ED Notice - The Sakala

ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ନୋଟିସ୍
ଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନୋଟିସ୍ କରିଛି। ତାଙ୍କୁ ୨ ତାରିଖରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ ସିବିଆଇ ଏପ୍ରିଲ ମାସରେ ଏହି ମାମଲାରେ କେଜ୍ରିୱାଲଙ୍କୁ ୯ ଘଣ୍ଟା ପର୍ଯ୍ୟନ୍ତ ଜେରା କରିଥିଲା। ଏହି ମାମଲାରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଧ୍ୟ ସିବିଆଇ ଏବଂ ଇଡି ଗିରଫ କରିଛି। ସେ ଗତ ଫେବୃଆରୀ ୨୭ରୁ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

ସେହିପରି ଏହି ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ଆପ୍‌ ସାଂସଦ ସଞ୍ଜୟ ସିଂଙ୍କୁ ମଧ୍ୟ ଇଡି ଗିରଫ କରିଥିଲା। ଏବେ ସେ ଜେଲ୍‌ରେ ଅଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାକୁ ନେଇ ୩୬୮ କୋଟି ଟଙ୍କାର ଅର୍ଥ ହେରଫେର କରାଯାଇଛି ବୋଲି ସୁପ୍ରିମକୋର୍ଟ ସୋମବାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ବେଳେ କହିଛନ୍ତି। ତେଣୁ ଆଗାମୀ ଦିନରେ କେଜ୍ରିୱାଲଙ୍କ ପାଇଁ ବଡ଼ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।