Onion Price - The Sakala

କନ୍ଦାଇଲାଣି ପିଆଜ; ସରକାରୀ ନିୟନ୍ତ୍ରଣ ନ ଥିବାରୁ ମନଇଚ୍ଛା ଦର ହାଙ୍କୁଛନ୍ତି ବ୍ୟବସାୟୀ
ଭୁବନେଶ୍ୱର: ଆଳୁକୁ ଟପିଲା ପିଆଜ। ରବିବାର ଆଇଁଷ ବାରରେ ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆବଶ୍ୟକତା ତୁଳନାରେ ଆନ୍ଧ୍ର ଓ ମହାରାଷ୍ଟ୍ରରୁ କମ୍‌ ପିଆଜ ଆସୁଥିବାରୁ ଦର ଉଚ୍ଚା ହୋଇଛି । ସରକାରୀ ନିୟନ୍ତ୍ରଣ ନ ଥିବାରୁ କିଛି ବ୍ୟବସାୟୀ ମନଇଚ୍ଛା ଦର ହାଙ୍କୁଛନ୍ତି। ସେପଟେ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏପରି ଅବସ୍ଥା ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଆକଳନ କରାଯାଉଛି।

ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ନୂଆ ପିଆଜ ଅମଳ ହୋଇପାରୁନି। ନାସିକ୍‌ରୁ ଆସୁଥିବା ପୁରୁଣା ପିଆଜର ମୂଲ୍ୟ ଚଢ଼ା ରହୁଛି। ଆନ୍ଧ୍ରପ୍ରଦେଶରୁ ନୂଆ ଅମଳ ହେବାକୁ ଆହୁରି କିଛି ସପ୍ତାହ ଡେ଼ରି ହେଉଛି। ତେଣୁ ଉଭୟ ରାଜ୍ୟରେ ଲାଗି ରହିଥିବା ଏହି ଅସୁବିଧା ହିଁ ଓଡ଼ିଶା ବଜାରକୁ ପ୍ରଭାବିତ କରୁଛି। ଫଳରେ ଗତ ସପ୍ତାହେ ଧରି ଓଡ଼ିଶା ବଜାରରେ ପିଆଜ ଦର ବଢ଼ିଚାଲିଛି। ବର୍ଷା କମିଲେ, ପିଆଜ ଦର କମିବା ସମ୍ଭାବନା ରହିଛି। ମାତ୍ର ସେହି ସମୟ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢ଼ିପାରେ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ପରିବା ବଜାରର ଆକାଶଛୁଅାଁ ଦର ସାଙ୍ଗକୁ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।

ଗତ ସପ୍ତାହ ପୂର୍ବରୁ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ଥିଲା। ସପ୍ତାହ ଭିତରେ ଦର ୧୫ରୁ ୨୦ ଟଙ୍କା ବଢ଼ିଗଲାଣି। କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ରାଜଧାନୀରେ ନୂଆ ପିଆଜର ପାଇକାରୀ ମୂଲ୍ୟ ୩୯ରୁ ୪୧ ଟଙ୍କାକୁ ଓ ନାସିକ୍‌ରୁ ଆମଦାନୀ ହେଉଥିବା ପୁରୁଣା ବଡ଼ ପିଆଜର ପାଇକାରୀ ମୂଲ୍ୟ ୪୦ରୁ ୪୪ ଟଙ୍କାକୁ ବୃଦ୍ଧି ପାଇଛି। ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ହଠାତ୍‌ ଦର ବୃଦ୍ଧି ଘଟିଛି ବୋଲି କୁହାଯାଉଛି। କୁବେରପୁରୀରେ ପାଇକାରୀ ଦର ୪୫ ଟଙ୍କା ଟପି ନଥ ôବାବେଳେ ଖୁଚୁରା ବଜାରରେ ପିଆଜ ୬୦ ଛୁଇଁଛି। ଆଜି ରାଜଧାନୀର ବିଭିନ୍ନ ଛୋଟ ବଡ଼ ହାଟରେ ପିଆଜ ଏହି ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ତେଣୁ କିଲୋ ପିଛା ଖୁଚୁରା ବେପାରୀମାନେ ୧୫ ଟଙ୍କାରୁ ଅଧିକ ମୁନାଫା ରଖି ବିକ୍ରି କରୁଛନ୍ତି।

