Bali Jatra of Cuttack - The Sakala
ବାଲିଯାତ୍ରରେ ‘ଡ୍ରୋନ’ ମନା
କଟକ: ବାଲିଯାତ୍ରା ପଡିଆରେ ଉଡିବନି ଡ୍ରୋନ। ପୂରା ଗ୍ରାଉଣ୍ଡ୍‌କୁ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା ଜାରି କରାଯାଇଛି। ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ। ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ‘ନୋ ଡ୍‌ରୋନ୍‌ ଜୋନ୍‌’ ଘୋଷଣା।  ପଡିଆର ୫ କିମି ପରିଧି ପାଇଁ କଟକଣା ଜାରି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, ଡ୍‌ରୋନକୁ ବାରଣ। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ପଦକ୍ଷେପ। ନଭେମ୍ବର ୫ରୁ ୧୨ ପର୍ଯ୍ୟନ୍ତ ଆୟୋଜିତ ହେବ ଐତିହାସିକ ବାଲିଯାତ୍ରା।
କଟକ: ନଭେମ୍ବର ୫ରୁ କଟକ ଐତିହାସିକ ବାଲିଯାତ୍ରା। ୫ ରୁ ୧୨ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ବାଲିଯାତ୍ରା। କେବଳ ଗଡଗଡିଆ ସମ୍ମୁଖ ତଳ ପଡ଼ିଆରେ ହେବ ବାଲିଯାତ୍ରା।ଉପର ପଡ଼ିଆ ବାଲିଯାତ୍ରା ହେବ ନାହିଁ। ଉପର ପଡିଆରେ ଗାଡି ପାର୍କିଂ ହେବ। ତଳ ପଡ଼ିଆର ୬୦ ଏକର ଜାଗା ବାଲିଯାତ୍ରା ହେବ। ଅନଲାଇନ ମାଧ୍ୟମରେ ପ୍ଲଟ ବୁକିଂ କରାଯିବ।
ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା, ଏଥର ୮ ଦିନ ଧରି ଚାଲିବ ବାଲିଯାତ୍ରା
କଟକ : ଆସନ୍ତା ନଭେମ୍ବର ୨୭ରୁ ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବ। ବାଲିଯାତ୍ରା ନେଇ ଅନୁଷ୍ଠିତ ପ୍ରଥମ ପ୍ରସ୍ତୁତି ବୈଠକରେ ଆଜି ଏହି ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ  ନଭେମ୍ବର ୨୭ ତାରିଖ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ୮ ଦିନ ଧରି ଚାଲିବ ଐତିହାସିକ ବାଲିଯାତ୍ରା।
ବିଗତ ବର୍ଷ ତୁଳନାରେ ଚଳିତ ବର୍ଷର ବାଲିଯାତ୍ରାକୁ ଅଧ‌ିକ ଚିତାକର୍ଷକ, ସୁରକ୍ଷିତ ଓ ଜନାଦୃତ କରିବା ସହ ଉତ୍ତମ ସମନ୍ଵୟ ରକ୍ଷା କରିବା ଉପରେ ଗୁରୁତ୍ବାରୋପ ପୂର୍ବକ ଚଳିତ ବାଲିଯାତ୍ରାର ପ୍ରଥମ ଆଭାସୀ ପ୍ରସ୍ତୁତି ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଅଧ୍ୟକ୍ଷତା କରି ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ଏସହ ସମ୍ପୃକ୍ତ ସମସ୍ତ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଓ ବିଭାଗୀୟ କାର୍ୟ୍ୟାଳୟ, ରାଜ୍ୟ ସରକାରଙ୍କ ସାଧାରଣ ଆର୍ଥିକ ନିୟମାବଳୀ ଅନୁପାଳନ ପୂର୍ବକ ସମ୍ପାଦନ କରିବା ସହ ପରସ୍ପର ମଧ୍ୟରେ ସମନ୍ଵୟ ରକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି । ସେମାନଙ୍କୁ ନ୍ୟସ୍ତ କରାଯାଇଥିବା ଦାୟିତ୍ବ ସୂଚାରୁରୂପେ ପରିଚାଳନା କଲେ ତାହା ବାଲିଯାତ୍ରାକୁ ଏକ ଉତ୍‌କୃଷ୍ଟ ସଫଳ ଆୟୋଜନର ପରିଚୟ ଦେବ ।
