Police Commissionerate - The Sakala
ଜିରୋ ନାଇଟ୍ ସେଲିବ୍ରେସନକୁ ନେଇ ଆକ୍ସନରେ କମିଶନରେଟ୍ ପୋଲିସ, ମଦ୍ୟପ ଚାଳକଙ୍କ ଉପରେ ରହିବ ନଜର
ଭୁବନେଶ୍ୱର: ନୂଆବର୍ଷ ଓ ଜିରୋ ନାଇଟ ସେଲିବ୍ରେସନ ନେଇ କମିସନରେଟ ପୋଲିସର ସୁରକ୍ଷା ବ୍ୟବସ୍ଥା କଡାକଡ଼ି। ସୁରକ୍ଷା ଲାଗି ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ । ନିଜ ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ ସମସ୍ତ ଥାନା ଅଧିକାରୀମାନଙ୍କୁ ନିର୍ଦେଶ ଦିଆଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଯାଞ୍ଚ ପ୍ରକ୍ରିୟା ସରିଛି। ସୁରୁଖୁରୁରେ ଜିରୋ ନାଇଟ ସେଲିବ୍ରେସନ କରିବା ଲାଗି ପଦକ୍ଷେପ ନିଆଯାଇଛି। ମଦ୍ୟପ ଗାଡି ଚାଳକମାନଙ୍କ ଉପରେ ନଜର ରହିବ। ସବୁ ବାର, ରେଷ୍ଟୁରାଣ୍ଟ ମାଲିକମାନଙ୍କୁ ମଧ୍ୟ ସଚେତନ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ମହିଳାମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି।
ନୂଆବର୍ଷ ରାତିରେ ସୁରକ୍ଷା ପାଇଁ ଟ୍ୱିନ ସିଟିରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ।  ଜିରୋ ନାଇଟ୍ ସେଲିବ୍ରେସନବେଳେ ରାସ୍ତାରେ ମଦ୍ୟପ ଚାଳକଙ୍କୁ ସାବାଡ୍ କରିବାକୁ ଜଗିଛି ପୋଲିସ । ନୂଆବର୍ଷ ପାଇଁ ଏବେଠୁ ରାଜଧାନୀରେ ଚେକିଂ ଆରମ୍ଭ ହୋଇଛି । ମଦ୍ୟପାନ କରି ଗାଡ଼ି ଚଳାଉଥିଲେ ସାବଧାନ । ରାସ୍ତାରେ ଚେକିଂ ଆରମ୍ଭ କଲା କମିଶନରେଟ ପୋଲିସ । ଅମାନିଆ ହେଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ ।
ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ..
ଭୁବନେଶ୍ବର: ଆସନ୍ତା ୨୭ ତାରିଖ ଠାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ଶୀତକାଳୀନ ଅଧିବେଶନ। ଏଥିପାଇଁ କମିଶନରେଟ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥର ବିଧାନସଭା ଅଧିବେଶନରେ ଉଦବୋଧନ ଦେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ବ୍ଲୁବୁକ ଗାଇଡ଼ ଲାଇନ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପୁଲିସ କମିଶନର୍ ଏସ୍ ଦେବଦତ୍ତ ସିଂ ଏ ନେଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।
ଅଧିବେଶନ ସମୟରେ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ ୩୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, ଏସ୍‌ଟିୟୁ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍ ସ୍ପାଇ‌ଡ୍ ଓ ଅଗ୍ନିଶମ ବିଭାଗ ମଧ୍ୟ ଦାୟିତ୍ଵରେ ରହିବେ। ଡିସିପି ସୁରକ୍ଷା ତଦାରଖ ଦାୟିତ୍ବରେ ଥିବା ବେଳେ ତାଙ୍କ ଅଧୀନରେ ୭ ଜଣ ଅତିରିକ୍ତ ଡିସିପି, ୨୩ ଜଣ ଏସିପି, ୨୬ ଜଣ ଇନ୍ସପେକ୍ଟର, ୮୮ ଜଣ ଏସଆଇ ଓ ଏଏସଆଇ ଦାୟିତ୍ୱରେ ରହିବେ।
ସେହିପରି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ବିଭିନ୍ନ ସ୍ଥାନରେ ସିଟିଟିଭି ଖଞ୍ଜା ଯାଇଛି। ୫ଟି ଅସ୍ଥାୟୀ ପୁଲିସ କଣ୍ଟ୍ରୋଲ୍ ରୁମ୍ ମଧ୍ୟ ଖୋଲାଯାଇଛି । କଣ୍ଟ୍ରୋଲ୍‌ରୁମ୍‌ରେ ପ୍ରତିଟି ଦିଗ ଉପରେ ନଜର ରଖାଯାଇ ସ୍ଥିତି ନିୟନ୍ତ୍ରଣ କରାଯିବ। ୨୨୫ ଅଧିକାରୀ ଦାୟିତ୍ଵରେ ରହି ସ୍ଥିତି ଉପରେ ନଜର ରଖିବ। ଅଧିବେଶନ ଆରମ୍ଭ ପୂର୍ବରୁ ଏବେଠାରୁ ବିଧାନସଭା ଓ ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା।  ଲୋୟର ପିଏମଜି ରେ ୧୪୪ ଧାରା ଜାରି କରାଯିବ। ସିସିଟିଭି ସରଭେଲାନସ ଦ୍ବାରା ବିଧାନସଭା ଓ ତାକୁ ଲାଗି ରହିଥିବା ସଂଲଗ୍ନ ସ୍ଥାନଗୁଡିକୁ ରଖାଯିବ। ଏହା ସହିତ ସମ୍ପୁର୍ଣ୍ଣ ପୋଲିସ୍ ପ୍ରଶାସନର କଡ଼ା ନଜରରେ ରହିବ ବିଧାନସଭା ।
ରାଜଧାନୀରୁ ନାବାଳିକା ଅପହରଣ ଅଭିଯୋଗ; ଘଟଣାକୁ ବିତିଲାଣି ୧୨ ଦିନ, ଚୁପ ବସିଛି କମିଶନରେଟ ପୁଲିସ...
