Barsha Priyadarshini - The Sakala

ଅନୁଭବଙ୍କୁ ମିଳିଲା ବିବାହ ବିଚ୍ଛେଦ ଅନୁମତି, ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ
କଟକ: ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ କଟକ ପରିବାର ଅଦାଲତ ଦେଇଥିବା ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।

ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ରାୟ ଦେଇ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଯାହାର ରାୟ ଆଜି ପ୍ରକାଶ କରି ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି।

ଭିଡିଓ ଜରିଆରେ ବର୍ଷାଙ୍କୁ ଅନୁରୋଧ କଲେ ଅନୁଭବ, ଛାଡପତ୍ରକୁ ସ୍ବୀକାର କରିବାକୁ କଲେ ନିବେଦନ
ଭୁବନେଶ୍ବର: ପୁଣି ଥରେ ଅନୁଭବ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି।

ଅନୁଭବ କହିଛନ୍ତି ଯେ, ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି । ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି। ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ । ଶାନ୍ତିଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ବର୍ଷାକୁ ଅନୁରୋଧ କରିଛନ୍ତି ଅନୁଭବ। ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ଅନୁଭବ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କୁ ଭିଡିଓରେ ଅନୁରୋଧ କରିଛନ୍ତି।

କଟକ ଏସ୍‌ଡିଜେଏମ୍‌ କୋର୍ଟରେ ଶାଶୁଘର ଚାବି ଫେରାଇଲେ ବର୍ଷା ପ୍ରିୟଦର୍ଶିନୀ, ନଭେମ୍ୱର ୨ ସୁଦ୍ଧା ଦେବାକୁ ଥିଲା କୋର୍ଟଙ୍କ ନିର୍ଦ୍ଦେଶ
କଟକ : ଶାଶୁଘର ଚାବି ଫେରାଇଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ସେ ଆଜି ଚାବି ଦାଖଲ କରିଛନ୍ତି। ଅନ୍ୟପକ୍ଷରେ ପରିବାର ଅଦାଲତରେ ମଧ୍ୟ ଆଜି ବର୍ଷାଙ୍କ ସାକ୍ଷ୍ୟଗ୍ରହଣ ହୋଇଛି। ତେବେ ନଭେମ୍ୱର ୨ ତାରିଖ ସୁଦ୍ଧା ଅନୁଭବଙ୍କ ଘରର ଚାବି ଫେରାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ଚାବି ଅନୁଭବ କିମ୍ବା ତାଙ୍କ ଓକିଲଙ୍କୁ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଯଦି ଅନୁଭବ ଏହି ଚାବିକୁ ଗ୍ରହଣ ନ କରନ୍ତି, ତାହେଲେ ବର୍ଷା କୋର୍ଟରେ ଜମା କରିବାକୁ ଏସ୍‌ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବର୍ଷା ଚାବି କୋର୍ଟରେ ଚାବି ଫେରାଇଛନ୍ତି।

ଗତ ଅକ୍ଟୋବର ୨ ତାରିଖରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ନିର୍ଦ୍ଧାରିତ ସମୟ ପୂର୍ବରୁ ଘର ଛାଡ଼ିବା ସତ୍ୱେ ତାଲା ପକାଇ ସାଙ୍ଗରେ ନେଇଯାଇଥିଲେ ଚାବି ।କୋର୍ଟଙ୍କ ପୂର୍ବ ଆଦେଶ ସତ୍ତ୍ୱେ ବର୍ଷା ତାଙ୍କ ଶାଶୁଘର ଚାବି ପ୍ରଦାନ ନ କରିବାରୁ ଅନୁଭବ କୋର୍ଟରେ ବର୍ଷାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଉଭୟ ପକ୍ଷଙ୍କୁ ଶୁଣିବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ଅଦାଲତ। ଏହାସହ ବର୍ଷା ରୁଜୁ କରିଥିବା ଅନ୍ୟ ୨ ମାମଲାକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। ଅନ୍ୟପଟେ ଅନୁଭବଙ୍କ ପିଟିସନର ଉତ୍ତରରେ ବର୍ଷା କହିଥିଲେ ଘର ଛାଡ଼ିବା ପରେ ଏହାର ସୁରକ୍ଷା ପାଇଁ ସେ ତାଲା ପକାଇ ଚାବି ନିଜ ପାଖରେ ରଖିଥିଲେ । ତେବେ କୋର୍ଟଙ୍କ ପୂର୍ବ ଆଦେଶ ପରେ ବର୍ଷା ଆଜି ଚାବି ଫେରାଇଛନ୍ତି।

ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଶେଷ
କଟକ: ପାରିବାରିକ ବିବାଦ ମାମଲାରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତି ଆଜି ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଶେଷ ହୋଇଛି। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ ମଧ୍ୟସ୍ଥତା କରିଥିଲେ। ମଧ୍ୟସ୍ଥତାର କୌଣସି ଫଳାଫଳ  ସ୍ପଷ୍ଟ ହୋଇନି। ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ। ଉଭୟ ଆଜି କୋର୍ଟରେ ଏହି ଅର୍ଥ ରାଶି ଜମା କରିବେ ବୋଲି ତାଙ୍କ ଆଇନଜୀବୀ ପକ୍ଷରୁ ସୂଚନା ମିଳିଛି। କୋର୍ଟ କାର୍ଯ୍ୟକୁ ସହଯୋଗ ପାଇଁ ସତ୍ୟପାଠ ଦେଇଛନ୍ତି ବର୍ଷା। ତେବେ ଆଜି ହାଜର ହେବା ପାଇଁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କୁ ଫ୍ୟାମିଲି କୋର୍ଟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ଷା ପ୍ରିୟଦର୍ଶିନୀଙ୍କୁ ଝଟକା : ୧୫ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦିଲ୍ଲୀ ପୁଲିସ ନିକଟରେ ହାଜର ହେବେ। ବର୍ଷାଙ୍କୁ ଦିଲ୍ଲୀ ପୁଲିସ ପାଖରେ ୧୫ ଦିନ ମଧ୍ୟରେ ହାଜର ହେବାକୁ ଓଡିଶା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ୧୫ ଦିନ ଯାଏ ବର୍ଷାଙ୍କ ଅନ୍ତରୀଣ ସୁରକ୍ଷା ବଳବର୍ତ୍ତର ରଖିଛନ୍ତି କୋର୍ଟ।

ସୂଚନା ଅନୁଯାୟୀ, ସ୍ୱାମୀ ଅନୁଭବଙ୍କ କର୍ମଚାରୀଙ୍କ ପ୍ରତି ବର୍ଷା ଜାତିଆଣ ଆକ୍ଷେପ କରିଥିବା ନେଇ ଦିଲ୍ଲୀରେ ମାମଲା ରୁଜୁ ହୋଇଥିଲା। ଏହାପରେ ଦିଲ୍ଲୀ ପୁଲିସ ବର୍ଷାଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ବର୍ଷାଙ୍କୁ ୨ ଥର ନୋଟିସ ହୋଇଥିବା ସତ୍ତ୍ବେ ବର୍ଷା ହାଜର ହୋଇନଥିଲେ। ଏହାକୁ ନେଇ ବର୍ଷା ଓଡ଼ିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।କୋର୍ଟ ବର୍ଷାଙ୍କ ଆବେଦନକୁ ଗ୍ରହଣ କରି ୧୫ ଦିନ ଯାଏଁ ଅନ୍ତରୀଣ ସୁରକ୍ଷା ଦେଇଥିଲେ। ଏଥିସହ ୧୫ ଦିନ ମଧ୍ୟରେ ଦିଲ୍ଲୀ ପୁଲିସ ପାଖରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇଲେ ଅନୁଭବ
କଟକ: କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ବର୍ଷାଙ୍କ ଆକାଉଣ୍ଟକୁ  ୩୦ ହଜାର ଟଙ୍କା ପଠାଇଛନ୍ତି। ଗତକାଲି କଟକ ଏସଡିଜେଏମ୍‌ କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦେଶ ଦେଇଥିଲେ। ଏହାସହିତ ବର୍ଷାଙ୍କ ବିକଳ୍ପ ରହଣି ପାଇଁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଗତକାଲି କୋର୍ଟଙ୍କ ନିର୍ଦେଶ ପରେ ଆଜି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିବାକୁ ଗତକାଲି (ଗୁରୁବାର) ପାରିବାରିକ ବିବାଦର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ ।

ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ। ତେବେ ଦୁଇ ମାସ ମଧ୍ୟରେ ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି।

ଅନୁଭବଙ୍କ ସମର୍ଥନରେ ସୋସିଆଲ ମିଡିଆ ୟୁଜରସ୍, ବଦଳିଲା ‘ବର୍ଷା-ଅନୁଭବ’ ଫେସବୁକ୍ ପେଜର ନାମ
ଭୁବନେଶ୍ୱର: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର। ଏମିତିକି ଫେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ ଜଷ୍ଟିର- ଫର- ଅନୁଭବ ରଖାଯାଇଛି।  ବର୍ତ୍ତାମାନ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।

ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।

ସେ ସେସିଆଲ ମିଡିଆରେ ଛାଡିଥିବା ଭିଡିଓରେ କହିଥିଲେ ଯେ-  ‘ମୁଁ ଗାଳିଗୁଲଜ କରେ। ୨୪ ଘଣ୍ଟା ମଦ୍ୟପାନ କରେ। ସାଙ୍ଗସାଥୀଙ୍କୁ ଘରକୁ ଡାକି ମଦ ପିଏ। ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ। ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ। ଏ ସବୁ ସେ ପିଟିସନରେ ଲେଖିଛନ୍ତି। ଯଦି ଏ କଥା ସତ, ତା’ହେଲେ ପୁଣି କାହିଁକି ରହିବାକୁ ଚାହୁଁଛ। ମୋତେ ଡିଭର୍ସ ଦିଅ। ମୋତେ ବଞ୍ଚିବାକୁ ଦିଅ ବର୍ଷା।’

ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡ଼ିଓ ଜାରି କରି ଏସବୁ କହିଛନ୍ତି। ଏଥିଯୋଗୁଁ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଭିତରେ ଥିବା ବିବାଦ ପୁଣି ତୀବ୍ର ହୋଇଛି। କିଛି ଦିନ ପୂର୍ବେ ଜାରି କରିଥିବା ଭିଡ଼ିଓରେ ସେ ନିଜ ଦାମ୍ପତ୍ୟ ଜୀବନର ବିବାଦ ବିଷୟରେ କହିଥିଲେ। ଶନିବାର ଜାରି କରିଥିବା ଭିଡ଼ିଓରେ ପ୍ରେମର ଆରମ୍ଭ ଠୁ କୋର୍ଟକଚେରି ମାମଲା ପର୍ଯ୍ୟନ୍ତ ସବୁ କିଛି ଟିକିନିଖି ବଖାଣିଛନ୍ତି ଅନୁଭବ।

ପ୍ରାୟ ଘଣ୍ଟାଏ ଅବଧିର ଏହି ଭିଡିଓରେ ଅନୁଭବ କହିଛନ୍ତି, ଚଳଚ୍ଚିତ୍ର ‘ନେଇ ଯା’ରେ ମେଘ ମୋତେ’ ସୁଟିଂ ସମୟରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ବର୍ଷର ପ୍ରେମ ଜୀବନ ପରେ ଉଭୟ ବିବାହ କରିଥିଲୁ। ବିବାହ ପୂର୍ବରୁ ହାତ ଧରିବାକୁ ମଧ୍ୟ ସେ ଡରୁଥିଲେ। ଏଣୁ ଏଭଳି ଜଣେ ଝିଅକୁ ବାହା ହେବି ବୋଲି ମୁଁ ସ୍ଥିର କରି ନେଇଥିଲି। ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ମନରେ ପିଲାଟି ବେଳୁ ଡର ଅଛି ବୋଲି ସେ କହୁଥିଲେ। ବିବାହ ପରେ ପ୍ରଥମ କିଛି ଦିନ ସେ ମୋ ଠାରୁ ଅଲଗା ରହିଥିଲେ। ଜଣେ ବାଲ୍ୟବନ୍ଧୁଙ୍କୁ ଘରକୁ ଡାକିଥିଲେ। ଫଳରେ ମୋତେ ସାନ ଭାଇର ରୁମ୍‌ରେ ଶୋଇବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ଘର ଲୋକ ଅଶାନ୍ତି ହୋଇଥିଲେ। ସେ ସମୟରେ ଘର ଲୋକଙ୍କୁ ଓ ବର୍ଷାଙ୍କୁ ବହୁତ ବୁଝାଇଥିଲି। ‘କଟକର ରହଣୀ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି।’

