AIIMS - The Sakala
Union Budget 2026: ଶସ୍ତା ହେବ ୧୭ କର୍କଟ ଔଷଧ, ଦେଶରେ ଖୋଲିବ ଆଉ ୩ ନୂଆ ଏମ୍‌ସ
ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲଗାତର ନବମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଭାରତକୁ ବିଶ୍ବର ତୃତୀୟ ବୃହତ୍‌ ଅର୍ଥନୀତି ସହିତ ବିକଶିତ ଭାରତ ଗଠନ ଲକ୍ଷ୍ୟରେ ନିର୍ମଳା ତାଙ୍କ ନୂଆ ବଜେଟରେ ୫୩ ଲକ୍ଷ ୪୭ ହଜାର ୩୧୫ କୋଟିର ବ୍ୟୟ ଅଟକଳ ରଖିଛନ୍ତି। ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ବଜେଟରେ ନିର୍ମଳା ଅନେକ ଘୋଷଣା କରିଛନ୍ତି। ଭାରତକୁ ‘ବୈଶ୍ବିକ ବାୟୋଫାର୍ମା ହବ୍’ ଭାବେ ଗଢ଼ିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଗୁରୁତର ରୋଗର ଚିକିତ୍ସା ଖର୍ଚ୍ଚ ହ୍ରାସ କରିବାକୁ ପଦକ୍ଷେପ ନେଇଛନ୍ତି। କର୍କଟ, ମଧୁମେହ  ରୋଗୀଙ୍କୁ ସରକାର ବଜେଟ୍‌ରେ ବଡ଼ ଆଶ୍ବସ୍ତି ଦେଇଛନ୍ତି। କର୍କଟ ଚିକିତ୍ସାରେ ବ୍ୟବହୃତ ୧୭ଟି ଗୁରୁତ୍ବପୂର୍ଣ୍ଣ ଔଷଧ ଉପରେ ଲାଗୁ ସୀମାଶୁଳ୍କକୁ ସରକାର ହଟାଇ ଦେଇଛନ୍ତି।
ଏହି ଔଷଧଗୁଡ଼ିକ ବିଦେଶରୁ ଆମଦାନୀ କରାଯାଇଥାଏ। ଏହା ଉପରେ ୫ପ୍ରତିଶତ ସୀମାଶୁଳ୍କ ଲଗାଯାଉଥିଲା। ହୋମୋଫିଲିଆ, ସିକିଲ୍‌ ସେଲ ଏବଂ ମସ୍କୁଲାର ଡିଷ୍ଟ୍ରଫି ଭଳି ୭ ଜଟିଳ ରୋଗର ଔଷଧକୁ ଏବେ ଶୁଳ୍କମୁକ୍ତ କରିଦିଆଯାଇଛି। ଏହାବ୍ୟତୀତ ୭ ଜଟିଳ ରୋଗର ଚିକିତ୍ସା ପାଇଁ ବାହାରୁ ଆସୁଥିବା ଔଷଧ, ଉପକରଣ ଏବଂ ସ୍ବତନ୍ତ୍ର ଖାଦ୍ୟ ଉପରୁ ମଧ୍ୟ ଟିକସ ହଟାଇ ଦିଆଯାଇଛି। ଏହାଦ୍ବାରା ବିଦେଶୀ ଔଷଧ ଉପରେ ନିର୍ଭର ଥିବା ପରିବାରକୁ ଆର୍ଥିକ ଲାଭ ମିଳିବ। ତେବେ କେଉଁ କେଉଁ ଔଷଧର ମୂଲ୍ୟ ହ୍ରାସ ପାଇବ ତାହାର ତାଲିକା ସରକାରଙ୍କ ପକ୍ଷରୁ ଜାରି କରାଯାଇ ନାହିଁ। ସେହିପରି, ନବୋନ୍ମେଷକୁ ପ୍ରୋତ୍ସାହନ ଦେଇ ଅଣ-ସଂକ୍ରାମକ ରୋଗର ଚିକିତ୍ସାକୁ ସୁଲଭ କରାଯିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏଥିପାଇଁ ୧୦ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।  ଏହି ନିବେଶ ଦ୍ବାରା କେବଳ ଔଷଧ ମୂଲ୍ୟ ହ୍ରାସ ହେବ ନାହିଁ, ବରଂ ବାୟୋ-ଫାର୍ମା ଶକ୍ତି ଏବଂ ବାୟୋଲଜିକ୍ସ ଉତ୍ପାଦନରେ ଭାରତ ବିଶ୍ବର ନେତୃତ୍ବ ନେବ।
ଚିକିତ୍ସା ପାଇଁ ଦିଲ୍ଲୀ କିମ୍ବା ମୁମ୍ବଇ ଭଳି ବଡ଼ସହରକୁ ଯାଉଥିବା ଲୋକଙ୍କ ଅସୁବିଧା ଦୂର କରିବା ପାଇଁ ସରକାର ବଜେଟରେ ବଡ଼ ପଦକ୍ଷେପ ନେଇଛନ୍ତି। ଏଥିରେ ସାଧାରଣଲୋକଙ୍କ ସ୍ୱାସ୍ଥ୍ୟ ଏବଂ ପକେଟ୍‌କୁ ଧ୍ୟାନରେ ରଖି ୩ଟି ନୂତନ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ସଂସ୍ଥାନ (ଏମ୍‌ସ) ଏବଂ ୫ଟି ଆଞ୍ଚଳିକ ଚିକିତ୍ସା କେନ୍ଦ୍ର ବା ମେଡିକାଲ୍‌ ହବ୍‌ ନିର୍ମାଣ ନିଷ୍ପତ୍ତି ନିଆଯାଇଛି। ଏହି ହବ୍‌ଗୁଡ଼ିକର ଉଦ୍ଦେଶ୍ୟ କେବଳ ଚିକିତ୍ସା ଯୋଗାଇବା ନୁହେଁ, ବରଂ ଏହା ଚିକିତ୍ସା ଗବେଷଣା ଏବଂ ତାଲିମକୁ ପ୍ରୋତ୍ସାହିତ କରିବ। ଏହି କେନ୍ଦ୍ରଗୁଡ଼ିକରେ ସ୍ୱାସ୍ଥ୍ୟସେବା ସୁବିଧା ସହଜରେ ଉପଲବ୍ଧ ହେବ ଏବଂ ଚିକିତ୍ସା ପର୍ଯ୍ୟଟନକୁ ମଧ୍ୟ ପ୍ରୋତ୍ସାହିତ କରିବ। ସରକାର ଏହି ହବ୍‌ଗୁଡ଼ିକ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ମଧ୍ୟ ଯୋଜନା କରିଛନ୍ତି।
ଏମ୍‌ସ ଭୁବନେଶ୍ୱରରେ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସୁବିଧା ଆରମ୍ଭ
ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଅତ୍ୟାଧୁନିକ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା। ଏହି ସୁବିଧା ପ୍ରଚଳନ ସହିତ ଏମ୍‌ସ ଭୁବନେଶ୍ବର ଓଡ଼ିଶା ସମେତ ସମ୍ପୂର୍ଣ୍ଣ ପୂର୍ବଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ହେବାର ଗୌରବ ଲାଭ କରିଛି। ଏଥିସହିତ ପ୍ରଯୁକ୍ତିବିଦ୍ୟା ସହିତ ଚିକିତ୍ସା ବିଜ୍ଞାନର ସମ୍ମୀଶ୍ରଣ କରି ଉନ୍ନତ ଚିକିତ୍ସା ସେବା ପ୍ରଦାନ କ୍ଷେତ୍ରରେ ଆଉ ଏକ ଲପଲବ୍ଧି ହାସଲ କରିଛି ଏହି ଜାତୀୟ ଅନୁଷ୍ଠାନ।
