Gaza–Israel Conflict - The Sakala
ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ, ଦୁଇ ସପ୍ତାହ ଧରି ରଖିଥିଲା ବନ୍ଧକ
ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ ହମାସ୍ କବଜାରେ ଅଛନ୍ତି ୨୦୦ ପଣବନ୍ଦୀ । ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।
ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା । ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ ।
ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ । ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି । ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି ।
ଘନଉଛି ବିଶ୍ବଯୁଦ୍ଧ ଆଶଙ୍କା: ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ଇସ୍ରାଏଲ, ଖୁବଶୀଘ୍ର ଆରମ୍ଭ କରିବ ଗ୍ରାଉଣ୍ଡ ଅପରେସନ
ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି। କିନ୍ତୁ ଏଭଳି ସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢାଇଛି। କାରଣ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ଅନ୍ୟ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ସମର୍ଥନରେ ଅନେକ ଇସ୍‌ଲାମିକ୍‌ ରାଷ୍ଟ୍ର ମଧ୍ୟ ମେଳି କରିବା ଆରମ୍ଭ କରିଛନ୍ତି। ପରସ୍ପର ବିରୋଧୀ ରାଷ୍ଟ୍ର ଏକାଠି ହେବାକୁ ଲାଗିଥିବାରୁ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ବଢ଼ୁଛି। ଇସଲାମିକ୍‌ ରାଷ୍ଟ୍ର ସମୂହଙ୍କ ମୁଖିଆ ସାଉଦି ଆରବ ଆସନ୍ତା ବୁଧବାର ଜରୁରୀ ବୈଠକ ଡକାଇଥିଲା ବେଳେ ଏହି ବୈଠକରେ ଇସ୍ରାଏଲ ବିରୋଧରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇରାନ ସମେତ ସିରିଆ, ଜୋର୍ଡାନ, ଇରାକ ଏବଂ ଲେବାନନ ଭଳି ବହୁ ଇସଲାମିକ୍‌ ରାଷ୍ଟ୍ରମାନଙ୍କ ପକ୍ଷରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ରୁଷ ଏବଂ ଚୀନ ଭଳି ବିଶ୍ବର ଅନ୍ୟ ଦୁଇ ମହାଶକ୍ତି ମଧ୍ୟ ଇସ୍ରାଏଲ ବିରୋଧୀ ମେଣ୍ଟରେ ସାମିଲ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥତି ତୃତୀୟ ବିଶ୍ବଯୁଦ୍ଧ ପାଇଁ କାରଣ ହେବାର ଆଶଙ୍କା ବଢାଇଛି ବୋଲି ବିଶେଷଜ୍ଞ ମହଲ ଚିନ୍ତାପ୍ରକଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗାଜାପଟିରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ବର୍ତ୍ତମାନ ଗାଜା ସୀମାରେ ଶହ ଶହ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ସହ ଇସ୍ରାଏଲ ସେନା ପ୍ରସ୍ତୁତ ରହିଛି। କେବଳ ଆକ୍ରମଣ ପାଇଁ ସବୁଜ ସଙ୍କେତକୁ ଅପେକ୍ଷା ରହିଛି। ନିର୍ଦ୍ଦେଶ ପାଇବା କ୍ଷଣି ଇସ୍ରାଏଲ ସେନା ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଉତ୍ତର ଗାଜା ଅଞ୍ଚଳରେ ବସବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ନିଜ ସ୍ଥାନ ଛାଡି ଚାଲିଯିବାକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଥିଲା। କିନ୍ତୁ ଏହି ଅବଧି ଶେଷ ହୋଇଥିବାରୁ ବର୍ତ୍ତମାନ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଯାହାକି ଗାଜାପଟି ପାଇଁ ରବିବାର ରାତି ପ୍ରଳୟର ମୁହୂର୍ତ୍ତ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଗାଜାପଟିର ମୋଟ ଜନସଂଖ୍ୟା ପ୍ରାୟ ୨୨ ଲକ୍ଷ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକ ନିଜ ବାସସ୍ଥାନ ଛାଡି ଦକ୍ଷିଣ ଗାଜା ମୁହାଁ ହୋଇଛନ୍ତି। ଏହାବ୍ୟତୀତ ବହୁ ସଂଖ୍ୟକ ଲୋକ ଗାଜା-ଇଜିପ୍ଟ ସମୀରେ ରହିଥିବା ଶରଣାର୍ଥୀ ଶିବିରରେ ଆଶ୍ରୟ ନେବା ଆରମ୍ଭ କରିଛନ୍ତି। ତେବେ ଅଧିକାଂଶ ଲୋକ ଏବେ ମଧ୍ୟ ନିଜ ସ୍ଥାନ ଛାଡି ନାହାନ୍ତି। ଗୋଟିଏ ପଟେ ଇସ୍ରାଏଲର ନିର୍ଦ୍ଦେଶ ଏବଂ ଅନ୍ୟପଟେ ବାସସ୍ଥାନ ନ ଛାଡିବାକୁ ହମାସ୍‌ର ଆହ୍ବାନ ସାଧାରଣ ନାଗରିକଙ୍କ ଦ୍ବନ୍ଦ୍ବରେ ପକାଇଛି। ତେବେ ନିଜ ପଣରେ ଅଟଳ ରହିଥିବା ଇସ୍ରାଏଲ ସେନା ରବିବାର ରାତିରୁ ଗାଜା ଉପରେ ତୀବ୍ର ଆକ୍ରମଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ଅପରେସନ ବେଳେ ଇସ୍ରାଏଲ ସେନା ପ୍ରତିଟି ସ୍ଥାନରେ ହମାସ୍‌ ଠିକଣାରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ବେଳେ ଗାଜା ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯିବାର ଆଶଙ୍କା ବଢିଛି।
କେବଳ ହମାସ୍‌ ଆତଙ୍କବାଦୀ ନୁହନ୍ତି, ଏହି ଅପରେସନରେ ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ବଳିପଡ଼ବାର ଆଶଙ୍କା ବଢିଛି। ଯାହାକୁ ନେଇ ଜାତିସଂଘ ଠାରୁ ଅନ୍ୟାନ୍ୟ ବହୁ ଇସଲାମିକ୍‌ ରାଷ୍ଟ୍ର ଦୃଢ ବିରୋଧ କରିବା ଆରମ୍ଭ କରିଛନ୍ତି। ଗାଜା ଅଞ୍ଚଳରେ ଆକ୍ରମଣ ପାଇଁ ଇସ୍ରାଏଲର ଯେଭଳି ଆଭିମୁଖ୍ୟ ରହିଛି ତାହା ସାରା ବିଶ୍ବସମାଜ ପାଇଁ ମାନବସଙ୍କଟ ପରିସ୍ଥିତି ସୃଷ୍ଟି କରିବ ବୋଲି ଜାତିସଂଘ ଚେତାବନୀ ଦେଇଥିଲେ ହେଁ ଇସ୍ରାଏଲ ଏହାକୁ ଭ୍ରୁକ୍ଷେପ କରି ନାହିଁ। ସେହିପରି ଗାଜା ଅଞ୍ଚଳରୁ ସାଧାରଣ ଲୋକଙ୍କୁ ହଟାଇବା ମୃତ୍ୟୁଦଣ୍ଡ ସହ ସମାନ ବୋଲି ବିଶ୍ବସ୍ବାସ୍ଥ୍ୟ କହିଥିଲା ବେଳେ ଏହାକୁ ମଧ୍ୟ ଇସ୍ରାଏଲ ସେନା କର୍ଣ୍ଣପାତ କରିନାହିଁ। ଅନ୍ୟପକ୍ଷରେ ଇସ୍ରାଏଲକୁ ଖୋଲା ସମର୍ଥନ ଦେଇଥିବା ଆମେରିକା ରବିବାର ଇସ୍ରାଏଲକୁ ଏହାର ଦ୍ବିତୀୟ ଯୁଦ୍ଧ ଜାହାଜ ପଠାଇଛି। ଇସ୍ରାଏଲକୁ ଆମେରିକା ସମେତ ଜି-୭ ଗୋଷ୍ଠୀର ଅନ୍ୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ ଦେଇଥିଲା ବେଳେ ଇସ୍ରାଏଲ ବିରୋଧରେ ମଧ୍ୟପ୍ରାଚ୍ୟର ବହୁ ଇସଲାମିକ୍‌ ରାଷ୍ଟ୍ର ମଧ୍ୟ ଏକାଠି ହେବାକୁ ଯାଉଛନ୍ତି। ପୂର୍ବରୁ ଲେବାନନ ଏବଂ ଜୋର୍ଡାନର ବହୁ ଇସଲାମିକ୍‌ କଠୋରପନ୍ଥୀ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଘୋଷଣା କରିସାରିଛନ୍ତି। ସେହିପରି ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ କଲେ ସେଥିପାଇଁ ଯେଭଳି ପରିସ୍ଥିତି ଉପୁଜିବ ତାହାକୁ ମୁକାବିଲା କରିବାକୁ ଇସ୍ରାଏଲ ପାଇଁ କେହି ଗ୍ୟାରେଣ୍ଟି ଦେବେ ନାହିଁ ବୋଲି ଇରାନ ଚେତାବନୀ ଦେଇଛି। ଫଳରେ ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧଭୂମିରେ ପରିଣତ ହେବାର ଆଶଙ୍କା ବଢିଛି।
କିଛି ସମୟ ପାଇଁ ଆକ୍ରମଣ ବନ୍ଦ କଲା ଇସ୍ରାଏଲ, ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ
ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ । ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।
ଆଇଡିଏଫ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’
ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।
ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।
ଇସ୍ରାଏଲ-ହମାସ ଯୁଦ୍ଧ ଖବର ସଂଗ୍ରହବେଳେ ରକେଟ୍ ମାଡରେ ଜଣେ ସାମ୍ବାଦିକ ମୃତ
ଜେରୁଜେଲମ୍: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଯୁଦ୍ଧ ଯୋଗୁଁ ଯାଉଛି ହଜାର ହଜାର ସାଧାରଣ ଲୋକଙ୍କ ଜୀବନ । ଏହାରି ଭିତରେ ଗ୍ରାଉଣ୍ଡ୍ ଜିରୋରୁ ଯୁଦ୍ଧ ଖବର ସଂଗ୍ରହବେଳେ ଜଣେ ସାମ୍ୱାଦିକଙ୍କ ଜୀବନ ଚାଲିଯାଇଛି। ଇସ୍ରାଏଲ୍ ଆକ୍ରମଣରେ ଆଖି ବୁଜିଥିବା ସାମ୍ବାଦିକ ଜଣଙ୍କ ରୟଟର୍ସର ଭିଡିଓ ଗ୍ରାଫର ବୋଲି ଜଣାପଡ଼ିଛି । ଫଟୋ ଜର୍ଣ୍ଣାଲିଷ୍ଟ ସାମ୍ବାଦିକ ଇସାମ୍ ଆବଦାଲାହ ନାମ୍ ରହୁଥିବା ସାଉଥ୍ ଲେବାନନ ଆଲମା ଅଲ୍ ସାବ୍ ଗାଁରେ ରକେଟ୍ ମାଡ ହେବାରୁ ତାଙ୍କର ମୃତ୍ୟୁ ହୋଇଛି । ଦକ୍ଷିଣ ଲେବାନନରେ ଇସ୍ରାଏଲ ଡିଫେନ୍ସ ଫୋର୍ସର ଆକ୍ରମଣ ବେଳେ ତାଙ୍କର ମୃତ୍ୟୁ ହୋଇଛି । ସେହିପରି ଏହି ଆକ୍ରମଣରେ ଅନ୍ୟ ୬ଜଣ ସାମ୍ବାଦିକ ଆହତ ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଲେବାନନ୍‌ର ପ୍ରଧାନମନ୍ତ୍ରୀ ନାଜିବ୍‌ ମିକାତି ଓ ଜଣେ ହେଜ୍‌ବୋଲ୍ଲା ସାଂସଦ ଇସ୍ରାଏଲ୍‌କୁ ଦାୟୀ କରିଛନ୍ତି।
ସାମ୍ବାଦିକଙ୍କ ମୃତ୍ୟୁ ଖବର ଶୁଣି ଏହା ଅତ୍ୟନ୍ତ ଦୁଃଖ ଦାୟକବୋଲି ରୟଟର୍ସ ପକ୍ଷରୁ କୁହାଯାଇଛି । ମୃତ୍ୟୁବରଣ କରିଥିବା ସାମ୍ବାଦିକଜଣକ ଦକ୍ଷିଣ ଲେବାନନରେ ରୟଟର୍ସ ପାଇଁ କାର୍ଯ୍ୟରତ ଥିଲେ । ସେ ଲାଇଭ୍ ଫୁଟେଜ୍ ପଠାଉଥିଲେ । ଇସ୍ରାଏଲ ସେନାର ଗୁଳିରେ ରୟଟର୍ସର ଆଉ ୨ ସାମ୍ବାଦିକ ଥେୟର ଅଲ୍ ସୁଡାନି ଓ ମେହର ନଜାହ ମଧ୍ୟ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଅଲ୍ ଜଜିରା ଜି ଟିଭିର ୨ ସାମ୍ବାଦିକ ମଧ୍ୟ ଆହତ ହୋଇଛନ୍ତି ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ‘ଅପରେସନ ଅଜୟ’ ହେଉଛି ସଫଳ । ଦ୍ୱିତୀୟ ପର୍ଯ୍ୟାୟରେ ଦ୍ଧଗ୍ରସ୍ତ ଇସ୍ରାଏଲରୁ ସୁରକ୍ଷିତ ଫେରିଲେ ୨୩୫ ଭାରତୀୟ । ରାଜଧାନୀ ଦିଲ୍ଲୀରେ ସୁରକ୍ଷିତ ଓହ୍ଲାଇଛନ୍ତି ଇସ୍ରାଏଲରେ ଫସିଥିବା ପ୍ରବାସୀ ଭାରତୀୟ । ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଭିତରେ ୧୮ହଜାର ଭାରତୀୟ ଫସି ରହିଛନ୍ତି । କେନ୍ଦ୍ର ସରକାରଙ୍କ ‘ଅପରେସନ୍ ଅଜୟ’ ଜରିଆରେ ସବୁ ଭାରତୀୟଙ୍କୁ ସୁରକ୍ଷିତ ସ୍ୱଦେଶ ଫେରାଇ ଆଣିବା ପାଇଁ ଚାଲିିଛି ଉଦ୍ୟମ ।
କେନ୍ଦ୍ର ମନ୍ତ୍ରୀ ରାଜକୁମାର ରଂଜନ ବିମାନ ବନ୍ଦରରେ ଇସ୍ରାଏଲରୁ ଫେରିଥିବା ଲୋକଙ୍କୁ ସ୍ୱାଗତ କରିଥିଲେ । ଇସ୍ରାଏଲରୁ ଦ୍ୱିତୀୟ ବିମାନରେ ଫେରିଥିବା ଲୋକମାନେ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଶୁକ୍ରବାର ରାତିରେ ୨୩୫ ଜଣ ଭାରତୀୟ ତେଲ ଅବିବ୍ ବିମାନ ବନ୍ଦରରୁ ବାହାରିଥିଲେ । ଆଜି ସକାଳେ ସମସ୍ତେ ସୁରକ୍ଷିତ ଭାବେ ଦିଲ୍ଲୀରେ ପହଂଚିଛନ୍ତି । ବିମାନରେ ପହଂଚିବା ପରେ ‘ବନ୍ଦେ ମାତରମ’ ସ୍ଲୋଗାନ ଦେଇଥିଲେ ଭରତୀୟ । ଯୁଦ୍ଧର ବିଭୀଷିକା ଭିତରେ ସ୍ୱଦେଶ ଫେରିବାରୁ ଆଶ୍ୱସ୍ତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏହା ପୂର୍ବରୁ ଇସ୍ରାଏଲରୁ ପ୍ରଥମ ଚାର୍ଟର ବିମାନ ଗୁରୁବାର ବିଳମ୍ବିତ ରାତିରେ ବେନ ଗୁରିଅନ ବିମାନବନ୍ଦରରୁ ଭାରତ ଅଭିମୁଖେ ଯାତ୍ରା କରି ଶୁକ୍ରବାର ସକାଳେ ଭାରତୀୟ ରାଜଧାନୀ ଦିଲ୍ଲୀରେ ପହଞ୍ଚିଥିଲା। ପ୍ରଥମ ବିମାନରେ ୨୧୨ ଜଣ ଭାରତୀୟ ନାଗରିକ ଫେରିଥିଲେ ।
