NDMA - The Sakala
ଆପଣଙ୍କ ମୋବାଇଲ୍ ଫୋନରେ ହଠାତ୍ ବାଜିଲା କି ସାଇରନ୍? ଭୟଭୀତ ହୁଅନ୍ତୁ ନାହିଁ, ଏଥିପାଇଁ ବାଜିଲା ଏହି ଏମର୍ଜେନ୍ସି ଆଲର୍ଟ...
ନୂଆଦିଲ୍ଲୀ: କିଛି ସମୟ ପୂର୍ବରୁ ଯଦି ଆପଣଙ୍କ ମୋବାଇଲ୍ ଫୋନରେ ହଠାତ୍ ଏକ ବିପଦ ସଙ୍କେତ ଭଳି ଶବ୍ଦ ହୋଇଛି ଏବଂ ଏକ ଫ୍ଲାସ୍ ମେସେଜ୍ ଆସିଛି, ତେବେ ଏଥିପାଇଁ ଆଦୌ ଭୟଭୀତ ହୁଅନ୍ତୁ ନାହିଁ। ଭାରତ ସରକାରଙ୍କ ଦୂରସଞ୍ଚାର ବିଭାଗ ଏବଂ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (NDMA) ମିଳିତ ଭାବେ ଦେଶବ୍ୟାପୀ ଏକ ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ପରୀକ୍ଷଣ କରୁଛନ୍ତି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ଆଜି ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍(Cell Broadcast Alert System) ର ସଫଳ ଡ୍ରିଲ୍ ବା ପରୀକ୍ଷଣ ଆରମ୍ଭ କରିଛନ୍ତି।
କ'ଣ ପାଇଁ ବାଜୁଛି ମୋବାଇଲରେ ଆଲାର୍ମ?
ଶନିବାର ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଲକ୍ଷ ଲକ୍ଷ ମୋବାଇଲ୍ ଉପଭୋକ୍ତାଙ୍କ ଫୋନକୁ ସରକାରଙ୍କ ତରଫରୁ ଏକ ଟେଷ୍ଟିଂ ମେସେଜ୍ ପଠାଯାଇଛି। ମେସେଜ୍ ଆସିବା ମାତ୍ରେ ଫୋନରେ ଏକ ଜୋରଦାର ସାଇରନ୍ ବାଜିବା ସହିତ ଫୋନ୍ ଭାଇବ୍ରେଟ୍ (କମ୍ପନ) ମଧ୍ୟ ହୋଇଥିଲା। ଏହି ମେସେଜରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଏହା ହେଉଛି ଏକ ପରୀକ୍ଷାମୂଳକ ମେସେଜ୍ ଏବଂ ଉପଭୋକ୍ତାମାନଙ୍କୁ କୌଣସି ପଦକ୍ଷେପ ନେବାର ଆବଶ୍ୟକତା ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ସରକାର ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ସୂଚନା ଶୀଘ୍ର ପ୍ରଦାନ କରାଯିବ, ତାହାର ଯାଞ୍ଚ ପାଇଁ ଏହି ବ୍ୟବସ୍ଥାର ପରୀକ୍ଷଣ କରୁଛନ୍ତି।
କ'ଣ ଏହି ସେଲ୍ ବ୍ରୋଡକାଷ୍ଟ ଆଲର୍ଟ ସିଷ୍ଟମ୍?
ଏହି ସିଷ୍ଟମ୍ ହେଉଛି ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଯାହାକୁ ସେଣ୍ଟର ଫର୍ ଡେଭଲପମେଣ୍ଟ ଅଫ୍ ଟେଲିମେଟିକ୍ସ ଦ୍ୱାରା ବିକଶିତ କରାଯାଇଛି। ସମଗ୍ର ଭାରତ ପାଇଁ ପ୍ରସ୍ତୁତ କରାଯାଇଥିବା ସମନ୍ୱିତ ଆଲର୍ଟ ସିଷ୍ଟମ୍ ବା ସଚେତ୍ ର ଏହା ହେଉଛି ଏକ ପ୍ରମୁଖ ଅଂଶ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୂମିକମ୍ପ, ସୁନାମି, ବଜ୍ରପାତ କିମ୍ବା ବନ୍ୟା ପରି ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ତୁରନ୍ତ ସତର୍କ ସୂଚନା ପ୍ରଦାନ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା କରିବା। ଏହାବ୍ୟତୀତ ଗ୍ୟାସ୍ ଲିକ୍ କିମ୍ବା ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ଏହା ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ।
