Commercial LPG cylinder - The Sakala

ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣ ଉପରେ ପ୍ରତିବନ୍ଧକ ପରେ ଚିନ୍ତାରେ ହୋଟେଲ ଓ ରେଷ୍ଟୁରାଣ୍ଟ ବ୍ୟବସାୟୀ
ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟକୁ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗଣ ବନ୍ଦ ପରେ ଚିନ୍ତାରେ ମାଲିକ । ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନକରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର ଦେଲା ଓଡ଼ିଶା ରେଷ୍ଟୁରାଣ୍ଟ ଓ ହୋଟେଲ ସଂଘ ହାରୋ। ବର୍ତ୍ତମାନ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି ।  ଏଥିପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦେଶର ବଡ଼ ବଡ଼ ସହର ସବୁରେ ବର୍ତ୍ତମାନ ହୋଟେଲ ବନ୍ଦ ହେବା ଆରମ୍ଭ ହେଲାଣି ।  ଏହିଭଳି ସ୍ଥିତି ଲାଗି ରହିଲେ ଆସନ୍ତା ୨ ଦିନ ମଧ୍ୟରେ ଭୁବନେଶ୍ୱରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିବ ।

ହୋଟେଲ ଓ ରେଷ୍ଟୁରାଣ୍ଟଗୁଡିକର ଦୈନନ୍ଦିନ କାର୍ଯ୍ୟ ସମ୍ପୂର୍ଣ୍ଣ ଭାବେ ବ୍ୟବସାୟିକ LPG ସିଲିଣ୍ଡର ଉପରେ ନିର୍ଭର କରେ। ମାତ୍ର ହଠାତ୍ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଯୋଗାଣ ବନ୍ଦ କିମ୍ବା କମିଯିବାରୁ ହୋଟେଲରେ ଖାଦ୍ୟ ପ୍ରସ୍ତୁତି ଓ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। ଏହି ପରିସ୍ଥିତି ଜାରି ରହିଲେ ଅନେକ ହୋଟେଲ ଓ ରେଷ୍ଟୁରାଣ୍ଟକୁ ବନ୍ଦ କରିବାକୁ ପଡ଼ିପାରେ, ବୁକିଂ ବାତିଲ ହେବାର ସମ୍ଭାବନା ରହିଛି। ଖାଲି ହୋଟେଲ ଇଣ୍ଡଷ୍ଟ୍ରି ନୁହେଁ ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହା କ୍ଷତିଗ୍ରସ୍ତ କରିବ। ଜରୁରୀ ଭାବରେ ବ୍ୟବସାୟିକ LPG ସିଲିଣ୍ଡର ଯୋଗାଣକୁ ପୁନରାରମ୍ଭ କରିବାକୁ ଓ ଏହାକୁ ସୁଚାରୁ ଭାବେ ଚାଲୁ ରଖିବାକୁ ସରକାରଙ୍କ ନିକଟରେ ଅନୁରୋଧ କଲା ହୋଟେଲ ଏବଂ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ୍ ଓଡିଶା। ଓଡ଼ିଶାରେ ୫୦ ହଜାର ଲୋକ ହୋଟେଲ ଶିଳ୍ପରେ କାମ କରୁଛନ୍ତି। ହୋଟେଲ ବନ୍ଦ ହେଲେ ସେମାନେ ବେକାର ହେବେ। ହୋଟେଲ ଶିଳ୍ପକୁ ଗ୍ୟାସ ବନ୍ଦ ନ କରିବାକୁ କେନ୍ଦ୍ର ପେଟ୍ରୋଲିୟମ ଓ ଗ୍ୟାସ ମନ୍ତ୍ରୀଙ୍କୁ ଉଦେଶ୍ୟରେ ମେମୋରାଣ୍ଡମ ଦେଇଛି ହାରୋ।

ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼, ବଢ଼ିଲା କମର୍ସିଆଲ୍ LPG ସିଲିଣ୍ଡର ଦାମ୍
ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼ । ୧୧୧ ଟଙ୍କା ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦର । ନୂଆଦିଲ୍ଲୀରେ ୧୯ କେଜିର କମର୍ସିଆଲ ସିଲିଣ୍ଡର ଦର ୧୫୮୦.୫୦ ଟଙ୍କାରୁ ୧୬୯୧.୫୦ଟଙ୍କାକୁ ବୃଦ୍ଧି ପାଇଛି ।  ସେହିଭଳି କୋଲକାତାରେ ଏହାର ମୂଲ୍ୟ ୧୬୮୪ ଟଙ୍କାରୁ ବୃଦ୍ଧି ପାଇ ଏବେ ୧୭୯୫ ଟଙ୍କା ହୋଇଛି । ଏହା ବ୍ୟତୀତ ମୁମ୍ବାଇରେ ୧୫୩୧.୫୦ ଟଙ୍କାରେ ମିଳୁଥିବା LPG ସିଲିଣ୍ଡର ଏବେ ୧୬୪୨.୫୦ ଟଙ୍କା ହୋଇଯାଇଛି ଏବଂ ଚେନ୍ନାଇରେ ଏହାର ମୂଲ୍ୟ ୧୭୩୯.୫୦ ଟଙ୍କା ବଦଳରେ ବୃଦ୍ଧି ପାଇ ୧୮୪୯.୫୦ ଟଙ୍କା କରାଯାଇଛି । ତେବେ ଘରୋଇ LPG ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି ।

ବଢିଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର
ନୂଆଦିଲ୍ଲୀ: ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର। ଅଏଲ ମାର୍କେଟିଂ କମ୍ପାନୀ ଗ୍ୟାସ୍‌ ଦରରେ ପରିବର୍ତ୍ତନ କରିଛି। ୧୯ କିଲୋଗ୍ରାମ ଗ୍ୟାସ୍‌ ଯୁକ୍ତ କମର୍ସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ବୃଦ୍ଧି ପାଇଛି। ସିଲିଣ୍ଡର ପିଛା ୪୮.୫୦ରୁ ୫୦ ଟଙ୍କା ଯାଏଁ ବଢ଼ିଛି।

ସୂଚନା ଅନୁଯାୟୀ, ଏହି ବର୍ଦ୍ଧିତ ଦର ଲାଗୁ ହେବା ପରେ ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୭୪୦ ଟଙ୍କାରେ ପହଞ୍ଚିଛି। ସେହିପରି ବର୍ଦ୍ଧିତ ଦର ଲାଗୁ ହେବା ପରେ ମୁମ୍ବାଇରେ କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ପିଛା ଦର ୧୬୯୨.୫୦ ଟଙ୍କା, କୋଲକାତାରେ ୧୮୫୦.୫୦ ଟଙ୍କା ଏବଂ ଚେନ୍ନାଇରେ ୧୯୩୦ ଟଙ୍କାରେ ଉପଲବ୍ଧ ହେବ। କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡରା ଦାମ ବଢ଼ିବା ଯୋଗୁ ରେଷ୍ଟୁରାଣ୍ଟ, ହୋଟେଲ, ଢ଼ାବାରେ ଖାଇବା ମହଙ୍ଗା ହେବ।

ଖବର ଅନୁଯାୟୀ, ଏହାପୂର୍ବରୁ ସେପ୍ଟେମ୍ବର ମାସରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ଦର ପ୍ରାୟ ୩୯ ଟଙ୍କା ବୃଦ୍ଧି ପାଇଥିଲା।

ପୁଣି ଗ୍ରାହକଙ୍କ ଉପରେ ମହଙ୍ଗା ମାଡ଼, ବଢିଲା କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର
ନୂଆଦିଲ୍ଲୀ:  ପୁଣି ଖାଉଟିଙ୍କୁ ବଡ଼ ଝଟ୍‌କା ଲାଗିଛି। ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡିକ ବାଣିଜ୍ୟିକ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ବ୍ୟବସାୟିକ ଏଲପିଜି ମୂଲ୍ୟ ବୁଧବାର ୧୦୦ ଟଙ୍କା ବୃଦ୍ଧି ହୋଇଛି। ଗତ ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ବୃଦ୍ଧି ଘଟିଛି। ଅକ୍ଟୋବରରେ, କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜିର ମୂଲ୍ୟ ୨୦୯ ଟଙ୍କା ବୃଦ୍ଧି କରିଥିଲେ। ଏହି ବୃଦ୍ଧି ହେତୁ ସିଲିଣ୍ଡରର ମୂଲ୍ୟ ୧୭୩୧.୫୦ ଟଙ୍କା ହୋଇଥିଲା।

ମୂଲ୍ୟରେ ନୂତନ ବୃଦ୍ଧି ପରେ, ବର୍ତ୍ତମାନ ଦିଲ୍ଲୀରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧,୭୩୧ ରୁ ୧,୮୩୩ ଟଙ୍କାକୁ ବୃଦ୍ଧି ପାଇଛି। ଏହାର ମୂଲ୍ୟ ମୁମ୍ବଇରେ ୧,୭୮୫.୫୦ ଟଙ୍କା, କୋଲକାତାରେ ୧,୯୪୩ ଟଙ୍କା ଏବଂ ଚେନ୍ନାଇରେ ୧୯୯୯.୫୦ ଟଙ୍କା ହୋଇଛି। ଅକ୍ଟୋବରରେ, ବ୍ୟବସାୟିକ ଏଲପିଜି ସିଲିଣ୍ଡର ମୂଲ୍ୟ ମୁମ୍ବଇରେ ୧,୬୮୪ ଟଙ୍କା, କୋଲକାତାରେ ୧,୮୩୯.୫୦ ଟଙ୍କା ଏବଂ ଚେନ୍ନାଇରେ ୧,୮୯୮ ଟଙ୍କା ଥିଲା।