BBSR – Cuttack - The Sakala
କାର୍ତ୍ତିକ ପୂର୍ଣ୍ଣିମାରେ ମନଇଚ୍ଛା ଫୁଟିଲା ବାଣ, ଟ୍ବିନ ସିଟିରେ ବିଗିଡିଲା ବାୟୁର ମାନ...
ଭୁଭନେଶ୍ବର: ବିଗିଡି ଯାଇଛି କଟକ ଓ ଭୁବନେଶ୍ୱରର ବାୟୁର ମାନ। ଗତକାଲି କାର୍ତ୍ତିକପୂର୍ଣ୍ଣିମାରେ ମନଇଚ୍ଛା ବାଣ ଫୁଟାଇଲେ ଲୋକୋ। ଯାହା ଗ୍ରୀନ କ୍ରାକର ନ ଥିଲା। କଟକରେ AQI ୨୦୩ ଯାହା ଖରାପ ଓ ଭୁବନେଶ୍ୱରରେ ୧୮୯ ଯାହା ମଧ୍ୟମ। ଏଥି ପାଇଁ ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଆସ୍ତମା ରୋଗୀଙ୍କ ପାଇଁ ବିପଦ ଆଣି ପାରେ ବୋଲି ପରିବେଶ ବିଜ୍ଞାନୀ କହିଛନ୍ତି। ବାଣ ଫୁଟା ଯୋଗୁଁ inversion temperature ହୋଇଯାଇଛି। ଖରା ଦିନେ ବାୟୁ ଉପରକୁ ଯାଏଁ। ହେଲେ ଏବେ ଇନଭର୍ସନ ତାପମାତ୍ରା  ଯୋଗୁଁ ବାୟୁ ତଳେ ହିଁ ରହୁଛି। ଯାହା ବାୟୁମଣ୍ଡଳରେ ଏକ ଧଳା ଗାର କରି ଦେଉଛି ବୋଲି ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମୁଖ୍ୟ ପରିବେଶ ବିଜ୍ଞାନୀ ନିରଞ୍ଜନ ମଲ୍ଲିକ କହିଛନ୍ତି।
ପାଗରେ ପରିବର୍ତ୍ତନ: କୋହଲା ପାଗ ସାଙ୍ଗକୁ ଟ୍ବିନ୍‌ ସିଟିରେ ଝିପଝିପ ବର୍ଷା
ଭୁବନେଶ୍ବର: ଆଜି ସକାଳୁ କଟକ ଓ ଭୁବନେଶ୍ବରରେ କୋହଲା ପାଗ ସାଙ୍ଗକୁ ଲାଗି ରହିଛି ବର୍ଷା । ଗତକାଲି ଦିନ ତମାମ ଶୁଖିଲା ପାଗ ଥିବା ବେଳେ ଆଜି ସକାଳୁ ହଠାତ ପାଗରେ ପରିବର୍ତ୍ତନ ଘଟିଛି। ତେବେ ସକାଳୁ ସକାଳୁ କଟକ ଓ ଭୁବନେଶ୍ବର ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଝିପଝିପ ବର୍ଷା ଲାଗିରହିଛି। ଏଥିପାଇଁ ଭୁବନେଶ୍ବର ସମେତ ଖୋର୍ଦ୍ଧାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା, ଅପରାଧୀକ କାର୍ଯ୍ୟକଳାପ ରୋକିବା ପାଇଁ ଟୋଲ ଫ୍ରି ନମ୍ବର ଜାରି
ଭୁବନେଶ୍ବର: ପାର୍ବଣ ପୂର୍ବରୁ ଟ୍ବିନ ସିଟି ବାସୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇଛି କମିଶନରେଟ ପୁଲିସ । ଭୁବନେଶ୍ୱରରେ ବ୍ୟାପକ ହେଉଛି ଲେଟ ନାଇଟ ସେଫ ସିଟି ଡ୍ରାଇଭ। ଲକ୍ଷ୍ମୀସାଗର ଓ ନୟାପଲ୍ଲୀ ଅଞ୍ଚଳରେ ଅନ୍ଧାର ରାତିରେ ପାଟ୍ରୋଲିଂକୁ ବଢାଇ ଦିଆଯାଇଛି। ଗଳି କନ୍ଦିରେ କମିଶନରେଟ ପୁଲିସ ପଇଁତରା ମାରିଛି।  ଟିମ ୬୦, ସିଟିଏସ ଓ ପୁଲିସ ପକ୍ଷରୁ ସନ୍ଦେହଜନକ ସ୍ଥାନରେ ଛାପା ମରାଯାଉଛି।  ରାତି ୯ ଟା ଭିତରେ ଖଟିରେ ଚଢ଼ାଉ କରି ବର୍ତ୍ତମାନ ସୁଦ୍ଧା ୧୬ ଜଣଙ୍କୁ ଧରିଛି ପୁଲିସ ।
ରେସିଡେଣ୍ଟାଲ ଏରିଆରେ ଆସାମାଜିକଙ୍କ ବିରୋଧରେ ଜିରୋ ଟଲରାନ୍ସ ନୀତି ଗ୍ରହଣ କରାଯାଇଛି। ଷ୍ଟ୍ରିଟ କ୍ରାଇମ ନିପାତ ପାଇଁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି।  କୌଣସି ଅପରାଧୀକ କାର୍ଯ୍ୟକଳାପ ନଜରକୁ ଆସିଲେ ୭୦୭୭୭୯୮୧୧୧ କୁ କଲ କରିବାକୁ ଅନୁରୋଧ କରିଛି କମିଶନରେଟ ପୁଲିସ ।
ଭୁବନେଶ୍ୱର-କଟକ ‘ମେଟ୍ରୋ’ ପ୍ରକଳ୍ପ: ଡିପିଆର ପ୍ରସ୍ତୁତ କରିବ ଓଆରଆଇଡିଏଲ, ସର୍ବନିମ୍ନ ସମୟରେ ପ୍ରସ୍ତୁତ କରିବାକୁ ଗୁରୁତ୍ବ
ଭୁବନେଶ୍ୱର: ଭୁବନେଶ୍ୱର-କଟକ ମେଟ୍ରୋ ରେଳ ପ୍ରକଳ୍ପ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ପାଇଁ ଆରମ୍ଭ ହୋଇଥିବା ବେଳେ ସର୍ବନିମ୍ନ ସମୟସୀମା ମଧ୍ୟରେ ଡିପିଆର ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଇଛି। ଡିପିଆର୍‌‌ ପ୍ରସ୍ତୁତି ସମୟରେ ଯେଉଁ ବିଭାଗଗୁଡ଼ିକର ସହାୟତା ଆବଶ୍ୟକ ପଡ଼ିବ, ଅଗ୍ରାଧିକାର ଭିତ୍ତିରେ ସହଯୋଗ ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଦ୍ୱାରା ଅତି କମ୍‌‌ ସମୟ ମଧ୍ୟରେ ଏହି ପ୍ରକଳ୍ପର ଡିପିଆର୍‌‌ ପ୍ରସ୍ତୁତି ଶେଷ ହୋଇ ପ୍ରକଳ୍ପ କାମ ଆରମ୍ଭ କରିବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଡିପିଆର୍‌‌ ପ୍ରସ୍ତୁତ ପାଇଁ ଓଡ଼ିଶା ରେଳ ଭିତ୍ତିଭୂମି ଉନ୍ନୟନ ଲିମିଟେଡ୍‌‌ (ଓଆରଆଇଡିଏଲ୍‌‌)କୁ ଦାୟିତ୍ୱ ପ୍ରଦାନ କରାଯାଇଛି ଏବଂ ଏହି କାମ ପାଇଁ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ ବୈଷୟିକ ସହାୟତା ଯୋଗାଇ ଦେବେ। ଏହା ସହିତ ସହରର ବିଭିନ୍ନ ସେବା ଯୋଗାଣକାରୀ ସଂସ୍ଥା ମଧ୍ୟ ଏହି ଡିପିଆର୍‌‌ କମିଟିରେ ସ୍ଥାନିତ ହେବୋଲି ଜଣାପଡ଼ିଛି। ଏହି କାର୍ଯ୍ୟର ସମନ୍ୱୟ ନିମନ୍ତେ ବିଡିଏ ଉପାଧ୍ୟକ୍ଷ ବଳବନ୍ତ ସିଂଙ୍କ ଅଧ୍ୟକ୍ଷତାରେ ଏକ ‘ସହର ସମନ୍ୱୟ କମିଟି’ (ସିସିସି) ଗଠନ କରାଯାଇଛି। ଏହି କମିଟିରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କୁ ସଦସ୍ୟ ଭାବେ ସାମିଲ କରାଯାଇଛି।
ପରିବହନ କ୍ଷେତ୍ରରେ ରୂପାନ୍ତରଣ ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶାରେ ମେଟ୍ରୋ ସେବା ଆରମ୍ଭ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଡ୍ରିମ୍‌‌ ପ୍ରୋଜେକ୍ଟ ଭାବେ ଏହାକୁ ଗ୍ରହଣ କରାଯାଉଥିବା ବେଳେ ଅଳ୍ପ ଦିନ ମଧ୍ୟରେ ପ୍ରକଳ୍ପ କାମ ଶେଷ କରି ଓଡ଼ିଶା ମାଇଲଖୁଣ୍ଟ ସ୍ଥାପନ କରିବାକୁ ଯୋଜନା କରିଛି। ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପକୁ ଅନୁମୋଦନ କରିବା ପରଠାରୁ ଦ୍ରୁତ ଗତିରେ ଏନେଇ କାମ ଆରମ୍ଭ ହୋଇଛି। ଏହି ପ୍ରକଳ୍ପ ଅଧୀନରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କଟକ ତ୍ରିଶୁଳିଆ ମଧ୍ୟରେ ପ୍ରଥମେ ମେଟ୍ରୋ ଟ୍ରେନ୍‌‌ ଚଳାଚଳ କରିବାକୁ ଥିବା ବେଳେ ପରେ ପୁରୀ ଓ ଖୋର୍ଦ୍ଧା ପର୍ଯ୍ୟନ୍ତ ଏହାକୁ ସମ୍ପ୍ରସାରଣ କରିବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ୫-ଟି ଉପକ୍ରମ ଅଧୀନରେ ରାଜ୍ୟ ସରକାର ଏହି ମହତ୍ୱାକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି। ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ପର୍ଯ୍ୟଟନ, ଆର୍ଥିକ ଓ ସାମାଜିକ ଦୃଷ୍ଟି କୋଣରୁ ମେଟ୍ରୋ ଟ୍ରେନ୍‌‌ ପ୍ରକଳ୍ପ ରାଜ୍ୟ ପାଇଁ ସମୃଦ୍ଧିର ପଥ ଉନ୍ମୁକ୍ତ କରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସହର ସମନ୍ୱୟ କମିଟିରେ ପରିବହନ ବିଭାଗ, ୱାଟକୋ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌‌, ବିଏସ୍‌‌ଏନ୍‌‌ଏଲ, ଶକ୍ତି ବିଭାଗ, ଗେଲ୍‌‌, ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ, ବିଡିଏ, ଏନ୍‌‌ଏଚ୍‌‌ଏଆଇ, କ୍ରୁଟ୍‌‌, ବୈଦ୍ୟୁତିକ ଓ ସୂଚନା ପ୍ରଯୁକ୍ତି ବିଦ୍ୟା, ଇଡ୍‌‌କୋ, ବିଏମସି ଓ କମିସନରେଟ ପୁଲିସର ବରିଷ୍ଠ ଅଧିକାରକାରୀମାନେ ସାମିଲ ଅଛନ୍ତି। ଏହି ବିଭାଗଗୁଡ଼ିକ ଜଣେ ଜଣେ ସ୍ୱତନ୍ତ୍ର ଅଧିକାରୀଙ୍କୁ ଏହି କମିଟି ପାଇଁ ନିଯୁକ୍ତ କରିଛନ୍ତି ଓ ଏମାନେ ଆଗକୁ ଏହି ପ୍ରକଳ୍ପ ସମ୍ପର୍କିତ ସମସ୍ତ କାର୍ଯ୍ୟରେ ସହାୟତା ପ୍ରଦାନ କରିବେ ବୋଲି ନିଷ୍ପତ୍ତି ହୋଇଛି।
ଇତି ମଧ୍ୟରେ ଏହି କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ଓଆରଆଇଡିଏଲ୍‌‌ ଦ୍ୱାରା ପ୍ରସ୍ତୁତ ଏକ ପିପିଟି ପ୍ରଦର୍ଶନ କରାଯାଇ ଅଧିକାରୀମାନଙ୍କୁ ପ୍ରକଳ୍ପ ସମ୍ପର୍କରେ ବିସ୍ତୃତ ଭାବରେ ଅବଗତ କରାଯାଇଛି। ଏହି ଡିପିଆର୍‌‌ ସହିତ ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଓ ପୁରୀକୁ ମେଟ୍ରୋ ଚଳାଚଳ ନେଇ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତିତ ସମ୍ପର୍କରେ ମଧ୍ୟ ଏଠାରେ ଆଲୋଚନା ହୋଇଛି। କମ୍‌‌ ସମୟ ମଧ୍ୟରେ କିପରି ଉନ୍ନତ ମାନର ଜ୍ଞାନକୌଶଳ ବ୍ୟବହାର କରି ଏହି ମେଟ୍ରୋ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରାଯାଇପାରିବ ସେନେଇ ସମସ୍ତ ଅଧିକାରୀ ସୁନିଶ୍ଚିତ କରିଥିବା ଜଣାପଡ଼ିଛି।
ଗତକାଲିଠୁ ଜୋରଦାର ଚେକିଂ: ଟ୍ବିନ୍‌ ସିଟିର ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ପାଇଁ ପୁଲିସ କମିଶନରଙ୍କ କଡ଼ା ଚେତାବନୀ
ଭୁବନେଶ୍ବର : ଗତକାଲିଠୁ ଜୋରଦାର ଚେକିଂ କରିବ ପୁଲିସ। କଟକ-ଭୁବନେଶ୍ବରରେ ଥିବା ସମସ୍ତ ମଲ, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ଗୁଡିକ ଉପରେ ପୁଲିସ କଡା ନଜର ରଖିଛି। ନୂଆ ବର୍ଷ ପାଇଁ ଯେପରି ଭିଡ ନହୁଏ ତାହା ଉପରେ ସ୍ବତନ୍ତ୍ର ଧ୍ୟାନ ସହ ସେଠାକୁ ଆସୁଥିବା ସମସ୍ତ ଲୋକ ଯେପରି କୋଭିଡ ନିୟମ ପାଳନ କରନ୍ତି ତାହା ଧ୍ୟାନ ଦେବାକୁ କୁହାଯାଇଛି। ଏଥିପାଇଁ ଟ୍ବିନ୍‌ ସିଟି କଟକ-ଭୁବନେଶ୍ବରର ସମସ୍ତ ମଲ୍‌, ରେଷ୍‌ଟୁରାଣ୍ଟ, ବାର୍‌ ଓ କ୍ଲବ ପାଇଁ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଡା ଚେତାବନୀ ଶୁଣାଇ ଦେଇଛନ୍ତି।
ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ଏସଆରସିଙ୍କ ନିୟମ ଅନୁସାରେ ମାଲିକମାନେ କୋଭିଡ ନିୟମ ଠିକ୍ ଭାବରେ ପାଳନ କରନ୍ତୁ। ଗତକାଲିଠୁ ଚେକିଂକୁ ଜୋରଦାର କରାଯାଇଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ଜୋରଦାର ଚେକିଂ ଓ ବ୍ଳକିଙ୍ଗ କରାଯିବ। ନିୟମରେ ଖିଲାପ ହେଲେ ସମ୍ପୃକ୍ତ ଅନୁଷ୍ଠାନକୁ ସିଲ୍ କରାଯିବା ସହ ମୋଟା ଅଙ୍କର ଜରିମାନା ଆଦାୟ ହେବ। ଏମିତିକି ନିୟମ ଅନୁସାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।
ଟ୍ରାଫିକ ନିୟମ ଉଲଘଂନ କରି ଟ୍ୱିନ୍‌ସିଟିରେ ଅମାନିଆ ଗଣିଛନ୍ତି ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା
ଭୁବନେଶ୍ୱର: ଟ୍ରାଫିକ ନିୟମ ଉଲଘଂନ କରିବା ମାହାଙ୍ଗା ପଡିଛି ଅମାନିଆଙ୍କୁ । ନିୟମ ନ ମାନି ପ୍ରାୟ ୨୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଜରିମାନା ଜାଣିଛନ୍ତି ଏହି ଅମାନିଆମାନେ । ତେବେ ଗତ ୨୦୨୦ ଓ ୨୦୨୧ ଅଗଷ୍ଟ ସୁଦ୍ଧା କଟକ-ଭୁବନେଶ୍ୱରରେ କେତେ ଟଙ୍କା ଜୋରିମାନା ଆକାରରେ ଆଦାୟ ହୋଇଛି ସେନେଇ ବିସ୍ତୃତ ତଥ୍ୟ ଗୃହରେ ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ।
ତଥ୍ୟ ଅନୁସାରେ, ଟ୍ୱିନ୍ ସିଟିରେ ଅମାନିଆଙ୍କ ଠାରୁ ଆଦାୟ ହୋଇଛି ୨୧କୋଟି ୬୨ଲକ୍ଷ ୯୯ହଜାର ୧୦୦ ଟଙ୍କା ଜରିମାନା । ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠୁଁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଆଦାୟ ହୋଇଛି । ବିନା ସିଟ ବେଲ୍ଟ ୫୬ ଲକ୍ଷ ୬ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ମାସ୍କ ଧାରୀଙ୍କଠୁଁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ ହୋଇଥିବା ଗୃହରେ ଉତ୍ତର ରଖିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । କମିଶନରେଟ୍ ପୋଲିସ ଅଞ୍ଚଳରେ ଜରିମାନା ଆଦାୟ ସମ୍ପର୍କରେ ବିଧାୟକ ସୌଭିକ୍ ବିଶ୍ୱାଳ ପଚାରିଥିବା ପ୍ରଶ୍ନର ଉତ୍ତର ଏହା କହିଛନ୍ତି ମନ୍ତ୍ରୀ ଶ୍ରୀ ମିଶ୍ର ।
ଏଣିକି ବିବାହ ଏବଂ ଅନ୍ତେଷ୍ଟିକ୍ରିୟା ପାଇଁ ୱେବସାଇଟରେ ଆବେଦନ
ଭୁବନେଶ୍ୱର: କଟକ-ଭୁବନେଶ୍ୱରରେ ବିବାହ ଏବଂ ଅନ୍ତେଷ୍ଟି କ୍ରିୟା ପାଇଁ ଆଉ ଯିବାକୁ ପଡିବନି ପୋଲିସ କାର୍ଯ୍ୟାଳୟ । ସାଧାରଣ ଲୋକଙ୍କ ସୁରକ୍ଷା ଏବଂ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୋଲିସ ପକ୍ଷରୁ ଏକ ୱେବସାଇଟ ଲଞ୍ଚ କରାଯାଇଛି ।
ବିବାହ ଓ ଅନ୍ତେଷ୍ଟିକ୍ରିୟା ପାଇଁ ଅନୁମତି ଚାହୁଁଥିଲେ www.bhubaneswarcuttackpolice.gov.in ୱେବସାଇଟରେ ଆବେଦନ କରିବାକୁ ପଡିବ । ସେହିପରି sms ମାଧ୍ୟମରେ ମଧ୍ୟ ଲାଇସେନ୍ସ ମିଳିପାରିବ ବୋଲି କହିଛନ୍ତି କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ।
ଏଥିପାଇଁ ଆବେଦନ କରିବାର 72 ଘଣ୍ଟା ପୂର୍ବରୁ ତଥ୍ୟ ଦେବାକୁ ପଡିବ । କୋଭିଡ ସମୟରେ ଵ୍ୟଵସ୍ଥା କୁ ସରଳି କରଣ କରିବାକୁ କମିସନରେଟ ପୋଲିସ ପକ୍ଷରୁ ଏହି ପୋର୍ଟାଲ ବ୍ୟବସ୍ଥା କରାଯାଇଛି ।
ରାଜପଥ ପାଲଟିଛି ‘ମୃତ୍ୟୁପଥ’
ଭୁବନେଶ୍ୱର : ୧୬ ନମ୍ବର ଜାତୀୟ ରାଜପଥର ରାଜଧାନୀରୁ କଟକ ପର୍ଯ୍ୟନ୍ତ ରାସ୍ତାରେ ଏନ୍‍ଏଚ୍‍ଏଆଇ, ପରିବହନ ବିଭାଗ ଓ ପୁଲିସ କେବଳ ସୂଚନାଫଳକ ଲଗାଇ ନିଜର ଦାୟିତ୍ୱ ସାରି ବସିପଡ଼ିଛି, କିନ୍ତୁ ବେପରୁଆ ଗାଡ଼ି ଚାଳକଙ୍କ ଉପରେ କୌଣସି ନିୟନ୍ତ୍ରଣ ରହୁନାହିଁ। ଫଳରେ ରାତି ତ ରାତି ଖୋଦ ଦିନ ଦ୍ୱିପହରରେ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଦୁର୍ଘଟଣା ଘଟୁଛି। ଅନେକ ସମୟରେ ଦୁର୍ଘଟଣାରେ ବହୁମୂଲ୍ୟ ଜୀବନ ଚାଲିଯାଉଛି।
କୁଆଡ଼େ ଗଲା ଲେନ୍‍ ଡ୍ରାଇଭିଂ?
କଟକ-ଭୁବନେଶ୍ୱର ରାଜପଥରେ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟା ଦୂର କରିବା ସହ ଯାନବାହନ ଚଳାଚଳକୁ ସ୍ୱଚ୍ଛନ୍ଦ କରିବା ପାଇଁ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥା ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। କମିସନରେଟ ପୁଲିସ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ଲାଗି ମଧ୍ୟ ଅଣ୍ଟା ଭିଡ଼ିଥିଲା। ଏଥିପାଇଁ ଦ୍ୱୈତନଗରୀର ଜାତୀୟ ରାଜପଥ ଉପରେ କେତେ ବେଗରେ ଗାଡ଼ି ଚାଲିବ ତାହା ନିର୍ଦ୍ଧାରିତ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ରାଜପଥକୁ ୩ଟି ଲେନ୍‍ରେ ବିଭକ୍ତ କରାଯିବାର ବ୍ୟବସ୍ଥା ରହିଥିଲା। ବାମପଟରେ ଦୁଇଚକିଆ, ମଝିରେ ଭାରୀଯାନ ଓ ଡାହାଣପଟେ କାର୍‍ ଆଦି ହାଲକା ଚାରିଚକିଆ ଯାନ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଥିଲା। ସେହିଭଳି ଦୁଇଚକିଆ ଯାନ ପାଇଁ ବେଗ ୪୦-୬୦ କିଲୋମିଟରେ ଭାରୀଯାନ ଲାଗି ୬୦ କିଲୋମିଟର ଓ କାର୍‍ ଓ ହାଲୁକା ଯାନ ପାଇଁ ଘଣ୍ଟାପ୍ରତି ବେଗ ୬୦-୮୦ କିଲୋମିଟର ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଲେନ୍‍ ଡ୍ରାଇଭିଂ ବ୍ୟବସ୍ଥା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିଲା ନାହିଁ।
ଓଭରବ୍ରିଜରେ ଗଲାଣି ୧୦ଜୀବନ
ହଂସପାଳରୁ ଖଣ୍ଡଗିରି ଯାଏଁ ଓଭରବ୍ରିଜ୍‍ ଉପରେ ଦୁର୍ଘଟଣାର ବ୍ରେକ୍‍ ଲାଗୁନି। ଗତ ୨୪ରେ ପୂର୍ବାହ୍ଣରେ ସିଆର୍‍ପି ଓଭରବ୍ରିଜ ଉପରେ ଗୋଟିଏ ଇନୋଭା ୪ଟି କାର୍‍ ଓ ଗୋଟିଏ ବାଇକକୁ ଧକ୍କା ଦେଇଥିଲା। ଫଳରେ ୭ଜଣ ଆହତ ହୋଇଥିବା ବେଳେ ପୁଲିସ ଗାଡ଼ି ଚାଳକକୁ ଗିରଫ କରିଥିଲା। ସେହିଦିନ ରାତିରେ ଏକ ଟ୍ରକକୁ ଆଉ ଏକ ଟ୍ରକ ପଛରୁ ଧକ୍‍କା ଦେବାରୁ ଜଣେ ଟ୍ରକଚାଳକର ମୃତ୍ୟୁ ହୋଇଥିଲା। ସେହିପରି ଗତକିଛି ଦିନ ତଳେ ସହିଦନଗର ଥାନା ଅଧୀନ ଆଚାର୍ଯ୍ୟବିହାର ଓଭରବ୍ରିଜ ଉପରେ ଏକ ସ୍କୁଟିକୁ ବାଇକ ଧକ୍କା ଦେଇଥିଲା। ଏହିଭଳି ଗତ ଦେଢ଼ମାସରେ ଓଭରବ୍ରିଜ ଉପରେ ଦୁର୍ଘଟଣା ଘଟି ୧୦ରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଗଲାଣି। ଏଥିସହିତ ୨୦ଊର୍ଦ୍ଧ୍ବ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ସେପଟେ ରାଜଧାନୀରେ ଗତ ୩ବର୍ଷରେ ୧୭୫୫ଟି ଦୁର୍ଘଟଣା ହୋଇଛି।
ରାଜପଥ ଲୁଟେରା ସକ୍ରିୟ
କମିସନରେଟ ପୁଲିସର କହିବା ଅନୁସାରେ ଏବେ ଯେତିକି ଅପରାଧୀ ଧରାପଡ଼ୁଛନ୍ତି ତନ୍ମଧ୍ୟରୁ ୫୦ପ୍ରତିଶତ ରାଜପଥରେ ଲୁଟ୍‍ପାଟ୍‍ କରୁଛନ୍ତି। ଚଳନ୍ତା ବାଇକ୍‍ରୁ ରାଜପଥ ଉପରେ ଠେଲି ଦେଇ ସୁନା ଓ ଟଙ୍କା ଆଦି ଲୁଟି ନେଉଛନ୍ତି। କେତେକ କ୍ଷେତ୍ରରେ ଲୁଟେରା ଠେଲି ଦେବା ଯୋଗୁଁ ଅନେକ ବ୍ୟକ୍ତି ତଳେ ପଡ଼ି ଗୁରୁତର ଆହତ ହେବା ସହ ଲହୁଲୁହାଣ ହେଉଛନ୍ତି। କିଛିଦିନ ହେବ ପୁଲିସ ରାଜପଥରେ ଲୁଟୁଥିବା ୫ଟି ଗ୍ୟାଙ୍ଗ୍‍ର ୨୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କୁ ଗିରଫ କରିଛି। କିନ୍ତୁ ରାଜପଥ ଉପରେ ପାଟ୍ରୋଲିଂ କରା ନ ଯିବା ସହ ସିସିଟିଭି ଲାଗି ନ ଥିବାରୁ ଲୁଟେରାଙ୍କୁ ସୁହାଉଛି। ଏଥିସହିତ ଫାଙ୍କା ରାସ୍ତାରେ ସେମାନେ ଖସି ଯାଉଛନ୍ତିି।
ସିସିଟିଭି ପାଇଁ ଦୋଷ ଠେଲାଠେଲି
ଜାତୀୟ ରାଜପଥ ଉପରେ ସିସିଟିଭି ଲାଗୁନି। କେବଳ ସଚେତନତା ଫଳକ ଲଗାଇ ଶୋଇପଡ଼ିଛି ଏନ୍‍ଏଚ୍‍ଆଇ ଓ କମିସନରେଟ ପୁଲିସ। କିଏ ସିସିଟିଭି ଲଗାଇବାକୁ ନେଇ ଠେଲାପେଲା ଲାଗୁଛନ୍ତି। ସେପଟେ ଦୁର୍ଘଟଣା ଘଟାଇ ଗାଡ଼ି ଚାଳକ ବିନାବାଧାରେ ଖସି ଯାଉଛନ୍ତି। ସେମାନଙ୍କୁ ଚିହ୍ନଟ କରିବା ଲାଗି ପୁଲିସକୁ ନାକେଦମ୍‍ ହେବାକୁ ପଡୁଛି। କେମିତି ଦୁର୍ଘଟଣା ହେଲା ତାହା ବି ଜାଣିପାରୁନି। ଏଥିସହିତ ସ୍ମାର୍ଟସିଟି ପକ୍ଷରୁ ବରମୁଣ୍ଡା, ସତସଙ୍ଗ୍‍ବିହାର ଓ କ୍ରାଉନ୍‍ ହୋଟେଲ ଆଗରେ ସିସିଟିଭି ଲଗାଯାଇଛି। କିନ୍ତୁ କ୍ରାଉନ ହୋଟେଲ ନିକଟରେ ଏକ ଦୁର୍ଘଟଣାରେ ସିସିଟିଭି କିଛି ଭାଙ୍ଗିଯାଇଥିଲା।
ଏନେଇ ଟ୍ରାଫିକର ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀ କହିଛନ୍ତି, ରାତିରେ ରାଜପଥରେ ଦ୍ରୁତବେଗରେ ଗାଡ଼ି ଚଳାଉଥିବା ଚାଳକଙ୍କୁ ଇଣ୍ଟରସେପ୍ଟର ଦ୍ୱାରା ଚିହ୍ନଟ କରାଯାଉଛି। ସେମାନଙ୍କଠାରୁ ୨ହଜାର ଲେଖାଏ ଜରିମାନା ଆଦାୟ କରାଯାଉଛି। ଏଥିସହିତ କଟକ ଓ ଭୁବନେଶ୍ୱରରେ ଲେନ୍‍ ଡ୍ରାଇଭିଂ ଲାଗି ପ୍ରସ୍ତାବ ଦିଆଯାଇଛି। ଖୁବ୍‍ଶୀଘ୍ର କାର୍ଯ୍ୟକ୍ଷମ ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର : ଓଡିଶାରେ ୧୯୯୯ ଜାନୁଆରୀ ୯ ତାରିଖରେ ଭୁବନେଶ୍ବର ବାରଙ୍ଗ ରାସ୍ତାରେ ଘଟିଥିଲା ଏକ ଲୋମହର୍ଷଣ ଘଟଣା। ସେଦିନ ସେହି ରାତିରେ ପୀଡିତା ତାଙ୍କର ଜଣେ ବନ୍ଧୁଙ୍କ ସହ ଭୁବନେଶ୍ବର ଫେରୁଥିଲେ । ଫେରିବା ବାଟରେ ସେମାନେ ବାରଙ୍ଗର ଏକ ଢାବାରେ ଚାହା ପିଇବା ସମୟରେ ୩ ଜଣ  ଦୁର୍ବୁତ୍ତ ତାଙ୍କୁ ଦେଖିଥିଲେ। ଏହାପରେ ସେହି ୩ ଜଣ ଯୁବକ ତାଙ୍କ ଆମ୍ବାସଡର କାରରୁ ଫଲୋ କରି ଅଟକାଇବା ସହ ଡ୍ରାଇଭରକୁ ଏକ ସ୍କୁଟରରେ ନେଇଯାଇଥିଲେ ଏବଂ ଏହି ପୀଡିତାଙ୍କୁ ନେଇ ନିକଟସ୍ଥ ଏକ ଜଙ୍ଗଲରେ ଗଣଦୁର୍ଷ୍କମ କରିଥିଲେ। ସେହିଦିନ ସେହି କାଳରାତିରେ ୩ ଜଣ ନରରୂପୀ ରାକ୍ଷସ ବଳପୁର୍ବକ ପୀଡିତାଙ୍କୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସୌଭାଗ୍ୟବଶତଃ ପୀଡିତା ବଞ୍ଚି ଯାଇଥିଲେ।
ଏହାପର ଦିନ ଏହି ଘଟଣା ପ୍ରଘଟ ହେବାପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା। ଏପରିକି ଏହି ଦୁଃଖଦ ଘଟଣା ସେହି ସମୟରେ ସରକାରରେ ଥିବା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାରକୁ ମଧ୍ୟ ଗାଦିଚ୍ୟୁତ କରିଦେଇଥିଲା। ଏହି ଘଟଣାରେ ପ୍ରଥମେ ରାଜ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିବା ବେଳେ ଏହାପରେ ହାଇକୋର୍ଟ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ। ସିବିଆଇ ସେହି ସମୟରେ ଏହି ମାମଲାର ତଦନ୍ତ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିପାରିନଥିଲେ।
ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳ ଫେରାର ଥିଲା। ଘଟଣା ପରଠାରୁ ମୁଖ୍ୟ ଅଭିଯୁକ୍ତ ମହାରାଷ୍ଟ୍ର ଫେରାର ହୋଇ ନିଜ ପରିଚୟ ବଦଳାଇ ପାଣି ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲା । ଅଭିଯୁକ୍ତ ବିବନ ଓଡିଶା ପୋଲିସ ସମେତ ସିବିଆଇ ରାଡରରୁ ବର୍ତ୍ତିବା ପାଇଁ ସେଠାରେ ଅତି ଚତୁରତାର ସହ ସହିତ ରହି ନିଜ ପରିବାର ସହ ସମ୍ପର୍କରେ ରହିବା ସହ ବିଭିନ୍ନ ସମୟରେ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଆସୁଥିଲା । କିନ୍ତୁ କୁହାଯାଏ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏହି କ୍ରମରେ କମିସନରେଟ୍ ପୁଲିସ ମୁଖ୍ୟ ଅପରାଧୀ ପାଖରେ ପହଞ୍ଚିବାରେ ସଫଳ ହୋଇଛି।
ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ବାଳକୁ ଗିରଫ କରାଯିବା ପରେ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କିପରି ତାକୁ ଗିରଫ କରାଗଲା ତାହା ଗଣାମଧ୍ୟକୁ ସୂଚନା ଦେଇଛନ୍ତି। ପୁଲିସ କମିସନରଙ୍କ ସୂଚନା ଅନୁସାରେ ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଏହି ବହୁ ଚର୍ଚ୍ଚିତ ଗଣଦୁର୍ଷମ ଘଟଣାର ଜଣେ  ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲେ କମିସନର। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କରିଥିଲେ । ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଥିଲା ପୁଲିସ। ବିକେର ଅର୍ଥଥିଲା ବାରଙ୍ଗ କିଙ୍ଗ ବୋଲି ପୁଲିସ ଜାଣିବାକୁ ପାଇଥିଲା।
ଏହାପରେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ବିଷୟରେ ଜାଣିବା ସହ ତାକୁ ଧରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ  “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର ଆରମ୍ଭ କରାଗଲା। ମଝିରେ ଜଣାପଡିଲା ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲା ପୁଲିସ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି। ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର ଆଧାର କାର୍ଡ ସମେତ ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥିଲା।
ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି ବିବନକୁ ଧରିବାକୁ କମିଶନରେଟ ପୁଲିସ୍‌ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍‌ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରିଥିଲା କମିସନରେଟ୍ ପୁଲିସ।  ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍‌କୁ ଦେଖି ସେ ଦୌଡ଼ିଥିଲା ।
ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା ପୁଲିସ । ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯାଇଛି ଏବଂ ଆଜି ମଧ୍ୟ ବିବିନକୁ ସିବିଆଇ ସ୍ପେଶାଲ କୋର୍ଟରେ ହାଜର କରାଯାଇଛି।