ସାଇଲେଣ୍ଟ ମୋଡରେ ଥିଲେ ମଧ୍ୟ ବାଜିବ ଆଲାର୍ମ
ସାଧାରଣତଃ ଆମେ ଅନେକ ସମୟରେ ମେସେଜ୍ ଆଲର୍ଟକୁ ନଜରଅନ୍ଦାଜ କରିଦେଇଥାଉ। କିନ୍ତୁ ଏହି ଆଲର୍ଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। ଆପଣଙ୍କ ମୋବାଇଲ୍ ଫୋନ୍ ସାଇଲେଣ୍ଟ୍ ବା ଡୁ ନଟ୍ ଡିଷ୍ଟର୍ବ  ମୋଡରେ ଥିଲେ ମଧ୍ୟ ଏହି ମେସେଜ୍ ଆସିବା ମାତ୍ରେ ଫୋନରେ ଉଚ୍ଚ ଶବ୍ଦରେ ଆଲାର୍ମ ବାଜିବ ଏବଂ ତାହା ସ୍କ୍ରିନରେ ଫ୍ଲାସ୍ ହୋଇ ଦେଖାଯିବ। ସରକାର ଏହି ବ୍ୟବସ୍ଥାର କ୍ଷମତା ଏବଂ ଦକ୍ଷତା ମାପିବା ପାଇଁ ବିଭିନ୍ନ ନେଟୱର୍କ ଏବଂ ଅଞ୍ଚଳରେ ଏହି ଟେଷ୍ଟିଂ ଜାରି ରଖିଛନ୍ତି। ଏହି ପରୀକ୍ଷଣ ପର୍ଯ୍ୟାୟରେ ଉପଭୋକ୍ତାମାନେ ଏକାଧିକ ଥର ମଧ୍ୟ ଏଭଳି ମେସେଜ୍ ପାଇପାରନ୍ତି ବୋଲି ସୂଚନା ଦିଆଯାଇଛି। ସିଷ୍ଟମ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଗଲା ପରେ, ଏହା ସମସ୍ତ ମୋବାଇଲରେ ବିନା ବାଧାରେ କାମ କରିବ ଏବଂ ଦେଶର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ମଜବୁତ କରିବ।
ମଇ ୨ରେ NDMA ପକ୍ଷରୁ ମୋବାଇଲ୍‌ରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ ପରୀକ୍ଷା, ମେସେଜ୍ ଆସିଲେ ଭୟଭୀତ ହୁଅନ୍ତୁ ନାହିଁ
ରାଷ୍ଟ୍ରୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ପକ୍ଷରୁ ଆସନ୍ତା ୨ ମଇ ୨୦୨୬ ତାରିଖରେ ଆପଣଙ୍କ ଅଞ୍ଚଳରେ ସେଲ୍ ବ୍ରଡକାଷ୍ଟ ଆଲର୍ଟ (Cell Broadcast Alerts) ସିଷ୍ଟମ୍‌ର ପରୀକ୍ଷା କରାଯିବ। ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ଜରୁରୀକାଳୀନ ପରିସ୍ଥିତି ସମୟରେ ଲୋକଙ୍କୁ ତୁରନ୍ତ ସତର୍କ କରାଇବା ଉଦ୍ଦେଶ୍ୟରେ ଏହି ବିଶେଷ ବ୍ୟବସ୍ଥାର କାର୍ଯ୍ୟକ୍ଷମତାକୁ ଯାଞ୍ଚ କରାଯାଉଛି।
ଯଦି ଏହି ପରୀକ୍ଷଣ ସମୟରେ ଆପଣଙ୍କ ମୋବାଇଲ୍ ଫୋନ୍‌ରେ କୌଣସି ଜରୁରୀକାଳୀନ ମେସେଜ୍ ଆସେ କିମ୍ବା ଉଚ୍ଚ ଶବ୍ଦରେ ଆଲର୍ଟ ବାଜେ, ତେବେ ଦୟାକରି ଭୟଭୀତ ହୁଅନ୍ତୁ ନାହିଁ। ଏହା ଏକ ନିୟମିତ ପରୀକ୍ଷା ହୋଇଥିବାରୁ, ଏହି ମେସେଜ୍ ପାଇବା ପରେ ଲୋକଙ୍କୁ ନିଜ ଆଡୁ କୌଣସି ପ୍ରକାରର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ନାହିଁ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇଛି।
ଭୁବନେଶ୍ବର : ଆପଣଙ୍କ ମୋବାଇଲ ଫୋନ୍‌ରେ ଆଜି ସକାଳୁ ହଠାତ ଏମରଜେନ୍ସି ସାଇରନ୍‌ ବାଜିବା ସହ ଏକ ମେସେଜ୍‌ ଆସୁଛି କି?  ଏମରଜେନ୍ସି ଆଲାର୍ମ ଆସିବା ସହ ଫୋନ୍‌ ଭାଇବ୍ରେସନ୍‌ ହେବା ପରେ ଆପଣ ନିଶ୍ଚୟ ଡରିଯାଉଥିବେ। ତେବେ ଏଥି ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ କି ଡରିବାର ନାହିଁ। କାରଣ ଏହା ହେଉଛି ସରକାରଙ୍କ ଦ୍ବାରା କରାଯାଉଥିବା ଏକ ଟେଷ୍ଟ। ଅନେକ ମୋବାଇଲ୍ ବ୍ୟବହାରକାରୀଙ୍କୁ ସରକାରଙ୍କ ତରଫରୁ ଜରୁରୀକାଳୀନ ସତର୍କ ସୂଚନା ଦିଆଯାଇ ଏକ ଟେଷ୍ଟ କରାଯାଉଛି। ଆଣ୍ଡ୍ରଏଡ୍ ଏବଂ ଆଇଫୋନ୍ ଡିଭାଇସ୍ ଗୁଡିକରେ ଫ୍ଲାସ୍ ମେସେଜ୍ ଏବଂ ଜରୁରୀକାଳୀନ ଆଲର୍ଟ ସାଇରନ୍‌ ପଠାଯାଇଥିଲା।  ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଦ୍ୱାରା ଦେଶର ନୂତନ ଜରୁରୀକାଳୀନ ଆଲର୍ଟ ସିଷ୍ଟମର ଏକ ପରୀକ୍ଷଣର ଏକ ଅଂଶ ଏହି ସତର୍କ ସୂଚନା।
କେନ୍ଦ୍ର ଟେଲିକମ୍ ବିଭାଗ ଓ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମିଳିତ ଭାବେ ଏହି ଟେଷ୍ଟ କରୁଛି। ଏହି ବ୍ୟବସ୍ଥାରେ ଆଗକୁ ଲୋକଙ୍କୁ ସୁରକ୍ଷା ଓ ଜରୁରୀକାଳିନ ସୂଚନା ଦେବେ ସରକାର । ଟେଲିକମ୍ ଅପରେଟରଙ୍କ ଜରିଆରେ ଏହି ସତର୍କ ସୂଚନା ଦିଆଯାଉଛି । ଅଗଷ୍ଟରେ ପ୍ରଥମ ଥର ପାଇଁ ଏଭଳି ପରୀକ୍ଷା କରାଯାଇଥିଲା । ଏବେ ସୁଦ୍ଧା ୬ଥର ଏମିତି ପରୀକ୍ଷା କରାଯାଇଛି । ଟ୍ରାଏଲ ଭିତ୍ତିରେ ମୋବାଇଲକୁ ଆସୁଛି ଏପରି ମେସେଜ । ସମ୍ଭାବ୍ୟ ବିପତ୍ତି ବେଳେ ଲୋକଙ୍କୁ ଆଲର୍ଟ କରିବା ଲାଗି ଏହି ମେସେଜ ପଠାଯିବ, ଯେଉଁଥି ପାଇଁ ଟେଷ୍ଟିଙ୍ଗ କରାଯାଉଛି।
ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଅନୁଯାୟୀ, ଆଲର୍ଟ ସିଷ୍ଟମର କାର୍ଯ୍ୟକାରିତାକୁ ଆକଳନ କରିବା ଏବଂ କୌଣସି ସମ୍ଭାବ୍ୟ ସମସ୍ୟା ଚିହ୍ନଟ କରିବା ପାଇଁ ଏକ ପରୀକ୍ଷଣର ଏହା ଏକ ଅଂଶ ଥିଲା। ସେଲ୍ ବ୍ରୋଡକାଷ୍ଟିଂ ସିଷ୍ଟମ୍ (CBS) ମାଧ୍ୟମରେ ମେସେଜ୍‌ ପଠାଯାଉଛି।  “ଏହା ହେଉଛି ଏକ ପରୀକ୍ଷଣ, ଟେଲି ଯୋଗାଯୋଗ ବିଭାଗ, ଭାରତ ସରକାରଙ୍କ ଦ୍ବାରା ଏମରଜେନ୍ସି ଆଲର୍ଟ ପଠାଯାଇ ପରୀକ୍ଷଣ କରାଯାଉଛି।
ଉଲ୍ଲେଖଯୋଗ୍ୟ, ସିବିଏସ୍ (CBS) ହେଉଛି ଏକ ପ୍ରଯୁକ୍ତିବିଦ୍ୟା ଯାହା ମୋବାଇଲ୍ ଅପରେଟରମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସମସ୍ତ ଫୋନକୁ ମୋବାଇଲ୍ ନେଟୱାର୍କକୁ ଖାତିର ନକରି ବାର୍ତ୍ତା ପଠାଇବାକୁ ଅନୁମତି ଦେଇଥାଏ। ଜରୁରୀକାଳୀନ ଆଲର୍ଟ ପଠାଇବା ପାଇଁ ଏହା ଏକ ଆଦର୍ଶ ପ୍ରଯୁକ୍ତିବିଦ୍ୟା । ଆଲର୍ଟ ସିଷ୍ଟମ ସଠିକ୍ ଭାବରେ କାମ କରୁଛି ଏବଂ ପ୍ରକୃତ ଜରୁରୀକାଳୀନ ପରିସ୍ଥିତିରେ ଏହା ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ NDMA ଏହି ପରୀକ୍ଷା କରୁଛି ।