Naxal Released CRPF Jawan - The Sakala

ଅପହୃତ ଯବାନ ରାକେଶ୍ୱରଙ୍କ ମୁକ୍ତି ପରେ ପତ୍ନୀ କହିଲେ ଜୀବନର ସବୁଠୁ ଖୁସିର ଦିନ, ଭାରତ ମାତା କି ଜୟରେ କମ୍ପିଲା ସାରା ଦେଶ
ଭୁବନେଶ୍ବର: ମାଓବାଦୀଙ୍କ କବଳରେ ଥିବା କୋବ୍ରା କମାଣ୍ଡର ରାକେଶ୍ୱର ସିଂହ ମାନହାସ ମୁକ୍ତି ପାଇବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। ଖାଲି ପରିବାର ନୁହେଁ ଦେଶର ମଧ୍ଯ ଏକ ପ୍ରକରା ଆନନ୍ଦର ଲହରୀ ଖେଳିଯାଇଛି। ଭାରତ ମାତା କି ଜୟରେ କମ୍ପିଛି ସାରା ଦେଶ।

ରାକେଶ୍ବରଙ୍କ ପତ୍ନୀ ମିନୁ ମାନହାସ କହିଛନ୍ତି ଯେ,  ଆଜି ତାଙ୍କ ଜୀବନର ସବୁଠୁ ଖୁସିର ଦିନ। କେନ୍ଦ୍ର ଓ ଛତିଶଗଡ଼ ସରକାରଙ୍କୁ ମଧ୍ଯ ଧନ୍ଯବାଦ ଜଣାଇଛନ୍ତି ପତ୍ନୀ ମିନୁ। ମୁଁ ହିମ୍ମତ ହରାଇ ନ ଥିଲି , ଧର୍ଯ୍ଯ ରଖିଥିଲି । ସେ ନିଶ୍ଚିତ ଫେରିବେ ବୋଲି ଆଶାବାଦୀ ଥିଲି ବୋଲି ପତ୍ନୀ ମିନୁ କହିଛନ୍ତି। ସେହିପରି ରାକେଶ୍ୱରଙ୍କ ମାଆ କହିଛନ୍ତି ଯେ, ମୋ ପୁଅକୁ ଛାଡିଥିବାରୁ ଧନ୍ଯବାଦ।

ସପଟେ ଜଲଦି ପାପା ଘରକୁ ଫେରି ଆସନ୍ତୁ ବୋଲି କୁନି ଝିଅ କହିଛନ୍ତି।

ଅପହରଣର ୬ଦିନ ପରେ କୋବ୍ରା କମାଣ୍ଡର ରାକେଶ୍ବର ସିଂ ମାହାସଙ୍କୁ  ମାଓବାଦୀମାନେ ଗ୍ରାମବାସୀଙ୍କ ନିକଟରେ ଛାଡ଼ିଥିଲେ।। ସେଠାରୁ ତାଙ୍କୁ  ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନିଆଯାଇଥିଲା। ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପରେ ସେ ଛତିଶଗଡ଼ ବାସାଗୁଡା ସିଆରପିଏଫ କ୍ଯାମ୍ପରେ ପହଞ୍ଚିଥିଲେ। ଏକ ଆମ୍ବୁଲାନ୍ସ ରେ ଆସି ବାସାଗୁଡ଼ା କ୍ଯାମ୍ପରେ ପହଁଞ୍ଚିଥିଲେ।

ସୂଚନା ଅନୁଯାୟୀ, ଛତିଶଗଡ଼ର ବିଜାପୁର ସୁକ୍‌ମାରେ ୩ ଏପ୍ରିଲରେ ବଡ଼ ଧରଣର ମାଓ ଅପରେସନ ପରେ ମାଓବାଦୀ ମାନେ ରାକେଶ୍ୱରଙ୍କୁ ଅପହରଣ କରିନେଇଥିଲେ । ମାଓ ଅପରେସନ୍ ବେଳେ ୨୨ ଯବାନ ସହିଦ ହୋଇଥିବା ବେଳେ ୩୧ ଜଣ ଯବାନ ଆହତ ହୋଇଥିଲେ ।

ରାକେଶ୍ୱର ସିଂଙ୍କୁ ମାଓବାଦୀ ବନ୍ଧକ ରଖି ମୁକ୍ତି ପାଇଁ ସର୍ତ୍ତ ରଖିଥିଲେ । ମଧ୍ୟସ୍ଥିଙ୍କ ଜରିଆରେ ଯବାନଙ୍କୁ ମୁକ୍ତି ମିଳିବ ବୋଲି ମାଓବାଦୀ ପ୍ରେସ୍ ରିଲିଜ୍ ଜାରି କରିଥିଲେ ।

କିଛି ଦିନ ତେଳେ ରାକେଶ୍ୱର ସିଂହ ମାନହାସ ସୁରକ୍ଷିତ ଥିବା ନେଇ ସ୍ପଷ୍ଟ କରିଥିଲା ମାଓବାଦୀ ସଙ୍ଗଠନ। ମାଓବାଦୀମାନେ ରାକେଶ୍ଵରଙ୍କ ଫଟୋ ସୋସିଆଲ ମିଡିଆରେ ଜାରି କରିଥିଲେ। ତାଙ୍କୁ ତାଳପତ୍ର ଦ୍ବାରା ଘୋଡ଼ାଯାଇଥିବା ଏକ କୁଡ଼ିଆରେ ରଖାଯାଇଥିବା ଦେଖିବାକୁ ମିଳିଥିଲା।