Israel-Palestine War - The Sakala
ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ, ଦୁଇ ସପ୍ତାହ ଧରି ରଖିଥିଲା ବନ୍ଧକ
ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ ହମାସ୍ କବଜାରେ ଅଛନ୍ତି ୨୦୦ ପଣବନ୍ଦୀ । ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।
ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା । ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ ।
ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ । ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି । ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି ।
କିଛି ସମୟ ପାଇଁ ଆକ୍ରମଣ ବନ୍ଦ କଲା ଇସ୍ରାଏଲ, ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ
ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ । ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।
ଆଇଡିଏଫ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’
ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।
ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।
ଜାରି ରହିଛି ‘ଅପରେସନ ଅଜୟ’: ଚତୁର୍ଥ ପର୍ଯ୍ୟାୟରେ ଯୁଦ୍ଧଭୂଇଁ ଇସ୍ରାଏଲରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ଆଉ ୨୭୪ ଭାରତୀୟ
ନୂଆଦିଲ୍ଲୀ: ଭାରତର ‘ଅପରେସନ ଅଜୟ’ ଜାରି । ଇସ୍ରାଏଲ-ହମାସ୍ ଯୁଦ୍ଧ ଭିତରେ ଚତୁର୍ଥ ପର୍ଯ୍ୟାୟରେ ‘ଅପରେସନ ଅଜୟ’ରେ ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଛନ୍ତି ୨୭୪ ଭାରତୀୟ । ସ୍ବତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ତେଲ୍ ଅଭିଭରୁ ଭାରତ ଅଣାଯାଇଛି । ତୃତୀୟ ପର୍ଯ୍ୟାୟରେ ବିମାନରେ ଗତକାଲି ସ୍ବଦେଶ ଫେରିଥିଲେ ୧୯୭ ଜଣ ଭାରତୀୟ । ହମାସ-ଇସ୍ରାଏଲ ଯୁଦ୍ଧ ମଧ୍ୟରେ ଇସ୍ରାଏଲରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେସନ ଅଜୟ’ ଜାରି ରହିଛି । ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିବା ପରେ ଭାରତୀୟ ଦୂତାବାସ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରବାସୀ ଭାରତୀୟ ।
ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ନବମ ଦିନରେ ପହଞ୍ଚି ଥିବା ବେଳେ ସ୍ଥିତି ବିଗିଡିବାରେ ଲାଗିଛି । ଯୁଦ୍ଧ ବିଭୀଷିକାରେ ଇସ୍ରାଏଲରେ ଫସିରହିଛନ୍ତି ୧୮ହଜାର ଭାରତୀୟ । ଫସିଥିବା ଭାରତୀୟଙ୍କୁ ଉଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ଅପରେସନ ‘ଅଜୟ’ । ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଭାରତୀୟ ଦୂତାବାସରେ ପଞ୍ଜିକରଣ କରାଇବାକୁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସେମାନଙ୍କୁ ଅନୁରୋଧ କରାଯାଇଛି।
ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ ରକେଟ୍ ମାଡରେ ଜଣେ ସାମ୍ବାଦିକ ମୃତ
ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୬ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଲେବାନନ୍‌ର ପ୍ରଧାନମନ୍ତ୍ରୀ ନାଜିବ୍‌ ମିକାତି ଓ ଜଣେ ହେଜ୍‌ବୋଲ୍ଲା ସାଂସଦ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି।
ସାମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଏହା ଅତ୍ୟନ୍ତ ଦୁଃଖ ଦାୟକବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକଜଣକ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ । ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଅଲ୍ ଜଜିରା ଜି ଟିଭିର ୨ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅପରେସନ ଅଜୟ’ ହେଉଛି ସଫଳ । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ ।
କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ । ଇସ୍ରାଏଲରୁ ଦ୍ୱିତୀୟ ବିମାନରେ ଫେରିଥିବା ଲୋକମାନେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏହା ପୂର୍ବରୁ ଇସ୍ରାଏଲରୁ ପ୍ରଥମ ଚାର୍ଟର ବିମାନ ଗୁରୁବାର ବିଳମ୍ବିତ ରାତିରେ ବେନ ଗୁରିଅନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରି ଶୁକ୍ରବାର ସକାଳେ ଭାରତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରଥମ ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଫେରିଥିଲେ ।
୨୪ ଘଣ୍ଟା ମଧ୍ୟରେ ଗାଜା ଛାଡିବାକୁ ଗାଜାବାସୀଙ୍କୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ ସେନା
ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ମିଜାଇଲ ମାଡ ହେଉଛି । ଏହାରି ମଧ୍ୟରେ ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜାତିସଂଘ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇସ୍ରାଏଲ ସୀମାନ୍ତ ଗାଜାର ଏହି ଅଂଚଳରୁ ଥିବା ଜାତିସଂଘ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଇସ୍ରାଏଲ ସେନାର ଏପରି ନିର୍ଦ୍ଦେଶ ଦେବା ପରେ ଭୟଙ୍କର ପରିଣାମର ପୂର୍ବାନୁମାନ କରିଛି ଜାତିସଙ୍ଘ । ଇସ୍ରାଏଲ୍ ଖୁବ୍ ଶୀଘ୍ର ଏହାର ଉତ୍ତର ପାର୍ଶ୍ୱରୁ ଘାତକ ଆକ୍ରମଣ କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛନ୍ତି। ଗାଜା ସହର ତଳେ ଥିବା ଟନେଲରେ ହମାସ ସଂଗଠନ କର୍ମୀ ଲୁଚି ରହିଥିବା ନେଇ ଇସ୍ରାଏଲ୍ ସୈନ୍ୟବାହିନୀ ଅନୁମାନ କରୁଛି । ଏଥିପାଇଁ ସେଠାରେ ଥିବା ସାଧାରଣ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବାକୁ କୁହାଯାଇଛି।
ସେପଟେ ଇସ୍ରାଏଲ ପଡୋଶୀ ସିରିଆର ଦୁଇ ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି । ଦସ୍ମିକ ଏବଂ ଆଲେପ୍ପୋ ବିମାନବନ୍ଦରରେ ବୋମା ବର୍ଷଣ କରିଥିଲା ଇସ୍ରାଏଲ ସେନା । ଏହାପରେ ଏହି ଦୁଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ମଧ୍ୟ ଏହି ବିବାଦୀୟ ସ୍ଥାନକୁ ନେଇ ଦୁଇ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ଇସ୍ରାଏଲ୍‌ – ପାଲେଷ୍ଟାଇନ୍‌ ଯୁଦ୍ଧ: ଭାରତୀୟ ଟେଲିକମ୍‌ କମ୍ପାନୀଙ୍କୁ ୨୫୦୦ କୋଟିର ଝଟ୍‌କା, ମନ୍ଥର ହେବ ୫ଜି ନେଟ୍‌ୱର୍କର ପ୍ରସାର
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହାମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ବର୍ତ୍ତମାନ ଚରମ ସ୍ଥିତିରେ ପହଞ୍ଚିଛି। ଭାରତର ଟେଲିକମ୍ କ୍ଷେତ୍ର ଉପରେ ଇସ୍ରାଏଲ୍-ହାମାସ୍ ଯୁଦ୍ଧର ଏକ ବଡ ପ୍ରଭାବ ପଡିବାକୁ ଯାଉଛି। ଏହି ଯୁଦ୍ଧ ଯୋଗୁ ଭାରତୀୟ ଟେଲିକମ୍‌ କମ୍ପାନୀଗୁଡିକୁ ୨୫୦୦ କୋଟି ଟଙ୍କାର ଝଟ୍‌କା ଲାଗିପାରେ। ଆହୁରିମଧ୍ୟ ୫ଜି ଟେଲିକମ୍‌ ନେଟୱାର୍କରେ ଆମଦାନୀ ହୋଇ ବ୍ୟବହାର କରାଯାଉଥିବା ଗିୟର ମହଙ୍ଗା ହୋଇଯିବ। ଫଳସ୍ବରୂପ ଟେଲିକମ୍ କମ୍ପାନୀଗୁଡିକର ୫ଜି ସେବା ଆରମ୍ଭ ଯୋଜନା ବିଳମ୍ବିତ ହେବ। କାରଣ ଯଦି ଯୁଦ୍ଧ ଦୀର୍ଘ ସମୟ ଧରି ଜାରି ରୁହେ ଏବଂ ଯଦି ଅନ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ଏଥିରେ ଜଡିତ ହୁଅନ୍ତି, ତେବେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟ ତିନିରୁ ଚାରି ପ୍ରତିଶତ ହ୍ରାସ ହୋଇପାରେ। ଏହା ଟେଲିକମ୍ କମ୍ପାନୀଗୁଡିକ ପାଇଁ ୫ଜି ନେଟୱାର୍କ ଗିଅର ଆମଦାନୀକୁ ଆହୁରି ମହଙ୍ଗା କରିଦେବ। ବର୍ତ୍ତମାନ ଏହାକୁ ନେଇ ଦେଶର ଟେଲିକମ୍‌ ଶିଳ୍ପର ଦୁଇ ବାଦ୍‌ଶାହା ରିଲାଏନ୍ସ ଜିଓର ମୁକେଶ ଅମ୍ବାନୀ ଏବଂ ଭାରତୀ ଏୟାରଟେଲ୍‌ର ସୁନୀଲ ଭାରତୀ ମିତ୍ତଲ ଏବେ ଚିନ୍ତାରେ।
ଇସ୍ରାଏଲ ଏବଂ ପାଲେଷ୍ଟାଇନ ଯୁଦ୍ଧ ବଢ଼ିବାରେ ଲାଗିଲେ ଭାରତକୁ ବଡ଼ କ୍ଷତି ପହଞ୍ଚିବ। କାରଣ ବିଶେଷଜ୍ଞଙ୍କ ଅନୁଯାୟୀ, ଭାରତରେ ଫୋନ୍ ନେଟୱାର୍କରେ ବ୍ୟବହୃତ ଟେଲିକମ୍ ଗିଅରର ପ୍ରାୟ ୬୭ ପ୍ରତିଶତ ବିଦେଶରୁ ଆମଦାନୀ ହୋଇଥାଏ। ଏଗୁଡିକ ଯୋଗାଉଥିବା ମୁଖ୍ୟ କମ୍ପାନୀଗୁଡିକ ହେଉଛି ଏରିକ୍‌ସନ୍, ନୋକିଆ ଏବଂ ସାମସଙ୍ଗ। ରିଲାଏନ୍ସ ଜିଓ, ​​ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଆଇଡିଆ (ଭି) ଭଳି ବଡ ଟେଲିକମ୍ କମ୍ପାନୀଗୁଡିକ ପ୍ରତିବର୍ଷ ୭ ବିଲିୟନ ଡଲାରର ଟେଲିକମ୍‌ ଗିୟର ଆମଦାନୀ କରିଥାନ୍ତି। ଆମେରିକୀୟ ଡଲାର, ଯାହା ଟେଲିକମ୍ କମ୍ପାନୀଗୁଡିକର ୫ଜି ନେଟୱାର୍କ ଗିଅର ଆମଦାନୀକୁ ମହଙ୍ଗା କରିବ। ଏହାର ମୁଖ୍ୟ କାରଣ ହେଉଛି, ଯୁଦ୍ଧ ପ୍ରଭାବରେ ଆମଦାନୀ କରାଯାଇଥିବା ୫ଜି ନେଟୱର୍କ ଗିୟରର ମୂଲ୍ୟ ୨୦୦୦ରୁ ୨୫୦୦ କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ। ଯଦି ଇସ୍ରାଏଲ ଏବଂ ହମାସ୍ ମଧ୍ୟରେ ଯୁଦ୍ଧ ଲମ୍ୱା ହୁଏ, ତେବେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ତିନି-ଚାରି ପ୍ରତିଶତ ହ୍ରାସ ପାଇପାରେ। ଏଭଳି ପରିସ୍ଥିତିରେ ଟେଲିକମ୍ କମ୍ପାନୀଗୁଡିକର ବିଦେଶୀ ଋଣ ପରିଶୋଧ ମୂଲ୍ୟ ମଧ୍ୟ ବୃଦ୍ଧି ପାଇବ ଏବଂ ଆଗାମୀ ତ୍ରୈମାସିକରେ ସେମାନଙ୍କର ଲାଭ ପ୍ରଭାବିତ ହୋଇପାରେ। କାରଣ ଟେଲିକମ୍ କ୍ଷେତ୍ରରେ ମୋଟ ଋଣର ୩୦ ରୁ ୪୦ ପ୍ରତିଶତ ଡଲାରରେ ରହିଛି। ରିଲାଏନ୍ସ ଜିଓ ନିକଟରେ ୫ଜି ନେଟୱାର୍କ ଗିଅର କିଣିବା ପାଇଁ ଋଣରେ ୪ ବିଲିୟନ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିଥିବାବେଳେ ଏୟାରଟେଲର ବାର୍ଷିକ ପୁଞ୍ଜି ବ୍ୟୟର ପ୍ରାୟ ୩.୫ ବିଲିୟନ ଡଲାର ୫ଜି ସେବା ଶୁଭାରମ୍ଭରେ ଖର୍ଚ୍ଚ ହେବାକୁ ଯାଉଛି।
ଏ ସମ୍ପର୍କରେ ବ୍ୟାଙ୍କଗୁଡିକର କହିବା ହେଉଛି ପଶ୍ଚିମ ଏସିଆରେ ଆରମ୍ଭ ହୋଇଥିବା ଏହି ସାମରିକ ବିବାଦ ସ୍ଥାନୀୟ ମୁଦ୍ରା ପାଇଁ ନୂଆ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି। ଡଲାରର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଛି। ଟଙ୍କା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ତେବେ ସେ କହିଛନ୍ତି ଯେ ଅତ୍ୟଧିକ ଅସ୍ଥିରତାକୁ ରୋକିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଏହାର ରିଜର୍ଭରୁ ଡଲାର ବିକ୍ରୟ ମାଧ୍ୟମରେ ମୁଦ୍ରା ବଜାରରେ କ୍ରମାଗତ ଭାବରେ ହସ୍ତକ୍ଷେପ କରୁଛି।