Arindam Roy - The Sakala
ଟାଙ୍ଗୀ ବ୍ଲକରେ ହାଇଡ୍ରାମା: ବିଜେପି ନେତାଙ୍କ ବିରୋଧରେ ଗର୍ଜିଲା ବିଜେଡି, ନ୍ୟାୟ ଦାବିରେ ସରକାରୀ କର୍ମଚାରୀଙ୍କ କଲମଛାଡ଼ ଆନ୍ଦୋଳନ
ଟାଙ୍ଗୀ: କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ଅଫିସ ପରିସରରେ ଗତ ଶୁକ୍ରବାର ଦିନ ବିଜେପି ନେତା ଅରିନ୍ଦମ ରାୟ ଏବଂ ଅଭୟ ବାରିକଙ୍କ ନେତୃତ୍ୱରେ ଘଟିଥିବା ଗଣ୍ଡଗୋଳ ଓ ଦୁର୍ବ୍ୟବହାର ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଏକ ବଡ଼ ରାଜନୈତିକ ବିବାଦର ରୂପ ନେଇଛି। ବିଜେପି ନେତାଙ୍କ ଏଭଳି “ଗୁଣ୍ଡାଗର୍ଦ୍ଦି’ ଓ ଅରାଜକତା ବିରୋଧରେ ସୋମବାର ଦିନ ବ୍ଲକ କାର୍ଯ୍ୟାଳୟ ଭିତରେ କର୍ମଚାରୀମାନଙ୍କ ପକ୍ଷରୁ କଲମଛାଡ଼ ଆନ୍ଦୋଳନ ଚାଲିଥିବା ବେଳେ ବାହାରେ ବିଜେଡି ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ଶୁକ୍ରବାର ବିଜେପି ନେତା ଅରିନ୍ଦମ ଓ ଅଭୟ ବ୍ଲକରେ ଦବଙ୍ଗଗିରି ଦେଖାଇବା ପୂର୍ବରୁ ଏକ ଯୋଜନାବଦ୍ଧ ଭାବେ ପ୍ରଥମେ ବିଡ଼ିଓଙ୍କ କକ୍ଷରେ ଲାଗିଥିବା ସିସିଟିଭି କ୍ୟାମେରାକୁ ବନ୍ଦ କରିଦେଇଥିଲେ। ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ଏଭଳି କରାଯିବା ପରେ ଏବିଡିଓ ଓ ସେଠାରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କୁ ଅତ୍ୟନ୍ତ କଦର୍ଯ୍ୟ ଭାବେ ଦୁର୍ବ୍ୟବହାର କରାଯିବା ସହ ବ୍ଲକର ଆସବାବପତ୍ର ଭଙ୍ଗାରୁଜା କରାଯାଇଥିଲା। ଏହି ଘଟଣାକୁ ନେଇ ଟାଙ୍ଗୀ ଥାନାରେ ବ୍ଲକ ପ୍ରଶାସନ ତରଫରୁ ଏତଲା ଦିଆଯିବା ପରେ ପୁଲିସ ପ୍ରାୟ ୧୦୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ବ୍ଲକ କର୍ମଚାରୀ ଏବଂ ମହିଳା ଅଧିକାରୀଙ୍କୁ ଅସଦାଚରଣ ପ୍ରତିବାଦରେ ସୋମବାର ବ୍ଲକ ପରିସରରେ ଏବିଡିଓ ଶାଶ୍ୱତ କୁମାର ଜେନାଙ୍କ ନେତୃତ୍ୱରେ ସମସ୍ତ କର୍ମଚାରୀ କଲମଛାଡ଼ ଆନ୍ଦୋଳନ କରି ଧାରଣାରେ ବସିଛନ୍ତି। ବ୍ଲକ ବିଡିଓ ଏନ୍‌.