Teacher Transfer Portal - The Sakala

ବିଧାୟକଙ୍କ ସୁପାରିସରେ ଶିକ୍ଷକ ବଦଳି ପ୍ରସଙ୍ଗ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ
କଟକ: ବିଧାୟକ ଓ ସାଂସଦମାନେ ନିଜ ନିର୍ବାଚନମଣ୍ଡଳୀର ୧୫ ଯୋଗ୍ୟ ଶିକ୍ଷକଙ୍କ ବଦଳି ପାଇଁ ସୁପାରିସ୍‌ କରିବା ନେଇ ରାଜ୍ୟ ସରକାର ଗ୍ରହଣ କରିଥିବା ନୀତିଗତ ନିଷ୍ପତ୍ତିକୁ ଚାଲେଞ୍ଜ କରି ଦାୟର ମାମଲାଗୁଡ଼ିକର ଶୁଣାଣି ଆଜି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ୍‌ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ସଂକ୍ରାନ୍ତୀୟ ୩୦ରୁ ଅଧିକ ମାମଲାର ଏକତ୍ର ପୂର୍ଣ୍ଣାଙ୍ଗ ଶୁଣାଣି କରାଯାଇଥିଲା। ଆବେଦନକାରୀ, ରାଜ୍ୟ ସରକାର ଏବଂ ଅନ୍ୟ ପ୍ରତିପକ୍ଷଙ୍କ ତରଫରୁ ଚୂଡ଼ାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟମାନଙ୍କ ରାୟର ନଜିର ମଧ୍ୟ ଖଣ୍ଡପୀଠ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ହାଇକୋର୍ଟ ମାମଲାଗୁଡ଼ିକର ରାୟ ସଂରକ୍ଷିତ ରଖିଛନ୍ତି। ତେବେ ମାମଲାର ରାୟ ପ୍ରକାଶ ପାଇବା ପର୍ଯ୍ୟନ୍ତ ପୂର୍ବରୁ ଜାରି କରାଯାଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, କେତେକ ଜିଲ୍ଲାରେ ବିଧାୟକଙ୍କ ସୁପାରିସ ଆଧାରରେ ଜାରି କରାଯାଇଥିବା ବଦଳି ନିର୍ଦ୍ଦେଶକୁ ଚାଲେଞ୍ଜ କରି ଶିକ୍ଷକ ଶିକ୍ଷୟିତ୍ରୀମାନେ ହାଇକୋର୍ଟରେ ମାମଲା ଦାୟର କରିଥିଲେ। ସେମାନେ ଅଭିଯୋଗ କରିଥିଲେ ଯେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୨, ମେ’ ୧୫ରେ ପ୍ରକାଶିତ ବଦଳି ଗାଇଡ୍‌ଲାଇନ୍‌ ଏବଂ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଙ୍ଘନ କରି ଏହି ବଦଳି ଆଦେଶ ଜାରି କରାଯାଇଛି। ପୂର୍ବରୁ ହାଇକୋର୍ଟ ମାମଲାଗୁଡ଼ିକର ପ୍ରାରମ୍ଭିକ ଶୁଣାଣି କରି ବଦଳି ଆଦେଶ ଉପରେ ଅନ୍ତରୀଣ ରହିତାଦେଶ ଜାରି କରିବା ସହ ଆବେଦନକାରୀମାନେ ସମାନ ପଦବୀରେ ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ବୋଲି କହିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୁକାନ୍ତ କୁମାର ଦଳାଇ ଓ ଡ. ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିବା ବେଳେ ପ୍ରତିପକ୍ଷଙ୍କ ତରଫରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ଯୁକ୍ତି ଉପସ୍ଥାପନ କରିଥିଲେ।

