NZ Vs AUS - The Sakala

ଆଇସିସି ବିଶ୍ବକପ: ଲଢେଇ କରି ଶେଷ ଓଭରରେ ହାରିଲା ନ୍ୟୁଜିଲାଣ୍ଡ, ୫ ରନରେ ଜିତିଲା ଅଷ୍ଟ୍ରେଲିଆ
ଧର୍ମଶାଳା: ଆଇସିସି କ୍ରିକେଟ ବିଶ୍ୱକପରେ ଆଜି ଧର୍ମଶାଳାଠାରେ ମୁହାଁମୁହିଁ ହୋଇଥିଲେ ଦୁଇ ପାୱାରଫୁଲ ଟିମ୍ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ । ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୫ ରନରେ ହରାଇଛି ଅଷ୍ଟ୍ରେଲିଆ ଦଳ । ଶେଷ ଓଭରରେ ନାଟକୀୟ ବିଜୟଲାଭ କରିଛି ଅଷ୍ଟ୍ରେଲିଆ । ଶେଷ ଓଭର ପର୍ଯ୍ୟନ୍ତ ଲଢେଇ କରି ବି ନ୍ୟୁଜିଲାଣ୍ଡ ଟିମ ଅଷ୍ଟ୍ରେଲିଆକୁ ହରେଇବାରେ ସକ୍ଷମ ହୋଇପାରି ନ ଥିଲା । ଅଷ୍ଟ୍ରେଲିଆ ଦେଇଥିବା ୩୮୯ ରନର ଟାର୍ଗେଟକୁ ପିଛା କରି ୩୮୩ ରନ କରିବାକୁ ସକ୍ଷମ ହୋଇଥିଲା ନ୍ୟୁଜିଲାଣ୍ଡ ।

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ବ୍ୟାଟିଂ ପାଇ ଅଷ୍ଟ୍ରେଲିଆର ଓପନର ଆରମ୍ଭରୁ ନ୍ୟୁଜିଲାଣ୍ଡ ବୋଲରଙ୍କ ଜୋରଦାର ପ୍ରହାର କରିଥିଲେ । ଫଳରେ ୩୮୮ ରନର ବିଶାଳ ସ୍କୋର ଛିଡ଼ା କରିଥିଲା କଙ୍ଗାରୁ ଦଳ । ଅଷ୍ଟ୍ରେଲିଆ ପକ୍ଷରୁ ଟ୍ରାଭିସ ହେଡ୍ ଶତକ (୧୦୯ରନ) କରିଥିବାବେଳେ ଡେଭିଡ୍ ଓ୍ବାର୍ଣ୍ଣର ୮୧ ରନ କରିଥିଲେ । ସେହିପରି ଗ୍ଲେନ ମାକ୍ସଓ୍ବେଲ ୪୧ ରନ, ଜୋସ ଇଙ୍ଗଲିସ୍ ୩୮ରନ ଓ ପ୍ୟାଟ କମିନ୍ସ ୩୭ ରନ କରିଥିଲେ ।

୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ପାଇଁ ଡେଭନ କନୱେ ଓ ୱିଲ ୟଙ୍ଗ ବିସ୍ଫୋରକ ଆରମ୍ଭ କରିଥିଲେ। ମାତ୍ର ଗୋଟିଏପଟେ ୱିକେଟ ଯାଉଥିବା ବେଳେ ରଚିନ ରବୀନ୍ଦ୍ର ଦଳକୁ ସମ୍ଭାଳିଥିଲେ । ରବୀନ୍ଦ୍ର ୮୯ ବଲରେ ୧୧୬ ରନର ଇନିଂସ ଖେଳି ଦଳକୁ ବିଜୟ ଆଶା ଦେଖାଇଥିଲେ । ରଚିନ ଆଉଟ ହେବା ପରେ ଜେମ୍ସ ନିସାମ ଶେଷ ବେଳକୁ ୫୮ ରନ କରି ବିଜୟ ପାଇଁ ଆଶାର ସଂଚାର କରିଥିଲେ । ମାତ୍ର ନୀଶମ ଆଉଟ ହେବା ସହ ନ୍ୟୁଜିଲାଣ୍ଡର ପରାଜୟ ନିଶ୍ଚିତ ହୋଇ ଯାଇଥିଲେ। ନ୍ୟୁଜିଲ୍ୟାଣ୍ତ ଶେଷ ଯାଏ ଲଢ଼େଇ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୩ କରିବାକୁ ସକ୍ଷମ ହୋଇଛି। ଶେଷ ଓଭରରେ ଅଷ୍ଟ୍ରେଲିଆ ୫ ରନରେ ମ୍ୟାଚ୍‌କୁ ଜିତି ନେଇଥିଲା।