ଏମ୍‌ସ ଭୁବନେଶ୍ବର ଅର୍ଥୋପେଡିକ୍‌ସ ବିଭାଗ ପକ୍ଷରୁ ପଶ୍ଚିମବଙ୍ଗର ଜଣେ ୬୬ ବର୍ଷୀୟା ମହିଳା ରୋଗୀଙ୍କର ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ସଫଳତାର ସହିତ କରାଯାଇଛି। ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଯୁକ୍ତ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବେଶ୍‌ ସୁଗମ ଭାବରେ ସମ୍ପନ୍ନ ହୋଇଛି। ଅସ୍ତ୍ରୋପଚାର ପରେ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ମାତ୍ର ୪୮ ଘଣ୍ଟା ପରେ ସେ ସ୍ବାଭାବିକ ଭାବେ ଚଲାବୁଲା କରିପାରିବେ ବୋଲି ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।
ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଥମ ସରକାରୀ ପ୍ରତିଷ୍ଠାନ ଭାବେ ଏହି ପ୍ରକ୍ରିୟା ସମ୍ପାଦନରେ ସଫଳତା ପାଇଁ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ୱାସ ସମ୍ପୂର୍ଣ୍ଣ ଅର୍ଥୋପେଡିକ୍ସ୍‌ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସମୟରେ ରୋବୋଟିକ୍‌ ସର୍ଜରୀର ଗୁରୁତ୍ବ ସମୟର ଏକ ବଡ଼ ଆହ୍ବାନ। କିନ୍ତୁ ଘରୋଇ କ୍ଷେତ୍ରରେ ରୋବଟିକ୍‌ ଆଣ୍ଠୁ ପ୍ରତିରୋପଣ ବ୍ୟୟବହୁଳ ହୋଇଥିଲେ ମଧ୍ୟ ଏମ୍‌ସରେ ଏହା ସମାଜର ସମସ୍ତ ବର୍ଗଙ୍କ ପାଇଁ ଉନ୍ନତ ସ୍ୱାସ୍ଥ୍ୟସେବା ସେବାର ଉପଲବ୍ଧତାକୁ ସୁନିଶ୍ଚିତ କରି ରୋବୋ-ସହାୟିତ ଅସ୍ତ୍ରୋପଚାରଗୁଡ଼ିକୁ ସୁଗମ କରିଥିବା ଡ. ବିଶ୍ୱାସ କହିଛନ୍ତି।
ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ସାଧାରଣତଃ “ଶତାବ୍ଦୀର ଅସ୍ତ୍ରୋପଚାର” ଭାବରେ ଜଣାଶୁଣା, ଯାହା ଦୁର୍ବଳ ଆଣ୍ଠୁ ଆର୍ଥ୍ରାଇଟିସ୍ ପୀଡ଼ିତ ରୋଗୀଙ୍କ ଜୀବନକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ସମୟରେ, ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ଅନେକଙ୍କ ପାଇଁ ଆଶାର ନୂତନ ଆଲୋକ ପାଲଟିଛି।
ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ବ୍ୟବସ୍ଥା ସଠିକତାକୁ ସମ୍ପୂର୍ଣ୍ଣ ସୁନିଶ୍ଚିତ କରିଥାଏ। ଏହି ପ୍ରଯୁକ୍ତିବିଦ୍ୟା ମାନବ ତ୍ରୁଟିର ବିପଦକୁ କମ କରେ ଏବଂ ପ୍ରକୃତ-ସମୟ ମତାମତ ପ୍ରଦାନ କରି, ସର୍ଜନଙ୍କୁ ଜଟିଳ ପଦକ୍ଷେପଗୁଡ଼ିକୁ ଅଧିକ ସଠିକ୍ ଭାବରେ କାର୍ଯ୍ୟକାରୀ କରିବାକୁ ବ୍ୟାପକ ସୁଯୋଗ ପ୍ରଦାନ କରିଥାଏ। ଯାହାକି ଏପରି ଅସ୍ତ୍ରୋପଚାର ଫଳାଫଳକୁ ଉନ୍ନତ କରୁଥିବା ଅର୍ଥୋପେଡିକ୍ସ ବିଭାଗର ମୁଖ୍ୟ ଡ. ବିଷ୍ଣୁ ପ୍ରସାଦ ପାତ୍ର ପ୍ରକାଶ କରିଛନ୍ତି।
ଯୋଗ୍ୟ ରୋଗୀମାନଙ୍କୁ ମାଗଣା ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ପ୍ରଦାନ କରୁଥିବା ଆୟୁଷ୍ମାନ ଭାରତ ଯୋଜନା ଜୀବନ ପରିବର୍ତ୍ତନକାରୀ ଚିକିତ୍ସାର ସୁବିଧାକୁ ଆହୁରି ବିସ୍ତାର କରିଛି। ଏମ୍‌ସରେ ପ୍ରଥମ ରୋବୋଟିକ୍‌ ଅସ୍ତ୍ରୋପଚାର ପ୍ରାୟ ୮୦ ମିନିଟ୍ ସମୟ ନେଇଥିଲା। ଆଗକୁ ଏହି ସମୟ ଆହୁରି କମିବ। ସେହିପରି ଖୁବ୍‌ଶୀଘ୍ର ଏମ୍‌ସରେ ରୋବୋଟିକ୍‌ ହିପ୍‌ ଅସ୍ତ୍ରୋପଚାର ସୁବିଧା ମଧ୍ୟ ଆରମ୍ଭ କରାଯିବ ବୋଲି ଡ. ପାତ୍ର ସୂଚନା ଦେଇଛନ୍ତି। ଏହି ପ୍ରଥମ ରୋବୋଟିକ୍‌ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାରରେ ଅର୍ଥୋପେଡିକ୍‌ସ ବିଭାଗର ଚିକିତ୍ସକଙ୍କ ସମେତ ଅନ୍ୟମାନେ ସାମିଲ୍‌ ଥିଲେ।
ଆଜି ଏନେଇ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ବିଶ୍ୱାସଙ୍କ ସହିତ, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ବିଭାଗୀୟ ମୁଖ୍ୟ ଡ. ପାତ୍ରଙ୍କ ସମେତ ଡ. ସୁଜିତ ତ୍ରିପାଠୀ, ଡ. ଗୁରୁଦୀପ ଦାସ, ଡ. ମେଗାନାଥ ଭି ପାୱାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।
ପାରମ୍ପରିକ ଆଣ୍ଠୁ ପ୍ରତିରୋପଣ ପ୍ରକ୍ରିୟାରେ ଜିଗ୍ସ ଏବଂ କଟିଂ ବ୍ଲକ ବ୍ୟବହାର ଅନ୍ତର୍ଭୁକ୍ତ ଥିଲା, ଯାହା ପ୍ରଭାବଶାଳୀ ହୋଇଥିଲେ ମଧ୍ୟ, ଗୁରୁତର ବିକୃତି, ପୂର୍ବ ଅସ୍ତ୍ରୋପଚାର କିମ୍ବା ଉନ୍ନତ ଆର୍ଥ୍ରାଇଟିସ୍ ଜଟିଳ କ୍ଷେତ୍ରରେ, ମାନବ ତ୍ରୁଟିର ସମ୍ଭାବନା ବହନ କରୁଥିଲା। ମାତ୍ର ରୋବୋଟିକ୍ ପ୍ରଯୁକ୍ତିବିଦ୍ୟା ଏହି ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଛି। ଏହା ସହିତ, ରୋବୋଟ୍ ନାଭିଗେସନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା ବ୍ୟବହାର କରି ସ୍ୱାଧୀନ ଭାବରେ କିଛି ପଦକ୍ଷେପ ନେଇପାରିବ, ସମଗ୍ର ଅସ୍ତ୍ରୋପଚାର ସମୟରେ ଉଚ୍ଚ ସ୍ତରର ସଠିକତା ଏବଂ ସ୍ଥିରତା ପ୍ରଦାନ କରିବ।
ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା, ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ
ଭୁବନେଶ୍ବର: ଏମ୍ସରେ ବିପର୍ଯ୍ଯସ୍ତ ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଚାରିଆଡ଼େ କୁଢ଼କୁଢ଼ ଅଳିଆ । ଠିକା ସଂସ୍ଥାର ଶୋଷଣ ନୀତି ଅଭିଯୋଗରେ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ସଂପୃକ୍ତ ଠିକା ସଂସ୍ଥା କୌଣସି ସୁବିଧା ସୁଯୋଗ ନଦେଇ ଓଲଟି ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପଟେ କର୍ମଚାରୀଙ୍କ ଅଭିଯୋଗକୁ ଭୀତ୍ତିହୀନ ବୋଲି କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ ।
ଡଷ୍ଟବିନ, ଟଏଲେଟ, ୱାର୍ଡ । ସବୁଠି କୁଢକୁଢ ଅଳିଳା, ଗଦାଗଦା ଆବର୍ଜନା । ଖୋଦ୍ ଭୁବନେଶ୍ବର ଏମ୍ସରେ ଏଭଳି ବିକଳ ଅବସ୍ଥା । ହସ୍ପିଟାଲରେ ଏକଦମ ବିପର୍ଯ୍ଯସ୍ତ ହୋଇଯାଇଛି ପରିମଳ ବ୍ଯବସ୍ଥା । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍ ହୋଇଯାଇଛି ସଫେଇ କାମ । ଠିକା ସଂସ୍ଥାର ମନମାନୀ ଓ ଶୋଷଣ ନୀତି ବିରୋଧରେ ପ୍ରାୟ ହଜାରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ସମସ୍ଯା ସୃଷ୍ଟି ହୋଇଛି । ଫଳରେ ଡାକ୍ତରଖାନାର ବାହାରଠାରୁ ଆରମ୍ଭ କରି ବିଭିନ୍ନ ୱାର୍ଡ, ବାଥରୁମରେ ଆବର୍ଜନା ଜମି ରହିଛି । କର୍ମଚାରୀ ଅଭିଯୋଗ କରିଛନ୍ତି, ନିଯୁକ୍ତି ଦେଇଥିବା ଠିକା ସଂସ୍ଥା ସେମାନଙ୍କ ଉପରେ ଜୁଲମ କରୁଛି । ନା ଠିକ ସମୟରେ ଦରମା ମିଳୁଛି ନା ଦରମା ବଢୁଛି । ଏମିତିକି ମାସରେ ୪ ଦିନ ଛୁଟି ବି ମିଳୁନି ।
କର୍ମଚାରୀଙ୍କ କହିବା କଥା ହେଲା, ପୂର୍ବରୁ ଦୁଇଟି ସଂସ୍ଥା ଅଧୀନରେ ସେମାନେ କାମ କରୁଥିଲେ । ଏବେ ଆଉ ଏକ ନୂଆ ସଂସ୍ଥାକୁ ଏମ୍ସ କର୍ତ୍ତୃପକ୍ଷ ଦାୟିତ୍ବ ଦେଇଛନ୍ତି । ହେଲେ ଏହି ଠିକା ସଂସ୍ଥା ବିଭିନ୍ନ ସମୟରେ କର୍ମଚାରୀଙ୍କୁ ଶୋଷଣ କରୁଛି । ଇଏସଆଇ ଓ ଇପିଏଫରୁ ସେମାନଙ୍କୁ ବଞ୍ଚିତ ରଖାଯାଇଛି । କେହି ପ୍ରତିବାଦ କଲେ ସେମାନଙ୍କୁ ଟାର୍ଗେଟ କରି ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି । ସେପଟେ ଠିକା ସଂସ୍ଥା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ ଆଲୋଚନା ମାଧ୍ଯମରେ ସମସ୍ଯାର ସମାଧାନ ହେବ ବୋଲି କହିଛନ୍ତି ।
ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ରୋଗୀମାନେ ମଧ୍ଯ ସନ୍ତସନ୍ତ ହେଉଛନ୍ତି । ଏଣୁ ତୁରନ୍ତ ଠିକା ସଂସ୍ଥା ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଦାବି ହୋଇଛି ।
ଭୁବନେଶ୍ୱର ଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ
ଭୁବନେଶ୍ୱର: ଡ୍ରୋନ୍ ଯୋଗେ ମେଡିକାଲରେ ପହଞ୍ଚିଲା ରକ୍ତ। ଭୁବନେଶ୍ୱରଏମ୍ସରୁ ପରୀକ୍ଷାମୂଳକ ଡ୍ରୋନ ସେବା ଆରମ୍ଭ ହୋଇଛି । ଏମ୍ସରୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଛି ଡ୍ରୋନ୍‌ । ଗୁରୁତର ରୋଗୀଙ୍କୁ ରକ୍ତ ଯୋଗାଣ ସହ ରକ୍ତ ନମୁନା ସଂଗ୍ରହ କରି ଅଣାଯାଇଛି। ଡ୍ରୋନ୍ ଯୋଗେ ଅତି ଜରୁରୀ ଇଞ୍ଜେକ୍ସନ ଏବଂ ଔଷଧ ଯୋଗାଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏମ୍ସ ପକ୍ଷରୁ ଓଡ଼ିଶାରେ ଏହି ସେବା ପ୍ରଥମ । ୭୦ କିଲୋମିଟର ଦୂରକୁ ୩୫ ମିନଟ ସମୟ ଲାଗିଛି । ଦିନ ୧୨ଟାରେ ଏମ୍‌ସରୁ ବାହାରି ୧୨ଟା ୩୫ ମିନିଟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରୋନ୍‌ ପହଞ୍ଚିଥିଲା ।
ଏମ୍‌ସ ଭୁବନେଶ୍ୱରରେ ପାଳନ ହେଲା ଚନ୍ଦ୍ରାୟଣ ମହୋତ୍ସବ
ଭୁବନେଶ୍ୱର: ପରିବେଶ ଥିଲା ଅତ୍ୟନ୍ତ ପୁଲକିତ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ଫୁଟିଉଠୁଥିଲା ଦେଶମାତୃକାର ସେବା ନିମନ୍ତେ ତ୍ୟାଗର ଅନନ୍ୟ ନିଦର୍ଶନ। ଭାରତର ଐତିହାସିକ ଗୌରବମୟ ଚନ୍ଦ୍ର ଅଭିଯାନରେ ପ୍ରତ୍ୟେକ୍ଷ ଭାବେ ସାମିଲ ନହୋଇପାରିଥିଲେ ମଧ୍ୟ, ଏହି ମହନୀୟ ଯାତ୍ରାରେ ସାମିଲ ଥିବା ସମସ୍ତ ଅଂଶୀଦାରଙ୍କୁ ପ୍ରଶଂସା କରିବା ଏବଂ ଭାରତକୁ ବିଶ୍ବଗୁରୁରେ ପରିଣତ କରିବାର ପ୍ରତିବଦ୍ଧତା ଝଲସି ଉଠିଥିଲା ଏମ୍‌ସ ଭୁବନେଶ୍ୱର ପରିସରରେ। ଅବସର ଥିଲା ଚନ୍ଦ୍ରାୟଣ ମହୋତ୍ସବ।
ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସଙ୍କ ନେତୃତ୍ବରେ ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ହର୍ଷ, ଉଲ୍ଲାସର ସହିତ ଆଜି ପାଳିତ ହୋଇଯାଇଛି ଚନ୍ଦ୍ରାୟଣ ମହୋତ୍ସବ। ଚନ୍ଦ୍ରର ଦକ୍ଷିଣ ମେରୁରେ ରୋଭର୍‌ ଅବତରଣ ଏବଂ ପରେ ପରେ ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନର ବିଚରଣ, ସମଗ୍ର ବିଶ୍ବରେ ଭାରତର ମହାକାଶ ଅଭିଯାନକୁ ଏକ ଗୌରବମୟ ଅଧ୍ୟାୟରେ ସ୍ଥାନ ଦେଇଛି।
ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣା ମଧ୍ୟ ଏହି କାର୍ଯ୍ୟକ୍ରମକୁ ବେଶ୍‌ ସଫଳ କରିଥିଲା। ପ୍ରଧାନମନ୍ତ୍ରୀ ସଦାସର୍ବଦା ଯୁବଗୋଷ୍ଠୀ ଏବଂ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳପ୍ରତି ଆଗ୍ରହୀ ହେବାକୁ ଉତ୍ସାହିତ କରିଥାଆନ୍ତି। ଭାରତର ଚନ୍ଦ୍ର ଅଭିଯାନ ଇତିହାସରେ ଏକ ସ୍ବତନ୍ତ୍ର ସ୍ଥାନ ଲିପିବଦ୍ଧ କରିଛି। ଏମ୍‌ସ ଭୁବନେଶ୍ୱରରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରି ବେଶ ଆନନ୍ଦିତ ଥିବା ପ୍ରକାଶ କରିଛନ୍ତି ଡ. ବିଶ୍ବାସ। ସ୍ବାସ୍ଥ୍ୟସେବା, ଡିଜିଟାଲ୍‌ ମିସନ୍‌, ରେଳ ଆଦି ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ କରି ଛାତ୍ରଛାତ୍ରୀମାନେ ଭାରତକୁ ଉନ୍ନତିର ଶୀର୍ଷକୁ ନେବାକୁ ଡ. ବିଶ୍ବାସ ଆହ୍ବାନ କରିଥିଲେ। ବୈଜ୍ଞାନିକ ଏବଂ ବୈଷୟିକ ସଫଳତାର ଉତ୍ସବ କେବଳ ପରୀକ୍ଷାଗାର କିମ୍ବା ଅନୁଷ୍ଠାନଗୁଡ଼ିକରେ ସୀମାବଦ୍ଧ ନହୋଇ ସାଧାରଣ ଜନତାଙ୍କ ମଧ୍ୟରେ ଆଦୃତ ଏବଂ ବହୁଳ ପ୍ରସାର ଦ୍ବାରା ଏହାର ପ୍ରକୃତ ଉପଲବ୍ଧିକୁ ଅନୁଭବ କରିହେବ। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ ସବୁବେଳେ ଉତ୍ସାହିତ କରିଥାଆନ୍ତି ବୋଲି ଡ. ବିଶ୍ବାସ ମତବ୍ୟକ୍ତ କରିଛନ୍ତି।
ଏହି ଅବସରରେ ଏମ୍‌ସରେ ଚନ୍ଦ୍ରାୟଣ ଅଭିଯାନରେ ସାମିଲ ରକେଟ୍‌, ରୋଭର୍‌, ପ୍ରଜ୍ଞାନ୍‌ ଆଦିର ପ୍ରତିକୃତି ସ୍ଥାପନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ଚନ୍ଦ୍ରାୟଣ ଅଭିଯାନ ରଙ୍ଗୋଲୀ ମଧ୍ୟ ଗାନ କରୁଥିଲା ଦେଶଭକ୍ତିର ମହମହ ବାସ୍ନା।  ଡିନ୍‌ ଡ. ପି ଆର ମହାପାତ୍ର, ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ପ୍ରଭାସ ରଞ୍ଜନ ତ୍ରିପାଠୀ, କଲେଜ୍‌ ଅଫ୍‌ ନର୍ସିଂର ଅଧ୍ୟକ୍ଷା ଡ. ଆଶା ପି ସେଟ୍ଟୀ, ଭାରପ୍ରାପ୍ତ ଡିଡିଏ ରଶ୍ଜି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।
ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର !
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ସର୍ଭର ହ୍ୟାକିଂ ମାମଲାକୁ ନେଇ ନୂଆ ତଥ୍ୟ ସାମ୍‌ନାକୁ ଆସିଛି। ଏହି ହ୍ୟାକିଂ ପଛରେ ଚୀନ୍‌ ଷଡ଼ଯନ୍ତ୍ର ରହିଛି। ଯାଞ୍ଚ ଅଧିକାରୀମାନେ ଏହି ଦିଗକୁ ସଙ୍କେତ ଦେଇଛନ୍ତି। ସେମାନେ ଏମ୍ସର ୫ଟି ସର୍ଭର ହ୍ୟାକ୍‌ କରିଥିଲେ। ଆଇଏଫ୍‌ଏସ୍‌ଓ ଅନୁଯାୟୀ ହ୍ୟାକିଂ ସମୟରେ ବ୍ୟକ୍ତିଗତ ଡାଟା ମଧ୍ୟ ଲିକ୍‌ ହୋଇଥିଲା। ଏହି ଡାଟା ଡାର୍କ ୱେବ୍‌ର ମୁଖ୍ୟ ଡୋମେନ୍‌ ରେ ଥିବାର ସମ୍ଭାବନା ରହିଛି। ଏହି ତଥ୍ୟରେ ଭାରତର ଭିଭିଆଇପିଙ୍କ ସହିତ ଲକ୍ଷ ଲକ୍ଷ ଲୋକଙ୍କ ଗୋପନୀୟ ଡାଟା ଲିକ୍‌ ହୋଇଥିବା ଆଶଙ୍କା କରାଯାଉଛି।
ସାଇବର ବିଶେଷଜ୍ଞଙ୍କ ଅନୁଯାୟୀ ଏହା ପଛରେ ଚୀନ୍‌ର ୨ ରାନ୍‌ସମ୍‌ୱାର ଗୋଷ୍ଠୀ ସମ୍ରାଟ ଡ୍ରାଗନଫ୍ଲାଇ ଏବଂ ବ୍ରାଞ୍ଜ ଷ୍ଟାରଲାଇଟ (ଡିଇଭି-୦୪୦୧) ର ହାତ ଥିବାର ଆଶଙ୍କା କରାଯାଉଛି। ସେହିପରି ‘ଲାଇଫ’ ନାମକ ଅନ୍ୟ ଏକ ଗୋଷ୍ଠୀ ଉପରେ ମଧ୍ୟ ସନ୍ଦେହ ରହିଛି। ଏହା ୱାନାରେନ ନାମକ ରାନ୍‌ସମ୍‌ୱାରର ନୂଆ ଭର୍ସନ। ହ୍ୟାକର୍ସମାନେ ଡାଟା ବିକ୍ରି କରିବା ପାଇଁ ଏହାକୁ ଡାର୍କ ୱେବରେ ଅପ୍‌ଲୋଡ କରିଥିବା କୁହାଯାଉଛି। କାରଣ ସେମାନଙ୍କ ଦାବି ପୂରଣ ହୋଇ ନ ଥିଲା। ହ୍ୟାକର୍ସ ଏମ୍ସକୁ ୨୦୦ କୋଟି ଟଙ୍କା ମାଗିଥିଲେ ଏବଂ କ୍ରିପ୍ଟୋକରେନ୍ସିରେ ଅର୍ଥ ପୈଠ କରିବାକୁ କହିଥିଲେ। ତେବେ ଦିଲ୍ଲୀ ପୁଲିସ ଅର୍ଥ ମାଗିବା ଦାବିକୁ ଖାରଜ କରି ଦେଇଥିଲା।
ଏମ୍ସ ହସ୍ପିଟାଲରେ ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ ଜଣଙ୍କୁ ଗିରଫ କଲା ପୁଲିସ
