Israel-Hamas War - The Sakala
ଇସ୍ରାଏଲ- ହାମାସ ଯୁଦ୍ଧ: ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଜୀବନ୍ତ ଶିଶୁ ଉଦ୍ଧାର
ଗାଜା: ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଚାଲିଥିବା ଅସ୍ତ୍ରବିରତି ମଧ୍ୟରେ ଗାଜାରୁ ୩୭ ଦିନ ପରେ ଭଙ୍ଗା ଘର ଭିତରୁ ଏକ ଶିଶୁ ଜୀବନ୍ତ ଅବସ୍ଥାରେ ମିଳିଛି । ଏହାପରେ ଏହି ଶିଶୁର ଭିଡିଓ ଓ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
📌nooh.xp:
Born in war, she's less than a month old, the firstborn to her mother and father, both martyrs. She was reborn when she emerged from under the rubble after everyone said she was dead. We clung to some hope, and after three hours of work, she was carefully rescued by…
— Gaza Notifications (@gazanotice) November 29, 2023
ରିପୋର୍ଟ ଅନୁଯାୟୀ, ଧ୍ୱଂସାବିଶେଷ ତଳେ ଜୀବନ୍ତ ଥିବା ନବଜାତ ଶିଶୁ ଇସ୍ରାଏଲ୍-ହାମାସ୍ ଯୁଦ୍ଧ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜନ୍ମ ହୋଇଥିଲା । ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଇସ୍ରାଏଲ୍ ଗାଜା ପଟ୍ଟି ଉପରେ ବୋମା ପକାଇବା ଆରମ୍ଭ କଲା । ଯେଉଁଥିରେ ଅନେକ ଘର ନଷ୍ଟ ହୋଇଯାଇଥିଲା। ସବୁ ସ୍ଥାନରେ ମୃତଦେହ ଗଦା ହୋଇ ରହିଥିଲା । ଅଧିକାଂଶ ସହର ଧ୍ୱଂସାବଶେଷରେ ପରିଣତ ହୋଇଥିଲା । ଏହି ନିରୀହ ଶିଶୁ ଟିର ମଧ୍ୟ ସେହି ନଷ୍ଟ ହୋଇଥିବା ଘରଗୁଡ଼ିକ ମଧ୍ୟରେ ଗୋଟିଏ ଘର ଥିଲା ।
ଇସ୍ରାଏଲ୍ ବିସ୍ଫୋରଣରେ ଏହି ନିରୀହ ଶିଶୁର ଘର ନଷ୍ଟ ହୋଇଯାଇଥିଲା କିନ୍ତୁ ଏହି ଶିଶୁ ଟି ର ଜୀବନ ରହିଯାଇଛି । ସେହି ଘର ର ଧ୍ବଂସାବଶେଷ ତଳେ ପୋତି ହୋଇଯିବା ସତ୍ତ୍ବେ ଏହି ଶିଶୁଟି ୩୭ ଦିନ ପର୍ଯ୍ୟନ୍ତ ବଞ୍ଚି ରହିଛି । ନାଗରିକ ସୁରକ୍ଷା ସଦସ୍ୟ ତଥା ଜଣେ ସ୍ଥାନୀୟ ଫଟୋଗ୍ରାଫର ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ନିରୀହ ଶିଶୁର କାହାଣୀ କହିଥିବା ଏକ ଭିଡିଓ ସେୟାର କରିଛନ୍ତି । ତେବେ ଉଦ୍ଧାର ହୋଇଥିବା ଏହି ନବଜାତ ଶିଶୁର ପରିବାର ସଦସ୍ୟଙ୍କ ବିଷୟରେ କିଛି ଜଣାପଡିନାହିଁ ।
ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କଲା ଲେବାନନ, ଜବାବ ଦେଲା ଆଇଡିଏଫ
ତେଲ ଆଭିଭ: ଦିନକୁ ଦିନ ଭୟଙ୍କର ହେଉଛି ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ । ଏହାରି ମଧ୍ୟରେ ଇସ୍ରାଏଲ ଉପରେ ଏୟାରଷ୍ଟ୍ରାଇକ କରିଛି ଲେବାନନ । ଲେବାନନରୁ ୩ଟି ବିମାନ ଇସ୍ରାଏଲ ସୀମାରେ ଅନୁପ୍ରବେଶ କରିଥିଲା । ଗୋଟିଏକୁ ଆଇଡିଏଫର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଅଟକାଇଥିବା ବେଳେ ଅନ୍ୟ ଦୁଇଟି ଉତ୍ତରରେ ପଡ଼ିଥିବା ସୂଚନା ମିଳିଛି ।
ଏୟାର ଷ୍ଟ୍ରାଇକ୍ ପାଇଁ ଲେବନାନ ସୀମାରୁ ୩ଟି ଲଢୁଆ ବିମାନ ଉଡ଼ି ଇସ୍ରାଏଲ ସୀମାରେ ପ୍ରବେଶ କରିଥିଲା ।ହିଜବୁଲ୍ଲା ଲେବାନନର ଏକ ଆତଙ୍କବାଦୀ ସଂଗଠନ । ହମାସ ଉପରେ ଇସ୍ରାଏଲର ପ୍ରତିଆକ୍ରମଣ ସହିତ ହିଜବୁଲ୍ଲା ଆତଙ୍କବାଦୀମାନେ ଲେବାନନ ପକ୍ଷରୁ ରକେଟ୍ ଲଞ୍ଚରରେ ଆକ୍ରମଣ କରୁଛନ୍ତି ।ଘଟଣା ପରେ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଆହୁରି ବ୍ୟାପକ ହେବା ଆଶଙ୍କା କରାଯାଉଛି । ଏବେ ଇସ୍ରାଏଲ ପକ୍ଷରୁ ଲେବାନନ ଉପରେ ଆକ୍ରମଣକୁ ଆହୁରି ବ୍ୟାପକ କରାଯିବାର ଆଶଙ୍କା କରାଯାଉଛି ।
ରାଜି ହେଲା ଇସ୍ରାଏଲ, ଦିନକୁ ୪ ଘଣ୍ଟା ଲେଖାଏଁ ମିଳିବ ଅସ୍ତ୍ର ବିରତି
ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ  ଗାଜାବାସୀଙ୍କୁ ସମାନ୍ୟ ଆଶ୍ବସ୍ତି । ସାଧାରଣ ଲୋକଙ୍କ ପାଇଁ ୩ ଦିନ ୪ ଘଣ୍ଟା ଲେଖାଏଁ ଅସ୍ତ୍ର ବିରତି ମିଳିବ। ସୈନ୍ୟ ଅଭିଯାନ ବନ୍ଦ ପାଇଁ ରାଜି ହୋଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ। ମାନବୀୟ ସୁରକ୍ଷା ପାଇଁ ଇସ୍ରାଏଲ ସହମତି ପ୍ରକାଶ କରିଥିବା ଆମେରିକା ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ନେତାନ୍ୟାହୁଙ୍କ ସହିତ ଆଲୋଚନା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହା ବଦଳରେ ହମାସ ଡଜନେ ପଣବନ୍ଦୀଙ୍କୁ ଖଲାସ କରିବ ବୋଲି କହିଛି ।
ହାମାସ୍ ଆତଙ୍କବାଦୀ ଇସ୍ରାଏଲ୍ ଉପରେ ଅତର୍କିତ ଆକ୍ରମଣ ପରେ ଆଇଡିଏଫ ଘନଘନ ଆକ୍ରମଣ କରୁଛି । ରକେଟ୍ ମାଡ଼ ଛାରଖାର ହୋଇଛି ଗାଜାପଟ୍ଟା । ଉଭୟ ପକ୍ଷରୁ ପ୍ରାୟ ୧୫ ହଜାରରୁ ଅଧିକ ଲୋକ ପ୍ରାଣ ହରାଲେଣି । ସେହିପରି ୨ଲକ୍ଷରୁ ଅଧିକ ଲୋକ ବାସହରା ହୋଇଛନ୍ତି । ଅନ୍ୟପଟେ ହମାସ୍ ଆତଙ୍କୀ ଇସ୍ରାଏଲ ପଣବନ୍ଦୀଙ୍କୁ ନଛାଡ଼ିବା ଯାଏ ଲଢେଇ ଜାରି ରହିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି।
ଇସ୍ରାଏଲ ତଟରେ ଆମେରିକାର ପରମାଣୁ ବୁଡ଼ାଜାହାଜ, ହମାସ୍‌ ମୁଖ୍ୟ ସିନୱାରକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ
ୱାଶିଂଟନ୍‌: ହମାସ୍‌ ବିରୋଧରେ ଇସ୍ରାଏଲ ଜାରି ରଖିଥିବା ଯୁଦ୍ଧକୁ ନେଇ ମଧ୍ୟପ୍ରାଚ୍ୟରେ ତୀବ୍ର ଅସନ୍ତୋଷ ବଢିବାରେ ଲାଗିଛି। ଇସ୍ରାଏଲ ସମେତ ଏହାକୁ ସମର୍ଥନ କରିଥିବା ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ବିରୋଧରେ ଇରାନ,ଲେବାନନ,ସରିଆ, କାତାର ଆଦି ବହୁ ଆରବୀୟ ରାଷ୍ଟ୍ର ଏକାଠି ହୋଇଥିଲା ବେଳେ ଏହିସବୁ ରାଷ୍ଟ୍ରର ବହୁ କଠୋରପନ୍ଥୀ ଇସଲାମିକ୍‌ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ ଡକରା ଦେ ଇଛନ୍ତି। ଯାହାକୁ ନେଇ ମଧ୍ୟପ୍ରାଚ୍ୟ କୌଣସି ମୁହୂର୍ତ୍ତରେ ଯୁଦ୍ଧକ୍ଷେତ୍ର ପାଲଟିବାର ଆଶଙ୍କାକୁ ଏଡାଇ ଦିଆଯାଇପାରୁନି। କିନ୍ତୁ ଏହି ସ୍ଥିତିକୁ ଆହୁରି ଜଟିଳ କରିଦେଇଛି ଆମେରିକା। ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ପ୍ରଥମ ଦିନରୁ ଆମେରିକା ଇସ୍ରାଏଲ ସମର୍ଥନରେ ବାହାରିବା ସହିତ ରାଷ୍ଟ୍ରପତି ବାଇଡେନଙ୍କ ସମେତ ବହୁ ତୁଙ୍ଗ ନେତା ଇସ୍ରାଏଲ ଗସ୍ତ କରିସାରିଛନ୍ତି। ଏହାବ୍ୟତୀତ ଆମେରିକାର ଦୁଇ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ମଧ୍ୟ ଇସ୍ରାଏଲ ସମୁଦ୍ରତଟରେ ପଇଁତରା ମାରୁଛି। ଆମେରିକାର ଏହି ନୀତିକୁ ବହୁ ଆରବୀୟ ରାଷ୍ଟ୍ର ବିରୋଧ କରିଥିଲା ବେଳେ ଆମେରିକା ସୋମବାର ଏହାର ‘ଓହିଓ’ ଶ୍ରେଣୀର ଅତ୍ୟାଧୁନିକ ଆଣବିକ ବୁଡ଼ାଜାହାଜକୁ ପୁଣି ଇସ୍ରାଏଲ ତଟରେ ନିୟୋଜିତ କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ସାମରିକ ରଣନୀତି ଅନୁସାରେ ଏହି ଶ୍ରେଣୀର ବୁଡ଼ାଜାହାଜ ଗୁପ୍ତ ଭାବେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଥା। କିନ୍ତୁ ଆମେରିକାର ପ୍ରତିରକ୍ଷା ବିଭାଗ ଖୋଲାଖୋଲି ଭାବେ ଏହି ଆଣବିକ ବୁଡ଼ାଜାହାଜର ଅବସ୍ଥିତିକୁ ନେଇ ସୋସିଆଲ ମିଡିଆରେ ଉଲ୍ଳେଖ କରିଛି। ଯାହାକି ଇସ୍ରାଏଲ ବିପକ୍ଷୀ ରାଷ୍ଟ୍ରମାନଙ୍କ ପାଇଁ ଆମେରିକାର ଖୋଲା ଚ୍ୟାଲେଞ୍ଜ ବୋଲି ବିବେଚନା କରାଯାଉଛି। ଏହି ବୁଡ଼ାଜାହାଜରେ ୨୪ଟି ‘ଟ୍ରାଇଡେଣ୍ଟ-୨ ଡି୫’ ଆଣବିକ କ୍ରୁଜ୍‌ କ୍ଷେପଣାସ୍ତ୍ର ରହିଛି ଯାହାକି ହଜାର କିମିରୁ ଅଧିକ ଗତି କରିବାର କ୍ଷମତା ରଖିଛି। ଏହି ଜାହାଜକୁ ନିୟୋଜିତ କରି ଆମେରିକା ପରୋକ୍ଷରେ ଲେବାନନ, ତୁର୍କୀ ,ସିରିଆ,ୟେମେନ ଏବଂ ଇରାନ ଆଦି ରାଷ୍ଟ୍ରଙ୍କୁ ଚେତାବନୀ ଦେଇଥିବା ସ୍ପଷ୍ଟ ହୋଇଛି। ଇସ୍ରାଏଲ ବିରୋଧରେ ମିଳିତ ଯୁଦ୍ଧ ଆରମ୍ଭ କରିବାକୁ ଏହି ସବୁ ରାଷ୍ଟ୍ର ଏକାଠି ହେଉଥିବା ବେଳେ ସେମାନଙ୍କୁ ଠିକଣା ଜବାବ ଦେବାକୁ ଆମେରିକା ପ୍ରସ୍ତୁତ ହୋଇସାରିଛି ବୋଲି ସାମରିକ ବିଶେଷଜ୍ଞମାନେ ମତ ଦେଇଛନ୍ତି। କାରଣ ଇସ୍ରାଏଲ ଉପରେ ଯଦି ଅନ୍ୟ କୌଣସି ରାଷ୍ଟ୍ର ଆକ୍ରମଣ କରେ ତେବେ ଆମେରିକା ଏହାର ଠିକଣା ଜବାବ ଦେବ ବୋଲି ପ୍ରଥମରୁ ସ୍ପଷ୍ଟ କରିଛି। କିନ୍ତୁ ଏଭଳି ସ୍ଥିତି ମଧ୍ୟପ୍ରାଚ୍ୟ ଭୂ-ରାଜନୀତିକୁ ଆହୁରି ଆହୁରି ଜଟିଳ କରିଛି ବୋଲି କୁହାଯାଉଛି।
ହମାସ୍‌ ମୁଖ୍ୟ ସିନୱାରକୁ ନିପାତ କରିବା ଲକ୍ଷ୍ୟରେ ଇସ୍ରାଏଲ
ଇସ୍ରାଏଲର ଘନ ଘନ ଆକ୍ରମଣରେ ଗାଜାପଟି ଧ୍ବସ୍ତବିଧ୍ବସ୍ତ ହୋଇଯାଇଛି। ଏଠାକାର ପ୍ରାୟ ୧୫ ରୁ ୧୭ ଲକ୍ଷ ଲୋକ ଏବେ ସୁଦ୍ଧା ବିସ୍ଥାପିତ ହୋଇସାରିଥିବା ବେଳେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନିର୍ବାହ ଯନ୍ତ୍ରଣାମୟ ହୋଇପଡ଼ିଛି। କିନ୍ତୁ ହମାସ୍‌କୁ ସମ୍ପୂର୍ଣ୍ଣ ନିର୍ମୂଳ ନ କରିବା ଯାଏ ଇସ୍ରାଏଲ ସେନା ଗାଜାରୁ ହଟିବ ନାହିଁ ବୋଲି ଇସ୍ରାଏଲ ସରକାର ନିଜ ପଣରେ ଅତୁଟ ରହିଛନ୍ତି। ବର୍ତ୍ତମାନ ହମାସ୍‌ ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳଗୁଡିକୁ ଇସ୍ରାଏଲ ସେନା ନିଶାଣ କରି ଆକ୍ରମଣ ଜାରି ରଖିଥିଲା ବେଳେ ଏହାର ଗାଜାମୁଖ୍ୟ ୟାହିୟା ସିନୱାରକୁ ନିପାତ କରିବା ଲାଗି ଅପରେସନ ଆରମ୍ଭ କରିଛି। ଯଦି ଗାଜାବାସୀ ଯୁଦ୍ଧ ବନ୍ଦ ହେବାକୁ ଚାହୁଁଛନ୍ତି ତେବେ ସେମାନେ ସିନୱାରକୁ ହତ୍ୟା କରନ୍ତୁ ବୋଲି ଇସ୍ରାଏଲ ପକ୍ଷରୁ କୁହାଯାଇଛି। ନଚେତ୍‌ ଲକ୍ଷ୍ୟସାଧନ ନ ହେଲା ପର୍ଯ୍ୟନ୍ତ ଇସ୍ରାଏଲ ଯୁଦ୍ଧରୁ ବିରତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସ୍ପଷ୍ଟ କରିଛନ୍ତି।
ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ଇରାନ ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ ଫୋନରେ କଥା ହୋଇଛନ୍ତି। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ରେ ପୋଷ୍ଟ୍‍ ସେୟାର କରିଛନ୍ତି।
Good exchange of perspectives with President @raisi_com of Iran on the difficult situation in West Asia and the Israel-Hamas conflict. Terrorist incidents, violence and loss of civilian lives are serious concerns. Preventing escalation, ensuring continued humanitarian aid and…
— Narendra Modi (@narendramodi) November 6, 2023
ଏଥିରେ ମୋଦୀ ଲେଖିଛନ୍ତି, ପଶ୍ଚିମ ଏସିଆରେ ଜଟିଳ ସ୍ଥିତି ଏବଂ ଇସ୍ରାଏଲ-ହମାସ ଯୁଦ୍ଧ ସମ୍ପର୍କରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ସହ କଥା ହେଲି। ଆତଙ୍କବାଦୀ ଘଟଣା, ହିଂସା ଏବଂ ସାଧାରଣ ନାଗରିକଙ୍କ ଜୀବନ ହାନି ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଉତ୍ତେଜନା ବୃଦ୍ଧିକୁ ରୋକିବା ନିରନ୍ତର ମାନବୀୟ ସହାୟତା ସୁନିଶ୍ଚିତ କରିବା ଏବଂ ଶାନ୍ତି ଓ ସ୍ଥିରତାର ଶୀଘ୍ର ପୁନରୁଦ୍ଧାର ଅତ୍ୟନ୍ତ ଜରୁରୀ। ଆମେ ଉଭୟ ଚାବହାର ବନ୍ଦର ସମେତ ଆମର ଦ୍ୱିପାକ୍ଷିକ ସହଯୋଗରେ ଅଗ୍ରଗତିକୁ ସ୍ୱାଗତ କରିଛୁ।
ଇସ୍ରାଏଲ-ହମାସ ସଂଘର୍ଷ: ଉତ୍ତର ଗାଜା ଧ୍ବଂସ, ଆକ୍ରମଣ ଜାରି
ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଇତିମଧ୍ୟରେ ୨୮ ଦିନରେ ପହଞ୍ଚିଛି। କିନ୍ତୁ ଉଭୟ ପକ୍ଷର ଆକ୍ରମଣ ପ୍ରତ୍ୟାକ୍ରମଣ ବନ୍ଦହ୍ବୋର ନାଁ ଧରୁନାହିଁ। ହମାସ୍‌ ପକ୍ଷରୁ ଇସ୍ରାଏଲ ଉପରକୁ ଏବେ ମଧ୍ୟ ରକେଟ ଆକ୍ରମଣ କରାଯାଉଥିଲା ବେଳେ ଇସ୍ରାଏଲ ସେନା ପକ୍ଷରୁ ଗାଜାରେ ସ୍ଥଳ ଏବଂ ଆକାଶମାର୍ଗରୁ ଆକ୍ରମଣ ଜାରି ରହିଛି। ଗାଜା ମଧ୍ୟରେ ଇସ୍ରାଏଲ ସେନା ପ୍ରବେଶ କରି ହମାସ୍‌ ଆଡ୍ଡାସ୍ଥଳଗୁଡିକୁ ଖୋଜି ଖୋଜି ଧ୍ବଂସ କରୁଥିବା ବେଳେ ଉତ୍ତର ଗାଜା ଏକପ୍ରକାର ଧ୍ବଂସସ୍ତୂପରେ ପରିଣତ ହୋଇଛି। ସେପଟେ ଇସ୍ରାଏଲ ଆକ୍ରମଣରେ ମୃତାହତ ସଂଖ୍ୟା ବଢିବାରେ ଲାଗିଛି। ପାଲେଷ୍ଟାଇନ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା କେବଳ ଗାଜାରେ ୧୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୃତକଙ୍କ ମଧ୍ୟରେ ସର୍ବାଧିକ ଶିଶୁ ଏବଂ ମହିଳା ରହିଥିବାରୁ ବିଭିନ୍ନ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ କରାଯାଇଛି। ଏହିକ୍ରମରେ କିଛି ଦିନ ପାଇଁ ଯୁଦ୍ଧ ବିରତ ରଖିବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଆହ୍ବାନ କରିଛନ୍ତି। କିନ୍ତୁ ଇସ୍ରାଏଲ କୌଣସି ସ୍ଥିତି ଯୁଦ୍ଧ ବନ୍ଦ କରିବାକୁ ପ୍ରସ୍ତୁତ ନଥିବା ଜଣାପଡ଼ିଛି। ସେପଟେ ଗାଜାବାସୀଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ୬୦ଟି ଟ୍ରକ ଇଜିପ୍ଟ ସୀମାରୁ ଆସି ପହଞ୍ଚିଛି।
ଦୁଇ ଆମେରିକୀୟ ମା‘ ଝିଅଙ୍କୁ ଖଲାସ କଲା ହମାସ, ଦୁଇ ସପ୍ତାହ ଧରି ରଖିଥିଲା ବନ୍ଧକ
ଗାଜା: ହମାସ କବଳରୁ ମୁକୁଳିଲେ ଆମେରିକୀୟ ମା’ଝିଅ । କତାର ମଧ୍ୟସ୍ଥତା କରିବା ପରେ ବନ୍ଧକରେ ଥିବା ଦୁଇ ଆମେରିକୀୟ ମହିଳାଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କବାଦୀ । ସେମାନେ ହେଉଛନ୍ତି ୫୯ ବର୍ଷୀୟ ଜୁଡ଼ିଥ ରେନନ ଓ ତାଙ୍କ ୧୮ ବର୍ଷୀୟା ଝିଅ ନତାଲି ରେନନ । ହମାସ କବଳରୁ ମୁକ୍ତ ହେବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟନୀ ବ୍ଲିଙ୍କନ ତାଙ୍କୁ ସ୍ୱାଗତ କରିଛନ୍ତି । ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ୍ ଯୁଦ୍ଧ ପରଠୁ ହମାସ୍ କବଜାରେ ଅଛନ୍ତି ୨୦୦ ପଣବନ୍ଦୀ । ମୁକ୍ତ ହୋଇଥିବା ମା’ ଝିଅ ଏବେ ଇସ୍ରାଏଲ ସୈନିକଙ୍କ ହେପାଜତରେ ଥିବା ବେଳେ ଖୁବ୍ ଶୀଘ୍ର ସେମାନଙ୍କୁ ଆମେରିକାକୁ ହସ୍ତାନ୍ତର କରାଯିବ ବୋଲି IDF କହିଛି । ହମାସ ପକ୍ଷରୁ ହୋଇଥିବା ଆକ୍ରମଣ ପରେ ଜୁଡ଼ିଥ ରେନନଙ୍କ ପରିବାରର ଆଉ ୧୦ ସଦସ୍ୟ ଏବେବି ନିଖୋଜ ଅଛନ୍ତି।
