Indian Premier League -14 - The Sakala

କିସ୍‌ମେ କିତ୍‌ନା ହେ ଦମ୍‌ : ଜାଣନ୍ତୁ ୨୦୨୧ ଆଇପିଏଲ୍‌ର ୮ଟି ଟିମ୍‍ର ଶକ୍ତି ଓ ସାମର୍ଥ୍ୟ
ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମୁକାବିଲା ସହ ଆରମ୍ଭ ହୋଇଯାଇଛି ବିଶ୍ୱର ସବୁଠାରୁ ବିତ୍ତଶାଳୀ ଓ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ର ୧୪ତମ ସଂସ୍କରଣ। କଡ଼ା କୋଭିଡ୍‍ କଟକଣା ମଧ୍ୟରେ ଏହି ଖେଳର ମଜା ଉଠାଇବା ଲାଗି ଦର୍ଶକଙ୍କ ମଧ୍ୟରେ ଯେମିତି ଆଗ୍ରହ ପ୍ରକାଶ ପାଇଛି, ତାହାଠାରୁ ଟାଇଟଲ ଜିତିବା ସକାଶେ ୮ଟି ଦଳ ମଧ୍ୟରେ ସେଭଳି ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଯାଇଛି। ଏଥର ଟାଇଟଲ ଜିତିବ କିଏ? ଏମିତି ଏକ ପ୍ରଶ୍ନ ସମର୍ଥକ ଓ ସମାଲୋଚକଙ୍କୁ ଆଲୋଚନାର ଖୋରାକା ଯୋଗାଇଛି। ଏହି ଆଲୋଚନାରେ କେଉଁ ଟିମର ଦମ୍‍ କେତେ, କାହାର ଜିତିବା ଆଶା ଅଧିକ ଏପରି ଏକ ଆଲୋଚନାର ସାରାଂଶ ନିମ୍ନରେ ଉପସ୍ଥାପନ କରାଯାଉଛି।

ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଉଛନ୍ତି। ୨୦୦୮ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ଏବେ ୧୩ଟି ସଂସ୍କରଣ ଶେଷ ହୋଇଥିଲାବେଳେ ମାତ୍ର ୫ଟି ଦଳ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ତାହା ମଧ୍ୟରୁ ରୋହିତ ଶର୍ମାଙ୍କ ନେତୃତ୍ୱାଧିନ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ସର୍ବାଧିକ ୫ଥର ଓ ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‍ସ ୩ଥର ଟାଇଟଲ ଜିତିଛି। କୋଲକାତା ନାଇଟ୍‍ ରାଇଡର୍ସ ୨ଥର, ରାଜସ୍ଥାନ ରୟାଲ୍ସ, ଡେକାନ ଚାର୍ଜର୍ସ ଓ ସନ୍‍ରାଇଜର୍ସ ହାଇଦ୍ରାବାଦ୍‍ ଥରେ ଲେଖାଏଁ ଏହି ଲୋଭନୀୟ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଥର ଯେଉଁ ୮ଟି ଦଳ ଆଇପିଏଲ୍‍ ଲଢେଇରେ ଅବତୀର୍ଣ୍ଣ ହୋଇଛନ୍ତି, ତାହା ମଧ୍ୟରୁ ମୁମ୍ବଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍‍ସ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ଟାଇଟଲ ଦୌଡରେ ଆଗୁଆ ରହିଛନ୍ତି। କିନ୍ତୁ ଅନ୍ୟମାନେ ଯେ ଟାଇଟଲ ଜିତିପାରିବେ ନାହିଁ, ତାହା ଏହି ଫଟାଫଟ କ୍ରିକେଟରେ କେହି ଭବିଷ୍ୟବାଣୀ କରିପାରିବେ ନାହିଁ। କିନ୍ତୁ ସବୁଦୃଷ୍ଟିରୁ ବିଚାର କଲେ ମୁମ୍ବଇ ଇଣ୍ଡିଆନ୍ସ ହ୍ୟାଟ୍ରିକ ଓ ବାଙ୍ଗାଲୋର ପ୍ରଥମ ଟାଇଟଲ ଜିତିବାକୁ ସର୍ବାଧିକ ଫେଭରିଟ୍‍ ଭାବେ ବିବେଚନା କରାଯାଉଛି।