୨୪ ଘଣ୍ଟା ମଧ୍ୟରେ ଗାଜା ଛାଡିବାକୁ ଗାଜାବାସୀଙ୍କୁ ନିର୍ଦ୍ଦେଶ ଦେଲା ଇସ୍ରାଏଲ ସେନା
ନୂଆଦିଲ୍ଲୀ: ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଷଷ୍ଠ ଦିନରେ ପହଞ୍ଚିଥିବାବେଳେ ଏହା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଘନ ଘନ ମିଜାଇଲ ମାଡ ହେଉଛି । ଏହାରି ମଧ୍ୟରେ ଇସ୍ରାଏଲ ସଂଲଗ୍ନ ଗାଜା ସୀମାନ୍ତରୁ ୧୧ ଲକ୍ଷ ପାଲେଷ୍ଟାଇନ ନାଗରିକଙ୍କୁ ସ୍ଥାନ ଛାଡିବାକୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟାଇନ ନାଗରିକଙ୍କୁ ଗାଜାର ଦକ୍ଷିଣ ଅଂଚଳକୁ ଚାଲିଯିବାକୁ କୁହାଯାଇଛି । ଇସ୍ରାଏଲ ସେନା ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ଜାତିସଂଘ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଇସ୍ରାଏଲ ସୀମାନ୍ତ ଗାଜାର ଏହି ଅଂଚଳରୁ ଥିବା ଜାତିସଂଘ କାର୍ଯ୍ୟାଳୟକୁ କର୍ମଚାରୀଙ୍କୁ ଛାଡିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।
ଇସ୍ରାଏଲ ସେନାର ଏପରି ନିର୍ଦ୍ଦେଶ ଦେବା ପରେ ଭୟଙ୍କର ପରିଣାମର ପୂର୍ବାନୁମାନ କରିଛି ଜାତିସଙ୍ଘ । ଇସ୍ରାଏଲ୍ ଖୁବ୍ ଶୀଘ୍ର ଏହାର ଉତ୍ତର ପାର୍ଶ୍ୱରୁ ଘାତକ ଆକ୍ରମଣ କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛନ୍ତି। ଗାଜା ସହର ତଳେ ଥିବା ଟନେଲରେ ହମାସ ସଂଗଠନ କର୍ମୀ ଲୁଚି ରହିଥିବା ନେଇ ଇସ୍ରାଏଲ୍ ସୈନ୍ୟବାହିନୀ ଅନୁମାନ କରୁଛି । ଏଥିପାଇଁ ସେଠାରେ ଥିବା ସାଧାରଣ ନାଗରିକଙ୍କୁ ୨୪ ଘଣ୍ଟା ମଧ୍ୟରେ ଅନ୍ୟତ୍ର ସ୍ଥାନାନ୍ତର ହୋଇଯିବାକୁ କୁହାଯାଇଛି।
ସେପଟେ ଇସ୍ରାଏଲ ପଡୋଶୀ ସିରିଆର ଦୁଇ ଏୟାରପୋର୍ଟ ଉପରେ ମଧ୍ୟ ଆକ୍ରମଣ କରିଛି । ଦସ୍ମିକ ଏବଂ ଆଲେପ୍ପୋ ବିମାନବନ୍ଦରରେ ବୋମା ବର୍ଷଣ କରିଥିଲା ଇସ୍ରାଏଲ ସେନା । ଏହାପରେ ଏହି ଦୁଇ ବିମାନ ବନ୍ଦରକୁ ବନ୍ଦ କରି ଦିଆଯାଇଛି । ଇସ୍ରାଏଲ ଏବଂ ଲେବନାନ ମଧ୍ୟରେ ମଧ୍ୟ ଏହି ବିବାଦୀୟ ସ୍ଥାନକୁ ନେଇ ଦୁଇ ସେନା ମଧ୍ୟରେ ଗୁଳିବିନିମୟ ହୋଇଥିଲା ।
ସିରିଆର ଦୁଇଟି ଏୟାରପୋର୍ଟ ଉପରେ ରକେଟ୍ ମାଡ କଲା ଇସ୍ରାଏଲ୍‌, ବ୍ୟାପକ କ୍ଷୟକ୍ଷତି ଘଟିଥିବା ସୂଚନା
ଡାମାସକସ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ୍‌ ଏବଂ ହମାସ୍‌ ଯୁଦ୍ଧ । ଦୁଇ ଦେଶ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଅନ୍ୟ ଦେଶକୁ ବ୍ୟାପିବାରେ ଲାଗିଲାଣି । ଏବେ ସିରିଆର ଦୁଇଟି ଏୟାରପୋର୍ଟ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍‌ । ସିରିଆ ରାଜଧାନୀ ଡାମାସକସର ମୁଖ୍ୟ ବିମାନବନ୍ଦର ଓ ଉତ୍ତରାଞ୍ଚଳ ସହର ଆଲେପ୍ପୋ ବିମାନବନ୍ଦରରେ ଇସ୍ରାଏଲ୍ ରକେଟ୍ ମାଡ଼ କରିଛି। ଏନେଇ ସିରିଆ ଗଣମାଧ୍ୟମରେ ଶାମ ଏଫ୍‌ଏମ୍‌ରେ ଖବର ପ୍ରକାଶ ପାଇଛି।