ହମାସ କବଳରୁ ମୁକ୍ତି ପରେ ସେମାନଙ୍କୁ ଜେରୁଜେଲମସ୍ଥିତ ଆମେରିକୀୟ ଦୂତାବାସକୁ ଅଣାଯାଇଥିଲା । ସେଠାରେ ସେମାନେ ବାଇଡେନଙ୍କ ସହ କଥା ହୋଇଥିଲେ । ମା ଓ ଝିଅଙ୍କ ମୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ହମାସ ସଶସ୍ତ୍ରବାହିନୀ ଇଜ ଏଲ ଦିନ ଅଲ କାସମ ବ୍ରିଗେଡ ମୁଖପାତ୍ର ଆବୁ ଉବେଦା । ଗତ ଅକ୍ଟୋବର ୭ ତାରିଖରେ କିବୁଜ ନାହାଲରୁ ସେମାନଙ୍କୁ ଅପହରଣ କରିନେଇଥିଲେ ହମାସ ଆତଙ୍କବାଦୀ । ସେମାନେ ଚିକାଗୋର ବାସିନ୍ଦା ହୋଇଥିବାବେଳେ ଇହୁଦି ସମ୍ପର୍କୀୟଙ୍କ ଗହଣରେ ଖୁସି ମନାଇବା ଲାଗି ଗାଜା ସୀମାନ୍ତକୁ ଯାଇଥିଲେ ।
ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୧୪ ଦିନ ହେଲାଣି ଚାଲିଛି ଘମାଘୋଟ ଲଢ଼େଇ । ଏହି ଲଢ଼େଇରେ ଏଯାବତ ୪ ହଜାରରୁ ଅଧିକ ଜୀବନ ଗଲାଣି । ଏବେବି ହମାସ ବହୁ ସଂଖ୍ୟକ ଇସ୍ରାଏଲ ନାଗରିକଙ୍କୁ ବନ୍ଦୀ କରି ରଖିଛି ।
ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ଦାବି, ଆମେରିକା ଓ ୟୁରୋପରେ ବିକ୍ଷୋଭ ତୀବ୍ର
ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଗତ ୭ ତାରିଖରେ ହମାସ୍‌ ପକ୍ଷରୁ ଆକ୍ରମଣ କରାଯିବା ପରେ ଇରାନ, ଲେବାନନ ଭଳି କିଛି ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ବାହାରିଥିଲେ। କିନ୍ତୁ ଯେବେ ଠାରୁ ଇସ୍ରାଏଲ ସେନା ଗାଜା ଉପରେ ଆକ୍ରମଣ ଜୋରଦାର କରିଛି , ସେବେ ଠାରୁ ଅନ୍ୟ ଇସଲାମିକ୍‌ ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଛିଡା ହେବା ଆରମ୍ଭ କରିଥିଲେ। କିନ୍ତୁ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା ପରେ ସବୁ ଆରବୀୟ ରାଷ୍ଟ୍ର ଏକାଠି ହୋବରେ ଲାଗିଛନ୍ତି। ଏପରିକି ୨୨ ଇସଲାମିକ୍‌ ରାଷ୍ଟ୍ରଙ୍କୁ ନେଇ ଗଠିତ ଆରବ ଲିଗ୍‌ ମୁଖିଆ ସାଉଦି ଆରବ ପ୍ରଥମରୁ ଚୁପ୍‌ ରହିଥିଲା ବେଳେ ଏବେ ଗାଜା ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଇସ୍ରାଏଲ ସହ କଥାବାର୍ତ୍ତା ଏକପ୍ରକାର ବନ୍ଦ କରିଦେଇଥିବା କୁହାଯାଉଛି। କେବଳ ସେତିକି ନୁହେଁ, ଇସ୍ରାଏଲ ସହ ଘନିଷ୍ଠ ନ ହେଲେ ମଧ୍ୟ ସ୍ବାଭାବିକ ସମ୍ପର୍କ ରଖିଥିବା ଇଜିପ୍ଟ,ଜୋର୍ଡାନ ଭଳି ଅନ୍ୟ ରାଷ୍ଟ୍ର ମଧ୍ୟ ଏବେ ଇସ୍ରାଏଲ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ନିକଟରେ ଆମେରିକା ରାଷ୍ଟ୍ରପତି ଇସ୍ରାଏଲ ଗସ୍ତରେ ଆସିଥିଲା ବେଳେ ଏହି ସମୟରେ ସେ ଜୋର୍ଡାନ ଏବଂ ଇଜିପ୍ଟ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିଲା। କିନ୍ତୁ ଗାଜା ହସ୍ପିଟାଲ ଆକ୍ରମଣ ଘଟଣା ପରେ ଏହି କାର୍ଯ୍ୟକ୍ରମକୁ ବାତିଲ କରିଦିଆଯାଇଥିଲା। ଇଜିପ୍ଟ ଏବଂ ଜୋର୍ଡାନ ଆମେରିକାର ସହଯୋଗୀ ରାଷ୍ଟ୍ର ହୋଇଥିଲେ ହେଁ ରାଷ୍ଟ୍ରପତି ବାଇଡେନଙ୍କ କାର୍ଯ୍ୟକ୍ରମକୁ ବାତିଲ କରିବାକୁ ପଛାଇ ନଥିଲେ।
ତେଣୁ ସାଂପ୍ରତିକ ସ୍ଥିତିରେ ବେଶ୍ବିକ ରାଜନୀତି ବ୍ୟତିରେକ ସବୁ ଇସଲାମିକ୍‌ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି ବୋଲି ସ୍ପଷ୍ଟ ହୋଇଛି। ଇରାନ୍‌,ସିରିଆ, କାତାର ଏବଂ ଲେବାନନ ଆଦି ରାଷ୍ଟ୍ର ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାକୁ ଧମକ ଦେଇଥିଲା ବେଳେ ଅନ୍ୟ କିଛି ରାଷ୍ଟ୍ର ସେମାନଙ୍କ ସହ ହାତ ମିଳାଇବାର ସମ୍ଭାବନାକୁ ଏଡାଇ ଦିଆଯାଇପାରିବ ନାହିଁ ବୋଲି କୁହାଯାଉଛି। ତେଣୁ ଆଗାମୀ ଦିନରେ ଇସ୍ରାଏଲ-ହମାସ୍‌ ଯୁଦ୍ଧ ଆହୁରି ତୀବ୍ର ହେବା ସହିତ ସହଜରେ ବନ୍ଦ ନ ହେବାର ଆଶଙ୍କା ବଢାଇଛି। ଅନ୍ୟପକ୍ଷରେ ପାଲେଷ୍ଟାଇନ ବିରୋଧରେ ଯୁଦ୍ଧ ବନ୍ଦ କରିବାକୁ ଦାବି କରି ସାରା ବିଶ୍ବରେ ପାଲେଷ୍ଟାଇନ ସମର୍ଥକ ବିକ୍ଷୋଭ କରିବା ଆରମ୍ଭ କରିଛନ୍ତି। ଆମେରିକା ଠାରୁ ଆରମ୍ଭ କରି ବ୍ରିଟେନ, ଫ୍ରାନ୍ସ , ଜର୍ମାନୀ, କାନାଡ଼ା, ବେଲଜିୟମ, ମରକ୍କୋ, ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆ ଆଦି ରାଷ୍ଟ୍ରର ବିଭିନ୍ନ ସହରରେ ବିକ୍ଷୋଭକାରୀମାନେ ଏକାଠି ହେବା ସହିତ ଯୁଦ୍ଧ ବନ୍ଦ କରିବାକୁ ଦାବି କରିଛନ୍ତି। ବିଶେଷକରି ଗାଜା ସହରସ୍ଥିତ ଏକ ହସ୍ପିଟାଲରେ ରକେଟ୍‌ ଆକ୍ରମଣରେ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ଘଟଣା ବିଭିନ୍ନ ମହଲକୁ ଚିନ୍ତିତ କରିଛି।ଏହାବ୍ୟତୀତ ହମାସ୍‌କୁ ନିର୍ମୂଳ କରିବା ଲକ୍ଷରେ ଇସ୍ରାଏଲ ଗାଜା ଉପରେ ତୀବ୍ର ଆକ୍ରମଣ କରିବା ସହିତ ସେଠାକୁ ପାଣି, ବିଜୁଳି ଏବଂ ଖାଦ୍ୟ ଯୋଗାଣ ବନ୍ଦ କରିଥିବାରୁ ଗାଜାରେ ସୃଷ୍ଟି ହୋଇଥିବା ମାନବସଙ୍କଟ ପରିସ୍ଥିତିକୁ ନେଇ ଶିଶୁଙ୍କ ଠାରୁ ଆରମ୍ଭ କରି ମହିଳାମାନେ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି। ତେଣୁ ଇସ୍ରାଏଲ ତୁରନ୍ତ ଆକ୍ରମଣ ବନ୍ଦ କରୁ ବୋଲି ବିକ୍ଷୋଭକାରୀମାନେ ଦାବି କରିଛନ୍ତି।
ରାଷ୍ଟ୍ରପତି ଆବାସ୍‌ଙ୍କ ସହ କଥାହେଲେ ମୋଦୀ
ଅନ୍ୟପକ୍ଷରେ ଗାଜା ହସ୍ପିଟାଲ ଆକ୍ରମଣ ଘଟଣାରେ ମୃତ୍ୟୁବରଣ କରିଥବା ଲୋକମାନଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହିତ ଶାନ୍ତି ପ୍ରତିଷ୍ଠା ଦିଗରେ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଲେଷ୍ଟାଇନ ରାଷ୍ଟ୍ରପତି ମେହମୁଦ ଆବାସ୍‌ଙ୍କ ସହ ଫୋନରେ ଆଲୋଚନା କରିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ର ଆକ୍ରମଣ ପରେ ମୋଦୀ ପ୍ରଥମଥର ପାଇଁ ଆବାସ୍‌ଙ୍କୁ ଫୋନ କରି ଆଲୋଚନା କରିବା ସହିତ ମାନବୀୟ ସହାୟତା ଯୋଗାଇ ଦେବାକୁ କହିଛନ୍ତି।
ଗାଜା ହସ୍ପିଟାଲ୍‌ରେ ବିସ୍ଫୋରଣ ଇସ୍ରାଏଲ୍ କରି ନାହିଁ: ଜୋ ବାଇଡେନ
ନୂଆଦିଲ୍ଲୀ: ବୁଧବାର ଯୁଦ୍ଧଗ୍ରସ୍ତ ଇସ୍ରାଏଲ୍‌ରେ ପହଞ୍ଚିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ। ଗାଜା ହସ୍‌ପିଟାଲ୍‌ ବ୍ଲାଷ୍ଟ ଘଟଣାରେ ଇସ୍ରାଏଲ୍‌ର ଦୋଷ ନାହିଁ ।  ଅନ୍ୟ କେହି ଏହି ଆକ୍ରମଣ କରିଛି ବୋଲି ଆମେରିକା ରାଷ୍ଟ୍ରପତି କହିଛନ୍ତି। ଇସ୍ରାଏଲ୍‌ର ତେଲ ଅଭିବ୍‌ରେ ପହଞ୍ଚି ବାଇଡେନ୍ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁଙ୍କୁ ଭେଟି ଆମେରିକାର ସମର୍ଥନ ତାଙ୍କ ପଛରେ ଅଛି ବୋଲି କହିଛନ୍ତି। ବାଇଡେନ୍ କହିଛନ୍ତି ଆମେରିକା ସବୁବେଳେ ଇହୁଦୀ ଦେଶକୁ ସମର୍ଥନ କରି ଆସିଛି। ଆତ୍ମରକ୍ଷା ପାଇଁ ଯାହା ଆବଶ୍ୟକ, ଆମେରିକା ଇସ୍ରାଏଲ୍‌କୁ ଯୋଗାଇବ ବୋଲି ବାଇଡେନ୍ କହିଛନ୍ତି। ହସ୍‌ପିଟାଲ୍‌ରେ ବ୍ଲାଷ୍ଟ ଅନ୍ୟ କେହି କରିଛି ଆପଣ କରି ନାହାନ୍ତି ବୋଲି ନେତାନ୍ୟାହୁଙ୍କୁ କହିଛନ୍ତି ବାଇଡେନ୍।
ସୂଚନା ଅନୁସାରେ, ଗାଜାରେ ଥିବା ଏକ ହସ୍‌ପିଟାଲ୍‌ରେ ବିସ୍ଫୋରଣ ଯୋଗୁ ୫୦୦ ଲୋକଙ୍କର ମୃତ୍ୟୁ ହୋଇଛି। ହମାସ ଏହାର ଦୋଷ ଇସ୍ରାଏଲ ଉପରେ ଲଦିଥିବା ବେଳେ ଇସ୍ରାଏଲ କିନ୍ତୁ ଏହାକୁ ଖଣ୍ଡନ କରିଛି। ପାଲେଷ୍ଟାଇନ୍‌ର ଆତଙ୍କବାଦୀ ସଂଗଠନ ଜିହାଦୀ ଗ୍ରୁପ୍‌ ରକେଟ୍‌ ଫେଲ୍ ହୋଇ ହସ୍‌ପିଟାଲ୍‌ରେ ମାଡ଼ ହୋଇଛି ବୋଲି ଇସ୍ରାଏଲ୍ କହିଛି।
ବାଇଡେନ କହିଛନ୍ତି “ଇସ୍ରାଏଲ ଓ ଆମେରିକା ଆତଙ୍କବାଦୀ ଘୋଷଣ କରିଥିବା ହମାସ ୧୩୦୦ ଲୋକଙ୍କୁ ହତ୍ୟା କରିଛି। ଏଥିରେ ୩୧ ଆମେରିକୀୟ ନାଗରିକ ମଧ୍ୟ ରହିଛନ୍ତି। ଛୋଟ ପିଲାଙ୍କ ସମେତ ସେମାନେ ଏକାଧିକ ଲୋକଙ୍କୁ ବନ୍ଧକ ବନାଇଛନ୍ତି। ସେମାନେ ଏଭଳି ଅତ୍ୟାଚାର କରିଛନ୍ତି ଯାହା ଆଇଏସ୍‌ଆଇଏସ୍‌ ଚିନ୍ତାଧାରକୁ ଦେଖାଉଛି।” ହମାସ ପାଲେଷ୍ଟାଇନ୍‌କୁ ପ୍ରତିନିଧିତ୍ୱ କରୁନାହିଁ। ଏହି ଗୋଷ୍ଠୀ କେବଳ ତାଙ୍କୁ କଷ୍ଟ ଦେଉଛି ବୋଲି ବାଇଡେନ୍ କହିଛନ୍ତି।
ଏଥିସହିତ ସହିତ ଆସ୍ତ୍ରଶସ୍ତ୍ର ଯୋଗାଇ ଥିବାରୁ ନେତାନ୍ୟାହୁ ଆମେରିକାକୁ ଧନ୍ୟବାଦ ଦେଇଛନ୍ତି।ସୂଚନା ଥାଉକି ଅକ୍ଟୋବର ୭ ତାରିଖରେ ଇସ୍ରାଏଲ୍ ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ସେବେଠାରୁ ଏପର୍ୟ୍ୟନ୍ତ ୨୭୭୮ ପାଲେଷ୍ଟାଇନ୍ ନାଗରିକଙ୍କର ମୃତ୍ୟୁ ହୋଇଛି। ସେହିପରି ଇସ୍ରାଏଲ୍‌ରୁ ୧୪୦୦ ଲୋକଙ୍କର ମୃତ୍ୟୁ ହୋଇଛି।
ଘନଉଛି ବିଶ୍ବଯୁଦ୍ଧ ଆଶଙ୍କା: ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ଇସ୍ରାଏଲ, ଖୁବଶୀଘ୍ର ଆରମ୍ଭ କରିବ ଗ୍ରାଉଣ୍ଡ ଅପରେସନ
ତେଲ୍‌ ଆଭିଭ୍‌: ଇସ୍ରାଏଲ-ହମାସ୍‌ ମଧ୍ୟରେ ଲାଗି ରହିଥିବା ମହାସଂଗ୍ରାମ ଏବେ ନିର୍ଣ୍ଣାୟକ ମୋଡ଼ ନେବାକୁ ଯାଉଛି। ହମାସ୍‌ ଆତଙ୍କବାଦୀଙ୍କୁ ନିର୍ମୂଳ କରିବା ପ୍ରତିଜ୍ଞାରେ ଅଟଳ ରହିଥିବା ଇସ୍ରାଏଲ ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଥିବା ବେଳେ ଗାଜାପଟି ପାଇଁ ପ୍ରଳୟର ଘଣ୍ଟି ବାଜିଛି। କିନ୍ତୁ ଏଭଳି ସ୍ଥିତି ତୃତୀୟ ବିଶ୍ବଯୁଦ୍ଧ ପାଇଁ ଆଶଙ୍କା ବଢାଇଛି। କାରଣ ଇସ୍ରାଏଲକୁ ସମର୍ଥନ କରି ଆମେରିକା ସମେତ ଅନ୍ୟ ବହୁ ପାଶ୍ଚାତ୍ୟ ରାଷ୍ଟ୍ର ଏକାଠି ହେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ପାଲେଷ୍ଟାଇନ୍‌ ସମର୍ଥନରେ ଅନେକ ଇସ୍‌ଲାମିକ୍‌ ରାଷ୍ଟ୍ର ମଧ୍ୟ ମେଳି କରିବା ଆରମ୍ଭ କରିଛନ୍ତି। ପରସ୍ପର ବିରୋଧୀ ରାଷ୍ଟ୍ର ଏକାଠି ହେବାକୁ ଲାଗିଥିବାରୁ ମଧ୍ୟପ୍ରାଚ୍ୟରେ ଏବେ ଯୁଦ୍ଧକ୍ଷେତ୍ର ସୃଷ୍ଟି ହେବା ଆଶଙ୍କା ବଢ଼ୁଛି। ଇସଲାମିକ୍‌ ରାଷ୍ଟ୍ର ସମୂହଙ୍କ ମୁଖିଆ ସାଉଦି ଆରବ ଆସନ୍ତା ବୁଧବାର ଜରୁରୀ ବୈଠକ ଡକାଇଥିଲା ବେଳେ ଏହି ବୈଠକରେ ଇସ୍ରାଏଲ ବିରୋଧରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ ବୋଲି କୁହାଯାଉଛି। ଅନ୍ୟପକ୍ଷରେ ଇରାନ ସମେତ ସିରିଆ, ଜୋର୍ଡାନ, ଇରାକ ଏବଂ ଲେବାନନ ଭଳି ବହୁ ଇସଲାମିକ୍‌ ରାଷ୍ଟ୍ରମାନଙ୍କ ପକ୍ଷରୁ ଇସ୍ରାଏଲ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି। କେବଳ ସେତିକି ନୁହେଁ, ରୁଷ ଏବଂ ଚୀନ ଭଳି ବିଶ୍ବର ଅନ୍ୟ ଦୁଇ ମହାଶକ୍ତି ମଧ୍ୟ ଇସ୍ରାଏଲ ବିରୋଧୀ ମେଣ୍ଟରେ ସାମିଲ ହେବାର ସମ୍ଭାବନା ଅଧିକ ବୋଲି କୁହାଯାଉଛି। ଏଭଳି ସ୍ଥତି ତୃତୀୟ ବିଶ୍ବଯୁଦ୍ଧ ପାଇଁ କାରଣ ହେବାର ଆଶଙ୍କା ବଢାଇଛି ବୋଲି ବିଶେଷଜ୍ଞ ମହଲ ଚିନ୍ତାପ୍ରକଟ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗାଜାପଟିରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ବର୍ତ୍ତମାନ ଗାଜା ସୀମାରେ ଶହ ଶହ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ସହ ଇସ୍ରାଏଲ ସେନା ପ୍ରସ୍ତୁତ ରହିଛି। କେବଳ ଆକ୍ରମଣ ପାଇଁ ସବୁଜ ସଙ୍କେତକୁ ଅପେକ୍ଷା ରହିଛି। ନିର୍ଦ୍ଦେଶ ପାଇବା କ୍ଷଣି ଇସ୍ରାଏଲ ସେନା ଗାଜାପଟିରେ ସର୍ଜିକାଲ ଷ୍ଟ୍ରାଇକ୍‌ ସହ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଆକ୍ରମଣ ପୂର୍ବରୁ ଇସ୍ରାଏଲ ସେନା ଉତ୍ତର ଗାଜା ଅଞ୍ଚଳରେ ବସବାସ କରୁଥିବା ସାଧାରଣ ନାଗରିକମାନଙ୍କୁ ନିଜ ସ୍ଥାନ ଛାଡି ଚାଲିଯିବାକୁ ମାତ୍ର ୨୪ ଘଣ୍ଟା ସମୟ ଦେଇଥିଲା। କିନ୍ତୁ ଏହି ଅବଧି ଶେଷ ହୋଇଥିବାରୁ ବର୍ତ୍ତମାନ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବ। ଯାହାକି ଗାଜାପଟି ପାଇଁ ରବିବାର ରାତି ପ୍ରଳୟର ମୁହୂର୍ତ୍ତ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଇଛି। ଗାଜାପଟିର ମୋଟ ଜନସଂଖ୍ୟା ପ୍ରାୟ ୨୨ ଲକ୍ଷ ହୋଇଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରୁ ୫ ଲକ୍ଷରୁ ଅଧିକ ଲୋକ ନିଜ ବାସସ୍ଥାନ ଛାଡି ଦକ୍ଷିଣ ଗାଜା ମୁହାଁ ହୋଇଛନ୍ତି। ଏହାବ୍ୟତୀତ ବହୁ ସଂଖ୍ୟକ ଲୋକ ଗାଜା-ଇଜିପ୍ଟ ସମୀରେ ରହିଥିବା ଶରଣାର୍ଥୀ ଶିବିରରେ ଆଶ୍ରୟ ନେବା ଆରମ୍ଭ କରିଛନ୍ତି। ତେବେ ଅଧିକାଂଶ ଲୋକ ଏବେ ମଧ୍ୟ ନିଜ ସ୍ଥାନ ଛାଡି ନାହାନ୍ତି। ଗୋଟିଏ ପଟେ ଇସ୍ରାଏଲର ନିର୍ଦ୍ଦେଶ ଏବଂ ଅନ୍ୟପଟେ ବାସସ୍ଥାନ ନ ଛାଡିବାକୁ ହମାସ୍‌ର ଆହ୍ବାନ ସାଧାରଣ ନାଗରିକଙ୍କ ଦ୍ବନ୍ଦ୍ବରେ ପକାଇଛି। ତେବେ ନିଜ ପଣରେ ଅଟଳ ରହିଥିବା ଇସ୍ରାଏଲ ସେନା ରବିବାର ରାତିରୁ ଗାଜା ଉପରେ ତୀବ୍ର ଆକ୍ରମଣ କରିବା ଏକପ୍ରକାର ନିଶ୍ଚିତ ହୋଇଛି। ଏହି ଅପରେସନ ବେଳେ ଇସ୍ରାଏଲ ସେନା ପ୍ରତିଟି ସ୍ଥାନରେ ହମାସ୍‌ ଠିକଣାରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ବେଳେ ଗାଜା ଅଞ୍ଚଳ ସମ୍ପୂର୍ଣ୍ଣ ଧ୍ବସ୍ତ ହୋଇଯିବାର ଆଶଙ୍କା ବଢିଛି।
କେବଳ ହମାସ୍‌ ଆତଙ୍କବାଦୀ ନୁହନ୍ତି, ଏହି ଅପରେସନରେ ବହୁ ସଂଖ୍ୟକ ସାଧାରଣ ନାଗରିକ ମଧ୍ୟ ବଳିପଡ଼ବାର ଆଶଙ୍କା ବଢିଛି। ଯାହାକୁ ନେଇ ଜାତିସଂଘ ଠାରୁ ଅନ୍ୟାନ୍ୟ ବହୁ ଇସଲାମିକ୍‌ ରାଷ୍ଟ୍ର ଦୃଢ ବିରୋଧ କରିବା ଆରମ୍ଭ କରିଛନ୍ତି। ଗାଜା ଅଞ୍ଚଳରେ ଆକ୍ରମଣ ପାଇଁ ଇସ୍ରାଏଲର ଯେଭଳି ଆଭିମୁଖ୍ୟ ରହିଛି ତାହା ସାରା ବିଶ୍ବସମାଜ ପାଇଁ ମାନବସଙ୍କଟ ପରିସ୍ଥିତି ସୃଷ୍ଟି କରିବ ବୋଲି ଜାତିସଂଘ ଚେତାବନୀ ଦେଇଥିଲେ ହେଁ ଇସ୍ରାଏଲ ଏହାକୁ ଭ୍ରୁକ୍ଷେପ କରି ନାହିଁ। ସେହିପରି ଗାଜା ଅଞ୍ଚଳରୁ ସାଧାରଣ ଲୋକଙ୍କୁ ହଟାଇବା ମୃତ୍ୟୁଦଣ୍ଡ ସହ ସମାନ ବୋଲି ବିଶ୍ବସ୍ବାସ୍ଥ୍ୟ କହିଥିଲା ବେଳେ ଏହାକୁ ମଧ୍ୟ ଇସ୍ରାଏଲ ସେନା କର୍ଣ୍ଣପାତ କରିନାହିଁ। ଅନ୍ୟପକ୍ଷରେ ଇସ୍ରାଏଲକୁ ଖୋଲା ସମର୍ଥନ ଦେଇଥିବା ଆମେରିକା ରବିବାର ଇସ୍ରାଏଲକୁ ଏହାର ଦ୍ବିତୀୟ ଯୁଦ୍ଧ ଜାହାଜ ପଠାଇଛି। ଇସ୍ରାଏଲକୁ ଆମେରିକା ସମେତ ଜି-୭ ଗୋଷ୍ଠୀର ଅନ୍ୟ ସମସ୍ତ ପାଶ୍ଚାତ୍ୟ ରାଷ୍ଟ୍ର ପୂର୍ଣ୍ଣ ସମର୍ଥନ ଦେଇଥିଲା ବେଳେ ଇସ୍ରାଏଲ ବିରୋଧରେ ମଧ୍ୟପ୍ରାଚ୍ୟର ବହୁ ଇସଲାମିକ୍‌ ରାଷ୍ଟ୍ର ମଧ୍ୟ ଏକାଠି ହେବାକୁ ଯାଉଛନ୍ତି। ପୂର୍ବରୁ ଲେବାନନ ଏବଂ ଜୋର୍ଡାନର ବହୁ ଇସଲାମିକ୍‌ କଠୋରପନ୍ଥୀ ସଂଗଠନ ଇସ୍ରାଏଲ ବିରୋଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ରହିଛନ୍ତି ବୋଲି ଘୋଷଣା କରିସାରିଛନ୍ତି। ସେହିପରି ଗାଜାରେ ଇସ୍ରାଏଲ ସେନା ଗ୍ରାଉଣ୍ଡ ଅପରେସନ କଲେ ସେଥିପାଇଁ ଯେଭଳି ପରିସ୍ଥିତି ଉପୁଜିବ ତାହାକୁ ମୁକାବିଲା କରିବାକୁ ଇସ୍ରାଏଲ ପାଇଁ କେହି ଗ୍ୟାରେଣ୍ଟି ଦେବେ ନାହିଁ ବୋଲି ଇରାନ ଚେତାବନୀ ଦେଇଛି। ଫଳରେ ମଧ୍ୟପ୍ରାଚ୍ୟ ଏବେ ଯୁଦ୍ଧଭୂମିରେ ପରିଣତ ହେବାର ଆଶଙ୍କା ବଢିଛି।
କିଛି ସମୟ ପାଇଁ ଆକ୍ରମଣ ବନ୍ଦ କଲା ଇସ୍ରାଏଲ, ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ
ନୂଆଦିଲ୍ଲୀ: କିଛି ସମୟ ପାଇଁ ଗାଜା ଉପରେ ଆକ୍ରମଣ ବନ୍ଦ କଲା ଇସ୍ରାଏଲ ସେନା । ଗାଜାରୁ ବାହାରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନାଗରିକଙ୍କୁ ଦେଲା ୩ ଘଣ୍ଟା ସମୟ । ଇସ୍ରାଏଲ ସେନା ଆଇଡିଏଫ ଗାଜା ନାଗରିକଙ୍କୁ ଉତ୍ତର ଗାଜାରୁ ଦକ୍ଷିଣ ଗାଜାକୁ ଚାଲିଯିବାକୁ ଦେଇଛି ୩ ଘଣ୍ଟା ସମୟ । ଅର୍ଥାତ ଏହି ୩ ଘଣ୍ଟାର କଣ୍ଟ ପୂରଣ ହେବା ପରେ ହମାସକୁ ସମୂଳେ ନିପାତ କରିବାକୁ ଫାଇନାଲ ଷ୍ଟ୍ରାଇକ ଆରମ୍ଭ କରିବ ଇସ୍ରାଏଲ । ଗାଜା ନାଗରିକଙ୍କୁ ସମୟ ଦେବା ଇସ୍ରାଏଲର ଗ୍ରାଉଣ୍ଡ ଆଟାକ ପୂର୍ବରୁ ବଡ଼ ପଦକ୍ଷେପ ବୋଲି କହିଛନ୍ତି ବିଶେଷଜ୍ଞ ।
ଆଇଡିଏଫ ପକ୍ଷରୁ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ସମୟ ଦେଇଥିଲା । ଏହି ସମୟରେ ଇସ୍ରାଏଲ ପକ୍ଷରୁ କୌଣସି ପ୍ରକାର ଆକ୍ରମଣ କରାଯିବ ନାହିଁ ବୋଲି ଆଇଡିଏଫ ପ୍ରତିଶ୍ରୁତି ଦେଇଥିଲା । ଆଇଡିଏଫ ପକ୍ଷରୁ କୁହାଯାଇଥିଲା, ‘ଆପଣ ଓ ଆପଣଙ୍କ ପରିବାର ସୁରକ୍ଷା ମହତ୍ବ ରଖୁଛି । ଦୟାକରି ଆମ ନିର୍ଦ୍ଦେଶକୁ ପାଳନ କରନ୍ତୁ ଓ ଦକ୍ଷିଣ ଗାଜାକୁ ପଳାଇ ଯାଆନ୍ତୁ ।’
ତିନି ପାର୍ଶ୍ୱରୁ ଗାଜା ଉପରେ ଆକ୍ରମଣ କରିବ ଇସ୍ରାଏଲ ସେନା। ଜଳ, ସ୍ଥଳ ଏବଂ ଆକାଶ ମାର୍ଗରୁ ହମାସ ଉପରେ ଇସ୍ରାଏଲ ଆକ୍ରମଣ କରିବ। ଏନେଇ ଇସ୍ରାଏଲର ଜଣେ ସେନା ଅଧିକାରୀ କହିଛନ୍ତି ଯେ, ଇସ୍ରାଏଲ ସେନା ଗାଜା ଉପରେ ସ୍ଥଳ, ଜଳ, ବାୟୁ ଭାଗରୁ ଆକ୍ରମଣ କରିବକୁ ପ୍ରସ୍ତୁତ ହେଉଛନ୍ତି।
ଅନ୍ୟପଟେ ଗାଜାରେ ଇଣ୍ଟରନେଟ୍, ବିଦ୍ୟୁତ୍ ନ ଥିବାରୁ ଅନେକ ଲୋକଙ୍କ ନିକଟରେ ଗାଜା ଛାଡିବାର ସୂଚନା ମଧ୍ୟ ପହଞ୍ଚି ନଥିବ। ଏସବୁ ମଧ୍ୟରେ ଜାତିସଂଘ ସେକ୍ରେଟାରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ଗାଜା ପରିସ୍ଥିତିକୁ ବିପଜ୍ଜନକ ବୋଲି କହିଛନ୍ତି। ଏଥିସହ ଗାଜା ଛାଡିବା ନେଇ ଇସ୍ରାଏଲର ଘୋଷଣା ଏକ ଭୟଙ୍କର ପରିଣାମ ସୃଷ୍ଟି କରିପାରେ ବୋଲି ଜାତିସଂଘ ଚେତାବନୀ ଦେଇଛି।
ତେଲ୍‌ ଆଭିଭ୍‌ : ହମାସ୍‌ ବିରୋଧୀ ଲଢେଇକୁ ନେଇ ଇସ୍ରାଏଲୀ ସେନା ଆହୁରି ଆକ୍ରାତ୍ମକ ହୋଇଛି। ଗାଜା ଅଞ୍ଚଳରେ ରହିଥିବା ହମାସ୍‌ର ସମସ୍ତ ଆଡ୍ଡାସ୍ଥଳକୁ ଧ୍ବଂସ କରିବା ଲକ୍ଷ୍ୟରେ ଇସ୍ରାଏଲ ସେନା ଏବେ ରକ୍ତମୁଖା ହୋଇପଡ଼ିଥିଲା ବେଳେ ସେଠାରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିଛି। ଇସ୍ରାଏଲ-ଗାଜା ସୀମାରେ ଇସ୍ରାଏଲର ୩୦୦ ଟ୍ୟାଙ୍କ ସମେତ ଶତାଧିକ ଯୁଦ୍ଧ ବିମାନ ଏବଂ ହଜାର ହଜାର ସୈନ୍ୟ ଏକାଠି ହୋଇଛନ୍ତି। ବିଶେଷକରି ଗାଜା ଅଞ୍ଚଳରୁ ଇସ୍ରାଏଲ ଉପରେ ହମାସ୍‌ ଆଡ୍ଡାସ୍ଥଳରୁ ହେଉଥିବା ଆକ୍ରମଣକୁ ନେଇ ଇସ୍ରାଏଲୀ ସେନା ନିଶାଣ କରିବା ସହିତ ଜୋରଦାର ଆକ୍ରମଣ କରିବା ପୂର୍ବରୁ ତଲାସୀ ଆରମ୍ଭ କରିଛି।
