Cuttack MLA - The Sakala

ଖୁବଶୀଘ୍ର ଉଠିବ ସସପେଣ୍ଡ, କଂଗ୍ରେସ ଟିକେଟରୁ ଲଢ଼ିବି ନିର୍ବାଚନ: ବିଧାୟକ ମହମ୍ମଦ ମୋକିମ
କଟକ: ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ଉପରୁ କଂଗ୍ରେସ ଖୁବଶୀଘ୍ର ନିଲମ୍ବନ ଆଦେଶ ହଟାଇପାରେ । ଏ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ମହମ୍ମଦ ମୋକିମ୍ । ଗଣମାଧ୍ୟମ ଆଗରେ ସେ କହିଛନ୍ତି କି, ‘ମୁଁ କଂଗ୍ରେସରେ ଅଛି, ମୋ ଉପରୁ ଖୁବଶୀଘ୍ର ଦଳ ନିଲମ୍ବନ ଆଦେଶ ହଟାଇବ ଓ ମୁଁ କଂଗ୍ରେସ ଟିକେଟରୁ ହିଁ ଲଢ଼ିବି’ । ପୁଣିଥରେ ୨୦୨୪ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବା ନେଇ ମହମ୍ମଦ ମୋକିମ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, କଂଗ୍ରେସର ତୃଣମୂଳ ସ୍ତରର ନେତା ମୁଁ । ମୁଁ ମୋ ନିର୍ବାଚନ ମଣ୍ଡଳୀରେ ଅଛି । ଖୁବଶୀଘ୍ର ଦଳ ଗ୍ରହଣ କରି ଦାୟିତ୍ବ ଫେରାଇବ ବୋଲି କହିଛନ୍ତି ମୋକିମ୍ ।

କଟକ ଦୁର୍ଗାପୂଜାରେ ପିସିସି ସଭପତି ଶରତ ପଟ୍ଟନାୟକ ଓ କଂଗ୍ରେସରୁ ନିଲମ୍ବିତ ବିଧାୟକ ମହମ୍ମଦ ମୋକିମ୍‌‌ଙ୍କ ଭେଟଘାଟ୍‌‌କୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଗତ କିଛି ଦିନ ହେବ ମୋକିମ୍‌‌ କଂଗ୍ରେସ କିମ୍ବା ରାଜ୍ୟ କଂଗ୍ରେସର ନେତୃତ୍ୱ ପ୍ରତି ଶାଣିତ ଆକ୍ରମଣରୁ ନିଜକୁ ଦୂରେଇ ରଖିଛନ୍ତି। ଏହାସହ ଅନ୍ୟ ଦଳକୁ ଯିବା ନେଇ ପୂର୍ବରୁ ଲାଗି ରହିଥିବା ଚର୍ଚ୍ଚାକୁ ମଧ୍ୟ ସେ ଖୋରାକ୍‌ ଯୋଗାଇବା ଭଳି କାର୍ଯ୍ୟରୁ ବର୍ତ୍ତିବାକୁ ଚେଷ୍ଟା କରିଛନ୍ତି। ଅନ୍ୟପଟେ ପୂର୍ବରୁ ମୋକିମ୍‌‌ ଆସନ୍ତା ୨୦୨୪ ନିର୍ବାଚନ ଲଢ଼ିବା ନେଇ ସ୍ପଷ୍ଟ କରିଛନ୍ତି। ଯଦି କଂଗ୍ରେସ ନ ହୁଏ, ସେ ସ୍ୱାଧୀନ ଭାବେ ଲଢ଼ିବେ ବୋଲି କହିଛନ୍ତି। ଏଥିପାଇଁ ସେ ପୁଣିଥରେ କଂଗ୍ରେସକୁ ଫେରିବା ସହ ନିର୍ବାଚନ ପୂର୍ବରୁ ତାଙ୍କ ଉପରୁ ନିଲମ୍ବନ ଉଠିଯିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ପିସିସି ସଭାପତି ଭାବେ ଦାୟିତ୍ୱ ନେବା ପରେ ଶରତ ପଟ୍ଟନାୟକ ଓ ମୋକିମ୍‌‌ଙ୍କର କେବେ ଭେଟ ହୋଇ ନଥିଲା। ପରବର୍ତ୍ତୀ ସମୟରେ ମୋକିମ୍‌‌ଙ୍କ ବିଭିନ୍ନ ବୟାନ ତାଙ୍କୁ କଂଗ୍ରେସ ଓ କଂଗ୍ରେସର ନେତୃତ୍ୱଙ୍କଠାରୁ ଦୂରେଇ ଥିଲା। ଜୁଲାଇରେ ଏହା ଚରମ ରୂପ ନେବା ସହିତ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା। ଏବେ ଏହି ଭେଟ୍‌‌ଘାଟ୍‌‌ ଏଥିରେ ମଲମ ଲଗାଇଥିବା ବେଳେ ଆଗକୁ ନେଇ ଏହା ଏକ ନୂଆ ସମୀକରଣ ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

ସେପଟେ ପିସିସି ସଭାପତି କହିଛନ୍ତି, ମୋକିମଙ୍କ ନିଲମ୍ବନ ପ୍ରତ୍ୟାହାର ହେଲେ ସ୍ବାଗତ କରିବୁ। ମୋକିମଙ୍କ ପ୍ରତ୍ୟାହାର ଏଆଇସିସି ଉପରେ ନିର୍ଭର କରେ । ଖୁବଶୀଘ୍ର ମୋକିଙ୍କ ନିଲମ୍ବନ ପ୍ରତ୍ୟାହର ହେବ ବୋଲି ଆଶା ଥିବା କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ।