Super Cyclone 1999 - The Sakala

ମହାବାତ୍ୟାକୁ ୨୬ ବର୍ଷ; ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ
୧୯୯୯ ମସିହା ଅକ୍ଟୋବର ୨୯ ।  ଓଡ଼ିଶାବାସୀ କେବେବି ଭୁଲି ପାରିବେନି ଏହି ଦିନଟିକୁ।  ପୂରା ଓଡ଼ିଶାକୁ ଗ୍ରାସ କରିଥିଲା ପ୍ରଳୟଙ୍କରୀ ମହାବାତ୍ୟା। ୧୯୯୯ ମହାବାତ୍ୟା ଓଡ଼ିଶା ଇତିହାସର ସବୁଠାରୁ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ଥିଲା। ବିଶେଷକରି ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ରଚିଥିଲା ତାଣ୍ଡବଲୀଳା। ପ୍ରକୃତି ଯେ କେତେ କରାଳ ରୂପ ଧାରଣ କରିପାରେ ତାହା ସେହିଦିନ ହିଁ ଦେଖିବାକୁ ମିଳିଥିଲା। ମାତ୍ର କେତେ ସମୟ ମଧ୍ୟରେ ଝଡ଼ର ତାଣ୍ଡବ, ଘଣ୍ଟା ପ୍ରତି ୩୫୦ କିମି ବେଗର ପବନ, ସମୁଦ୍ର ଜୁଆର ଓ ବର୍ଷାର ଏକ ମିଳିତ ସଂହାରଲୀଳା ଥରାଇ ଦେଲା ସମଗ୍ର ଉପକୂଳ ଓଡ଼ିଶାକୁ।  ଘୁ ଘୁ ଗର୍ଜନ କରି ମାଡ଼ି ଆସୁଥିଲା ପବନ ଓ ଜୁଆର। ମୂଷଳଧାରାରେ ବର୍ଷୁଥିଲା ବର୍ଷା । ପ୍ରଖର ସୁଅରେ ପତ୍ର ପରି ଭାସିଯାଉଥିଲା ମଣିଷ । ସବୁଆଡ଼େ ବଞ୍ଚିବା ପାଇଁ ଆର୍ତ୍ତ ଚିତ୍କାର।  ଶତାବ୍ଦୀର ସବୁଠୁ ପ୍ରଳୟଙ୍କରୀ ମହାବାତ୍ୟାରେ ଉଜୁଡ଼ି ଯାଇଥିଲା ଅନେକ ପରିବାର । ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ । ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଏରସମା ଓ ଅସ୍ତରଙ୍ଗ ।

ପାରାଦୀପର ଷଣ୍ଢକୁଦ ବସ୍ତି ସମୁଦ୍ର ଗର୍ଭରେ ଲୀନ ହୋଇ ଯାଇଥିଲା । ରାସ୍ତାଘାଟ, ଗ୍ରାମ, ଜନବସତି, ସହର ଓ ଭିତ୍ତିଭୂମିକୁ ପୂରା ଧ୍ବଂସସ୍ତୂପରେ ପରିଣତ କରିଦେଇଥିଲା ଏହି କରାଳ ବାତ୍ୟା । ସରକାରୀ ତଥ୍ୟଠାରୁ ମୃତ୍ୟୁ ସଂଖ୍ୟା ଢେର ଅଧିକ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୁଏ । ବର୍ଷ ବର୍ଷ ପର୍ଯ୍ୟନ୍ତ ଶତାଧିକ ନିଖୋଜଙ୍କ ପତ୍ତା ମିଳି ନ ଥିଲା ।  ଦୋହଲି ଯାଇଥିଲା ଓଡିଶାର ସାମାଜିକ ଓ ଆର୍ଥିକ ମେରୁଦଣ୍ଡ, ଛାରଖାର ହୋଇ ଯାଇଥିଲା ଉପକୂଳ । ଏହାର କରାଳ ଚିତ୍ରକୁ ଆଖିରେ ଦେଖିଥିବା ଲୋକେ ଏବେ ବି ଦୁର୍ଦ୍ଦଶା, ଯନ୍ତ୍ରଣାର ସେହି ଦିନଗୁଡ଼ିକୁ ଭୁଲିପାରି ନାହାନ୍ତି । ଆଜି ବି ଓଡିଶା ଉପକୂଳରେ ବାତ୍ୟା ଆସିଲେ, ମନେ ପଡ଼ିଯାଏ ୧୯୯୯ ମହାବାତ୍ୟା କଥା ।  ୧୯୯୯ ଅକ୍ଟୋବର ୨୫ ତାରିଖରେ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିଲା ଏକ ଘୂର୍ଣ୍ଣିବଳୟ। ଏହା ଅତ୍ୟନ୍ତ ଉଗ୍ରରୂପ ଧାରଣ କରି ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ଉପକୂଳ ଆଡ଼କୁ ମାଡ଼ି ଆସିଥିଲା। ଅକ୍ଟୋବର ୨୯ ସକାଳ ପ୍ରାୟ ୧୦ଟା ୩୦ରେ ଜଗତସିଂହପୁରର ଏରସମା ଓ ବାଲିକୁଦା ମଧ୍ୟରେ ମହାବାତ୍ୟା ମାଡ଼ ହୋଇଥିଲା । ସେତେବେଳେ ପବନର ବେଗ ଏତେ ଥିଲା ଯେ ଆନେମୋମିଟର ବି ଫେଲ୍ ମାରିଥିଲା । ମାପି ପାରିନଥିଲା ମହାବାତ୍ୟାରେ ବୋହୁଥିବା ପବନର ବେଗକୁ । ଉପକୂଳ ଓଡ଼ିଶାରେ ୩ ଦିନ ଧରି ବର୍ଷା ଲାଗି ରହିଥିଲା। ଜଗତସିଂହପୁର ସମେତ ଅଧା ଓଡ଼ିଶା ଛାରଖାର ହୋଇଯାଇଥିଲା ମହାବାତ୍ୟାରେ। ଓଡ଼ିଶା ପ୍ରତିବର୍ଷ ଏକାଧିକ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଥିବା ବେଳେ ୧୯୯୯ ମହାବାତ୍ୟା ଥିଲା ସବୁଠୁ ପ୍ରଳୟଙ୍କରୀ । ମହାବାତ୍ୟାକୁ ଏହାରି ଭିତରେ ୨୬ ବର୍ଷ ବିତିଯାଇଛି । କିନ୍ତୁ ଏମିତି କେଉଁ ବର୍ଷର ଅକ୍ଟୋବର ମାସ ନାହିଁ, ଲୋକେ ବାତ୍ୟାକୁ ନେଇ ଆତଙ୍କିତ ନ ଥିବେ।  ୨୬ ବର୍ଷ ପରେ ବି ମହାବାତ୍ୟା ଛାଡ଼ିଯାଇଥିବା ପଦଚିହ୍ନକୁ ଲୋକେ ଭୁଲି ପାରୁନାହାନ୍ତି।

ମହାବାତ୍ୟାକୁ ୨୫ ବର୍ଷ: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି ଓଡ଼ିଶା
ଭୁବନେଶ୍ୱର: ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ରେ। ଆଣ୍ଡାମାନ ସାଗରରେ ୧୯୯୯ ଅକ୍ଟୋବର ୨୫ ରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଏହି ମହାବାତ୍ୟାକୁ ଆଜି ୨୫ ବର୍ଷ ପୂରିଛି। ଏହି ବାତ୍ୟାର ଅନୁଭୂତିକୁ ଅଭିଜ୍ଞତାରେ ପରିଣତ କରି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଯାହାକୁ ମିଳିଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି।

ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ବାତ୍ୟାର ଚିର ସହଚର। ପ୍ରତିବର୍ଷ ଓଡ଼ିଶା ବାତ୍ୟାର ସମ୍ମୁଖୀନ ହୋଇ ଆସିଛି। ମାତ୍ର ଏକଦା ବାତ୍ୟା ମୁକାବିଲା ଓ ବାତ୍ୟା ପରବର୍ତ୍ତୀ ପରିସ୍ଥିତିକୁ ସଜାଡ଼ିବାକୁ ଅନ୍ୟ ଉପରେ ନିର୍ଭରଶୀଳ ଓଡ଼ିଶା ଏବେ ନିଜ ଦମ୍‌ରେ ବାତ୍ୟା ମୁକାବିଲା କରିବାକୁ ସକ୍ଷମ ଓ ଶୂନ୍ୟ ଜୀବନହାନୀ ଲକ୍ଷ୍ୟ ପୂରଣ କରିବାରେ ସମର୍ଥ। ଓଡ଼ିଶାର ଏହି ଇର୍ଷଣୀୟ ସଫଳତା ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶ୍ରେୟ ଦେଇଥାଆନ୍ତି। ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନତା ଯୋଗୁଁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ଓ ପରବର୍ତ୍ତି ପୁନରୁଦ୍ଧାର କ୍ଷେତ୍ରରେ ଦେଶରେ ଏକ ମଡେଲ୍‌ ରାଜ୍ୟ ହୋଇପାରିଥିବାରୁ ଅତୀତରେ ବିଶ୍ୱବ୍ୟାଙ୍କ ମଧ୍ୟ ନବୀନଙ୍କୁ ପ୍ରଶଂସା କରିଛି, ସମ୍ମାନିତ କରିଛି। ବାରମ୍ବାର ବାତ୍ୟା ଓ ବନ୍ୟା ଦ୍ୱାରା ରାଜ୍ୟର ଆର୍ôଥକ ମେରୁଦଣ୍ଡ ଭାଙ୍ଗୁଛି ସତ; କିନ୍ତୁ ରାଜ୍ୟ ସରକାର ଜୀବନ ରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ରାଜ୍ୟ ସରକାରୀ ନୀତି ଓ ବିପର୍ଯ୍ୟୟ ପରିଚାଳନା ପାଇଁ ରହିଥିବା ମାର୍ଗଦର୍ଶର୍ିକା ଆଧାରରେ ଯେକୌଣସି ବାତ୍ୟାକୁ ମଧ୍ୟ ସଫଳତାର ସହ ମୁକାବିଲା କରିବାର ସୁଦୃଢ଼ ବ୍ୟବସ୍ଥା ରହିଛି।

୧୯୯୯ ମହାବାତ୍ୟା ସମୟରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡ଼ିକ ଛାରଖାର ହୋଇଯାଇଥିଲା। ବାତ୍ୟା ମାଡ଼ ହେବା ସମୟରେ ସମୁଦ୍ରରେ ୧୫-୨୦ ଫୁଟ୍‌ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କିମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡ଼ି ଆସିଥିଲା। ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରୁ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ୧୮ ଲକ୍ଷରୁ ଊଦ୍ଧ୍ୱର୍ ଘର ମାଟିରେ ମିଶିଥିଲା। ୧୯୯୯ ମସିହା ମହାବାତ୍ୟା ସମୟରେ ଆନ୍ଧ୍ର, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟର ସରକାରମାନେ ଓଡ଼ିଶାକୁ ସହୟତାର ହାତ ବଢ଼ାଇଥିଲେ। ସେ ସମୟରେ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ପାଇଁ ରାଜ୍ୟ ଏକ ପ୍ରକାର ଅସହାୟ ହୋଇପଡ଼ିଥିଲା। ମାତ୍ର ୨୦୦୦ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ (ଓସ୍‌ଡମା) ଗଠନ କରି ଏହା ମାଧ୍ୟମରେ ଓଡ଼ିଶା ଡିଜାଷ୍ଟର ରାପିଡ୍‌ ଆକ୍ସନ ଫୋର୍ସ (ଓଡ୍ରାଫ) ଗଠନ ହୋଇଥିଲା। ଏହାସହିତ ବାତ୍ୟା ମୁକାବିଲା ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ ହୋଇଥିଲା।

ଫଳଶ୍ରୁତି ସ୍ୱରୂପ ରାଜ୍ୟର କୋଣ ଅନୁକୋଣରେ ପାଖାପାଖି ୧ ହଜାର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିଲା। ୨୦୧୩ ମସିହାରେ ଆସିଥିବା ବାତ୍ୟା ଫାଇଲିନ୍‌ ସମୟରେ ଓଡ଼ିଶାରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରେକର୍ଡ କରାଯାଇଥିଲା। ବାତ୍ୟା ମୁକାବିଲାକୁ ଆହୁରି ସୁଦୃଢ଼ କରିବା ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର୍ଯ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ସହ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଥିଲା। ଗୋଷ୍କଠୀ ସମୂହକୁ ଶକ୍ତିଶାଳୀ କରାଯାଇଥିଲା। ଫଳରେ କେବଳ ବାତ୍ୟା ନୁହେଁ ବର୍ତ୍ତମାନ ଓଡ଼ିଶା ଭୂକମ୍ପ, ସୁନାମୀ, କେମିକାଲ୍‌ ବିପର୍ଯ୍ୟୟ ଆଦି ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ହୋଇଛି ଏବଂ ବାହାନଗା ପରି ଘଟଣା ସମୟରେ ମଧ୍ୟ ଏହାର ସଫଳ ପ୍ରୟୋଗ ଅନେକ ଧନଜୀବନ ରକ୍ଷା କରିବାରେ ସମର୍ଥ ହୋଇଛି।

୧୯୯୯ ମହାବାତ୍ୟାର ମହାତାଣ୍ଡବ; ୨୪ ବର୍ଷ ପରେ ବି ଓଡ଼ିଶାବାସୀଙ୍କ ସ୍ମୃତିରେ ସତେଜ ରହିଛି ମହାବିପର୍ଯ୍ୟୟର ଦୃଶ୍ୟ
ଭୁବନେଶ୍ୱର: ମହାବାତ୍ୟାର ମହାତାଣ୍ଡବ। ୨୪ ବର୍ଷ ପରେ ବି ଏହି କରାଳ ବିଭୀଷିକାକୁ ଭୁଲି ପାରିନି ଓଡ଼ିଶା। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ସ୍ମୃତିରେ ଏବେ ବି ସତେଜ ରହିଛି ଏହି ମହାବିପର୍ଯ୍ୟୟର ଦୃଶ୍ୟ। ସ୍ମୃତି ଅପାସୋରା ରହିଛି ସତ; ହେଲେ ଏହି ମହାବିପର୍ଯ୍ୟୟ ଓଡ଼ିଶାକୁ ଦେଇଛି ମହାଶିକ୍ଷା। ନିଜେ ଅଣ୍ଟା ସଳଖି ଛିଡ଼ା ହେବା ସହ ଏଭଳି ବିପର୍ଯ୍ୟୟର ସଫଳ ମୁକାବିଲା କରିବାର କୌଶଳ ଅନ୍ୟକୁ ଶିଖାଇ ଓଡ଼ିଶା ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ରୋଲ୍‌‌ ମଡେଲ୍‌‌ ପାଲଟିଛି।

ମାତ୍ର ଦୁଇ ଦଶନ୍ଧି ତଳେ ମହାବାତ୍ୟା ପ୍ରପୀଡ଼ିତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଥିବା ଦେଶବାସୀ ଆଜି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନାକୁ ଭୁରିଭୁରି ପ୍ରଶଂସା କରୁଛନ୍ତି। ଏହି ୨୪ ବର୍ଷ ମଧ୍ୟରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ସଂଗ୍ରାମ, ପ୍ରତିବଦ୍ଧତା ସର୍ବୋପରି ମୁଖ୍ୟମନ୍ତ୍ରୀଙ୍କ ପ୍ରତିଟି ଜୀବନ ମୂଲ୍ୟବାନ ନୀତି ଆଜି ଓଡ଼ିଶାକୁ ଦେଇଛି ନୂଆ ପରିଚୟ। ସାରା ବିଶ୍ୱ ଓ ଜାତିସଂଘ ଓଡ଼ିଶାର ବିପର୍ଯ୍ୟୟ ମୁକାବିଲାକୁ ପ୍ରଶଂସା କରୁଥିବା ବେଳେ ଭାରତର ବିଭିନ୍ନ ରାଜ୍ୟ ଓଡ଼ିଶାକୁ ଠାରୁ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ଼ ନେତୃତ୍ୱରେ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା ଲାଗି କେବଳ ଦୃଢ଼ କୌଶଳ ପ୍ରସ୍ତୁତ କରିନାହିଁ; ପକ୍ଷାନ୍ତରେ ଅନ୍ୟ ରାଜ୍ୟକୁ ବିପର୍ଯ୍ୟୟ ମୁକାବିଲାର କୌଶଳ ଶିକ୍ଷା ଦେବାକୁ ସକ୍ଷମ ହୋଇଛି। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ। ଆଣ୍ଡାମାନ ସାଗରରେ ସୃଷ୍ଟ ଅବପାତ ମହାବାତ୍ୟାର ରୂପ ନେଇ ଉପକୂଳ ଓଡ଼ିଶାରେ ସୃଷ୍ଟି କରିଥିଲା ମହାତାଣ୍ଡବ। ଏହି ପ୍ରଳୟଙ୍କରୀ ବାତ୍ୟାରେ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା। ଧରାଶାୟୀ ହୋଇଥିଲା ଲକ୍ଷଲକ୍ଷ ଘର ଓ ସହସ୍ରାଧିକ ବିଶାଳକାୟ ବୃକ୍ଷରାଜି। ବହୁ ପଶୁପକ୍ଷୀଙ୍କ ଜୀବନ ଯାଇଥିଲା। ବିଶେଷକରି ନିଜର ବାସ ଓ ପ୍ରିୟପରିଜନଙ୍କୁ ହରାଇ ମାନସିକ ଭାରସାମ୍ୟ ହରାଇବସି ଜୀବନର ରାହା ଖୋଜୁଥିଲେ ଉପକୂଳ ଓଡ଼ିଶାବାସୀ। ବିପର୍ଯ୍ୟୟ ମୁକାବିଲା ପାଇଁ ରାଜ୍ୟ ପାଖରେ ସେପରି କୌଣସି ସାଧନ ନ ଥିଲା। ଫଳରେ ଏଭଳି ଏକ ଆକସ୍ମିକ ବିପତ୍ତିରୁୁ ବିପନ୍ନମାନଙ୍କୁ ତ୍ୱରିତ୍‌‌ ସୁରକ୍ଷା ଯୋଗାଇଦେବା ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥିଲା। କେବଳ ମହାବାତ୍ୟା ନୁହେଁ; ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ୩୦ରୁ ଊର୍ଦ୍ଧ୍ବ ବଡ଼ ବାତ୍ୟା, ବନ୍ୟା ଓ ମରୁଡ଼ି ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ପ୍ରଚଣ୍ଡ କ୍ଷତିର ସମ୍ମୁଖୀନ ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ପ୍ରଥମ ଦିନରୁ ଏହାର ମୁକାବିଲା ଲାଗି ସଙ୍କଳ୍ପବଦ୍ଧ ହୋଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆରମ୍ଭ ହୋଇଥିଲା ଲକ୍ଷ୍ୟଭେଦୀ କାର୍ଯ୍ୟକ୍ରମ। ପ୍ରାକୃତିକ ବିପର୍ଯ୍ୟୟର କିପରି ସଫଳ ମୁକାବିକା କରିହେବ ଏବଂ ଜୀବନହାନିକୁ ଶୂନ୍‌‌କୁ ହ୍ରାସ କରାଯାଇପାରିବ, ତାହା ଉପରେ ମୁଖ୍ୟମନ୍ତ୍ରୀ ସର୍ବାଧିକ ଗୁରୁତ୍ୱ ଦେଇଥିଲେ। ବିପର୍ଯ୍ୟୟ ପୂର୍ବ ଓ ପରବର୍ତ୍ତୀ ସମୟରେ ଉଦ୍ଧାର ଓ ଥଇଥାନ ପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ଗଠନ କରିଥିଲେ ‘ଓସ୍‌‌ଡମା’। ଫଳରେ ପରବର୍ତ୍ତୀ ସମୟରେ ଫାଇଲିନ୍‌‌, ହୁଡ୍‌‌ହୁଡ୍‌‌, ଫନି, ତିତ୍‌‌ଲି, ୟସ୍‌‌, ଅମ୍ଫନ୍‌‌ ଭଳି ବଡ଼ ବଡ଼ ବାତ୍ୟା ଏବଂ ୨୦୨୦ର ପ୍ରଳୟଙ୍କରୀ ବନ୍ୟାକୁ ସଫଳତାର ସହ ମୁକାବିଲା କରାଯାଇପାରିଛି। ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଓଡ଼ିଶାର ପଦକ୍ଷେପରେ ‘ଓସ୍‌‌ଡମା’ ଦେଶ ପାଇଁ ଆଦର୍ଶ ହୋଇଛି। ଓସ୍‌‌ଡମାର ଓଡ଼ିଶା ଡିଜାଷ୍ଟର ରାପିଡ୍‌‌ ଆକ୍ସନ ଫୋର୍ସ (ଓଡ୍ରାଫ) ସର୍ବାଧିକ ଗୁରୁ ଦାୟିତ୍ୱ ତୁଲାଉଛି। ବର୍ତ୍ତମାନ ୨୦ଟି ଓଡ୍ରାଫ୍‌‌ ଟିମ୍‌‌ ବିଭିନ୍ନ ଜିଲ୍ଲାରେ ନିୟୋଜିତ ହୋଇଛନ୍ତି। ବନ୍ୟା, ବାତ୍ୟା ସମୟରେ ଏହି ଟିମ୍‌‌ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି।

