bonai - The Sakala

ଭୋକର ବିକଳ ଦୃଶ୍ଯ: ଭୋଜି ପରେ ପଡ଼ିଥିବା ଅଇଁଠା ଖଲିରୁ ଖାଦ୍ଯ ସଂଗ୍ରହ କରୁଛି ଶିଶୁ, ବିଡିଓଙ୍କ ତଦନ୍ତ ନିର୍ଦ୍ଦେଶ
ବଣାଇ: ଭୋକର ବିକଳ ଦୃଶ୍ଯ। ଖାଦ୍ଯ ପାଇଁ ଶିଶୁ ଚାଟୁଛି ଅଇଁଠା ଖଲି। ଏପରି ଅଭବାନୀୟ ଦୃଶ୍ଯ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓଟି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ କୋଇଡ଼ା ବ୍ଳକ ଅଞ୍ଚଳର ମାଲଦା ପଞ୍ଚାୟତ ଗଣୁଆ ଗାଁ ସୁନାପଶି ଡାଡୁଗୋଠ ସାହିର ବୋଲି ଜଣାପଡ଼ିଛି।

ସୂଚନା ଅନୁୁଯାୟା, ତାଡୁଗୋଠପଡ଼ାରେ ରୁହନ୍ତି ରାବଣ ମୁଣ୍ଡା । ତାଙ୍କର ତିନି ଛୁଆ ରାଜନ ମୁଣ୍ଡାକୁ ୭ ବର୍ଷ ହୋଇଥିବା ବେଳେ ମାଳତୀ ବର୍ଷର ଓ ମନୋରଞ୍ଜନ ଅଢ଼େଇ ବର୍ଷର । ଆର୍ଥିକ ଅନଟନ ଯୋଗୁଁ ଓଳିଏ ଖାଇଲେ ଓଲିଏ ଖାଇବାକୁ ପାଉନାହିଁ ପରିବାର। କିଛି ମାସ ତଳେ ରାବଣଙ୍କ ସ୍ତ୍ରୀ ଆରପାରିକୁ ଚାଲି ଯାଇଥିବା ବେଳେ ଏବେ ବାପା କାନ୍ଧରେ ୩ ଛୁଆଙ୍କ ବୋଝ । ଅନ୍ୟପଟେ ଦିନ ମଜୁରୀ ନ ଖଟିଲେ ପରିବାର ଚଳିବା ଅସମ୍ଭବ।

କିଛିଦିନ ତଳେ ସେହି ଗାଁରେ ଏକ ବାହାଘର ଭୋଜି ହୋଇଥିଲା। ଭୋଜି ପରେ ପଡ଼ିଥିବା ଅଇଁଠା ଖଲିକୁ ଭୋକ ସହି ନ ପାର ଖାଇବାରେ ଲାଗିଥିଲା ସାନ ପୁଅ । ଉକ୍ତ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

କୋଇଡ଼ା ବିଡିଓ ଖବର ପାଇବା ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମାଲଦା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଶିଶୁ କେଉଁ ପରିସ୍ଥିତିରେ ଅଇଁଠା ପତ୍ର ଚାଟିଲା ? ଶିଶୁର ଲାଳନ ପାଳନ ପାଇଁ କ’ଣ ବ୍ୟବସ୍ଥା ରହିଛି ? ଶିଶୁର ପରିବାରକୁ କେଉଁ ସରକାରୀ ସହାୟତା ମିଳିଛି ସେନେଇ ତଦନ୍ତ ଚାଲିଛି । ତଦନ୍ତ ପରେ ସରକାରୀ ସହାୟତା ଯୋଗାଇ ଦିଆଯିବା ସହ ଶିଶୁର ଭବିଷ୍ୟତ ସୁରଷିତ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି କୋଇଡା ବିଡିଓ ।