Korei - The Sakala

ବରିଷ୍ଠ ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ
ଭୁବନେଶ୍ୱର: ବରିଷ୍ଠ ନେତ୍ରୀ ତଥା କୋରେଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ସକାଳେ ସେ ଅସୁସ୍ଥତା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଶ୍ରୀମତୀ ମହାନ୍ତି ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ କୋରେଇର ବିଧାୟିକା ଥିଲେ। ଏବଂ ରାଜ୍ୟ ବିଜେପିର ଜଣେ ଆଗ ଧାଡ଼ିର ମହିଳା ନେତ୍ରୀ ଥିଲେ। ତାଙ୍କୁ ବାସ ଭବନରେ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଞ୍ଚିତାଙ୍କ ବିୟୋଗରେ ଏକ୍ସରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆମ ଦଳର ବରିଷ୍ଠ ନେତ୍ରୀ ତଥା କୋରାଇର ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।  ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଉଛି । ଏହା ସହିତ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

ସଞ୍ଚିତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ । ଏକ୍ସରେ ସେ କହିଛନ୍ତି କି,  ଲୋକଙ୍କ ସେବା ଓ ଉନ୍ନତିରେ ସଞ୍ଚିତାଙ୍କ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ନବୀନ ।

https://twitter.com/Naveen_Odisha/status/2004415363002651029

କୋରେଇ ଫାଜଲପୁରର ମହମ୍ମଦ ନସିମୁଲ ଗନି, ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ
କୋରେଇ(ସୁକର୍ଣ୍ଣ ରାଉତ): ଭକ୍ତ ସାଲବେଗ ଜାତିରେ ଯବନ ହୋଇଥିଲେ ମଧ୍ୟ ତାଙ୍କ ଭକ୍ତିଭରା କଣ୍ଠରୁ ଝରି ପଡ଼ିଥିଲା ‘ଜଗବନ୍ଧୁ ହେ ଗୋସାଇଁ, ମୋ ଯିବା ଯାଏ ନନ୍ଦିଘୋଷ ଥିବ ରହି’। ଏହି ପଦିଏ ଭାବ ଭକ୍ତିଭରା ଗୀତରେ ନନ୍ଦିଘୋଷ ରଥ ବଡ଼ଦାଣ୍ଡରେ ଅଟକି ରହିଥିବା ଓଡ଼ିଶା ଇତିହାସରୁ ଜଣାପଡ଼େ। ଯାଜପୁର ଜିଲ୍ଲା କୋରେଇ ଫାଜଲପୁରର ବାସିନ୍ଦା ମହମ୍ମଦ ନସିମୁଲ ଗନି। ମୁସଲମାନ ହେଲେ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟ ତାଙ୍କର ଅତି ପ୍ରିୟ।

ଗନିଙ୍କ ଲେଖନୀ ନିସୃତ ମଧୁର କଣ୍ଠରୁ ଝରିପଡ଼େ ଶ୍ରୀଜଗନ୍ନାଥଙ୍କ ‘କେବେ ତୋ କଳା ଶ୍ରୀମୁଖ ନୟନେ ଦେଖିବି ମୋ ମନ ମନ୍ଦିରରେ ତୋ ମୂରତି ଆଙ୍କିବି’, ‘ଟେକିଧର ତାଙ୍କ ବାନା, ଟାଣି ନିଏ ମନ କାଳିଆ ସୁନା’, ‘ଚକା ନୟନ ତୋ କଳା ବଦନ ଚକିତ ହୋଇଲି କରି ଦର୍ଶନ’, ‘ବଡ଼ ଦେଉଳିଆ ତୁମେ ବଡ଼ ଠାକୁର’ ଆଦି ଭଜନ ଜଣାଣ। ଶ୍ରୀଜଗନ୍ନାଥଙ୍କ ପ୍ରତି ପ୍ରେମଭାବାପନ୍ନ, ଭକ୍ତି ନିବେଦନ, ଚିନ୍ତାଧାରା, ଭଜନ, ଜଣାଣ ଆଦି ରଚନା ଓ ଗାନ କରି କୋରେଇର ସାଲବେଗ ଭାବେ ସେ ପରିଚିତ। ଏହାବ୍ୟତୀତ ସେ ଜଣେ ସାରସ୍ୱତ ସାଧକ ମଧ୍ୟ ଅଟନ୍ତି।ଗନିଙ୍କ ବୟସ ୬୧ ବର୍ଷ। ପରିବାର କହିଲେ ସ୍ତ୍ରୀ ସହିତ ୩ ପୁଅ ଓ ୨ଝିଅ। ପରିବାରର ଅଭାବ ଅନଟନ ଯୋଗୁଁ ସେତେ ପାଠପଢ଼ି ନାହାଁନ୍ତି। ମୁସଲମାନ ହେଲେ ମଧ୍ୟ ବହୁ ସଂସ୍କୃତିର ମିଳନସ୍ଥଳ କୋରେଇରେ ଜନ୍ମ ହୋଇଥିବାରୁ ହିନ୍ଦୁ ଦେବାଦେବୀଙ୍କ ପ୍ରତି ତାଙ୍କର ବହୁ ଆକର୍ଷଣ ରହିଛି। ଏହା ସତ୍ତ୍ବେ ନିଜ ଧର୍ମକୁ ଅବହେଳା ନ କରି ପ୍ରତ୍ୟହ ବିଧି ଅନୁଯାୟୀ ନମାଜ ପାଠ କରନ୍ତି। ଅଭାବ ଅନଟନରେ ଥିଲେ ମଧ୍ୟ ସେ ନିଜର ସାରସ୍ୱତ ଚିନ୍ତାଧାରାକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି। ୧୯୮୨ରେ କୋରେଇ ହାଇସ୍କୁଲରେ ପଢ଼ୁଥିବା ସମୟରେ ସେ ପ୍ରଥମ ଭଜନ ଲେଖିଥିଲେ। ସେହିଦିନଠାରୁ ଆଉ ପଛକୁ ଫେରି ଚାହିଁନାହାଁନ୍ତି ବୋଲି ଗନି କହନ୍ତି। ଏବେ ସୁଦ୍ଧା ସେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭଜନ, ଜଣାଣ ଓ ଆଧୁନିକ କବିତା ଲେଖିଥିବା କହନ୍ତି। ଏଥିମଧ୍ୟରୁ ଚଉତିଶା ଭଜନ ମାଳା, ନବାକ୍ଷରୀ ଭାଗବତ, ଲକ୍ଷ୍ମୀନାରାୟଣ ପାଲା ଓ ଆଜିକା ଟୋକା ପ୍ରକାଶିତ ହୋଇଛି। ଅନ୍ୟଗୁଡିକ ଅର୍ଥାଭାବରୁ ପ୍ରକାଶିତ ହୋଇପାରି ନ ଥିବା ଦୁଃଖର ସହ କହିଛନ୍ତି।