Cancer Virus - The Sakala

କେକ୍‌ରେ କର୍କଟ ସୃଷ୍ଟିକାରୀ ଉପାଦାନ, ଚେତାବନୀ ଦେଲେ ସରକାର
ବେଙ୍ଗାଲୁରୁ: କର୍ଣ୍ଣାଟକରୁ ସାମ୍ନାକୁ ଆସିଛି ଚିନ୍ତାଜନକ ଖବର । ଆମେ ପ୍ରତିଦିନ ଖାଉଥିବା କେକ୍‌ରୁ କର୍କଟ ସୃଷ୍ଟିକାରୀ ଉପାଦାନ ମିଳିଛି। କର୍ଣ୍ଣାଟକର କିଛି ବେକେରି ଦୋକାନରେ ଏହା ବିକ୍ରି ହେଉଛି। ଏହାକୁ ନେଇ ରାଜ୍ୟ ଖାଦ୍ୟ ସୁରକ୍ଷା ଏବଂ ମାନକ ବିଭାଗ ଏହାକୁ ନେଇ ଚେତାବନୀ ଜାରି କରିଛି। ସୁରକ୍ଷା ନିୟମ ପାଳନ କରିବାକୁ ବେକେରୀ ଦୋକାନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ଦୁଇ ମାସ ତଳେ କେନ୍ଦ୍ର ଖାଦ୍ୟ ସୁରକ୍ଷା ବିଭାଗ ବିଚଳିତ କରିବା ଭଳି ତଥ୍ୟ ଦେଇଥିଲା।

ରାସ୍ତାକଡ଼ରେ ବିକ୍ରି ହେଉଥିବା ଗୁପ୍‌ଚୁପ୍‌, ମଞ୍ଚୁରିଆନ ଏବଂ କବାବ ଆଦି ଖାଦ୍ୟପଦାର୍ଥରେ ବିପଜ୍ଜନକ ‘କାର୍ସିନୋଜେନ’ ରସାୟନିକ ଥିବା ଜଣାପଡ଼ିଥିଲା। ରିପୋର୍ଟ ଅନୁଯାୟୀ କର୍ଣ୍ଣାଟକ ସରକାର ଗତ ମାସରେ ୨୩୫ କେକ୍‌ ନମୁନାକୁ ପରୀକ୍ଷା କରିଥିଲେ। ଏଥିରୁ ୧୨ଟିରେ ବିପଜ୍ଜନକ କୃତ୍ରିମ ରଙ୍ଗ ମିଶୁଥିବା ଜଣାପଡ଼ିଥିଲା। ଅଲୁରା ରେଡ୍‌, ସନ୍‌ସେଟ୍‌ ୱେଲୋ ଏଫ୍‌ସିଏଫ୍‌, ଷ୍ଟ୍ରବେରୀ ରେଡ୍‌, ଟାରଟ୍ରାଜିନ (ଲେମନ ୟେଲୋ) ଏବଂ କାରମୋଇସିନ (ମରୁନ) ଆଦିରେ କୃତ୍ରିମ ରଙ୍ଗ ବ୍ୟବହାର ହେଉଥିବା ଜଣାପଡ଼ିଥିଲା। ଏହା ଦ୍ବାରା କର୍କଟ ସମ୍ଭାବନା ବୃଦ୍ଧି ପାଇଥାଏ। ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ସେହିପରି ରେଡ୍‌ ଭେଲ୍‌ଭେଟ୍‌, ବ୍ଲାକ ଫରେଷ୍ଟରେ ମଧ୍ୟ ଏଭଳି ରଙ୍ଗ ବ୍ୟବହାର କରାଯାଉଛି ବୋଲି ବିଶେଷଜ୍ଞ କହୁଛନ୍ତି।

ହେଲ୍‌ଥ କାନାଡ଼ା ରିପୋର୍ଟ: ଫାଇଜର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ !
ଓଟାୱା: ଫାଇଜରର କରୋନା ଟିକାରେ କର୍କଟ ସୃଷ୍ଟିକାରୀ ସିମିୟନ ଭୂତାଣ ୪୦ (ଏସ୍‌ଭି-୪୦) ଡିଏନ୍‌ଏ ସିକ୍ବେନ୍ସ ମିଳିଛି। ହେଲ୍‌ଥ କାନାଡ଼ା ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ତେବେ ପୂର୍ବରୁ ଫାଇଜର ପକ୍ଷରୁ ଏହି ଡିଏନ୍‌ଏ ନେଇ କୌଣସି ସୂଚନା ଦିଆଯାଇ ନ ଥିଲା। ଏହି ରିପୋର୍ଟକୁ ନେଇ ବୈଜ୍ଞାନିକଙ୍କ ମଧ୍ୟରେ ବିତର୍କ ଆରମ୍ଭ ହୋଇଯାଇଛି। ଏହି ଡିଏନ୍‌ଏରେ କର୍କଟ ସୃଷ୍ଟି କରିବାର କ୍ଷମତା ରହିଛି। ଆଉ କିଛି ବୈଜ୍ଞାନିକ କୌଣସି ବିପଦ ନାହିଁ ବୋଲି କହିଛନ୍ତି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସୂଚନା ଦାଖଲ କରିବା ସମୟରେ ପ୍ଲାସ୍ମିଡ (ଏସ୍‌ଭି-୪୦ ଭଳି) ଭିତରେ କେଉଁ ଡିଏନ୍‌ଏ ଅନୁକ୍ରମ ରହିଛି ତାହାକୁ ଚିହ୍ନଟ କରିବାକୁ ପ୍ରାୟୋଜକମାନଙ୍କୁ କୁହାଯାଇଛି। ତେବେ ପ୍ରାରମ୍ଭିକ ତଥ୍ୟ ପ୍ରଦାନ ସମୟରେ ଫାଇଜର ପ୍ଲାସ୍ମିଡର ସମ୍ପୂର୍ଣ୍ଣ ଡିଏନ୍‌ଏ ସିକ୍ବେନ୍ସ ପ୍ରଦାନ କରାଯାଇଥିଲା। କିନ୍ତୁ ପ୍ରାୟୋଜକ ସ୍ବତନ୍ତ୍ର ଭାବେ ଏସ୍‌ଭି-୪୦ର ସିକ୍ବେନ୍ସ ଯାଞ୍ଚ କରି ନ ଥିଲା।