ଭୁବନେଶ୍ବର: ରାଜଧାନୀରୁ ନାବାଳିକା ଅପହରଣ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ନେଇ ପରିବାର ଲୋକଙ୍କ ଅଭିଯୋଗ। ଦଶହରା ଭଶାଣି ଦେଖିବାକୁ ଆସି ଅପହରଣର ଶିକା । ମଞ୍ଚେଶ୍ଵର ଥାନା ଗାଡ଼କଣ ଅଞ୍ଚଳରୁ ନିଖୋଜ ହୋଇଯାଇଛି ନାବାଳିକା । ମାମଲା ରୁଜୁ କରି ପୁଲିସ ଚୁପ ବସିଥିବା ଅଭିଯୋଗ । ଗତ ୩ ତାରିଖରୁ ଛାତ୍ରୀଙ୍କୁ ଅପହରଣ କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ମଞ୍ଚେଶ୍ୱର ଥାନାରେ କେଶ୍ ନମ୍ବର 636/25 ରେ BNS 137(2) ଅନୁସାରେ  ମାମଲା ରୁଜୁ କରିଛି ପୁଲିସ । ହେଲେ ଘଟଣାକୁ ୧୨ ଦିନ ବିତିବା ପରେ ମଧ୍ୟ ଅପହରଣର ଶିକାର ନାବାଳିକାଙ୍କୁ ଉଦ୍ଧାର କରିବାରେ ବିଫଳ କମିଶନରେଟ ପୁଲିସ ।
ଅପରାଧ ରୋକିବା ପାଇଁ କମିଶନରେଟ ପୁଲିସର ୩ଟି ଦିଗକୁ ଫୋକସ୍
ଭୁବନେଶ୍ବର: ନିଶା କାରବାର ଉପରେ ରୋକ ଲଗାଇବା ପାଇଁ କମିଶନରେଟ ପୁଲିସର ସ୍ୱତନ୍ତ୍ର ଅଭିଯାନ। ଏଥିସହ ଅପରାଧ ରୋକିବା ପାଇଁ ୩ଟି ଦିଗକୁ ଫୋକସ କରୁଛି କମିଶନରେଟ ପୁଲିସ। ସଡ଼କ ସୁରକ୍ଷା, ଗଞ୍ଜେଇ- ବ୍ରାଉନସୁଗର କରବାର ଉପରେ ରୋକ ଓ ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ କରାଯିବ ବୋଲି ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି।
ଗତକାଲି ମୈତ୍ରୀ ବିହାର ଅଞ୍ଚଳରେ ରେଡ କରାଯାଇ ଏକ ନିର୍ଦିଷ୍ଟ ଶିକ୍ଷାନୁଷ୍ଠାନ ନିକଟରୁ ୪୬କେଜି ଗଞ୍ଜେଇ ଜବତ ହୋଇଛି। ଏଥିସହ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ସେହିପରି ବାଲିଅନ୍ତା ଅଞ୍ଚଳରେ ରେଡ କରାଯାଇ ୨୬୦ ଗ୍ରାମ ବ୍ରାଉନସୁଗର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।  ଏହି ମାମଲାରେ ଚାରିଜଣ ଗିରଫ ହୋଇଛନ୍ତି। ଏହି ସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି କୋଉଠିକୁ ଯାଉଛି ତାହାର ତଦନ୍ତ ଚାଲିଛି। ଶିକ୍ଷାନୁଷ୍ଠାନବ ବାହାରେ ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି ଅନେକ ଲୋକ। ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି।
କମିସନରେଟ୍ ପୁଲିସର ଅଭିନବ ପ୍ରୟାସ: ଚୋର ଧରାଇବାରେ ସାହାଯ୍ୟ କଲେ ମିଳିବ ପୁରସ୍କାର
ଭୁବନେଶ୍ବର: ଚୋରି ଧରିବା ପାଇଁ କମିସନରେଟ୍ ପୁଲିସର ଅଭିନବ ପ୍ରୟାସ । ରାଜଧାନୀରେ କାନ୍ଥବାଡ଼ରେ ଲଗାଗଲା ମୋଷ୍ଟ ଓ୍ବାଣ୍ଟେଡ ଲୁଟେରାଙ୍କ ପୋଷ୍ଟର । ଚୋର ଧରାଇବାରେ ସାହାଯ୍ୟ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି କମିଶନରେଟ ପୁଲିସ । ଚୋର ଧରାଇ ଦେଲେ କମିଶନରେଟ ପୁଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କାର ପୁରସ୍କାର । ଗୋପନ ରହିବ ସୂଚନାକାରୀଙ୍କ ତଥ୍ୟ । ଏନେଇ ସୂଚନା ଦେଇଛନ୍ତି ଡିସିପି ପ୍ରତୀକ ସିଂ ।
ରାଜଧାନୀରେ ବିଭିନ୍ନ ଲୁଟରେ ସମ୍ପୃକ୍ତ ଅଭିଯୁକ୍ତ ଏବଂ ଦୀର୍ଘଦିନ ଧରି ଫେରାର ଥିବା ଲୁଟେରାଙ୍କୁ କାବୁ କରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡିଛି କମିଶନରେଟ ପୁଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ମରାଯାଇଛି ୱାଣ୍ଟେଡ୍ ଲୁଟେରାଙ୍କ ପୋଷ୍ଟର । ପାଖାପାଖି ୧୦୦ ଜାଗାରେ ଏଭଳି ପୋଷ୍ଟର ମାରିଛି ପୁଲିସ । ସବୁ ଥାନା ଅଧିକାରୀଙ୍କୁ ନିଜ ନିଜ ଅଞ୍ଚଳରେ ବଡ଼ ବଡ଼ ଲୁଟରେ ଫେରାର ଥିବା ଅଭିଯୁକ୍ତଙ୍କ ତାଲିକା ପ୍ରସ୍ତୁତ କରି ତାଙ୍କ ଫଟୋ ସହ ପୋଷ୍ଟର ମାରିବାକୁ ଦିଆଯାଇଛି ନିର୍ଦ୍ଦେଶ ।
ସୂଚନାଯୋଗ୍ୟ, ବିଗତ ଦିନରେ ରାଜଧାନୀରେ ବିଭିନ୍ନ ଆପାର୍ଟମେଣ୍ଟରୁ ହୋଇଥିଲା ସିରିଜ୍ ଲୁଟ୍ । ଘରେ କେହି ନଥିବା ସମୟରେ ଲୁଟେରା ବୁଲାଇଥିଲେ କଳା କନା । ହେଲେ ପୋଲିସ ଏପର୍ଯ୍ୟନ୍ତ ଆପାର୍ଟମେଣ୍ଟ ଲୁଟେରାଙ୍କୁ ଧରିବାରେ ସକ୍ଷମ ହୋଇନାହିଁ । ତେଣୁ ଏବେ ପୋଲିସ ଏହି ଫେରାର ଲୁଟେରାଙ୍କୁ ଧରିବା ପାଇଁ ସାଧାରଣ ଲୋକଙ୍କ ସାହାଯ୍ୟ ଲୋଡ଼ିଛି । ଏହି ଚୋର, ଲୁଟେରାଙ୍କ ବିଷୟରେ ଯିଏ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖିବ ପୋଲିସ । ଚୋର ଧରାପଡ଼ିଲେ ପୋଲିସ ପକ୍ଷରୁ ଦିଆଯିବ ୧୦ ହଜାର ଟଙ୍କା ନଗଦ ପୁରସ୍କାର । କମିଶନରେଟ ପୋଲିସର  ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ସାଧାରଣ ଲୋକେ ।
ପୁଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଉଦବେଗ: ଅନଲାଇନରେ ଚାଲିଛି ଡ୍ରଗ୍ସ କାରବାର, ଫୁଡ୍‌ ଡେଲିଭରି ସଂସ୍ଥା ପାଲଟିଛି ମାଧ୍ୟମ
ଭୁବନେଶ୍ବର: ଅନଲାଇନରେ ମିଳୁଛି ଡ୍ରଗ୍ସ । ଏହି ଆଶ୍ଚର୍ଯ୍ୟଜନକ ତଥ୍ୟ ପଦାକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଉଦବେଗ ପ୍ରକାଶ କରାଯାଇଛି । ଧରପକଡ଼କୁ କଡ଼ାକଡ଼ି କରିବା ସହ ଜିଲ୍ଲାସ୍ତରୀୟ ନଶା ମୁକ୍ତ ଭାରତ ଅଭିଯାନ କମିଟି ଗଠନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ନିଶା ନିବାରଣ ପାଇଁ ସ୍ବତନ୍ତ୍ର ସେଲ ଗଠନ କରିବାକୁ ଚିନ୍ତା କରିଛନ୍ତି ରାଜ୍ୟ ସରକାର ।
ଆପଣଙ୍କ ପିଲା ଅନଲାଇନରେ ଖାଦ୍ୟ ଅର୍ଡର କରୁଛନ୍ତି କି ? ତେବେ ଫୁଡ୍ ଡେଲିଭରି ବୟ ଦେଇଥିବା ପ୍ୟାକେଟକୁ ତନତନ କରି ଯାଞ୍ଚ କରିବା ପରେ ହି ପିଲାଙ୍କୁ ଖାଦ୍ୟ ଦିଅନ୍ତୁ । କାରଣ ଅନଲାଇନ ଫୁଡ ଡେଲିଭରି ଆଳରେ ପିଲା ଡ୍ରଗ୍ସ ଅର୍ଡର କରି ଥାଇ ପରେ । ଡେଲିଭରି ସଂସ୍ଥା ପାଖରେ ପ୍ୟାକେଟ ଯାଞ୍ଚ କରିବାର ସୁଯୋଗ ନଥାଏ । ଯେଉଁଥି ପାଇଁ ସେମାନେ ପାଲଟି ଯାଆନ୍ତି ଡ୍ରଗ୍ସ ମାଫିଆ ଓ ଯୁବ ପିଢିଙ୍କ ମଧ୍ୟରେ କନେକ୍ଟିଂ ଲିଙ୍କ୍ । ନଶା ମୁକ୍ତ ଭାରତ ଅଭିଯାନ କମିଟିର ପ୍ରଥମ ରାଜ୍ୟସ୍ତରୀୟ ବୈଠକରେ ଏହି ଚିନ୍ତାଜନକ ତଥ୍ୟ ପ୍ରଦାନ କରିଛନ୍ତି କମିଟି ସଦସ୍ୟ ତଥା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି । ପୂର୍ବରୁ ବ୍ରାଉନ ସୁଗାର ଓ କୋକେନ ପରି ଡ୍ରଗ୍ସ କେବଳ ସହରୀ ନିଶା ଥିଲା । ହେଲେ ଗାଁ ଗହଳିର ଯୁବ ପିଢି ବି ଡ୍ରଗ୍ସ ସେବନକୁ ଆକୃଷ୍ଟ ହେଲେଣି । ଏପରିକରି ଡଗ୍ସ ଇଞ୍ଜିନିଅରିଂ କଲେଜ ଛାତ୍ରଛାତ୍ରୀଙ୍କ ପାଖରେ ସୀମିତି ରହିନି । ସବୁ କଲେଜରେ ବ୍ୟାପକ ହେଲାଣି ଡ୍ରଗ୍ସ କାରବାର । ଭାରତକୁ ନଶା ମୁକ୍ତ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିକୁ ଯୁବ ପିଢ଼ିଙ୍କ ସମେତ ଶିକ୍ଷାନୁଷ୍ଠାନ ଯାଇ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଖୁବ୍ ଶୀଘ୍ର ନିଶା ମୁକ୍ତ ଭାରତ ଅଭିଯାନ ନିଶା ନିବାରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ ଯାଉଛି । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ନଶା ମୁକ୍ତ ଭାରତ ଅଭିଯାନ କମିଟିର କିଛି ସଦସ୍ୟଙ୍କୁ ନେଇ ସ୍ବତନ୍ତ୍ର ସେଲ୍ ଗଠନ କରିବେ ରାଜ୍ୟ ସରକାର । ଏଥିରେ ଏନଜିଓମାନଙ୍କ ବି ସହାୟତା ନିଆଯିବ । ଯେଉଁମାନେ ମୁଖ୍ୟତଃ ସଚେତନତା କାର୍ଯ୍ୟକ୍ରମ କରିବା ସହ ଶିକ୍ଷାନୁଷ୍ଠାନର ୧୦୦ ମିଟର ଯାଉ ସିଗାରେଟ ବିକ୍ରି ନ ହେବା ଦିଗରେ ପଦକ୍ଷେପ ନେବେ । ଜିଲ୍ଳା ସ୍ତରରେ ବି କମିଟି ଗଠନ କରାଯିବ। ୧୦ ଜିଲ୍ଲାରେ କମିଟି ଗଠନ ସରିଛି । ବାକି ୨୦ ଜିଲ୍ଲାରେ ବି ଖୁବ୍ ଶୀଘ୍ର କମିଟି ଗଠନ କରାଯିବ।
