Kartika Habisiali Brata - The Sakala

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ, ପୁରୀରେ ହବିଷ୍ୟାଳିଙ୍କ ଭିଡ଼...
ପୁରୀ: ଆଜି ଠାରୁ ପବିତ୍ର କାର୍ତ୍ତିକ ମାସ ଆରମ୍ଭ ହେଉଛି। ଶ୍ରୀକ୍ଷେତ୍ରରେ ରହି କାର୍ତ୍ତିକ ବ୍ରତ ପାଳନ କରିବେ ହବିଷ୍ୟାଳି। ଏଥିପାଇଁ ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନାରେ ବ୍ରତଧାରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ମଙ୍ଗଳବାର ଚଳିତ ବର୍ଷର ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ହେବ। ଏଥିପାଇଁ ବୃନ୍ଦାବତୀ ନିବାସ ପରିସରରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ନାମ ପଞ୍ଜୀକରଣ କରିଥିବା ବ୍ରତଧାରୀଙ୍କ ଲାଗି ୪ଟି ରହଣି କେନ୍ଦ୍ର କରାଯାଇଛି। ସ୍ଥାୟୀ ଶିବିର ବୃନ୍ଦାବତୀ ନିବାସ ବ୍ୟତୀତ ବଗଲା ଧର୍ମଶାଳା, ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଏବଂ ମୋଚିସାହି କଲ୍ୟାଣ୍ଡ ମଣ୍ଡପରେ ହବିଷ୍ୟାଳିଙ୍କୁ ରଖାଯାଇଛି।

ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ହବିଷ ବ୍ରତ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏକ ମାସ ଧରି ଚାଲିବ। ହବିଷ୍ୟାଳି ଯୋଜନାରେ ଆସିଥିବା ବ୍ରତଧାରୀଙ୍କୁ ଏଥର ୪ଟି ରହଣି କେନ୍ଦ୍ର (ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପେ୍ଲକ୍ସ) ରେ ରଖାଯାଇଛି। ହବିଷ୍ୟାଳି ଯୋଜନାରେ ୭୦ବର୍ଷ ବୟସ୍କା ପର୍ଯ୍ୟନ୍ତ ବିଧବା ମା’ ଓ ୫୦ରୁ ୭୦ ବର୍ଷ ବିବାହିତ ମହିଳାମାନେ ଏହି ବ୍ରତ ପାଇଁ ଆବେଦନ ଅନ୍‌ଲାଇନ ମାଧ୍ୟମରେ କରିଥିଲେ। ସେମାନଙ୍କର ସୁରକ୍ଷିତ ରହଣି, ସୁରକ୍ଷା, ବୃନ୍ଦାବତୀ ପୂଜା, ମନ୍ଦିର ଦର୍ଶନ, ଗମନାଗମନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା, ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ବେଚ୍ଛାସେବୀ ସହଯୋଗ ଇତ୍ୟାଦି ସମସ୍ତ ବ୍ୟବସ୍ଥା କରାଯାଇଛି। ଏହାକୁ ସୁନିୟନ୍ତ୍ରିତ କରିବାକୁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ତଦାରଖ କରିବାକୁ ନୋଡାଲ ଅଧିକାରୀ, ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ବିଭିନ୍ନ ରହଣି କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି। କ’ଣ ସୁବିଧା, ଅସୁବିଧା ରହିଛି, ବୁଝିବା ସହ ସମସ୍ତ ବ୍ୟବସ୍ଥା ବୁଲି ଦେଖିଛନ୍ତି।

ହବିଷ୍ୟାଳିମା‌ନେ ଭୋର୍‌ରୁ ଉଠି ନରେନ୍ଦ୍ର ପୁଷ୍କରିଣୀ ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ତୀର୍ଥ ପୁଷ୍କରିଣୀ‌‌‌ରେ ସ୍ନାନ ସାରି ଶ୍ରୀମନ୍ଦିରକୁ ଯିବେ। ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ସହ ବ୍ରତ ଧରିବେ। ତୁଳସୀ ଚଉରାମୂଳେ ରାଇଦାମୋଦରଙ୍କୁ ପୂଜା କରି ମାସଟା ଯାକ ଆଧ୍ୟାତ୍ମିକ ଭାବେ ବାନ୍ଧି ହୋଇ ରହିବେ। ପ୍ରତି ସନ୍ଧ୍ୟାରେ ଆକାଶ ଦୀପ ଟାଣିବେ। ପୁଣି ଶୁଣିବେ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ। ଗୋଟିଏଥର ମହାପ୍ରସାଦ ସେବନ କରିବେ।

କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ପୁରୀ: କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳି ଶିବିରର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶିବିରର ଉଦଘାଟନ କରିଛନ୍ତି। ହବିଷ୍ୟାଳି ମାନେ ବିନା କୌଣସି ସମସ୍ୟାରେ କାର୍ତ୍ତିକ ବ୍ରତ କରନ୍ତୁ । ଆପଣମାନଙ୍କୁ ପ୍ରଭୂ ଜଗନ୍ନାଥଙ୍କ ଆଶିର୍ବାଦ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଚଳିତ ବର୍ଷ ରାଜ୍ୟ ସରକାର ଗୋଟିଏ ସ୍ଥାୟୀ ସହ ୪ଟି ଅସ୍ଥାୟୀ କେନ୍ଦ୍ର ହବିଷ୍ୟାଳିଙ୍କ ପାଇଁ ବ୍ୟବସ୍ଥା କରିଛନ୍ତି । ବୃନ୍ଦାବତୀ ଭକ୍ତ ନିବାସ, ବଗଲା ଧର୍ମଶାଳା, ଅକ୍ଷୟ ପାତ୍ର ଫାଉଣ୍ଡେସନ, ବାଗେଡ଼ିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପରେ ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଚଳିତବର୍ଷ ୩ ହଜାରରୁ ଅଧିକ ଅଭିଷ୍ୟାଳି ରେଜିଷ୍ଟ୍ରେସନ କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୧୧, ପୁରୀରୁ ୮୭୫, ଗଞ୍ଜାମ ଜିଲ୍ଲାରୁ ୩୮୫, ନୟାଗଡ ଜିଲ୍ଲାରେ ୩୧୧ ଜଣ ପଞ୍ଜିକରଣ କରିଛନ୍ତି । ତେବେ କାର୍ତ୍ତିକ ବ୍ରତ ପାଳିବା ପାଇଁ ଗତକାଲି ଠାରୁ ପୁରୀ ଆସି ନିଜ ନିଜ ଆଶ୍ରୟ ସ୍ଥଳରେ ରହିଛନ୍ତି ହଭିଷ୍ୟାଳୀ । ପ୍ରଥମ ଦିନରେ ସଙ୍କଳ୍ପ କରି ବୃନ୍ଦାବତୀଙ୍କ ନିକଟରେ ରାଇ ଦାମୋରଦର ବ୍ରତ ପାଳିଛନ୍ତି । ହବିଷ୍ୟାଳି ଯୋଜନାର ଶୁଭାରମ୍ଭ ବେଳେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଅଶ୍ବିନୀ ପାତ୍ର ଓ ବିଧାୟକ ଜୟନ୍ତ ଷଡ଼ଙ୍ଗୀ, ସମୀର ଦାସ ଏବଂ ଜିଲ୍ଲାପାଳ ସମର୍ଥ ଵର୍ମା ଉପସ୍ଥିତ ରହିଥିଲେ ।