ସେହିପରି ଓସ୍‌‌ଡମା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ୮୭୯ଟି ବହୁମୁଖୀ ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିବା ବେଳେ ରାଜ୍ୟର ୩୮୧ଟି ଗ୍ରାମରେ ସୁନାମି ମୁକାବିଲା ପାଇଁ ତାଲିମ ପ୍ରଦାନ କରି ଆସୁଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବାର ୧୨ ଘଣ୍ଟା ପୂର୍ବରୁ ଲୋକଙ୍କୁ ଏହି ସବୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଉଛି। ଫଳରେ ପ୍ରତି ବର୍ଷ ବହୁ ଧନଜୀବନ ରକ୍ଷା ହୋଇପାରୁଛି। ଫାଇଲିନ୍‌‌ ସମୟରେ ରେକର୍ଡ ସଂଖ୍ୟକ ଲୋକଙ୍କୁ ସ୍ଥାନାନ୍ତର କରିବା ସହ ଫନି ସମୟରେ ମଧ୍ୟ ରାଜ୍ୟ ସରକାର ସମାନ ପନ୍ଥା ଗ୍ରହଣ କରି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏଥିସହିତ ଉପକୂଳ ଓଡ଼ିଶାକୁ ସାମୁଦ୍ରିକ ଜୁଆରରୁ ସୁରକ୍ଷା ଦେବାକୁ ବିପର୍ଯ୍ୟୟ ପତିରୋଧୀ ଲୁଣା ବନ୍ଧ ନିର୍ମାଣ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସେହିପରି ବିଦ୍ୟୁତ୍‌‌ ଓ ଟେଲି ଯୋଗାଯୋଗ କ୍ଷେତ୍ରରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ପାଇଁ କେନ୍ଦ୍ରର ସହାୟତା ଲୋଡ଼ିବା ସହ ଦେଶର ଅନ୍ୟ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକରେ ଏହାକୁ କାର୍ଯ୍ୟକାରୀ କରାଇବା ପାଇଁ ମଧ୍ୟ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିଛି।

ଏତିକିରେ ରାଜ୍ୟ ସରକାର ନିଜର ଦାୟିତ୍ୱ ଶେଷ କରିନାହାନ୍ତି। ଓସଡମା ଦ୍ୱାରା ପ୍ରତି ଘରୁ ବିପର୍ଯ୍ୟୟ ଯୋଦ୍ଧା ବାହାର କରିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ‘ଆପଦ ମିତ୍ର’ ନାମରେ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯୁବଗୋଷ୍ଠୀଙ୍କୁ ବିପର୍ଯ୍ୟୟ ପରିଚାଳନାର ସ୍ୱତନ୍ତ୍ର ତାଲିମ ଦିଆଯାଇ ସେମାନଙ୍କୁ ଅଭିଯାନରେ ଯୋଡ଼ାଯାଉଛି। ପ୍ରତି ଘରେ ବିପର୍ଯ୍ୟୟ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସ୍କୁଲ ପାଠ୍ୟକ୍ରମରେ ସାମିଲ କରାଯାଇଛି। ଫଳରେ ବିପର୍ଯ୍ୟୟ ମୁକାବିଲା ପାଇଁ ଅନ୍ୟର ସାହାଯ୍ୟକୁ ଚାହିଁ ରହୁଥିବା ଓଡ଼ିଶା ଏବେ ଅନ୍ୟ ରାଜ୍ୟମାନଙ୍କର ସହଯୋଗୀ ସାଜିଛି। ଜାତିସଂଘ ମଧ୍ୟ ଓଡ଼ିଶାର ମୁକାବିଲା ଶୈଳୀକୁ ସ୍ୱୀକୃତି ଦେଇଛି। ଅନ୍ୟ ରାଜ୍ୟଗୁଡ଼ିକ ଏବେ ବାତ୍ୟା ବେଳେ ଓଡ଼ିଶାର ସହାୟତା ଲୋଡ଼ୁଛନ୍ତି। ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା ଶିକ୍ଷା ନେଉଛନ୍ତି। ଯାହା ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।