School Teacher - The Sakala

ରିଲ୍‌ସ ନିଶା‌ରେ ବାୟା ଶିକ୍ଷୟିତ୍ରୀ: ସ୍କୁଲରେ ପାଠପଢ଼ା କମ୍, ରିଲ୍ସ ବେଶି
ଭୁବନେଶ୍ୱର: ଶିକ୍ଷୟିତ୍ରୀଙ୍କୁ ଘାରିଛି ରିଲ୍‌ସ ନିଶା। ବିଦ୍ୟାଳୟରେ ଭିଡିଓ କରୁଛନ୍ତି; ସୋସିଆଲ୍‌ ମିଡିଆରେ ଛାଡ଼ୁଛନ୍ତି। ଏପରିକି ଛାତ୍ରଛାତ୍ରୀଙ୍କୁ ଭିଡିଓରେ ବ୍ୟବହାର କରିବାକୁ ପଛାଉ ନାହାନ୍ତି। ପାଠପଢ଼ା ସମୟରେ ମଧ୍ୟ ରିଲ୍‌ସ ନିଶା ଉତୁରୁନାହିଁ। ଗୋଟିଏପଟେ ପାଠପଢ଼ା ଚାଲୁଛି; ଅନ୍ୟପଟେ ଶିକ୍ଷୟତ୍ରୀଙ୍କ ମୋବାଇଲ୍‌ ଧରି ଛାତ୍ରଛାତ୍ରୀମାନେ ଭିଡିଓ କରୁଛନ୍ତି। ଏହାକୁ ଏଡିଟିଂ କରିବା ପରେ ଶିକ୍ଷୟିତ୍ରୀମାନେ ସାମାଜିକ ଗଣମାଧ୍ୟମରେ ଛାଡ଼ୁଛନ୍ତି।

ସମୟ ସହ ଶିକ୍ଷାଦାନ ଶୈଳୀରେ ପରିବର୍ତ୍ତନ ହୋଇଛି। ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ଶିକ୍ଷାଦାନ କରିବାକୁ ଗୁରୁତ୍ୱାରୋପ କରାଯାଉଛି। ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବିଭିନ୍ନ ସମୟରେ ଏନେଇ ପ୍ରଶିକ୍ଷଣ ମଧ୍ୟ ଦିଆଯାଉଛି। ମାତ୍ର ବୈଷୟିକ ଜ୍ଞାନକୌଶଳକୁ ଉପଯୋଗ କରି ପିଲାଙ୍କୁ ପାଠ ପଢ଼ାଇବାରେ ସେମାନେ ଯେତେ ମନୋନିବେଶ କରୁ ନାହାନ୍ତି, ତାଠାରୁ ରିଲ୍‌ସ କରିବାକୁ ଅଧିକ ତତ୍ପର ରହୁଛନ୍ତି।

ଶିକ୍ଷକଙ୍କଠାରୁ ଏହି କ୍ଷେତ୍ରରେ ଶିକ୍ଷୟିତ୍ରୀମାନେ ବହୁ ଆଗରେ। ଇନ୍‌ଷ୍ଟାଗ୍ରାମ୍‌ ଖୋଲିବା ମାତ୍ରେ ଶ୍ରେଣୀଗୃହରେ ଶିକ୍ଷୟତ୍ରୀମାନେ ପିଲାଙ୍କ ସହ ଭିଡିଓ କରୁଥିବାର ଅନେକ ଭିଡିଓ ଆସୁଛି। ଶିକ୍ଷୟିତ୍ରୀ ସ୍ମାର୍ଟ ବୋର୍ଡରେ ପଢ଼ାଇବା ବେଳର ଭିଡିଓ ଆସୁଥିବାରୁ ସେହି ସମୟରେ କୌଣସି ପିଲା ଏହାକୁ ମୋବାଇଲ୍‌ରେ ରେକର୍ଡିଂ କରୁଥିବା ଏକପ୍ରକାର ସ୍ପଷ୍ଟ ଜଣାପଡ଼ୁଛି। ସେହିପରି ଅନେକ ଶିକ୍ଷୟିତ୍ରୀ ଗୀତ ଗାଇଲା ବେଳେ ପିଲାମାନେ ବାଦ୍ୟ ବଜାଉଛନ୍ତି। ଆଉ କିଛି ସୀମା ସରହଦ ଅତିକ୍ରମ କରି ଦ୍ୱିଅର୍ଥବୋଧକ ଗୀତ ବା କଣ୍ଟେଣ୍ଟରେ ଭିଡିଓ ପ୍ରସ୍ତୁତ କରୁଛନ୍ତି।

ଅନେକ ସମୟରେ ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଉଛି। ବହୁ ଅଭିଭାବକ ଶିକ୍ଷୟିତ୍ରୀଙ୍କୁ ତାଗିଦ କରୁଛନ୍ତି। ସେମାନଙ୍କ ପିଲାଙ୍କୁ ପାଠ ନ ପଢ଼ାଇଲେ ନାହିଁ, ବିପଥଗାମୀ ନ କରିବାକୁ ରୋକଠୋକ୍‌ କହୁଛନ୍ତି। ଅପରପକ୍ଷେ ଘରୋଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତୁଳନାରେ ସରକାରୀ ବିଦ୍ୟାଳୟ ଶିକ୍ଷୟିତ୍ରୀମାନେ ବିଦ୍ୟାଳୟ ପରିସରରେ ବା ଶ୍ରେଣୀଗୃହରେ ଅଧିକ ମାତ୍ରାରେ ରିଲ୍‌ସ କରୁଥିବା ମଧ୍ୟ ଦେଖାଦେଉଛି।

ନିକଟରେ ଭଦ୍ରକ ଜିଲ୍ଲାରେ ଜଣେ ଶିକ୍ଷୟିତ୍ରୀଙ୍କ ଏତାଦୃଶ ରିଲ୍ସ ପାଇଁ ବିବାଦ ହୋଇଥିଲା। ଅଭିଭାବକମାନେ ଶିକ୍ଷୟିତ୍ରୀଙ୍କୁ ଘେରିବା ସହ ତାଙ୍କ ବଦଳି ଦାବିରେ ବିଦ୍ୟାଳୟ ବନ୍ଦ କରିଥିଲେ। ପରେ ତାଙ୍କୁ ବଦଳି କରାଯାଇଥିଲା। ମାତ୍ର ସେଠାରେ ମଧ୍ୟ ଅଭିଭାବକମାନେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ବିରୋଧ କରିବା ସହ ବିଦ୍ୟାଳୟରେ ଯୋଗଦେବାକୁ ବିରୋଧ କରିଥିଲେ। କ୍ରମାଗତ ଭାବେ ବିଦ୍ୟାଳୟରେ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ରିଲ୍‌ସ ସଂଖ୍ୟା ଆଶାତୀତ ଭାବେ ବଢ଼ୁଥିବା ବେଳେ ଅଭିଭାବକମାନେ ଚିନ୍ତା ପ୍ରକଟ କରିଛନ୍ତି। ଅଭିଭାବକଙ୍କ ମତରେ ପିଲାମାନଙ୍କ ସାଂସ୍କୃତିକ ପ୍ରତିଭାକୁ ପ୍ରସ୍ଫୁଟିତ କରିବାରେ ଏସବୁ କିଛି ମାତ୍ରାରେ ସହାୟକ ହୋଇପାରେ। ମାତ୍ର ଶିକ୍ଷୟିତ୍ରୀମାନେ ପିଲାଙ୍କୁ ବ୍ୟବହାର କରି ଭିଡିଓ କରିବା, ପିଲାଙ୍କ ସହ ରିଲ୍‌ସ କରିବା, ପିଲାଙ୍କ ଅଜ୍ଞତାକୁ ବା କୌତୂହଳପୂର୍ଣ୍ଣ ଉତ୍ତରକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିବା ପରି ଏକାଧିକ କାର୍ଯ୍ୟକଳାପ କରୁଛନ୍ତି। ଯାହା ଛାତ୍ରଛାତ୍ରୀଙ୍କୁ ମାନସିକ ଭାବେ ଚାପଗ୍ରସ୍ତ କରୁଛି। ଏଣୁ ଏପରି କରୁଥିବା ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ। ସେହିପରି, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମଧ୍ୟ ଏହାକୁ ଦୃଷ୍ଟିରେ ରଖି ଏକ କଠୋର୍‌ ମାର୍ଗଦର୍ଶିକା ପ୍ରଣୟନ କରିବା ଆବଶ୍ୟକ ରହିଥିବା ବହୁ ଅଭିଭାବକ ମତବ୍ୟକ୍ତ କରିଛନ୍ତି।

ଆସନ୍ତାକାଲି ଖୋଲିବ ଶିକ୍ଷକ ବଦଳି ପୋର୍ଟାଲ : ନଭେମ୍ବର ୨୯ ଯାଏଁ ଆନ୍ତଃଜିଲ୍ଲା ବଦଳି ପାଇଁ ଆବେଦନ କରିପାରିବେ ଶିକ୍ଷକ
ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ଅକ୍ଟୋବର ୨୯ ଅର୍ଥାତ୍‌ ରବିବାରଠାରୁ ଖୋଲିବ। ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଅବଗତ କରିଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏଥିପାଇଁ କେବଳ ଅନ୍‌‌ଲାଇଲ୍‌‌ରେ ଆବେଦନ କରିପାରିବେ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ ବଦଳି ପାଇଁ ଥିବା ନିୟମ ସମ୍ପର୍କରେ ସରକାରଙ୍କ ତରଫରୁ ପୂର୍ବରୁ ଅବଗତ କରାଯାଇଛି। ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ, ନିଜେ ବା ପରିବାର ସଦସ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦମ୍ପତିଙ୍କ କ୍ଷେତ୍ରରେ ବଦଳିକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି।

ପରିବର୍ତ୍ତିତ ନିୟମ ଅନୁଯାୟୀ ଅସୁସ୍ଥତା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍‌‌ ଦ୍ୱାରା ହିଁ ବିଚାରକୁ ନିଆଯିବ।

ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ଏଥି ସହିତ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା ୯୦ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ।

ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ ।ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତରରେ ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ। ତେବେ ବଦଳି ପୋର୍ଟାଲ ଖୋଲିବା ଫଳରେ ବଦଳି ପାଇଁ ଅପେକ୍ଷା କରିଥିବା ହଜାରହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିବା ସହ ଉପକୃତ ହୋଇପାରିବେ। ପୋର୍ଟାଲ ଖୋଲିବା ନିଷ୍ପତ୍ତି ପରେ ବିଭିନ୍ନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।