Swarup Nayak - The Sakala

ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସ୍ୱରୂପ ଚିରସ୍ମରଣୀୟ ରହିବେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ଆଜି ପରଲୋକ ହୋଇଛି। ଦୀର୍ଘଦିନ ଧରି  କ୍ୟାନ୍ସର ସହ ଲଢୁଥିବା ସ୍ୱରୂପଙ୍କର ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଗତ ୫ ଦିନ ତଳେ ଗୁରୁତର ଅସୁସ୍ଥ ହୋଇ କଟକର ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧିକ ଅବସ୍ଥାରେ ଆଜି ତାଙ୍କର ଦେହାନ୍ତ ହୋଇଛି।

ସେପଟେ  ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱରୂପ ନାୟକଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଗୀତିକାର ସ୍ୱରୂପ ନାୟକଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖିତ। ତାଙ୍କ ନିଆରା ସଙ୍ଗୀତ ରଚନା ସର୍ବଦା ଶ୍ରୋତାଙ୍କ ହୃଦୟରେ ସ୍ଵତନ୍ତ୍ର ହୋଇ ରହିବ। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ କରିବାରେ ବହୁମୂଲ୍ୟ ଯୋଗଦାନ ପାଇଁ ସେ ଚିରସ୍ମରଣୀୟ ରହିବେ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର…

— Naveen Patnaik (@Naveen_Odisha) October 27, 2023

ଉଲ୍ଲେଖଯୋଗ୍ୟ ୮ ଫେବୃଆରୀ ୧୯୪୭ରେ ଜନ୍ମ ଗ୍ରହଣ କରିଥିଲେ ସ୍ୱରୂପନାୟକ। ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ। ୪୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ। ସେ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ। ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ। ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ। ୧୯୬୨ ମସିହାରେ ଜୟଦେବ କଥାଚିତ୍ରରେ ଜଣେ ଶିଶୁ କଳାକାର ଭାବରେ ସେ ଅଭିନୟ ଆରମ୍ଭ କରିଥିଲେ।

୧୯୮୪ ମସିହାର ହୀରାନୀଳା କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର । ସହର ଜଳୁଛି, ଲାଲ୍‌ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍‌ ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ‘ମୁଁ ତୁମକୁ ଭଲ ପାଏ’, ‘ଗାଁ ମଝିରେ ଚାନ୍ଦିନି’, ‘ଚାଲିରେ ତୋର ପଦ୍ମ ଫୁଟେ’ ଏବଂ ‘ ଓଢଣି ଓଢଣି ନାଲି ଓଢଣି’ ଭଳି ଅନେକ ଲୋକ ପ୍ରିୟ ଗୀତରେ ସ୍ୱରୂପ ନିର୍ଦ୍ଦେଶନା ଦେଇଥିଲେ।