କଟକ ମହାନଗର ନିଗମ ମେୟର ସୁବାସ ଚନ୍ଦ୍ର ସିଂହ ବୈଠକରେ ଯୋଗଦେଇ ଏଭଳି ବୈଠକର ଯଥେଷ୍ଟ ଆବଶ୍ୟକତା ଥିଲା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଦ୍ବାରା ଅନୁରୋଧ କରିଥିଲେ । ବିଗତ ବାଲିଯାତ୍ରା ସମୟରେ ଇଣ୍ଡୋନେସିଆର ବାଲିଦ୍ୱୀପରେ ଉପସ୍ଥିତଥିବା ପ୍ରଧାନମନ୍ତ୍ରୀ କଟକ ବାଲିଯାତ୍ରାର ଅବତାରଣା କରି ଭୂୟସୀ ପ୍ରଶଂସା କରିଥିଲେ । କଟକ ମହାନଗର ନିଗମ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ‘କାଗଜ ଡଙ୍ଗା ତିଆରି କାର୍ୟ୍ୟକ୍ରମ’ ଗିନିଜ୍ ବୁକ୍ ଅଫ ୱାଲ୍ଡ ରେକର୍ଡରେ ସ୍ଥାନୀତ ହୋଇଥିବା ଏବଂ କଟକ ମହାନଗର ନିଗମର ଆୟୁକ୍ତ  ନିଖିଲ ପୱନ କଲ୍ୟାଣ ବାଲିଯାତ୍ରା ସମ୍ବନ୍ଧିତ ସମସ୍ତ କାର୍ଯ୍ୟକୁ ସୁଚାରୂରୂପେ ପରିଚାଳନା କରିବା, ଏକ ଆନନ୍ଦର ବିଷୟ । ଚଳିତ ବାଲିଯାତ୍ରାକୁ ଅଧିକରୁ ଅଧ‌ିକ ଆକର୍ଷଣୀୟ କରିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ. ଭବାନୀ ଶଙ୍କର ଚୟନୀଙ୍କ ଦ୍ବାରା ଆହୂତ ଏହି ବୈଠକରେ ଅଧ୍ୟକ୍ଷ କଟକ ଉନ୍ନୟନ କର୍ତ୍ତୃପକ୍ଷ  ଅନୀଲ କୁମାର ସାମଲ ବିଗତ ବର୍ଷର ଅନୁଭବକୁ ପାଥେୟ କରି ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ସରସ ସୁନ୍ଦର ଭାବରେ ସଂଗଠିତ କରିବା ନିମନ୍ତେ ସମ୍ପୃକ୍ତ ସମସ୍ତ ବିଭାଗ ତତ୍ପରତାର ସହିତ କାର୍ଯ୍ୟ ସମ୍ପାଦନ କରିବେ ବୋଲି ଦୃଢ ଆଶା ପୋଷଣ କରିଥିଲେ । ନିରବଚ୍ଛିନ୍ନ, ସୁରକ୍ଷିତ ଓ ଦେୟମୁକ୍ତ ବିଦ୍ୟୁତ ଯୋଗାଣ ଦିଗରେ ଟିପିସିଓଡିଏଲ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିବାକୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।
ବୈଠକରେ କେନ୍ଦ୍ରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଳାଇ ଯୋଗଦେଇ ବିଗତ ବର୍ଷ ଭଳି ଚଳିତ ବର୍ଷ ସମ୍ପୃକ୍ତ ସମସ୍ତେ ନିଜ ନିଜର ଦାୟିତ୍ଵ ଓ କର୍ତ୍ତବ୍ୟକୁ ସୁଚାରୁରୂପେ ସମ୍ପାଦନ କରିବା ସହ ବାଲିଯାତ୍ରାକୁ ନୂତନ ଢଙ୍ଗରେ, ଶୃଙ୍ଖଳିତ ଭାବରେ ସଂଗଠିତ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ବାଲିଯାତ୍ରାର ଐତିହ୍ୟକୁ ଉଦଭାସିତ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଡଃ ଭବାନୀ ଶଙ୍କର ଚୟନୀ ରାସ୍ତାଘାଟ ମରାମତି, ବାଲିଯାତ୍ରା ପଡ଼ିଆର