Ratna Bhandara - The Sakala

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ପୁରୀ: ଛତିଶାନିଯୋଗ ବୈଠକ ଶେଷ ହୋଇଛି। ଆସନ୍ତା ଡିସେମ୍ବର ୧୭ ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ। ୩ମାସ ଭିତରେ ଶେଷ ହେବ ଏହି ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଦ୍ୱିତୀୟ ଭୋଗମଣ୍ଡପ ପରଠାରୁ ଏଏସଆଇ ମରାମତି କାର୍ଯ୍ୟ ଆରମ୍ଭ କରିଛି। ଦୈନିକ ୫ଘଣ୍ଟା ରୁ ୬ଘଣ୍ଟା ପର୍ଯ୍ୟନ୍ତ ଏଏସଆଇ ମରାମତି କରିବ। ଦିନ ଗୋଟାଏରୁ ସଂଧ୍ୟା ୫ଟା/୬ ଟା ଯାଏଁ ଚାଲିବ ମରାମତି କାମ। ଶନିବାର, ରବିବାର କିମ୍ବା ୩୧ ଡିସେମ୍ବର ଅର୍ଥାତ ବିଶେଷ ଦିନ ମାନଙ୍କର ମରାମତି ହେବନାହିଁ। ରତ୍ନଭଣ୍ଡାର ମରାମତି ସମୟରେ ବାହାରକାଠରୁ ଦର୍ଶନ କରିବେ ଭକ୍ତ। ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଗୁରୁତ୍ୱ। ରତ୍ନ ଭଣ୍ଡାର ମରାମତି ସହ ପହିଲି ଭୋଗ, ଦେବାବିଶେକ ନୀତି ଓ ମକର ସଂକ୍ରାନ୍ତି ନେଇ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ କରାଯାଇଛି। ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି।

ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI
ପୁରୀ: ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା (ଏ.ଏସ.ଆଇ ) ପକ୍ଷରୁ ଆସନ୍ତା ୧୮ ସେପ୍ଟେମ୍ବର ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏ.ଏସ୍.ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ତଦନୁସାରେ, ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ ବୈଷୟିକ ଯାଂଚ (preliminary inspection and technical survey) ଅନୁଷ୍ଠିତ ହେବ। ଏ.ଏସ୍.ଆଇ ର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ନିରୀକ୍ଷଣ ହେବ। ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଡ. ଅରବିନ୍ଦ ପାଢୀ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପୂର୍ବରୁ ରାଜ୍ୟ ସରକାରଙ୍କ ଅନୁମୋଦିତ SOP ଅନୁସାରେ ବାହାର ଓ ଭିତର ରତ୍ନଭଣ୍ଡାରରୁ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ କୋଠରୀକୁ ସ୍ଥାନାନ୍ତରଣ ଏବଂ ଖାଲି ଆଲମିରା ତଥା ସିନ୍ଦୁକ ଗୁଡିକ ସ୍ଥାନାନ୍ତରିତ ହୋଇ ସାରିଛି। ତାପରେ ଏ.ଏସ୍.ଆଇ କୁ ସଂରକ୍ଷଣ ତଥା ମରାମତି କାର୍ଯ୍ଯ ହାତକୁ ନେବାକୁ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଥିଲେ। ତେବେ ମରାମତି ପୂର୍ବରୁ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସର୍ଭେ କରାଯିବାକୁ ଅନୁରୋଧ କରାଯାଇଥିଲା । ଏହା ଦ୍ବାରା ଯେପରି ଶ୍ରୀମନ୍ଦିର ଉପରେ କୌଣସି ପ୍ରତିକୂଳ ପ୍ରଭାବ ନ ପଡିବ ସେଥିପ୍ରତି ଧ୍ୟାନ ଦେବାକୁ ଏ.ଏସ୍.ଆଇକୁ ଅନୁରୋଧ କରାଯାଇଥିଲା। ପୂର୍ଣାଙ୍ଗ ଅତ୍ଯାଧୁନିକ ତଥା ବୈଷୟିକ ଯାଞ୍ଚ ପରେ ଏ.ଏସ୍.ଆଇ ରତ୍ନଭଣ୍ଡାରର ସଂରକ୍ଷଣ ଓ ମରାମତି କାର୍ଯ୍ଯ ଅବିଳମ୍ବେ ସାରିବାକୁ ମୁଖ୍ଯ ପ୍ରଶାସକ ଅନୁରୋଧ କରିଛନ୍ତି।