ରାଜ୍ୟ ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ଏବେ କମ୍‌ ପରିମାଣର ପିଆଜ ଆସୁଛି; ତେଣୁ ଦର ଅଧିକ ରହୁଛି। ଆଗକୁ ପିଆଜ ଆମଦାନୀ ସ୍ୱାଭାବିକ ହେଲେ ଦର କମିବ। ଏବେ ବର୍ଷା କାରଣରୁ ଅମଳ ଓ ରପ୍ତାନୀ ବାଧାପ୍ରାପ୍ତ ହେଉଥିବା ସେ କହିଛନ୍ତି। ଏବେ କିଛି କିଛି ନୂଆ ପିଆଜ ଅମଳ ହେବା ଆରମ୍ଭ ହୋଇଥିଲେ ବି ବର୍ଷା ପାଇଁ ତାହା ବଜାରକୁ ଆସି ପାରୁନାହିଁ। ନୂଆ ଅମଳ ହୋଇଥିବା ପିଆଜର ବର୍ଷା ସହନଶୀଳତା କମ୍‌ ଥିବାରୁ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯିବ। ତେଣୁ ଚାଷୀମାନେ ଅମଳ କରୁନାହାନ୍ତି ଓ ଯେଉଁ କିଛି ପିଆଜ ଅମଳ ହେଉଛି, ତାହାକୁ ଚାଷୀମାନେ ସାଇତି ରଖୁଛନ୍ତି। ଫଳରେ ଏବେ ବଜାରକୁ ପିଆଜ ଆମଦାନୀ ସ୍ୱତଃ କମ୍‌ ରହିଛି ଓ ଦର ଉଚ୍ଚା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ବଜାରରେ ଦୈନିକ ୨୭୦ ଟନ୍‌ ପିଆଜର ଆବଶ୍ୟକତା ରହିଛି । ମାତ୍ର ଦର ବୃଦ୍ଧି ଯୋଗୁଁ ଏବେ ୨୨୦ ଟନ୍‌ ପିଆଜ ବିକ୍ରି ହେଉଛି ।

କମୁଛି ଯୋଗାଣ, ୫୦ ଛୁଇଁଲାଣି ପିଆଜ ଦର
ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦ ଟଙ୍କା ରହିଥିବା ପିଆଜ କିଲୋ ପିଛା ବୁଧବାର ହଠାତ୍ ୫୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ କହିବା କଥା, ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢ଼ିଛି। ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି। ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି। ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡ଼ିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି। ତେଣୁ ଆଗକୁ ଖୁଚୁରା ବଜାରରେ ଦର କିଭଳି ରୂପ ନେବ, ତାହା ଏଥିରୁ ଅନୁମାନ କରାଯାଇପାରେ। ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ଆଜି କ୍ୱିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫୦୧୪ ଟଙ୍କା ରହିଛି। ଚଳିତ ମାସ ୩ ତାରିଖରେ ସେଠାରେ ପିଆଜ ଦର କ୍ୱିଣ୍ଟାଲ ପିଛା ୯୦୦ ରୁ ୨୫୦୦ ଟଙ୍କା ରହିଥିଲା। ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ କ୍ୱିଣ୍ଟାଲ ପିଛା ୨୦୦୦ରୁ ୪୦୦୦ ଟଙ୍କା ମଧ୍ୟରେ ରହିଛି।

ସର୍ବଭାରତୀୟ ପନିପରିବା ଉତ୍ପାଦକ ସଂଘର କହିବାନୁଯାୟୀ, ପିଆଜ ଅମଳ ବିଳମ୍ବ ହେଉଥିବା ଯୋଗୁ ବର୍ତ୍ତମାନ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି। ତଥାପି ଏଥର ପୁରୁଣା ପିଆଜର ଷ୍ଟକ୍ ଭଲ ଥିଲା। ମଣ୍ଡିରେ ପିଆଜ ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ଖୁଚୁରା ବଜାରରେ ଅନୁଭୂତ ହେଲାଣି। ତେବେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ରେ ପିଆଜ କେଜି ପିଛା ସର୍ବାଧିକ ମୂଲ୍ୟ ୭୦ ଟଙ୍କା ଓ ନ୍ୟୂନତମ ମୂଲ୍ୟ ୧୭ ଟଙ୍କାରେ କାରବାର ହେଉଥିବା ସୂଚିତ କରାଯାଇଛି। ଏହାଛଡ଼ା ଚଳିତ ମାସରେ ସାରା ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୨.୩୬ ଟଙ୍କାରୁ ୩୨୯.୦୧ ଟଙ୍କାକୁ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି।