RT-PCR TEST - The Sakala

ଅନ୍ୟ ରାଜ୍ୟରୁ ଓଡ଼ିଶା ଆସିଲେ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ
ଭୁବନେଶ୍ୱର: ଦେଶ ଓ ରାଜ୍ୟରୁ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ଦେଖି ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ବାହାର ରାଜ୍ୟରୁ ବସ୍, ଟ୍ରେନ୍ ଓ ବିମାନ ଯୋଗେ ଓଡ଼ିଶା ଆସୁଥିବା ଲୋକଙ୍କ ପାଇଁ କଟକଣାକୁ କଡ଼ାକଡ଼ି କରାଯାଇଛି । ବାହାର ରାଜ୍ୟରୁ ଆସିଥିବା ଲୋକ ୭୨ ଘଣ୍ଟା ପୂର୍ବର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଅଥବା ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ନେଇଥିବା ରିପୋର୍ଟ ଦେବେ । ଯଦି କେଉଁଟି ବି ନଥିବ ତ ସେମାନଙ୍କୁ ୭ ଦିନ ଲାଗି ବାଧ୍ୟତାମୂଳକ ହୋମ୍ କ୍ୱାରେଣ୍ଟାଇନ୍ କିମ୍ବା ଗୋଷ୍ଠୀଗତ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ୧୬ଟି ଜିଲ୍ଲାରେ ଆବଶ୍ୟକତା ଭିତ୍ତିରେ ଟିଏମସି ସ୍ଥାପନ ଓ ପରିଚାଳନା ଲାଗି ନିର୍ଦ୍ଦେଶ ଦିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଲାଗି ଗୋଷ୍ଠୀଗତ କ୍ୱାରେଣ୍ଟାଇନ୍ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଦିଆଯିବ ।

ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଉଭୟ ପଟୁ ସାଧାରଣ ପରିବହନ ବ୍ୟବସ୍ଥାକୁ ଏପ୍ରିଲ୍ ୩୦ ଯାଏ ବାତିଲ୍ କରାଯାଇଛି । ସୀମା ଦେଇ ଓଡ଼ିଶା ଆସୁଥିବା ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଭ୍ୟାକ୍ସିନ୍ ସାର୍ଟିଫିକେଟ୍ ଅଥବା ୭୨ ଘଣ୍ଟା ମଧ୍ୟରେ କରିଥିବା କୋଭିଡ୍ ଆରଟି-ପିସିଆର୍ ରିପୋର୍ଟ ଦେଖାଇବାକୁ ପଡ଼ିବ । ସମସ୍ତ ଶିଳ୍ପସଂସ୍ଥା, ଶିକ୍ଷାନୁଷ୍ଠାନ, ବ୍ୟବସାୟିକ ପ୍ରତିଷ୍ଠାନ କୋଭିଡ୍ କଟକଣା ମାନିବା ସହ ନିଜସ୍ୱ ଆଇସୋଲେସନ୍ ବ୍ୟବସ୍ଥା କରିବେ । କୋଭିଡ୍ ପଜିଟିଭ୍ ବାହାରିଲେ ସଂସ୍ଥା ସେମାନଙ୍କ ଲାଗି ଖର୍ଚ୍ଚ କରିବ । କୌଣସି ସଂସ୍ଥା କୋଭିଡ୍ ନିୟମ ପାଳନ ନକଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ।

ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନ ଏନେଇ ନିୟମିତ ଶିଳ୍ପ ଉଦ୍ୟୋଗ, ଶିକ୍ଷାନୁଷ୍ଠାନ, ବାଣିଜ୍ୟିକ ପ୍ରତିଷ୍ଠାନ ସହ ଆଲୋଚନା କରିବେ। କୋଭିଡ୍ କଟକଣା ମାନିବା ଯେଭଳି ମାସ୍କି ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ୍ ସ୍କାନିଂ ଓ ବାରମ୍ବାର ସାବୁନରେ ହାତ ଧୋଇବା ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି ।