festival season - The Sakala

ପାର୍ବଣ ପାଇଁ ଜିଲ୍ଲା ପ୍ରଶାସନର କଠୋର ଆଭିମୁଖ୍ୟ: ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ କଟକଣା
କଟକ: ଓଡ଼ିଶା ହାଇକୋର୍ଟଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ପାର୍ବଣ ସମୟରେ ଶବ୍ଦ ପ୍ରଦୂଷଣ ରୋକିବା, ସର୍ବସାଧାରଣ ରାସ୍ତା ଓ ଫୁଟପାଥ ଉପରେ ବଡ ବଡ ପୂଜା ମଣ୍ଡପ ତଥା ଇଲେକଟ୍ରିକ୍ ଗେଟ ନିର୍ମାଣ କରିବା ଆଦି ଉପରେ ଗଭୀର ଚିନ୍ତା ପ୍ରକଟ କରିଥିଲେ । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ମାସ ୨୭ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ୟ୍ୟନ୍ତ କଟକ ଜିଲ୍ଲାରେ ବିଭିନ୍ନ କଟକଣା ଲାଗୁ କରିଛନ୍ତି । ବିଭିନ୍ନ ପୂଜା ପାଳନ ସମୟରେ ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଆଦି ସମୟରେ ଡିଜେ ଏବଂ ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ବାରଣ କରାଯାଇଛି । ଏଥିସହ ଫାୟାର ଗନ , ଏବଂ ଅନ୍ୟ ନିଆଁ ବାହାରୁଥିବା ଉପକରଣ ଓ ଲେଜର ଲାଇଟ୍ କୌଣସି ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଏବଂ ବାଲିଯାତ୍ରା ଉତ୍ସବ ସମୟରେ ବ୍ୟବହାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଅଧୁକ ଶବ୍ଦ କରୁଥିବା ଦାଣ ମଧ୍ୟ ଚଳିତ ପାର୍ବଣ ସମୟ ଏବଂ ବାଲିଯାତ୍ରା ସମୟରେ ନିଷେଧ କରାଯାଇଛି । ସମ୍ପୃକ୍ତ ଥାନାର ଆଇଆଇସିମାନେ ଏହି ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି । ଏହାର ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ସିନ୍ଦେ କହିଛନ୍ତି।

ଆଜି ବଡ଼ଦିନ: ଧରାପୃଷ୍ଠରେ ପ୍ରଭୁ ଯୀଶୁ
ଡିସେମ୍ବର ୨୫ ତାରିଖକୁ ସାରା ବିଶ୍ୱ ଖ୍ରୀଷ୍ଟମାସ୍‌ ବା ବଡ଼ଦିନ ଭାବେ ପାଳନ କରିଥାଏ। ଖ୍ରୀଷ୍ଟ ଧର୍ମରେ ଏହି ଦିନକୁ ସବୁଠାରୁ ପବିତ୍ର ମନେ କରାଯାଇଥାଏ। ଖ୍ରୀଷ୍ଟଧର୍ମର ପ୍ରବର୍ତ୍ତକ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏହି ଦିନ ଧରାବତରଣ କରିଥିଲେ  ବୋଲି ମାନ୍ୟତା ରହିଛି। ଦୟା, କ୍ଷମା, କରୁଣାର ଅବତାର ଥିଲେ ପ୍ରଭୁ ଯୀଶୁ। ମାନବ ସମାଜକୁ ଦିଗ୍‌ଦର୍ଶନ ଦେବା ଲାଗି ପରମେଶ୍ବରଙ୍କ ନିର୍ଦ୍ଦେଶରେ ସେ ଧରାବତରଣ କରିଥିଲେ। ସମାଜର ମଙ୍ଗଳ ପାଇଁ ସେ ହସିହସି ପ୍ରାଣବଳି ଦେଇଥିଲେ। ପ୍ରଭୁ ଯୀଶୁ ମାନବସମାଜକୁ ପ୍ରେମ ଏବଂ ମାନବିକତା ଶିକ୍ଷା ଦେଇଥିଲେ।