ଏନ୍‌. ରାଜଲକ୍ଷ୍ମୀ ଓଝା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଉପରିସ୍ଥ ଅଧିକାରୀ ଏହି ସମ୍ୱେଦନଶୀଳ ପ୍ରସଙ୍ଗରେ କୌଣସି ଦୃଢ଼ ନିଷ୍ପତ୍ତି କିମ୍ୱା ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଏହି କଲମଛାଡ଼ ଆନ୍ଦୋଳନ ଜାରି ରହିବ। ବିଜେପି ନେତାଙ୍କ ଏହି ଆଚରଣକୁ ତୀବ୍ର ନିନ୍ଦା କରି ବ୍ଲକ ଗେଟ୍‌ ବାହାରେ ଶତାଧିକ ବିଜେଡି ମହିଳା କର୍ମୀ ଏକତ୍ରିତ ହୋଇଥିଲେ। ବିଜେପି ନେତାମାନେ ବ୍ଲକ ଭିତରେ ଅରାଜକତା ସୃଷ୍ଟି କରି ପବିତ୍ର ସରକାରୀ କାର୍ଯ୍ୟାଳୟକୁ ଅପବିତ୍ର କରିଥିବା ଅଭିଯୋଗ କରି ମହିଳା କର୍ମୀମାନେ ଗେଟ୍‌ ସମ୍ମୁଖରେ ଗୋବର ପାଣି ପକାଇ ଓ ଝାଡ଼ୁ ମାରି ପ୍ରତିବାଦ କରିବା ସହ ଅରିନ୍ଦମ-ଅଭୟଙ୍କ ବିରୋଧରେ ନାରାବାଜି କରିଥିଲେ।
ବ୍ଲକ ସମ୍ମୁଖରେ ବ୍ଲକ ବିଜେଡି ସଭାପତି ଧିରେନ୍ଦ୍ର କୁମାର ଜେଠୀଙ୍କ ସଭାପତିତ୍ୱରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ କହିଥିଲେ, “ବିଜେପି ନେତାଙ୍କ ଏଭଳି ଗୁଣ୍ଡାଗର୍ଦ୍ଦି ଏବଂ ମହିଳାଙ୍କ ଉପରେ ଅତ୍ୟାଚାର ଓଡ଼ିଶାକୁ ସାରା ଦେଶରେ ନିନ୍ଦିତ କରିଛି। ପିସି କାରବାର ଓ ସରକାରୀ ଯୋଜନାକୁ ବାଟମାରଣା କରିବା ପାଇଁ ଏହି ନେତାମାନେ ଜୁଲମ କରୁଛନ୍ତି।” ସେ ଏହି ଆନ୍ଦୋଳନରତ କର୍ମଚାରୀଙ୍କୁ ଭେଟି ଆଶ୍ୱାସନା ଦେବା ସହ ସରକାର ତୁରନ୍ତ ଦୋଷୀଙ୍କୁ ଗିରଫ କରି ନ୍ୟାୟ ପ୍ରଦାନ କରନ୍ତୁ ବୋଲି ଦାବି କରିଛନ୍ତି। ଏହି ପ୍ରତିବାଦ ସଭାରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପ୍ରତିନିଧି ସେକ ସାହାଜାନ, ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ସାମଲ, ଜୟଶ୍ରୀ ପ୍ରଧାନ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନାକ୍ଷୀ ଦାସ, ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ୍ତ ଦାସ, ମହିଳା ନେତ୍ରୀ ମିତା ରାଉତଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଓ ଆଗଧାଡ଼ିର କର୍ମୀ ଯୋଗଦେଇ ଅଭିଯୁକ୍ତଙ୍କ ତୁରନ୍ତ ଗିରଫଦାରୀ ଦାବି କରିଥିଲେ। ବ୍ଲକ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏସଡିପିଓ ଉମାକାନ୍ତ ନାୟକ ଏବଂ ଟାଙ୍ଗୀ ଥାନା ଆଇଆଇସି ବିକାଶ ସେଠୀଙ୍କ ନେତୃତ୍ୱରେ ବ୍ୟାପକ ପୁଲିସ ଫୋର୍ସ ମୁତାୟନ କରାଯାଇଥିଲା।
ସରକାରୀ ଅଧିକାରୀଙ୍କୁ ବିଜେପି ନେତାଙ୍କ ଦୁର୍ବ୍ୟବହାର ନିନ୍ଦନୀୟ: ବିଜେଡି
ଭୁବନେଶ୍ୱର: ବିଜେପି କ୍ଷମତାକୁ ଆସିବା ପରେ ଦଳର ନେତା ଓ କର୍ମୀ ବାରମ୍ୱାର ସରକାରୀ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ଓ ଘଟଣାରେ ସରକାର ଚୁପ୍‌ ରହିବାକୁ ନେଇ କଡ଼ା ସମାଲୋଚନା କରିଛି ବିଜେଡି। ଅରିନ୍ଦମ ରାୟ ଯେଉଁ ହିସାବରେ ବ୍ଲକ୍‌ କାର୍ଯ୍ୟାଳୟରେ ଏବିଡ଼ିଓ ଓ ମହିଳା ସରକାରୀ ଅଧିକାରୀଙ୍କୁ ବ୍ୟବହାର କରିଛନ୍ତି ତାହା କଦାଚିତ୍‌ ଗ୍ରହଣୀୟ ନୁହେଁ। ପୂର୍ବରୁ ବିଏମ୍‌ସିରେ ଘଟିଥିବା ଘଟଣାର ପ୍ରଚ୍ଛଦପଟ୍ଟରେ ଥିବା ଅଭିଯୋଗରେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇଥିଲା; ମାତ୍ର ବ୍ଲକ କାର୍ଯ୍ୟାଳୟରେ ସରକାରୀ ଅଧିକାରୀଙ୍କୁ ଧମକଚମକ ଓ ଅସଦବ୍ୟବହାର ଘଟଣାରେ ଅରିନ୍ଦମ ନିଜେ ସମ୍ପୃକ୍ତ ଥିଲେ ବି କାହିଁକି କାର୍ଯ୍ୟାନୁଷ୍ଠାନ ହୋଇନାହିଁ ବୋଲି ପ୍ରଶ୍ନ କରିଛି ବିଜେଡି ।
ସୋମବାର ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଓ ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ  ଲେନିନ ମହାନ୍ତି ବିଜେପି ସରକାରରେ ସରକାରୀ ଅଧିକାରୀ ମାନେ ବାରମ୍ୱାର ଦୁର୍ବ୍ୟବହାରର ଶିକାର ହେବା ଘଟଣାକୁ ତୀବ୍ର ନିନ୍ଦା  କରିଛନ୍ତି । ଇପ୍‌ସିତା କହିଛନ୍ତି ଯେ ବିଜେପି ନେତା ଅରିନ୍ଦମ ରାୟ ଦୁଇ ଦିନ ତଳେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଯେଉଁଭଳି ଭାବେ ଜଣେ ଏବିଡିଓଙ୍କୁ ଦୁର୍ବ୍ୟବହାର କଲେ ତାହା ଅତ୍ୟନ୍ତ ଦୁଃଖଦାୟକ। ଅରିନ୍ଦମ ଓ ଆଠଗଡ଼ ଅଞ୍ଚଳର ଜଣେ ବିଜେପି ନେତା  ଔଦ୍ଧତ୍ୟର ସବୁ ସୀମା ଟପିଯାଇଛନ୍ତି।  ସରକାରୀ ଚାକିରିଟିଏ  ପାଇଁ କେତେ ପରିଶ୍ରମ କରିବାକୁ ପଡେ, ତାହା ବିଜେପି ନେତା ମାନେ ଜାଣିନାହାନ୍ତି। ଏ ସରକାର ସମୟରେ ସରକାରୀ ଚାକିରି ଖଣ୍ଡେ ମିଳୁନଥିବା ବେଳେ ବିଜେପି ନେତା ମାନେ ଅଭଦ୍ରାମୀର ସବୁ ସୀମା ଟପିଚାଲିଛନ୍ତି। ଟାଙ୍ଗିରେ ଘଟିିଥିବା ଘଟଣାରେ ଅରିନ୍ଦମ ରାୟ କାହିଁକି ଜେଲ ଯିବେନି ବୋଲି ଇପ୍ସିତା ପ୍ରଶ୍ନ କରିଛନ୍ତି ।
