Space Fiber - The Sakala

ଦେଶର ଅପହଞ୍ଚ ଓ ଦୁର୍ଗମ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ୍ ପହଞ୍ଚାଇବ ଜିଓ ସ୍ପେସ୍ ଫାଇବର
ଭୁବନେଶ୍ୱର: ଦେଶର ଦୂରଦୂରାନ୍ତ ଅଞ୍ଚଳରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବା ଲାଗି ରିଲାଏନ୍ସ ଜିଓ ପକ୍ଷରୁ ଜିଓ ସ୍ପେସ୍ ଫାଇବର ନାମକ ଏକ ନୂତନ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । ଜିଓ ସ୍ପେସ୍ ଫାଇବର ହେଉଛି ଉପଗ୍ରହ (ସାଟେଲାଇଟ୍‌) ଭିତ୍ତିକ ଗିଗା ଫାଇବର ପ୍ରଯୁକ୍ତି ଯାହା ଫାଇବର କେବୁଲ ଓ ବ୍ରଡବ୍ୟାଣ୍ଡ୍ ସଂଯୋଗ ପହଞ୍ଚାଇବା କଷ୍ଟକର ଥିବା ଅଞ୍ଚଳଗୁଡ଼ିକରେ ହାଇସ୍ପିଡ୍ ଇଣ୍ଟରନେଟ ସଂଯୋଗ ପହଞ୍ଚାଇବ । ଏହି ସେବା ସାରା ଦେଶରେ ବେଶ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । ଅକ୍ଟୋବର ୨୭ରୁ ୨୯ ପର୍ଯ୍ୟନ୍ତ ଦିଲ୍ଲୀର ପ୍ରଗତି ମଇଦାନରେ ଚାଲିଥିବା ଇଣ୍ଡିଆ ମୋବାଇଲ୍ କଂଗ୍ରେସରେ ଜିଓ ଏହି ପ୍ରଯୁକ୍ତିକୁ ପ୍ରଦର୍ଶିତ କରିଛି ।

ଭାରତର ଚାରିଟି ସବୁଠୁ ଦୁର୍ଗମ ଅଂଚଳକୁ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିଛି । ସେଥି ମଧ୍ୟରେ ରହିଛି ଓଡ଼ିଶାର ନବରଙ୍ଗପୁର, ଗୁଜରାଟର ଗୀର୍ ଜାତୀୟ ଉଦ୍ୟାନ, ଛତିଶଗଡ଼ର ର୍କୋବା, ଓ ଆମାସର ଓଏନ୍‌ଜିସି-ଜୋରହାଟ ।

ଜିଓ ଫାଇବର ଓ ଜିଓ ଏୟାରଫାଇବର ପରେ ରିଲାଏନ୍ସ ଜିଓର କନେକ୍ଟିଭିଟି ପୋର୍ଟଫୋଲିଓରେ ଏହା ତୃତୀୟ ବଡ଼ ପ୍ରଯୁକ୍ତି । ଜିଓ ସ୍ପେସ୍ ଫାଇବର ଜରିଆରେ ଦୂରଦୂରାନ୍ତ ଅଞ୍ଚଳରେ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରିବା ଲାଗି ଏସ୍‌ଇଏସ୍ କଂପାନିର ଉପଗ୍ରହକୁ ବ୍ୟବହାର କରାଯିବ । ଜିଓ ସ୍ପେସ୍ ଫାଇବର ଜରିଆରେ ଯେକୌଣସି ସ୍ଥାନରେ ଯେକୌଣସି ସମୟରେ ବିଶ୍ୱସନୀୟ ମଲ୍‌ଟି-ଗିଗାବିଟ୍ ସଂଯୋଗ ମିଳିବ । ଆହ୍ୱାନପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ଉପଗ୍ରହ ଆଧାରିତ ସଂଯୋଗ ପହଂଚାଇବା ଲାଗି ଜିଓ ସ୍ପେସ୍ ଫାଇବର୍ ଅଭିନବ ଓ ଉନ୍ନତ ଏନ୍‌ଜିଏସ୍‌ଓ ପ୍ରଯୁକ୍ତି ବ୍ୟବହାର କରିବ ।

Shri Akash Ambani, Chairman, Reliance Jio Infocomm Ltd, showcasing Jio’s indigenous technology & products and introducing JioSpaceFiber to the Hon. PM Shri Narendra Modi at the Jio pavilion at #IMC2023. #JioAtIMC #PMAtIMC2023 #JioSpaceFiber #Satellite #Jio #India #Technology pic.twitter.com/XYYBBRm4Ar

— Reliance Jio (@reliancejio) October 27, 2023

ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ୍‌ର ଅଧ୍ୟକ୍ଷ ଆକାଶ ଅମ୍ବାନି କହିଛନ୍ତି ଯେ “ଭାରତର ଲକ୍ଷ ଲକ୍ଷ ଘର ଓ ବ୍ୟବସାୟକୁ ଜିଓ ପ୍ରଥମ ଥର ବ୍ରଡ୍‌ବ୍ୟାଣ୍ଡ୍‌ର ଅନୁଭବ ପ୍ରଦାନ କରିଛି । ଜିଓ ସ୍ପେସ୍ ଫାଇବର ଜରିଆରେ ଆମେ ବର୍ତମାନ ସୁଦ୍ଧା ଅପହଞ୍ଚ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଇଣ୍ଟରନେଟ୍ ସହ ଯୋଡ଼ିବୁ । ଅନଲାଇନ୍ ସରକାର, ଶିକ୍ଷା, ସ୍ୱାସ୍ଥ୍ୟ ଓ ମନୋରଞ୍ଜନ ସେବା ସହ ସମସ୍ତଙ୍କୁ ସବୁ ସ୍ଥାନରେ ଜିଓ ସ୍ପେସ୍ ଫାଇବର ଯୋଡ଼ିପାରିବ ।’’

ଏସ୍‌ଇଏସ୍‌ର ମୁଖ୍ୟ ରଣନୀତି ଅଧିକାରୀ ଜନ୍‌-ପଲ୍ ହେମିଙ୍ଗୱେ କହିଛନ୍ତି ଯେ, “ଜିଓ ସହିତ ମିଶି ଏକ ଅଦ୍ୱିତୀୟ ସମାଧାନ ସହିତ ଭାରତ ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମକୁ ସମର୍ଥନ ପ୍ରଦାନ କରି ବେଶ ଆନନ୍ଦିତ ଅନୁଭବ କରୁଛୁ । ଏହାର ଉଦ୍ଦେଶ୍ୟ ହେଉଛି ଭାରତର ଯେକୌଣସି ସ୍ଥାନରେ ପ୍ରତି ସେକେଣ୍ଡରେ ବହୁ ଗିଗାବିଟ୍ ସ୍ପିଡ୍‌ର ଇଣ୍ଟରନେଟ୍ ପ୍ରଦାନ କରିବା ।’’

ଟେଲିକମ ଜଗତର ବିଶେଷଜ୍ଞମାନଙ୍କ ମତରେ ଜିଓ ସ୍ପେସ୍ ଫାଇବର ପାଖରେ ଗ୍ରାମୀଣ ଭାରତର ଚିତ୍ର ବଦଳାଇ ଦେବାର ଶକ୍ତି ସାମର୍ଥ୍ୟ ରହିଛି । ସୁଲଭ, ବିଶ୍ୱସନୀୟ ଓ ହାଇ ସ୍ପିଡ୍ ଇଂଟରନେଟ୍ ସହ ଯୋଡ଼ିହେବା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବଡ଼ ଧରଣର ପରିବର୍ତନ ଆସିବା ଆଶା କରାଯାଉଛି । ଦୂରଦୂରାନ୍ତ ସ୍ଥାନର ସରକାରୀ ସ୍କୁଲଗୁଡ଼ିକ ଉପଗ୍ରହ ସଂଯୋଗ ଜରିଆରେ ସାରା ଦୁନିଆ ସହ ଯୋଡ଼ିହୋଇପାରିବେ । ଶିକ୍ଷାର ମାନରେ ମହତ୍ୱପୂର୍ଣ୍ଣ ସୁଧାର ହେବ ଏବଂ ଏହା ସହିତ ଶିକ୍ଷାରେ ଥିବା ବୈଷମ୍ୟ ହ୍ରାସ ପାଇବ । ଏହି ଅଞ୍ଚଳଗୁଡ଼ିକରେ ପ୍ରାଥମିକ ସ୍ୱାସ୍ଥ୍ୟର ତଦାରଖ, ଟିକାକରଣ, ପୋଷଣ ଓ ଗୋଷ୍ଠୀ କଲ୍ୟାଣ ତଥ୍ୟ ବାସ୍ତବ ସମୟରେ ଉପଲବ୍ଧ ହେବ ଯାହା ଫଳରେ ସ୍ଥାନୀୟ ସରକାର ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେଇପାରିବେ ।