Israel Attack on Gaza - The Sakala

ଖୋଜି ଖୋଜି ହମାସ୍‌ ଆତଙ୍କୀଙ୍କୁ ମାରୁଛି ଇସ୍ରାଏଲ, ୨୪ ଘଣ୍ଟା ମଧ୍ୟରେ ୩୦୦ରୁ ଅଧିକ ଆଡ୍ଡା ଧ୍ବଂସ
ତେଲ୍‌ ଆଭିଭ୍‌:ଗାଜାରେ ହମାସ୍‌ ବିରୋଧରେ ଇସ୍ରାଏଲ ସେନାର ଆକ୍ରମଣ ଆହୁରି ଜୋରଦାର ହୋଇଛି। ଇସ୍ରାଏଲ ସେନା ଗତକାଲି ଗାଜା ସହରରେ ପ୍ରବେଶ କରିବା ସହିତ ପରିବର୍ତ୍ତିିତ ରଣନୀତିରେ ଆକ୍ରମଣ ତୀବ୍ର କରିଛି। ଗତକାଲି ରାତିରେ ଆକାଶମାର୍ଗରୁ ଘନ ଘନ ବୋମାମାଡ଼ କରାଯିବା ସହିତ ଟ୍ୟାଙ୍କ ଏବଂ ତୋପ ମାଧ୍ୟମରେ ଇସ୍ରାଏଲ ସେନା ଆକ୍ରମଣ ଜାରି ରଖିଛି। ଗାଜା ସହରସ୍ଥିତ ଏକ ଶିବିର ଉପରେ ବୋମା ମାଡ଼ ଯୋଗୁଁ ୫୦ ପାଲେଷ୍ଟନୀୟଙ୍କ ମୃତ୍ୟୁ ହୋଇଛି। ସେହିପରି ସୁଡ଼ଙ୍ଗ ମଧ୍ୟରେ ରହିଥିବା ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ନିପାତ କରାଯାଉଥିବା ଇସ୍ରାଏଲ ସେନା କହିଛି।

ଏହି ଆକ୍ରମଣରେ ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିଥିବା ହମାସ୍‌ର ମୁଖ୍ୟ ସ୍ଥଳ କମାଣ୍ଡରର ମୃତ୍ୟୁ ହୋଇଛି ବୋଲି କୁହାଯାଇଛି। ଏହାସହିତ ୩୦୦ରୁ ଅଧିକ ହମାସ୍‌ ଆଡ୍ଡାକୁ ମଧ୍ୟ ଧ୍ବଂସ କରିଦିଆଯାଇଛି ବୋଲି ଆଇଡିଏଫର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୪ ହଜାରରୁ ଅଧିକ ଶିଶୁଙ୍କ ସମେତ ୧୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ଆହତମାନଙ୍କ ଚିକିତ୍ସା ପାଇଁ ମଧ୍ୟ ହସ୍ପିଟାଲରେ ବ୍ୟବସ୍ଥା ନାହିଁ। ବିଜୁଳି ,ପାଣି ବିନା ଗାଜାରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ବିଶେଷକରି ଉତ୍ତର ଗାଜା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରତି ମୁହୂର୍ତ୍ତରେ ବୋମାମାଡ଼ କରାଯାଇଥିବାରୁ ଗାଜାରେ ଭୂକମ୍ପ ଭଳି ସ୍ଥିତି ଉପୁଜିଛି ବୋଲି ଏଠାକାର ଲୋକ କହିଛନ୍ତି। ସେପଟେ ବିଜୁଳି ଅଭାବରୁ ହସ୍ପିଟାଲର କୌଣସି ବ୍ୟବସ୍ଥା କାର୍ଯ୍ୟ କରୁନଥିବାର ଆହତ ଶିଶୁ ଏବଂ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଅନ୍ୟପକ୍ଷରେ ପାଣି ଅଭାବରୁ ମହିଳାମାନେ ସେମାନଙ୍କ ମାସିକ ଧର୍ମ ବନ୍ଦ କରିବାକୁ ବଟିକା ଖାଉଥିବା ପାଲେଷ୍ଟାଇନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

କିଛି ସମୟ ପାଇଁ ଆକ୍ରମଣ ବନ୍ଦ କଲା ଇସ୍ରାଏଲ, ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ
ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ । ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।

ଆଇଡିଏଫ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’

ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।

ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।

ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ, ସମଗ୍ର ଗାଜା ପଟ୍ଟି କବଜା କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ
ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ ୮୦୦ରୁ ଅଧିକ ହମାସ୍‌ ଠିକଣାରେ ଇସ୍ରାଏଲୀ ସେନା ପକ୍ଷରୁ ଉଭୟ ସ୍ଥଳ ଏବଂ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରାଯାଇଛି। ହମାସକୁ ଆଇଏସ୍‌ଆଇଏସ୍‌ ଠାରୁ ଆହୁରି ବର୍ବର ବୋଲି ଅଭିହିତ କରି ଇସ୍ରାଏଲ ସେନା ଏହି ପଶୁ ସଦୃଶ ମଣିଷଙ୍କୁ ନିପାତ ନ କରିବା ଯାଏଁ ସଂଘର୍ଷ ଜାରି ରଖିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି।

ସୋମବାର ସୁଦ୍ଧା ଇସ୍ରାଏଲୀ ସେନା ଆକ୍ରମଣରେ ପ୍ରାୟ ୫୦୦ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା କହିଛି। ପୂର୍ବରୁ ଗାଜାଷ୍ଟ୍ରିପ୍‌ ଉପରେ ଜୋରଦାର ଆକ୍ରମଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ୍‌ ସତର୍କତା ଜାରି କରିବା ସହିତ ଏଠାରୁ ସାଧାରଣ ଲୋକମାନେ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଥିଲେ। ଏହାପରେ ଇସ୍ରାଏଲୀ ସେନା ଘନ ଘନ ରକେଟ୍‌ ଏବଂ ବୋମା ମାଡ଼ କରି ହମାସ୍‌ର ବହୁ ଆଶ୍ରୟସ୍ଥଳ ଧ୍ବଂସ କରିଦେଇଛି। ଏପରିକି ଗାଜାଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଦଖଲ କରାଯାଇ ସେଠାକୁ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ବନ୍ଦ କରିଦିଆଯାଇଛି ବୋଲି ଇସ୍ରାଏଲର ସେନା ମୁଖ୍ୟ କହିଛନ୍ତି।

ଏହିକ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହମାସ୍‌ଙ୍କ ପ୍ରତି ଆହୁରି କଡ଼ା ସ୍ବରରେ ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ହମାସ୍‌ ପ୍ରତି ଆମେ ଏଭଳି କଠୋର ପଦକ୍ଷେପ ନେବୁ, ଯାହାକି ମଧ୍ୟପ୍ରାଚ୍ୟର ସ୍ଥିତି ବଦଳାଇ ଦେବ। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ଇସ୍ରାଏଲୀ ସେନା ହମାସ୍‌ ବିରୋଧରେ ଲଢେଇ ଜାରି ରଖିଥିଲା ବେଳେ ଆଉ ୩ ଲକ୍ଷ ରିଜର୍ଭ ଫୋର୍ସଙ୍କୁ ଇସ୍ରାଏଲ ସରକାର ଯୁଦ୍ଧରେ ନିୟୋଜିତ କରିଛନ୍ତି। ଏହାବ୍ୟତୀତ ସୋମବାର ସନ୍ଧ୍ୟା ସୁଦ୍ଧା ଆମେରିକାର ଯୁଦ୍ଧପୋତ ଏବଂ କ୍ଷେପଣାସ୍ତ୍ର ବିଧ୍ବଂସକ ଯୁଦ୍ଧ ଜାହାଜ ଇସ୍ରାଏଲ ସମୁଦ୍ରତଟ ନିକଟରେ ପହଞ୍ଚିଛି। ହମାସ୍‌ ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଜଣାଇଥିଲା ବେଳେ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲା। ଏହିକ୍ରମରେ ଏହି ଯୁଦ୍ଧ ଜାହାଜ ପହଞ୍ଚିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ବଢାଇଛି। ଇସ୍ରାଇଲ୍‌ ନିକଟରେ ଆମେରିକାର ଯୁଦ୍ଧ ଜାହାଜ ପହଞ୍ଚି ସାରିଥିବା ଆମେରିକା ପ୍ରତିରକ୍ଷା ସଚିବ ସୋମବାର ସୂଚନା ଦେଇଛନ୍ତି, କିନ୍ତୁ ଆମେରିକାର ଏହି ନିଷ୍ପତ୍ତି ଆଗକୁ ଆହୁରି ଅସ୍ଥିରତା ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।