ଅନୁଭବ କହିଛନ୍ତି ଯେ, ‘ମେଣ୍ଟାଲ’ ଚଳଚ୍ଚିତ୍ର ସୁଟିଂ ସେଟ୍‍ରେ ବର୍ଷା ତାଙ୍କୁ ଗାଳି କରିଥିଲେ। ଏହି ସିନେମା ତିଆରି ସମୟରେ ମାନସିକ ନିର୍ଯାତନାର ଶିକାର ହୋଇଛି। ସେଟ୍‌ରେ କିପରି ଗାଳି ଗୁଲଜ କରନ୍ତି ତାହା କିଛି ବରିଷ୍ଠ କଳାକାର ଜାଣନ୍ତି। ସେଟରେ ମୁଁ କାନ୍ଦିଛି ମଧ୍ୟ। ଏହାଛଡ଼ା ତାଙ୍କ ସିନେମା କ୍ୟାରିୟର ମୁଁ ନଷ୍ଟ କରିଦେଲି ବୋଲି ସେ ସବୁବେଳେ ଆରୋପ କରୁଥିଲେ; ହେଲେ ଏହା ଆଦୌ ସତ ନୁହେଁ। ସେ ତାଙ୍କ କ୍ୟାରିୟରରେ ସବୁବେଳେ ଆଗକୁ ଯାଆନ୍ତୁ ବୋଲି ଚାହୁଁଥିଲି। ତାଙ୍କ ବିବାଦକୁ ଗଣମାଧ୍ୟମ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଉନାହିଁ ବୋଲି ଅନୁଭବ କହିଛନ୍ତି।

ଛାଡ଼ପତ୍ର ମାମଲା ଖାରଜ ପାଇଁ ବର୍ଷାଙ୍କ ପକ୍ଷରୁ ଆବେଦନ
କଟକ : କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ ବିବାଦ ତଥା ଛାଡ଼ପତ୍ର ମାମଲା ଦିଲ୍ଲୀର ପଟିଆଲା ହାଉସ କୋର୍ଟରୁ କଟକ ଫ୍ୟାମିଲି କୋର୍ଟକୁ ସ୍ଥାନାନ୍ତର ହୋଇ ଶୁଣାଣି ହେଉଥିବା ବେଳେ ଆଜି ଶୁଣାଣି ପାଇଁ ଧାର୍ଯ୍ୟ ସତ୍ତ୍ବେ ଉଭୟ ହାଜର ହୋଇନାହାନ୍ତି। ଏହି ମାମଲାରେ ମଧ୍ୟସ୍ଥତା କେନ୍ଦ୍ରରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ସମ୍ଭବ ନହେବାରୁ ଉଭୟଙ୍କୁ ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା ଚୂଡାନ୍ତ ପର୍ଯ୍ୟାୟରେ ରହିଛି। ହେଲେ ଆଜି କେହି ହାଜର ହୋଇ ନଥିବାରୁ ଆସନ୍ତା ୩୧ତାରିଖରେ ମାମଲାର ଶୁଣାଣି ହେବ ବୋଲି ଜଣାପଡ଼ିଛି। ତେବେ ଅନୁଭବଙ୍କ ପକ୍ଷରୁ ଦାୟର କରାଯାଇଥିବା ଛାଡ଼ପତ୍ର ବା ବିବାହ ବିଚ୍ଛେଦ ମାମଲାକୁ ଖାରଜ କରାଯିବା ପ୍ରାର୍ଥନା କରି ପତ୍ନୀ ବର୍ଷା ଅଦାଲତରେ ଏକ ପିଟିସନ ଦାଖଲ କରିଛନ୍ତି। ଅନ୍ୟପଟରେ ଅନୁଭବଙ୍କ ପକ୍ଷରୁ ମଧ୍ୟ ଓକିଲଙ୍କ ମାଧ୍ୟମରେ ବିବାହ ବିଚ୍ଛେଦ ତଥା ପାରିବାରିକ ହିଂସା ମାମଲାରେ ସାକ୍ଷ୍ୟ ସମ୍ପର୍କିତ ଏକ ସତ୍ୟପାଠ ବି ଦାଖଲ କରାଯାଇଛି। ବର୍ଷାଙ୍କ ଆବେଦନ ସହ ଅନୁଭବଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି ଆସନ୍ତା ୩୧ତାରିଖକୁ ଧାର୍ଯ୍ୟ କରାଯାଇଛି।