ଶୁଭ ମୁହୂର୍ତ୍ତ ୧ଟା ୨୮ ମିନିଟରେ ଖୋଲାଯିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ପ୍ରବେଶ କରିବେ ୧୧ ଜଣ ସଦସ୍ୟ
ପୁରୀ: ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ପାଇଁ ଦିନ ୧ଟା ୨୮ ମିନିଟ ରହିଛି ଶୁଭ ମୁହୂର୍ତ୍ତ । ଆଜି ମଧ୍ୟାହ୍ନ ୧ଟା ୨୮ ମିନିଟ୍ ସମୟରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ତଦାରଖ କମିଟିର ୧୧ ଜଣିଆ ଟିମ୍ ରତ୍ନଭଣ୍ଡାର ଭିତରକୁ ଯିବେ । ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏ ନେଇ ସୂଚନା ଦେଇଛନ୍ତି।

ଅପରାହ୍ନ ଗୋଟାଏ ୨୮ରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି । ଏହା ପୂର୍ବରୁ ଦିନ ୧୨ଟାରେ କମିଟି ସଦସ୍ୟ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବେ । ରତ୍ନଭଣ୍ଡାର ଭିତରକୁ ମୋଟ ୧୧ ଜଣ ସଦସ୍ୟ ଯିବେ । ଯାଞ୍ଚ କମିଟିରୁ ୨ ଜଣ ଜଷ୍ଟିସ୍ ବିଶ୍ୱନାଥ କର, ଡାକ୍ତର ସିବିକେ ମହାନ୍ତି ରତ୍ନଭଣ୍ଡାର ଭିତରକୁ ଯିବାକୁ ଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଦେଉଳ କରଣ ଓ ଭଣ୍ଡାର ମେକାପ ମଧ୍ୟ ଯିବେ। ୧ଟା ୨୮ ସୁଦ୍ଧା ତାଲା ଖୋଲିବା ପ୍ରକ୍ରିୟା ଆରମ୍ଭ ହେବ। ରତ୍ନଭଣ୍ଡାର ଖୋଲା ଯିବା ସମୟରେ ମନ୍ଦିର ନ ଆସିବାକୁ ଶ୍ରଦ୍ଧାଳୁଙ୍କୁ ଅପିଲ୍ କରିଛନ୍ତି ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ।

ଆଜି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର, ଅପରାହ୍ଣ ୧ଟା ପରେ ଭିତରକୁ ଯିବେ ଟିମ୍‌
ପୁରୀ: ଘୋଷଣା ଅନୁସାରେ କିଛି ଦିନ ବିଳମ୍ବ ହେଲେ ମଧ୍ୟ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଖୋଲିବାକୁ ଯାଉଛି ମହାପ୍ରଭୂଙ୍କ ରତ୍ନଭଣ୍ଡାର। ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତକାଲି ଅନୁମୋଦନ ପ୍ରଦାନ କରିଛନ୍ତି। ଅତ୍ୟନ୍ତ ସ୍ୱଚ୍ଛତାର ସହ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ହେବ। ଗତକାଲି ସୂଚନା ଦେଇଛନ୍ତି ଆଇନ୍‌ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଶୁଭ ସମୟ ଦେଖି କମିଟି ସଦସ୍ୟମାନେ ଭଣ୍ଡାର ଭିତରକୁ ପ୍ରବେଶ କରିବେ।