ଜାନୁଆରୀ ୨୬ ସୁଦ୍ଧା ସରିବ ଶିକ୍ଷକ ବଦଳି ପ୍ରକ୍ରିୟା, ଅକ୍ଟୋବର ୩୦ରୁ ଆରମ୍ଭ ହୋଇଛି ଆବେଦନ ପ୍ରକ୍ରିୟା
ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ଶିକ୍ଷକ ବଦଳି ପାଇଁ ଆବେଦନ ପ୍ରକ୍ରିୟା ଅକ୍ଟୋବର ୩୦ରୁ ଆରମ୍ଭ ହୋଇଥିବା ବେଳେ ଜାନୁଆରୀ ୨୬ ତାରିଖ ସୁଦ୍ଧା ସମସ୍ତ ପ୍ରକ୍ରିୟା ସରିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଶିକ୍ଷକ ବଦଳି କ୍ୟାଲେଣ୍ଡର ଜାରୀ କରାଯାଇଛି। ବଦଳି ପାଇଁ ନଭେମ୍ବର ୩୦ତାରିଖ ପର୍ଯ୍ୟନ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ଆବେଦନ କରିପାରିବେ। ସମସ୍ତ ଆବେଦନକୁ ଡିସେମ୍ବର ୧ରୁ ୧୦ତାରିଖ ମଧ୍ୟରେ ଜିଲ୍ଲା କିମ୍ବା ବ୍ଲକ ଶିକ୍ଷା ଅଧିକାରୀମାନେ ଯାଞ୍ଚ କରିବେ।

ରୋଗରେ ଆକ୍ରନ୍ତ ପାଇଁ ଆବେଦନ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ମେଡିକାଲ ଯାଞ୍ଚ ପାଇଁ ୧୧ତାରିଖରେ ମେଡିକାଲ୍‌‌ ବୋର୍ଡ ପାଖକୁ ପଠାଯିବ। ଏହାର ରିପୋର୍ଟ ଜାନୁଆରୀ ୧୦ ତାରିଖରେ ମିଳିବ। ଏହି ମେଡିକାଲ ରିପୋର୍ଟକୁ ଜାନୁଆରୀ ୧୧ ଓ ୧୨ ତାରିଖରେ ୱେବସାଇଟ୍‌‌ରେ ଆବେଦନକାରୀ ଅପଲୋଡ କରିବେ। ୧୫ ଓ ୧୬ତାରିଖରେ ଡିଏଲ୍‌‌ଟିସି ଓ ସିଏଲ୍‌‌ଟିସି ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ। ୧୮ରୁ ୨୦ ମଧ୍ୟରେ ବଦଳି ଆଦେଶ ପ୍ରଦାନ କରାଯିବ। ପୁରୁଣା ସ୍ଥାନରୁ ଅବ୍ୟାହତି ଓ ନୂତନ ସ୍ଥାନରେ ଯୋଗଦାନ ପ୍ରକ୍ରିୟା ୨୪ ରୁ ୨୬ ତାରିଖ ମଧ୍ୟରେ ସମାପ୍ତ କରାଯିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛନ୍ତି।

ଆସନ୍ତାକାଲି ଖୋଲିବ ଶିକ୍ଷକ ବଦଳି ପୋର୍ଟାଲ : ନଭେମ୍ବର ୨୯ ଯାଏଁ ଆନ୍ତଃଜିଲ୍ଲା ବଦଳି ପାଇଁ ଆବେଦନ କରିପାରିବେ ଶିକ୍ଷକ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ଅକ୍ଟୋବର ୨୯ ଅର୍ଥାତ୍‌ ରବିବାରଠାରୁ ଖୋଲିବ। ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଅବଗତ କରିଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏଥିପାଇଁ କେବଳ ଅନ୍‌‌ଲାଇଲ୍‌‌ରେ ଆବେଦନ କରିପାରିବେ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ବଦଳି ପାଇଁ ଥିବା ନିୟମ ସମ୍ପର୍କରେ ସରକାରଙ୍କ ତରଫରୁ ପୂର୍ବରୁ ଅବଗତ କରାଯାଇଛି। ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ, ନିଜେ ବା ପରିବାର ସଦସ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦମ୍ପତିଙ୍କ କ୍ଷେତ୍ରରେ ବଦଳିକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି।

ପରିବର୍ତ୍ତିତ ନିୟମ ଅନୁଯାୟୀ ଅସୁସ୍ଥତା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍‌‌ ଦ୍ୱାରା ହିଁ ବିଚାରକୁ ନିଆଯିବ।

ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ଏଥି ସହିତ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା ୯୦ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ।

ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ ।ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତରରେ ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ। ତେବେ ବଦଳି ପୋର୍ଟାଲ ଖୋଲିବା ଫଳରେ ବଦଳି ପାଇଁ ଅପେକ୍ଷା କରିଥିବା ହଜାରହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିବା ସହ ଉପକୃତ ହୋଇପାରିବେ। ପୋର୍ଟାଲ ଖୋଲିବା ନିଷ୍ପତ୍ତି ପରେ ବିଭିନ୍ନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।