ଇସ୍ରାଏଲ୍‌ ଆକ୍ରମଣରେ ଆଲେପ୍ପୋ ବିମାନବନ୍ଦରରେ ବହୁ କ୍ଷୟକ୍ଷତି ଘଟିଛି। କିନ୍ତୁ ଏଥିରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ଯଦିଓ ଦାମସ୍‌କସ୍‌ ବିମାନବନ୍ଦରରେ ଆକ୍ରମଣର ପ୍ରଭାବ ବିଷୟରେ କୌଣସି ସୂଚନା ମିଳିନାହିଁ। ସିରିଆର ସରକାରୀ ଟିଭି ସୂତ୍ରରୁ ଜଣାପଡ଼ିଛି ଯେ ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୫୦ରେ ଇସ୍ରାଏଲ୍‌ ସିରିଆର ଦୁଇ ପ୍ରମୁଖ ବିମାନବନ୍ଦର ଉପରେ ରକେଟ୍‌ ମାଡ଼ କରିଛି। ଏଥିରେ ଏୟାରପୋର୍ଟର ରନୱେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି ।
ଗତ ଛଅ ଦିନ ହେବ ଇସ୍ରାଏଲ ଓ ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଛି । ଏହାରି ମଧ୍ୟରେ ସିରିଆ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଥିଲା। ଏଥିସହ ଇସ୍ରାଏଲ ଉପରେ ଆକ୍ରମଣ କରିବ ବୋଲି ଧମକ ଦେଇଥିଲା। ହମାସ ସପକ୍ଷରେ ସିରିଆ ବାହାରିବାରୁ ଆଜି ଇସ୍ରାଏଲ ପକ୍ଷରୁ ଏପରି ଆକ୍ରମଣ କରାଯାଇଥିବା ସିରିଆ ଆଶଙ୍କା କରାଯାଉଛି ।
ଇସ୍ରାଏଲ-ହମାସ୍‌ ଯୁଦ୍ଧ ଜାରି : ୨୪୦୦ରୁ ଅଧିକ ମୃତ, ୪ ହଜାର ଆହତ
ତେଲ୍‌ ଆଭିଭ୍‌: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ବୁଧବାର ପଞ୍ଚମ ଦିନରେ ପହଞ୍ଚିଛି। ଏହାମଧ୍ୟରେ ଉଭୟ ପକ୍ଷର ମୃତ୍ୟୁସଂଖ୍ୟା ୨୪୦୦ ରୁ ଅଧିକ ହେବା ସହିତ ଆହତଙ୍କ ସଂଖ୍ୟା ୪ ହଜାର ଡେଇଁଛି। ଗାଜାଷ୍ଟ୍ରିପ୍‌କୁ ଲାଗି ରହିଥିବା ଇସ୍ରାଏଲର ବିଭିନ୍ନ ସହର ଉପରେ ହମାସ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିବା ସହିତ ଲେବାନନର ହେଜବୁଲ୍ଲା ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ ଚାଲିଛି। ଏହାମଧ୍ୟରେ ଲେବାନନ ପଟୁ ଇସ୍ରାଏଲ ମଧ୍ୟକୁ କିଛି ପାରାଟ୍ରୁପର ଆକ୍ରମଣକାରୀ ପଶିଥିବା ସୂଚନା ମିଳିଛି। ତେବେ ଇସ୍ରାଏଲ ସେନା ପକ୍ଷରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ।
ଅନ୍ୟପକ୍ଷରେ ଗାଜାଷ୍ଟ୍ରିପ୍‌ ଉପରେ ଇସ୍ରାଏଲୀ ସେନାର ଆକ୍ରମଣ ଆହୁରି ଜୋରଦାର ହେବା ସହିତ ଗ୍ରାଉଣ୍ଡ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ଗାଜା ଅଞ୍ଚଳ ଧ୍ବଂସସ୍ତୁପରେ ପରିଣତ ହୋଇଥିଲା ବେଳେ ପାଲେଷ୍ଟାଇନର ଏକମାତ୍ର ବିଦ୍ୟୁତଶକ୍ତି କେନ୍ଦ୍ର ତୈଳ ଅଭାବରୁ ବନ୍ଦ ହୋଇଯାଇଛି। ଯାହାକୁ ନେଇ ଗାଜା ଅଞ୍ଚଳ ଏବେ ସମ୍ପୂର୍ଣ୍ଣ ଅନ୍ଧକାରମୟ ହୋଇପଡ଼ିଛି। ପୂର୍ବରୁ ଏହି ଅଞ୍ଚଳକୁ ଇସ୍ରାଏଲ ପାଣି ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଦେଇଛି। ଫଳରେ ଏଠାରେ ଜଟିଳ ପରିସ୍ଥିତି ଉପୁଜିଛି। ବର୍ତ୍ତମାନ ଗ୍ରାଉଣ୍ଡ ଅପରେସନ ଆରମ୍ଭ ହୋଇଥିବାରୁ ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇସ୍ରାଏଲ ପକ୍ଷରୁ ଗାଜା ଉପରେ ଫସଫରସ୍‌ ବୋମା ଦ୍ବାରା ଆକ୍ରମଣ କରାଯାଉଛି ବୋଲି ପାଲେଷ୍ଟାଇନ ପ୍ରଶାସନ ପକ୍ଷରୁ ଅଭିଯୋଗ କରାଯାଇଛି।
ଏହାଦ୍ବାରା ସଂପୃକ୍ତ ଅଞ୍ଚଳରେ ଅମ୍ଳଜାନର ଅଭାବ ଦେଖାଯାଇ ସ୍ଥିତି ଆହୁରି ବିପନ୍ନ ହୋଇପଡ଼ିବ ବୋଲି ପାଲେଷ୍ଟାଇନ କର୍ତ୍ତୃପକ୍ଷ କହିଛନ୍ତି। ଇତିମଧ୍ୟରେ ସାଉଦି ଆରବ ହମାସକୁ ସମର୍ଥନ କରିଥିଲା ବେଳେ ୟୁଏଇ ଯୁଦ୍ଧ ପ୍ରସଙ୍ଗରେ ମୁଣ୍ଡ ପୁରାଇବ ନାହିଁ ବୋଲି କହିଛି। ତେବେ ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ମାନବିକ ସହାୟତା ରୁପେ ୨୦ ନିୟୁତ ଡଲାରର ଆର୍ଥିକ ସହାୟତା ଘୋଷଣା କରିଛି। ଗୋଟିଏ ପକ୍ଷରେ ତୁରନ୍ତ ହିଂସା ବନ୍ଦ କରିବାକୁ ଚୀନ୍‌ ସମେତ ଅନ୍ୟ କିଛି ରାଷ୍ଟ୍ର ଆହ୍ବାନ ଜଣାଇଛନ୍ତି। କିନ୍ତୁ ଅଧିକାଂଶ ନାଟୋ ସଦସ୍ୟ ରାଷ୍ଟ୍ର ହମାସକୁ ଠିକଣା ଜବାବ ଦେବାକୁ ଇସ୍ରାଏଲକୁ ସମର୍ଥନ ଦେଇଛନ୍ତି। ଏହାମଧ୍ୟରେ ହମାସ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ସେନା ପରମାଣୁ ଅସ୍ତ୍ର ଦ୍ବାରା ଆକ୍ରମଣ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଛି।
ଜୋରଦାର ହେଉଛି ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ, ସମଗ୍ର ଗାଜା ପଟ୍ଟି କବଜା କରିବାକୁ ଇସ୍ରାଏଲ ସେନାକୁ ନିର୍ଦ୍ଦେଶ
ତେଲ୍‌ ଆଭିଭ୍‌(ଏଜେନ୍ସି): ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ ଶନିବାର ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରେ ଅତର୍କିତ ଆକ୍ରମଣ କରାଯିବା ପରେ ଇସ୍ରାଏଲ ସରକାର ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିବା ସହିତ ଏହାକୁ ନିର୍ମୂଳ କରିବାକୁ ପଣ କରିଛନ୍ତି। ସେହି ଅନୁସାରେ ଇସ୍ରାଏଲ ସେନା ହମାସ୍‌ ଠିକଣାରେ ଜୋରଦାର ଆକ୍ରମଣ କରିଛି। ସୋମବାର ସୁଦ୍ଧା ଦକ୍ଷିଣ ଇସ୍ରାଏଲର ଗାଜାଷ୍ଟ୍ରିପ୍‌ ଅଞ୍ଚଳରେ ୮୦୦ରୁ ଅଧିକ ହମାସ୍‌ ଠିକଣାରେ ଇସ୍ରାଏଲୀ ସେନା ପକ୍ଷରୁ ଉଭୟ ସ୍ଥଳ ଏବଂ ଆକାଶମାର୍ଗରୁ ଘନ ଘନ ବୋମା ମାଡ଼ କରାଯାଇଛି। ହମାସକୁ ଆଇଏସ୍‌ଆଇଏସ୍‌ ଠାରୁ ଆହୁରି ବର୍ବର ବୋଲି ଅଭିହିତ କରି ଇସ୍ରାଏଲ ସେନା ଏହି ପଶୁ ସଦୃଶ ମଣିଷଙ୍କୁ ନିପାତ ନ କରିବା ଯାଏଁ ସଂଘର୍ଷ ଜାରି ରଖିବ ବୋଲି ଇସ୍ରାଏଲ ସେନା ମୁଖ୍ୟ କହିଛନ୍ତି।
ସୋମବାର ସୁଦ୍ଧା ଇସ୍ରାଏଲୀ ସେନା ଆକ୍ରମଣରେ ପ୍ରାୟ ୫୦୦ ପାଲେଷ୍ଟନୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସେନା କହିଛି। ପୂର୍ବରୁ ଗାଜାଷ୍ଟ୍ରିପ୍‌ ଉପରେ ଜୋରଦାର ଆକ୍ରମଣ କରାଯିବା ନେଇ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ବେଞ୍ଜାମିନ୍‌ ସତର୍କତା ଜାରି କରିବା ସହିତ ଏଠାରୁ ସାଧାରଣ ଲୋକମାନେ ଅନ୍ୟ ସ୍ଥାନକୁ ଚାଲିଯିବାକୁ କହିଥିଲେ। ଏହାପରେ ଇସ୍ରାଏଲୀ ସେନା ଘନ ଘନ ରକେଟ୍‌ ଏବଂ ବୋମା ମାଡ଼ କରି ହମାସ୍‌ର ବହୁ ଆଶ୍ରୟସ୍ଥଳ ଧ୍ବଂସ କରିଦେଇଛି। ଏପରିକି ଗାଜାଷ୍ଟ୍ରିପ୍‌କୁ ସମ୍ପୂର୍ଣ୍ଣ ଦଖଲ କରାଯାଇ ସେଠାକୁ ପାଣି ଠାରୁ ଆରମ୍ଭ କରି ଖାଦ୍ୟ ଯୋଗାଣ ବନ୍ଦ କରିଦିଆଯାଇଛି ବୋଲି ଇସ୍ରାଏଲର ସେନା ମୁଖ୍ୟ କହିଛନ୍ତି।
ଏହିକ୍ରମରେ ସୋମବାର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ହମାସ୍‌ଙ୍କ ପ୍ରତି ଆହୁରି କଡ଼ା ସ୍ବରରେ ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ହମାସ୍‌ ପ୍ରତି ଆମେ ଏଭଳି କଠୋର ପଦକ୍ଷେପ ନେବୁ, ଯାହାକି ମଧ୍ୟପ୍ରାଚ୍ୟର ସ୍ଥିତି ବଦଳାଇ ଦେବ। ବର୍ତ୍ତମାନ ପ୍ରାୟ ୧ ଲକ୍ଷ ଇସ୍ରାଏଲୀ ସେନା ହମାସ୍‌ ବିରୋଧରେ ଲଢେଇ ଜାରି ରଖିଥିଲା ବେଳେ ଆଉ ୩ ଲକ୍ଷ ରିଜର୍ଭ ଫୋର୍ସଙ୍କୁ ଇସ୍ରାଏଲ ସରକାର ଯୁଦ୍ଧରେ ନିୟୋଜିତ କରିଛନ୍ତି। ଏହାବ୍ୟତୀତ ସୋମବାର ସନ୍ଧ୍ୟା ସୁଦ୍ଧା ଆମେରିକାର ଯୁଦ୍ଧପୋତ ଏବଂ କ୍ଷେପଣାସ୍ତ୍ର ବିଧ୍ବଂସକ ଯୁଦ୍ଧ ଜାହାଜ ଇସ୍ରାଏଲ ସମୁଦ୍ରତଟ ନିକଟରେ ପହଞ୍ଚିଛି। ହମାସ୍‌ ଆକ୍ରମଣ ପରେ ଆମେରିକା ଇସ୍ରାଏଲକୁ ଖୋଲା ସମର୍ଥନ ଜଣାଇଥିଲା ବେଳେ ସାମରିକ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଥିଲା। ଏହିକ୍ରମରେ ଏହି ଯୁଦ୍ଧ ଜାହାଜ ପହଞ୍ଚିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା ବଢାଇଛି। ଇସ୍ରାଇଲ୍‌ ନିକଟରେ ଆମେରିକାର ଯୁଦ୍ଧ ଜାହାଜ ପହଞ୍ଚି ସାରିଥିବା ଆମେରିକା ପ୍ରତିରକ୍ଷା ସଚିବ ସୋମବାର ସୂଚନା ଦେଇଛନ୍ତି, କିନ୍ତୁ ଆମେରିକାର ଏହି ନିଷ୍ପତ୍ତି ଆଗକୁ ଆହୁରି ଅସ୍ଥିରତା ବଢ଼ାଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।