ମୁମ୍ବଇ ଇଣ୍ଡିଆନ୍ସ

ଆଇପିଏଲ୍‍ରେ ସର୍ବାଧିକ ୫ଥର ଟାଇଟଲ ଜିତିଥିବା ମୁମ୍ବାଇର ଓପନର ଭାବେ ଅଧିନାୟକ ରୋହିତ ଶର୍ମା ଓ କ୍ୱିଣ୍ଟନ ଡି କକ୍‍ଙ୍କ ପରି ଖେଳାଳି ଅଛନ୍ତି। ଏମାନେ ଫେଲ ମାରିଲେ ଇଶାନ କିସାନ ଓ ସୂର୍ଯ୍ୟକୁମାର ଯାଦବଙ୍କ ପରି ଧୂଆଁଧାର ଖେଳାଳି ରହିଛନ୍ତି। ଯଦିବା ଏମାନେ ମିଳିତ ଭାବେ ଫେଲ ମାରନ୍ତି ତେବେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁନାଲ) ସେମାନଙ୍କ ସ୍ଥାନ ପୂରଣ କରିପାରିବେ। ବ୍ୟାଟିଂ ହେଉ ଅବା ବୋଲିଂ କାଇରନ୍‍ ପୋଲାର୍ଡଙ୍କ ସହ କାହାରିକୁ ତୁଳନା କରାଯାଇ ପାରିବ ନାହିଁ। ବୋଲିଂରେ ଟ୍ରେଣ୍ଟ ବୋଲ୍ଟ ଓ ଯଶ୍‍ପ୍ରୀତ୍‍ ବୁମ୍‍ରାଙ୍କୁ ମୁକାବିଲା କରିବା ଏତେଟା ସହଜ ନୁହେଁ। ହାର୍ଦ୍ଦିକ, ପୋଲାର୍ଡ ଏମାନଙ୍କୁ ସହାୟତା ଦେବେ। ରାହୁଲ ଚହର ଓ କ୍ରୁନାଲଙ୍କ ସ୍ପିନ୍‍ ବୋଲିଂର ପ୍ରଭାବକୁ ହଜମ କରିବା ଏତେଟା ସହଜ ନୁହେଁ। ଏ ସବୁକୁ ଦେଖିଲେ ମୁମ୍ବଇ ହ୍ୟାଟ୍ରିକ୍‍ ଟାଇଟଲ ଜିତିବା ଆଶା ସର୍ବାଧିକ।

ଚେନ୍ନାଇ ସୁପର କିଙ୍ଗ୍‍ସ

ବିଚକ୍ଷଣ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଚାଲକୁ ବୁଝିବା ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ଏତେଟା ସହଜ ନୁହେଁ। କିନ୍ତୁ ଗତ ସିଜନରେ ତାଙ୍କ କରିଶ୍ମା ଦେଖିବାକୁ ମିଳି ନଥିଲା। ସୁରେଶ ରାଇନାଙ୍କ ପ୍ରତ୍ୟାବର୍ତ୍ତନ, ଫାଫ ଡୁ ପ୍ଲେସିସ୍‍, ଡ୍ୱେନ ବ୍ରାଭୋ ଓ ଅମ୍ବତି ରାୟୁଡୁଙ୍କ ପରି ଖେଳାଳି ଦଳରେ ଥିଲେ ମଧ୍ୟ ଧୂଆଁଧାର ବ୍ୟାଟ୍‍ସମ୍ୟାନଙ୍କ ଅଭାବ ରହିଛି। ରବୀନ୍ଦ୍ର ଜାଡେଜାଙ୍କ ଉପରେ ଅଧିକ ନିର୍ଭର କରୁଥିବା ଦଳ ଏଥର ସ୍ପିନ୍‍ ବିଭାଗରେ ଶକ୍ତିଶାଳୀ। ଧୋନିଙ୍କ ନେତୃତ୍ୱ, ସ୍ପିନରଙ୍କ କରିଶ୍ମା ସହିତ ଜାଡେଜା ଓ ବ୍ରାଭୋଙ୍କ ଅଲରାଉଣ୍ଡ ସଫଳତା ବଳରେ ଧୋନି ଆଉ ଏକ ଟାଇଟଲ ଆଶା ରଖିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆଇପିଏଲ୍‍ରେ ପ୍ରତ୍ୟେକ ଥର ଶ୍ରେଷ୍ଠ ଖେଳାଳିଙ୍କୁ ଦଳରେ ସାମିଲ କରୁଥିଲେ ମଧ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏଯାଏ ଥରେ ହେଲେ ଟାଇଟଲ ଜିତିପାରି ନାହିଁ। ଭାରତୀୟ ଅଧିନାୟକ ବିରାଟ କୋହଲି ଏହି ଦଳର ନେତୃତ୍ୱ ନେଉଛନ୍ତି। କୋହଲି, ଏବି ଡି ଭିଲର୍ସଙ୍କୁ ମୁକାବିଲା କରିବା ବୋଲରଙ୍କ ପକ୍ଷେ ଆଦୌ ସହଜ ନୁହେଁ। ଏହା ସତ୍ତ୍ବେ ଦଳର ଆତ୍ମବିଶ୍ୱାସ ବହୁତ କମ୍‍। ଯୁବ ଖେଳାଳି ଦେବଦତ୍ତ ପାଡିକଲ, ମହମ୍ମଦ୍‍ ଆଝାରୁଦ୍ଦିନ ଓ ୱାଶିଂଟନ ସୁନ୍ଦରଙ୍କୁ ନେଇ କୋହଲି ପ୍ରଥମ ଟାଇଟଲ ଜିତିବା ଆଶା ରଖିଛନ୍ତି। ମହମ୍ମଦ୍‍ ସିରାଜ ଓ ନଭଦୀପ ସୈନୀଙ୍କ ଯୁଜବେନ୍ଦ୍ର ଚହଲ ପ୍ରଭାବ ପକାଇ ନପାରିବା ଦଳକୁ ଅଡ଼ୁଆରେ ପକାଇଛି। ତଥାପି ଦଳ ଏଥର ପ୍ରଥମ ଟାଇଟଲ ଆଶା ରଖିଛି।

ସନ୍‍ରାଇଜର୍ସ ହାଇଦରାବାଦ୍‍

ଆଇପିଏଲରେ ଯେଉଁ କେତୋଟି ଲୋ ପ୍ରୋଫାଇଲ ଦଳ ରହି ସଫଳତା ହାସଲ କରିଛନ୍ତି, ତାହା ମଧ୍ୟରେ ସନ୍‍ରାଇଜର୍ସ ହାଇଦରାବାଦ୍‍ ଅନ୍ୟତମ। ଏହି ଦଳ ପ୍ରାୟତଃ ବିଦେଶୀ ଖେଳାଳିଙ୍କ ସଫଳତା ଉପରେ ନିର୍ଭର କରିଥାଏ। ଧୂଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ୍‍ ୱାର୍ଣ୍ଣର, ବିଶ୍ୱର ଶ୍ରେଷ୍ଠ ଟି-୨୦ ବୋଲର ରଶିଦ୍‍ ଖାନ୍‍, ଟେଷ୍ଟର ନଂ-୧ ବ୍ୟାଟ୍ସମ୍ୟାନ୍‍ କେନ୍‍ ୱିଲିୟମସନ, ଜେସନ ହୋଲ୍ଡର, ଜନ୍ନି ବେୟାରଷ୍ଟୋ ଓ ଜେସନ ରୟ ଦଳର ସଫଳତାରେ ଶ୍ରେୟ ନେଇଥାନ୍ତି। ଏମାନଙ୍କ ଉପସ୍ଥିତି ଓ ଭୁବନେଶ୍ୱର କୁମାରଙ୍କ ଫିଟ୍‍ନେସ ଯୋଗୁଁ ଦଳ ଏଥର ଟାଇଟଲ ଦୌଡରେ ସାମିଲ ହୋଇ ପାରିଛି।

