Gaganyaan - The Sakala

ଇସ୍ରୋ ବୈଜ୍ଞାନିକଙ୍କ ଇସ୍ତଫା ଗ୍ରହଣ ନକରିବାକୁ ନିର୍ଦ୍ଦେଶ, ନିୟମ କଡ଼ାକଡ଼ି କଲେ ସରକାର
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ଛାଡ଼ିବାକୁ ଚାହୁଁଥିବା ବୈଜ୍ଞାନିକ ଏବଂ ଇଞ୍ଜିନିୟରମାନଙ୍କ ପାଇଁ କେନ୍ଦ୍ର ସରକାର ନିୟମକୁ କଡ଼ାକଡ଼ି କରିଛନ୍ତି। ଗତ କିଛି ମାସ ମଧ୍ୟରେ ୧୦୦ ରୁ ଅଧିକ ବୈଜ୍ଞାନିକ ଇସ୍ତଫା ପାଇଁ ଆବେଦନ କରିବା ପରେ ମହାକାଶ ବିଭାଗ (Department of Space) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମାରକପତ୍ର ଜାରି କରାଯାଇଛି।

ଇସ୍ତଫା ଗ୍ରହଣ ନକରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ନିକଟରେ ଜାରି କରାଯାଇଥିବା ଏହି ସ୍ମାରକପତ୍ରରେ ଇସ୍ରୋର ବିଭିନ୍ନ କେନ୍ଦ୍ରଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଗ୍ରୁପ୍ 'ଏ' (Group 'A') ବୈଜ୍ଞାନିକ ଓ ବୈଷୟିକ କର୍ମଚାରୀଙ୍କ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର (ଭିଆରଏସ୍) ଆବେଦନକୁ ସାଧାରଣ ପ୍ରକ୍ରିୟାରେ ଗ୍ରହଣ କରାଯିବ ନାହିଁ। ବିଶେଷ କରି ଭାରତର ବହୁ ପ୍ରତୀକ୍ଷିତ ଗଗନଯାନ ମିଶନ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପରେ କାର୍ଯ୍ୟରତ ବୈଜ୍ଞାନିକଙ୍କ କ୍ଷେତ୍ରରେ ଏହି ନିୟମ କଡ଼ାକଡ଼ି ଲାଗୁ ହେବ। ଏଭଳି ସାମୂହିକ ଇସ୍ତଫା ଯୋଗୁଁ ଜାତୀୟ ସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହେଉଥିବା ବିଭାଗ ପକ୍ଷରୁ କୁହାଯାଇଛି।

ଅଧିକାରୀଙ୍କ କ୍ଷମତା ହ୍ରାସ

ପୂର୍ବରୁ ୨୦୨୦ ମସିହାରେ କେନ୍ଦ୍ରର ନିର୍ଦ୍ଦେଶକମାନଙ୍କୁ ବୈଜ୍ଞାନିକମାନଙ୍କର ଇସ୍ତଫା ଗ୍ରହଣ କରିବାକୁ କ୍ଷମତା ଦିଆଯାଇଥିଲା। କିନ୍ତୁ ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ଏଣିକି କୌଣସି ଆବେଦନ ସିଧାସଳଖ ଗ୍ରହଣ କରାଯାଇପାରିବ ନାହିଁ। ବରଂ ଇସ୍ତଫା କିମ୍ବା ସ୍ୱେଚ୍ଛାକୃତ ଅବସର ନେବାକୁ ଚାହୁଁଥିବା ବୈଜ୍ଞାନିକଙ୍କ ଆବେଦନକୁ କେନ୍ଦ୍ରର ନିର୍ଦ୍ଦେଶକମାନେ ନିଜର ସ୍ପଷ୍ଟ ସୁପାରିଶ ସହିତ ମହାକାଶ ବିଭାଗକୁ ପଠାଇବେ। ସେଠାରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

କେଉଁଠୁ କେତେ ଇସ୍ତଫା?

ସୂଚନା ଅନୁଯାୟୀ, ଗତ ମାସକ ମଧ୍ୟରେ କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ୟୁ.ଆର୍. ରାଓ ସାଟେଲାଇଟ୍ ସେଣ୍ଟର (URSC) ରୁ ପ୍ରାୟ ୮୦ ଜଣ ବୈଜ୍ଞାନିକ ଏବଂ କେରଳର ଥିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସାରାଭାଇ ସ୍ପେସ୍ ସେଣ୍ଟର (VSSC) ରୁ ପ୍ରାୟ ୨୦ ଜଣ ବୈଜ୍ଞାନିକ ଇସ୍ତଫା ଦେଇଛନ୍ତି। ବେସରକାରୀ ସଂସ୍ଥାରେ ଅଧିକ ଦରମା ଏବଂ ଉନ୍ନତ ସୁଯୋଗ ଆଶାରେ ବୈଜ୍ଞାନିକମାନେ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି।

‘ଗଗନାୟନ’ ମିଶନର ପ୍ରଥମ ପରୀକ୍ଷଣ ସଫଳ, ‘କ୍ର୍ୟୁ ମଡ୍ୟୁଲ’ର ହେଲା ସଫଳ ଲଞ୍ଚିଂ
ନୂଆଦିଲ୍ଲୀ: ଗଗନାୟନ ମିଶନର ସଫଳ ଉତ୍‌କ୍ଷେପଣ । କ୍ର୍ୟୁ ମଡ୍ୟୁଲ TV-D1ର ସଫଳ ପରୀକ୍ଷଣ କଲା ଇସ୍ରୋ । ଆଜି ପୂର୍ବାହ୍ନ ୧୦ଟାରେ ଶ୍ରୀହରିକୋଟାର ସ୍ପେଶ ସେଣ୍ଟରରୁ ଏହାର ସଫଳ ପରୀକ୍ଷଣ ହୋଇଛି । ଗଗନାୟନ ମିଶନର ‘କ୍ର୍ୟୁ ମଡ୍ୟୁଲ’ର ସଫଳ ଲଞ୍ଚିଂ ହୋଇଛି । ଇସ୍ରୋ ପକ୍ଷରୁ TV-D1ର ପ୍ରଥମ ସଫଳ ପରୀକ୍ଷଣ ସହ କ୍ରୁ ମଡ୍ୟୁଲର ଲଞ୍ଚିଂ ସଫଳ ହୋଇଥିବା ନେଇ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ କହିଛନ୍ତି। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ ।

ଆଜି ସକାଳ ୮ଟା ୪୫ରେ ଗଗନଯାନ ମିଶନର ଉତ୍‌କ୍ଷେପଣ ନିମନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା। କାଉଣ୍ଟଡାଉନ୍‌ ଆରମ୍ଭ ହୋଇ ସାରିଥିବା ବେଳେ ମାତ୍ର ୫ ସେକେଣ୍ଡ ପୂର୍ବରୁ ଉତ୍‌କ୍ଷେପଣକୁ ସ୍ଥଗିତ କରାଯାଇଥିଲା। ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା ।

ତେବେ ଉକ୍ତ ତ୍ରୁଟିକୁ ସଂଶୋଧନ କରି ଗଗନଯାନ ମିଶନ କ୍ରୁ ମଡ୍ୟୁଲର ସଫଳ ଲଞ୍ଚିଂ କରାଯାଇଛି। ଭୂପୃଷ୍ଠରୁ ୧୭ କିମି ଉପରକୁ ଯାଇ ସମୁଦ୍ର ମଧ୍ୟରେ ଖସିଲା ମାନବବିହୀନ ଏହି କ୍ରୁ ମଡ୍ୟୁଲ। ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଯୋଜନା ରଖିଛି ଇସ୍ରୋ । ଆଜିର ମିଶନ ସଫଳ ହୋଇଥିବାରୁ ଗଗନାୟନ ମିଶନର ସମସ୍ତ ସଦସ୍ୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଇସ୍ରୋ ଅଧ୍ୟକ୍ଷ ।

ଉତକ୍ଷେପଣର ମାତ୍ର ୫ ସେକେଣ୍ଡ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ
ନୂଆଦିଲ୍ଲୀ: ଉତ୍‌କ୍ଷେପଣର ମାତ୍ର ୫ ସେକେଣ୍ଡ୍‌ ପୂର୍ବରୁ ସ୍ଥଗିତ ରହିଲା ଗଗନଯାନ ମିଶନର କ୍ରୁ ମଡ୍ୟୁଲ୍ ପରୀକ୍ଷଣ । ପରୀକ୍ଷଣକୁ ସ୍ଥଗିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ଇସ୍ରୋ ମୁଖ୍ୟ ଏସ୍ ସୋମନାଥ । ବୈଷୟିକ ସମସ୍ୟା ଯୋଗୁଁ ପରୀକ୍ଷଣକୁ ସ୍ଥଗିତ କରାଯାଇଛି । ତେବେ ଉତ୍‌କ୍ଷେପଣ ସମୟରେ କେଉଁ ପ୍ରକାର ବୈଷୟିକ ସମସ୍ୟା ରହିଛି ତାହାର ନୀରିକ୍ଷଣ କରାଯିବ ଏବଂ ଏହାପରେ ଖୁବଶୀଘ୍ର ପୁଣିଥରେ ଏହାର ପରୀକ୍ଷଣ କରାଯିବ ବୋଲି କହିଛନ୍ତି ସୋମନାଥ ।

ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮ ରେ ଗଗନଯାନ ମିଶନର ଅଂଶ ଭାବେ ‘କ୍ରୁ ମଡ୍ୟୁଲ’ (ଟିଭି-ଡି୧)ର ପରୀକ୍ଷଣ କରିବ ବୋଲି ସମୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ପାଗ ଖରାପ ଯୋଗୁଁ ସମୟ ପରିବର୍ତ୍ତନ କରାଯାଇ ସକାଳ ୮.୩୦ରେ ଏହାର ପରୀକ୍ଷଣ କରାଯିବ ବୋଲି ‘ଇସ୍ରୋ’ ଘୋଷଣା କରିଥିଲା। ତା’ପରେ ଉତ୍‌କ୍ଷେପଣ ସମୟ ୮.୪୫ ବୋଲି ପୁଣି ଘୋଷଣା କରାଗଲା, ଏବଂ ଶେଷ ମୁହୂର୍ତ୍ତରେ ଯାନ୍ତ୍ରିକ ତ୍ରୁଟି ଦର୍ଶାଇ ଉତ୍‌କ୍ଷେପଣ ସମ୍ପୂର୍ଣ୍ଣ ସ୍ଥଗିତ ରଖାଯାଇଛି ବୋଲି ଘୋଷଣା କରାଗଲା।

ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଥାନ୍ତା ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିଥାନ୍ତା । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ରହିଛି । ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିଥାନ୍ତା । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ବୋଲି ଏହି ପରୀକ୍ଷଣ କରାଯାଇଥାନ୍ତା ।

ଆଜି ସକାଳ ୮ଟା ୩୦ମିନିଟରେ ଗଗନାୟନ ଅଭିଯାନର ପ୍ରଥମ ପରୀକ୍ଷଣ କରିବ ଇସ୍ରୋ
ନୂଆଦିଲ୍ଲୀ: ମହାକାଶକୁ ମାନବ ପଠାଇବାକୁ ଇସ୍ରୋର ଲକ୍ଷ୍ୟ । ଆଜି ସକାଳ ୮ଟା ୩୦ମିନିଟରେ ଗଗନାୟନ ଅଭିଯାନର ପ୍ରଥମ ପରୀକ୍ଷଣ କରିବ ଇସ୍ରୋ । ଗଗନଯାନ ମିଶନର ଅଂଶ ଭାବେ ‘କ୍ରିଉ ମଡ୍ୟୁଲ’ର ପରୀକ୍ଷା କରାଯିବ । ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ତିରୁପତି ଜିଲ୍ଲାରେ ଥିବା ଶ୍ରୀହରୀକୋଟାସ୍ଥିତ ସତୀଶ ଧୱନ୍‌ ମହାକାଶ କେନ୍ଦ୍ରରୁ ଆଜି ସକାଳ ୮.୩୦ରେ ‘ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ’ ବା ‘ଇସ୍ରୋ’ ତା’ର ଆକାଙ୍‌କ୍ଷିତ ମାନବବାହୀ ମହାକାଶଯାନ ଯୋଜନା ‘ଗଗନଯାନ’ ଲାଗି ଉଦ୍ଦିଷ୍ଟ ତରଳ ଇନ୍ଧନ ଚାଳିତ ରକେଟ୍‌ ‘ଟେଷ୍ଟ୍‌ ଭେଇକ୍ଲ୍‌’ର (ଟିଭି-ଡି୧) ପରୀକ୍ଷଣ କରିବ ।

ଆଜି ସକାଳ ୮ ବେଳେ ଏହାର ପରୀକ୍ଷଣ କରାଯିବ ବୋଲି ପୂର୍ବରୁ ‘ଇସ୍ରୋ’ ଘୋଷଣା କରିଥିଲା। ମାତ୍ର ଉତକ୍ଷେପଣ ସମୟରେ ସାମାନ୍ୟ ପରିବର୍ତ୍ତନ କରାଯାଇ ୮ଟା ୩୦ମିନିଟ ସମୟ ଧାର୍ଯ୍ୟ କରାଯାଇଛି । ପୃଥିବୀ ପୃଷ୍ଠରୁ ଉତକ୍ଷେପଣ ପରେ କ୍ରିଉ ମଡ୍ୟୁଲ ରକେଟରୁ ଅଲଗା ହୋଇଯିବ ଏବଂ ୧୭ କିଲୋମିଟର ଉଚ୍ଚରୁ ପ୍ୟାରାଚ୍ୟୁଟ ସାହାଯ୍ୟରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବ । କ୍ରିଉ ମଡ୍ୟୁଲ ଭିତରେ ପୃଥିବୀର ବାୟୁମଣ୍ଡଳ ଭଳି ପରିବେଶ ମଧ୍ୟ ରହିବ । ବିଭିନ୍ନ ପର୍ଯ୍ୟାୟରେ ୧୦ଟି ପ୍ୟାରାଚୁଟ ସହାୟତାରେ ଏହି କ୍ରିଉ ମଡ୍ୟୁଲ ତଳକୁ ଖସିବା ସହ ସମୁଦ୍ରରେ ପଡିବ । ଏହା ସଫଳ ହେବା ପରେ ଆଗାମୀ ଦିନରେ କ୍ରିଉ ମଡ୍ୟୁଲ ସାହାଯ୍ୟରେ ଚନ୍ଦ୍ର ଅବା ଅନ୍ୟ ଗ୍ରହକୁ ମଣିଷ ପଠାଇ ପୁଣି ତାଙ୍କୁ ଫେରାଇ ଅଣାଯାଇପାରିବ ।