ତେବେ ଏହାରି ମଧ୍ୟରେ ହମାସ୍‌-ଇସ୍ରାଏଲ ଯୁଦ୍ଧକୁ ନେଇ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି। ଇସ୍ରାଏଲର ଯୁଦ୍ଧ ଅପରାଧ ଯଦି ବନ୍ଦ ନହୁଏ ତେବେ ଏହାର ସୁଦୂରପ୍ରସାରୀ ପରିଣାମ ହେବ। ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇପାରେ। ଇରାନ କହିଛି ଯେ ଯଦି ଇସ୍ରାଏଲ ହମାସ୍‌ ନିୟନ୍ତ୍ରିତ ଗାଜା ଷ୍ଟ୍ରିପରେ ଗ୍ରାଉଣ୍ଡ ଆକ୍ରମଣ ଜାରିରଖିବ ତେବେ ଇରାନ ଚୁପ୍ ରହିବ ନାହିଁ ଏବଂ ଏହାର ଜବାବ ଦେବ। ଯାହା ଫଳରେ ଏହି ଯୁଦ୍ଧଆଗକୁ ଭୟଙ୍କର ରୂପ ଧାରଣ କରିପାରେ ବୋଲି କୁହାଯାଇଛି।
ଅନ୍ୟପଟେ ଶନିବାରଠୁ ଗାଜାର ଘରେ ଘରେ ଇସ୍ରାଏଲୀ ସେନା ତଲାସୀ ଆରମ୍ଭ କରିଛି। ବିଶେଷକରି ହମାସ କବଜାରେ ରହିଥିବା କିଛି ବିଦେଶୀଙ୍କ ସମେତ ମୋଟ ୧୫୦ ଲୋକଙ୍କୁ ଉଦ୍ଧାର କରିବା ଲାଗି ସେନା ଉଦ୍ୟମ ଆରମ୍ଭ କରିଛି। ଏହିକ୍ରମରେ ଗତ ୨୪ ଘଣ୍ଟାରେ ଇସ୍ରାଏଲୀ ସେନା ଆକ୍ରମଣରେ ଗାଜା ଅଞ୍ଚଳରେ ୧୨୪ ଶିଶୁଙ୍କ ସମେତ ୩୨୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଇସ୍ରାଏଲ ସେନାର କାର୍ଯ୍ୟାନୁଷ୍ଠାନ ପୂର୍ବରୁ ୨୪ ଘଣ୍ଟା ମଧ୍ୟରେ ପାଲେଷ୍ଟନୀୟ ନାଗରିକଙ୍କୁ ଉତ୍ତର ଗାଜା ଛାଡି ଚାଲି ଯିବାକୁ ଇସ୍ରାଏଲ ସେନା ନିର୍ଦ୍ଦେଶ ଦେଇଥିଲା। ବର୍ତ୍ତମାନ ଏହି ସମୟ ପୂରି ଆସୁଥିଲା ବେଳେ ଆଗକୁ ଇସ୍ରାଏଲ ପକ୍ଷରୁ ଟ୍ୟାଙ୍କ ଏବଂ ଯୁଦ୍ଧ ବିମାନ ଦ୍ବାରା ଗାଜା ଉପରେ ବଡ଼ ଧରଣର ଆକ୍ରମଣ କରାଯାଇପାରେ ବୋଲି ଆଶଙ୍କା ବଢିଛି। ତେବେ ଏହି ଲଢେଇରେ ପାଲେଷ୍ଟାଇନର ବିଜୟ ସୁନିଶ୍ଚିତ ବୋଲି କହି ଗାଜା ଅଞ୍ଚଳ ନ ଛାଡିବାକୁ ହମାସ ପକ୍ଷରୁ ସ୍ଥାନୀୟ ଲୋକଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦିଆଯାଇଛି। ଅପରପକ୍ଷରେ ହମାସ୍‌କୁ ନିଶେଷ କରିବା ଲାଗି ପଣ କରିଥିବା ଇସ୍ରାଏଲ କୌଣସି ସ୍ଥିତିରେ ବୁଝାମଣା କରିବାକୁ ପ୍ରସ୍ତୁତ ନାହିଁ।
ଇସଲାମିକ୍‌ ରାଷ୍ଟ୍ରଙ୍କ ଜରୁରୀ ବୈଠକ ଡାକିଲା ସାଉଦି ଆରବ
ଗାଜାରେ ଇସ୍ରାଏଲ ସେନାର ଜୋରଦାର ଆକ୍ରମଣ ସାଙ୍ଗକୁ ସେଠାରୁ ପାଲେଷ୍ଟନୀୟଙ୍କୁ ହଟିବାକୁ କୁହାଯିବା ଘଟଣା ବହୁ ଇସଲାମିକ୍‌ ରାଷ୍ଟ୍ରଙ୍କୁ ବିବ୍ରତ କରିଛି। ଏହିକ୍ରମରେ ଲେବାନନ ସମେତ ସିରିଆ ଏବଂ ଇଜିପ୍ଟ ଭଳି ବହୁ ରାଷ୍ଟ୍ରର କଠୋରପନ୍ଥୀ ସଂଗଠନ ଇସ୍ରାଏଲ ବିରୋଧରେ ହୁଙ୍କାର ଦେଇଥିଲା ବେଳେ ଇସଲାମିକ୍‌ ରାଷ୍ଟ୍ରଙ୍କ ମୁଖିଆ ସାଉଦି ଆରବ ଆସନ୍ତା ବୁଧବାର ଏକ ଜରୁରୀ ବୈଠକ ଡାକିଛି। ସାଉଦି ଆରବ ଏବଂ କାତାର ଇସ୍ରାଏଲ ସେନାର ଏହି ନିର୍ଦ୍ଦେଶକୁ ବିରୋଧ କରିଛନ୍ତି। ଇସ୍ରାଏଲ ଉପରେ ହମାସ୍‌ ପକ୍ଷରୁ ହୋଇଥିବା ଅତର୍କିିତ ଆକ୍ରମଣକୁ ଅତି ଜଘନ୍ୟ ବୋଲି ସଂପ୍ରତି ସାଉଦି ଗସ୍ତରେ ଯାଇଥିବା ଆମେରିକୀୟ ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିନ୍‌କେନ ତାଙ୍କର ସାଉଦି ପ୍ରତିପକ୍ଷଙ୍କୁ କହିଥିଲେ। ଇସ୍ରାଏଲ ସ୍ଥିତିକୁ ନେଇ ସେମାନଙ୍କ ମଧ୍ୟରେ ବହୁ ସମୟ ଧରି ଆଲୋଚନା ହୋଇଥିଲେ ହେଁ ସାଉଦି ସରକାର ଏହି ବୈଠକ ଡାକିଥିବାରୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବାର ଆଶଙ୍କା କରାଯାଉଛି।
ଇସ୍ରାଏଲ ପାଇଁ ଆହ୍ବାନପୂର୍ଣ୍ଣ ଗୁପ୍ତ ସୁଡ଼ଙ୍ଗ
ଇସ୍ରାଏଲ ସେନା ଗାଜାପଟିରେ ଗ୍ରାଉଣ୍ଡ ଅପରେସନ ଆରମ୍ଭ କରିବାକୁ ଯାଉଛି। ତେବେ ଇସ୍ରାଏଲ ସେନା ପାଇଁ ହମାସ୍‌ର ଗୁପ୍ତ ସୁଡ଼ଙ୍ଗ ସବୁଠୁ ଆହ୍ବାନପୂର୍ଣ୍ଣ ହୋଇପଡ଼ିଛି। ଜନବହୁଳ ଅଞ୍ଚଳ ଏବଂ ବିଭିନ୍ନ ସ୍ଥାନରେ ଆବାସସ୍ଥଳ କିମ୍ବା ବହୁ ତଳ ଆପର୍ଟମେଣ୍ଟ ତଳେ ରହିଥିବା ହମାସ ଗୋଷ୍ଠୀର ସୁଡ଼ଙ୍ଗ ଇସ୍ରାଏଲ ସେନା ପାଇଁ ଚାଲେଞ୍ଜପୂର୍ଣ୍ଣ ବୋଲି ଯୁଦ୍ଧ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି। ବର୍ତ୍ତମାନ ଗାଜା ଅଞ୍ଚଳରେ ପ୍ରାୟ ୫୦୦ କିମି ପରିବ୍ୟାପ୍ତ ଅଞ୍ଚଳରେ ଏଭଳି ଗୁପ୍ତ ସୁଡ଼ଙ୍ଗ ରହିଥିବା କୁହାଯାଇଛି। ୨୦୨୧ରେ ଇସ୍ରାଏଲ ସେନା ପକ୍ଷରୁ ହମାସର ଏଭଳି ଟନେଲ୍‌ ନେଟୱର୍କର ୧୦୦ କିମିରୁ ଅଧିକ ଅଞ୍ଚଳ ଧ୍ବଂସ କରି ଦିଆଯାଇଥିଲା। କିନ୍ତୁ ଏବେ ଗାଜାରେ ଆହୁରି ୫୦୦ କିମି ଲମ୍ବ ଟନେଲ ନେଟୱର୍କ ରହିଥିବା କୁହାଯାଇଛି। ଏଥିରୁ ମାତ୍ର ୫ ପ୍ରତିଶତ ଧ୍ବଂସ ହୋଇଛି। ହମାସ ଆତଙ୍କବାଦୀମାନେ ୨୦୦୭ରେ ଗାଜା ଷ୍ଟ୍ରିପ୍‌କୁ ନିୟନ୍ତ୍ରଣକୁ ନେବା ପରେ ସୁଡ଼ଙ୍ଗ ନିର୍ମାଣକୁ ଅଧିକ ବ୍ୟାପକ କରି ଏଥିରେ ଆତ୍ମଗୋପନ କରି ଆସୁଥିବା କୁହାଯାଇଛି।