Dabur - The Sakala

ଆମେରିକା ଓ କାନାଡ଼ା ଗ୍ରାହକଙ୍କ ଅଭିଯୋଗ: କର୍କଟ ସୃଷ୍ଟି କରୁଛି ଡାବର କେଶ ବିନ୍ୟାସ ସାମଗ୍ରୀ
ନୂଆଦିଲ୍ଲୀ: ବିଦେଶରେ ଡାବର କମ୍ପାନୀ ନାମରେ ଆସିଛି ସାଂଘାତିକ ଅଭିଯୋଗ। କମ୍ପାନୀର ହେୟାର ରିଲାକ୍ସର ଉତ୍ପାଦ (କେଶ ବିନ୍ୟାସକାରୀ ସାମଗ୍ରୀ) ବ୍ୟବହାର କଲେ ହେଉଛି କର୍କଟ ରୋଗ ବା କ୍ୟାନସର। ଗର୍ଭାଶୟ ଓ ମୂତ୍ରାଶୟରେ କ୍ୟାନ୍‌ସର ହେଉଥିବା ସହ ଅନ୍ୟ ରୋଗ ବି ହେଉଥିବା ଅଭିଯୋଗ କରିଛନ୍ତି ଆମେରିକା ଓ କାନାଡ଼ାର ଗ୍ରାହକମାନେ। ଏଥିପାଇଁ ଡାବର କମ୍ପାନୀର କିଛି ଶାଖା କମ୍ପାନୀକୁ ସେଠାରେ ବନ୍ଦ କରିଦିଆଯାଇଥିବା ବୁଧବାର ଡାବର ଇଣ୍ଡିଆ ଡାବୁ.ଏନ୍‌ଏସ୍‌ ସୂଚନା ଦେଇଛି। ଏଥିସହିତ ଦୁଇ ଦେଶରେ କମ୍ପାନୀ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି କୁହାଯାଉଛି।

ଗ୍ରାହକଙ୍କ ଏପରି ଅଭିଯୋଗ ପରେ ଗୁରୁବାର ସକାଳେ କମ୍ପାନୀର ଶେୟାର ୨.୫% ହ୍ରାସ ପାଇଛି। କମ୍ପାନୀ ବିରୋଧରେ ବର୍ତ୍ତମାନ ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ଅନ୍ୟପକ୍ଷରେ ଡାବର ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି। କମ୍ପାନୀ ବିରୋଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତିହୀନ ଓ ବିନା ଗବେଷଣା କରି ଅଭିଯୋଗ କରାଯାଇଥିବା କମ୍ପାନୀ କହିଛି। କମ୍ପାନୀ ବିରୋଧରେ ଲାଗିଥିବା ଅଭିଯୋଗ ନେଇ କୁହାଯାଇଛି ଯେ ଏହାର ସହାୟକ କମ୍ପାନୀ, ନମସ୍ତେ ଲାବୋରେଟୋରୀ, ଡର୍ମୋଭିଭା ସ୍କିନ୍ ଏସେନସିଆଲ୍ସ ଏବଂ ଡାବର ଇଣ୍ଟରନ୍ୟାସନାଲ ସମେତ ଅନେକ କମ୍ପାନୀ ବିରୁଦ୍ଧରେ ଆମେରିକାର ଫେଡେରାଲ କୋର୍ଟରେ ପ୍ରାୟ ୫,୪୦୦ ମାମଲା ରୁଜୁ କରାଯାଇଛି। ସହାୟକ କମ୍ପାନୀଗୁଡ଼ିକ ଅଭିଯୋଗକୁ ଖଣ୍ଡନ କରିବା ସହ ମାମଲାରେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।