ଭୁବନେଶ୍ୱର: ଏମ୍ସରୁ ଗିରଫ ହେଲେ ଟିକେଟ ଦଲାଲ । ଟିକେଟ ଦଲାଲ କରୁଥିବା ଅଭିଯୋଗରେ ୧୨ଜଣ ଦଲାଲଙ୍କୁ ଥାନାକୁ ଉଠାଇ ଆଣିଛି ପୁଲିସ । ଦୀର୍ଘଦିନ ହେବ ଏମ୍ସ ହସ୍ପିଟାଲରେ ଡାକ୍ତରଙ୍କ ପରାମର୍ଶ ପାଇଁ ଟିକେଟ କାଟି ବ୍ଲାକରେ ବିକ୍ରି କରୁଥିଲେ ଏହି ଦଲାଲମାନେ । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ରୋଗୀମାନଙ୍କ ଲାଗି ଡାକ୍ତରଙ୍କ ପରାମର୍ଶ ପାଇଁ ମାଗଣା ସେବା ଉପଲବ୍ଧ ଥିବା ସତ୍ତ୍ବେ ସେମାନେ ହନ୍ତସନ୍ତ ହେଉଥିଲେ। ଦଲାଲ ମାନେ ଆଗୁଆ ଟିକେଟ କାଟି ରୋଗୀଙ୍କୁ ୪ରୁ ୫ ହଜାର ଟଙ୍କାରେ ବିକୁଥିଲେ ।
ଏନେଇ ଖଣ୍ଡଗିରି ଥାନା ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ଆଜି ଚଢ଼ାଉ କରି ୧୨ ଜଣକୁ ଗିରଫ କରିଛି ପୁଲିସ । ଘଟଣାରେ ଧରପଗଡ଼ ଜାରି ରହିଥିବା ବେଳେ, ଆଗକୁ ଦଲାଲଙ୍କ ସଂଖ୍ୟା ବଢିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି I
ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣ
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍‌ନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି। ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍‌ନୀ ପ୍ରତିରୋପଣ ସଫଳ ହୋଇଛି। ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା। ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍‌ନୀ ଦାନ କରିଥିଲେ। ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି। କିଡ୍‌ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଯ କରାଯାଇଥିଲା। ସେହିପରି କିଡ୍‌ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସ୍‌ଚାର୍ଯ କରାଯାଇଛି। ଡିସ୍‌ଚାର୍ଯ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍‌ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ ସାମିଲ ଡାକ୍ତରୀ ଦଳ ସନ୍ତୋଷ ପ୍ରକାଶ କରିଛନ୍ତି।
ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ) ଆଶୁତୋଷ ବିଶ୍ବାସ ପ୍ରଥମ ସଫଳ କିଡ୍‌ନୀ ପ୍ରତିରୋପଣରେ ସନ୍ତୋଷ ବ୍ୟକ୍ତ କରିବା ସହିତ ଏଥିରେ ସଂପୃକ୍ତ ଡାକ୍ତରୀ ଦଳ ଏବଂ ସମସ୍ତ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏନେଇ ଡ. ବିଶ୍ବାସ କହିଛନ୍ତି ଯେ ମଧୁମେହ(ଡାଇବେଟିସ୍), ଉଚ୍ଚ ରକ୍ତଚାପ ଏବଂ ଅନ୍ୟାନ୍ୟ କିଡ୍‌ନୀ ରୋଗର ବୃଦ୍ଧି ସହିତ ସମାଜରେ କ୍ରୋନିକ୍ କିଡନୀ ରୋଗ (ସିକେଡି) ସଂଖ୍ୟା ବୃଦ୍ଧି ପାଉଛି। ଏଣୁ ପୂର୍ବ ଭାରତରେ ବୃକକ୍‌ ପ୍ରତିରୋପଣ ସେବାର ଆବଶ୍ୟକତା ବୃଦ୍ଧିପାଉଛି। ଘରୋଇ ଡାକ୍ତରଖାନାଗୁଡ଼ିକରେ ପ୍ରତିରୋପଣ ପ୍ରକ୍ରିୟା ବ୍ୟୟବହୁଳ ହୋଇଥାଏ। ମାତ୍ର ଏମ୍ସରେ ଏହି ସେବା ଆରମ୍ଭ ହେବାରୁ ସମାଜର ସମସ୍ତ ବର୍ଗର ଲୋକ ସୁଲଭ ମୂଲ୍ୟରେ ପ୍ରତିରୋପଣ ସେବାର ଲାଭ ନେବା ସହିତ ସୁସ୍ଥ ରହିପାରିବେବୋଲି ଡ. ବିଶ୍ବାସ ପ୍ରକାଶ କରିଛନ୍ତି। ଏଥିସହିତ ଏମ୍ସ ଭୁବନେଶ୍ୱର ନିକଟ ଭବିଷ୍ୟତରେ ଯକୃତ ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଆରମ୍ଭ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିଥିବା ଡ. ବିଶ୍ବାସ ସୂଚନା ଦେଇଛନ୍ତି।
କିଡ୍‌ନୀ ପ୍ରତିରୋପଣ ଆରମ୍ଭ କରିଥିବାରୁ ଏମ୍ସ ଭୁବନେଶ୍ୱର ପ୍ରେସିଡେଣ୍ଟ୍‌ ପ୍ରଫେସର (ଡ) ସୁବ୍ରତ ଆଚାର୍ଯ୍ୟ ମଧ୍ୟ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତି। ମେଡିକାଲ୍‌ ଅଧୀକ୍ଷକ ଡ. ଏସ୍ ଏନ୍‌ ମହାନ୍ତି ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତ ନିମନ୍ତେ ଶୁଭେଚ୍ଛା ଜଣାଇଛନ୍ତି।