ରତ୍ନଭଣ୍ଡାର ଖୋଲିବା ପାଇଁ ବ୍ରାହ୍ମଣଙ୍କ ପରାମର୍ଶକ୍ରମେ ଦୁଇଟି ଶୁଭ ସମୟ ଧାର୍ଯ୍ୟ କରାଯାଇଛି। ଅପରାହ୍ନ ୧ଟା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ଟିମ୍‌ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିବେ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ବିଶ୍ୱନାଥ ରଥ କହିଛନ୍ତି। ଜଷ୍ଟିସ ରଥ କହିଛନ୍ତି, ରବିବାର ଭିତର ରତ୍ନଭଣ୍ଡାର ଖୋଲାଯିବ ବୋଲି ଚୂଡ଼ାନ୍ତ ହୋଇଛି। ଏଥିପାଇଁ ଜିଲ୍ଲା ଟ୍ରେଜେରୀରେ ଥିବା ଚାବିକୁ ପ୍ରଥମେ ବ୍ୟବହାର କରାଯିବ। ଯେ ହେତୁ ଦୀର୍ଘବର୍ଷ ହେଲାଣି ଖୋଲାଯାଇ ନ ଥିବାରୁ ଲୁହା ତାଲାରେ କଳଙ୍କି ଲାଗି ଯାଇଥାଇପାରେ। ଯଦି ତାଲା ନ ଖୋଲିଲା, ତେବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ତାଲାକୁ ଭଙ୍ଗାଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ରତ୍ନଭଣ୍ଡାର ଭିତରକୁ କିଏ କିଏ ଯିବେ ତାହା ଏସଓପିରେ ସ୍ପଷ୍ଟ କରାଯାଇଛି। ତାଦରଖ କମିଟିର ଦୁଇଜଣ, ଜିଲ୍ଲାପାଳ ଓ ତାଲା ଭଙ୍କା ଟିମ୍‌ ଭିତରକୁ ଯିବେ। ସେହିପରି ଭାରତୀୟ ପ୍ରତ୍ନତତ୍ୱ ସେର୍ବକ୍ଷଣ ସଂସ୍ଥା (ଏଏସ୍‌ଆଇ), ଭଣ୍ଡାର ମେକାପ, ତଡଉ କରଣ ମଧ୍ୟ ଭିତରକୁ ଯିବେ। ଭଣ୍ଡାରରୁ ରତ୍ନ ଅଳଙ୍କାର ଆଦି ବାହାର କରିବା ପରେ ସୁରକ୍ଷିତ ରଖିବା ପାଇଁ ମନ୍ଦିର ଭିତରେ ସ୍ଥାନ ଚିହ୍ନଟ କରାଯାଇଛି। ସେହିପରି ରତ୍ନଭଣ୍ଡାର ଭିତରେ ସାପ ରହିଥିବା ଆଶଙ୍କା ଥିବାରୁ ପ୍ରବେଶ ପୂର୍ବରୁ ସ୍ନେକ୍‌ ହେଲ୍ପଲାଇନ୍‌ ଓ ମେଡିକାଲ ଟିମ୍‌କୁ ଆଗୁଆ ପ୍ରସ୍ତୁତ ରଖାଯିବ। ଆବଶ୍ୟକ ହେଲେ ସାପ ଧରା ବିଶେଷଜ୍ଞ ମଧ୍ୟ ଭିତରକୁ ଯିବେ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି।

ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖି ଶ୍ରୀ ହରିଚନ୍ଦନ କହିଛନ୍ତି, ରତ୍ନଭଣ୍ଡାର କିପରି ଖୋଲାଯିବ, କିପରି ଗଣତି ମଣତି ହେବ, ତାଲିକା କିପରି ପ୍ରସ୍ତୁତ କରାଯିବ ଏସବୁ କାମ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁଓର (ଏସ୍‌ଓପି) ଧାର୍ଯ୍ୟ କରି ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରାଯାଇଛି। ମହାପ୍ରଭୂଙ୍କର ନୀତିକାନ୍ତି ଭଳି ରତ୍ନଭଣ୍ଡାର ଗଣତିକୁ ମଧ୍ୟ ବିବେଚନା କରାଯିବ। ସେଥିପାଇଁ ଅତ୍ୟନ୍ତ ସତର୍କତା ଓ ଦାୟିତ୍ୱ ସହ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ଖୋଲିବା ଏବଂ ଅନ୍ୟ କାର୍ଯ୍ୟ ପାଇଁ କମିଟି ଯେଉଁ ଚିଠା ଏସ୍‌ଓପି ପ୍ରଦାନ କରିଥିଲେ ତାହା ଉପରେ ସରକାର ଭଲ ଭାବେ ତର୍ଜମା କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ ପଠାଇଥିଲେ। ଏସ୍‌ଓପି ଅନୁସାରେ ଆଜିଠୁ ପର୍ଯ୍ୟାୟକ୍ରମିକ ଭାବେ ପଦକ୍ଷେପ ନିଆଯିବ। ଏଥିରେ ଆରବିଆଇର ପ୍ରତିନିଧିମାନେ ଉପସ୍ଥିତ ରହି କମିଟିକୁ ସହାୟତା ପ୍ରଦାନ କରିବେ। ମହାପ୍ରଭୂଙ୍କର ପ୍ରତିଟି ଅଳଙ୍କାରର ସଂଖ୍ୟା, ତାହାର ଗୁଣାତ୍ମକ ମାନ, ତାହାର ଓଜନ କରାଯିବ। ଏହାର ଡିଜିଟାଲ ଡକ୍ୟୁମେଣ୍ଟେସନ୍‌ ପ୍ରସ୍ତୁତ କରି ରଖାଯିବ ଯାହା ଭବିଷ୍ୟତରେ ଆବଶ୍ୟକ ହେବ।

ଗଣତି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପ୍ରତିନିଧି ଉପସ୍ଥିତ ରହିବେ। ପ୍ରତି ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀର ତାଲିକା ଡିଜିଟାଲ ପଦ୍ଧତ୍ତିରେ ଲିପିବଦ୍ଧ କରାଯିବ। ଫଟୋ ଉଠାଯିବା ସହ ତାହାର ଡିଜିଟାଲ ତାଲିକା ରହିବ। ଫଳରେ ଭବିଷ୍ୟତରେ ଅଳଙ୍କାର ଗଣତି ପାଇଁ ସମସ୍ୟା ରହିବ ନାହିଁ। ଗଣତି ସମୟରେ ମହାପ୍ରଭୂଙ୍କ ନୀତିକାନ୍ତି ତଥା ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ କୌଣସି ସମସ୍ୟା ରହିବ ନାହିଁ।

ଶ୍ରୀ ହରିଚନ୍ଦନ କହିଥିଲେ, ରତ୍ନଭଣ୍ଡାର ଖୋଲାଯିବା ସହିତ ମରାମତି କାର୍ଯ୍ୟ ପାଇଁ ମଧ୍ୟ ପଦକ୍ଷେପ ନିଆଯିବ। କିନ୍ତୁ ମରାମତି ଜରୁରୀ କି ନାହିଁ ତାହା ଭଣ୍ଡାର ଖୋଲି ଅନୁଧ୍ୟାନ କରିବା ପରେ ସ୍ପଷ୍ଟ ହେବ।

ଏସବୁ କାମ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ରତ୍ନଭଣ୍ଡାର ଭିତରକୁ ପ୍ରବେଶ ପାଇଁ ମୁଖ୍ୟ ପ୍ରଶାସକଙ୍କ ନେତୃତ୍ୱରେ ଏକ ବିଶେଷଜ୍ଞ ଟିମ୍‌ ଗଠନ କରାଯାଇଛି। ସେଥିରେ ଆରବିଆଇ, ଏଏସ୍‌ଆଇ, ଭଣ୍ଡାର ସହ ସମ୍ପୃକ୍ତ ସେବାୟତ, ଉଚ୍ଚକ୍ଷମତା ସମ୍ପନ୍ନ କମିଟିର ପ୍ରତିନିଧିଙ୍କୁ ନେଇ ଭିନ୍ନ ଭିନ୍ନ ଟିମ୍‌ ଗଠନ କରାଯାଇଛି ଏବଂ ସେମାନଙ୍କ ଦାୟିତ୍ୱ ଅନୁସାରେ କାର୍ଯ୍ୟ କରିବେ। ସରକାରଙ୍କ ପାଖରେ ଉପଲବ୍ଧ ଥିବା ଚାବିରେ ତାଲା ଖୋଲାଯିବ। ଯଦି କିଛି ସମସ୍ୟା ହୁଏ ତା ହେଲେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତାଲା ଭଙ୍ଗାଯିବ ବୋଲି ଆଇନ୍‌ ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି, ଗତଥର ରତ୍ନଭଣ୍ଡାର ସମ୍ପତ୍ତି ଗଣତି ପାଇଁ ୭୦/୭୧ ଦିନ ସମୟ ଲାଗିଥିଲା। ଏବେ ଜ୍ଞାନକୌଶଳ ବହୁତ ଆଗକୁ ଗଲାଣି। ତେଣୁ ଗଣତି ମଣତି ପାଇଁ କେତେଦିନ ସମୟ ଲାଗିବ ତାହା କାର୍ଯ୍ୟ ଆରମ୍ଭ ହେବା ପରେ ଜଣାପଡିବ ବୋଲି ମନ୍ତ୍ରୀ କହିଛନ୍ତି।

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ: ଉତ୍ସୁକତା ଯେତିକି ଦ୍ୱନ୍ଦ୍ୱ ବି ସେତିକି
ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ହେବ। ଆସନ୍ତା ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଯିବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହି ଖବର ଜାଣିବା ପରେ ଜନସାଧାରଣଙ୍କ ମଧ୍ୟରେ ଏକପ୍ରକାର ଉତ୍ସୁକତା ପ୍ରକାଶ ପାଇଛି। ରତ୍ନଭଣ୍ଡାର ଭିତରେ କି କି ରତ୍ନ ଅଳଙ୍କାର ରହିଛି, କେତେ ପରିମାଣର ରହିଛି ଏ ସବୁ ଜାଣିବା ପାଇଁ ଅନେକ ଚାହିଁ ରହିଛନ୍ତି। ଅପରପକ୍ଷେ ରତ୍ନଭଣ୍ଡାର ଖୋଲିବାକୁ ନେଇ ଏବେ ବି ଅନେକଙ୍କ ମନରେ ଦ୍ୱନ୍ଦ୍ୱ ରହିଛି। ଏତେ କମ୍‌‌ ସମୟ ମଧ୍ୟରେ ଖୋଲିବ କିପରି? ଯଦି ଖୋଲାଯିବ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କର ଦୁର୍ମୁଲ୍ୟ ରତ୍ନଅଳଙ୍କାରକୁ କେଉଁଠାକୁ ସ୍ଥାନାନ୍ତର କରାଯିବ? ତାହାର ସୁରକ୍ଷା ବ୍ୟବସ୍ଥା କ’ଣ ରହିବ ଏମିତି ନାନା ପ୍ରକାର ଦ୍ୱନ୍ଦ୍ୱ ବି ସୃଷ୍ଟି ହେଉଛି।

ଧାର୍ଯ୍ୟ ତାରିଖରେ ହିଁ ଖୋଲିବ ରତ୍ନଭଣ୍ଡାର। ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା ପରେ ରତ୍ନଭଣ୍ଡାର ଖୋଲିବା ନିଷ୍ପତ୍ତି ସ୍ପଷ୍ଟ ବୋଲି କୁହାଯାଉଛି। ନୀତିକାନ୍ତି ସହ ଖାପଖୁଆଇ ନିଆଯିବ ନିଷ୍ପତ୍ତି। ଧାର୍ଯ୍ୟ ତାରିଖରେ ଖୋଲିବା ପ୍ରାୟତଃ ସ୍ପଷ୍ଟ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ତେବେ ଚାବି କାମ କରୁ କି ନ କରୁ ରତ୍ନଭଣ୍ଡାର ଖୋଲିବା ନିଶ୍ଚିତ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ତଦାରଖ କମିଟି ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌‌ ବିଶ୍ୱନାଥ ରଥ। ଅପରପକ୍ଷେ ରତ୍ନଅଳଙ୍କାରର ସୁରକ୍ଷାକୁ ପ୍ରାଥମିକତା ଦେଇଛନ୍ତି ଶ୍ରୀମନ୍ଦିର ସେବାୟତ। ନୀତିକାନ୍ତିରେ ବ୍ୟାଘାତ ନ କରି ରତ୍ନ ଅଳଙ୍କାରକୁ ସୁରକ୍ଷିତ ରଖି ରତ୍ନଭଣ୍ଡାର ଖୋଲିବା ଲାଗି ସେମାନେ ପରାମର୍ଶ ଦେଇଛନ୍ତି।

ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ର କହିଛନ୍ତି, ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷା ଆଗ। ଏହି ରତ୍ନ ଅଳଙ୍କାରକୁ ବାହାରକୁ ନ କାଢି ଭିତରକାଠ ପାଖରେ ଥିବା ଚାଙ୍ଗଡ଼ା ଘରେ ରଖାଯାଉ। ଯଦି ସେଠାରେ ନ ରଖି ବାହାରକୁ ଆସେ ତେବେ ଏହାର ପ୍ରତିବାଦ କରିବୁ। ଏମାର ମଠରୁ ବାହାରିଥିବା ରୁପା ଇଟା ଇଟା ଭଳି ମହାପ୍ରଭୁଙ୍କ ରତ୍ନଅଳଙ୍କାର ନେଇ ଯଦି କେଉଁଠି ରଖିଲେ ଏବଂ ଏହାକୁ ନେଇ କେହି ଜନସ୍ୱାର୍ଥ ମାମଲା ରୁଜୁ କରେ ତେବେ ଏହାର ଫେରିବା ଅନିଶ୍ଚିତ ହୋଇଯିବ। ଚାଙ୍ଗଡା ଘରେ ରହିଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସୁରକ୍ଷିତ ରହିବ ବୋଲି କହିଛନ୍ତି ଶ୍ରୀ ଦାସ ମହାପାତ୍ର।

ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି, ତଦାରଖ କମିଟିର ପ୍ରଥମ ବୈଠକ ଆଜି
ପୁରୀ: ଶନିବାର ଅନୁଷ୍ଠିତ ହେବ ରତ୍ନଭଣ୍ଡାର ଅଳଙ୍କାର ତାଲିକା ପ୍ରସ୍ତୁତି ତଦାରଖ କମିଟିର ପ୍ରଥମ ବୈଠକ। ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବାକୁ ଥିବା ବୈଠକରେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଅଧ୍ୟକ୍ଷତା କରିବେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ୱସୱାନ କିମ୍ବା ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କମିଟି ଗଠନ କରିବା ପରେ ଏହା ପ୍ରଥମ ବୈଠକ ହେବ।

ଏହି ୧୨ ଜଣିଆ କମିଟିର ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ ରହିଥିବା ବେଳେ ଉପାଧ୍ୟକ୍ଷ ଅଛନ୍ତି ପ୍ରସିଦ୍ଧ ହୃଦ୍‌‌ରୋଗ ବିଶେଷଜ୍ଞ ଡାକ୍ତର ରମାକାନ୍ତ ପଣ୍ଡା। କମିଟିର ଅନ୍ୟ ସଦସ୍ୟମାନେ ହେଲେ ଆଲ୍ଲହାବାଦ ବ୍ୟାଙ୍କର ପୂର୍ବତନ ସିଏମ୍‌‌ଡି ଡ. ବିଧୁଭୂଷଣ ସାମଲ, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏ.କେ. ସାବତ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରତିନିଧି, ଏଏସ୍‌ଆଇର ପ୍ରତିନିଧି, ପରିଚାଳନା କମିଟି ସେବକ ପ୍ରତିନିଧି ଦୁର୍ଗାପ୍ରସାଦ ଦାସ ମହାପାତ୍ର, ମାଧବ ଚନ୍ଦ୍ର ମହାପାତ୍ର ଓ ଜଗନ୍ନାଥ କର, ଭଣ୍ଡାର ମେକାପ ସେବକ ଗଣେଶ ମେକାପ, ପୁରୀ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ସଦସ୍ୟ ଆବାହକ ଭାବେ ରହିଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ପରଦିନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ
ପୁରୀ: କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଅର୍ଥାତ ନଭେମ୍ବର ୨୮ ତାରିଖରେ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ । ଏ ନେଇ ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସ । ‘ପର୍ଯ୍ୟାୟକ୍ରମେ ସ୍କାନିଂ କରାଯିବାକୁ ନିଷ୍ପତ୍ତି ହୋଇଛି । ସ୍କାନିଂ ହେଲେ ଜଣାପଡ଼ିବ କେଉଁଠି ରହିଛି ଫାଟ’ । ଫାଟ ଓ କେତେ ପରିମାଣରେ କ୍ଷତି ହୋଇଛି, ସେନେଇ ସ୍କାନିଂ ରିପୋର୍ଟରୁ ସୂଚନା ମିଳିବ । ଟେକ୍ନିକାଲ କମିଟି ସହ ଆଲୋଚନା ପରେ ଶ୍ରୀମନ୍ଦିର ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ରତ୍ନଭଣ୍ଡାର ବାହାର ପଟ କାନ୍ଥର ଲେଜର ସ୍କାନିଂ ପରେ ଆବଶ୍ୟକ ପଡ଼ିଲେ ଭିତର ରତ୍ନଭଣ୍ଡାର ଓ ପାର୍ଶ୍ଵ ଦେବଦେବୀଙ୍କ ମନ୍ଦିରର ମଧ୍ୟ ଲେଜର ସ୍କାନିଂ କରାଯିବ । ଲେଜର ସ୍କାନିଂ ପାଇଁ ଆବଶ୍ୟକ ସହଯୋଗ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଯୋଗାଇଦେବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି।