଢାଇଛି।
ନୂଆଦିଲ୍ଲୀ: ଦୀପାବଳିରେ ଅଣନିଶ୍ବାସୀ ହୋଇପଡ଼ିଛି ଦିଲ୍ଲୀ । ବାୟୁର ଗୁଣବତା ବିପଦଜନକ ସ୍ତରକୁ ଖସିଯାଇଛି । ଲୋକଙ୍କ ନିଶ୍ବାସ ପ୍ରଶ୍ବାସରେ ସମସ୍ୟା ସୃଷ୍ଟି ହୋଇଛି । ଆଜି ଦିଲ୍ଲୀ ଏୟାର କ୍ବାଲିଟି ଇଣ୍ଡେକ୍ସ ସୂଚକାଙ୍କ ୪୦୦ ପାର୍ କରିଛି । ବାୟୁ ମାନ ଅତି ଖରାପ ଯୋଗୁଁ ରେଡ୍‌ ଜୋନ୍‌ରେ ରହିଛି ୮ଟି ଷ୍ଟେସନ୍‌ । ସେପଟେ ପଡ଼ୋଶୀ ରାଜ୍ୟ ପଞ୍ଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜଳିବାରୁ ପରିସ୍ଥିତି ଆହୁରି ଭୟଙ୍କର ହୋଇଛି । ବାୟୁର ମାନ ଯେପରି ଅଧିକ ନ ବିଗିଡେ ସେଥିପ୍ରତି ସତର୍କ ନଜର ରଖାଯାଇଛି ।
ଆଜି ସକାଳେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ ଜାହାଙ୍ଗୀରପୁରୀରେ ୪୧୭, ଲୋନିରେ ୩୭୭, ପୁଠଖୁର୍ଦରେ ୩୭୦, ଇହବାସରେ ୩୫୭, ମେଜର ଧାନ ଚାନ୍ଦ ଜାତୀୟ ଷ୍ଟାଡିୟମରେ ୩୫୬, ଆଲିପୁରରେ ୩୫୧, ଦ୍ୱାରକା ସେକ୍ଟରରେ ୩୪୭, ମାଲଭିଆ ନଗରରେ ୩୩୫, ଆନନ୍ଦ ବିହାରରେ ୩୩୧, କଟୱରିଆ ସରାୟରେ ୩୩୧, ଅଶୋକ ବିହାରରେ ୩୨୪, ବୱାନା ଇଣ୍ଡଷ୍ଟ୍ରିଆଲ୍ ଏରିଆରେ ୩୨୮, କନ୍ନାଟ୍ ପ୍ଲେସରେ ୩୨୯, ଗ୍ରେଟର କୈଳାଶରେ ୩୧୯, ଜିଟିବି ନଗରରେ ୩୨୨, ମୟୂର ବିହାରରେ ୩୨୨, ହରି ନଗରରେ ୩୧୬, ରୋହିଣୀରେ ୩୩୯ ସହିତ ସମସ୍ତ ସ୍ଥାନରେ ସ୍ଥିତି ଗମ୍ଭୀର ଅବସ୍ଥାରେ ରହିଛି ।
ଦିଲ୍ଲୀର ବାୟୁ ୩୦ଟି ସିଗାରେଟ ଧୂଆଁ ସମାନ ବିଷାକ୍ତ, ଏକ୍ୟୁଆଇ ୫୦୦ ପାର୍‌
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆର ବିଷ ବଳୟରେ ରହିଛି। ଏଠାକାର ବାୟୁ କ୍ରମାଗତ ଭାବେ ବିଷାକ୍ତ ହେବାରେ ଲାଗିଛି। ଶନିବାର ବାୟୁ ମାନକ ସୂଚକାଙ୍କ (ଏକ୍ୟୁଆଇ) ଗୁରୁତର ଶ୍ରେଣୀରେ ରହିଛି। ଦିଲ୍ଲୀର ଏକ୍ୟୁଆଇ ୫୦୦ ପାର୍‌ କରି ୫୦୪ ରହିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହା ୫୭୧, ଧିରପୁରରେ ୫୪୨ ଏବଂ ନୋଏଡ଼ାରେ ୫୭୬ ରହିଛି। ଏବେ ଦିଲ୍ଲୀର ବାୟୁ ୨୫-୩୦ଟି ସିଗାରେଟର ଧୂଆଁ ସମାନ ହୋଇଯାଇଛି ବୋଲି ମେତାନ୍ତା ହସ୍ପିଟାଲର ଡ. ଅରବିନ୍ଦ କୁମାର କହିଛନ୍ତି। ସବୁ ବର୍ଗର ଲୋକଙ୍କ ଉପରେ ଏହାର ପ୍ରଭାବ ପଡ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି। ଗର୍ଭବତୀଙ୍କ ପେଟରେ ବଢୁଥିବା ଶିଶୁ ଉପରେ ଏହାର କୁପ୍ରଭାବ ପଡ଼ିବ। ଅନ୍ୟପକ୍ଷରେ ଦିଲ୍ଲୀ ସରକାର ପ୍ରଦୂଷଣ ସ୍ଥିତିକୁ ଦେଖି ଜରୁରୀ ବୈଠକ ଡକାଇବାକ ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। କେନ୍ଦ୍ରକୁ ଚିଠି ଲେଖିବେ ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି। କେନ୍ଦ୍ର ପରିବେଶ ମନ୍ତ୍ରୀ ତୁରନ୍ତି ୫ ରାଜ୍ୟ ଦିଲ୍ଲୀ, ଉତ୍ତରପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଏବଂ ହରିୟାଣା ପରିବେଶ ମନ୍ତ୍ରୀଙ୍କ ସହ ବୈଠକ କରିବା ଉଚିତ। ଏନ୍‌ସିଆରରେ କମିଶନ ଅଫ୍‌ ଏୟାର କ୍ବାଲିଟି ମ୍ୟାନେଜମେଣ୍ଟ ନିୟମର ଉଲ୍ଲଙ୍ଘନ ହେଉଛି।
ଅନ୍ୟପକ୍ଷରେ ପ୍ରଦୂଷଣକୁ ନେଇ ପ୍ରଭାବିତ ରାଜ୍ୟର ମୁଖ୍ୟ ସଚିବଙ୍କୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି) ଜବାବ ମାଗିଛନ୍ତି। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ସୂଚନା ଦେବାକୁ କହିଛନ୍ତି। ଅନ୍ୟପଟେ ଦିଲ୍ଲୀ ପ୍ରଦୂଷଣ ପାଇଁ ହାଇକୋର୍ଟ ବନ ବିଭାଗକୁ ଦାୟୀ କରିଛନ୍ତି। ଗଛ କାଟିବା ସହ ଏହାର ସମ୍ବନ୍ଧ ରହିଛି ବୋଲି କହିଛନ୍ତି। ବିଚାରପତି ଜସମୀତ ସିଂହ ଶୁକ୍ରବାର ଗଛ କାଟିବା ସମ୍ବନ୍ଧିତ ମାମଲାର ଶୁଣାଣି କରି ବନ ବିଭାଗକୁ ଭର୍ତ୍ସନା କରିଛନ୍ତି। ବନ ବିଭାଗ ଦିଲ୍ଲୀ ଲୋକଙ୍କୁ ଗ୍ୟାସ୍‌ ଚ୍ୟାମ୍ବରରେ ରଖିବାକୁ ଚାହୁଁଛି କି ବୋଲି ପଚାରିଛନ୍ତି। ବନ ବିଭାଗ ସମ୍ବେଦନଶୀଳ ହେଉ। ବିଭାଗ ଗଛ କାଟି କୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରିଛି। ସେହିପରି ହରିୟାଣାର ଗୁରୁଗ୍ରାମରେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଏଠାକାର ଏକ୍ୟୁଆଇ ୪୯୧ରେ ପହଞ୍ଚି ଯାଇଛି। ସ୍ଥିତି ବିଗୁଡୁଥିବା ଦେଖି ଡିସି ନିଶାନ୍ତ କୁମାର ଯାଦବ ୧୪୪ ଧାରା କାର୍ଯ୍ୟକାରୀ କରିଛନ୍ତି। ଖୋଲା ପଡ଼ିଆରେ, ଗଳିରେ, ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଆବର୍ଜନା ପୋଡ଼ିବା ଉପରେ କଟକଣା ଲଗାଇ ଦେଇଛନ୍ତି। ସାରା ରାଜ୍ୟରେ ମଧ୍ୟ ସ୍ଥିତି ବିଗିଡିବାରେ ଲାଗିଛି। ଦିନ ଯାକ କୁହୁଡି ଛାଇ ହୋଇ ରହୁଛି।