କିଡ୍‌ନୀ ପ୍ରତିରୋପଣ କରିଥିବା ଡାକ୍ତରୀ ଦଳରେ ନେଫ୍ରୋଲୋଜି (ବୃକକ୍‌) ବିଭାଗର ଡ. ସନ୍ଦିପ ପଣ୍ଡା ନେତୃତ୍ବ ନେଇଥିଲେ। ସେହିପରି ସର୍ଜିକାଲ ଟିମ୍‌ର ମୁଖ୍ୟ ୟୁରୋଲୋଜି ବିଭାଗ ମୁଖ୍ୟ ଡ. ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଡ. ମନୋଜ ଦାସ, ଡ. ସ୍ବର୍ଣ୍ଣେନ୍ଦୁ ମଣ୍ଡଳ, ଡ. ସମ୍ବିତ ତ୍ରିପାଠୀ ପ୍ରମୁଖ ଡାକ୍ତରୀ ଦଳର ଅଂଶ ଥିଲେ। ଏଥିସହିତ ଅନ୍ତଃଅନୁଷ୍ଠାନ ସହଯୋଗ ସ୍ବରୂପ ପିଜିଆଇଏମ୍‌ଇଆର୍‌ ଚଣ୍ଡିଗଡ଼ର ପ୍ରଫେସର ଦୀପେଶ ବେଞ୍ଜାମିନ୍ କେନୱାର ଏମ୍ସରେ ହୋଇଥିବା କିଡନୀ ପ୍ରତିରୋପଣରେ ପରାମର୍ଶ ଦେବା ନିମନ୍ତେ ଉପସ୍ଥିତ ଥିଲେ। ପ୍ରଫେସର ସତ୍ୟଜିତ ମିଶ୍ରଙ୍କ ନେତୃତ୍ୱରେ ଆନାସ୍ଥେସିଆ(ନିଶ୍ଚେତକ) ଦଳରେ ଡ. ଭାସ୍କର ରାଓ ଏବଂ ଡ. ସୌମ୍ୟ ସରକାର ସାମିଲ ଥିଲେ। ପ୍ରତିରୋପଣ ସଂଯୋଜକ ନିରଞ୍ଜନ ପରମାଣିକଙ୍କ ସମେତ ଓଟି ଏବଂ ଟ୍ରାନ୍ସପ୍ଲାଣ୍ଟ୍‌ ଆଇସିୟୁ କର୍ମଚାରୀ ଏହି ପ୍ରତିରୋପଣରେ ସହଯୋଗ କରିଥିଲେ।
ଏଭଳି ମହତ୍ୱପୂର୍ଣ୍ଣ କାର୍ଯ୍ୟକୁ ସଫଳ କରିବାରେ ସହଯୋଗ କରିଥିବାରୁ ଏମ୍ସ ଭୁବନେଶ୍ୱରର ପ୍ରାଶାସନିକ ଦଳର ଉଦ୍ୟମକୁ ନିର୍ଦ୍ଦେଶକ ଡ. ବିଶ୍ବାସ ପ୍ରଶଂସା କରିଛନ୍ତି। କିଡ୍‌ନୀ ପ୍ରତିରୋପଣ ନିମନ୍ତେ ଏମ୍ସରେ ସଂଖ୍ୟାଧିକ ରୋଗୀ ପଞ୍ଜିକରଣ କରୁଛନ୍ତି।
ମଉଳିଗଲା ସୁନ୍ଦରଗଡ଼ ଏମ୍‌ସ ସ୍ବପ୍ନ, ଅନୁଧ୍ୟାନକାରୀ ଟିମ୍‌ ଗସ୍ତ ପରେ କେନ୍ଦ୍ର ସରକାର ନିରବ
ସୁନ୍ଦରଗଡ଼/ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଶଙ୍କରାଠାରେ ଏନ୍‌ଟିପିସି ପକ୍ଷରୁ ନିର୍ମାଣ କରାଯାଇଥିବା ଚିକିତ୍ସାଳୟ ଓ ଭେଷକ ମହାବିଦ୍ୟାଳୟରେ ଦ୍ବିତୀୟ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ) ପ୍ରତିଷ୍ଠା ଦିବାସ୍ବପ୍ନ ଭଳି ମଉଳି ଯାଇଛି। ସୁନ୍ଦରଗଡ଼ ଜିଲ୍ଲାବାସୀଙ୍କ ମଧ୍ୟରେ ଏହା ନୈରାଶ୍ୟଭାବ ଖେଳାଇ ଦେଇଛି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ ରୋଗୀ ଚିକିତ୍ସା ପାଇଁ କଟକ, ଭୁବନେଶ୍ବର ଯାଇ ନର୍ସିଂହୋମ୍‌ ଦ୍ବାରା ଶୋଷିତ ହେଉଥିବା ଅଭିଯୋଗ ରହିଛି। ଏ ଦିଗରେ ସମ୍ପୃକ୍ତ ଘରୋଇ ହସ୍ପିଟାଲଗୁଡ଼ିକର ଅଦୃଶ୍ୟ ଷଡ଼ଯନ୍ତ୍ରପୂର୍ଣ୍ଣ ଚାପ ରହିଥିବା ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ, ସୁନ୍ଦରଗଡ଼ରେ ଦ୍ୱିତୀୟ ଏମ୍ସ ସ୍ଥାପନ ଦାବି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି। ଏମ୍ସ ସ୍ଥାପନ ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦିଆଯାଇଥିବା ସୁନ୍ଦରଗଡ଼ ବନ୍ଦ ଡ଼ାକରାକୁ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସମର୍ଥନ ଜଣାଇଛନ୍ତି।
ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପ୍ରସଙ୍ଗର ସୁନ୍ଦରଗଡ଼ ଜିଲ୍ଲା ସମେତ ସମଗ୍ର ପଶ୍ଚିମ ଓଡ଼ିଶା ପାଇଁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଶେଷ ଗୁରୁତ୍ବ ବହନ କରୁଛି। ପଶ୍ଚିମ ଓଡ଼ିଶାରେ ସୁନ୍ଦରଗଡ଼ର ଶଙ୍କରା ଏକ ମଧ୍ୟସ୍ଥଳୀ ହୋଇଥିବାରୁ ସେଠାରେ ରାଜ୍ୟର ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ହେଲେ ସମଗ୍ର ପଶ୍ଚିମ ଓଡ଼ିଶାବାସୀ ସ୍ବଳ୍ପ ମୂଲ୍ୟରେ ଉତ୍ତମ ତଥା ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପାଇଥାନ୍ତେ। ଭୁବନେଶ୍ବର ଏଠାରୁ ୪୦୦ କିଲୋମିଟର ହୋଇଥିବାରୁ ମାତ୍ର ୧୦୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ପଶ୍ଚିମ ଓଡ଼ିଶାବାସୀ ଏମ୍ସର ସ୍ବାସ୍ଥ୍ୟସେବା ପାଇଥାନ୍ତେ। ସୁନ୍ଦରଗଡ଼ ସମେତ ପଶ୍ଚିମ ଓଡ଼ିଶା ୧୦ଟି ଜିଲ୍ଲାରୁ ହଜାର ହଜାର ରୋଗୀ ୪୦୦ ରୁ ୫୦୦ କିଲୋମିଟର ଦୂର କଟକ ଭୁବନେଶ୍ବର ଯାଇ ବିଭିନ୍ନ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରୁଛନ୍ତି। ସେମାନେ ଗୁରୁତର ଭାବେ ଏହି ଘରୋଇ ଡାକ୍ତରଖାନା ଦ୍ବାରା ଶୋଷଣର ଶିକାର ହେଉଛନ୍ତି। ଯାହାଫଳରେ ପଶ୍ଚିମ ଓଡ଼ିଶାରେ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ଏକ ଭଲ ଡାକ୍ତରଖାନାର ଜରୁରି ହୋଇପଡ଼ିଛି। ମାତ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ଏନେଇ କୌଣସି ତତ୍ପରତା ପ୍ରକାଶ ନ ପାଇବାରୁ ରାଜ୍ୟ ସରକାର ଉକ୍ତ ମେଡିକାଲ କଲେଜକୁ ପରିଚାଳନା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦୨୦-୨୩ ଶିକ୍ଷା ବର୍ଷରୁ କଲେଜ ପାଇଁ ନାମଲେଖା ଆରମ୍ଭ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଚିଠି ଆସିଛି। ଏହାପରେ ଏମ୍ସ ପ୍ରତିଷ୍ଠା ଆଶା ସମ୍ପୂର୍ଣ୍ଣ ମଉଳି ଯାଇଛି। ତଦନୁଯାୟୀ ମେଡିକାଲ କଲେଜର ଅତିରିକ୍ତ ଅଧୀକ୍ଷକ ତଥା ନୋଡାଲ ଅଧିକାରୀ ଭାବେ ଜିଲ୍ଲା ସ୍ବାସ୍ଥ୍ୟାଧିକାରୀଙ୍କୁ ସରକାର ନିଯୁକ୍ତି ଦେବା ସହ ତାଙ୍କୁ ମେଡିକାଲ କଲେଜ ନିର୍ମାଣର ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ବିଭିନ୍ନ ଦୃଷ୍ଟିକୋଣରୁ ଦ୍ୱିତୀୟ ଏମ୍ସ ପାଇଁ ସୁନ୍ଦରଗଡ଼କୁ ଉପଯୁକ୍ତ ସ୍ଥାନ ଭାବେ ବିବେଚନା କରାଯାଉଛି। ନିକଟରେ ଝାରସୁଗୁଡ଼ା ରେଳ ଷ୍ଟେସନ ଓ ବିମାନବନ୍ଦର ଥିବାବେଳେ ଏନ୍‌ଟିପିସି ମେଡିକାଲରେ ଉପଯୁକ୍ତ ଭିତ୍ତିଭୂମି ଥିବା, ପାଣ୍ଠି ପାଇଁ ଜିଲ୍ଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ ବଳିଷ୍ଠ ମାଧ୍ୟମ ଭାବେ ଠିଆ ହୋଇଛି। ସର୍ବୋପରି ରାଜ୍ୟ ସରକାର ବିଶେଷ ଆଗ୍ରହୀ ଥିବା ସତ୍ୱେ କେନ୍ଦ୍ର ସରକାରଙ୍କ ଉଦାସୀନତା ରାଜ୍ୟ ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ପ୍ରତି ବୈମାତୃକ ମନୋଭାବକୁ ସୂଚିତ କରୁଛି। ପଶ୍ଚିମ ଓଡ଼ିଶାରୁ ୫ ଜଣ ବିଜେପି ସାଂସଦ ରହିଥିବାରୁ କେନ୍ଦ୍ର ସରକାରଙ୍କ ଉପରେ ଚାଷ ସୃଷ୍ଟି କରିବା ପାଇଁ ସୁଯୋଗ ରହିଛି। ମାତ୍ର ଜିଲ୍ଲା ବାହାର ସାଂସଦମାନେ ଉକ୍ତ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିଥିବା ବେଳେ ସ୍ଥାନୀୟ ସାଂସଦ ଜୁଏଲ ଓରାମ ଅସ୍ପଷ୍ଟ ଆଭିମୁଖ୍ୟ ପ୍ରଦର୍ଶନ କରୁଥିବାରୁ ଜିଲ୍ଲା ତଥା ପଶ୍ଚିମ ଓଡ଼ିଶାବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖାଦେଇଛି। ଏପିରିକି ବିହାର, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ଦ୍ୱିତୀୟ ଏମ୍ସ ରହିଥିବା ବେଳେ ଓଡ଼ିଶାରେ କାହିଁକି ନୁହେଁ ବୋଲି ପ୍ରଶ୍ନ ଉଠିଛି।
ଏମ୍ସ ପ୍ରତିଷ୍ଠା ସଂକ୍ରାନ୍ତରେ ଡିଏମଇଟି(ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ) ପକ୍ଷରୁ ସିବିକେ ମହାନ୍ତିଙ୍କ କହିବା କଥା ଯେ ଜନସାଧାରଣଙ୍କ ଦାବି ମୁତାବକ ବିହାରରେ ୨ୟ ଏମ୍ସ ପରି ସୁନ୍ଦରଗଡ଼ରେ ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଥିଲେ। ଏହାପରେ କେନ୍ଦ୍ରୀୟ ଉଚ୍ଚସ୍ତରୀୟ ଅନୁଧ୍ୟାନ ଟିମ୍ ଏନଟିପିସି ହସ୍ପିଟାଲ ପରିଦର୍ଶନ କରିଥିଲେ। ୨ୟ ଏମ୍ସ ପ୍ରତିଷ୍ଠା ପାଇଁ ୨୦୦ ଏଥର ଜମିର ଆବଶ୍ୟକତା ରହିଥିବା ନେଇ ଉକ୍ତ ଟିମ୍ କହିବାରୁ ତତକ୍ଷଣାତ ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ଜମି ଦେବାକୁ ରାଜି ହୋଇଥିଲେ। ତେବେ ଏହି ଟିମ୍ ଅନୁଧ୍ୟାନ କରି ଫେରିବା ପରେ କେନ୍ଦ୍ର ସରକାରଙ୍କୁ ଦେଇଥିବା ରିପୋର୍ଟ ସ୍ପଷ୍ଟ କରାଯାଇନାହିଁ। ସମସ୍ତ ଭିତ୍ତିଭୂମି ନିର୍ମାଣ ସହ ବିଲ୍ଡିଂ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଏବଂ ୨୦୦ ଏକର ଜମି ସହ ଆବଶ୍ୟକତା ଅନୁଯାୟୀ ସମସ୍ତ ସୁବିଧା ରାଜ୍ୟ କ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ କାହିଁକି ଏବେ କେନ୍ଦ୍ର ସରକାର ନିରବିଗଲେ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେପ୍ଟେମ୍ବର ସୁଦ୍ଧା ପିଲାମାନଙ୍କ ପାଇଁ କୋଭିଡ୍ ଟିକା ଉପଲବ୍ଧ ହେବ : ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ
ନୂଆଦିଲ୍ଲୀ: ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି ସେପ୍ଟେମ୍ବର ସୁଦ୍ଧା ହେବ ଶିଶୁଙ୍କ ଟିକାକରଣ । ଏହା ଆରମ୍ଭ ହେଲେ ଦେଶରେ କୋଭିଡ ବିରୋଧରେ ଯୁଦ୍ଧ ଶକ୍ତିଶାଳୀ ହେବ ଏବଂ ସଂକ୍ରମଣକୁ ବ୍ୟାପକ ଭାବେ ରୋକାଯାଇପାରିବ । ସେ କହିଛନ୍ତି- ଶିଶୁଙ୍କୁ ଟିକାକରଣ ନେଇ ଜାଇଡସ ସମସ୍ତ ଟ୍ରାଏଲ ଶେଷ କରିଛି । ସେହିପରି ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ବି ଅଗଷ୍ଟ ସୁଦ୍ଧା ଶେଷ ହୋଇପାରେ । ଫଳରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କୁ ଟିକାକରଣ କରାଯିବା ପ୍ରକ୍ରିୟା ଆରମ୍ଭ ହେବାର ସମ୍ଭାବନା ଅଧିକ । ବର୍ତ୍ତମାନ ସୁଦ୍ଧା ଦେଶରେ ୪୨ କୋଟି ଡୋଜ ଦିଆଯାଇସାରିଲାଣି । ଏହା ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ବୟସ୍କଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ସରକାର ରଖିଛନ୍ତି । ଅଧିକ ବୟସ୍କ, ରୋଗରେ ସଢୁଥିବା ଲୋକଙ୍କ ଲାଗି ଟିକାକରଣର ଜରୁରୀ ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ବୌଦ୍ଧ-କନ୍ଧମାଳ ସୀମାରେ ମାଓ ଦମନ : ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଆହତ ଯବାନଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଆଣିଲେ ଡିଜିପି ଅଭୟ
ଆଜି ବୌଦ୍ଧ-କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଦୀର୍ଘ ୮ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା । ଯେଉଁଥିରେ ଦୁଇ ଜଣ ଏସ୍ଓଜି କମାଣ୍ଡୋ ଆହତ ହୋଇଥିଲେ । ଏହି ଖବର ଶୁଣି ଯଥାଶୀଘ୍ର ନିଜ ସିପାହୀଙ୍କ ଚିକିତ୍ସା ପାଇଁ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ କରି ତୁରନ୍ତ ଘଟଣାସ୍ଥଳରେ ପହଁଚିଯାଇଥିଲେ ଡିଜିପି ଅଭୟ ଓ ଦୁଇ ଆହତ ଯବାନଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ ।
ସୂଚନା ଅନୁସାରେ, ଉମା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ଉଭୟ ପକ୍ଷ ମଧ୍ୟରେ ଜୋରଦାର ଗୁଳି ବିନିମୟ ହୋଇଥିଲା । ଏହି ଗୁଳିବାଜି ସମୟରେ ଗୁରୁତର ଆହତ ହୋଇଥିଲେ ଏସ୍ଓଜିର ଦୁଇ କମାଣ୍ଡୋ । ଯଥାଶୀଘ୍ର ଉଭୟଙ୍କ ମେଡିକାଲ ଚିକିତ୍ସା ଆବଶ୍ୟକ ପଡିଥିଲା। ହେଲେ ସୌଭାଗ୍ୟକୁ ଏତିକି ବେଳେ ହେଲିକପ୍ଟର ଯୋଗେ କୋରାପୁଟ୍-ମାଲକାନଗିରି ଗସ୍ତରେ ଯାଉଥିବା ଡିଜିପି ଅଭୟଙ୍କ ପାଖେ ଏ ଖବର ପହଞ୍ଚିଯାଇଥିଲା। ଆଉ ସେ ତୁରନ୍ତ ଗସ୍ତ ବାତିଲ କରି ସୁନାବେଡ଼ାରୁ ସିଧା ପାଦେଲପଡ଼ା ପହଞ୍ଚିଥିଲେ। ଉଭୟଙ୍କୁ ନିଜ ହେଲିକପ୍ଟରରେ ଏୟାର ଲିଫ୍ଟ କରି ଭୁବନେଶ୍ୱର ନେଇ ଆସିଥିଲେ।
ଦୁଇ ଆହତ ଯବାନଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯିବା ପରେ ଏକ ସ୍ୱତନ୍ତ୍ର ଟିମ୍ ସହାୟତାରେ ଉଭୟଙ୍କ ଚିକିତ୍ସା ଚାଲିଛି। ସବୁଠୁ ବଡ଼ କଥା ହେଉଛି ଏହି ଆହତ ଯବାନଙ୍କ ସାଥିରେ ନିଜେ ଡିଜିପି ଅଭୟ ରହିଥିଲେ । ତାଙ୍କୁ ଭୁବନେଶ୍ୱର ଏମସରେ ଚିକିତ୍ସା କରାଇବା ପର୍ଯ୍ୟନ୍ତ ମଧ୍ୟ ସେ ପ୍ରୟାସରତ ରହିଥିଲେ । ଯେଉଁଥିପାଇଁ ଏବେ ଶୁଣିବାକୁ ମିଳୁଛି, ମୁଖିଆ ହେବ ତ ଏମିତି…
ଭୁବନେଶ୍ବର: ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’। ମହାପ୍ରଭୁଙ୍କଠାରେ ପଖାଳ ଭୋଗ ଲାଗି ହୁଏ । ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ପଖାଳ ଦିବସ’ ରୂପେ ପାଳନ କରାଯାଉଛି । ପଖାଳକୁ ନେଇ ଏକ ଭଲ ଖବର ସାମ୍ନାକୁ ଆସିଛି।  ବାସି ପଖାଳରେ ରହିଛି ରୋଗ ପ୍ରତିରୋଧକ ଶକ୍ତି । ଭୁବନେଶ୍ୱର ଏମ୍ସର ଡାକ୍ତରଙ୍କ ଗବେଷଣାରୁ ଏଭଳି ତଥ୍ୟ ଏବେ ସାମ୍ନାକୁ ଆସିଛି । ‘ପଖାଳ’ର ତୋରାଣୀରେ ଥିବାଫ୍ୟାଟି ଏସିଡ୍‌ ଅନେକ ଉପକାରୀ ବୋଲି ଗବେଷଣାରୁ ଜଣାପଡିଛି। ଏମ୍‌ସ ଭୁବନେଶ୍ୱର ମାଇକ୍ରୋ ବାୟୋଲଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବି. ରାମାଦାସ ‘ପଖାଳ’ ଉପରେ ଗବେଷଣା କରି ଏହି ଭଳି ତଥ୍ଯ ଦେଇଛନ୍ତି।
ତାଙ୍କ କହିବା ଅନୁଯାୟୀ, ବାସି ପଖାଳରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଶରୀରରେ ରୋଗ ସହ ଲଢେଇ କରିବାରେ ସହାୟତା କରିଥାଏ ।ରାତିରେ ଭାତକୁ ପଖାଳିବା ଦ୍ୱାରା କିଛି ସମୟ ପରେ ଲାକ୍ଟୋ-ବାସିଲସ ନାମକ ସକାରାତ୍ମକ ଜୀବାଣୁ ତିଆରି ହୋଇଥାଏ । ଏହା ଖାଇଲା ପରେ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ । ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରୁ ପଖାଳ ନମୁନା ସଂଗ୍ରହ କରାଯାଇ ଗବେଷଣା କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି ।
ହୋଟେଲରେ ପଖାଳ ନୁହେଁ ବରଂ ଘରେ ପ୍ରସ୍ତୁତ ପଖାଳ ଶରୀର ପାଇଁ ଅଧିକ ହିତକର ବୋଲି ଗବେଷଣାରୁ ଜଣାପଡିଛି । ସାଧାରଣ ଲୋକଙ୍କ ପାଇଁ ପଖାଳ ସହଜରେ ଉପଲବ୍ଧ ହେଉଥିବାବେଳେ ଏଭଳି ତଥ୍ୟ ସାମ୍ନାକୁ ଆସିବା ଆଶ୍ୱସ୍ତି ଆଣିଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ଏହି ‘ପଖାଳ’ ଅନେକ ଉପାଦେୟ ବୋଲି ଗବେଷଣାରେ ଜଣାଇଛନ୍ତି। ଏହି ତୋରାଣୀ ପିଇବା ଦ୍ୱାରା ଶରୀରରେ ଅପପୁଷ୍ଟିର ଅଭାବ ଦୂର ହୋଇପାରିବ ବୋଲି ଜଣାପଡିଛି ।