ନିଶା ନିବାରଣ କରିବା ଦିଗରେ ରାଜ୍ୟ ସରକାର ଏନଫୋର୍ସମେଣ୍ଟ ଦିଗରେ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ୨୦୧୮ରେ ୫୨୩ କ୍ବିଣ୍ଟାଲ ଗଞ୍ଜେଇ ଓ ୧.୦୫୪ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଓଡ଼ିଶା ପୁଲିସ। ୨୦୧୯ରେ ୬୧୮ କ୍ବିଣ୍ଟାଲ ଗଞ୍ଜେଇ ଓ ୩.୬୪୪ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ ହୋଇଛି। ୨୦୨୦ରେ ୧୩୭୪ କ୍ବିଣ୍ଟାଲ ଗଞ୍ଜେଇ ଓ ୩୪.୩୨ କିଲେଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ୨୦୨୧ରେ ୧୬୭୫ କ୍ବିଣ୍ଟାଲ ଗଞ୍ଜେଇ ଓ ୫୦ କିଲୋଗ୍ରାମ ବ୍ରାଉନ ସୁଗାର ରେଡ ସମୟରେ ଧରା ପଡ଼ିଥିଲା। ୨୦୨୨ରେ ୧୫୪୬ କ୍ବିଣ୍ଟାଲ ଗଞ୍ଜେଇ ଓ ୭୬.୮୩୨ କିଲୋଗ୍ରାମ ବ୍ରାଉନ ସୁଗାର ସିଜ୍ କରାଯାଇଥିଲା । ୨୦୨୩ ସେପ୍ଟେମ୍ବର ସୁଦ୍ଧା ୧୯୪୭ କ୍ବିଣ୍ଟାଲ ଗଞ୍ଜେଇ ଓ ୩୭ କିଲୋଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସଫଳତା ପାଇଛି ପୁଲିସ।
ଦଉଡ଼ି ପାରୁନି କମିସନ୍‌ରେଟ ପୁଲିସର ପିସିଆର୍‌ ଭ୍ୟାନ୍‌ : ଲୁଟେରାଙ୍କ ବାଇକ୍‍ ଆଗରେ, ପିସିଆର୍‌ ପଛରେ
ଭୁବନେଶ୍ୱର : ରାଜଧାନୀରେ ଲୁଟେରାଙ୍କ ପିଛା କରୁଥିବା ପୁଲିସ ପିସିଆର ଭ୍ୟାନ୍‍ ଦଉଡ଼ି ପାରୁନି। ଲୁଟେରାଙ୍କୁ ଗୋଡ଼ାଇବା ସମୟରେ ପିସିଆର୍‍ ଭ୍ୟାନ୍‍ ଗର୍ଜନ କରୁଛି। ଡ୍ରାଇଭର ଚାରି ନମ୍ବର ଗିୟର ପକାଇଲେ, ଅଧା ରାସ୍ତାରେ ଗାଡ଼ି ବନ୍ଦ ହୋଇଯାଉଛି। ଏମିତି ହେଉଛି ଯେ, ଲୁଟେରାଙ୍କ ପିଛା କରିବା ତ ଦୂରର କଥା ଭ୍ୟାନ୍‍କୁ ପଛରୁ ଠେଲିଠେଲି ଥାନା ପର୍ୟ୍ୟନ୍ତ ଆଣିବାକୁ ପଡ଼ୁଛି। ନିଅଣ୍ଟିଆ ପେଟ୍ରୋଲ ସାଙ୍ଗକୁ ରକ୍ଷଣାବେକ୍ଷଣ ଅଭାବରୁ ରାଜଧାନୀର ପିସିଆର୍‍ ଭ୍ୟାନ୍‍ଗୁଡ଼ିକର ଅବସ୍ଥା ଏଭଳି ହୋଇଯାଇଛି। ଅପରାଧୀଙ୍କୁ ଗୋଡ଼ାଇବା ସମୟରେ ସେଥିରେ ବସିଥିବା କର୍ମଚାରୀଙ୍କୁ ଛାତି ଧଡ଼ଧଡ଼ ହେଉଛି। ଗାଡ଼ିର ଅବସ୍ଥା ଏଭଳି ରହିଛି ଯେ, ଦ୍ରୁତ ଗତିରେ ଗଲେ ଗାଡ଼ିର ଚକା ବାହାରି ଯିବାର ଅଧିକ ସମ୍ଭାବନା ରହିଛି। ଅନ୍ୟପଟରେ ନାଁ ଗାଡ଼ିରେ ଠିକ୍‍ ସମୟରେ ଇଞ୍ଜିନ୍‍ ଅଏଲ ପଡୁଛି ନା ହେଉଛି ମେଣ୍ଟେନାସ। ଅନେକ ପିସିଆର ଛାତ କଣା ହୋଇଗଲାଣି ତ, ଆଉ କାହାର ସିଟ୍‍ ଗଦି ଉଠି ଯାଇ ଲୁହା ଦେଖାଗଲାଣି। ଡ୍ରାଇଭର ନିଜର ଚାକିରି ପାଇଁ ଉକ୍ତ ସିଟ୍‍ ଉପରେ କାଗଜ ପଟୁଳି ପକାଇ ବସି ଗାଡ଼ି ଚଲାଉଥିବା ଦେଖିବାକୁ ମିଳୁଛି।
ରାଜଧାନୀରେ ଗଡ଼ୁଥିବା ପିସିଆର ଭ୍ୟାନ୍‍ର ଏଭଳି ଅବସ୍ଥାର ଫାଇଦା ନେଉଛନ୍ତି ଲୁଟେରା। ଅପରାଧୀ ଏବେ ଅପରାଧ ଘଟାଇବା ପାଇଁ ସ୍ପିଡି ବାଇକ୍‍କୁ ବ୍ୟବହାର କରୁଛନ୍ତି। ପୁଲିସର ଏଭଳି ଦଦରା ପିସିଆର ଚଲାଉଥିବାରୁ ଲୁଟେରାମାନେ ଚକ୍କମା ଦେଇ ଫେରାର ହୋଇଯାଉଛନ୍ତି। ପିସିଆର ଭ୍ୟାନ୍‍ ସେମାନଙ୍କୁ ଗୋଡ଼ାଉଥିଲେ ମଧ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହେଉନାହିଁ। ରାଜଧାନୀରେ ଛୋଟ ବଡ଼ ଗଣ୍ଡଗୋଳଠାରୁ ଆରମ୍ଭ କରି ଲୁଟପାଟ, ହତ୍ୟା ଉଦ୍ୟମ ଆଦି ଖବର ପାଇ ପିସିଆର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା କଥା କିନ୍ତୁ ଗାଡ଼ିର ଅବସ୍ଥା ଠିକ୍‍ ନ ଥିବାରୁ ବିଳମ୍ବରେ ଭ୍ୟାନ୍‍ ପହଞ୍ଚୁଛି। ଫଳରେ ଅପରାଧୀ ସହଜରେ ଚମ୍ପଟ ମାରୁଛି। ଯଦି କିଛି ଘଟଣାରେ ପୁଲିସ ଏହି ଲୁଟେରାଙ୍କ ପିଛା କରୁଛି ଅଧିକାଂଶ ମାମଲାରେ ପୁଲିସ ଫେଲ୍‍ ମାରୁଛି। ରାଜଧାନୀରେ ବର୍ତ୍ତମାନ ୩୫ଟି ପିସିଆର ଭ୍ୟାନ୍‍ ଗଡ଼ୁଛି। ସେଥିରୁ ୧୩ଟିର ଅବସ୍ଥା ଦୟନୀୟ ହୋଇପଡ଼ିଛି। ବିଶେଷକରି ଏଭଳି ଧତଡ଼ା ଗାଡ଼ି ରାଜଧାନୀ ଉପକଣ୍ଠରେ ଚାଲୁଥିବା ଦେଖିବାକୁ ମିଳୁଛି। ଚନ୍ଦକା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଥାନା, ଲିଙ୍ଗରାଜ, ଖାରବେଳନଗର, ସହିଦନଗର, ନୟାପଲ୍ଲୀ, ଜଟଣୀ, ବାଲିଅନ୍ତା, ବାଲିପାଟଣା ଆଦି ଥାନାଗୁଡ଼ିକରେ ଏଭଳି ଧତଡ଼ା ଗାଡ଼ି ଦେଖିବାକୁ ମିଳୁଛି। ରାଜଧାନୀରେ ପୁଲିସକୁ ବାଇକ୍‍ରେ ପାଟ୍ରୋଲିଂ ପାଇଁ ସ୍ପିଡି ବାଇକ୍‍ ମିଳିଥିଲେ ମଧ୍ୟ ତାହା ଏବେ ଥାନାରେ ଖତ ହେଉଛି। ଅନେକ ସ୍ପିଡି ବାଇକ୍‍ ଉପରେ ଧୂଳି ଲାଗିଗଲାଣି।
ଲୁଟେରାକୁ ଗୋଡ଼ାଇ ପାରିଲେନି ଥାନାବାବୁ
ରାଜଧାନୀରେ ଗୁରୁବାର ସନ୍ଧ୍ୟାରେ ଚନ୍ଦ୍ରଶେଖରପୁର ଥାନା ହାଜତରୁ ଜଣେ ଅଭିଯୁକ୍ତ ଖସି ଚମ୍ପଟ ମାରିଲା। ତାକୁ ଧରିବାକୁ ଯାଇ ଇନ୍ସପେକ୍ଟର ପିସିଆର ଭ୍ୟାନ୍‍ର ବସି ଗୋଡ଼ାଇଥିଲେ। ଲୁଟେରା କିନ୍ତୁ ଏକ ସ୍ପିଡି ବାଇକରେ ଫେରାର ହୋଇଯାଇଥିଲା। ଥାନା ଅଧିକାରୀ ଏହା ଦେଖି ଲୁଟେରାଙ୍କ ପିଛା କଲେ। ହେଲେ ଧତଡ଼ା ପିସିଆର ଲୁଟେରାଙ୍କୁ ଗୋଡ଼ାଇ ପାରି ନ ଥିଲା। ଗାଡ଼ିର ଗିୟର ଯେତେ ଦବାଇଲେ ତାହା ଆଗକୁ ଯାଉ ନ ଥିଲା। ଶେଷରେ ଲୁଟେରା ଥାନା ଅଧିକାରୀଙ୍କୁ ଚକ୍‍ମା ଦେଇ ସହଜରେ ଚମ୍ପଟ ମାରିଥିଲା।
ଚିଠି ଲେଖି ହତାଶ ହେଲାଣି ପୁଲିସ
ହକି ୱର୍ଲ୍ଡକପ୍‍ ସମୟରେ ରାଜଧାନୀରେ ୫୦ରୁ ଊର୍ଦ୍ଧ୍ବ ପିସିଆର ଭ୍ୟାନ୍‍ ପାଟ୍ରୋଲିଂ ପାଇଁ ଆସିଥିଲା। ହେଲେ ହକି ୱାଲ୍ଡ୍‍ର୍କପ୍‍ ପରେ ଏହି ପିସିଆର ଭ୍ୟାନ୍‍ ରାଜଧାନୀରୁ ଉଭାନ ହୋଇଥିଲା। ରାଜଧାନୀରେ ୧୩ଟି ଧତଡ଼ା ପିସିଆର ଭ୍ୟାନ୍‍ ପୁଲିସ ପାଇଁ ସମସ୍ୟା ହେଉଛି। ଏନେଇ ଡିସିପି ଅଫିସ ପକ୍ଷରୁ ଡିଜିଙ୍କୁ ଅଧିକ ପିିସିଆର ଭ୍ୟାନ୍‍ ଦେବାକୁ ଅନୁରୋଧ କରାଯାଉଛି। କିନ୍ତୁ କୌଣସି ଅଧିକାରୀ ଶୁଣୁନାହାନ୍ତି।
ଅନେକ ସମୟରେ କମିସନ୍‌ରେଟ ପୁଲିସକୁ ଏକ ନିର୍ଦ୍ଦିଷ୍ଟ କମ୍ପାନୀ ପିସିଆର ଭ୍ୟାନ୍‍ ଦିଏ। କିନ୍ତୁ ଗତ କିଛିବର୍ଷ ହେବ ଏହି କମ୍ପାନୀ ସହଯୋଗ ଦେଉନାହିଁ। ଫଳରେ ଏଭଳି ଧତଡ଼ା ପିସିଆର ରାଜଧାନୀରେ ବୁଲୁଛି। ଏବେ ପୁଲିସ ବିଭିନ୍ନ କମ୍ପାନୀର ସହଯୋଗକୁ ଅନାଇ ବସିଛି। ସେମାନେ ସହଯୋଗ କଲେ ରାଜଧାନୀକୁ ନୂଆ ପିସିଆର ଭ୍ୟାନ ବୁଲିବ। କେବଳ ପିସିଆର ଭ୍ୟାନ୍‍ ନୁହେଁ ସ୍ପିଡି ବାଇକ୍‍ ମଧ୍ୟ ପୁଲିସ କମ୍ପାନୀରୁ ସହଯୋଗ ଆକାରରେ ମୁଳୁଛି।
ତେଲ ବି ହେଉଛି ବାଟମାରଣା
ରାଜଧାନୀରେ ଥିବା ପ୍ରତି ଥାନାକୁ ୨ଟି ଲେଖାଏଁ ପିସିଆର ଭ୍ୟାନ୍‍ ଦିଆଯାଉଛି। ଯେଉଁ ଥାନା ଅଞ୍ଚଳରେ ଲୋକ ସଂଖ୍ୟା ଅଧିକ ସେହି ଥାନାକୁ ଆଉ ଗୋଟିଏ ପିସିଆର ଭ୍ୟାନ୍‍ ଦିଆଯାଇଛି। ପ୍ରତିଦିନ ପ୍ରତି ଥାନାକୁ ୧୦ଲିଟର ତେଲ ଦିଆଯାଉଛି। ଏହିପରି ମାସକୁ ୩ ଶହ ଲିଟର ତେଲ ପ୍ରତି ଥାନାକୁ ଆସୁଛି। ହେଲେ ଥାନା ପିସିଆରରେ ପଡୁଥିବା ତେଲ ବାଟମାରଣା ହେଉଥିବା ଅଭିଯୋଗ ହେଉଛି। ଏହାକୁ ପିସିଆର ଭ୍ୟାନ୍‍ର କର୍ମଚାରୀ ହରିଲୁଟ କରୁଥିବା ଅନେକ ସମୟରେ ଅଭିଯୋଗ ହେଉଛି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, ଆଗକୁ ୭ଟି ନୂଆ ପିସିଆର ଭ୍ୟାନ୍‍ ଆସିବ।
ଭୁବନେଶ୍ୱର: ରାଜଧାନୀରେ ବହୁ ଚର୍ଚ୍ଚିତ ହତ୍ୟା ଘଟଣା ଭିତରୁ ନୂଆପଲ୍ଲୀର ପତ୍ନୀହନ୍ତା କର୍ଣ୍ଣେଲଙ୍କ କଳାକାହାଣୀ ଭିନ୍ନ। ଏହାରି ଭିତରେ ଘଟଣାକୁ ୮ବର୍ଷ ବିତିଗଲାଣି। ସେହିପରି କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ ସଜାରେ ଦଣ୍ଡିତ ମଧ୍ୟ କରାଯାଇଛି। ଗୋଟିଏ ଦିନ ପରେ ତାଙ୍କ ସଜାକୁ ବର୍ଷେ ପୂରିବ। ହେଲେ ଆଜି ବି ଜନମାନସର ଏହି ଲୋମଟାଙ୍କୁରା ହତ୍ୟା ଘଟଣା ସତେଜ ରହିଛି। କାହିଁକି କର୍ଣ୍ଣେଲ ତାଙ୍କ ପତ୍ନୀଙ୍କୁ ହତ୍ୟା କଲେ ଓ କାହିଁକି ଖଣ୍ଡଖଣ୍ଡ କରି କାଟି ଟିଫିନ୍‍ ଭିତରେ ସାଇତି ରଖିଥିଲେ ତାହାର ରହସ୍ୟ ଏଯାଏ ବି ଖୋଲିନାହିଁ। କେହି କେହି ଏହାକୁ ବିକୃତି କହୁଛନ୍ତି ତ କେହି ଶଇତାନୀ ବୁଦ୍ଧି ବୋଲି କହୁଛନ୍ତି; ହେଲେ କର୍ଣ୍ଣେଲ ଏ ପ୍ରସଙ୍ଗରେ ପଦଟିଏ ବି କହିବାକୁ ନାରାଜ।
୨୦୨୦ ଫେବୃଆରୀ ୨୫ରେ ରାୟ
୨୦୨୦ ଫେବୃଆରୀ ୨୫ରେ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ କୋର୍ଟ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ପତ୍ନୀହନ୍ତା ସୋମନାଥ ପରିଡାକୁ ଆଜୀବନ ସଜ୍ଜାରେ ଦଣ୍ଡିତ କରିଥିଲେ। ଏଥିସହିତ ୫୦ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ କାର୍ଯ୍ୟକାରୀ ନ ହେଲେ ଆଉ ୬ ମାସ ସଜା ଭୋଗ କରିବାକୁ ପଡ଼ିବ ବୋଲି ମଧ୍ୟ ଅଦାଲତ ରାୟରେ ଉଲ୍ଲେଖ କରିଥିଲେ। ସେହିପରି ପ୍ରମାଣନଷ୍ଟ କରିବା ନିମନ୍ତେ ଧାରା ୨୦୧ରେ ବର୍ଷେ ଜେଲ ଦଣ୍ଡ ଓ ୧୦ହଜାର ଟଙ୍କା ଜରିମାନା ନିର୍ଦେଶ ଦିଆଯାଇଥିଲା ଓ ଜୋରିମାନା ଅନାଦାୟ ହେଲେ ଆଉ ୨ମାସ ଜେଲ ଦଣ୍ଡ ରାୟ ମିଳିଥିଲା।
ଭେଟିବାକୁ କେହି ଆସୁନାହାନ୍ତି
କର୍ଣ୍ଣେଲ ସୋମନାଥ ପରିଡାଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛନ୍ତି। ସେମାନେ ବିଦେଶରେ ରହୁଛନ୍ତି। ଛୁଟିରେ ବେଳେ ଘରକୁ ଆସୁଛନ୍ତି; କିନ୍ତୁ ସେମାନେ ସୋମନାଥକୁ ଭେଟିବା ଲାଗି ଝାରପଡା ଜେଲ ଯାଉନାହାନ୍ତି। ତାଙ୍କ ମା’ଙ୍କୁ ହତ୍ୟା କରିଥିବାରୁ ବାପା ଉପରେ ଆକ୍ରୋଶ ରଖି ଦୁହେଁ ଯାଉନଥିବା ପଡ଼ୋଶୀମାନେ କହିଛନ୍ତିି। ଝାରପଡା ଜେଲରେ ରହିଥିବା ଅନ୍ୟ ଅନ୍ତେବାସୀଙ୍କ ପରିବାରଲୋକେ ଆସୁଥିବା ବେଳେ ସୋମନାଥଙ୍କ ପରିବାରଲୋକେ କେବେ ତାଙ୍କୁ ଭେଟିବାକୁ ଆସୁନଥିବା ଜେଲର ଜଣେ ଅଧିକାରୀ କହିଛନ୍ତି।
ମିଲିଟାରୀଠାଣି ଆଉ ନାହିଁ
ପତ୍ନୀଙ୍କୁ ହତ୍ୟା କରିବା ପରେ ମଧ୍ୟ ସୋମନାଥଙ୍କ ମିଲିଟାରୀ ଠାଣି କମିନଥିଲା। ଝାରପଡା ଜେଲର କର୍ମଚାରୀ ଏବଂ ଅନ୍ୟ ଅନ୍ତେବାସୀଙ୍କୁ ଗାଳିଗୁଲଜ କରିଥିଲେ। ବିଭିନ୍ନ କଥାରେ ନିଜକୁ ସାମିଲ କରି ପାଣ୍ଡିତ୍ୟ ଦେଖାଉଥିଲେ। ଏଥିସହିତ କୋର୍ଟରେ ସଜା ପରେ ନିଜକୁ ନିର୍ଦୋଷ ବୋଲି ଉଲ୍ଲେଖ କରି ଖଲାସ ଦାବି କରିଥିଲେ। ସଜା କମ୍‍ ମିଳିବ ଏବଂ ଜେଲରୁ ଖୁବ୍‍ଶୀଘ୍ର ମୁକୁଳିଯିବେ ବୋଲି ସୋମନାଥ ମଧ୍ୟ ଭାବୁଥିଲେ; କିନ୍ତୁ ପରବର୍ତ୍ତୀ ସମୟରେ ଜଘନ୍ୟ ହତ୍ୟାକାଣ୍ଡ କରିଥିବାରୁ ଜିଲ୍ଲା ଦୌରାଜଜ କୋର୍ଟ ଆଜୀବନ ସଜାରେ ଦଣ୍ଡିତ ହେବା ପରେ ତାଙ୍କ ତେଜ କମିଯାଇଛି। ଆଜୀବନ ସଜାରେ ଦଣ୍ଡିତ ହେବା ଦିନ ସେ କୋର୍ଟ ରୁମ୍‍ରେ କାନ୍ଦିିପକାଇଥିଲା। ଏହାପରେ ସେ ଝାରପଡା ଜେଲରେ ରହୁଛନ୍ତି ସତ କିନ୍ତୁ ପୂର୍ବଭଳି ରାଗୁନାହାନ୍ତି। ଏଥିସହିତ ସରଳ ଜୀବନଯାପନ କରିବା ଲାଗି ଚେଷ୍ଟା କରୁଛନ୍ତି।
ଏମିତି ଥିଲା ପୂରା ଘଟଣା
