Kalahandi District - The Sakala

ନଭେମ୍ବର ପହିଲାରୁ କଳାହାଣ୍ଡି ଜିଲ୍ଲାର ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌, ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗ୍ରାମାଞ୍ଚଳରେ ଚାଲିବ ଲକ୍ଷ୍ମୀ ବସ୍‌ । ପରିବହନ କ୍ଷେତ୍ରର ଉନ୍ନତି ସହ ତ୍ବରାନ୍ବିତ ହେବ ବିକାଶ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁ ଆଜି ବିକଶିତ ଜିଲ୍ଲାରେ ପରଣିତ ହୋଇଛି କଳାହାଣ୍ଡି । ଏହାର ଆଉ ଏକ ଉଦାହରଣ ସାଜିବ ଏହି ଲକ୍ଷ୍ମୀ ବସ୍‌ ଯୋଜନା । ନଭେମ୍ବର ୧ ତାରିଖରେ କଳାହାଣ୍ଡି ଗସ୍ତରେ ଆସି ଲକ୍ଷ୍ମୀ ବସ୍‌ ଚଳାଚଳ ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କଳାହାଣ୍ଡିରେ ଗଡ଼ିବ ବିକାଶର ଗାଡ଼ି । ଉନ୍ନତିର ନୂଆ ଅଧ୍ୟାୟ ଦେଖିବେ ଜିଲ୍ଲାବାସୀ । ନଭେମ୍ବର ପହିଲାରୁ ପ୍ରତି ପଞ୍ଚାୟତରୁ ବ୍ଲକୁକୁ ଗଡ଼ିବ ଲକ୍ଷ୍ମୀ ବସ୍ । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଜିଲ୍ଲାରେ ପହଞ୍ଚିଛି‌ ୬୩ଟି ଲକ୍ଷ୍ମୀ ବସ୍‌ । ଏହି ଯୋଜନା ପାଇଁ ଜିଲ୍ଲାରେ ୩୨୬ଟି ବସ ଷ୍ଟପେଜ୍‌ ନିର୍ମାଣ ହୋଇଛି । ଲକ୍ଷ୍ମୀ ବସ ସେବା ଦ୍ବାରା ପରିବହନ ସମସ୍ୟା ଦୂର ହେବା ସହ ବିକାଶ ତ୍ବରାନ୍ବିତ ହେବ । ରାଜଧାନୀ ଭୁବନେଶ୍ବର ଓ ପୁରୀକୁ ଲକ୍ଷ୍ମୀ ବସ୍‌ ଚଳାଚଳ ପାଇଁ ବି ରୋଡମ୍ୟାପ୍‌ ପ୍ରସ୍ତୁତି ଚାଲିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ ପାଇଁ ଧର୍ମଗଡ ଉପଖଣ୍ଡରେ ଉତ୍ସାହ ଦେଖାଦେଇଛି । ଉପଖଣ୍ଡ ଦେଇ ଯାଇଥିବା ଚାରି ଲେନ୍ ବିଶିଷ୍ଟ ବିଜୁ ଏକ୍ସପ୍ରେସ ଦେଇ ଗଡ଼ିବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ l ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଜିଲ୍ଲାରେ ୧୦୦ ସିଟ୍‌ ବିଶିଷ୍ଟ ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ, ଭବାନୀପାଟଣାରେ ନୂଆ ବସ ଟର୍ମିନାଲ ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କଳାହାଣ୍ଡି ଜିଲ୍ଲାକୁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଭେଟି ଦେଇଥିବା ବେଳେ ଏବେ ଲକ୍ଷ୍ମୀବସ୍ ଉପହାର ଦେବେ । ଏଥିପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ।