Nabin Odisha - The Sakala

ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଲେ 5T ଅଧ୍ୟକ୍ଷ
ସମ୍ବଲପୁର: ସମ୍ବଲପୁରରେ ନୂଆ–ଓ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କୁ ସଫଳତାର ଗୁରୁମନ୍ତ୍ର ଦେଇଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ମଣ୍ଡଳିଆରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସଫଳତା ହାସଲର ସୂତ୍ର ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କ ଲାଗି କାହିଁକି ମୁଖ୍ୟମନ୍ତ୍ରୀ ଏ ନୂଆ-ଓ କାର୍ଯ୍ୟକ୍ରମ କରିଛନ୍ତି ଏ ନେଇ ଛାତ୍ରଛାତ୍ରୀଙ୍କୁ ସେ କହିଥିଲେ। ଛାତ୍ରଛାତ୍ରୀମାନେ ଏବେ ସେମାନଙ୍କର ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି। ସେମାନଙ୍କ ଲାଗି ଏଇ ୫ ବର୍ଷ ଅତି ଗୁରୁତ୍ବପୂର୍ଣ୍ଣ। ପିଲାଙ୍କ ଲାଗି ଏହା ଗୋଲଡେନ ପିରିୟଡ । ୫ ବର୍ଷରେ ଯାହା କରିବେ ଉଜ୍ଜଳ ଭବିଷ୍ୟତ ଲାଗି କାମ ଦେବ। ସେଥିଲାଗି ଛାତ୍ରଛାତ୍ରୀ ପାଠ ପଢିବା ନିହାତି ଦରକାର । ଜୀବନରେ ସଫଳତା ହାସଲ କରିବାକୁ ହେଲେ ସାମଗ୍ରିକ ବ୍ୟକିତ୍ବର ବିକାଶ କରିବାକୁ ପଡିବ। ନିଜ ନିଜ ଭିତରେ ଥିବା ଅନ୍ତର୍ନିହିତ ପ୍ରତିଭାକୁ ବାହାରକୁ ଆଣିବାକୁ ପଡିବ। ଆପଣମାନଙ୍କ ମଧ୍ୟରେ ଯାହାବି ପ୍ରତିଭା ଅଛି ତାକୁ ବୃଦ୍ଧି କରିବାକୁ ସୁଯୋଗ ଦେବାକୁ ପଡିବ। ଜୀବନରେ ବହୁତ ବଡ଼ ସଫଳତା ପାଇବାକୁ ହେଲେ ବ୍ୟକ୍ତିତ୍ବର ବିକାଶ ନିହାତି ଆବଶ୍ୟକ ।

ଏହାକୁ ଆଖିରେ ରଖି ଏହି ନୂଆ-ଓ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। କୌଣସି ପ୍ରତିଯୋଗିତାରେ ଜିତିବା ତୁଳନାରେ ଅଂଶଗ୍ରହଣ ଅତି ଗୁରୁତ୍ବପୂର୍ଣ୍ଣ। ବିଜୟ ଖୁସି ଦେବ ହେଲେ ଅଂଶଗ୍ରହଣ ଆପଣଙ୍କୁ ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା ପ୍ରଦାନ କରିବ। ସଫଳତା ହାସଲ ଲାଗି ଛାତ୍ରଛାତ୍ରୀ ଶାରିରୀକ ବ୍ୟାୟାମ ସହ ୧୫ ମିନିଟ ଧ୍ୟାନ କରିବାକୁ କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସଫଳତା ପାଇବାକୁ ଦିନକୁ ୧୪ ଘଣ୍ଟା ପରିଶ୍ରମ କରିବାକୁ ସେ କହିଛନ୍ତି। କଠିନ ପରିଶ୍ରମର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କରିଛନ୍ତି। ସୋସିଆଲ ମିଡିଆରେ କମ ସମୟ ଅପଚୟ କରିବାକୁ ଦେଇଛନ୍ତି ପରାମର୍ଶ। ଏହାସହ ବାପା, ମା ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ପ୍ରଦାନ କରିବାକୁ କହିଛନ୍ତି। ପ୍ରତିଛାତ୍ର ଏହି ସମସ୍ତ କଥାକୁ ନେଇ ଆତ୍ମସମୀକ୍ଷା କରିବାର ଅଛି ।  ୫ ବର୍ଷ ଖଟିଲେ ଆସନ୍ତା ୫୦ ବର୍ଷ ଖୁସିରେ ରହିବେ।

ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟରୁ ପାଠ ପଢି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପଦରେ ଥିବା ପି.କେ ମିଶ୍ରଙ୍କ ଉଦାହରଣ ଦେଇଛନ୍ତି। ସରକାରୀ କଲେଜରୁ ପାଠ ପଢି କିପରି ଦେଶ ଏକ ପ୍ରମୁଖ ସ୍ଥାନରେ ପହଞ୍ଚି ପାରିଛନ୍ତି ବୋଲି କହିଥିଲେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସମ୍ବଲପୁରର ଛାତ୍ର ଶେଷ କିଶାନଙ୍କ ଉଦାହରଣ ଦେଇଥିଲେ।ବାପା, ମାଆଙ୍କୁ ହରାଇ କିପରି ସରକାରୀ ସ୍କୁଲରେ ପାଠ ପଢି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନରେ ପଢି ଜଣେ ବୈଜ୍ଞାନିକ ହୋଇପାରିଛନ୍ତି ବୋଲି କହିଥିଲେ। କଠିନ ପରିଶ୍ରମ କରି ସେ ଆଗକୁ ଆସି ପାରିଛନ୍ତି। ଶେଷ କିଶାନ ବର୍ତ୍ତମାନ ଜର୍ମାନୀରେ ବୈଜ୍ଞାନିକ ଅଛନ୍ତି । ନିକଟରେ ଏକ ଔଷଧ କମ୍ପାନୀ ଆରମ୍ଭ କରି ଲୋକଙ୍କୁ ନିୟୋଜନ କରିବାକୁ ଯୋଜନା କରିଛନ୍ତି । କଠିନ ପରିଶ୍ରମ ଯୋଗୁଁ ଆଜି ସମସ୍ତେ ସଫଳତାର ସ୍ଥାନ ହାସଲ କରିଛନ୍ତି ବୋଲି କହିଛନ୍ତି ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

କଳାହାଣ୍ଡି ଜିଲ୍ଲାସ୍ତରୀୟ ନୂଆ-ଓ ଉତ୍ସବ: ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ୫ଟି ଅଧ୍ୟକ୍ଷ ଦେଲେ ଗୁରୁମନ୍ତ୍ର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଗସ୍ତରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ମା’ ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ପଡ଼ିଆରେ ଆୟୋଜିତ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତଛାତ୍ରୀଙ୍କୁ ଦେଲେ ସଫଳତାର ଗୁରୁମନ୍ତ୍ର। ଜୟ ଜଗନ୍ନାଥ, ଜୟ ମା’ ମାଣିକେଶ୍ବରୀ କହି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରିଥିଲେ 5T ଅଧ୍ୟକ୍ଷ । ନୂଆବର୍ଷର ଅଭିନନ୍ଦନ ଦେବା ସହ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଥିଲେ 5T ଅଧ୍ୟକ୍ଷ ।

ଏହି ଅବସରରେ ସେ କହିଥିଲେ, ‘ସମସ୍ତ ଛାତ୍ରଛାତ୍ରୀ ଏବେ ସେମାନଙ୍କ ଜୀବନର ଏକ ଗୁରୁତ୍ବପୂର୍ଣ୍ଣ ପାହାଚରେ ଅଛନ୍ତି । ଛାତ୍ରଛାତ୍ରୀଙ୍କ ଏହା ଏକ ଗୋଲଡେନ ପିରିୟଡ । ଏହି ସମୟରେ ଆପଣମାନଙ୍କ ଲାଗି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପାଠ ପଢିବା । ପାଠ ପଢିବା ସହ କରିକୁଲାର ଆକ୍ଟିବିଟିଜ୍ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ବାସ ବଢିବ । ଜୀବନରେ ସଫଳ ହେବା ଲାଗି ଆତ୍ମବିଶ୍ବାସ ବହୁ ଜରୁରୀ । ଏଥିଲାଗି ମୁଖ୍ୟମନ୍ତ୍ରୀ ଏହି ନୂଆ-ଓ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହାଦ୍ବାରା ଆପଣଙ୍କ ମଧ୍ୟରେ ଥିବା ପ୍ରତିଭା ବାହାରକୁ ଆସିବ । ସାମଗ୍ରିକ ବ୍ୟକ୍ତିତ୍ବର ଉନ୍ନତି ହେବ । ପାଠ ପଢିବା ସହ ସାମଗ୍ରିକ ବ୍ୟକ୍ତିତ୍ବର ବିକାଶ ହେଲେ ଜୀବନରେ ସଫଳତା ହାସଲ କରି ହେବ ।’

ଆଗକୁ ସେ କହିଥିଲେ, ‘କୌଣସି ପ୍ରତିଯୋଗିତାରେ ଜିତିଲେ ଖୁସି ଲାଗିବ । ଏଥିରେ ଭାଗ ନେଲେ ଜୀବନ ସଂଘର୍ଷ କ’ଣ ଜାଣିବେ । ଆପଣଙ୍କ ମଧ୍ୟରେ ଥିବା ନେତୃତ୍ବ ଓ ଟିମ ୱାର୍କ ଭଳି ପ୍ରତିଭାର ବିକାଶ ହେବ। ଏଥିଲାଗି ଆପଣମାନଙ୍କୁ ସୁସ୍ଥ ରହିବା ସହ ନିଜ ମନକୁ ସୁସ୍ଥ ରଖିବା ଜରୁରୀ । ପ୍ରତିଦିନ ୩୦ ମିନିଟ ଶାରିରୀକ ପରିଶ୍ରମ ସହ ୧୫ ମିନିନ ଧ୍ୟାନ ନିଶ୍ଚିତ କରନ୍ତୁ । ଉଜ୍ଜଳ ଭବିଷ୍ୟତ ଲାଗି ଦିନକୁ ୧୪ ଘଣ୍ଟା ପରିଶ୍ରମ କରନ୍ତୁ ।’

ସୋସିଆଲ ମିଡିଆରେ ସମୟ ଅପଚୟ ନକରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସୋସିଆଲ ମିଡିଆରୁ ବହୁତ କିଛି ଶିଖି ପାରିବେ । ଏଥିରୁ ଭଲ ତଥ୍ୟ ଗ୍ରହଣ କରିବାକୁ ଚେଷ୍ଟା କରିବାକୁ ଛାତ୍ରଛାତ୍ରୀଙ୍କ ପରାମର୍ଶ ଦେଇଛନ୍ତି 5T ଅଧ୍ୟକ୍ଷ । ସେହିପରି ବାପାମାଆ ଓ ଗୁରୁଜନଙ୍କ କଥା ମାନି ସେମାନଙ୍କୁ ସମ୍ମାନ ଦେବାକୁ କହିଛନ୍ତି । କଠିନ ପରିଶ୍ରମର କୌଣସି ବିକଳ୍ପ ନାହିଁ । ଆତ୍ମବିଶ୍ବାସ ରଖି କଠିନ ପରିଶ୍ରମ କଲେ ଭବିଷ୍ୟତ ଉଜ୍ଜଳ ହେବ ଓ ସ୍ବପ୍ନ ସାକାର କରିବେ ବୋଲି 5T ଅଧ୍ୟକ୍ଷ କହିଛନ୍ତି ।

ଏହି ଅବସରରେ କଳାହାଣ୍ଡି ଜିଲ୍ଲାର କିଛି ସଫଳ ବ୍ୟକ୍ତିତ୍ବଙ୍କ ଉଦାହରଣ ଦେଇଥିଲେ 5T ଅଧ୍ୟକ୍ଷ । କେସିଙ୍ଗାର ସରକାରୀ ବିଦ୍ୟାପୀଠରୁ ପାଠ ପଢି ଅନୁପମ ଶାହା ଜିଲ୍ଲାପାଳ ହୋଇ ପାରିଛନ୍ତି । ବରିଷ୍ଠ ପୋଲିସ ଅଧିକାରୀ ସତ୍ୟବ୍ରତ ଭୋଇ ଏମ ରାମପୁର ସରକାରୀ ବିଦ୍ୟାଳୟରେ ପଢି ଆଇପିଏସ ହୋଇ ପାରିଛନ୍ତି । ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟରୁ ପାଠ ପଢି ଆଇପିଏସ ପାଇଥିବା ପିନାକ ମିଶ୍ରଙ୍କ ମଧ୍ୟ ଉଦାହରଣ ଦେଇ କଠିନ ପରିଶ୍ରମ ଏକମାତ୍ର ସଫଳତାର ସୂତ୍ର ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଛାତ୍ରଛାତ୍ରୀ ନିଜ ପ୍ରତି ବିଶ୍ବସ୍ତ ହୁଅନ୍ତୁ, ବହୁତ ଉପରକୁ ଯିବେ । କିଏ ବି ଆପଣଙ୍କ ସଫଳତାକୁ ବନ୍ଦ କରିପାରିବେନି ବୋଲି କହିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆଇଏମଆଇଟିରେ ଯୁବ ଓଡିଶା, ନବୀନ ଓଡିଶା ଉଦଯାପିତ
କଟକ: କଟକ ସ୍ଥିତ ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୌଗିକ ସଂସ୍ଥାନ (ଆଇଏମଆଇଟି)ରେ “ନୂଆ – ଓ’ ଯୁବ ଓଡିଶା, ନବୀନ ଓଡିଶା” କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ନିରାମୟ ଓଡିଶାର ଉପଦେଷ୍ଟା ରଞ୍ଜନ କୁମାର ବିଶ୍ୱାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଯୁବଶକ୍ତି ହିଁ ସାରା ବିଶ୍ୱର ସମ୍ପଦ ବୋଲି କହିଥିଲେ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ କ୍ରୀଡାରେ ଭାଗ ନେବାକୁ ପରାମର୍ଶ ଦେବା ସହ ନବୀନ ବାବୁଙ୍କ “ନୂଆ – ଓ” ଯୋଜନା ଉପରେ ଆଲୋକପାତ କରିଥିଲେ।

ସଭା ଆରମ୍ଭରେ ଏମବିଏ ଓ ଏମସିଏ ବିଭାଗୀୟ ମୁଖ୍ୟ ତଥା ନୋଡାଲ ଅଫିସର ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇଏମଆଇଟିରେ “ନୂଆ – ଓ” ଆନୁକୂଲ୍ୟରେ ବିଭିନ୍ନ କ୍ରୀଡା, ସାଂସ୍କୃତିକ ଏବଂ ସାମାଜିକ ସଚେତନତା ଆଦି ପ୍ରତିଯୋଗିତା ଆୟୋଜନ କରିବାରେ ଅଧ୍ୟାପକମାନଙ୍କୁ ପବିତ୍ର ପ୍ରଧାନ, ଯୁଗେଶ୍ବରୀ ମେହେର, ରାଜଶ୍ରୀ ମହାନ୍ତି ଏବଂ ସ୍ୱରାଜ ଦାସ ସହଯୋଗ କରିଥିଲେ। ଏହି ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ୬୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଉଦଯାପନୀ ସଭାରେ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। “ନୂଆ–ଓ” ଯୁବ ଓଡିଶା, ନବୀନ ଓଡିଶାର ସଂଯୋଜକ ଅରୁଣ କୁମାର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ସଭା ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।