କୋଲକାତା ନାଇଟ୍‍ ରାଇଡର୍ସ

ବିଶ୍ୱର ଶ୍ରେଷ୍ଠ ସୀମିତ ଓଭର ଅଧିନାୟକ ଇଓନ ମୋର୍ଗାନଙ୍କ ହାତରେ ରହିଛି କୋଲକାତା ଦଳର ନେତୃତ୍ୱ। ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ସନ୍ଦେହାତ୍ମକ ନ ହେଲେ ଏହାକୁ ବିଶେଷ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଦିନେଶ କାର୍ତ୍ତିକ, ସାକିବ ଅଲ ହାସନ, ଆନ୍ଦ୍ରେ ରସେଲଙ୍କ ଅଭିଜ୍ଞତା, ଶୁବମାନ ଗିଲ୍‍, ନୀତିଶ ରାଣା, ଟିମ୍‍ ସେଇଫର୍ଟଙ୍କ ପରି ଯୁବ ଖେଳାଳି ଯେ କୌଣସି ସମୟରେ ମ୍ୟାଚ୍‍କୁ ନିଜ ନିୟନ୍ତ୍ରଣରେ ରଖିପାରିବେ। ଏଭଳି ସମୟରେ କେବଳ ସ୍ଥିର ପ୍ରଦର୍ଶନ ଦଳକୁ ତୃତୀୟ ଟାଇଟଲ ଜିତିବାରେ ସହାୟକ ହୋଇ ପାରିବ।

ପଞ୍ଜାବ କିଙ୍ଗ୍‍ସ

ନାମ ବଦଳାଇବା ସହ ପଞ୍ଜାବ କିଙ୍ଗ୍‍ସ ଭାଗ୍ୟରେ ପରିବର୍ତ୍ତନ ଆଣିବାକୁ ଅଧିନାୟକ ଲୋକେଶ ରାହୁଲ ଆଶାୟୀ ଅଛନ୍ତି। ଅରେଞ୍ଜ କ୍ୟାପ୍‍ ପାଇଥିବା ମହମ୍ମଦ୍‍ ଶାମୀ ଓ କ୍ରିସ୍‍ ଗେଲଙ୍କ ସହ ମୟଙ୍କ ଅଗରୱାଲଙ୍କ ସଫଳତା ମିଶାଇଲେ ଏହି ଦଳ ପ୍ରତିଦ୍ୱନ୍ଦ୍ୱୀଙ୍କ ଲାଗି ବିପଜ୍ଜନକ ସାବ୍ୟସ୍ତ ହୋଇପାରିବ। ବିଶ୍ୱର ନଂ-୧ ଟି-୨୦ ବ୍ୟାଟ୍ସମ୍ୟାନ୍‍ ଡାୱିଡ ମଲାନ, ନିକୋଲାସ୍‍ ପୂରନ ଓ ଶାହାରୁଖ ଖାନ୍‍ଙ୍କ ବ୍ୟାଟ୍ସମ୍ୟାନ୍‍ ଗୋଟିଏ ମୁହୂର୍ତ୍ତରେ ଖେଳର ସ୍ଥିତି ବଦଳାଇଦେଇପାରିବେ। ଏହାର ଦୁର୍ବଳତା ହେଲା ନିୟମିତ ପ୍ରଦର୍ଶନ କରିବାରେ ତ୍ରୁଟି। ଏହାକୁ ଦଳ ଦୂରେଇ ପାରିଲେ ଏଥର ଟାଇଟଲ କବ୍‍ଜା କରିବାରେ ସମର୍ଥ ହେବ।

