LAccMI bus - The Sakala

ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଗଡିବ ଲକ୍ଷ୍ମୀ
ଭୁବନେଶ୍ବର: ଆଉ ୫ ଜିଲ୍ଲାରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ମୟୁରଭଞ୍ଜ, ବଲାଙ୍ଗୀର, ବରଗଡ଼, କେନ୍ଦୁଝର ଓ ସୁନ୍ଦରଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବରୁ ମାଲକାନଗିରି, ରାୟଗଡା, ଗଜପତି, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ସଫଳ ଶୁଭାରମ୍ଭ ଓ ପରିଚାଳନା ହୋଇସାରିଛି | ଆଜି ତୃତୀୟ ପର୍ଯାୟରେ ଆଉ ପାଞ୍ଚଟି ପ୍ରମୁଖ ଜିଲ୍ଲା ବରଗଡ, ବଲାଙ୍ଗୀର, ମୟୁରଭଞ୍ଜ, ସୁନ୍ଦରଗଡ ଓ କେନ୍ଦୁଝରରେ ଭର୍ଚୁଆଲ୍ ମାଧ୍ୟମରେ ଶୁଭାରମ୍ଭ କରାଯାଇଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ସାର୍ବଜନୀନ ପରିବହନ ଭିତ୍ତିଭୁମିକୁ ସୁଦୃଢ ଓ ଉନ୍ନତ କରିବା ପାଇଁ ଏଇ ଗୁରୁତ୍ୱପୂର୍ଣ ପଦକ୍ଷେପ ନେଇଛନ୍ତି ।

ବରଗଡ ଜିଲ୍ଲାରେ ପରିବହନ, ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ପ୍ରଗତି ଆଣିବା ପାଇଁ ଲକ୍ଷ୍ମୀ ବସ ଯୋଜନାର ଆରମ୍ଭ ହୋଇସାରିଛି | ସର୍ବମୋଟ 243ଟି ଗ୍ରାମ ପଂଚାୟତ ଏବଂ 11ଟି ବ୍ଲକରେ ଥିବା 14ଲକ୍ଷ ଲୋକଙ୍କୁ ବ୍ଲକ ସହିତ ସଂଯୋଗ କରିବା ପାଇଁ 57ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 11ଟି ଏସି ବସ କାର୍ଯ୍ୟରେ ଲଗା ଯାଇଛି ।

ବଲାଙ୍ଗୀର ଜିଲ୍ଲାରେ 317ଟି ଗ୍ରାମ ପଂଚାୟତ ଓ 11ଟି ବ୍ଲକ ମଧ୍ୟରେ ଯୋଗାଯୋଗ ମାଧ୍ୟମକୁ ଗୁରୁତ୍ୱ ଦିଆଯାଇଛି । ବ୍ଲକ ସହିତ ସଂଯୋଗ କରିବା ପାଇଁ ସର୍ବମୋଟ 42ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ଶୁଭାରମ୍ଭ କରାଯାଇଛି ଯାହାଦ୍ୱାରା ଏହି ଜିଲ୍ଲାର ୧୬ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଉପକୃତ ହେବେ ।

ପର୍ଯ୍ୟଟକ ମାନଙ୍କର ମନପସନ୍ଦର ଜାଗା ମୟୁରଭଞ୍ଜ ଜିଲ୍ଲା ଯାହାର ଶିମିଳିପାଳ ଅଭୟାରଣ୍ୟ ଭାରତର ସପ୍ତମ ବୃହତମ ଜାତୀୟ ଅଭୟାରଣ୍ୟ | ଏହି ଜିଲ୍ଲାର 26ଟି ବ୍ଲକ ଓ 386ଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରିଛି ଆମ ଲକ୍ଷ୍ମୀ ବସ । ବ୍ଲକ ସହିତ ସଂଯୋଗ କରିବା ପାଇଁ 104ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 26ଟି ଏସି ବସର ଆରମ୍ଭ କରାଯାଇଛି. ଏହା ଦ୍ୱାରା ସିଧାସଳଖ ଭାବେ ପାଖାପାଖି 24ଲକ୍ଷ ଲୋକ ଲକ୍ଷ୍ମୀ ବସର ସେବା ପାଇପାରିବେ ।

ଏହା ବ୍ୟତୀତ ସୁନ୍ଦରଗଡ ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସର ଐତିହାସିକ ସୁହାରମ୍ଭ ହୋଇଛି । ସର୍ବମୋଟ 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଥିବା 240ଟି ଗ୍ରାମ ପଂଚାୟତ ଏବଂ 17ଟି ବ୍ଲକ ଏହି ଯୋଜନାରେ ଉପକୃତ ହେବେ । ବ୍ଲକ ସହିତ ସଂଯୋଗ କରିବା ପାଇଁ 65ଟି ଅଣ-ଏସି ବସ ଓ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 16ଟି ଏସି ବସ ଆରମ୍ଭ କରାଯାଇଛି । ସେହିପରି କେନ୍ଦୁଝର ଜିଲ୍ଲାର 271ଟି ଗ୍ରାମ ପଂଚାୟତ ଏବଂ 13ଟି ବ୍ଲକରେ ଥିବା 35ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବ୍ଲକ ସହିତ ସଂଯୋଗ କରିବା ପାଇଁ 78ଟି ଅଣ-ଏସି ବସ ଏବଂ ଜିଲ୍ଲା ସହିତ ସଂଯୋଗ କରିବା ପାଇଁ 13ଟି ଏସି ବସର ବ୍ୟବହାର କରି ପାରିବେ । କେବଳ ପରିବହନ କ୍ଷେତ୍ର ନୁହେ ଏକାଧିକ କ୍ଷେତ୍ରରେ ଲକ୍ଷ୍ମୀ ଯୋଜନାର ଅବଦାନ ରହିବ । ବସର ପରିଚାଳନା କାର୍ଯ୍ୟ ସ୍ଵୟଂସହାୟକ ଗୋଷ୍ଠୀକୁ ଦିଆ ଯାଇଛି ଯାହା ଦ୍ୱାରା ମହିଳା ସଶକ୍ତିକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆ ଯାଇଛି ।

ବର୍ତମାନ ସୁଦ୍ଧା 14ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନା ସଫଳ ରୂପେ ରୂପାୟନ ହୋଇ ସାରିଛି । ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ବୈପ୍ଲବିକ ଓ ଯୁଗାନ୍ତକାରୀ ପଦକ୍ଷେପ ଆମ ରାଜ୍ୟର ପ୍ରଗତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି ଯାହା ଦ୍ୱାରା ଆମ ଲୋକଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, କୃଷିକ୍ଷେତ୍ର, ଆର୍ଥିକ ତଥା ଅନ୍ୟାନ୍ୟ କ୍ଷେତ୍ରରେ ପ୍ରଗତି ଆଣିବ ବୋଲି କହିଛନ୍ତି ବାଣିଜ୍ୟ ଏବଂ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ।