Lutera Gang - The Sakala

ରାସ୍ତା ଉପରେ କାର ରଖୁଥିଲେ ସାବଧାନ; ଟ୍ବିନସିଟିରେ ମାତିଛନ୍ତ ତ୍ରିଚି ଗ୍ୟାଙ୍ଗ, ୪ ଗିରଫ
ଭୁବନେଶ୍ୱର: ତାମିଲନାଡୁର ତ୍ରିଚି ଗ୍ୟାଙ୍ଗକୁ କାବୁ କଲା କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ। ଗ୍ୟାଙ୍ଗର ୪ ସଦସ୍ୟଙ୍କୁ କାବୁ କଲା ପୋଲିସ । ଏହି ଗ୍ୟାଙ୍ଗ ଗତ ଏକ ସପ୍ତାହ ହେଲା ଭୁବନେଶ୍ୱର ଓ କଟକ ଲୋକଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା । କାର କାଚ ଭାଙ୍ଗି ଲୁଟ, ମୋ ବସରୁ ଲୁଟ ସହ ବିଭିନ୍ନ ଦୋକାନ, ବଜାରରୁ ଲୁଟ କରୁଥିଲେ ଏହି ଲୁଟେରା। କାର କାଚ ଭାଙ୍ଗି ଲୁଟ୍ କରିବା ସହିତ ଜନ ଗହଳି ଅଞ୍ଚଳରେ ଏମାନେ ପକେଟ୍ ମାର କରୁଥିଲେ। ବାଟୁଳିଖଡା ବା ଚିଟିକିଣି ଧରି ରାଜଧାନୀରେ ଏମାନେ ବୁଲୁଥିଲେ । କାର କାଚ ଭାଙ୍ଗିବା ପାଇଁ ଏମାନେ ବ୍ୟବହାର କରୁଥିଲେ ଆଇରନ ବଲ ବା ଲୁହା ବାଟୁଳି ।

କେବଳ ଟୁଇନ ସିଟି ନୁହେଁ, ରଥଯାତ୍ରା ବେଳେ ପୁରୀରେ କିଛି ଲୋକଙ୍କ ଠାରୁ ଲୁଟପାଟ କରିଥିଲେ । ସେମାନଙ୍କୁ କାବୁ କରିବା ପରେ ସେମାନଙ୍କ ଠାରୁ ୪ଟି ଲାପଟପ, ୨୫ଟି ମୋବାଇଲ ଜବତ କରାଯାଇଛି । ଜଣେ ଓଏଏସ୍ ଅଧିକାରୀ ଓ ଅନ୍ୟ ଜଣଙ୍କ ଠାରୁ ଲୁଟ ହୋଇଥିବା ଲାପଟପ ଓ ମନୀପର୍ସ ଫେରାଇଛି ପୋଲିସ ।

ତେବେ ଏବେ ବଡ଼ ପ୍ରଶ୍ନ ହେଉଛି, ଏହି ଗ୍ୟାଙ୍ଗ ଓଡ଼ିଶାରେ କେବେଠାରୁ ସକ୍ରିୟ ଥିଲେ । କେବେଠାରୁ ଏମାନେ ତାମିଲନାଡୁରୁ ଆସିଥିଲେ ତାହା ପୋଲିସ ପାଇଁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । କେବଳ କଟକ ଓ ଭୁବନେଶ୍ବରରେ ନା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ଏମାନେ ସକ୍ରିୟ ଥିଲେ ତାହା ମଧ୍ୟ ତଦନ୍ତ ସାପେକ୍ଷ । ଆବଶ୍ୟକ ପଡ଼ିଲେ, ଏମାନଙ୍କୁ ରିମାଣ୍ଡରେ ନିଆଯାଇ ପଚରାଉଚରା କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ପୂଜା ଭିଡ଼ରେ ବମିଖାଲ ମଣ୍ଡପରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ଲୁଟେରା ଗ୍ୟାଙ୍ଗ
ଭୁବନେଶ୍ୱର: ସାବଧାନ ! ପୂଜା ମଣ୍ଡପରେ ମାତିଛନ୍ତି ଚେନ ଲୁଟେରା । ଭିଡର ସୁଯୋଗ ନେଇ ମହିଳାଙ୍କ ବେକରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି ଦୁର୍ବୃତ୍ତ । ମା’ଙ୍କ ଦର୍ଶନ ପାଇଁ ମଣ୍ଡପଗୁଡିକରେ ଲୋକଙ୍କ ଭିଡ ଲାଗୁଥିବାବେଳେ ଶ୍ରଦ୍ଧାଳୁଙ୍କୁ ଲୁଟିବାକୁ ଭିଡ଼ରେ ବୁଲୁଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଭୁବନେଶ୍ୱର ବମିଖାଲ ପୂଜା ମଣ୍ଡପରୁ ଥରକରେ ୪ ଜଣ ମହିଳାଙ୍କ ବେକରୁ ଚେନ ଲୁଟି ନେଇଛନ୍ତି ଗ୍ୟାଙ୍ଗ । ଏ ନେଇ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଭିଜୁଆଲ ଦେଖି ଲୁଟେରାଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ଚେଷ୍ଟା କରୁଛି ।

ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ୩୦ରୁ ୧୦ଟା ୪୫ ମଧ୍ୟରେ ବମିଖାଲ ପୂଜା ମଣ୍ଡପ ପାଖରେ ସୁନା ଚେନ୍ ଲୁଟର ଶିକାର ହୋଇଛନ୍ତି ୪ ଜଣ ମହିଳା । ମାତ୍ର ୧୫ ମିନିଟରେ ଚୋରି କରି ଚମ୍ପଟ ମାରିଛନ୍ତି ମହିଳା ଲୁଟେରା ଗ୍ୟାଙ୍ଗ । ଚେନ ଚୋରି ପରେ ଭୋ ଭୋ ହୋଇ ମହିଳାମାନେ କାନ୍ଦୁଥିବା ଦେଖିବାକୁ ମିଳିଥିଲା । ପୋଲିସର କଡ଼ା ସୁରକ୍ଷା ବଳୟ ଓ ସିସିଟିଭି ସର୍ଭିଲାନ୍ସରେ ପୂଜା ମଣ୍ଡପ ଅଞ୍ଚଳ ଥିବା ବେଳେ ଏପରି ଚୋରି ସମସ୍ତଙ୍କୁ ଚକିତ କରିଛି । ଏ ନେଇ ପିସିଆରକୁ ଜଣାଇବା ପରେ ଛାନବିନ ଆରମ୍ଭ ହୋଇଛି ।

ଏକ ମହିଳା ଲୁଟେରା ଗ୍ୟାଙ୍ଗ ପୂଜା ମଣ୍ଡପକୁ ଟାର୍ଗେଟ କରି ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି । କାରଣ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ଲୁଟ ବେଳେ ସେମାନେ କିଛି ମହିଳାଙ୍କୁ ଦେଖିଛନ୍ତି । ସେପଟେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ କରିବା ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପକୁ ଆସୁଛନ୍ତି । କମିଶନରେଟ ପୋଲିସ ମୁତୟନ କରିବାକୁ କହିଥିବା ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିବାରୁ ଏଭଳି ଅଘଟଣ ଘଟୁଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।