ରାଜସ୍ଥାନ ରୟାଲ୍ସ

ନୂଆ ଅଧିନାୟକ ସଞ୍ଜୁ ସାମସନଙ୍କ ଆଗରେ ନେତୃତ୍ୱ ନେବା ଓ ସ୍ଥିର ପ୍ରଦର୍ଶନ କରାଇବାର ଗୁରୁ ଦାୟିତ୍ୱ ରହିଛି। ବେନ୍‍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର, କ୍ରିସ୍‍ ମୋରିସ୍‍ ଓ ଜୋଶ ବଟ୍ଟଲରଙ୍କ ପରି ଖେଳାଳି ଦଳରେ ରହିଛନ୍ତି। ରାହୁଲ ଟେୱାଟିଆଙ୍କ ବିସ୍ଫୋରକ ବ୍ୟାଟିଂ ଯେ କୌଣସି ଦଳକୁ ପରାଜୟରୁ ରକ୍ଷା କରି ବିଜୟ ପ୍ରଦାନ କରିବାରେ ସହାୟକ ହୋଇଥାଏ। କିନ୍ତୁ ଦଳର ବୋଲିଂକୁ ନିୟନ୍ତ୍ରଣ କରିପାରିଲେ, ଦ୍ୱିତୀୟ ଟାଇଟଲ ଜିତିବା ସମ୍ଭବ ହୋଇ ପାରିବ।

ଦିଲ୍ଲୀ କ୍ୟାପିଟାଲ୍ସ

ନୂଆ ଅଧିନାୟକ, ନୂଆ ଆତ୍ମବିଶ୍ୱାସ ଓ କିଛି ନୂଆ ଖେଳାଳିଙ୍କୁ ନେଇ ଦିଲ୍ଲୀ କ୍ୟାପିଟାଲ୍ସ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ରେ ଟାଇଟଲ ଜିତିବ ବୋଲି ଦୃଢ ଆଶା ରଖିଛି। ଧୋନିଙ୍କ ସମର୍ଥକ ଭାବେ ଜଣାଶୁଣା ଋଷଭ ପନ୍ତ୍‍ଙ୍କ ନେତୃତ୍ୱରେ ଯୁବ ତାରକା ପୃଥ୍ୱୀ ଶ’, ସିମରନ ହେଟମାୟର, ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‍ ଯେ କୌଣସି ସମୟରେ ଖେଳର ସ୍ଥିତି ବଦଳାଇ ଦେଇପାରିବେ। ଦଳରେ ଅଭିଜ୍ଞ ଷ୍ଟିଭେନ୍‍ ସ୍ମିଥ ଓ ଆଜିଙ୍କ୍ୟ ରାହାଣେଙ୍କ ଉପସ୍ଥିତି ଲାଭଦାୟକ ହେବ। ଦୁଇ ଶ୍ରେଷ୍ଠ ବୋଲର କାଗିସୋ ରାବାଡା ଓ ଆନ୍‍ରିକ୍‍ ନୋର୍ଜେଙ୍କ ଉପରେ ଦଳ ଯେପରି ନିର୍ଭର କରୁଛି, ଠିକ୍‍ ଆର୍‍. ଅଶ୍ୱିନ, ଅମିତ ମିଶ୍ରା ଓ ଅକ୍ଷର ପଟେଲ ମଧ୍ୟ ସେହିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଦଳର ଦୁର୍ବଳତା ହେଲା ଖେଳାଳିମାନଙ୍କଠାରୁ ନିୟମିତ ବ୍ୟବଧାନରେ ଭଲ ପ୍ରଦର୍ଶନ ନମିଳିବା। ଦଳଗତ ପ୍ରଦର୍ଶନ ମିଳିଲେ ଦିଲ୍ଲୀକୁ ଟାଇଟଲ ଜିତିବାରୁ କେହି ଅଟକାଇ ପାରିବେ ନାହିଁ।

