IT Raid - The Sakala

୫ଦିନ ପରେ ସରିଲା ଗଣତି, ପ୍ରାୟ ୩ଶହ କୋଟି ଟଙ୍କା ମିଳିଥିବା ସୂଚନା
ବଲାଙ୍ଗୀର: ଏସବିଆଇ ମୁଖ୍ୟ ଶାଖାରେ ସରିଛି ଟଙ୍କା ଗଣତି । ପ୍ରାୟ ୨୫ଟି ମେସିନ୍‌ରେ ୫୦ କର୍ମଚାରୀଙ୍କ ଦ୍ୱାରା ଗଣତି ଶେଷ ହୋଇଛି । ୫ ଦିନ ଲଗାତାର ଗଣତି ପରେ ଆଜି ଗଣତି ସରିଛି । ଗଣତିରେ ପ୍ରାୟ ୩ ଶହ କୋଟି ଟଙ୍କା ମିଳିଥିବା ସୂଚନା ରହିଛି।

ଖବର ଅନୁଯାୟୀ, ଟଙ୍କା ଭର୍ତ୍ତି ୧୭୬ଟି ବ୍ୟାଗର ଚାଲିଥିଲା କାଉଁଣ୍ଟି। ଟଙ୍କା ଗଣତି ପରେ ବାଇଣ୍ଡିଂ ଚାଲିଛି । ଆଜି ଛୁଟି ଦିନ ହୋଇଥିଲେ ସୁଦ୍ଧା ବ୍ୟାଙ୍କ କର୍ମଚାରୀ ମାନେ ଟଙ୍କା ଗଣିଥିଲେ । ଏକାଠି ଏତେ ପରିମାଣର ବଣ୍ଡଲ ବଣ୍ଡଲ ଟଙ୍କା ଦେଖି ବ୍ୟାଙ୍କ କର୍ମଚାରୀ ବି ଚକିତ ହୋଇଥିଲେ ।

ଆଜି ପଞ୍ଚମ ଦିନରେ ବଲାଙ୍ଗିର ସୁଦପଡ଼ାରେ ଥିବା ମଦ ଭାଟିରେ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଚଢଉ ବେଳେ ପୁଳା ପୁଳା ଟଙ୍କା ସହ କିଛି କାଗଜପତ୍ର ମଧ୍ୟ ଆୟକର ଅଧିକାରୀଙ୍କ ହାତରେ ଲାଗିଛି। ଭାଟି ଭିତରେ ମ୍ୟାନେଜର ରାଜେଶ ସାହୁ ଓ ବଣ୍ଟି ସାହୁଙ୍କୁ ଜେରା କରାଯାଉଥିବା ଜଣାପଡ଼ିଛି। ଏହା ପୂର୍ବରୁ ଟିଟିଲାଗଡ଼ ଓ ସମ୍ବଲପୁରରେ ଟଙ୍କା ଗଣତି ସରିଛି। ଟିଟିଲାଗଡ଼ରୁ ୧୧ କୋଟି ଓ ସମ୍ବଲପୁରରୁ ୩୭ କୋଟି ୫୦ ଲକ୍ଷ ମିଳିଛି।

ବଲାଙ୍ଗୀର ଆଇଟି ରେଡ: ସରୁନି ଚଢ଼ଉ କି ସରୁନି ଜବତ ଟଙ୍କାର ଗଣତି, ୪୦ ବ୍ୟାଗରୁ ବାହାରିଲାଣି ୪୬ କୋଟି ଟଙ୍କା
ବଲାଙ୍ଗୀର: ଯେତେ ଗଣିଲେ ବି ସରୁନି ଟଙ୍କା ଗଣତି । ବଲାଙ୍ଗୀରର ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାକୁ ଗଣି ଗଣି ବ୍ୟାଙ୍କ୍ କର୍ମଚାରୀ ହାଲିଆ ହୋଇଯିବା ସହ ମେସିନ ମଧ୍ୟ ଖରାପ ହୋଇଗଲାଣି । ଶହ ଶହ କୋଟି ଜବତ ଘଟଣାକୁ ନେଇ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିଜିଓନାଲ ମ୍ୟାନେଜର ଭଗତ ବେହେରାଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି କି, ମୋଟ ୧୭୬ ବସ୍ତା ଟଙ୍କା ଆସିଛି । ଏବେ ଯାଏଁ ୪୦ ବ୍ୟାଗର ଟଙ୍କା ଗଣା ହୋଇଥିବାବେଳେ ସେଥିରୁ ମିଳିଛି ୪୬ କୋଟି ଟଙ୍କା । ଏବେ ବି ୫୦ ଜଣ ବ୍ୟାଙ୍କ୍ କର୍ମଚାରୀ ୨୫ଟି ମେସିନରେ ଗଣତି କରୁଛନ୍ତି । ଦୁଇଦିନରେ ଟଙ୍କା ଗଣା ଶେଷ ହେବ । ଟଙ୍କା ଗଣିବା ପାଇଁ ଆଖପାଖ ବ୍ୟାଙ୍କରୁ କର୍ମଚାରୀ ଓ ଗଣତି ମେସିନ ଅଣାଯାଇଛି । ବ୍ୟାଙ୍କ ଛୁଟି ଥିବାରୁ ସବୁ କର୍ମଚାରୀଙ୍କୁ ଗଣନା ପାଇଁ ଡକାଯାଇଛି ।

ମଦଭାଟି କାର୍ଯ୍ୟାଳୟ ପରେ ଏବେ ଭାଟି ମାଲିକର ମୁଖ୍ୟ ସହଯୋଗୀ ଘରେ ଚାଲିଛି ଖୋଳତାଡ଼ । ୧୪ ଜଣିଆ ଆୟକର ଟିମ ଚଳାଇଛି ଖୋଳତାଡ଼ । ଦୁଇ ଦିନରେ ୬୦ କୋଟି ଟଙ୍କା ଗଣତି ହୋଇଥିବା ସୂଚନା ମିଳିଛି । ସେପଟେ ବଲାଙ୍ଗୀରରେ ପହଞ୍ଚିଛନ୍ତି ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ । ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ଖୋଲତାଡ କରିବ ଟିମ । ୪ରୁ ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ପ୍ରଥମ ଦିନରେ ୨୫୦ କୋଟିରୁ ଅଧିକ ଓ ଗତକାଲି ୫୦ କୋଟି ଟଙ୍କା ଜବତ ହୋଇଥିଲା । ବଲାଙ୍ଗୀରର ବିଭିନ୍ନ ବ୍ୟାଙ୍କରୁ ମେସିନ ଆଣି ଟଙ୍କା ଗଣା ଚାଲିଥିବା ସୂଚନା ମିଳିଛି ।

ବେଙ୍ଗାଲୁରୁରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଖଟ ତଳୁ ମିଳିଲା ନଗଦ ୪୨ କୋଟି ଟଙ୍କା
ବେଙ୍ଗାଲୁରୁ: କୋଟିଏ କି ଦୁଇ କୋଟି ନୁହେଁ, ରେଡବେଳେ ପୁରା ନଗଦ ୪୨ କୋଟି ଟଙ୍କା ଦେଖି ଅଧିକାରୀଙ୍କ ଆଖି ଟେରା ହୋଇଗଲା । କର୍ଣ୍ଣାଟକରେ ଆୟକର ବିଭାଗର ଚଢ଼ାଉବେଳେ କଣ୍ଟ୍ରାକ୍ଟରଙ୍କ ଘରୁ ଜବତ ହୋଇଛି ନଗଦ ୪୨ କୋଟି ଟଙ୍କା । ଏତେ ପରିମାଣର ଟଙ୍କାକୁ ଖଟ ତଳେ ପ୍ରାୟ ୨୩ଟି ପେଟିରେ ରଖିଥଲେ କଣ୍ଟ୍ରାକ୍ଟର । ଆୟକର ବିଭାଗ ଚଢ଼ାଉ ସମୟରେ ଏହି ବିପୁଳ ପରିମାଣର ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲାରେ ଆୟକର ବିଭାଗ ପକ୍ଷରୁ ପୂର୍ବତନ କାଉନସିଲର ଏବଂ ତାଙ୍କ ସ୍ୱାମୀଙ୍କୁ ପଚରାଉଚରା କରାଯାଉଛି। ସୂତ୍ରରୁ ପ୍ରକାଶ ଯେ ଏହି ନଗଦ ରାଶି ପାଞ୍ଚ ନିର୍ବାଚନୀ ରାଜ୍ୟରେ ଫଣ୍ଡିଙ୍ଗ୍‌ ପାଇଁ ସଂଗ୍ରହ କରାଯାଇଥିଲା।

ଆରଟି ନଗର ନିକଟ ଆତ୍ମାନନ୍ଦା କଲୋନୀସ୍ଥିତ ଏକ ଫ୍ଲାଟରେ ଏତେ ପରିମାଣର ଟଙ୍କା ଥିବାନେଇ କୌଣସି ବିଶେଷ ସୂତ୍ରରୁ ବିଭାଗ ସୂଚନା ପାଇଥିଲା। ଏହାପରେ ବିଭାଗୀୟ ଅଧିକାରୀମାନେ ସେଠାରେ ଚଢ଼ାଉ କରିବା ସମୟରେ ୪୨ କୋଟି ଟଙ୍କାର ନଗଦ ରାଶି ଜବତ କରିଥିଲେ। ତେବେ ଆମେ କହିରଖୁ କି, ଆସନ୍ତା କିଛି ଦିନ ମଧ୍ୟରେ ରାଜସ୍ଥାନ, ମିଜୋରାମ, ତେଲେଙ୍ଗାନା, ମଧ୍ୟପ୍ରଦେଶ ଏବଂ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାର ଅଛି। ଜବତ ହୋଇଥିବା ଏହି ଟଙ୍କା ସେଠାକୁ ଯିବାର ଥିଲା ବୋଲି ଆଶଙ୍କା କରାଯାଉଛି ।