ଲେନିନ୍‌ କହିଛନ୍ତି ଯେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଅରିନ୍ଦମ ରାୟ ଏବିଡିଓଙ୍କୁ ଦୁର୍ବ୍ୟବହାର କରିବା ଓ ଜଣେ ମହିଳା ଜିପିଓଙ୍କ ସହ ଯେଉଁଭଳି ଭାବେ ବଚସା କଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ନାରୀ ବନ୍ଦନାର କଥା କହୁଥିବା ବିଜେପି ମହିଳା ଅଧିକାରୀଙ୍କୁ ଅସଦବ୍ୟବହାର କରୁଛି। ମାତ୍ର ତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଓଡ଼ିଶାରେ ବାରମ୍ୱାର ହିଂସା ଘଟୁଥିବାରୁ ସାଧାରଣ ଜନତା ଭୟଭୀତ ହୋଇପଡ଼ିଛନ୍ତି। ବିଜେପି ନେତାମାନେ ବାରମ୍ୱାର ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଶାନ୍ତିପ୍ରିୟ ଓଡ଼ିଶାକୁ ଅଶାନ୍ତ କରିବା ପାଇଁ ବିଜେପି ନେତାମାନେ ଯେଉଁ ଉଦ୍ୟମ କରୁଛନ୍ତି, ତାହା ଆଗକୁ ସଫଳ ହେବାକୁ ବିଜେଡି ଦେବ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବର: ଓଲିଉଡ୍ ବିବାଦ ଭିତରେ ଅଭିନେତା ଅରିନ୍ଦମ ରାୟ ରବିବାର ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିବାଦର ସମାଧାନ ପାଇଁ ଅଭିନେତା ମନୋଜ ମିଶ୍ରଙ୍କୁ ଅନୁରୋଧ କରିଛନ୍ତି।  ଏହି ଘଟଣାକୁ ନେଇ ରାଜନୀତି କରାଯିବା ଉଚିତ୍‌ ନୁହେଁ ବୋଲି ଅରିନ୍ଦମ କହିଛନ୍ତି।
ଅରିନ୍ଦମ କହିଛନ୍ତି ଯେ, ଆସନ୍ତୁ ଘରେ ବସିକି ବିବାଦର ସମାଧାନ କରିବା। ଆମ ଘର କଥାରେ ରାଜନୀତିରେ କୌଣସି ସ୍ଥାନ ନାହିଁ। ଆମ ଘର କଥାରେ ବାହାର ଲୋକଙ୍କୁ ପୂରାଇବା ନାହିଁ। ସାମାନ୍ୟ କଳିକୁ ନେଇ ବିଚ୍ଛିନ୍ନ ହେବା ଅଭିଯୋଗ କରିବା ଠିକ୍ ନୁହେଁ। ଟିଭି ଖୋଲିବା ମାତ୍ରେ ଏହି ବିବାଦ ଶୁଭୁଛି, ଏହା ଶୁଣିକି ଦେଖିକି ଭଲ ଲାଗୁନି। ସାନ ଭାଇ ହିସାବରେ ଅନୁରୋଧ କରୁଛି ଆସନ୍ତୁ ବସିକି ସମାଧାନ କରିବା
ସୂଚନାଯୋଗ୍ୟ ଯେ, ମାଇଣ୍ଡଗେମ୍ ଏବଂ ରାମ୍ ଫିଲ୍ମକୁ ନେଇ ବିବାଦ ଛିଡା ହେଇଛି। ରାମ୍ ଫିଲ୍ମକୁ ସମ୍ବଲପୁରରେ ରିଲିଜ୍ କରାଇ ନଦେବା ଅଭିଯୋଗରେ ମନୋଜ ମିଶ୍ରଙ୍କୁ ବ୍ୟାନ୍ କରିଛି ପ୍ରଯୋଜକ ସଂଘ। ଅନ୍ୟପଟେ ଏହି ବ୍ୟାନ୍ ପରେ ମନୋଜ ମିଶ୍ର ମଧ୍ୟ ପ୍ରଯୋଜକ ଟୁଟୁ ନାୟକଙ୍କୁ ନିଜ ତରଫରୁ ବ୍ୟାନ୍ କରିଛନ୍ତି । ଯେଉଁ ବିବାଦ କି ଏବେ ବଢିବାରେ ଲାଗିଛି । ହେଲେ ଏହାରି ଭିତରେ ଆଜି ଅରିନ୍ଦମ ପ୍ରେସମିଟ୍ କରିବା ସହିତ ଏହି ଘଟଣାକୁ ଭୁଲି ସମାଧାନ କରିବାକୁ ମନୋଜ ମିଶ୍ରଙ୍କୁ ଆହ୍ୱାନ ଦେଇଛନ୍ତି।