ଆଜିଠାରୁ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍-୧୪ : ମୁମ୍ବଇ-ବାଙ୍ଗାଲୋର ମୁକାବିଲା
ଚେନ୍ନାଇ :  ବିଶ୍ୱର ସବୁଠାରୁ ଲୋକପ୍ରିୟ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ୍‍ ପ୍ରିମିୟର ଲିଗ (ଆଇପିଏଲ୍‍)ର ୧୪ତମ ସଂସ୍କରଣ ଶୁକ୍ରବାରଠାରୁ ଆରମ୍ଭ ହେବ। କୋଭିଡ୍‍ କଟକଣା ଅନୁଯାୟୀ ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟ ଦେଶର ୬ଟି ଭେନ୍ୟୁରେ ଖେଳାଯିବ। ମୋଟ ୮ଟି ଦଳ ଏଥିରେ ଅଂଶଗ୍ରହଣ କରୁଥିଲାବେଳେ ସମସ୍ତ ଭେନ୍ୟୁରେ ବାୟୋ ବବଲ ପରିବେଶ ମଧ୍ୟରେ ଖେଳାଳି, କର୍ମକର୍ତ୍ତା ଓ ଆୟୋଜକ ବିସିସିଆଇର କର୍ମକର୍ତ୍ତାମାନେ ରହିବେ। ଦେଶରେ କୋଭିଡ ସମସ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଏହି ଖେଳକୁ ଆୟୋଜନ କରିବାକୁ ଅନୁମତି ଦେଇଥିବାରୁ କେବଳ ଭାରତ ନୁହେଁ ବରଂ ବିଶ୍ୱର ସମସ୍ତ କ୍ରିକେଟପ୍ରେମୀ ଆଶ୍ୱସ୍ତ ହୋଇଛନ୍ତି। ବିଶେଷକରି ୫ ମାସ ମଧ୍ୟରେ ଦୁଇଥର ଆଇପିଏଲ୍‍ ଆୟୋଜିତ ହେବାକୁ ଯାଉଥିବାରୁ କ୍ରିକେଟ ପ୍ରେମୀମାନେ ଏହାକୁ କିଭଳି ଗ୍ରହଣ କରିବେ ତାହାକୁ ନେଇ ସନ୍ଦେହ ରହିଛି। କିନ୍ତୁ ଷ୍ଟାଡିୟମ୍‍ ଭିତରକୁ କୌଣସି ଦର୍ଶକଙ୍କୁ ଖେଳ ଦେଖିବାକୁ ଅନୁମତି ଦିଆଯାଉ ନଥିବାରୁ ଟେଲିଭିଜନରେ ଦର୍ଶକ ଏହି ଫଟାଫଟ୍‍ କ୍ରିକେଟର ମଜା ଉଠାଇବେ।

ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍‍ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବାକୁ ଥିବାରୁ ଏଥିରେ କୌଣସି ଟିମ୍‍ର ସମର୍ଥକଙ୍କୁ ନିରାଶ ହେବାକୁ ପଡ଼ିବ ନାହିଁ।

ଏଥର ଟୁର୍ଣ୍ଣାମେଣ୍ଟ ଜିତିବ କିଏ? ଏଭଳି ଏକ ପ୍ରଶ୍ନ ସହ ଆରମ୍ଭ ହେବାକୁ ଯାଉଛି ବିଶ୍ୱର ଏହି ବିତ୍ତଶାଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଶୁକ୍ରବାର ଚେନ୍ନାଇରେ ଡିଫେଣ୍ଡିଂ ଚାମ୍ପିଅନ୍‍ ମୁମ୍ବଇ ଇଣ୍ଡିଆନ୍ସ ଓ ଶକ୍ତିଶାଳୀ ଦଳ ହୋଇଥିଲେ ମଧ୍ୟ ଏଯାଏ ଥରେ ହେଲେ ଟାଇଟଲ ଜିତି ନଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଉଦ୍‍ଘାଟନୀ ମୁକାବିଲା ହେବ। ଏହି ଟୁର୍ଣ୍ଣାମେଣ୍ଟରେ ଖେଳାଳିଙ୍କ ଦକ୍ଷତା, ଫର୍ମ ଓ ପ୍ରଦର୍ଶନକୁ ବିଚାରକୁ ନେଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ଗଠିତ ମୁମ୍ବଇ ଇଣ୍ଡିଆନ୍ସ ଏକ ପୂର୍ଣ୍ଣ ଦଳ ଭାବେ ନିଜକୁ ଉପସ୍ଥାପନ କରିଛି। ଏହି ଦଳର ଅଧିନାୟକ ରୋହିତ ବିଫଳ ହେଲେ କ୍ୱିଣ୍ଟନ ଡି କକ୍‍ଙ୍କ ବ୍ୟାଟ କଥା କହିପାରେ। ଅବଶ୍ୟ ସେ ଉଦ୍‍ଘାଟନୀ ମ୍ୟାଚ୍‍ ଲାଗି ଉପଲବ୍ଧ ହେବେ ନାହିଁ। ଯଦି ଉଭୟ ଫେଲ ମାରନ୍ତି, ତେବେ ସେମାନଙ୍କ ପଛକୁ ଅଛନ୍ତି ଇଶାନ କିସାନ ଓ ସୂର୍ଯ୍ୟକୁମାର ଯାଦବ। ଯଦିବି ଟପ୍‍ ଅର୍ଡର ଫେଲ୍‍ମାରେ, ତେବେ ପାଣ୍ଡ୍ୟା ବ୍ରଦର୍ସ (ହାର୍ଦ୍ଦିକ ଓ କ୍ରୁନାଲ) ଲଢ଼ିବାକୁ ଆଗେଇ ଆସିବେ। କାଇରନ୍‍ ପୋଲାର୍ଡଙ୍କ ଉପସ୍ଥିତି ସମସ୍ତ ବିଫଳତାକୁ ଏଡାଇଦେବାରେ ସମର୍ଥ ହୋଇପାରିବ। ବିଶ୍ୱର ଦୁଇ ଘାତକ ବୋଲି ଯଶ୍‍ପ୍ରୀତ୍‍ ବୁମ୍‍ରା ଓ ଟ୍ରେଣ୍ଟ ବୋଲ୍ଟଙ୍କୁ ମୁକାବିଲା କରିବା ଯେ କୌଣସି ଶକ୍ତିଶାଳୀ ବ୍ୟାଟ୍ସମ୍ୟାନଙ୍କ ଲାଗି କଷ୍ଟକର। ରାହୁଲ ଚହର ତାଙ୍କ ଚମତକାରିତା ଦେଖାଇସାରିଛନ୍ତି। ଏଭଳି ସ୍ଥିତିରେ ମୁମ୍ବାଇ ଇଣ୍ଡିଆନ୍‍ସକୁ ହରାଇ ଯେ କୌଣସି ଦଳ ଲାଗି ଦୁଃସ୍ୱପ୍ନ ହେବ ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାେଇକେଲ ଭନ୍‍ ଚେତାବନୀ ଦେଇ କହିଛନ୍ତି।

ଆଇପିଏଲ୍‍ରେ ସର୍ବଦା କିଛି ଶ୍ରେଷ୍ଠ ଖେଳାଳିଙ୍କୁ ସାମିଲ କରିଥିଲେ ମଧ୍ୟ ଆର୍‍ସିବି ବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟାଇଟଲ ଜିତିବାରେ ସମର୍ଥ ହୋଇପାରି ନାହିଁ। ଭାରତୀୟ କ୍ରିକେଟ ଦଳର ସଫଳ ଅଧିନାୟକ ବିରାଟ କୋହଲି ଏହି ଟିମ୍‍ର ନେତୃତ୍ୱ ନେଉଥିଲେ ମଧ୍ୟ ଫଳ କିଛି ନୂଆ ହେଉନି। ଏଥର ସେ ଇନିଂସ ଓପନ କରିବେ ବୋଲି ଆଶା କରାଯାଉଛି। ତାଙ୍କର ପାର୍ଟନର ଦେବଦତ୍ତ ପାଡିକଲ କିମ୍ବା ମହହମ୍ମଦ୍‍ ଆଝାରୁଦ୍ଦିନଙ୍କ ମଧ୍ୟରୁ ଜଣେ ହେବେ। ଏବି ଡିଭିଲର୍ସଙ୍କ ଭଳି ପ୍ରତିଷ୍ଠିତ ଖେଳାଳି ଥିଲେ ମଧ୍ୟ ଏହି ଦଳର ଆତ୍ମବିଶ୍ୱାସ କମ୍‍ ରହିଛି। ବ୍ୟାଟିଂରେ ଦଳ କୋହଲି ଓ ଏବିଡିଙ୍କ ଉପରେ ଅଧିକ ନିର୍ଭର କରୁଛି। ବୋଲିଂରେ ମହମ୍ମଦ୍‍ ସିରାଜ ଓ ନଭଦୀପ ସୈନୀ ଅଷ୍ଟ୍ରେଲିଆରେ ଭଲ ଖେଳିଥିଲେ ମଧ୍ୟ ଆଇପିଏଲ୍‍ରେ ସେତେଟା ଭଲ କରିନାହାନ୍ତି। ୟୁଜବେନ୍ଦ୍ର ଚହଲଙ୍କର ଧୀରେ ଧୀରେ ପ୍ରଭାବ ହ୍ରାସ ପାଇବାରେ ଲାଗିଛି। ଏଥର ଦୁଇ ଶ୍ରେଷ୍ଠ ବିଦେଶୀଙ୍କୁ ଦଳ ସାମିଲ କରିଛି। ମ୍ୟାଚ୍‍ ୱିନର ତଥା ଅଲରାଉଣ୍ଡର ଗ୍ଲେନ୍‍ ମ୍ୟାକ୍ସୱେଲ ଓ ରାତାରାତି କୋଟିପତି ହୋଇଥିବା କାଏଲ ଜାମିସନଙ୍କଠାରୁ ଦଳ ଅଧିକ ଆଶା କରୁଛି। ମ୍ୟାକ୍ସୱେଲ ଫର୍ମରେ ରହିଲେ, ଯେ କୌଣସି ପ୍ରତିଦ୍ୱନ୍ଦ୍ୱୀଙ୍କୁ ନିରାଶ ହେବାକୁ ପଡ଼ିଥାଏ। କିନ୍ତୁ ଜାମିସନ ଭାରତୀୟ ଫ୍ଲାଟ୍‍ ପିଚ୍‍ରେ କିପରି ପ୍ରଭାବ ପକାଇବେ ତାହା ଖେଳିବା ପରେ ଜଣାପଡ଼ିବ।

ମୁମ୍ବଇ ଇଣ୍ଡିଆନ୍ସ

ରୋହିତ ଶର୍ମା (ଅଧିନାୟକ), ଇଶାନ କିସାନ (ୱିକେଟ କିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, କାଇରନ ପୋଲାର୍ଡ, ଜେମ୍ସ ନୀଶାମ, କ୍ରୁନାଲ ପାଣ୍ଡ୍ୟା, ନାଥାନ କୁଲଟର-ନାଇଲ୍‍/ଜୟନ୍ତ ଯାଦବ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଟ, ଯଶ୍‍ପ୍ରୀତ୍‍ ବୁମ୍‍ରା।

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର

ବିରାଟ କୋହଲି (ଅଧିନାୟକ), ଦେବଦତ୍ତ ପାଡ଼ିକଲ, ଏବି ଡିଭିଲର୍ସ, ଗ୍ଲେନ୍‍ ମ୍ୟାକ୍ସୱେଲ୍‍, ମହମ୍ମଦ୍‍ ଆଝାରୁଦ୍ଦିନ (ୱିକେଟକିପର), ଡାନିଏଲ୍‍ କ୍ରିଷ୍ଟିଆନ୍‍, ୱାଶିଂଟନ ସୁନ୍ଦର, କାଏଲ ଜାମିସନ, ନଭଦୀପ ସୈନୀ, ମହମ୍ମଦ୍‍ ସିରାଜ ଓ ୟୁଜବେନ୍ଦ୍ର ଚହଲ।