Israel Attaack on Syria - The Sakala

ସିରିୟାରେ ଇସ୍ରାଏଲର ଆକ୍ରମଣ, ୫ ମୃତ; ପାଲେଷ୍ଟାଇନ ପୁରୁଷଙ୍କୁ ଡାଇପର ପିନ୍ଧାଉଛି ଇସ୍ରାଏଲ
ତେଲ୍‌ ଆଭିଭ: ଗାଜାରୁ ଗିରଫ କରିଥିବା ପୁରୁଷଙ୍କୁ ଇସ୍ରାଏଲ ସେନା (ଆଇଡିଏଫ) ଡାଇପର ପିନ୍ଧାଉଛି। ପାଲେଷ୍ଟିନୀୟଙ୍କୁ ନିଜ ଦୋଷ ନ ଜଣାଇ ଅଜ୍ଞାତ ସ୍ଥାନକୁ ନିଆଯାଉଛି। ସେଠାରେ ୩୦ରୁ ୫୫ ଦିନ ପର୍ଯ୍ୟନ୍ତ ରଖି ଅକଥନୀୟ ଅତ୍ୟାଚାର ଦିଆଯାଉଛି। ଜାତିସଂଘ ମାନବାଧିକାର କମିଶନ (ୟୁଏନ୍‌ଏଚଆରସି) ଅଧିକାରୀ ଅଜିତ ସୁଙ୍ଘାଏ ଏହି ସୂଚନା ଦେଇଛନ୍ତି।

ସେହିପରି ଅକ୍ଟୋବର ୭ରୁ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏ ପର୍ଯ୍ୟନ୍ତ ଗାଜାରେ ୨୦ ହଜାର ଶିଶୁ ଜନ୍ମ ନେଲେଣି। ତେବେ ପ୍ରତି ଘଣ୍ଟାରେ ୨ ମାଆଙ୍କ ମୃତ୍ୟୁ ହେଉଛି। ଏବେ ଗାଜା ସ୍ଥିତି ଅତ୍ୟନ୍ତ ବିପଜ୍ଜନକ ରହିଛି। ୟୁଏନ୍‌ ପ୍ରବକ୍ତା ଟେସ୍‌ ଇନ୍‌ଗ୍ରାମ ଏହି ସୂଚନା ଦେଇଛନ୍ତି। ଏହା ମଧ୍ୟରେ ଲେବାନନ ଏବଂ ଗାଜାର ଆହତଙ୍କ ଚିକିତ୍ସା ଦେଶରେ ନ କରିବାକୁ ଇସ୍ରାଏଲ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି। ଅନ୍ୟପକ୍ଷରେ ସିରିୟାର ରାଜଧାନୀ ଦମିସ୍କର ଏକ କୋଠାରେ ଇରାନ ସମର୍ଥକ ନେତାମାନେ ବୈଠକ କରୁଥିବା ସମୟରେ ଇସ୍ରାଏଲ ଏୟାରଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ଇରାନ ସେନା ରିଭୋଲ୍ୟୁସନାରୀ ଗାର୍ଡର ୪ ଜଣ ପରାମର୍ଶଦାତା ଏବଂ ସିରିୟା ପାଇଁ ଇରାନର ମୁଖ୍ୟ ଗୁଇନ୍ଦା ଅଧିକାରୀ ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣରେ ଚାରି ମହଲା ବିଶିଷ୍ଟ କୋଠାଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି।

ସିରିଆର ଦୁଇଟି ଏୟାରପୋର୍ଟ ଉପରେ ରକେଟ୍ ମାଡ କଲା ଇସ୍ରାଏଲ୍‌, ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା
ଡାମାସକସ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି । ଏବେ ସିରିଆର ଦୁଇଟି ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍‌ । ସିରିଆ ରାଜଧାନୀ ଡାମାସକସର ମୁଖ୍ୟ ବିମାନବନ୍ଦର ଓ ଉତ୍ତରାଞ୍ଚଳ ସହର ଆଲେପ୍ପୋ ବିମାନବନ୍ଦରରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଛି। ଏନେଇ ସିରିଆ ଗଣମାଧ୍ୟମରେ ଶାମ ଏଫ୍‌ଏମ୍‌ରେ ଖବର ପ୍ରକାଶ ପାଇଛି।

ଇସ୍ରାଏଲ୍‌ ଆକ୍ରମଣରେ ଆଲେପ୍ପୋ ବିମାନବନ୍ଦରରେ ବହୁ କ୍ଷୟକ୍ଷତି ଘଟିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଯଦିଓ ଦାମସ୍‌କସ୍‌ ବିମାନବନ୍ଦରରେ ଆକ୍ରମଣର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ। ସିରିଆର ସରକାରୀ ଟିଭି ସୂତ୍ରରୁ ଜଣାପଡ଼ିଛି ଯେ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୫୦ରେ ଇସ୍ରାଏଲ୍‌ ସିରିଆର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ଏୟାରପୋର୍ଟର ରନୱେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।

ଗତ ଛଅ ଦିନ ହେବ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ସିରିଆ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଥିଲା। ଏଥିସହ ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଥିଲା। ହମାସ ସପକ୍ଷରେ ସିରିଆ ବାହାରିବାରୁ ଆଜି ଇସ୍ରାଏଲ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ସିରିଆ ଆଶଙ୍କା କରାଯାଉଛି ।