ଭିତିଭୂମି, ୱାଟକୋ ଦ୍ଵାରା ପାନୀୟଜଳ ଯୋଗାଣ, ଟିପିସିଓଡିଏଲ ଦ୍ଵାରା ଆଲୋକିକରଣ, ଓରମାସ ଆନୁକୂଲ୍ୟରେ ପଲ୍ଲିଶ୍ରୀ ମେଳା ଆୟୋଜନ ଓ ଷ୍ଟଲ ସଂଖ୍ୟା ୪୦୦କୁ ବୃଦ୍ଧି କରିବା, ପର୍ଯ୍ୟଟନ ବିଭାଗ ପକ୍ଷରୁ ବାଲିଯାତ୍ରକୁ ପର୍ଯ୍ୟଟନ ପଞ୍ଜିକାରେ ସ୍ଥାନୀତ କରିବା ଓ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ବାରା ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ମାଧ୍ୟମରେ ଏହାର ବ୍ୟାପକ ପ୍ରଚାର ପ୍ରସାର ଏବଂ ଏହି ଉତ୍ସବକୁ ଜାତୀୟସ୍ତରୀୟ ମାନ୍ୟତା ପ୍ରଦାନ ନିମନ୍ତେ ହେଉଥ‌ିବା ଉଦ୍ୟମକୁ ଦୃଷ୍ଟିରେ ରଖ୍ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧୁମାନଙ୍କୁ ନେଇ ଏକ ସଞ୍ଚାଳିତ ଭ୍ରମଣ କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ତେବେ ବିଶାଳ ଆୟୋଜନକୁ ଦୃଷ୍ଟିରେ ରଖୁ ଆର୍ଥିକ ଅନୁଦାନକୁ ଏଥି ନିମନ୍ତେ ବୃଦ୍ଧି କରିବା ଲାଗି ସେ ଅନୁରୋଧ କରିଥିଲେ । ସଂଗଠିତ କ୍ଷେତ୍ରରୁ ଅଧିକ ଯୋଗଦାନକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ରହିଛି ବୋଲି ଡଃ ଚୟନୀ ପ୍ରକାଶ କରିଥିଲେ ।
ଡିସିପି ପିନାକ ମିଶ୍ର ବୈଠକରେ ଯୋଗଦେଇ କହିଲେ ଯେ, ଲକ୍ଷ ଲକ୍ଷ ଦର୍ଶକ ଏହି ବାଲିଯାତ୍ରାକୁ ଆଗମନ କରୁଥିବା ହେତୁ ଏହାକୁ ଦୃଷ୍ଟିରେ ରଖ୍ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବା ସହ ଘଟଣାମୁକ୍ତ ବାଲିଯାତ୍ରା ସଂଗଠିତ କରାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ । ଗାଡିରହଣୀସ୍ଥଳ ଚିହ୍ନଟ, ଯାନବାହାନ ନିୟନ୍ତ୍ରଣ ଓ ୱାଚ ଟାୱାର ନିର୍ମାଣକୁ ପ୍ରାଧାନ୍ୟ ଦିଆଯିବା ସହ ଆବଶ୍ୟକସ୍ଥଳେ ଅତିରିକ୍ତ ଫୋର୍ସ ନିୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ଓ ବିଗତ ବର୍ଷର ଅଭିଜ୍ଞତା ଏ ଦିଗରେ ସହାୟକ ହେବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନ ଏବଂ ରାଜସ୍ଵ ଉମାକାନ୍ତ ରାଜ୍, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ କଟକ  ସୁବାସ ଚନ୍ଦ୍ର ରାୟ, ଉପନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ  ଲଲାଟେନ୍ଦୁ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମକରନ୍ଦ ବେଉରା, ତହସିଲଦାର ବାରଙ୍ଗ  ସଙ୍କଳ୍ପ ସ୍ବସ୍ତିକ ସାହୁ, ତହସିଲଦାର କଟକ ସଦର ସୁଜୟ କୁମାର ପତି ଓ ଜିଲ୍ଲା ସଂସ୍କୃତି ଅଧ୍ବକାରୀ  ନଳିନୀକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।