ସେ ଜଗତର ଲୋକଙ୍କୁ ପ୍ରେମ ଏବଂ ଭାଇଚାରା ସହିତ ବଞ୍ଚିବାକୁ ବାର୍ତ୍ତା ଦେଇଥିଲେ।  ଏହି ଦିନଟିକୁ ଇଉରୋପୀୟ ରାଷ୍ଟ୍ରରେ ଖୁବ୍ ଜାକଜମକରେ ପାଳନ କରାଯାଉଥିଲାବେଳେ ଆଜିକାଲି ପ୍ରାୟତଃ ସବୁସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ବଡ଼ଦିନ ପାଳନ ଅବସରରେ ଚର୍ଚ୍ଚଗୁଡ଼ିକୁ ବିଭିନ୍ନ ରଙ୍ଗବେରଙ୍ଗର ଆଲୋକମାଳା, ତାରକାରେ ସଜ୍ଜିତ କରାଯାଇ କ୍ୟାରୋଲ ସଙ୍ଗୀତ ଗାନ, ସମୂହ ପ୍ରାର୍ଥନା ସହ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଏ। ଖ୍ରୀଷ୍ଟ ଧର୍ମର ଲୋକେ ବଡ଼ଦିନ ଉପଲକ୍ଷେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ ପରିଧାନ କରିଥାନ୍ତି। ଏହି ଅବସରରେ ବିଭିନ୍ନ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରାଯାଇଥାଏ।

ବଡ଼ଦିନରେ କେକ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମସ୍ତେ ମିଳିତ ହୋଇ କେକ୍‌ କାଟିବା ସହ ପରସ୍ପରକୁ ଏହାକୁ ଖୁଆଇ ଏହି ଦିନର ଶୁଭ କାମନା ଜଣାଇଥାନ୍ତି। ଛକ ଛକରେ ଲାଇଟ୍‌ ଲଗାଇ ଖ୍ରୀଷ୍ଟମାସ୍‌ ଗଛ ସଜାଇ ଥା’ନ୍ତି ଖ୍ରୀଷ୍ଟଧର୍ମାବଲମ୍ବୀ ଲୋକେ। ଏହି ଅବସରରେ ଲୋକେ ପରସ୍ପରକୁ ଉପହାର ଦେଇ ଶୁଭକାମନା ଜଣାଇଥାନ୍ତି। ଏହି ଦିନର ସବୁଠାରୁ ଆକର୍ଷଣୀୟ ବିଷୟ ହେଉଛି ଖ୍ରୀଷ୍ଟମାସ୍‌ ଟ୍ରି ଓ ସାନ୍ତାକ୍ଲଜ୍। ପ୍ରଥମେ ଲଣ୍ଡନରେ ଏହି ଖ୍ରୀଷ୍ଟମାସ୍‌ ଟ୍ରି ପରମ୍ପରା ଆରମ୍ଭ ହୋଇଥିଲା। ପିଲାଙ୍କ ଆୟୁଷ ବଢ଼ିବା ନିମନ୍ତେ ଏହି ଗଛ ସଜ୍ଜାଯାଉଥିବା କୁହାଯାଏ।

ଖ୍ରୀଷ୍ଟମାସ୍‌ ପର୍ବଟି ମୁଖ୍ୟତଃ ଛୋଟ ପିଲାମାନଙ୍କ ପାଇଁ ଅଧିକ ଆନନ୍ଦ ଓ ଉଲ୍ଲାସ ଆଣି ଦେଇଥାଏ। ଏହି ଦିନରେ ପିଲାମାନଙ୍କୁ ତାଙ୍କ ପସନ୍ଦର ଖାଦ୍ୟଦ୍ରବ୍ୟ ଖାଇବାକୁ ମିଳିବା ସହ ବହୁ ଉପହାର ମଧ୍ୟ ମିଳିଥାଏ। ମାନ୍ୟତା ଅନୁଯାୟୀ, ସାନ୍ତାକ୍ଲଜ୍‌ ସ୍ୱର୍ଗରୁ ଆସି ସଭିଁଙ୍କ ପାଇଁ ଉପହାର ସହ ଖୁସି ଦେଇଯାଆନ୍ତି। ତେଣୁ ଏହି ଦିନରେ କିଛି ବ୍ୟକ୍ତି ସାନ୍ତାକ୍ଲଜ୍‌ ବେଶରେ ସଜେଇ ହୋଇ ପିଲାମାନଙ୍କୁ ଉପହାର ପ୍ରଦାନ କରିଥାଆନ୍ତି।

ମହଙ୍ଗା ମାଡ଼ରେ ପାର୍ବଣ ଫିକା: ଟମାଟୋ, ଅଦା, ରସୁଣ, ଜିରା ପରେ ହଳଦୀ ପାଳି
ଭୁବନେଶ୍ବର: ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମାତ୍ର ପାର୍ବଣରେ ଲୋକଙ୍କ ପକେଟ ଖାଲି ଦଶହରା ବଜା ରରେ ନାହିଁ ଆନନ୍ଦର ଉଷ୍ଣତା । ରନ୍ଧନ ଗ୍ୟାସ୍‌ଠାରୁ ଆରମ୍ଭ କରି ତେଜରାତି ସାମଗ୍ରୀ, ଘର କରଣା, ଇଲେକ୍‌ଟ୍ରୋନିକ୍ସ ଆଉ ପୋଷାକପତ୍ର ସବୁ ମହଙ୍ଗା ।  ଖୁଚୁରା ବଜାରରେ ଦୀର୍ଘଦିନ ହେବ ଅଟା ଓ ଚାଉଳ ଦର ଅଣାୟତ୍ତ। ପିଆଜ, ରସୁଣ, ଅଦା, ମସଲା ଓ ଡ଼ାଲି ଜାତୀୟ ସାମଗ୍ରୀ ମୂଲ୍ୟ ମଧ୍ୟ ଆକାଶ ଛୁଆଁ । କିଛି ଦିନର ବ୍ୟବଧାନ ପରେ ଖାଇବା ତେଲ ବି ମାରିଛି ଲମ୍ବା ଡିଆଁ ଖାଉଟିଙ୍କ ପାଇଁ ଦୀର୍ଘ ମାସ ହେବ ପିଡିଏସ୍‌ ବା କଣ୍ଟ୍ରୋଲ ଦୋକାନରେ ମିଳୁଥିବା ଗହମ ଯୋଗାଣ ବନ୍ଦ ହୋଇଯାଇଛି। କେନ୍ଦ୍ର ସରକାରଙ୍କ କର୍ପୋରେଟ୍‌ ପ୍ରୀତି ଉଭୟ ଖାଉଟି ଓ ଛୋଟ ବ୍ୟବସାୟୀଙ୍କ ପାଇଁ ବଡ଼ କଷ୍ଟକର ସମୟ ଆଣିଛି ।  ଉତ୍ପାଦନ ଭଲ ଥିବା ସତ୍ତ୍ବେ କର୍ପୋରେଟ୍‌ ସଂସ୍ଥାଙ୍କ ଏକଚାଟିଆ ମନୋଭାବ ଯୋଗୁଁ ଖୁଚୁରା ବଜାରରେ ଅନିୟନ୍ତ୍ରିତ ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ବଜାରରେ ସୃଷ୍ଟି ହୋଇଛି ଅଚଳାବସ୍ଥା । ଖାଉଟିଙ୍କ ସହ ଖୁଚୁରା ବ୍ୟବସାୟୀମାନେ ମଧ୍ୟ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରିବା ଆରମ୍ଭ କରିଛନ୍ତି।

ସରକାର ଖୁଚୁରା ବ୍ୟବସାୟୀଙ୍କ ସ୍ବାର୍ଥକୁ ଉପେକ୍ଷା କରି କର୍ପୋରେଟ୍‌ଙ୍କୁ ଗୁରୁତ୍ବ ଦେଉଛନ୍ତି। ବ୍ୟବସାୟୀଙ୍କ ପ୍ରତି ସକାରାତ୍ମକ ମନୋଭାବ ବଦଳରେ ସେମାନଙ୍କୁ ଆର୍ଥିକ ସ୍ତରରେ ଦୁର୍ବଳ କରିବାକୁ ସବୁ ପ୍ରକାର ଉଦ୍ୟମ କରୁଥିବା ସର୍ବଭାରତୀୟ ବ୍ୟବସାୟୀ ସଂଘ ଅଭିଯୋଗ କରିଛି। ଗତକାଲିଠାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଆରମ୍ଭ ହୋଇଥିବା ସାର୍ଟିଫିକେଟ୍‌ କୋର୍ସ ତାଲିମକୁ ବ୍ୟବସାୟୀମାନେ ତୀବ୍ର ବିରୋଧ କରିଛନ୍ତି। ଦରବୃଦ୍ଧିରେ ଅତିଷ୍ଠ ଖାଉଟିଙ୍କ ସହ ବ୍ୟବସାୟୀ ଏବେ ରାଜରାସ୍ତାକୁ ଆସିବା ଲାଗି ସଜବାଜ ହୋଇଛନ୍ତି ।

ଏହି ପ୍ରସଙ୍ଗରେ ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଖୁଚୁରା ବ୍ୟବସାୟରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ଆସିବା ଫଳରେ ରାଜ୍ୟ ସମେତ ଦେଶରେ ଖୁଚୁରା ବ୍ୟବସାୟୀଙ୍କ କାରବାର ପ୍ରଭାବିତ ହୋଇଛି। ଅନ୍‌ଲାଇନ୍‌ ସାମଗ୍ରୀ ଉପରେ ଲୋକଙ୍କୁ ଅଧିକ ରିଆତି ମିଳୁଥିବାରୁ ଗ୍ରାହକ ବଜାରରେ ଦୋକାନୀଙ୍କ ପାଖକୁ ପ୍ରତ୍ୟକ୍ଷ ଭାବେ ଆସୁନାହାନ୍ତି । ଏହାକୁ ଆଦୌ ସୁସ୍ଥ ପ୍ରତିଯୋଗିତା କୁହାଯିବନି। କୌଣସି ନୀତିଗତ ନିଷ୍ପତ୍ତି ସମାନ ବେଉସାରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅଲଗା ହୋଇପାରିବ ନାହିଁ। ଦୁର୍ଭାଗ୍ୟର ବିଷୟ ହେଉଛି, କେନ୍ଦ୍ର ସରକାର ବ୍ୟବସାୟୀଙ୍କ ସମସ୍ୟା ପ୍ରତି କେବେ ବି କର୍ଣପାତ କରୁନାହାନ୍ତି । ତେଣୁ ସଂଘ ଯେପରି ନିଷ୍ପତ୍ତି ନେଇଛି ତାହା ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କ ପାଇଁ ଭାରି ପଡ଼ିପାରେ। ଏ ଯାଏ କର୍ପୋରେଟ୍‌ ସଂସ୍ଥାକୁ ଆଇନ ପରିସରଭୁକ୍ତ କରାଯାଇନାହିଁ। ସାଧାରଣ ନିର୍ବାଚନ ଆସିବାରୁ ଏବେ କେନ୍ଦ୍ର ସରକାର ବ୍ୟବସାୟୀଙ୍କୁ ତାଲିମ ନାଁରେ ଏକ ପ୍ରହେଳିକା ସୃଷ୍ଟି କରୁଛନ୍ତି। ଏଥିରେ ବ୍ୟବସାୟୀଙ୍କ ମୌଳିକ ସମସ୍ୟା ସମାଧାନ ହେବନି। ଯଦି କେନ୍ଦ୍ର ସରକାର ସର୍ବଭାରତୀୟ ବ୍ୟବସାୟୀ ମହାସଂଘର ଦାବି ମୁତାବକ ପଦକ୍ଷେପ ନ ନିଅନ୍ତି, ତାହେଲେ ୯ କୋଟି ବ୍ୟବସାୟୀଙ୍କ ୩୬କୋଟି ଭୋଟର ଆଗାମୀ ସାଧାରଣ ନିର୍ବାଚନରେ ସେମାନଙ୍କର ସାମ୍ବିଧାନିକ ମତାଧିକାର ନେଇ ସ୍ବତନ୍ତ୍ର ନିଷ୍ପତ୍ତି ନେବେ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ପୂଜାରେ କ୍ରାଇମ ରୋକିବାକୁ ପୁଲିସର ମାଷ୍ଟର ପ୍ଳାନ, ଆକ୍ଟିଭ ମୋଡରେ ସ୍ପେଶାଲ ସ୍କ୍ବାଡ
ଭୁବନେଶ୍ବର: ଆସୁଛି ପୂଜା । ଚଳଚଞ୍ଚଳ ରାଜଧାନୀ । ଏବେଠୁ ରାଜଧାନୀରେ ଡେରା ପକାଇଲେଣି ରାଜ୍ୟ ବାହାର ଛିନତାଇ ଗ୍ୟାଙ୍ଗ । ପୂଜା ପେଣ୍ଡାଲ ନିକଟରେ ଦର୍ଶନ ବାହାନାରେ କରିବେ ହାତ ସଫେଇ । ଗ୍ୟାଙ୍ଗ ମହିଳାଙ୍କୁ ଢାଲ କରି କରିବ ଅପରେସନ। ପୂଜା ପେଣ୍ଡାଲ ଭିତରେ ହେଉକି ବାହାରେ ମୋବାଇଲ, ସୁନା ଚେନ ଓ ଭ୍ୟାନିଟ ଛଡାଇବେ । ପୂର୍ବ ବର୍ଷ ପରି ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ନଜର ରଖିବା ପାଇଁ ଗୁଇନ୍ଦା ନେଟୱର୍କକୁ କଡାକଡି କରିବା ସହିତ ସମସ୍ତ ଥାନାକୁ ଆଲର୍ଟ କରିଛନ୍ତି ଡିସିପି ।

ପୂଜାରେ କ୍ରାଇମ ରୋକିବାକୁ ପୁଲିସର ମାଷ୍ଟର ପ୍ଳାନ । ପାର୍ବଣ ହେବ କ୍ରାଇମ ଫ୍ରି । ରାଜଧାନୀରେ ଡେରା ପକାଇଲେଣି ଆନ୍ତଃରାଜ୍ୟ ଗ୍ୟାଙ୍ଗ । ପୂଜାରେ ମଉଜ କରିବେ ସହରିଆ । ଏହି ସମୟରେ ମୌକା ଦେଖି ମାତିବେ ଲୁଟେରା । ଲୁଟେରାଙ୍କୁ କାଉଣ୍ଟର କରିବାକୁ ଡିସିପିଙ୍କ ଷ୍ଟ୍ରାଟେଜି । ସମସ୍ତ ଥାନାକୁ କରାଯାଇଛି ଆଲର୍ଟ । ଗ୍ୟାଙ୍ଗ ସ୍କାନରରେ ଗହଳି ସ୍ଥାନ । ପୂଜା ପେଣ୍ଡାଲରେ ମହିଳାଙ୍କୁ ଢାଲ କରି ଲୁଟିବେ ପୁରଷ । ମୋବାଇଲ, ସୁନା ଚେନ ଝାମ୍ପିବା ସହ ହେବ ପକେଟ ମାର । ଆଉ କେଉଁଠି ବନ୍ଦ ଥିବା ଘରୁ ଲୁଟିବେ ଅଭିଯୁକ୍ତ ।

ଗ୍ୟାଙ୍ଗ ବାବଦରେ ପୁଲିସ ଅବଗତ ଥିବା ବେଳେ ନଜର ରଖିବା ପାଇଁ ପେଣ୍ଡାଲରେ ଅଣ୍ଡର କଭର ଅଫିସର ସାଧା ପୋଷାକରେ ଜଗିବେ । ପୋଲିସର ଆଖି କାନ କୁହାଯାଉଥିବା ସ୍ପେଶାଲ ସ୍କ୍ବାଡ, ଟିମ-୬୦ ଓ ପିଓପିଡି ଟିମ ଏବେ ଆକ୍ଟିଭ ମୋଡରେ ରହିଛନ୍ତି । ଲୋକଙ୍କୁ ଭେଟି ପୁଲିସ ତାର ଉପସ୍ଥିତ ଜାହିର କରୁଛି । ଗତ ବର୍ଷ ବିଭିନ୍ନ ପୂଜା ପେଣ୍ଡାଲରେ ଏମିତି କିଛି ଘଟଣା ଘଟିଥିଲା । ସେହି ଗ୍ୟାଙ୍ଗ ମାନଙ୍କୁ କମିଟି ସହାୟତାରେ ପୁଲିସ ଧରିଥିଲା । ସେହି ଫଣ୍ଡାକୁ ନେଇ ପୁଲିସ ରଣନିତୀ କରିଛି ବୋଲି ଡିସିପି କହିଛନ୍ତି ।

ସେପଟେ ଜେଲ ପରେଡକୁ ଜୋରଦାର କରାଯାଉଛି । କେଉଁ ସବୁ ଅପରାଧୀ ଜେଲରେ ଅଛନ୍ତି, କିଏ ଜାମିନରେ ଯାଇଛି । ସେମାନଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିଛି ପୁଲିସ । ଷ୍ଟ୍ରିଟ କ୍ରାଇମକୁ ନେଇ ହେଲ୍ପ ଲାଇନ ନମ୍ବର ୭୦୭୭୭୯୮୧୧୧ଜାରି ହୋଇଛି । ସଂପୃକ୍ତ ନମ୍ବରରେ ଅପରାଧିକ କାର୍ୟ୍ୟକଳାପ ନେଇ ପୋଲିସ ପାଖକୁ ଖବର ଆସୁଛି ।

ଯାହାକୁ ନେଇ ପୁଲିସ ଅପରାଧୀଙ୍କୁ ଧରିବାରେ ସକ୍ଷମ ହେଉଛି । ଚଳିତ ବର୍ଷ ୯ ମାସରେ ଅପରଧିକ ମାମଲାରେ ୧୪୨୦ ଜଣଙ୍କୁ ଗିରଫ କରାଯାଇଛି । ୧୫୯ ଜଣଙ୍କୁ ୧୧୦ରେ ବୁକ କରାଯାଇଥିବା ବେଳେ ୬୦୩ ଜଣଙ୍କୁ ଦେଲ ରିମାଣ୍ଡରେ ଆଣାଯାଇଛି । ଛିନତାଇ ଓ ଲୁଟ ମାମଲାରେ ୧ କେଜି ୬୦୭ ଗ୍ରାମ ସୁନା, ୯୫୭ ଗ୍ରାମ ରୁପା ଓ ନଗଦ ୭୬ ଲକ୍ଷ ୬୧ ହଜାର ଟଙ୍କା ଜବତ ହୋଇଛି ।