ସୋମନାଥ ଏବଂ ତାଙ୍କ ପତ୍ନୀ ଉଷାଶ୍ରୀ ରହୁଥିଲେ। କୌଣସି କାରଣକୁ ନେଇ ସୋମନାଥ ତାଙ୍କ ପତ୍ନୀ ଉଷାଶ୍ରୀଙ୍କୁ ହତ୍ୟା କରିଥିଲେ। ଏହାପରେ ପତ୍ନୀଙ୍କ ମର ଶରୀରକୁ ୩୦୦ ଖଣ୍ଡ କରି ୨୨ଟି ଟିଫିନରେ ଫ୍ରିଜ୍‍ରେ ରଖିଥିଲେ। ପ୍ରାୟ ୨୦ ଦିନ ପତ୍ନୀଙ୍କ ଖଣ୍ଡବିଖଣ୍ଡିତ ମାଂସଖଣ୍ଡକୁ ସାଇତିଥିଲେ କର୍ଣ୍ଣେଲ। ମାଂସଗୁଡିକ ପଚି ଦୁର୍ଗନ୍ଧ ହେବା ପରେ ମଧ୍ୟ ସୋମନାଥ ଉକ୍ତ ଘରେ ରହୁଥିଲେ। କୌଣସି ବାହାରଲୋକଙ୍କୁ ଘରକୁ ଆସିବାକୁୁ ଅନୁମତି ଦେଉନଥିଲେ। ତେବେ ପ୍ରମାଣ ନଷ୍ଟ କରିବା ପୂର୍ବରୁ ଉକ୍ତ ଘରେ ଚଢ଼ଉ କରିଥିଲା ନୂଆପଲ୍ଲୀ ଥାନା ପୁଲିସ। ଘର ଭିତରୁ ଟିଫିନ୍‍ରେ ଭର୍ତ୍ତି ମାଂସ ଖଣ୍ଡ, ଗୋଟିଏ ଗୋଡ ଓ ହାଡ଼ ଖଣ୍ଡ ମଧ୍ୟ ଠାବ କରିଥିଲା। ଘର ଭିତରୁ ଛୁରି, ଚାପଡ, କରତ, ଗ୍ଲୋବସ, ଗଜ୍‍ କନା ଏବଂ ରକ୍ତ ଭିଜା ଟର୍ଚ୍ଚ ଲାଇଟ ମଧ୍ୟ ଜବତ କରାଯାଇଥିଲା। ୨୦୧୩ମସିହା ଜୁନ୍‍ ୨୨ରେ ହତ୍ୟାକାଣ୍ଡ ଉପରୁ ପରଦା ହଟାଇଥିଲା କମିସନରେଟ ପୁଲିସ।
ଧରାଇଦେଇଥିଲେ ଶଳା
ସୋମନାଥଙ୍କ ପୁଅ ଏବଂ ଝିଅ ବିଦେଶରେ ରହୁଥିଲେ। ସେମାନେ ଉଷାଶ୍ରୀଙ୍କ ସହିତ ନିୟମିତ କଥା ହେଉଥିଲେ। ହେଲେ ଅକସ୍ମାତ ଉଷାଶ୍ରୀ ଆଉ ଫୋନ ଉଠାଉ ନ ଥିଲେ। ଝିଅ ଲେଖା ମା’ଙ୍କ ଫୋନକୁ ଫୋନ୍‍ କରୁଥିଲେ। ମାତ୍ର ମା’ଙ୍କ ବଦଳରେ ବାପା ସୋମନାଥ ଫୋନ ଉଠାଉଥିଲେ, ବିଭିନ୍ନ ବାହାନା ଦେଖାଇ ମା’ ବାହାରକୁ ଯାଇଥିବା କହୁଥିଲେ। ସେହିପରି ପୁଅ ମଧ୍ୟ ଫୋନ କରୁଥିଲେ ବି ମା’ଙ୍କ ସହ କଥା ହୋଇ ପାରୁ ନ ଥିଲା। ମା’ ମୌନବ୍ରତ କରିଥିବା କହି ସୋମନାଥ କଥା ଏଡ଼ାଇ ଯାଉଥିଲେ। ସେତେବେଳକୁ ଉଷଶ୍ରୀଙ୍କୁ ସୋମନାଥ ହତ୍ୟା କରି ସାରିଥିଲେ ଓ ତାଙ୍କ ଶବକୁ ଟିକଟିକ୍‍ କରି ଟିଭିନରେ ସାଇତି ରଖିଥିଲେ। ସୋମନାଥଙ୍କ କଥାରେ ତାଳମେଳ ନ ଥିବାରୁ ପୁଅର ସନ୍ଦେହ ହୋଇଥିଲା। ସେ ଘଟଣା ବିଷୟରେ ତାଙ୍କ ମାମୁଁ ଅର୍ଥାତ୍‍ ଉଷାଶ୍ରୀଙ୍କ ଭାଇକୁ ଯୋଗଯୋଗ କରିଥଲେ। ମାମୁଁଙ୍କ ପରିବାର ଲୋକେ ଓ ନୂଆପଲ୍ଲୀ ଥାନା ପୁଲିସ ସୋମନାଥ ରହୁଥିବା ଘରେ ଚଢ଼ଉ କରିଥିଲେ। ପୁଲିସ ଘର ଭିତରୁ ମାଂସ ଖଣ୍ଡ ଜବତ କରିବା ସହ ମାରଣାସ୍ତ୍ର ମଧ୍ୟ ଜବତ କରିଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟ ଏବଂ ଭିସେରା ରିପୋର୍ଟରୁ ୨୦ଦିନ ପୂର୍ବରୁ ହତ୍ୟା ହୋଇଥିବା ଜଣାପଡ଼ିଥିଲା। ଏଥିସହିତ କୌଣସି କାରଣକୁ ନେଇ ଉଶାଶ୍ରୀଙ୍କ ଟର୍ଚ୍ଚରେ ପିଟିଦେବା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ବଜାରରୁ ଚାପଡ଼, କରତ କିଣି ତାହାକୁ କାଟି ଖଣ୍ଡଖଣ୍ଡ କରିଥିଲେ ବୋଲି ପୁଲିସ ସୂଚନା ଦେଇଥିଲା।
କଟକରୁ ନକଲି ସିମେଣ୍ଟ କାରଖନା ଠାବ
କଟକ:  କଟକରୁ ମଙ୍ଗଳବାର ପୁଣି ଠାବ ହୋଇଛି ନକଲି ସିମେଣ୍ଟ କାରଖାନା। କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ କରିଛି କମିଶନରେଟ୍‌ ପୁଲିସ । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେପାର ଚାଲିଥିଲା । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୁଲିସ କଡ଼ା ନଜର ରଖିଥିଲା । ଚଢାଉ ସମୟରେ ଗୋଦାମରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରାଯାଇଥିବା ବେଳେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ  ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ ଏବଂ ଏହି ପୀଡିତାଙ୍କୁ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଗଣଦୁର୍ଷ୍କମ କରିଥିଲେ। ସେହିଦିନ ସେହି କାଳରାତିରେ ୩ ଜଣ ନରରୂପୀ ରାକ୍ଷସ ବଳପୁର୍ବକ ପୀଡିତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ପୀଡିତା ବଞ୍ଚି ଯାଇଥିଲେ।
ଏହାପର ଦିନ ଏହି ଘଟଣା ପ୍ରଘଟ ହେବାପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏପରିକି ଏହି ଦୁଃଖଦ ଘଟଣା ସେହି ସମୟରେ ସରକାରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ମଧ୍ୟ ଗାଦିଚ୍ୟୁତ କରିଦେଇଥିଲା। ଏହି ଘଟଣାରେ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାପରେ ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ସେହି ସମୟରେ ଏହି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲେ।
ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର ଥିଲା। ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ର ଫେରାର ହୋଇ ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହ ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା । କିନ୍ତୁ କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏହି କ୍ରମରେ କମିସନରେଟ୍ ପୁଲିସ ମୁଖ୍ୟ ଅପରାଧୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି।
ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରାଯିବା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କିପରି ତାକୁ ଗିରଫ କରାଗଲା ତାହା ଗଣାମଧ୍ୟକୁ ସୂଚନା ଦେଇଛନ୍ତି। ପୁଲିସ କମିସନରଙ୍କ ସୂଚନା ଅନୁସାରେ ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଏହି ବହୁ ଚର୍ଚ୍ଚିତ ଗଣଦୁର୍ଷମ ଘଟଣାର ଜଣେ  ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲେ କମିସନର। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କରିଥିଲେ । ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଥିଲା ପୁଲିସ। ବିକେର ଅର୍ଥଥିଲା ବାରଙ୍ଗ କିଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଥିଲା।
ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଜାଣିବା ସହ ତାକୁ ଧରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ  “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର ଆରମ୍ଭ କରାଗଲା। ମଝିରେ ଜଣାପଡିଲା ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲା ପୁଲିସ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥିଲା।
ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି ବିବନକୁ ଧରିବାକୁ କମିଶନରେଟ ପୁଲିସ୍‌ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍‌ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲା କମିସନରେଟ୍ ପୁଲିସ।  ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍‌କୁ ଦେଖି ସେ ଦୌଡ଼ିଥିଲା ।
ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା ପୁଲିସ । ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଆଜି ମଧ୍ୟ ବିବିନକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି।